ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ -କଳାଭୁମି

ଓଡ଼ିଶାକୁ ବୁଲି ଦେଖିଛକି? ଝିନଝଟ ପାହାନ୍ତାରୁ ରାତ୍ର ଫୁରୁସତ; ଏକ ସପନ ! ଗୋଟିଏ ସ୍ଥାନରୁ କିପରି ଦେଖିବି ! ଘାଣ୍ଟି ଚକଟି ହେଲି। ଠିକଣା ପାଇଲି ଏକ ସଂଗ୍ରହାଳୟ।  ଗ୍ରୀକ ଶବ୍ଦରେ “ମୟୁସିୟମ୍ରେ “ମୋସେଇଞ, ସିଟ ଅଫଁ ଦି ମୁସଏସ“, ଦାର୍ଶନିକ ଅନୁଷ୍ଠାନକୁ ବୁଝାଏ।

ବେବିଲୋନ ସାମ୍ରାଜ୍ୟ ଖ୍ରୀଷ୍ଟ ପୂର୍ବ ୫୩୦, ମେସୋପଟାମିଆ ସଭ୍ୟତା ସଂଗ୍ରହାଳୟର ଜନନୀ! ଏବର ଇରାକ ମୁକ ସାକ୍ଷୀ! ୧୫୦୦ ରେ ଲୋରେନ୍ଜ଼ୟ-ଡେ଼-ମେଡ଼ିସିନ (Lorenzo-de-Medicine) ଓ ୧୬୭୭ ରେ ଏଲିଅସ ଆଷୋଲାନ (Elias Ashmolean ) ଫ୍ଲୋରେନ୍ସରେ କ୍ରମେ ସଂଗ୍ରହାଳୟ ସ୍ଥାପନ କଲେ।

"ସାରନାଥ ଠୁ ବଳିଗଲେ କଲିକତା ASB (Asiatic society of Bengal) ୧୭୮୪ ରେ ବିଲ୍ୱଲିଅମ ଜୋନସ (William Jones ) ଓ ୧୮ ୧୪ ରେ ନଥାନେଲ ବ୍ଳଳିଚ ଡେନିସ (Nathanel Wallich Danish )ଏବର କୋଲକତାରେ ସଂଗ୍ରହାଳୟ ମାଇଲ ଖୁଣ୍ଟ । ୧୯୦୩ରେ ବାରିପଦାର ସଂଗ୍ରହାଳୟ ଓ ୧୯୩୨ ରେ ରାଜ୍ୟ ସଂଗ୍ରହାଳୟ ସ୍ବର୍ଣ୍ଣ ଇତିହାସରେ ଲିପିବଦ୍ଧ।

ଶୁକ୍ରବାର ୧୦ ଘଣ୍ଟା ଲଗ୍ନ ବେଳରେ ଦୁହେଁ ପାଦଟିଏ ବଢାଇଲୁ! ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ,କଳାଭୁମି,  ପୋଖରୀପୁଟ ଖଣ୍ଡଗିରି ଚୌକ ଉଡ଼ନ୍ତା ପୋଲ ଦୃଶ୍ୟ ବାରି ହେଉଥିଲା। ବାମ ପାର୍ଶ୍ୱରେ ଅସ୍ଥାୟୀ ଅଟୋ ଷ୍ଟାଣ୍ଡ। ଅଧେ ଡଜନ ଟୁକୁଟୁକୁ ସଂଚାଳକ ଟାକି ବସିଥିଲେ। ସ୍ୱଳ୍ପ ଉପାର୍ଜନରେ ତା, ତେଲ ଲୁଣ ସଂସାର ଚଳେ। ଏକାଧିକ ଡ୍ରାଇଭର ସେବକ ଘେରି ଥିଲେ। ନିରୁପାୟ ! ପ୍ରଥମ ଅଟୋରେ ସୁଯୋଗ ପାଇଲି । ମୂଳଚାଳ ୧୦୦ ଟଙ୍କାରେ ଭଡ଼ା ଛିଣ୍ଡିଲା।

ବାମପାର୍ଶ୍ୱରେ ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟ , ସୋଆ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ, ଜାଗମରା ଜଗନ୍ନାଥ ମନ୍ଦିର, ଭଜନ ମଣ୍ଡପ, ମେଳଣ ପଡ଼ିଆ ମୁକସାକ୍ଷୀ। ଡ଼ାହାଣ ପାର୍ଶ୍ୱରେ ମହିମା ଆଶ୍ରମ, ଖଣ୍ଡଗିରି କ୍ରିକେଟ ପଡ଼ିଆ। ଗଛ ଛାଇରେ ପରିବା ବେପାରୀ। ସମତଳ ଜାଗମରା ପ୍ରଶସ୍ତିମାର୍ଗ। ମନ୍ଥର ଗତିରେ ଟୁକୁଟୁକୁ ଗଡୁଥାଏ। ୬ କିଲୋମିଟର ଦୂର। ରୌପ୍ୟ, ଶ୍ୱେତ, ନୀଳ, କଳା ରଙ୍ଗର ମହିନ୍ଦ୍ରା, ଟାଟା, ଟୋୟୋଟା, ଫେଂର୍ରରରି, ସ୍କୋଡା, ରେନେଉଳତ କାର ସୁରୁ ସାର ଶବଦରେ ଛଟୁଥିଲେ। ମେଘମୁକ୍ତ ନୀଳ ଆକାଶ। ଗଣ୍ଡମୁଣ୍ଡା ପାର କରି ପୋଖରୀପୁଟ କଳାଭୁମିରେ ଟୁକୁଟୁକୁ ଶାନ୍ତ ପଡ଼ିଲା।

ମୁଖ୍ୟ ସଡ଼କ ପାର୍ଶ୍ୱରେ ଷ୍ଟିଲସ୍ତମ୍ବ ; ନିରବତାରେ ଇସାରା ଦେଉଥିଲା। ଆସ ଆସ ମୋ ପାଚେରୀ ବେଢାକୁ ! ପୂର୍ବଜଙ୍କ ଗୌରବ ଉତ୍କଳୀୟ କଳା ସଂସ୍କୃତି ସ୍ଥାପତ୍ୟ ଟେରାକୋଟାର ମହକ ! ଟାଇଲି ଛପର ,୧୨.୬୮ ଏକର  ଚତୃପାର୍ଶ୍ୱରେ ଉଦ୍ୟାନ। ଶାନ୍ତ ପରିବେଶ ! ଟୁଁକାର ,ରୁବି ରଙ୍ଗର ଓଲାସ୍କୁଟି ଦେଖିଲି! ଅବଶ୍ୟ ଇଲେକ୍ଟ୍ରି ବ୍ୟାଟେରୀ ଚାଳିତ। ପରିବେଶ ପାଇଁ ୧୦୦ ପ୍ରତିଶତ ଅନୁକୂଳ। ହଳଦିଆ ରଙ୍ଗର ଦୁଇଖଣ୍ଡ ବିଦ୍ୟାଳୟ ବସ ବିଶ୍ରାମ ମୁଦ୍ରାରେ। କଳାଭୁମି ବୋକା କାଫେରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିଲୁ। କିଏ କଣ ପସନ୍ଦ କଲେ ଦେଖି ପାରୁନଥିଲୁ। ଦି’ପାଦରେ ବରଣ୍ଡା! ଦ୍ୱାରପାଳ ପ୍ରବେଶ ଶୁଳ୍କ ପୈଠ ପାଇଁ ଇଙ୍ଗିତ କଲେ। ପୌଢ଼ଙ୍କ ପାଇଁ ୧୦ ଟଙ୍କା! ଛାତ୍ର ଛାତ୍ରୀଙ୍କ ପାଇଁ ନିଶୁଲ୍କ। ନୀଳ ରଙ୍ଗର ପୋଷାକ ସଜେଇ ଶାନ୍ତ ମୁଦ୍ରାରେ ଡ଼ଟ କଲମ ରେଜିଷ୍ଟ୍ରର ପୃଷ୍ଠାଟିଏ ଓଲଟାଇଲେ। ଦସ୍ତଖତ ଠିକଣା ପଂଜିକରଣ ବିଧି ରହିଥାଏ। ଦୁଇ ବାହୁରେ (ଜେଏସଏସ) ଜଗନ୍ନାଥ ସିକ୍ୟୁରିଟି ସର୍ଭିସି ସଞ୍ଚାଳିତ ଠିକା କର୍ମଚାରୀ!

ଦୁଇ ଦଳ ତେଲୁଗୁ ରମଣୀ ଉଦ୍ୟାନର ଉଚ୍ଚା ସ୍ୱରରେ ଆଳାପ! ଗୋଟିଏ ପଦ “ବାଗା “,ଶବଦ ଶୁଭିଲା; ଆମ ଭାଷାରେ,"ଭଲ", ବାଗା ପଦଟି ଆଜି ଯାଏଁ ସାଇତା ରହିଛି। ବିଦେଶିନୀ ପୋଷାକ ଓ ଗୋରା ପୁରୁଷ ପର୍ଯ୍ୟଟକଙ୍କ ଦେଖିଲି। ୨୦୧୮ ରେ ସ୍ଥାପିତ ହସ୍ତତନ୍ତ୍ର କଳା ସଂଗ୍ରହାଳୟ ,କଳାଭୁମି ନିଆରା ଦୃଶ୍ୟ। ଗାଇଡି କହିଲେ ;୯ ଗୋଟି ସୋପାନ ରହିଛି; ଆପଣ ବୁଲି ଦେଖିବେ। ଆତୁରତା ବଢିଲା। ପ୍ରଥମ ପ୍ରକୋଷ୍ଠ ଶୀତତାପ ଉପଲବ୍ଧ ! ୧୦ ଟଙ୍କାରେ ଦର୍ଶନ। ରାଜ୍ୟ ସରକାରଙ୍କ ଦ୍ୱାର ସଞ୍ଚାଳିତ । ମନରେ ଧନ୍ୟବାଦ ଜଣାଇଲି।

ଚୌକି ସାଜସଜ୍ଜା ହୋଇଥିଲା। ଏସ.ଆର. ପାଟ୍ଟସାହାଣୀ ବାମ ହାତରେ ରିମୋଟ ବୃତ୍ତଚିତ୍ର ସଞ୍ଚାଳିତ କଲେ। ସଂଗ୍ରହାଳୟର ସଂକ୍ଷିପ୍ତ ସୂଚନା ପାଇଲୁ । ବେଶ ଭୋଗ୍ୟ ଏବଂ ଶିକ୍ଷଣୀୟ।! ଆମେ ତ ଏଠି ଓଡ଼ିଶାକୁ ଦେଖିଲୁ ! କେତେ ଦୂର ପାଠକ ପାଠିକାଙ୍କ ମନକୁ ଛୁଇଁବ?

ମୃଣ୍ମୟ କଳାକୃତି (Terracotta): ବେରଂଗ ଆକୃତି ସଂଗ୍ରହାଳୟରେ ସ୍ଥାନ ପାଇଥିଲା। ଅଂଟେ ଉଚ୍ଚାର ମାଟି କୋତ! ଓହୋଃ ;ମୁଗ, ବିରି, ଚାଉଳ, ରାଶି ଜେଜେମା ଶ୍ରିମନ୍ତିଆଣି ଭାଡ଼ି ଘରେ ସାଇତି ନେଉଥିଲେ। ମୂଷିକର ଭୟ ନଥିଲା ! ବର୍ଷସାରା ମାଟି ତିଆରି କୋତ ;ଏକ ସୁରକ୍ଷିତ ଭଣ୍ଡାର। ଏବେ ସାତ ସପନ! ଏକାଧିକ ମାଟିପାତ୍ର ଓ ମନ୍ଦିର ବ୍ୟବହାରିକ ପଦାର୍ଥ ! ଚତୁପାଶ୍ୱର୍ରେ ସଜ୍ଜିତ ମାଟି ନିର୍ମିତ ପୁରାତନ.ରଙ୍ଗ, କଳା ଓ ନାଳିଆ ଦେଖିଲୁ। ଭେଳିକି ଭେଳି ମାଟି ଅଶ୍ୱ ମୂର୍ତ୍ତୀ , ଦେବା ଦେବୀଙ୍କ ଅବିକଳ ମୂର୍ତ୍ତି ,ବୁଦ୍ଧ, ମହାବୀରଙ୍କ ମସ୍ତକ ଆକର୍ଷିତ କରୁଥିଲା। ଚୁଲି, କଣ୍ଟ, ଦେଖି ଆଶ୍ଚର୍ଯ୍ୟ ହେଲୁ। ଓଡ଼ିଆ ଓ ଓଡ଼ିଆଣୀଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଦେଖି ଚକିତ ! ଆକାଶ, ବାୟୁ, ଅଗ୍ନି ,ଜଳ, ମାଟି (ସ୍ଥଳ) ପଞ୍ଚଭୁତରୁ ଅନନ୍ୟ। ଅବିଳମ୍ବେ ଫୋଟ ନେଲୁ।

ପାରମ୍ପାରିକ ଚିତ୍ରକଳା (Traditional Painting): ତୃତୀୟ କୋଠରୀରେ ମହିଳା କର୍ମଚାରୀଙ୍କ ହେପାଜତରେ ଏକାଧିକ ରଙ୍ଗିଣୀ ଚିତ୍ରପଟ୍ଟ ଗ୍ୟାଲେରୀ ସଜ୍ଜିତ। ଉତ୍ସାହ ବଢିଥିଲା ! ମିନତୀ ସବା ଆଗରେ କେତୋଟି ସେଲଫି ନେଉଥିଲେ। ପାରମ୍ପାରିକ ଚିତ୍ରକଳା ହଲକୁ ଗଲୁ। ଅବିକଳ ଚଇତି ଘୋଡ଼ାର ଦୃଶ୍ୟକୁ ପର୍ଯ୍ୟଟକ ଘେରିଥିଲେ। ପଟ୍ଟଚିତ୍ର ଦେଖିଲୁ। ଉତ୍କଳୀୟ ସଂସ୍କୃତି ଆଧାରିତ। ଜଗନ୍ନାଥଙ୍କ ଯାନିଯାତ୍ରାର ଅବିକଳ କଳାକୃତି ମୁକସାକ୍ଷୀ! ରଘୁରାଜପୁର ,ପିପିଲି କାରିଗରୀ କୌଶଳ ଜାଜୁଲ୍ୟମାନ। କଳାକୃତିର କମ୍ପୁଟର ସଂକତେ ଲିପିବଦ୍ଧ। ମୋବାଇଲି ସ୍କାନ ଦ୍ୱାରା ଇତି କଥା ପଢ଼ିଲି। ଏକ ଅଭିନବ ଉପାୟ ! ପ୍ରାଚୀନ ଚିତ୍ର ପ୍ରଦକ୍ଷିଣ କଲୁ।

ଧାତବ କଳାକୃତି (Metal Crafts): ପିତଳ ଦ୍ୱାର ନିର୍ମିତ ଛୋଟ ବଡ଼ହଣ୍ଡା,ଗରା,ପିଠା ପାତିଆ,ଜାଳିଚଟୁ ଗ୍ୟାଲେରୀ ଦୃଶ୍ୟମାନ। ପୂଜା ଥାଳି, ୨୧ ଦୀପାଳି ବିଶିଷ୍ଟ ରୂଖା ଦାଉ ଦାଉ। ଗିନି, ମର୍ଦଲ, ଢାଳ, କଂସା , ପିତଳ ମାଛର ଝଲକ ଦେଖିଲୁ। ଥାକରେ ବୋଇତ, ଦୁର୍ଗା ଦେବୀଙ୍କ ମୂର୍ତ୍ତି ଦେଖିଲୁ। ମିନତୀ ବହୁ ସମୟ ଲାଖି ରହିଗଲା। ପ୍ରକୋଷ୍ଠ ମନଛୁଆଁ ।
ପ୍ରାକୃତିକ ପଦାର୍ଥ କଳାକୃତି (Natural Material Crafts): ସିଂଘରେ ନିର୍ମିତ ବଗ ବଗୁଲୀ  ,ପାନିଆ,ବାଙ୍କୁଳି ବାଡ଼ି ପ୍ରଦର୍ଶିତ। ମାଣବସା ବେତ ସାନବଡ଼ ପେଢ଼ୀ ଆକାର ସଜ୍ଜିତ। ବାଉଁଶ ନିର୍ମିତ ପାତି ,ଚାଙ୍ଗୁଡ଼ି ଆବଦ୍ଧ କାଚ ଗ୍ୟାଲେରୀରେ ଦୃଶ୍ୟମାନ। ସହଜରେ ବୁଝିଲୁ। ସ୍ଥାନୀୟ ବରଗଡ଼ ଇଁରାଜୀ ବିଦ୍ୟାଳୟର କୁନି ଛାତ୍ର ଛାତ୍ରୀ ନିଜ ଶ୍ରେଣୀ ଶିକ୍ଷକ ଓ ଶକ୍ଷୟିତ୍ରୀ ଙ୍କ ତତ୍ୱବଧାନରେ ଭ୍ରମଣ କରୁଥିଲେ। ପ୍ରଥମ ଶ୍ରେଣୀ କ ,ଖ ଗ ସେକ୍ସନର ଛାତ୍ର ଯେମିତି ଧାଡ଼ିରେ କୁତ୍ରିମ ରେଳ ଗାଡ଼ିର ଭ୍ରମିତ ଦୃଶ୍ୟ ଦେଖିଲୁ। ଶ୍ରେଣୀ କକ୍ଷ ପାଠପଢା ଓ ବାହ୍ୟ ଦୃଶ୍ୟରୁ କଣ କଣ ଦେଖିଲେ ଓ ପଢିଲେ ନିଶ୍ଚୟ ଏକ ପ୍ରସଂସାର ପାତ୍ର। ଭ୍ରମଣ ପ୍ରୟାସ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ।
ପ୍ରସ୍ତର କାଷ୍ଠ ଭାସ୍କର୍ଯ୍ୟ (Stone and Wood Carving): କାଷ୍ଠର ଦେଉଳ ଆକୃତି ରଥ ଗେରୁଆ ରଙ୍ଗ ଖୁବ ଆକର୍ଶିତ! ଦଶାବତାର ,ଗଜାନନ ,ବୃଷଭ ,କ୍ରମିକ ସଂଖ୍ୟା ୪୭ ରୁ ୬୭ ପର୍ଯ୍ୟନ୍ତ ପ୍ରାୟ ୨୧ ଟି କାଷ୍ଠର ମୂର୍ତ୍ତି ଦେଖି ଚକିତ ହେଲୁ । ସବାରୀ ,ପାଲିଙ୍କି ,ପଲଙ୍କ ଦୋଳି, ଦ୍ୱାରା ,ମୟୂର ,ଗଜ ଖୋଦେଇ କାରୁକାର୍ଯ୍ୟ ଛୁପିଥିଲା। ଫରୁଆ ,କଣ୍ଢେଇ ,ପିତଲ  ,ଚଟୁ ,ବେଲଣା ବାଡ଼ି ଦେଖିଲୁ। ପ୍ରସ୍ତର ନିର୍ମିତ ମନ୍ଦିରର ଅବିକଳ ଛବି, ଭଗ୍ନଶିଳା ସ୍ଥାପତ୍ୟ ଖଣ୍ଡ ଗୁଡ଼ିକ ପ୍ରଦର୍ଶିତ। ଭାରି ମନଛୁଆଁ!
ଆଦିବାସୀ କଳାକୃତି (Tribal Crafts): ଆଦିବାସୀଙ୍କ ଦୈନନ୍ଦନ ଜୀବନର କାଠ ଢ଼ିଙ୍କି ,କୁଟା , କାଚ ବଖରାର ସଜେଇ ହୋଇଥିଲା। ଟାଙ୍ଗିଆ, ପର୍ଶୁରାମ ଅସ୍ତ୍ର , ଧନୁଶ,ତୀର ,ବଛା , ଅସ୍ତ୍ର ବ୍ୟବହାର ପଦାର୍ଥ ମନକୁ ପାଇଲା। ପାରମ୍ପାରିକ ଚାଙ୍ଗୁ ବାଦ୍ୟ ,ଢୋଲ,ଦଉଡ଼ିଆ ଖଟ ସଜ୍ଜିତ। . ପେଁକାଳି ଓ ବାସ ଓ ବସ୍ତ୍ର ଅଳଙ୍କାର , ନୃତ୍ୟର ପ୍ରତିଛବି କାନ୍ଥରେ ଉକୁଟି ମାରୁଥାଏ ।

ତନ୍ତବୁଣା କୌଶଳ ପ୍ରକୋଷ୍ଠ (Weaving):
ପୁରାତନ ଅସଲି ତନ୍ତ ଦେଖିଲୁ । ଅରଟ ସୁତା ଭେଣ୍ଡି, ସଟଲ, ପେଡ଼ାଳ, କତୁରୀ, ବୁଣିବା ଛୁଞ୍ଚି ସରଞ୍ଜାମ ଆଦି ପ୍ରଦର୍ଶିତ। ଅବଶ୍ୟ ବୁଣାକାର ଅପେକ୍ଷାରେ ସବୁ ଯେମିତି ଠିକ ଠାକ!

ହସ୍ତତନ୍ତ କଳା କୃତି: ବ୍ରହ୍ମପୁରୀ ପାଟ ,ସମ୍ବଲପୁରୀ, ବରପାଲି, ସୋନପୁରୀ, ପସାପାଲି, ମାଣିଆ ବନ୍ଧ, ନୁଆଁ ପାଟଣା ସୁତା ଓ ପାଟଶାଢ଼ୀ ଚତୁପାଶ୍ୱରେ ଟଙ୍ଗା ଯାଇଥିଲା।, ଝଲମଲ କୋଠରୀ !ମିନତୀ ଦୁଇ ବେଢା ପ୍ରଦକ୍ଷିଣ କରି ଫୋଟ ନେଇଥିଲେ।
ଜଗନ୍ନାଥ ସଂସ୍କୃତି କଳା (Culture of Lord Jagannath): ବିନା ଜୋତାରେ ପ୍ରଭୁ ଜଗନ୍ନାଥଙ୍କ ଅବିକଳ ସୁନାବେଶ ,ନବକଳେବର ,ବିଗ୍ରହ ଦର୍ଶନ କଲୁ। ପଟ୍ଟଦିଅଁ, ଗଜ ଦର୍ଶନ ,ଘୋଷଯାତ୍ରା ଭଗବାନ ବଳଭଦ୍ରଙ୍କ ତାଳ-ଧ୍ୱଜ,ମା ସୁଭଦ୍ରାଙ୍କ ଦର୍ପଦଳନ ଶ୍ରୀ ଜଗନ୍ନାଥଙ୍କ ନନ୍ଦି ଘୋଷ ରଥ ଜାଜୁଲ୍ୟମାନ! ମାଧ୍ୟାନ୍ନ ବେଳରେ ବୋକା ର୍ରେସ୍ତୁରାଣ୍ଟରେ ଲଘୁ ଭୋଜନର ମଜ୍ଜା ନେଲୁ ଅବଶ୍ୟ ମହଙ୍ଗା। ମୁକ୍ତ ଉଦ୍ୟାନର ଜଳକୁଣ୍ଡ ନିକଟରେ ପୁଳାଏ ଅମ୍ଳଜାନ ତା’ସଂଗକୁ ଆମ୍ର କାନନର ଛାୟାରେ ହାଇମାରି ଫୁର୍ତ୍ତି ଅନୁଭବକଲୁ ।
ଦୁହେଁ ମନ୍ଥର ଗତିରେ ମୁକ୍ତ ମଂଚ ଦେଖିଲୁ। ଯେଉଁଠି ଗୋଟି ପୁଅ ନୃତ୍ୟ ,ପରିବେଷଣ ହେଉଥାଏ। ଦର୍ଶକ ଗ୍ୟାଲେରୀ ଫାଙ୍କ ପଡ଼ିଥିଲା। ମୁକ୍ତ ଜଳ କୁଣ୍ଡ ସନ୍ନିକଟରେ ଆମେ ସେଲ୍ଫି ନେଲୁ। ଆମ୍ର କାନନ ସାରା ଅନେକ ପର୍ଯ୍ୟଟକ ପ୍ରାକୃତିକ ଦୃଶ୍ୟକୁ  ତିଳ ତିଳ କରି ଭୋଗ କରୁଥିଲେ।
କଳାଭୁମିର ନିରବ ଦ୍ରଷ୍ଠା (Souvenir Shop): ସ୍ୱଳ୍ପ ବାଟ ଚଲା ପରେ ସଭେନାର ଷ୍ଟଲ ଭିତରକୁ ପ୍ରବେଶ କଲୁ। ମିନତୀ ପୂଜା ସାମଗ୍ରୀ ପୋଷାକ ଚୟନରେ ବ୍ୟସ୍ତ। ନୀଳ ପୋଷାକରେ ରମଣୀ ମୁଖ୍ୟ ଆସନରେ ସଞ୍ଚାଳିତ କରୁଥିଲେ । ଅନ୍ୟ କର୍ମଚାରୀ ବିକ୍ରିବଟାର ଦୃଶ୍ୟ ଦେଖିଲୁ। ମ୍ୟାଡ଼ାମ ଜଣେ ଅଧ୍ୟାପିକା ପୁଣି ଟେରାକୋଟା ବିଭାଗର। ଶ୍ରୀମତୀ ପ୍ରିୟଙ୍କା ପାତ୍ର,କଳିଙ୍ଗ ନଗର ବାସିନ୍ଦା। ୨୦୦୯ ରେ ଏହି ଅନୁଷ୍ଠାନର ଛାତ୍ରୀ ରହିଥିଲେ। ତାଙ୍କ ସ୍ୱାମୀ ଅଧ୍ୟାପକ ତରୁଣ ତପନ ସାହୁ। ଏକ ଦୁର୍ଲଭ ମୁହୂର୍ତ୍ତ ତାଙ୍କ ସହ ଦେଖା ହେଲା ; ବକ୍ତବ୍ୟରେ ଟେରାକୋଟା ଇତି କଥା ବଖାଣୁ ଥିଲେ।ଏଠି ନିୟମିତ ୧ ବର୍ଷିଆ ୨ ବର୍ଷିଆ ଓ ୩ ବର୍ଷିଆ ପାଠ୍ୟକ୍ରମ ସହ ସ୍ଥାପତ୍ୟ ଶିବିର, କର୍ମଶାଳା ଆୟୋଜିତ କରାଯାଇଥାଏ  ଆମର ପାଦର ଧୂଳି ଖସି ଯାଇଥିଲା! ଆଲୋଚନା ଯେତିକି ରୋଚକ ପୂର୍ଣ୍ଣ ରହିଥିଲା ଚଳଣିରେ ଆଶଙ୍କା ସ୍ମରଣୀୟ।

ପିତା ଟେରାକୋଟାର ଶିଳ୍ପୀ, ଅଧ୍ୟାପକ ,ରାଜ୍ୟ ପୁରସ୍କାର ପ୍ରାପ୍ତ ଶ୍ରୀ ଦେବରାଜ ସାହୁ। ମାଟିର ରାଜା। ଓଡ଼ିଶା ହସ୍ତ କଳାର ଏକ ଜୀବନ୍ତ କାହାଣୀ! ଚିତ୍ରକଳା ସଂସ୍କୃତି ସ୍ଥାନୀୟଙ୍କ କଳାତ୍ମକତାର ଏକ ମୁକସାକ୍ଷୀ .ଆମେ ବିସ୍ମିତ ହେଲୁ !ଏକ ବନ୍ଧୁତା ପୂର୍ଣ୍ଣ ସାକ୍ଷାତ। ଶ୍ରୀମତୀ ଗାୟିତ୍ରୀ ମହାରଣା ଓ ଶ୍ରୀ ପଞ୍ଚାନନ ବାରିକ କର୍ମଚାରିଙ୍କ ଉତ୍ତମ ବ୍ୟବହାର ପାଇଁ ଜଗନ୍ନାଥ ସିକ୍ୟୁରିଟି ସେବା( ଜେଏସଏସ ) ଧନ୍ୟର ପାତ୍ର।ସଂଗ୍ରହାଳୟର ଉପଲବ୍ଧତା ରହିଛି । ଜନ କୁହନ୍ତି "ଭୁବନେଶ୍ୱର ଏକ ସଂଗ୍ରହାଳୟ ପୂର୍ଣ୍ଣ ନଗରୀ " (City of Museums) ଶିଳ୍ପୀ ବିହାର କଳା ଭୁମିରେ କଣ ନ ଦେଖୁଲୁ ?ଜ୍ଞାନର ଭଣ୍ଡାରରୁ ପୃଷ୍ଠା ଟିଏ ପଢ଼ିଲୁ। ଏକ ସ୍ମରଣୀୟ।

 (ରଚୟିତା -ଦିଲିପ କୁମାର ନାୟକ)

Comments

  1. Nice Article and Good Pictures!

    ReplyDelete
  2. Sir! You look like Himanchali with the topi on.

    ReplyDelete
  3. ବହୁତ ସୁନ୍ଦର ଲେଖାଟି ହୋଇଛି

    ReplyDelete
    Replies
    1. ଧନ୍ୟବାଦର ପାତ୍ରୀ ....

      Delete
  4. ବହୁତ ସୁନ୍ଦର ଲେଖା।

    ReplyDelete
    Replies
    1. ଅତୀବ ପ୍ରେରଣା ଦାୟକ ମତାମତ ପାଇଁ ଅଶେଷ ଧନ୍ୟବାଦ...

      Delete
  5. Replies
    1. ଶୁଭଙ୍କର ମତ ପାଇଁ ଆନ୍ତରିକ ଧନ୍ୟବାଦ....

      Delete
  6. nice one... good collection from KALABHOOMI, Bhubaneswar.

    ReplyDelete

Post a Comment