ସୋମାଲି ଦସ୍ୟୁ ରାଣୀର ଅକୁହା କାହାଣୀ- ପ୍ରଥମ ଭାଗ (ଗପ ସଂଖ୍ୟା -୮)

 



ପଞ୍ଚଦଶ ଶତାଦ୍ଦୀର ଇଜିପ୍ଟ ଫାରୋଙ୍କ ଆମନ୍ତ୍ରଣରେ ନାଦର ମଦୁରାଇ ପାଣ୍ଡ୍ୟା ରାଜାଙ୍କ ସାମୁଦ୍ରିକ ଯାତ୍ରା।। ଆମେନହୋଟେପ୍ ୪ର୍ଥ ଓ ମୁଦାଥିରୁ ମାରାନ ମଧ୍ୟରେ ବାଣିଜ୍ୟ ଚୁକ୍ତିର ନୁଆଁ ଦିଶା। ଯାତ୍ରାଟି ଯେତିକି ରୋମାଞ୍ଚକର ସ୍ବର୍ଶକାତର ସମପରିମାଣ ଛାତିଥରା ଘନେଇଥିଲା।


ନାଦର ମଦୁରାଇ -୧୪୯୮,ଅଭିଯାନରେ ମହାରାଣୀ,ମହାମନ୍ତ୍ରୀ ବଛା ବଛା ସିପାହୀ ଓ ଉପହାର ଗଛିତ ଥାଏ। ପାହାନ୍ତି ଆକାଶରେ କମଳା, ଗୋଲାପୀ ରଙ୍ଗରେ ରାଜା ରାଣୀ ବିମୋହିତ। ଚପଳ ତରଙ୍ଗ ଦେଇ ଗତି କରୁଥିଲା। ମହାସାଗର ଜୀବନ୍ତ ରଙ୍ଗକୁ ପ୍ରତିଫଳିତ କରି ଏକ ଯାଦୁକରୀ ଦର୍ପଣସୃଷ୍ଟି କରୁଥିଲା। ରାମେଶ୍ୱରମ ଧନୁଷକୁଡ଼ି ଶ୍ରୀରାମଙ୍କ ସେତୁବନ୍ଧକୁ ପ୍ରଣାମ ଜଣାଇଲେ। ସିଂହଳକୁ ବହୁ ପଛରେ ଛାଡ଼ିଥିଲେ। ଆକାଶ ଜ୍ୱଳନ୍ତ ଲାଲ, ସୁବର୍ଣ୍ଣ ହଳଦୀର କାନଭାସରେ ପରିଣତ ହେଲା ।

ଗୋଲାପ ଏବଂ ଭାରତୀୟ ସାଗର ଜଳକୁ ଏକ ମିଶ୍ରିତ ରଙ୍ଗରେ ସତେଜ କଲା। ବ୍ଳଊ ଭେଲ,ଟୁନା ମାଛ ସନ୍ତରଣ! ଚମତ୍କାର ସୂର୍ଯ୍ୟାସ୍ତ! ,ଅମାନିଆ ତରଙ୍ଗର ଫାଜଲାମୀ ବେଳକୁ ବେଳ ଡ଼ରାଇଥିଲା। ଯାତ୍ରା ଆଗକୁ ନ’ବଢ଼ାଇ ବିଶ୍ରାମ ପାଇଁ ମହାମନ୍ତ୍ରୀ ରାଜାଙ୍କୁ ଅବଗତ କଲେ। ମାଳଦ୍ଵୀପ ରାଜବାଟୀ ରାତ୍ର ଶିବିରରେ ଥକ୍କାପଣ ମେଣ୍ଟାଇଲେ। ରାଜବାଟୀର ଚତୁଃପାର୍ଶ୍ୱରେ ନିଆଁ  ହୁଳା କଟୁଆଳ ରାତ୍ର ସାରା କିଟିକିଟି ଅନ୍ଧାରରେ ପ୍ରହରା ଦେଇଥିଲେ। ଶତ୍ରୁ ଆକ୍ରମଣର ଭୟ ଥିଲା! ଝିଙ୍କାରିର ଶବଦରେ ପ୍ରହରୀ ପିଳେହି ପାଣି ! ପାହାନ୍ତାରେ ଶୃଗାଳ ଦଳ ହୁକେ ହୋ ରାଣୀମା ସେତେବେଳକୁ ପଲଙ୍କରୁ ଅପସରି ଯାଇଥିଲେ । ସହଚରୀ ଦୁହେଁ ମହାରାଣୀଙ୍କ ସାଜ ସଜାରେ ମନଦେଇଥିଲେ। ଜାହାଜ ତନଖି ନେଉଥିଲେ। ମହାମନ୍ତ୍ରୀ ଇଙ୍ଗିତରେ ମାଳଦ୍ୱୀପ ସତେଜ ହୋଇପଡ଼ିଲା।

ଜାହାଜର ପ୍ରାନ୍ତ ଅଂଶଟିରେ ଜଳ ପିଟି ହେଉଥିଲା। ଉଛୁଳା ଢେଉ ଆଘାତରେ ଛାତି ଥରି ଉଠୁଥାଏ। ରାଜ ଦମ୍ପତିଙ୍କ ପ୍ରଥମ ସାମୁଦ୍ରିକ ଜଳ ଯାତ୍ରା ରହିଥାଏ।। ଆରବ ସାଗରରେ ସମୁଦ୍ର ସର୍ପ ,ସମୁଦ୍ର କଚ୍ଛପ ,ବିଳିସ ମାଛ ମୁକସାକ୍ଷୀ ! ଲୋହିତ ସାଗର ମଝି ଦରିଆରେ ଡ଼ଲଫିନ ,ରିଫମାଛ ଲୁଚା ଛୁପା ସନ୍ତରଣରେ ମୁଦୁରାଇ ୧୪୯୮ ଜାହାଜ ଭାସମାନ ମୁଦ୍ରାରେ ବଢ଼ୁଥିଲା ।




ସ୍ୱଚ୍ଛ ଦିନର ଆକାଶ ଉଜ୍ଜ୍ୱଳ। ପ୍ରକୃତିର ଜଳରାଶି ଅନନ୍ତ! ଅତିନିକଟରୁ ସ୍ପର୍ଶ କରୁଥିଲା । ଜଳ ନାଲି ରହିଥିଲା! ୧୪୯୮ ଜାହାଜ ଆଫ୍ରିକୀୟ ଦେଶ କତିରେ ପ୍ରଖର ବେଗରେ ସାଗର ଜଳକୁ ୨ ଭାଗରେ ବିଭକ୍ତ କରି ଭାସୁଥିଲା। ନାବିକ ଦ୍ବୟ ମଙ୍ଗ ସଳଖୁଥିଲେ। ଦୁହେଁ ମହାରାଜା ମହାରାଣୀ ଆଶ୍ଚର୍ଯ୍ୟ ପ୍ରକଟ କଲେ। ମହାମନ୍ତ୍ରୀ ନାୟକ ଲୋହିତ ସାଗର କାହାଣୀ ଶୁଣାଇ ଚାଲିଥିଲେ । ସଂକୀର୍ଣ୍ଣ ପଥ। ସୋମାଲି ,ଗୌଲ୍ଫ ଅଫଏଡେନ ଅଂଚଳରେ ପାରମ୍ପରିକ କାଠ ଡଙ୍ଗାରେ ମାଛ ଅମଳ ଦୃଶ୍ୟ ନଜରରେ ପରିସର ନିୟନ୍ତ୍ରଣକୁ ଫେରିଥିଲେ। ଅକାତ କାତ ଗଭୀର ବିସ୍ତୁତ ଜଳରାଶି ,ସିଂହାସନରେ ବିମୋହିନୀ।

ପ୍ରକୃତିର ନୀଳ ସାଗରକୁ ଦୁହେଁ ପ୍ରେମ କରି ବସିଲେ। ସେ ଦିନ ଢେଉର ଉଛୁଳା ଜଳ କାହିଁକି କେଜାଣି ରାଣୀଙ୍କ କୋଳରେ ଛିଟିକା ବାର ବାର ସ୍ପର୍ଶ କରୁଥିଲା ! ଆରବ ସାଗର କନ୍ୟା ବୋଧେ ନିମନ୍ତ୍ରଣ କରୁଥିଲେ,ତାଙ୍କ ପ୍ରିୟ ନାଦର ରାଇଜର ରାଣୀଙ୍କୁ । ବୋଧେ ଅପୂର୍ବ ସୁନ୍ଦରମୟୀଙ୍କ ସୁନ୍ଦରତାକୁ ଭୁରିଭୁରି ପ୍ରଶଂସା କରୁଥିଲେ

କିଏ ଜାଣେ ସାଗର କନ୍ୟା ରାଣୀଙ୍କ ସମ୍ପର୍କ ବୋଧେ ନୈସର୍ଗିକ ହୋଇଥିବ। ମହାରାଜା ବହୁ ସମୟ ନଜର ପକାଇଥିଲେ। ରାଣୀମା ଲାଜେଇ ଯାଇଥିଲେ। ଜାହାଜର ପତାକା ଫରଫର ଉଡୁଥାଏ। ବାଣିଜ୍ୟ ଯାତ୍ରା-୧୪୯୮ ଇଜିପ୍ଟି ଦେଶକୁ କିପରି ଛୁଇଁବା ଲକ୍ଷ୍ୟ ରହିଥାଏ। ଏକାଧିକ ପୋତାଶ୍ରୟରେ ଟିକି ନିଖି ଯାଞ୍ଚ କରି ଜଳ ଯାତ୍ରା ବଢ଼ୁଥିଲା । ଲୋହିତ ସାଗରରେ ଯାତ୍ରା ଅବିରାମ ଗତିରେ ଜାହାଜ ଭାସୁଥାଏ। ଝଡ ସାମୁଦ୍ରିକ ତୋଫାନ ସାଙ୍ଗକୁ ଜଳଦସ୍ୟୁଙ୍କ ଲୁଣ୍ଠନ ଡ଼କାୟତିର ଭୟ ମୁଖ୍ୟ ନାବିକ ଚିନ୍ତାରେ!

ଦିନଟି ଇଥୋପିଆ ,ୟେମେନ ପରେ ଇଜିପ୍ଟି ଲକ୍ଷ୍ୟ। ପାଣ୍ଡ୍ୟା ରାଜାଙ୍କୁ ସ୍ୱାଗତ ଦାୟିତ୍ୱରେ ଜର୍ଜିଆ। ସୋଖନା ବନ୍ଦରରେ ସିପାହୀ ପଇଁତରା ମାରୁଥିଲେ। କୂଳରେ ଶୁଭ ସଂକେତ! ଡ୍ରମ ,ତୁରୀ ,ବୀଣା, ସୁଫି ଜ଼ିକ୍ରି ବାଜା ବାଜଣାରେ ଉଛୁଳି ପଡ଼ିଲା । ନାଦର ମଦୁରାଇ -୧୪୯୮ ଲୋହିତ ସାଗର ଜଳରେ ଗର୍ଜନ କରି ଉଠିଲା । ବିଦେଶୀ ଜାହାଜରୁ ମାଲ ପରିବହନ ଦେଖିବାକୁ ମିଳିଲା।




ମୁସଲିମଙ୍କ ପାଇଜାମା କୁର୍ତ୍ତା ବନ୍ଦରକୁ ଆକର୍ଷିତ କରୁଥିଲା। ମହିଳା ଘୂଂଘଟରେ ଆବଦ୍ଧ! ଇଜିପ୍ଟି ରମଣୀଙ୍କ ରକ୍ଷଣଶୀଳତା। ଗଲବୀୟା ହୁଗୁଳା ଦୀର୍ଘ ସାର୍ଟ ପରିଧାନ କରିଥିଲେ। ହିଜବ! ମଦୁରାଇ ରାଣୀଙ୍କ ମନକୁ ଆଘାତ ଦେଇଥିଲା।

ଅଶ୍ୱ ଯୋଚା ଗାଡ଼ିରେ ଇଜିପ୍ଟି ପ୍ରସାଦକୁ ପାଛୋଡ଼ି ନେଇଥିଲେ। ଫାରୋ ଓ ରାଜା ପରସ୍ପର କରମର୍ଦ୍ଦନ ସହଯୋଗ ଭାବପ୍ରକଟ କଲେ।

ଇଜିପ୍ଟ ରାଜଙ୍କ ପାରମ୍ପରିକ ଉଆସ ଏବଂ ମନ୍ଦିର ଶୋଭା ପାଉଥିଲା । ମାଲକାଟା ଥିବସ୍ ନୀଳନଦୀର ପଶ୍ଚିମ କୂଳରେ ଏକ ବିସ୍ତୃତ ସିଂହାସନ କୋଠରୀ।ଉଦ୍ୟାନ ସହରକୁ ଦୁର୍ଲଭ ରୂପରେ ସଜେଇଥିଲା। କାରନାକ ମନ୍ଦିର ଓ ଫାରୋଙ୍କ ପ୍ରାସାଦ ଉଙ୍କିମାରୁଥିଲା।

ରାତ୍ର ଭୋଜନରେ ନିରାମିଷ ବ୍ୟଞ୍ଜନ ରୋଟୀ ଫଳ,କ୍ଷୀର ,ମହୁ ,ମଳଖିଆସ ,ସ୍ପଘେତ୍ତି,ଚର୍ବଣର। ଆମିଷ ଖାଦ୍ୟ ମାଂସ,ମାଛ, ଅଣ୍ଡା ,ଚିକେନ, ଆଦି ପରସା ଯାଇଥିଲା। ସୋମରସ ପାନୀୟ ,ଚକୋଲେଟ  ଅତରିକ୍ତ ସେବା ରହିଥିଲା।

ଜୀବନ୍ତ ସ୍ଥଳ ନୁହେଁ ବରଂ ଶକ୍ତି ଏବଂପ୍ରଶାସନର କେନ୍ଦ୍ର ଭାବରେ କାର୍ଯ୍ୟ କରିଥିଲା। ମେମ୍ଫିସରେ ଗ୍ରେଟ୍ ରୟାଲ୍ ପ୍ୟାଲେସ୍! ବିଶାଳ ପ୍ରାସାଦ ଫାରୋ ପରିବାରଙ୍କ ଉଆସ। ଫାରୋ ଆମେନହୋଟେପ୍ ୨ୟ ଦ୍ୱାରା ନିର୍ମିତ। ପ୍ରାଚୀନ କଳାକୃତି ବୃହତ୍ତ ସ୍ତମ୍ବ ମାନଙ୍କରେ ମେଣ୍ଢାର ମୂର୍ତ୍ତିମାନ ଉକୁଟି ମାରୁଥିଲା।

୩ୟ ଦିନ ଫାରୋ ଓ ମଦୁରାଇ ରାଜାଙ୍କ ଐତିହାସିକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ। ଯାତ୍ରାର ସଫଳତାର ଦ୍ୱାର ପରିସ୍କାର  ହେଲା। ଅବଧି କାଳ ୧୦ ବର୍ଷ। ରୁପା,ବସ୍ତ୍ର ଆଦି ମଦୁରାଇରୁ ରପ୍ତାନି ଓ ତେଲ ,ଡ୍ରାଏ ଫୁଡ, ଚୁନ ପଥର ,ଗନ୍ଧକ ଇଜିପ୍ଟିରୁ ଆମଦାନୀ ଆଦି ଉଲ୍ଳେଖିତ। ମହାମନ୍ତ୍ରୀ ନାୟକ ଦସ୍ତାବିଜ ଆଦାନ ପ୍ରଦାନ କଲେ।

ଅନ୍ତିମ ଦିନ ଲଘୁ ଭ୍ରମଣ କାର୍ଯ୍ୟକ୍ରମ ଥାଏ । ଅଶ୍ୱ ସଂଯୋଜିତ ଯାନରେ ଗୀର୍ଜା, ପିରାମିଡ଼ ,ସଂଗ୍ରହାଳୟ, ଦୁର୍ଗଡ଼ ଲୋହିତ ସାଗର ସିନୋଇ, ଲକ୍ସର ରାଜନ୍ୟବର୍ଗଙ୍କ ଉପତ୍ୟକା ,ପ୍ରସିଦ୍ଧ ତୁଟାଁଖମେନ ତାଲିକା ଭୁକ୍ତ। ଇଜିପ୍ଟ ଦେଶ ଭ୍ରମଣ ଯେପରି ଅଧୁରା ରହିଯିବ! ସେଥିପ୍ରତି ରାଜକୀୟ ଆତିଥ୍ୟର କମି ନଥିଲା। ସକାଳ ଓଳି ସହଚରୀଙ୍କ ମେଳରେ ବୁଲିଥିଲେ। ମଧ୍ୟାନ୍ନ ଭୋଜନ ନୀଳନଦୀ ଉପତ୍ୟକାରେ ଆୟୋଜିତ । ଯେଉଁଥିରେ ଉଭୟେ ରାଜ ପରିବାର ଯୋଗ ଦେଇଥିଲେ ।

ଉପରଓଳି ନୀଳ ନଦୀ ,ଉପତ୍ୟକା , ରସ ମହମଦ ଉଦ୍ୟାନ ,ଆବୁ ସିମବଲ ମନ୍ଦିର ସମୂହ ,ଖାଁଏଇ ଖାଲିଲି ,ବୃହତ ସ୍ପିଙ୍କସ ବୁଲି ଆନନ୍ଦିତ ହୋଇଥିଲେ। ଇଜିପ୍ଟିର କଳା ଓ ଭାସ୍କର୍ଯ୍ୟ ପ୍ରତି ଭୁୟସୀ ପ୍ରସଂଶା କରିଥିଲେ।

ଲେଉଟାଣି ଯାତ୍ରା ଶୁଭ ବୁଧବାର ରହିଥାଏ। ପ୍ରଫୁଲ୍ଲିତ। ବର୍ଣ୍ଣାଢ୍ୟ ପରିବେଶରେ ନାଦର ରାଜା ରାଣୀକୁ କାଇରୋ ସହରରେ ବିଦାୟୀ ସଭା ଆୟୋଜିତ କରିଥିଲେ ।



ରାଜପରିବାର "ଲେଡି ଅଫ ଟୁ ଲ୍ୟାଣ୍ଡ ",ମହାରାଣୀ ଓ "ସାଇଟଣେଶ୍ୱସୂ" ରାଜକୁମାରୀ ଯୋଗଦେଇଥିଲେ। ରାଜକୀୟ ଖାଦ୍ୟ ସହ ହ୍ୱିଲଡନ ଦୁର୍ଲଭ ଜଳ ପିଇବାକୁ ଦେଇଥିଲେ। ଗୋଟିଏ ବଗିଚା ସହ ଏକ ଦୁର୍ମୁଲ୍ୟ ପ୍ରସାଦ ଉପହାର ପ୍ରଦାନ କଲେ। ପ୍ରତିବଦଳରେ ମାଲ୍ୟା ଦ୍ଵୀପରେ ରହଣି ପାଇଁ "ସାଇଟଣେଶ୍ୱସୂ" ରାଜକୁମାରୀଙ୍କୁ ଉପହାର ଘୋଷଣା  କରିଥିଲେ। ଉପହାର ପ୍ରଦାନରେ ଚକିତ ଏକ କେନ୍ଦ୍ର ବିନ୍ଦୁ ପାଲଟିଥିଲା। ଆଡେନ୍ ଗଲ୍ଫର ଜାହାଜ ଆଶାର ପାଣିପାଗ ମୁଖମଣ୍ଡଳରେ ନିରନ୍ତର ସୂର୍ଯ୍ୟ ପ୍ରହାର କଲା। ନିୟତିର ନୀତିରେ ଢେଉ ପଥ ଦେଖାଉଥିଲା। ମନ୍ତ୍ରୀ କଟୁଆଳ ଯେମିତି ସେମିତି ରହିଥିଲେ। ଈଶ୍ୱରଙ୍କ ନିଆରା ରଚନା ଥିଲା।

ସୋମାଲିଆ ଉତ୍ତରରେ ଆଡେନ୍ ଗଲ୍ଫ୍, ଉତ୍ତର ପୂର୍ବରେ ଗୁଆର୍ଡଫୁଇ ଚ୍ୟାନେଲ୍ ଏବଂ ପୂର୍ବରେ ଭାରତ ମହାସାଗର। ପ୍ରାୟ ୩୩୩୩ କିଲୋମିଟର ଆଫ୍ରିକାର ଦୀର୍ଘତମ ଉପକୂଳବର୍ତ୍ତୀ। ସୁଏଜ୍ ଗଲ୍ଫ୍, ଶର୍ମେଲ-ଶେଖ ଏବଂ ଏଲାଟ୍ ଗଲ୍ଫର ପ୍ରବେଶ ଦ୍ୱାରକୁ ନିୟନ୍ତ୍ରଣ କରେ।

ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅବରୋଧ ଏବଂ ଡକାୟତିକୁ ସୁଯୋଗ ଦେଇଥାଏ । ସଶସ୍ତ୍ର ଡକାୟତି ,ଆଞ୍ଚଳିକ କୂଳରେ ଘଟେ। ଦକ୍ଷିଣ ପୂର୍ବ ଏସିଆ,ଆଫ୍ରିକାର ହର୍ନ୍, କାରିବିଆନ୍ଏବଂ ଗୁଇନିଆ ଗଲ୍ଫ ଡକାୟତିର ଅମରାବତୀ। ମାଲ ପରିବହନ ଜାହାଜ ନଥିଲା। ପୂର୍ବ ବର୍ଷ ସାମୁଦ୍ରିକ ଜଳ ପଥରେ ଦୁର୍ଦ୍ଧାନ୍ତ ଜଳ ଦସ୍ୟୁଙ୍କ ଡ଼କାୟତି ଲୁଣ୍ଠନ ହୋଇଥିଲା। ଖଡ୍ଗ , ତୀର ,ବନ୍ଧୁକ ନେଇ ଜାହାଜକୁ ଘେରି ରହିଲେ। ନାଦର ମଦୁରାଇ -୧୪୯୮ , ଜାହାଜ ସୋମାଲି ଦସ୍ୟୁ ରାଣୀ ସୋଫିଆଙ୍କ ଗ୍ୟାଙ୍ଗ କବଳରେ ଫସିଯାଇଥିଲା। ସୂର୍ଯ୍ୟ ଆଲୋକରେ ଲୋହିତ ସାଗର ପ୍ରତିଟି ଜଳ କଣିକା ଚୁମୁଥାଏ।


ସୋମାଲି ଦସ୍ୟୁ ରାଣୀର ଅକୁହା କାହାଣୀ-ପ୍ରଥମ ଭାଗ (ଗପ ସଂଖ୍ୟା -୮)
(ରଚୟିତା-ଦିଲିପ କୁମାର ନାୟକ)



Comments

Post a Comment