ଚନ୍ଦ୍ର ରାଇଜରେ ଆମ ଘର - ଶେଷ ଭାଗ (ଗଳ୍ପ ସଂଖ୍ୟା -୭)

 


ପରିଚିତ ଆକାଶ ଦୋଳିରେ ଝୁଲୁଥିଲେ। ଅଲୋଡ଼ା ମିଞ୍ଜିମିଞ୍ଜି ବିଦ୍ୟୁତ ବଲ୍ବ । ଗେଲି ନାତୁଣୀ ଭାରତୀ ନାତି ଭରତ କର୍ଣ୍ଣଡେ଼ରୀ ଅକୁହା ଗପକୁ ଶୁଣିବାକୁ ବସିଲେ। ଭାରତୀ ପ୍ରଶ୍ନ କରୁଥିଲା ତା’ସାନଭାଇ ମୁଣ୍ଡ ଟୁଙ୍ଗାରୁ ଥିଲା।

୩.ପ୍ରଶ୍ନ : ମାମୁଁଙ୍କ ଘରକୁ କିଏ କିଏ ଯାଇଥିଲେ?

ଉତ୍ତର :ହଁ ହଁ ଡଜନେ ବୁଲା ବୁଲିକରି ବାହୁଡ଼ିଲେଣି। ମାମୁଁ ଉପହାର ଦେଇଛନ୍ତି।। ଯୁକ୍ତରାଷ୍ଟ୍ର  ଆମେରିକାର ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଏବଂ ହାରିସନ୍ ସ୍ମିଥ । ଆପୋଲୋ କାର୍ଯ୍ୟକ୍ରମର ଜୁଲାଇ ୧୯୬୯ ରୁ ୧ ଡିସେମ୍ବର ୧୯୭୨ ମଧ୍ୟରେ ମହାକାଶଚାରୀ ସଦସ୍ୟ ଚନ୍ଦ୍ର ଅବତରଣ କରିଥିଲେ। ୧୨ ଆମେରିକୀୟ ମହାକାଶଚାରୀ ପୁରୁଷ ଚନ୍ଦ୍ରପୃଷ୍ଠରେ ପାଦ ଥାପିଲେ ।

ସ୍କ୍ୱାର୍ଡନ୍ ଲିଡ଼ର ରାକେଶ ଶର୍ମା ପ୍ରଥମ ଭାରତୀୟ ୧୯୮୪ରେ ମହାକାଶ ଭ୍ରମଣ ନୂଆ କାହାଣୀ ଯୋଡି ହୋଇଥିଲା। କଳ୍ପନା ଚାୱଲା, ସୁନୀତା ୱିଲିୟମ୍ସ, ଏବଂ ସିରିଶା ବ୍ୟାଣ୍ଡଲା ଆମେରିକାର ମୂଳ ନାଗରିକ। ଗୋପୀ ପୃଥିବୀର ବାୟୁମଣ୍ଡଳକୁ ଭାଙ୍ଗି ଶୂନ୍ୟ-ମାଧ୍ୟାକର୍ଷଣ ସ୍ଥାନକୁ ପ୍ରବେଶ କରିବା ପ୍ରଥମ ଭାରତ ଜନ୍ମିତ ମହାକାଶ ପର୍ଯ୍ୟଟକ ଭାବେ ପରିଚିତ।

ମୋ ନାତି ନାତୁଣୀ କେବେ ଯିବେ? ଆଜି ହିଁ ଚିନ୍ତାକର! ଦୁହେଁ ଫିରିକିନା ହସି ଦେଲେ! ପ୍ରଶ୍ନ ଉତ୍ତର ଗପ ରସାଳ ପୂର୍ଣ୍ଣ କରୁଥିଲା । ଏକାଗ୍ରତା ଚିତ୍ତରେ ଆଈମା କାହାଣୀକୁ ସତେଜ କରୁଥିଲେ। ଚାନ୍ଦକୁ ଚାହିଁ ପୁଣି ଗପକୁ ଶାଣିତ କଲେ।

୪. ପ୍ରଶ୍ନ : ସୌର ମଣ୍ଡଳ ଗ୍ରହ ପରିବାର ସଂଖ୍ୟା କେତେ?

ଉତ୍ତର :ବୈଜ୍ଞାନିକମତ, ସଂଖ୍ୟା ଯାଇ ୮ରେ ପହଂଚିଛି। ବୁଧ,ଶୁକ୍ର,ପୃଥିବୀ,ମଙ୍ଗଳ ,ବୃହସ୍ପତି , ଶନି ,ଅରୁଣ ,ବରୁ ,ଅସଂଖ୍ୟ ତାରା!

“ସୌର ମଣ୍ଡଳ ବୀଘଟନରେ ଗ୍ରହ ସଂଖ୍ୟା ବୃଦ୍ଧି ଘଟୁଛି। ମତ ବିବାଦ ଲାଗି ରହିଛି! ମନୁଷ୍ୟ ଓ ପଶୁ ,ପ୍ରକୃତି ସମ୍ପର୍କ ପରି ଗ୍ରହ ମଧ୍ୟରେ ସମ୍ପର୍କ ଖଟ୍ଟା ମିଠା ରହିଛି ? କିଏତ ପ୍ରେମର ପ୍ରତୀକ,ଅବା ଗୁରୁଶ୍ରେଷ୍ଠ ,ଈଶ୍ୱର ,ବଳି ପଡିଲେ ଦାନବ! “

୫. ପ୍ରଶ୍ନ: ଚନ୍ଦ୍ର କଣ ? ଆବିଷ୍କାର କିଏ କଲେ?

ଉତ୍ତର : ଚନ୍ଦ୍ର ପୃଥିବୀର ଏକ ପ୍ରାକୃତିକ ଉପଗ୍ରହ। ମଙ୍ଗଳଗ୍ରହ ଆକାରର ବସ୍ତୁ ପୃଥିବୀ ସହିତ ଧକ୍କା ହୋଇଥିଲା। ପୃଥିବୀର ଚାରିପାଖ କକ୍ଷ ପଥରେ ବହୁ ପରିମାଣର ପଦାର୍ଥ ନିର୍ଗତ କରିଥିଲା। ଶେଷରେ ଚନ୍ଦ୍ର ଜନ୍ମ ନେଲା । ଇଂରାଜୀ ଜ୍ୟୋତିର୍ବିଜ୍ଞାନ ଥୋମାସ୍ ହ୍ୟାରିଟ୍, ୧୫୬୦- ୧୬୨୧ ଟେଲିସ୍କୋପ ମାଧ୍ୟମରେ ଚନ୍ଦ୍ରର ପ୍ରଥମ ରେକର୍ଡ କରାଯାଇଥିବା ପର୍ଯ୍ୟବେକ୍ଷଣ ଗୁଡିକ ଜୁଲାଇ ୧୬୦୯ ରେ ଗାଲିଲିଓ ଙ୍କ ଏକ ମାସ ପୂର୍ବରୁ ଲୋକଲୋଚନକୁ ଆଣିଥିଲେ । ଗାଲିଲିଓଙ୍କ ଅପେକ୍ଷା ବିସ୍ତୃତ।

୬.ପ୍ରଶ୍ନ:ଚନ୍ଦ୍ରର ପରିବେଶ ଅଛି କି? ପର୍ଯ୍ୟାୟ ଗୁଡିକ କଣ କଣ?

ଉତ୍ତର : ହଁ ହଁ ,ଏକ ଅତି ପତଳା ବାତାବରଣ ରହିଛି । ଯାହାକୁ ବାହ୍ୟଜଗତ କୁହାଯାଏ । ପୃଥିବୀର ବାୟୁମଣ୍ଡଳ ଅପେକ୍ଷା ଏହି ଏକ୍ସୋସଫର ବହୁତ କମ୍ ଘନ ଅଟେ ଏବଂ ମୁଖ୍ୟତ ହାଇଡ୍ରୋଜେନ, ହିଲିୟମ୍ ଏବଂ ଆର୍ଗନ୍ କୁ ନେଇ ଗଠିତ ଚନ୍ଦ୍ରର ପର୍ଯ୍ୟାୟଗୁଡ଼ିକ ବିଭିନ୍ନ ଆକୃତି ଦେଖୁ । ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ରର ପରିବର୍ତ୍ତନ ସ୍ଥିତି ଦ୍ୱାରା ପର୍ଯ୍ୟାୟଗୁଡ଼ିକ ସମ୍ଭବପର ହୋଇଥାଏ । ଚନ୍ଦ୍ରର ୪ ଟି ପର୍ଯ୍ୟାୟ ,ଅମାବାସ୍ୟା, ପ୍ରଥମ ତ୍ରୟମାସିକ ଚନ୍ଦ୍ର, ପୂର୍ଣ୍ଣଚନ୍ଦ୍ର ଏବଂ ଗତ,ତ୍ରୟମାସିକ ଚନ୍ଦ୍ର ବର୍ଣ୍ଣିତ ।

ମୁକୁଳା ରାତ୍ରର ଆକାଶରେ କେତେବେଳେ ନାଚି ନାଚି ମନ୍ଥର ଗତିରେ  ଆସୁଥାଏ । କେତେବେଳେ ମେଘ ଖଣ୍ଡ ଖଣ୍ଡ ଓଢଣୀ ତଳେ ମୁହଁ ଲୁଚାଉଥିଲା ଲାଜୁ କୁଳି ଲତାପରି । ଦେଖୁନ ଉପରକୁ ଜହ୍ନ ଲୁଚିଛି ! ଗଲା ସପ୍ତାହରେ ଖଣ୍ଡିଆ ବିସ୍କୁଟ ପରି ଆକାର ଥିଲା ।


୭. ପ୍ରଶ୍ନ ଚନ୍ଦ୍ର ରେ ଜଳ ଅଛି କି? ତାତି କେମିତି?

ଉତ୍ତର : ଚନ୍ଦ୍ରରେ ବରଫ ସ୍ଥାୟୀ ଛାୟା କ୍ରାଟରରେ ଅବସ୍ଥିତ ବୋଲି ଅନୁମାନ କରାଯାଏ। ଚନ୍ଦ୍ରର ପୃଷ୍ଠଟି କ୍ରାଟର, ଅନ୍ଧକାର ସମତଳ ଏବଂ ଉଚ୍ଚଭୂମିରେ ଆବୃତ, ଆଷ୍ଟେରଏଡ ଏବଂ ଧୁମିର ପ୍ରଭାବ ଦ୍ୱାରା କ୍ରାଟରଗୁଡିକ ସୃଷ୍ଟି ,ଉଚ୍ଚଭୂମି ଚନ୍ଦ୍ର ପୃଷ୍ଠର ପୁରାତନ ଅଂଶ ଏବଂ ଅବହେଳିତ ପ୍ରସ୍ତର ଅନୁମାନ କରାଯାଏ। ମାଧ୍ୟାକର୍ଷଣ ପୃଥିବୀର ଅକ୍ଷକୁ ସ୍ଥିର କରିବାରେ ସାହାଯ୍ୟ । ଜଳବାୟୁକୁ ନିୟନ୍ତ୍ରଣ ଓ ଜୁଆର ସୃଷ୍ଟି କରେ। ଚନ୍ଦ୍ରର ସୂର୍ଯ୍ୟକିରଣ ପାର୍ଶ୍ୱରେ ତାପମାତ୍ରା ୨୬୦ ଡିଗ୍ରୀ ଫାରେନ୍ ହାଇଟ୍ ୧୨୭ ଡିଗ୍ରୀ  ସେଲିସିୟସ ପର୍ଯ୍ୟନ୍ତ ପହଞ୍ଚିପାରେ। ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱରେ ବିଯୁକ୍ତ ୨୮୦ ଡିଗ୍ରୀ ଫାରେନ୍ ହାଇଟ୍ ବିଯୁକ୍ତ ୧୭୩ ଡିଗ୍ରୀ  ସେଲିସିୟସକୁ  ଖସିପାରେ।

୮. ପ୍ରଶ୍ନ : ଆମେ ଚନ୍ଦ୍ରରେ ବଞ୍ଚିପାରିବା ! ନିକଟତର କିଏ ?

ଉତ୍ତର : ହଁ ହଁ ସବୁ ନେଇକି ଯିବାକୁ ପଡ଼ିବ! ଚନ୍ଦ୍ର ଭୂତଳର ୪୦ପ୍ରତିଶତ ଅମ୍ଳଜାନରେ ଗଠିତ। ଲିଥୋଫାଇଲ୍ ,ଆଲୁମିନିୟମ୍, ଟାଇଟାନିୟମ୍ ଚନ୍ଦ୍ରରେ ବିରଳ, ଅସଙ୍ଗତ, ଭବିଷ୍ୟତରେ ମନୁଷ୍ୟମାନେ ଚନ୍ଦ୍ରରେ ବଞ୍ଚିପାରନ୍ତି । ଅନେକଗୁଡ଼ିଏ ସମସ୍ୟା ରହିଛି ଯାହାକୁ ଦୂର କରିବାକୁ ପଡିବ! କଠିନ ପରିବେଶ ଏବଂ ସମ୍ବଳ ଅଭାବ। ଆମ ପୃଥିବୀରେ ଥରୁଟିଏ ବୁଲିବା ପାଇଁ ଚନ୍ଦ୍ରକୁ ୭.୩ ଦିନ ଅବଧି ଲାଗିବ। ଇକ୍ୟୁଏଡର୍ ଚନ୍ଦ୍ରର ଅତି ନିକଟତର ।

୯ . ପ୍ରଶ୍ନ : ପୂନେଇଁ ଜହ୍ନର କି’ପ୍ରଭାଵ ପଡେ ?

ଉତ୍ତର : ପ୍ରକୃତରେ ଯାଦୁକର ସମୟ। ପୂର୍ଣ୍ଣିମା ସମୟରେ, ଭାବନା, ଉଭୟ ସକରାତ୍ମକ ଏବଂ ନକାରାତ୍ମକ, ଘନିଷ୍ଠତା ବୃଦ୍ଧି ଘଟିବାର ସମ୍ଭାବନା ଥାଏ। ଉତ୍ସାହ ଏବଂ ଫଳର ଏକ ସମୟ।

ଆଜି ତା' ଆଲୁଅରେ ଫୁଲେଇ ଗର୍ବ କରୁଛି। ତାରାକୁ ଗିଳିଛି! ତାରାଖିଆ ଜହ୍ନ ଆସିଛି ! ଅପ୍ରମିତ ଯୁବଯୁବାଙ୍କ ନିଦ ହଜିଛି । ଉଜାଗର ! କିଏ’ତ ଚିଠି ଲେଖୁଛି,ତା ବନ୍ଧୁପାଇଁ । ଖଳ ପ୍ରକୃତି ଜନ ତା'ଆଲୁଅକୁ ନିନ୍ଦା କରନ୍ତି। କଳାପୁଅ କାଳୀଝିଅଙ୍କ ଭାଉ ବଢୁଛି ! ଜହ୍ନ ଆଲୁଅରେ ରଙ୍ଗ ବର୍ଣ୍ଣ ଜାତି ଧର୍ମ ନିର୍ବିଶେଷରେ ହୁଅନ୍ତି ଏକାକାର।

୧୦ .ପ୍ରଶ୍ନ :ଚନ୍ଦ୍ର ଅନୁସନ୍ଧାନ ପାଇଁ ଯୋଜନା ଗୁଡିକ କ’ଣ କ’ଣ?

ଉତ୍ତର : ଭବିଷ୍ୟତରେ ଚନ୍ଦ୍ରର ଅନୁସନ୍ଧାନ ପାଇଁ ଅନେକ ଯୋଜନା ଅଛି।ଏହି ଯୋଜନାଗୁଡ଼ିକରେ ସ୍ଥାୟୀ ଆଧାର ପ୍ରତିଷ୍ଠା ପାଇଁ ମହାକାଶଚାରୀମାନଙ୍କୁ ଚନ୍ଦ୍ରକୁ ପଠାଇବା ଏବଂ ଜଳ ବରଫ ପରି ସମ୍ବଳ ପାଇଁ ଚନ୍ଦ୍ର ଅନୁସନ୍ଧାନ ଅନ୍ତର୍ଭୁକ୍ତ। କିଏ ପ୍ରଥମ ଦ୍ଵିତୀୟ ଅବା ତୃତୀୟ ଚତୃର୍ଥ ପଞ୍ଚମ! ସର୍ବାଗ୍ରେ ସୋଭିଏତ ରୁଷ , ଯୁକ୍ତ ରାଷ୍ଟ୍ର ଆମେରିକା । ଚୀନ, ଭାରତ,ଜାପାନ ,ଅଧେ ଡଜନେ ଦେଶ ର ମହାକାଶୀ ବିଜ୍ଞାନୀ ଗବେଷଣାରତ?

ଚନ୍ଦ୍ରରଗୁମର ଏଯାଏଁ ଅସ୍ପଷ୍ଟ! ସୂର୍ଯ୍ୟ ଚାରିପଟେ ସବୁତକ ଗ୍ରହ ନିଜ ନିଜ କକ୍ଷ ପଥରେ ଘୁରି ବୁଲନ୍ତି। ଆମ ପୃଥିବୀ ଘୁରିବୁଲେ। ଆମେ ଅନୁଭବ କରିପାରୁନେ ! କିନ୍ତୁ ଦିନ ରାତ୍ର ହୁଏ। ମାମୁଁ ଚନ୍ଦ୍ର ଘର ଅତି ନିକଟତର। ମନୁଷ୍ୟର ଲୋଭ ବଢିଥିଲା ଅନ୍ୟ ଗ୍ରହ ହାସଲ ଲକ୍ଷ୍ୟରେ ପ୍ରତିଦ୍ବନ୍ଦିତା ସହସ୍ର ବର୍ଷ ଧରି ଚନ୍ଦ୍ର ମନୁଷ୍ୟର କୌତୁହଳର ଲକ୍ଷ୍ୟ ଦେଖିବାକୁ ମିଳିଲା ।

୧୯୫୦ - ୨୦୨୩, ସୋଭିଏତ୍ ୟୁନିଅନ୍ ଦୌଡ଼ରେ ସର୍ବାଗ୍ରେ। ୧୯୫୯ ରେ ଲୁନା ୨ଚନ୍ଦ୍ର କକ୍ଷପଥରେ ପ୍ରଥମ ମହାକାଶଯାନ ୧୯୬୬ରେ ଲୁନା ୧୦ ପ୍ରଥମ ଚନ୍ଦ୍ରଚିତ୍ର ୧୯୬୯ ରେ ଲୁନା ପ୍ରଥମ ନରମ ଅବତରଣ କରି ଚନ୍ଦ୍ର ପୃଷ୍ଠ ଚିତ୍ର ପ୍ରେରଣ କରିଥିଲା।

୧୯୬୬ ରେ ଲୁନା ଆମେରିକା ସଫଳ ହେଲା, ନରମ ଅବତରଣ ୧୯୬୬ ରୁ ଆପୋଲୋ ୮, ୧୯୬୮ ସହିତ ପ୍ରଥମ ମହାକାଶଚାରୀ ଚନ୍ଦ୍ର କକ୍ଷପଥ ,୧୯୬୯ ରେ ଆପୋ ଲୋ ୧୧- ଐତିହାସିକ ପ୍ରଥମ ମହାକାଶଚାରୀ ଚନ୍ଦ୍ର ଅବତରଣରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ବିଶ୍ୱବାସୀଙ୍କୁ ଚକିତ କରିଥିଲେ।

୧୯୬୦ ରେ ଚୀନ ଚନ୍ଦ୍ର କାର୍ଯ୍ୟକ୍ରମ, ଚାଙ୍ଗେ ସଫଳତା ଦେଖିଛି। ସଫ୍ଟଲ୍ୟାଣ୍ଡିଂ ଏବଂ ଚନ୍ଦ୍ର ରୋଭର ନିୟୋଜନ ୨୦୧୩ରେ ଚାଙ୍ଗ୍ -୩ ଚନ୍ଦ୍ରର ଦୂର ପାର୍ଶ୍ୱରେ ୨୦୧୯ ରେ ଚାଙ୍ଗେ ପ୍ରଥମ ଅବତରଣ ।

ଭାରତର ଚନ୍ଦ୍ର ଅଭିଳାଷ ଅନ୍ତର୍ଭୁକ୍ତ, ଚନ୍ଦ୍ରାୟଣ - ୧, ୨୦୦୮ ସହିତ ଚନ୍ଦ୍ର ପ୍ରଭାବ। ଚନ୍ଦ୍ରାୟାଣ -୨, ୨୦୨୩ ସହିତ ସଫ୍ଟ ଲ୍ୟାଣ୍ଡିଂ ଏବଂ ଚନ୍ଦ୍ର ରୋଭର ଅପରେସନ୍। ଜାପାନ, ୟୁରୋପୀୟ ସ୍ପେସ୍ ଏଜେନ୍ସି ଏବଂ ଇସ୍ରାଏଲ୍ ସମେତ ଅନେକ ଦେଶ ଏବଂ ସଂଗଠନ ଚନ୍ଦ୍ରକୁ ଅନୁସନ୍ଧାନ ପଠାଇଛନ୍ତି ।

ପୃଥିବୀର ୭୧ ପ୍ରତିଶତ ଜଳ ହୋଇଥିବାରୁ ପୃଥିବୀର କେବଳ ୨୯ ପ୍ରତିଶତ ଭୂମି ଅଟେ। ପ୍ରତି ବ୍ୟକ୍ତିଙ୍କ ପାଇଁ ୨.୩ ଏକର ମଣିଷ ପୃଥିବୀର ସମୁଦାୟ ପୃଷ୍ଠର ପ୍ରାୟ ୧୪.୫ ପ୍ରତିଶତ ବ୍ୟବହାର କରେ।

୧୧ .ପ୍ରଶ୍ନ :ମୁଁ ଯଦି ଚନ୍ଦ୍ରକୁ ଯାଏ ମୋ ଓଜନର ଏକ ଷଷ୍ଠଅଂଶ ହ୍ରାସ ଘଟିବ ! ତାହା ମାନେ ଓଜନ ୧୨ କେଜି ମଧ୍ୟରେ ସୀମିତି ରହିବ।

ଉତ୍ତର : ଆଈମା ଆଈମା, ଯଦି ମୁଁ ଯାଏ ,ମୋ ଓଜନ ଚନ୍ଦ୍ର ମଣ୍ଡଳରେ କେତେ ଓଜନ ରହିବ? ୩୬ ହରଣ ୬ ସମାନ ୬ କେଜି ମଧ୍ୟରେ ସୀମିତ ରହିବ? ଯଦି ଭରତ ଯିବ ତା’ଓଜନ କେତେ ରହିବ? ଭରତ ତତକ୍ଷଣାତ ଉତ୍ତର ଓଜନ ୪ କେଜିରେ ସୀମିତ ରହିବ। ଆଈମା ଭରତକୁ ଧନ୍ୟବାଦ ଦେଇ ପିଠିଟିକୁ ଆଉଁସି ଦେଇଥିଲେ ।

ଆଈମା ହସି ହସି କହିଲେ, ଜଣେ ବ୍ୟକ୍ତି ଚନ୍ଦ୍ର ଉପରେ କମ୍ ଓଜନ। କାରଣ ଚନ୍ଦ୍ରରେ ବସ୍ତୁଗୁଡ଼ିକ ଉପରେ କମ୍ ଆକର୍ଷଣର ଶକ୍ତି ପ୍ରୟୋଗ କରିଥାଏ । ତେଣୁ, ପୃଥିବୀ ଅପେକ୍ଷା ଚନ୍ଦ୍ରରେ କୌଣସି ବସ୍ତୁର ଓଜନ କମିଯାଏ । ପୃଥିବୀ ଚନ୍ଦ୍ରକୁ ମାଧ୍ୟାକର୍ଷଣ ଶକ୍ତି ସହିତ ଆକର୍ଷିତ କରେ । ମାଧ୍ୟାକର୍ଷଣ ଶକ୍ତି ଯାହା ସହିତ ଚନ୍ଦ୍ର ପୃଥିବୀକୁ ଆକର୍ଷିତ କରିଥାଏ।

ଚନ୍ଦ୍ର ରାଇଜରେ ଆମ ଘର ଅତି ଜରୁରୀ? ଚନ୍ଦ୍ରକୁ ଉପନିବେଶର ଆବଶ୍ୟକତା! ଚନ୍ଦ୍ରର ମାନବ ଅନୁସନ୍ଧାନର ଭବିଷ୍ୟତ କ’ଣ? ଉଜ୍ଜଳ ! ଉଜ୍ଜଳ ! ଉଜ୍ଜଳ!

୧୨ .ପ୍ରଶ୍ନ : ଭାରତୀର ଉଜ୍ଜ୍ୱଳ ଆଲୋକିତ ଚନ୍ଦ୍ରକୁ ଅନାଇ ପଚାରିଲା ଆଈମା ଚନ୍ଦ୍ର ଏହାର ଆକାର କାହିଁକି ବଦଳାନ୍ତି?

ଉତ୍ତର : ଆଈମା ନାତୁଣୀକୁ ଦେଖି ହସିଲେ ଏବଂ ତାଙ୍କ କାହାଣୀ ଆରମ୍ଭ କଲେ , ଚନ୍ଦ୍ର ଶତାବ୍ଦୀ ଧରି ମଣିଷମାନଙ୍କ ପାଇଁ ଆଶ୍ଚର୍ଯ୍ୟ ଏବଂ ଆକର୍ଷଣର ଉତ୍ସ । ବହୁ ପୂର୍ବରୁ ଲୋକମାନେ ବିଶ୍ୱାସ କରୁଥିଲେ ଯେ ଚନ୍ଦ୍ର ମାମା ନାମକ ଚନ୍ଦ୍ରରେ ଜଣେ ବନ୍ଧୁ ରହୁଛନ୍ତି। ସେ ଆମ ଉପରେ ନଜର ରଖିବେ ଏବଂ ଆମକୁ ରକ୍ଷା କରିବେ, ଜଣେ ଅଭିଭାବକ ପରି।

ଆଈମା ଓ ଭାରତୀ ଦୁହେଁ କୌତୁକିଆ ପ୍ରଶ୍ନର ଉତ୍ତରରେ ମଜ୍ଜି ଯାଇଥିଲେ। ତୁମେ ଦେଖିଥିବା ଭାରତୀ, ଚନ୍ଦ୍ର ପ୍ରକୃତରେ ଆକାର ପରିବର୍ତ୍ତନ କରନ୍ତି ନାହିଁ। ସୂର୍ଯ୍ୟଙ୍କ ଆଲୋକ ଉପରେ ଆଲୋକିତ ହେତୁ ବଦଳିବା ପରି ଦେଖାଯାଏ। ବେଳେ ବେଳେ ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଥାଏ। ତେଣୁ ଆମେ ଦେଖିପାରୁ ନାହୁଁ। ଅନ୍ୟ ସମୟରେ ପୃଥିବୀର ବିପରୀତ ପାର୍ଶ୍ୱରେ ଥିବା ବେଳେ ଆମେ ଏହାକୁ ସମ୍ପୂର୍ଣ୍ଣ ଆଲୋକିତ କରୁଥିବାର ଦେଖୁ।


୧୩ .ପ୍ରଶ୍ନ : ବେଳେ ବେଳେ କାହିଁକି ଚନ୍ଦ୍ରବଡ ଓ କ୍ରାଟରଗୁଡିକ କିପରି ପହଞ୍ଚିଲେ?"

ଉତ୍ତର : ଆଈମା ସ୍ପଷ୍ଟ କରିଛନ୍ତି ଯେ,ଏହାକୁ 'ସୁପରମୁନ୍' କୁହାଯାଏ।" ଯେତେବେଳେ ଚନ୍ଦ୍ର ନିଜ କକ୍ଷପଥରେ ପୃଥିବୀର ନିକଟତର ହୁଏ, ଏହା ସାଧାରଣ ଅପେକ୍ଷା ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯାଏ। ଏହା ଏକ ଚମତ୍କାର ଦୃଶ୍ୟ, ନୁହେଁ କି? ଭାରତୀ ଉତ୍ସାହର ସହିତ ଶୁଣୁଥିଲା। ତାଙ୍କ ଆଈମା ’କହିଥିବା ପ୍ରତ୍ୟେକ ଶବ୍ଦ ଉପରେ ଭାବୁଥିଲା। ଆଈମା ଚକିତ ହେଲେ "ହଁ, ଭାରତୀ, ବିଜ୍ଞାନୀଙ୍କ ମତରେ କ୍ରାଟରଗୁଡିକ କୋଟି କୋଟି ବର୍ଷ ପୂର୍ବେ ସୃଷ୍ଟି ହୋଇ, ଆଷ୍ଟେରଏଡ ଏବଂମେଟେରଏଡ ଚନ୍ଦ୍ର ପୃଷ୍ଠରେ ଖସିପଡିଥିଲା।

ରାତ୍ର ଯେତିକି ପାଖେଇ ଆସୁଥିଲା, ଆଈମା ଚନ୍ଦ୍ରର କାହାଣୀ ସହିତ ଭାରତୀ ଓ ଭରତଙ୍କୁ ନିୟନ୍ତ୍ରଣ କରିଥିଲେ। ସାଇ ପଡୋଶୀଙ୍କ ମା ମାଉସୀଙ୍କ ଗୋଟିଏ ଗୀତ "ଆ ଜହ୍ନ ମାମୁଁ ସରଗ ଶଶି " ତାଠୁ ବଳିଗଲେ,ହେନରୀ ଦେରଜ଼ୀଓ "ଏ ୱାକ ବାଇ ମୁନଲାଇଟ " A Walk By Moonlight –Henry Louis Vivian Derozio ,express emotins and nature .ପ୍ରକୃତିର ସୁନ୍ଦରତା ଜନ ଭାବନାର ନିବିଡ଼ ସମ୍ପର୍କକୁ ପ୍ରକାଶ କରିଛନ୍ତି। ହେନେରୀ ୱାର୍ଡସ ବୋର୍ଥଙ୍କ ଚନ୍ଦ୍ରାଲୋକ ବେଶ ହୃଦୟ ସ୍ପର୍ଶ କରୁଛି।

ପୃଥିବୀର ସ୍ୱର୍ଗୀୟ ସାଥୀଙ୍କ ସୌନ୍ଦର୍ଯ୍ୟ ରହସ୍ୟରେ ଆଶ୍ଚର୍ଯ୍ୟ ହୋଇଗଲେ। ଚନ୍ଦ୍ରର କୋମଳ ଆଲୋକର ବନ୍ଧନ କ୍ରମେ ଦୃଢ ହେବାକୁ ଲାଗିଲା। ଆଈମାଙ୍କ ନିକଟରେ ଶପଥ କରି କହିଥିଲେ। ଦୁହେଁ ଚନ୍ଦ୍ର ରାଇଜରେ ଘର ନିଶ୍ଚିତ କରିବେ!

ଗୋଟିଏ ସ୍ୱରରେ ଗୀତ ଗାଇଲେ ,"ତାରା ଦେଖିଲୁ ମିଞ୍ଜିମିଞ୍ଜି ,ଖଣ୍ଡ ଖଣ୍ଡ ମେଘ,ଆକାଶରେ ଦେଖିଲୁ ଉଜ୍ଜଳ ଚକାଜହ୍ନ ,ପଡୋଶୀ ଟୁନାଙ୍କ ଝଙ୍କାଳିଆ ପିପ୍ପଳୀ ବୃକ୍ଷ ଚୂଳରେ ଛୁପିଛି ତାଙ୍କ କୋଳରେ ଜାବୁଡି ଧର",। ଆଈ ଭାରତୀ ଭରତ ମୁଖରେ ଖିଲିଖିଲି ହସ ।

ଚନ୍ଦ୍ର ରାଇଜରେ ଆମ ଘର - ଶେଷ ଭାଗ (ଗଳ୍ପ ସଂଖ୍ୟା -୭)

(ରଚୟିତା-ଦିଲିପ କୁମାର ନାୟକ)

Comments

Post a Comment