ଆଦିବାସୀ ମେଳା




"ଇଂରାଜୀ ବର୍ଷର ପହିଲି ମାସ ପାଦ ପଡୁପଡୁ ମୁଖରେ ଦୁଇଟି ପଦ"ଆଦିବାସୀ ମେଳା 
୫ ରୁ ୧୬ ତାରିଖ କଣ୍ଟ। ରାଜଧାନୀର ହୃତପିଣ୍ଡ ପ୍ରଦର୍ଶନୀ ପଡ଼ିଆରେ ଉତ୍ସବ ମୁଖରିତ। କାହାର କେମିତି ମନ! ରାଇଜରୁ ଧାଇଁ ଆସନ୍ତି। ଅସଲ କାହାଣୀ ଛୁପିଥାଏ। ଘରକରଣା ଅସଲି କନ୍ଧମାଳ ହଳଦୀ, ମହୁ,ଝୁଣା,ପାଳୁ। ଲମ୍ବା ତାଲିକା! ଭେଳିକି ଭେଳି ବନ୍ୟଜାତ ପଦାର୍ଥ। ପରିଚିତ ସହର ଉଦିଆ ସୂର୍ଯ୍ୟର ପ୍ରଖର କିରଣ ଦିଗ ଦେଖାଉଥିଲା। ରେଳ ଷ୍ଟେସନ,ମାଷ୍ଟର କ୍ୟାଣ୍ଟିନ ଅଗଣତି ଯାତ୍ରୀଙ୍କ ସଂଖ୍ୟା। ପେଁ ପେଁ ବାଜି ଉଠୁଥିଲା ଯାନବାହାନ ବାଟେ ଘାଟେ ବହଳ। ଅଟୋ,ମୋ ବସ ଉପଲବ୍ଧ। ସସ୍ତ୍ରୀକ ଯାତ୍ରୀ ପରିବହନଟିକୁ ପସନ୍ଦ କଲୁ।

ପ୍ରଦର୍ଶନୀ ପଡ଼ିଆ ପହଂଚିବା ପାଇଁ ରାମ ମନ୍ଦିର ଛକ ବାମ ମୋଡ଼ରେ ଆମ ଯାତ୍ରାଟି ରହିଥାଏ। ଗୃହରକ୍ଷୀ ଦଳ ଦଳ ପଇଁତରା ମାରୁଥିଲେ। ନୁଆଁ ରାଜ୍ୟପାଳଙ୍କ ଆଗମନ ଖବରଟି ଜାଣିଲୁ। ଦୁହେଁ ଆସନ ନେଇସାରିଥିଲୁ। ପ୍ରାୟ ୨ କିଲୋ ମିଟର ଦୂର। ମନ୍ଥର ଗତିରେ ଜନପଥ ସଡ଼କରେ ପରିବହନ ଗଡ଼ିଲା। ଯଯାତି ହୋଟେଲ ଉକୁଟି ମାରୁଥିଲା। ତାନିସ୍କ ସ୍ବର୍ଣ୍ଣ ଦୋକାନ। ରାମ ମନ୍ଦିର ଛକରେ ଓହ୍ଲାଇ ଗଲୁ।

ବାମକଡ଼ରେଦେଖିଲୁ ଥାଳିଏ ଥାଳିଏ ଜଳଖିଆରେ ମଜ୍ଜି ଥିଲେ। କିଏ ମସଲା ଉପମା ଆଦେଶ ଦେଉଥିଲେ। ଦହିବରା କୁଆଁରୀ ଝିଅଟିର ପସନ୍ଦ। ପୁରୀ,ସିଙ୍ଗଡ଼ା,ବରା,ରସଗୋଲା,ଛେନା ପୋଡ଼ର ସ୍ୱାଦ। ଦୋହଡ଼ା ବେଳାଏ ଝୋଲ ତରକାରୀ ପସନ୍ଦ। ଆମେ ପଛରେ ପଡ଼ିଥିଲୁ। ହୋଟେଲଟି ଅତି ପରିଚିତ!ପ୍ରାକ୍ତନ ଛାତ୍ର ବନ୍ଧୁ ମୁନାରଣା, ନୂଆଗଡ଼ ଗଂଜାମ ଜିଲ୍ଲାର ଦିନେ କହୁଥିଲେ। ମାଲିକାଣି ତାଙ୍କମାଉସୀ। ସମ୍ପର୍କର ସୀମାଦୁରକୁ ଦୁରକୁ ଲମ୍ବିଥିଲା! ତା'ପରଠାରୁ ସ୍ୱାଦ ନେଉଥିଲି।

କତିରେ କପୋତର ଶ୍ରଦ୍ଧାଳୁଙ୍କ ସମ୍ପର୍କର ଅଭୁଲା ଦୃଶ୍ୟରେ ଚକିତ ହେଲୁ। କେହି କେହି ସେଲ୍ଫି ନେଉଥିଲେ। ଶ୍ରଦ୍ଧାଳୁ ଦର୍ଶନ ପାଇଁ ପ୍ରବେଶ ଦ୍ୱାରରେ ଭିଡ଼ ଜମାଇଥିଲେ। ବାମ ମୋଡ଼ରେ ପାଦ ଚଲାରେ ବଢ଼ିଲୁ। ମୁକସାକ୍ଷୀ ବିଜୁପଟ୍ଟନାୟକ ରାଜ୍ୟ ଯୁବ କଲ୍ୟାଣ ଭବନ ୟୁନିଟ-୩,ଖାରବେଳ ନଗର, ଭୁବନେଶ୍ୱର-୭୫୧୦୦୧। ଏକାମ୍ରହାଟ,ଆଦିବାସୀ ଗ୍ରାମ ପଡ଼ିଆରେ ସତ ଲାଗୁ ନଥିଲା! ଗ୍ରାମ ଦୁଇ ପାର୍ଶ୍ୱରେ ତୋରଣ ଝୁମର ଚାନ୍ଦୁଆ ସ୍ୱାଗତ କରୁଥିଲା। ୫୧ ଗଜ ଦୂର ଜୀବନ୍ତ ପରମ୍ପରା।


ଇତିବୃତ୍ତି :ଆଦିବାସୀ ସଂଜ୍ଞାଟି ହିନ୍ଦୀ ଶବ୍ଦକୁ ବୁଝାଏ। ଆଦିମ ବାସିନ୍ଦାଙ୍କୁ ସୂଚିତ କରେ। ଆଦି ଅର୍ଥ ପୁରାତନ କାଳ,ବାସୀ ଅର୍ଥ ବାସିନ୍ଦା ଗ୍ରାମକୁ ବୁଝାଏ। ପାହାଡ ଡିଙ୍ଗର ଘାଟିରେ ୨୦୦ ଟ୍ରାଇବ ଜନଙ୍କୁ ନେଇ ୧୦୦ରୁ ଉର୍ଦ୍ଧ ଭାଷା ପ୍ରାନ୍ତର ଉପତ୍ୟକାରେ ବାସ। ୧୯୫୦ ଦଶକରେ ଆଦିବାସୀ ଜାତି ସମ୍ବିଧାନ ସ୍ୱୀକୃତ। ଜଳ ଜମି ଜଙ୍ଗଲ ଜନ୍ମଗତ ଅଧିକାର। ସଂଖ୍ୟା ୮୪ ମିଲିଅନ। ଉତ୍ତର ପୂର୍ବ ଅରୁଣାଚଳ,ମିଜୋରାମ,ନାଗଲ୍ୟାଣ୍ଡର ବାସିନ୍ଦା! ତାଠୁ ବଳିଗଲେ.ଆସାମ ଓଡ଼ିଶା,ପଶ୍ଚିମବଙ୍ଗ ,ବିହାର ଛତିଶଗଡ଼ ଝାରଖଣ୍ଡ ଓ ଆନ୍ଧ୍ର ରାଇଜରେ ଦେଖିବାକୁ ମିଳେ। ଯଇପାଲ ସିଂ,ଠକ୍କର ବାପ୍ପା,ବିର୍ସାମୁଣ୍ଡା,ଭୌଳ ଖଣ୍ଡେ। ମହାନ ଜାତିର ତ୍ରାଣକର୍ତ୍ତା,କେହି କେହି ଭଗବାନ ଜାତିର ପ୍ରତୀକ,ଜନକ କହୁଥିଲେ।

୩ ହଜାର ବର୍ଷ ପୂର୍ବେ ଇଣ୍ଡୋ ଆର୍ଯ୍ୟ ଟ୍ରାଇବ ପାର୍ବତ୍ୟ ଅଂଚଳରେ ବସତି। କୁଆଡ଼େ ଜାତିଟା ଆଫ୍ରିକା ଦେଶର ସମ୍ପର୍କ। ଉତକଂଠା ବଢୁଥାଏ। ସନ୍ଧାନ ପଥରେ ସସ୍ତ୍ରୀକ। ଆଦିବାସୀ ଗାଁ ଜଙ୍ଗଲୀ ସଡ଼କରେ ରଙ୍ଗମାଟି। ଶାଳ ପଲ୍ଲବରେ ସଜ୍ଜିତ ତୋରଣ। ହୃଦୟରେ ବିସ୍ପୋରଣ। ସତ ସତିଆ ଆମ ପାଇଁ ସୁବର୍ଣ୍ଣ ସୁଯୋଗ। ଦେଖିଲି ଆଖି ଖୋସି ହୋଇଗଲା। ଯେମିତି ନିୟମଗିରି ମାଟିରେ ଛିଡା ହୋଇଛି। ଦି'ପାଦ ବାମ କଡରେ ଘର ଛାଡ଼ି ଛାଡ଼ି ରହିଥିଲା। ଫଟୋଟିଏ ନେଲୁ।

ଜନଜାତି ଚୁତୁର ସଂସ୍କୃତିର ଝଲକ। କନ୍ଦମାଳର କାକିରିଗୁମା,ରାଇକିଆର ବେଡାକିଆ ଉତ୍ତୁଙ୍ଗବୃକ୍ଷ,ମନମୁଣ୍ଡା ନଇଁପଠା ବରପଦର,କଣ୍ଟାମାଳ,ଚିତ୍ର ଆପେ ଆପେ ଧସି ପଶି ଆସୁଥିଲା। ଜଙ୍ଗଲିଆ ରକ୍ତିମ ଦୁର୍ଗମ ପଥରେ ବ୍ୟଘ୍ରର ରଡ଼ି! ଜଙ୍ଗଲ ରାଜା ବୋଧେ କେଉଁ ଏକ ଅଜଣା ଘଂଚ ଜଙ୍ଗଲ,କୋରଡ଼ ଗୁମ୍ଫାରେ ଚୁପିଛି। ପିଳେହି ପାଣି!



କେଉଁ ଦିଗରୁ ବୁଲିବୁ? ଅମାନିଆ ପାଦ! ରାଜଧାନୀ ପ୍ରାଚୁର୍ଯ୍ୟ ପଛରେ ଯେମିତି ଆଦିବାସୀ ମେଳା ମୁକୁଳା ପଡ଼ିଆରେ! ସେଲ୍ଫି ମାନିଆ! ଫଟୋ ପାଇଁ,ଆମନ୍ତ୍ରିତ ଫଟୋଗ୍ରାଫେର ଲୋଡ଼ା ପଡୁଥିଲା। ଏବେ ସବୁ ହାତପାହାନ୍ତାରେ। ମିନତୀଙ୍କ କନ୍ଧମାଳ ହଳଦୀରେ ମନଥାଏ। ପ୍ରଥମରୁ ଜିନିଷ ବୋହିବାକୁ ନା’ପସନ୍ଦ କଲୁ । ଯହିଁ ଦେଖିଲୁ,ବହଳ ଜନ ହସର ପାହାଡ଼। ରଙ୍ଗାରଙ୍ଗ ତୋରଣ ଓଡ଼ିଆ ଇଂରାଜୀରେ ସ୍ୱାଗତ ଲେଖାମାନ ତା’ଅଗଣାରେ ବ୍ୟାପ୍ତ। ଟୋକାରୁ ବୁଢା ଯାଏଁ ଉଦାରତା ପ୍ରଫୁଲତା ଦ୍ୱାରରୁ ପରଖିଲୁ।


ଜୁଆଙ୍ଗ ମଣ୍ଡାଘର: କେନ୍ଦୁଝରରେ ନଜର ପଡ଼ିଲା। ଫୁଲ ଚାଙ୍ଗୁଡ଼ି ଦେଖିଲୁ। ଗଡ଼ନ୍ତିଆରେ ଘଡି କାରାକା, ଲାଉତୁମ୍ବା ଛତାଛଣ,ପୁଡୁଗ,ଆ ଉଳିଆ ବିଞ୍ଚଣା ପବନ,ଗଣ୍ଡୁରୀଘାରି,ମାଛ ଚାଙ୍ଗୁଡ଼ି,ଯୋଡି ଚାଙ୍ଗୁ ବାଦ୍ୟ ଝୁଲୁଥାଏ। ବାଉଁଶ ଘେରାରେ ସିନ୍ଦୁର ପିନ୍ଧା ଦିଅଁ ପୂଜା ପାଉଥିଲେ। ବାଦ୍ୟ ଝୁଲୁଥାଏ। ଧାନ କଲେଇରେ ନଜର ପଡିଥିଲା। ପିଟୁଣୀ ନିର୍ମିତ ଦଉଡ଼ି ଖଟିଆ। ମାଇକିନା ତା ଗେରସ୍ତ ତାଂଗଡାରେ ବିଶ୍ରାମ ମୁଦ୍ରାରେ ଆସ୍ଥାନ ଜମେଇଥିଲେ।


ଗଣ୍ଡଘର :ଏଇ ଘରଟିରେ ନବରଂଗପୁର ଜନଜାତିଙ୍କ ଦେଖିଲୁ। କାଷ୍ଠସ୍ତମ୍ବ ଝଟକି ଥିଲା। ଝିକର ଛପର ଆଚ୍ଛାଦିତ ତାଳୁ ତୀଖ । ଧାନ ବେଣୀ କେତୋଟି ଝୁଲୁଥାଏ। ଜାଳେଣି କାଠ ଭୂମିଠାରୁ ଉଚ୍ଚ ମଣ୍ଡପରେ ଆଚ୍ଛାଦିତ। କଖାରୁ ଡଙ୍କ ଆଚ୍ଛାଦିତ ଦୁଇଟି ଫଳ ଦେଖିଲୁ। ଗୋଟିଏ ହଳଦିଆ ଅନ୍ୟଟି କଞ୍ଚା ସବୁଜ ରଙ୍ଗର। ବାଇଗଣ,ନଡ଼ିଆ,କେତୋଟି ଫୁଲଗଛ। କଖାରୁ ଝୁଲୁଥାଏ। ଘର ଠାକୁରାଣୀ, ଦେବୀ ମା ଦ୍ୱାର ସମୁଖରେ ପୂର୍ଵ ଉତ୍ତର କୋଣରେ ଶୋଭା ପାଉଥିଲେ। ତାଙ୍କ ଦିଅଁକୁ ନିଜ ଆଖିରେ ଦେଖିଲି। ଜଣେ ପୁରୁଷ ଅନ୍ୟ ତା’ର ସ୍ୱାମୀ ପାରମ୍ପରିକ ବେଶ ଭୂଷାରେ। ମାଲକାନଗିରିରୁ ୮୦ କିଲୋମିଟର ଦୂର। ଖଇରପୁଟ ବ୍ଲକ ବଣ୍ଡାଘାଟିର ଉପତ୍ୟକା ନାମ ଧରିଲେ ରୋମ ଟାଙ୍କୁରୀ ଉଠେ! ଚଳଣି ଘର ଦ୍ୱାର ବାଡ଼ିବଗିଚା ଦିଅଁଦେବତା! ସତେ ଯେମିତି ଏବର ସଭ୍ୟତା ପାଖ ଛୁଇଁନି! ଯେତେ କତିକୁଗଲି।ସମପରିମାଣ ବଣ୍ଡାଘାଟିର ବାସ୍ନା ବଢିବାକୁ ଲାଗିଲା। ଯେମିତି ନନ୍ଦନକାନନ ଚିଡ଼ିଆଖାନା ସିଂହଂ ଖୁଆଡ଼ ବାହ୍ୟରେ ଦର୍ଶକ ଭ୍ରମସୃଷ୍ଟି।



ପାଉତି ଭୂୟାଁ ଘର :ଛପର ଘର। କାନ୍ଥରେ ଝୋଟି ଖୁଣ୍ଟା,ପଶୁପକ୍ଷୀର ଚିତ୍ର ପ୍ରତିଫଳିତ। ଧାନ କେଣ୍ଡା ବେଣୀ ଝୁଲୁଥାଏ,ଶଗଡ଼ ଚକ ଦେଖିଲୁ, ସୁଖୁଆ ଖେଳାଇ,ଛିଟିକି ଦେଖିଲୁ। ଘର ଚାରିପଟେ ବାଉଁଶ ସ୍ତମ୍ବରେ ଘେରା ଦ୍ୱାର ଦେଖି ଚକିତ ହେଲୁ। କାଠ ଏକ କୋଣରେ ରୋଷାଇ ପାଇଁ ଯତ୍ନ ନେଇଥିଲେ । ବିହାର ପଶ୍ଚିମବଙ୍ଗ,ଜଙ୍ଗଲର ଢ଼ାଳୁ ଅଂଚଳରେ ପଡୁଚାଷରେ ଧୁରନ୍ଧର। ପ୍ରେମ ପ୍ରଣୟ ବିବାହ ଲୋକଗୀତ ଜୁମ୍ବା ନୃତ୍ୟରେ ଝୁମିଥାନ୍ତି। ପର୍ବ ପର୍ବାଣିରେ ମାଟିକୁ ପୂଜା କରନ୍ତି।



ଭୂମିଜ ଘର :ନଡ଼ା ଛପର ଘର । ନଡ଼ିଆ ଗଛ,ମୄଦୁଙ୍ଗ ବଜାଉଥିଲେ। ଜୀବନ ସାଥି ନାଲି କାନ୍ଥ ଶୁଭ୍ର ଶାଢ଼ୀ ପିନ୍ଧିଥିଲେ। ସ୍ୱାଧୀନ ପାଚେରୀ ଘେରା ଦେଖିଲୁ। ବାଦ୍ୟ ନାଚ କଳାପ୍ରିୟ ଖେତ ଅମଳର ଗୀତ ଗାନ କରୁଥିଲେ। ଦି-ପଦ କଥା ଠଉରାଇ ବୁଝିଲି। ନିଆରା,ପିତଳ ନିର୍ମିତ ଅଳଙ୍କାର ଶୋଭିତ। ସବୁଜ ବନାନୀ ରାଣୀ ଉଭା। ଋତୁର ରୀତିରେ ସତେଜ ତେଲ ମାଠିଥିଲା ମହଣେ। ଏକ ଜୀବନ। ଢୋଲ,ନାଗାରା,ମୄଦୁଙ୍ଗ, ଝୁଲୁଥିଲା। ଉଚ୍ଚ ଶବ୍ଦରେ ପ୍ରଦର୍ଶନୀ ଉପତ୍ୟକ। ଗୋଣ୍ଡ, ସଉରା, କନ୍ଦ,ଜନଜାତିର ଜନ ଜୀବନ ଚାଲି ଚଳନ ରୀତିନୀତି ଦେଖିଲୁ।



ଗୋଳେଇ ତୀଖ ଘର :ଆକର୍ଷିତ କୌଣସି ବରଫାବୃତ୍ତ ଅଂଚଳରେ ଘରଟି। ବର୍ଷା ହେଲେ ଜଳ ସମ୍ପୂର୍ଣ୍ଣ ଗଡିଯିବ। ମେରିଆ ଖୁଣ୍ଟି,ଟାଙ୍ଗିଆ ଦେଖିଲୁ କେଉଁ ଅଂଚଳର ଆଦିବାସୀ ଜନଙ୍କ ବାସ ସନ୍ଦେହ ଘେରରେ ଆମେ ପଡ଼ିଗଲୁ। ଦାଣ୍ଡଦ୍ୱାର ସନ୍ନିକଟରେ ଟିକି ମନ୍ଦିର। ଆଧ୍ୟାତ୍ମିକଭାବ ଇସାରା ଦେଉଥିଲା। ପ୍ରକୃତିର ଜଣେ ଜଣେ ଉପାସକ। ଜଳ ଜମି ଜଙ୍ଗଲ ଜନ୍ମରୁ ଅଧିକାରୀ। ମେରିଆ ଖୁଣ୍ଟ ଦେଖି ମିନତୀ ଅନେକ ପ୍ରଶ୍ନ କରୁଥିଲା? କେମିତି କେଜାଣି ଦୁହେଁ ଭୟଭୀତ ହେଲୁ!


ଆଇଟିଡ଼ିଏ:ରାଉରକେଲା,ପାନପୋଷ ସମନ୍ୱିତ ଆଦିବାସୀ ଉନୟନ ସଂସ୍ଥା ଆନୁକୂଲ୍ୟରେ ନିର୍ମିତ। ଛପର ଘର ଶିଖରରେ କଖାରୁ। ପ୍ରାକୃତିକ ଦୃଶ୍ୟ ମନକୁ ମୋହିଥିଲା। ବରଣ୍ଡା ଏକ କୋଣରେ ମକ୍କା ଝୁଲୁଥିଲା। କାଠଢ଼ିଙ୍କି,ବାରି ପାଇଖାନା।ବାଉଁଶ ତିଆରି ଘେରା ଏକ ମୁଣ୍ଡାଙ୍କ ବାସଗୃହ ନମୁନା ।


ବାଥୁଡି ଘର :ଓଁ ଜୟ ବଡ଼ମୀ ମନ୍ଦିର ଦୃଶ୍ୟ ଦର୍ଶନ କଲୁ। ଘର ଗୁଡିକ ଅଲଗା ଅଲଗା ପାଚେରି ମଧ୍ୟରେ ସୀମା ନିଦ୍ଧାରିତ ରହିଥିଲା। ଏକ ନୂତନ ସଂଚାର ହେଲା। ଆମ ସହର ପଲ୍ଲୀରେ ବାସଗୃହ ଗୁଡିକ ସଂଲଗ୍ନ। ସାହି ଗଳି ଏକ ପ୍ରକାରର। ଆଦିବାସୀ ଗାଁ ସତରେ ଦେଖିଲୁ। ତାଙ୍କ ଭାଷା ଓ ବେଉଷା ଜାଣିବାପାଇଁ ପାଦେ ପାଦେ ବଢ଼ିଲୁ। ସହରୀ ଙ୍କ ଠାରୁ ତଫାତ 
ଦେଖିଲୁ ।ସରଳ ଆଚରଣ ବାଉଁଶ, ନଡ଼ାରେ ତିଆରି। ନଳା ଝିକର ଛପର ନାଳିଆ ଛପର ଆକୃଷ୍ଟ କରିଥିଲା।

 

ଜାତି ଓ ସ୍ଥିତି: ଆଦିବାସୀଙ୍କ ଗୁମର ଗୌରବ ସ୍ୱର୍ଣ୍ଣିମ ଇତିହାସ ଖୋଲି ଖୋଲି ଯାଉଥିଲା।(୧) ଗଡ଼ବା ସମ୍ପ୍ରଦାୟର ଆଦିବାସୀ କୋରାପୁଟ,ନବରଂଗପୁର (୨)ବଣ୍ଡା ଜାତିର ଅନେକ ଲଙ୍ଗୁଳୀ ପୂର୍ବ ପାର୍ବତ୍ୟ ଅଂଚଳରେ ବସତି। (୩) କନ୍ଧ ଜାତିର ପ୍ରାୟ ୧ ମିଲିଅନ ସଂଖ୍ୟକ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ (୪) ସାନ୍ତାଳ ୮ଲକ୍ଷ ମୟୁରଭଞ୍ଜ ଜିଲ୍ଲାରେ (୫) ହୁ ୧ଲକ୍ଷ ମୟୂରଭଞ୍ଜ ,କେଉଁଝର,ଯାଜପୁର ଜିଲ୍ଲାରେ। ସୌର ଆଦିବାସୀ ୩ ଲକ୍ଷ ଗଂଜାମ ଓ ପୁରୀ ଜିଲ୍ଲାରେ ବସବାସର ଏକ ଚାଂଚଲ୍ୟକର ତଥ୍ୟ ହାତରେ ଲାଗିଲା।

ଆଦିବାସୀ ଜାତି ମୋଟା ମୋଟୀ ୩ଟି ଭାଗରେ ବିଭକ୍ତ।
.୧ ମୁଣ୍ଡାରୀ ଭାଷା ,ସାନଠାଳି ,ହୋ ,ଖରିଆ ,ଭୂମିଜି ,ବିର୍ହୋତ୍ର ,ତୁରୀ ଆଣ୍ଡ ଅସୁର। ୨.କୁଦୁଖଃ ମାଲ ତୋ କିସାନ ବେରଂଗ ଧାନଗରୀ ଖଇଂଡର୍। ୩-ନାଗପୁରୀ କୁର୍ମାଲି ଖୋର୍ଥ ପଞ୍ଚପାରଗଣିଆ ତାମଦିଅ ସୁରଗୁଜିଆ ଦୋମଳୀ,ଗୂନିଳ ଗଂଵାରୀ । ଭାବି ଭାବି ବିର୍ସାମୁଣ୍ଡା ପାଭିଲିଆକୁ ବଢ଼ିଲୁ ,ଜଣ ସମୁଦ୍ର ସାଙ୍ଗକୁ ଗୀତ ଶୁଭୁଥିଲା।ଶତାଦ୍ଦୀ ଶତାଦ୍ଦୀ ଧରି ଆଦିବାସୀଙ୍କ ଇତିହାସ ମେଳାରେ ଯେମିତି ଘୁରି ବୁଲୁଥିଲା।

ଭଗବାନ ବିର୍ସାମୁଣ୍ଡା ପାଭିଲିଅନ : ମାଟିର ବାସ୍ନା, ଭ୍ରମଣ ଗାଁରୁ ବିଦାୟ ନେଲୁ। ଯେଉଁଠି ତ୍ରାଣ କର୍ତ୍ତା ଦୁଃଖ ସୁଖର ଦାର୍ଶନିକ ବିର୍ସା ମୁଣ୍ଡାଙ୍କ ତମ୍ବୁ ନିକଟତର ହେଲୁ। ତୋରଣରେ ଲେଖାଟିଏ ଝୁଲୁଥାଏ। "ଭଗବାନ ବିର୍ସାମୁଣ୍ଡା ପାଭିଲିଅନ ",ବେଶ ଆକର୍ଷିତ ଓଡ଼ିଆ ଇଂରାଜୀରେ ଲିପିବଦ୍ଧ। ଦେଶୀ ବିଦେଶୀ ତଡକା ଲାଗିଥିଲା। ଲେଖାଟିର ଶୈଳୀରେ ଭାରି ଖୁସି। ଦୁହେଁ ପ୍ରବେଶ କଲୁ । ଜାତୀୟ ଗୌରବ ଦିବସ ଭାବରେ ପାଳନ ହେଉଛି। ୧୮୭୫ ମସିହାରେ ରାଞ୍ଚି ନିକଟରେ ଉଲିହାଟୁରେ ଜନ୍ମ। ଭାରତ ସ୍ୱାଧୀନତା ସଂଗ୍ରାମରେ ଏକ ଲଢୁଆ ପ୍ରତୀକ। ମୁଣ୍ଡା ଜାତିର ଜଣ ନାୟକ ରୂପେ ଅଭିହିତ।



ବିର୍ସା ମୁଣ୍ଡାଙ୍କ ପ୍ରିୟ ନାରା -ଆବୁଆ ରାଜ ଏତେ ଜାନା,ମହାରାଣୀ ରାଜ ତୁଣ୍ଡ ଜାନା (ରାନିକା ରାଜ୍ୟ ସମାପ୍ତ ହେଉ ଏବଂ ଆମ ରାଜ୍ୟ ସ୍ଥାପିତ ହେଉ )
ଝାଡ଼ଖଣ୍ଡ,ଓଡ଼ିଶା,ବିହାର,ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶରେ ସ୍ମରଣୀୟ। ଟୀକା ମାଂଝୀ ବ୍ରିଟିଶ ବିରୁଦ୍ଧରେ ଆନ୍ଦୋଳନ ଅଛପା ନଥିଲା। ପ୍ରଦକ୍ଷିଣ କଲୁ ମଧ ଭାଗରେ ପ୍ରତିକୃତି ସ୍ୱୟଂ ବିର୍ସାମୁଣ୍ଡାଙ୍କ। ଉଗ୍ର ମୁଦ୍ରାରେ ଏବେବି ବ୍ରିଟିଶ ବିରୁଦ୍ଧରେ ସଂଗ୍ରାମ ପାଇଁ ପ୍ରସ୍ତୁତ! ଏକ ପ୍ରେରଣାର ବେଗ ଧମନୀରେ ଦୌଡ଼ିଥିଲା। ସତରେ ଆମ ସ୍ୱାଧୀନତା ସଂଗ୍ରାମ ଜିଅନ୍ତା ଦେଶ ପ୍ରେମୀଙ୍କ ପ୍ରାସଙ୍ଗିକତା କେତେ ହୃଦୟକୁ ସ୍ପଦିତ କରିଥିଲା।

ତିଳକ ମାଂଝୀ,ରାଣୀ ଗଇତୁନୁଲ,ସିନ୍ଧୁମୁର୍ମୁ, କାନୂମୁର୍ମୁ ,ତେଲେଙ୍ଗା ଖରିଆ,ରାଣୀ ଚେନ୍ନାମ୍ମ (କିଟ୍ଟୁର ରାଣୀ)କର୍ଣ୍ଣାଟକର ଲୋକଙ୍କ ରାଣୀ କୁହାଯାଏ। ଅମର ସହିଦ ବାରଙ୍ଗନା ଫୁଲେ ଝେଂନେ ମୁର୍ମୁ ,ଝାରଖଂଡ ଜନଜାତି ସାନ୍ତାଳ,ରଣମତ ସି, ମଧ୍ୟପ୍ରଦେଶର ଜଙ୍ଗଲରେ ସେନା ସଂଗଠନ କରି ବ୍ରିଟିଶ ବିରୁଦ୍ଧରେ ଆନ୍ଦୋଳନରେ ଝାସ ଦେଇଥିଲେ। ସିନେଗୀ ଦେଇ ବିହାର ଜନଜାତି ଓରାଓଁ ପାଭିଲିଅନରେ ଦେଖି ଚକିତ ହେଲୁ। ତମ୍ବୁ ଭିତର ବେଢାର ଏକ ଆନ୍ଦୋଳନରତ ଦେଶ ପ୍ରେମୀଙ୍କ ଦେଖିଲୁ। ଯେମିତି ସୀମାରେ ଏବେବି ମା ମାଟିକୁ ସୁରକ୍ଷାରେ ପ୍ରତି ଛବି କାନ୍ଥରେ ଝୁଲୁଥାଏ। ଅନେକ ମହିୟସୀଙ୍କ ଠିକଣା ନାମ ପଡ଼ିଲୁ। ତାଙ୍କ ଏନ୍ତୁଡ଼ି ଶାଳକୁ ଖୋଜି ବାହାର କଲୁ। ୨ ଥର ପ୍ରଦକ୍ଷିଣ କଲୁ। ଦେଶ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆଙ୍କ ଭୂମିକା ବୁଝି ପାରିଲୁ। ଯେମିତ ଆମେ କୌଣସି ଏକ ବିଦ୍ୟାଳୟର ଶ୍ରେଣୀ ଗ୍ରହରେ ପାଠ ପଢ଼ୁଛୁ।

ଆଦିବାସୀ କଳାକୃତି ଓ ହସ୍ତତନ୍ତ :କାଷ୍ଠ ନିର୍ମିତ,ମାଟି କଣ୍ଢେଇ,ବାଉଁଶ ନିର୍ମିତ ଟୋକେଇ,ଝାଡ଼ୁ,ପଟି ବୁଲି ଦେଖିଲ। ଝୋଟି ପାପୁଲିରେ ଖୁଣ୍ଟଇବା,ସ୍ ନିର୍ମିତ ଲାଖନିର୍ମିତ ଶଙ୍ଖ,ମିନତୀ ଲାଖି ଯାଇଥିଲା। ହାତବୁଣା ବସ୍ତ୍ର କାରିଗରୀ କାଷ୍ଠମୂର୍ତ୍ତି ଆଧ୍ୟାତ୍ମିକ ଭାବଧାରାକୁ ଇନ୍ଧନ ଯୋଗାଉଥିଲା। ମତ ବିନିମୟ, ଯେମିତି ଅଜଣା ରାଇଜର ଲୋକ। ଆମେ କେତେଦୂର ଜଙ୍ଗଲ ଜଣକ ଠାରୁ! ଅବଶ୍ୟ ରଙ୍ଗ କୃଷ୍ଣକାୟ,ହାତ,ମୁଖରେ ସବୁଜ ଚିତ୍ର ଅଙ୍କିତ ଦେଖିଲୁ। ସୂର୍ଯ୍ୟ ଚନ୍ଦ୍ ,ଗିରସ୍ତ ନାମ ଖୁଂଟେଇଥିଲେ, କନ୍ଦପୁରୁଷ ପକ୍ଷୀ ପର ମସ୍ତକରେ ଟୋପି । କନ୍ଦୁଣୀ ମହିଳା ମଥାମଣି,ଧାତୁ ଅଳଙ୍କାରରେ ସୁସଜ୍ଜିତ ଦେଖିଲୁ ମନ ଖୁସି ହୋଇଗଲା। ଉଲ୍ଲାସରେ ପ୍ରଦର୍ଶନୀ ପଡ଼ିଆ ଝୁମି ଉଠୁଲା।



ବଜାର ବଜାର :ଛୋଟ ଛୋଟ ଆକର୍ଷଣୀୟ ଟୁଙ୍ଗି ଆକର୍ଷିତ କରିଥିଲା। ପ୍ରତିଟି ଷ୍ଟଲ ମସ୍ତକରେ ଆଦିବାସୀଙ୍କ ଛବି ଦେଖିଲୁ। ଗୃହବିଭାଗ ପ୍ରଶାସନ,ଜରୁରୀ କାଳୀନ ସହାୟତା କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର ବିଭାଗ ତପ୍ତରତା। ଅଗ୍ନୀ ପ୍ରଶମନ ବିଭାଗର ସିପାହୀ ସତର୍କ ରହିଥିଲେ। ନିକଟରେ ଜଳପୂର୍ଣ୍ଣ ନାଳିଆ ଗାଡ଼ି ପ୍ରସ୍ତୁତ ରହିଥିଲା। ଯେକୌଣସି ଅପ୍ରୀତିକର ପରିବେଶକୁ ପ୍ରତିରୋଧ କରିପାରିବେ! କୃଷିବିଭାଗ ପଛରେ ଯେମିତି ପଡ଼ିନଥିଲେ। ସଙ୍ଘନ ଚାଷ ପ୍ରଣାଳୀର ଏକ ଡେମୋ ଷ୍ଟଲ ମନକୁ ସ୍ପର୍ଶ କରିଥିଲା। ଅଭିନବ କୁଡ଼ିଆ ଦେଖିଲୁ। ଗଣେଶ ମୂର୍ତ୍ତୀ ବିକ୍ରିବଟା ଚାଲିଥିଲା। ଓମ୍ଫେଡ଼ ଷ୍ଟଲରେ ଗ୍ରାହକ ରୁଣ୍ଡ। ଶାଢ଼ୀ ଷ୍ଟଲ,ଅଳଙ୍କାର,ଚିତ୍ର ଅଙ୍କନ ମଞ୍ଚରେ ବ୍ୟସ୍ତ ରହିଥିଲେ।

ହିନ୍ଦୀରୁ"ମଣ୍ଡି"ବଜାରଟି ଜଡ଼ିତ। ଜଙ୍ଗଲୀ ଝୁଣା, ହଳଦୀ,ଖାଣ୍ଟି ମହୁ,ଅସଲି ଘିଅ,ବିରି ମୁଗ,କାନ୍ଦୁଲ,ସିମ୍ବମଞ୍ଜି,ଶୁଖିଲା ଲଙ୍କା,ପାଳୁ, ଝୁରୁଙ୍ଗା ମଞ୍ଜ। ସିମ୍ବମଞ୍ଜି,ଲାଖ,ନିମତେଲ,ହରଡା ବାହାଡା,ଅଁଳା ଭେଳିକି ଭେଳିଦେଖିଲୁ। ଅଧିକାଂଶ ଆଦିବାସୀ ମହିଳା ମେଳାରେ ସକ୍ରିୟଥିଲେ। ବାଉଁଶ ପାତିଆ କୁଲା ଅନେକ ମହିଳାଙ୍କ ବାମ ହାତରେ ଜାବୁଡ଼ି ଧରିଥିଲେ। ଦେଶୀ କାକିରି  କଣ୍ଟା ମାଳର ବରପଦର ହାଟପରି ଭ୍ରମ ସୃଷ୍ଟିକରୁଥିଲା। ଛେଳି କୁକୁଡ଼ା ବିକ୍ରି ହେଉନଥିଲା।ଦରଜି ଥିଲେ। ବୁଣାକାର ମଣ୍ଡପରେ ବ୍ୟସ୍ତ। ଅନେକ ସହରୀ ଷ୍ଟଲରୁ ମନମୁତାବକୁ ଅସିଲି ଜିନିଷ ପସନ୍ଦରେ ବ୍ୟସ୍ତ। ଆଖି ଫେରାଇ ପାଦ ବଢ଼େଇଲୁ।

ଖାଦ୍ୟ ପେୟ : ଫୁଡ କୋର୍ଟରେ ମାଣ୍ଡିଆ ଚକୁଳି ସହ ଚିକେନ ପ୍ଲେଟ ପିଛା ୧୦୦ ଟଙ୍କା ଝଟିକି ମାରୁଥିଲା। କି ମହକ! ପେଟ ପୁରୀ ଗଲା। ସ୍ୱାଦିଷ୍ଟ ଚାଉଳ,ମାଣ୍ଡିଆ,ପାଲୁର ମିଶ୍ରଣ ଖାଦ୍ୟ ସହ ଚାଟଫଟାର ସ୍ୱାଦନେଲୁ। ଆଦିବାସୀ ମୁହଁରୁ ଶୁଭିଲା ମିଲେଟ! ମିଲେଟରେ ତିଆରି ଆଜ୍ଞା,କେଇ ସମୟ ନିର୍ବିକାର ବୋଧେ ମାଣ୍ଡିଆ ଶବ୍ଦଟି ଆଉ କେତେ ଦିନପରେ ଭୁଲି ଯିବେ? "ମିଲେଟ ମାନିଆ ",ଦେଶ ବିଦେଶରେ ଧନୀ ଗରିବ ନିର୍ବିଶେଷରେ ପ୍ରଥମ ପସନ୍ଦ । ଆଖିରେ ଦେଖିଲୁ। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବୃହତ୍ତ ଛବି ଆକାଶକୁ ସ୍ପର୍ଶ କରୁଥିଲା। ସ୍ୱଳ୍ପ ସମୟ ପାଇଁ ଉପରକୁ ଚାହିଁଲୁ।

କୋରାପୁଟିଆ କଫି: ମହକ ୧୦୦ ଟଙ୍କା,ଆଗ ପଇସା ପଛରେ କଫି,ଧାଡି ଲମ୍ବିଥିଲା।ସଚିବାଳୟ ମାର୍ଗରୁ ପ୍ରଦର୍ଶନୀ ପଡିଆ ପର୍ଯ୍ୟନ୍ତ,। ମତୁଆଲା ରାଜଧାନୀ ଭେଣ୍ଡା ଦିଣ୍ଡା ଦର୍ଶକ ମୁକୁଳି ନଥିଲେ। ସଭିଏ ।ମଣ୍ଡା,ଚକୁଳି,ଗଇଁଠା ପତ୍ର ଦନାରେ ପୁଞ୍ଜା ପୁଞ୍ଜାଦର୍ଶକ ଘେରି ରହିଥିଲେ। ଆରିଷା,କାକରା ପାଇଁ ବାୟା! କେହିକେହି ହାଣ୍ଡି ତିଆରି ମାଂସ ତରକାରୀ ପରସୁଥିଲେ। ମେଳାରେ ଆଦିବାସୀ ଲୋକଙ୍କ ଅପୂର୍ବ ଆତିଥ୍ୟ। ଭାଷା ପ୍ରତିବନ୍ଧକ ଉଷ୍ମତା। ଦୟା ଏବଂ ଉଦାରତା। ସମ୍ପ୍ରଦାୟର ଅଂଶ ପରି ଅନୁଭବ କରୁଥିଲି।“କୋରାପୁଟୁ କଫି କପେ ଟଙ୍କା ଶହେ" ସ୍ୱାଦ ନେଲୁ ଅଳସ ଫେରି ଯାଇଥିଲା।




ସାଂସ୍କୃତିକ ମଞ୍ଚ ଓ ଆଦିବାସୀ ନୃତ୍ୟ : ଉଛୁରୁ ହେଲାଣି! ଛମଛମ ଶବଦ ମଞ୍ଚରୁ ଶୁଭିଲା। ଢ଼ୋଲର ତାଳେ ତାଳେ ସତେଜ ଦର୍ଶକ।ସ୍ୱର୍ଣ୍ଣିମ ଆଲୋକ ସାଜ ସଜ୍ଜାରେ ପଡ଼ିଆଟି କେଉଁ ଏକ ଅଜଣା ରାଇଜର ନାଟ୍ୟ ଶାଳାର ଭ୍ରମ!ପାସୋରି ନଥିଲା ସେ ଅଭୁଲା ଜୀଅନ୍ତା ମୁହୁର୍ତ୍ତ୍ୟ। ଆଦିବାସୀ ମେଳାର ମହତ୍ତ୍ୱ। ପ୍ରତିବର୍ଷ ଜଙ୍ଗଲର ଦେବତା ସମ୍ବଲଙ୍କ ଉତ୍ସର୍ଗୀକୃତ ପ୍ରାର୍ଥନା। ଜଙ୍ଗଲର ଆତ୍ମା ,​​ଜନଜାତିଙ୍କୁ ସୁରକ୍ଷା, ଏବଂ ମେଳା ସମ୍ବଲ ପୂଜା। ଆଦିବାସୀ ଏକ ପ୍ରାର୍ଥନା ଉତ୍ସବ। ସଂକୀର୍ତ୍ତନ, ଧୂପର ସୁଗନ୍ଧି, ଅଗ୍ନି ନୈବେଦ୍ୟର ଧୂଆଁ ପବିତ୍ର ଏବଂ ଗଭୀର ଅନୁଭବ ହେଉଥିଲା। କି ଅନୁପମ ସନ୍ଧ୍ୟାରେ ଆଦିବାସୀ ମେଳାରେ ଦୁହେଁ ଭୋଗ କରିଥିଲୁ। ଅନେକ ଯୁବଯୁବା ଦର୍ଶକ ଗ୍ୟାଲେରୀରେ ଝୁମିଥିଲେ। ରୂପେଲି ଆଲୋକରେ,ସେଲ୍ଫି ,ଏକ ନଗଦୀ ପରମ୍ପରା,ଡିଜିଟାଲର ମାମଲା କରାମତି। ମତୁଆଲା ମୋବାଇଲି ହାତରେ ଜୀବନ୍ତ ଖେଳନା! ଉତ୍ସବ ନାଚ ଗୀତଏକ ଉତ୍ସାହ ପୂର୍ବରୁ ଦେଖି ନଥିଲି।

ନୁଆଁ ନୁଆଁ ତା’ର ଜୀବନର ଅପାସୋରା ହାତ ଚାବିକାଠି। ପରଜା ଜାତିର ନୃତ୍ୟ ଶିଳ୍ପୀଙ୍କ ପାଦଡିଆଁ ନୃତ୍ୟ ତାଙ୍କ ଦେବତାଙ୍କୁ ଭକ୍ତିପୁତ ସ୍ୱପ୍ନ ନିହତ। ଗୋଣ୍ଡ ଜନଜାତିର,ଲୋକ ନୃତ୍ୟ ଢ଼ୋଲର ତାଳେତାଳେ ଦର୍ଶକଙ୍କର ଏକ ଶକ୍ତ ସମ୍ପର୍କ ଯୋଡି ହୋଇଯାଇଥିଲା। ଜୀବନ ଶୈଳୀର ଏକ ପରାମ୍ପରା ଦେଖିଲୁ। ଜହ୍ନ ଓହ୍ଲେଇ ସାରିଥିଲେ। ମିଞ୍ଜି ମିଞ୍ଜି ତାରା ଆକାଶରେ ଛୁପି ଯାଉଥିଲେ! ତା ପ୍ରତି ବଦଳେ ସ୍ମାର୍ଟ ସିଟିର ରୂପେଲି ଆଲୁଅରେ ଲେଉଟାଣି ଯାତ୍ରା! ମନ ରହିଗଲା ଘଡ଼ିଏ! ମୋ ବସର ଉଡ଼ନ୍ତା ବତିର ଭ୍ରମ।



ମେଳାରେ ସ୍ଥିତିକୁ ପାସୋରି ଦେଇଥିଲୁ। ଜନଶିଙ୍ଗାର ଉଛୁଳା ଅନୁପମ ମେଳା ଦୃଶ୍ୟ,ସ୍ଵାଦ,ଶବଦରେ ସ୍ଥାନ ଛାଡିବା କଷ୍ଟକର ଥିଲା।ଏକ ଆଦିମ ଜାତିର ଜିଅନ୍ତା ଚଳଣିକୁ ସାଉଁଟିଥିଲୁ। ଆନନ୍ଦ ଓ ଆଧ୍ୟାତ୍ମିକ ଭାବର ଏକ ସମର୍ପଣ। ଏ ଜାତିର ଲକ୍ଷଣ ହିଁ ଏଇଆ! ସଂଗ୍ରାମୀ,ଦେଶ ପ୍ରେମୀ,ତ୍ୟାଗ ପାଇଁ ଖ୍ୟାତ। ଅଗଣାରେ କଥା ହେଲୁ ,ଦେଖା କଲୁ। ସଉଦା ମନଭରି କଲୁ। ଅଗଣାର ଆଧ୍ୟାତ୍ମିକ ଭାବର ପ୍ରେରଣା ପାଇଲୁ। ସରଳ ସଂସ୍କୃତି ଲୋକ ନୃତ୍ୟରେ ଅଂଶ ନେଲୁ। ବଣ୍ଡା ଘାଟିର  କୁହୁଡି ଠାରି କହୁଥିଲା। ଏ 
ଆଦିମ ଜାତିର ଇତିବୃତ୍ତି ଗୁମର କାହାଣୀ। ମନ ଚାହୁଁ ନଥିଲା ତା ଟାଂଗଡା ଛାଡିବାକୁ,ବର୍ଷକରେ ଥରେ ଆଦିବାସୀ ମେଳା।
ଜୁଟନ୍ତାକି ୩୬୫ ଦିନ ଅସଲି ହଳଦୀ ଗୁଣ୍ଡ,ଆୟୁଷ ବଢନ୍ତାକି ୨ ଶହ ବରଷ।

(ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା/ Foot Notes1.Wikipedia,https://openknowledge.WorldBanka.org>













Comments

Post a Comment