ଋଷିକୁଲ୍ୟା ତଟିନୀ ନୁହଁ : ଏକ ପ୍ରବାହମାନ ଜୀବନ “The Rushikulya: More Than Just a River, It is a way of Life “





ତାମାଙ୍ଗି ବାଡ଼ିର ଜେଜେମା ଚନ୍ଦ୍ରମା ଚିତାକୁଟା ସାଗୁଆ ରଙ୍ଗରେ ଝଟକୁଥିଲେ। ଗପ ଶୁଣାଉଥିଲେ।
ଆଦ୍ୟ ଦୁଇ ଅକ୍ଷର“ଋଷି” ତପସ୍ଵୀଙ୍କୁ, ପ୍ରାନ୍ତ ଅକ୍ଷର ଦୁଇ “କୁଲ୍ୟା” ଅର୍ଥ ଜଳଧାରାକୁ ବୁଝାଏ। ଋଷିକୁଲ୍ୟା ତପସ୍ଵୀଙ୍କ ଜଳଧାର ପୂଣ୍ୟତୋୟା ପଦ୍ମନାଭଗିରି,ଋଷିମାଳ କନ୍ଦରରୁ ଋଷି କୁଣ୍ଡରେ ଚହଲୁଥିଲା।



👉ଚୈତ୍ରକୃଷ୍ଣ ତ୍ରୟୋଦଶୀ ଭିଷା ନକ୍ଷତ୍ରଯୁକ୍ତ ମହାବାରୁଣୀ ତିଥି। ଯୁଗ ଯୁଗରୁ ଖ୍ୟାତି। ଶ୍ରଦ୍ଧାଳୁ ମହିଳା ଶାଢ଼ୀ ଓ ପୁରୁଷ ଧୋତି ଗାମୁଛା ପରିଧାନକରି ରୁଣ୍ଡ ହେଉଥିଲେ। ଜନ ମୄଦୁଙ୍ଗ ଓ ଗିନି ସହ ନାମ ସଂକୀର୍ତ୍ତନ ଜପୁଥିଲେ। ପାଦ ଭୂମିଠୁ ଉଠୁଥିଲା! ଭୂମିକୁ ସ୍ପର୍ଶ କରୁଥିଲା। ଯାନୀ ଯାତ୍ରା ଶବ୍ଦରେ କମ୍ପିଉଠୁଥିଲା।
ତାରା ନାତୁଣୀ ବୁଲୁବୁଲୁ ଚାହୁଁଥିଲା! ଯେମିତି ପୂର୍ବରୁ ଦେଖିନଥିଲା ! ଯୁଗକୁ ଚିହ୍ନଟ କଲା ! ଗପ କହୁ କହୁ କୁଇପଦ କହିବାକୁ ଲାଗିଲା।ଅତି,ଅଲି,କ୍ୱାଲି,କଲେ,ଓ଼ରେଇ,ମେଲାକା, ତାରା ବୁଝିପାରିନଥିଲା ? ଓଡ଼ିଆ କେଇ ପଦରେ, ହାତୀ,ଭାଲୁ,ବାଘ,ବିଲୁଆ, ମୂଷା,ମୟୁର ପୁନଃ ବୁଝାଇଥିଲା।

👉ଦଇବ,ଦାନବ,ମଣିଷ ଓ ପଶୁ ପ୍ରହରା ଦେଉଥିଲେ ! ତାରା ମନରେ ଭୟଜାତ ହେଲା ! ୧୨ ବର୍ଷର ଜଙ୍ଗଲୀ ବାଳିକା ତାରା ମାଝି ମନରେ ଅସମାହିତ ପ୍ରଶ୍ନ ଭରିଦେଲା ? ତା ଆବା,ମାନଇଆକୁ ପ୍ରଶ୍ନ କରିବ ? ତାମାଙ୍ଗିର "ମିଲାକା,ତାଡେ଼କୁ ", ବୁଝିବ!



👉ଓଃ କି ଭିଡ଼ ! ଦୁଇକୂଳକୁ ଜଳ ସ୍ପର୍ଶ କରୁଥିଲା । ଧନେଇ,ବାଘୁଆ ଓ ବଡ଼ନଦୀ ଋଷିକୂଲ୍ୟର ଉପନଦୀ ରୂପରେ ପଥ ପ୍ରାନ୍ତରେ ଋଷିକୂଲ୍ୟାରେ ଲୀନ ହୋଇଥିଲେ। ସ୍ରୋତର ପ୍ରଖର ଗର୍ଜନରେ ଉଛୁଳି ପଡ଼ିଲା !



👉ଲୋକନୃତ୍ୟ, ପରମ୍ପରା ଏକ ବିଶ୍ୱାସ! ଆସିକା ଉପକୂଳରେ ଋଷିକୁଲ୍ଯା ସଙ୍ଗମ ହିନ୍ଦୁଙ୍କ ତୀର୍ଥକ୍ଷେତ୍ର। ଘାଟରେ ପିତୃପୁରୁଷଙ୍କ ତିଳତର୍ପଣ ଓ ଶ୍ରାଦ୍ଧ, ପିଣ୍ଡଦାନ କରନ୍ତି। ତିଥିରେ ପିତୃ ପୁରୁଷଙ୍କ ଅସ୍ତି ବିସର୍ଜନ, ଆତ୍ମାର ଶାନ୍ତି, କାମନା। ଜନଙ୍କ ହୃଦୟରେ ଚେତନା, ମୈତ୍ରୀ ବାରୁଣୀ ସ୍ନାନ! ଥରେ ନୁହଁ ଦି -ଥର'ନୁହଁ ! ୩ ଥର ଡୁବୁକି ମାରୁଥିଲେ। ମନ୍ତ୍ର ଉଚ୍ଚାରଣରେ ଆଧ୍ୟାତ୍ମିକ ପରିବେଶ ହୃଦୟକୁ ସ୍ପର୍ଶ କରୁଥିଲା।

ତଟରେ ପଞ୍ଚଲିଙ୍ଗ ମନ୍ଦିର ପୁଡୂଗେଶ୍ଵର,ରାମେଶ୍ଵର, ସୁବର୍ଣ୍ଣେଶ୍ଵର, ନୀଳକଣ୍ଠେଶ୍ଵର, ବାଲୁଙ୍କେଶ୍ଵରଙ୍କୁ ଦର୍ଶନ। ଘଣ୍ଟଘଣ୍ଟି ଶଙ୍ଖ ଶବଦରେ ବେଢାରେ ପ୍ରକମ୍ପିତ ହେଉଥିଲା।

👉ଗହଳ ଗାଁ ନଗର “ଆସିକାବୁଡ”! ତାରା ପ୍ରଶ୍ନ ପରେ ପ୍ରଶ୍ନ ? ଚନ୍ଦ୍ରମା ଉତ୍ତର ଗପରେ ତା’ଗୁମର ଗାଥା କହୁଥିଲେ! ସାଂସ୍କୃତିକ ଏବଂ ଆଧ୍ୟାତ୍ମିକତାରେ ଆଲୋକିତ କରିଥାଏ।


👉ପ୍ରାଚୀନ ପରମ୍ପରାର କାହାଣୀ! ଋଷିକୂଲ୍ୟା ନଈ କେବଳ ଜଳର ଉତ୍ସ ନୁହେଁ ଜନବାସୀଙ୍କଏକ ଜୀବନ ରେଖା। ମରୁଡ଼ିରେ ଫସଲ ଶୁଖିଗଲା ! ଋଷିକୂଲ୍ୟା ଆଡକୁ ମୁହାଁଇଲେ। କୋମଳ ସ୍ରୋତରେ ସାନ୍ତ୍ୱନା ଖୋଜିଲେ। ପିଢ଼ି ପରେ ପିଢ଼ି ନିର୍ଭରଶୀଳ ହେଲେ। ଜଳ ଓ କୂଳ ଉର୍ବର ଜମିକୁ ଚାଷ ଫସଲ ଅମଳ କଲେ।


👉ଜଳ ବାହୁରେ ମିତ୍ର ଶତ୍ରୁ ବନ୍ଧନରେ କାର୍ତ୍ତିକ ପୁନେଇଁ ବୋଇତ ଭସାଣି ପର୍ବ। ଅସଂଖ୍ୟ କଦଳୀପଟ ବୋଇତ ଦୀପ ଦାନ କରି ବନ୍ଦାପନା କରୁଥିଲେ। ବାଲିଯାତ୍ରାର ଭ୍ରମ ସୃଷ୍ଟିକଲା। ହୁଳହୁଳି ବନ୍ଦନାରେ ଓଡ଼ିଆଣୀର ମନ କୁଂଢ଼େ ମୋଟ ! ସାଧବ ପୁଅଙ୍କ ଶୁଭ ମନାସିଥିଲେ।


👉ଆନିକଟ’ରେ ତା’ପ୍ରବାହକୁ ସ୍ଥିରକଲା! ପାନୀୟଜଳ,କ୍ଷେତକୁ ଜଳ, ବୋହି ନେଉଥିଲେ? ଗାଁ ସହର ଜନ ତା’ତୁଠରେ ଯନ୍ତ୍ରୀଙ୍କ ମନ୍ତ୍ରଣା ! ମନ୍ଦିର ମସଜିଦ ଗିରିଜା ଦେବତା ଦର୍ଶନ କଲେ। ବଳକା ଜଳକୁ କଳକାରଖାନାରେ ବ୍ୟୟ କରୁଥିଲେ। ତା'ବାଲି କଣିକା ଉପରେ ଲୋଭ ବଢିଥିଲା ! ଦିନକୁ ଦିନ ବାଲୁକା ରାଶିରେ ଅତ୍ୟାଚାର ବଢିଲା।


👉ତାରାତାରଣୀ ଦର୍ଶନ ଆଧ୍ୟାତ୍ମିକ ମହତ୍ତ୍ୱ ରଖିଲା। ପ୍ରିୟ ରୀତିନୀତି,ବାର୍ଷିକ ନଦୀ ମହୋତ୍ସବ ମୌସୁମୀ ପ୍ରବାହକୁ କୂଳରେ ପ୍ରାର୍ଥନା କରିଥିଲେ।। ପଟଲାମପୁରରେ ଫୁଲ,ଫଳ, ଧୂପ,ଗୀତ ପ୍ରତିଧ୍ୱନିତ! ଆନନ୍ଦ ନଦୀ ଉତ୍ସବ ପାଇଁ ଏକ ସ୍ଥାନ ନୁହେଁ! ପରତାପୁର ସାନ୍ତ୍ୱନା ଏବଂ ପ୍ରତିଫଳନର ଉତ୍ସ। ପ୍ରିୟଜନଙ୍କ ଦେହାନ୍ତ ! ପାଉଁଶ ! ଆତ୍ମା ଅନନ୍ତନିର୍ବାଣ ପ୍ରାପ୍ତି ଘଟିଲା। ଋଷିକୂଲ୍ୟା ପ୍ରତି ମୂହୁର୍ତ୍ତର ସାକ୍ଷୀ।


୫୧ କୋଶ ମୁହାଣ? ଅଙ୍କାବଙ୍କା କେଉଁଠି ପ୍ରଶସ୍ତି ଆଉ ସଂକୀର୍ଣ୍ଣ ସ୍ରୋତ ମାର୍ଗ । ଜନ ଓ ପ୍ରାନ୍ତରେ ବିଷ୍ଣୁ କଚ୍ଛପ ଅବତାର ! ଏକ ପବିତ୍ର ସଂଯୋଗ ଶାନ୍ତି ଜଳ ନୁହେଁ! ଗଂଜାମ ଆଶା ଆକାଂକ୍ଷାର ପ୍ରତୀକ। ଏକ କାଳଜୟୀ ସ୍ରୋତ ପ୍ରବାହିତ ହେଲା। ବନ୍ୟା ଦୁଃଖ ଦେଲା।
👉ସଞ୍ଜ ସକାଳେ ମାଛୱାରୀଙ୍କ ବେଉସାରେ ଅନ୍ନ ଯୋଗାଡ଼ରେ ସନ୍ଧାନ ପାଇଲେ ! ଆହୁଲାରେ ଚବର ଚବର ଜଳ ଶୁଭୁଥାଏ। କେତେବେଳେ ନାଉରି ଭାଇର " ହେୟାରେ ହେୟା, ହେୟାରେ ହେୟା “,ଢେଉରେ ଧ୍ୱନି ବେଳାଭୂମିକୁ ଶୁଭୁଥିଲା ? ଆରିବାଡ଼ି, ପୁରୁଣାବନ୍ଧ, ଗୋଖରାକୁଦା ଏବଂ କାଣ୍ଟିଆ ପଡା, ମତ୍ସ୍ୟଜୀବୀଙ୍କ କାଠଡ଼ଙ୍ଗା,ଆହୁଲା ଇସାରାକୁ ଜଗିବସିଥିଲା ।


👉ଦେବ ଦାନବଙ୍କ ସୁରକ୍ଷା ପାଇଁ କୁର୍ମା ଭଗବାନ ବିଷ୍ଣୁଙ୍କ ଦ୍ୱିତୀୟ ଅବତାର! ମାଣ୍ଡାରା ପର୍ବତକୁ ଏକ ବାଡ଼ିଏବଂ ସର୍ପ ରାଜା ବାସୁକୀଙ୍କୁ ଦଉଡି ବ୍ୟବହାର କରିଥିଲେ। ସମୁଦ୍ରରେ ଲୁଚି ରହିଥିବା ଅମୃତ ଧନଗୁଡିକ ପୁନରୁଦ୍ଧାରରେ କୁର୍ମା ଅବତାର ସେବା ଇଚ୍ଛାଶକ୍ତିର ପ୍ରତୀକ। କୈବର୍ତ୍ତଙ୍କ ଗାଁରେ କଚ୍ଛପ ଅବତାରରେ ସ୍ୱୟଂ ବିଷ୍ଣୁଙ୍କ ବାସ ସ୍ଥାନ !


👉ତନୟା ପୁରୁଣାବନ୍ଧ,ଗୋଖରାକୁଦା, ଋଷିକୂଲ୍ୟା ମୁହାଣରେ ପହଞ୍ଚିଲେ। ରାତ୍ରରେ ବେଳାଭୂମିରେ ସେ ଅଲିଭ୍ ରିଡଲେ ଅଣ୍ଡାକୁ ସୁରକ୍ଷାଦେଲା। ପାହାନ୍ତି ପ୍ରହରୀରେ, ଗରମ ବାଲିରେ ବସା ଖୋଳି ମୂଲ୍ୟବାନ ଅଣ୍ଡାକୁ ସୁରକ୍ଷା ଦେଲେ। ଏକ ଅନ୍ଧାର ରାତ୍ର କୁଡ଼ିଆରେ ତନୟା ଥରି ଉଠିଲା! ଭୟ ଘାରିଲା! ତସ୍କରଙ୍କୁ ଧରପଗଡ଼ କଲେ।। ପାହାନ୍ତାରୁ ଖବର ପବନ ବେଗରେ ପ୍ରସାରିତ ହେବାକୁ ଲାଗିଲା। ରାଇଜ ସାରା ତନୟାର ପଦକ୍ଷେପକୁ ଉଚ୍ଚ ପ୍ରଶଂସାରେ ପୋତି ପକାଇଲେ।

ଦରିଆ ପାରି ଚୀନ ,ତିବ୍ବତ,ନେପାଳ,ସାଇବେରିଆରୁ ପକ୍ଷୀ ଉଡ଼ି ଉଡ଼ି ଆସୁଥିଲେ। ଭିନ୍ନ ଅବତାରରେ ଦିନ ଦର୍ଶନରେ ରାତ୍ରରେ ଚିଲିକା ହ୍ରଦକୁ ବାହୁଡ଼ିଥିଲେ ! ତାରା ପ୍ରଶ୍ନ କରିଥିଲା ? କାହିଁକି ଦୂରରୁ ଉଡ଼ିଉଡ଼ି ଆସୁଥିଲେ ? ଜେଜେମା ପ୍ରଶ୍ନର ଉତ୍ତର ରଖି କହିଲେ,କିଏ କହୁଥିଲେ ଖାଦ୍ୟ,ଅମ୍ଳଜାନ ପାଇଁ ଉର୍ବର ପରିବେଶ ଥିଲା।
👉ଆଉ କିଏ କିଏ କହୁଥିଲେ ପାପରୁ ମୁକ୍ତି ପାଇଁ କଚ୍ଛପ ଅବତାର ଭଗବାନଙ୍କର ଦର୍ଶନ ପାଇଁ ଋତୁର ରୀତିରେ ପସନ୍ଦ କରୁଥିଲେ। ସପ୍ତାହ ପରେ, ତନୟା ତଳେ ଥିବା ବାଲିରେ ଏକ କମ୍ପନ ଅନୁଭବ କଲା। ନିଜେ କ୍ଷୁଦ୍ର ପ୍ରତିକୃତି, ଭୂପୃଷ୍ଠକୁ ଯିବା ବାଟକୁ ବନ୍ଦ କରିଦେଲେ। ସମୁଦ୍ରକୁ ଯାତ୍ରା ଭରପୂର ଥିଲା। ନିକଟସ୍ଥ ଗ୍ରାମ ଗୁଡିକର କୃତ୍ରିମ ଆଲୋକ ଦ୍ୱାରା ଚମକୁଥିଲା। ଏକା ସାଙ୍ଗରେ  ଓଲିଭ ରିଡ୍ଲେ ଟ୍ରଟଲସ  ଜୀବନ ପ୍ରଦାନକାରୀ ତରଙ୍ଗରୁ ବିଚ୍ୟୁତ ହୋଇଥିଲେ।



👉ଚନ୍ଦ୍ର ଏବଂ ତାରାମାନଙ୍କ ଆଲୋକରେ ପରିଚାଳିତ ଶିଶୁମାନେ ସମୁଦ୍ରରେ ପହଞ୍ଚିବା ବେଳକୁ ତନୟା ମନରେ ଖୁସି ଭରିଦେଇଥିଲା । ନିରନ୍ତର ସୁରକ୍ଷା ଏବଂ ସଚେତନତା ସହିତ ବୋଧହୁଏ ତାର ପ୍ରଜାତି ବଞ୍ଚି ରହିବେ। ପୁନର୍ବାର ତରଙ୍ଗ ଭିତରକୁ ପଶିଯିବା ପରେ ତନୟା ତାଙ୍କ ବଂଶଧର ଋଷିକୂଲ୍ୟା ମୁହାଣ ଏକ କ୍ଷୁଦ୍ର ଅଂଶ। ପ୍ରକୃତି ଈଶ୍ୱରଙ୍କ ସଙ୍ଗମ ।

ଋଷିକୂଲ୍ୟା ନଦୀ ଅନନ୍ତ ନିତିଦିନିଆ କାହାଣୀ। ମାନବିକତା ଏବଂ ପ୍ରାକୃତିକ ମଧ୍ୟରେ ସ୍ଥାୟୀ ବନ୍ଧନର ସ୍ମାରକ ! ଆସିକା ବୁଡ଼ ଏକ ବିଶାଳ ଦର୍ଶନରେ ପରିଣତ ହୋଇ ଦୂର ଦୂରାନ୍ତରୁ ପରିଦର୍ଶକଙ୍କୁ ଆକର୍ଷିତ କରିଥିଲା।

👉ଜଳ ନିରନ୍ତର ପ୍ରବାହିତ ହେଲା। ମାଘ ଫାଲଗୁନ ଓ ଚୈତ୍ର ମାସରେ ମୁହାଣରେ ଅଟକି ରହିଥିଲା ! କଳି କାଳର ପୁଅ ଅଜ୍ଞ! ଅସ୍ତିତ୍ୱର ଚକ୍ରବ୍ୟୁହ ପ୍ରକୃତି ଏବଂ ସମସ୍ତ ଜୀବନର ପରସ୍ପର ସହ ଜଡିତ ସ୍ମରଣୀୟ! ଚୂଳରେ ପର୍ବତ ଜନ ମୁହାଣରେ ସାଗର ଋଷିକୂଲ୍ୟା ଏକ ପ୍ରବାହମାନ ଜୀବନ !

ନୀଳ ସାଗର ଢେଉରେ ମୁହାଣକୁ କୋଳାକୃତ ଦୁହେଁ କରିନେଉଥିଲେ। ଚିଲିକା,ତାମ୍ପରା ହ୍ରଦ ଦୁହେଁ ମୁରୁକି ମୁରୁକି ହସୁଥିଲେ। ପ୍ରେମ ଦୁହେଁ ବାନ୍ଧବୀଙ୍କ ପ୍ରକୃତି ମଧ୍ୟରେ ସତ ହେଲେବି ଗପ !


👉“ ପୁରାବୃତ୍ତ ଓ ନୂତନ ଆଶାର ଆଲୋକ”। ପୋତାଗଡ଼ ଭୂମିତଳ ବନ୍ଦର ଗୁମର ଫିଟିଲା। ତାମାଙ୍ଗି ବାଡ଼ିର ତାରା ଜଙ୍ଗଲୀ କନ୍ୟା ପରି ଅସଂଖ୍ୟ ସ୍ରୋତାଙ୍କ କାନକୁ କାନ ପ୍ରସାରିତ ହେଲା।
ସତ ହେଲେବି ଜେଜେମା ଚନ୍ଦ୍ରମା ମାଝୀଙ୍କ ଏକ ଗପ!“ଋଷିକୂଲ୍ୟା ନଈ ନୁହେଁ ଗାଁର ହୃଦୟ”, ”ରୀତିନୀତିର ସତ୍ୟ ଏକ ପ୍ରାକୃତିକ ବନ୍ଧନ”।



ଋଷିକୁଲ୍ୟା ତଟିନୀ ନୁହଁ : ଏକ ପ୍ରବାହମାନ ଜୀବନ “The Rushikulya: More Than Just a River, It is a way of Life “
(ରଚୟିତା-ଦିଲିପ କୁମାର ନାୟକ)








Comments

Post a Comment