କାଉଁରୀ ଦେଶର ଅକୁହା କାହାଣୀ। ରାଣୀ ସ୍ମିତାଲକ୍ଷ୍ମୀ ଦେଓଙ୍କ ରହସ୍ୟମୟୀ ଜୀବନ! ସେବା ପ୍ରେମ ଧର୍ମ ତ୍ୟାଗୀ ବାଗ୍ନିର ପ୍ରତୀକ। ସୌନ୍ଦର୍ଯ୍ୟ ଏବଂ ଦୟାଗୁଣ ପାଇଁ ଲୋକପ୍ରିୟ ଥିଲେ।। ସମୃଦ୍ଧ ରାଇଜ ଭାବେ ପରିଚିତ। ମନ ପାଇଁ ମନ ଉଜାଗର ବସନ୍ତ ଆସେ ପୁଣି ଚାଲିଯାଏ। ରାଜବାଟିରେ ସ୍ପର୍ଶ କରୁନଥିଲା ! ରାଣୀଙ୍କ ହୃଦୟରେ ସ୍ନେହର ଶୂନ୍ୟତା ପଡିଲା?
ଏକ ସତ୍ୟ ଚିରନ୍ତନ ସ୍ନେହ ଅପେକ୍ଷାର ଗୁମର କାହାଣୀ! ଶରତ ଋତୁର ଓପରଓଳିଥାଏ। ଉଆସ ବେଢାର ପତ୍ରଗୁଡିକ ସ୍ବର୍ଣ୍ଣଲାଲ ରଙ୍ଗରେ ରଙ୍ଗାୟିତ ହେଉଥିଲା। ଅଜଣା କଥାକାର ରାଜବାଟୀ ମୁହାଁ ! ଆଖି ତାରକା ଭଳି ଚମକୁଥିଲା ! ରଶ୍ମି ଏକାଧିକ ରାଜ୍ୟ ଯାତ୍ରାର ଅଭିଜ୍ଞତା ଓ କଣ୍ଠସ୍ୱର ନିରୋଳାକୁ ମନେ ପକାଉଥିଲା! ସେ ରାଜବାଟୀ ପାଇଁ ନବାଗତା।
ଜନକପୁର ରାଇଜର ବିଶିଷ୍ଟ ଯୁବକବି ରଶ୍ମି ଦେଭକଟେ। ବୋକାଟା ରାଜଧାନୀ ଢ଼ୀଙ୍ଗ ନଈକୂଳ ରାଜବାଟିରେ ପହଂଚି ଯାଇଥିଲେ। ରାଣୀଙ୍କ କାହାଣୀ ପ୍ରଜାଙ୍କ ଠାରୁ ଶୁଣିଲେ। ରାଜ ସଭାରେ ସଂଗୀତ ଶୁଣାଇବା ଅପେକ୍ଷାରେ! ଯଦି ଖୁସି ହେବେ ତାହା ଭାଗ୍ୟର !
ମୁଖ୍ୟଦ୍ୱାର ଅପେକ୍ଷାରେ କବିବର ରଶ୍ମି! ଆଶ୍ଚର୍ଯ୍ୟ ପ୍ରକଟ କଲେ ! ବିଗତ ବର୍ଷ ନାଗା ଓ କାଚରୀ ଯୁଦ୍ଧରେ ରାଜାଙ୍କ ମୃତ୍ୟୁ ଘଟିଥିଲା। ସେ ଅଗୋଚର ଥିଲେ। ରାଜା ଆମନ୍ତ୍ରଣ କରିଥିଲେ। ନିଜ କନ୍ୟା ସ୍ମିତାଙ୍କ କବିତା ,ବଂଶୀସ୍ୱର,ଶାସ୍ତ୍ରୀୟ ସଙ୍ଗୀତ ଶୁଣାଇବାପାଇଁ , ଓଲଟା ପାଣି ଫୋଟକା ଜୀବନରେ ପୁରୁଣା ରାଜା ସଂସାରରୁ ଅନ୍ୟ ଦୁନିଆରେ। ଆଶାର ପର୍ବତ ଚୁରମାର ହୋଇଯାଇଥିଲା।
ଯୁବରାଣୀ ଦେଶର ରାଜ ସିଂହାସନାରେ! ଦୁର୍ଗମ ହିମାଳୟ ପାର୍ବତ୍ୟ ଅଂଚଳ ଅତିକ୍ରମ କରି ପହଞ୍ଚିଥିଲା। ତାଙ୍କର ଯାତ୍ରା ଯେମିତି ବ୍ୟର୍ଥ ହେଲା। ସେ ଫେରିବାକୁ ମନସ୍ଥ କରିଥିଲେ। କିନ୍ତୁ ଦ୍ୱାରପାଳ ବାଧା ଦେଇଥିଲା। ରାଣୀଙ୍କ ଅନୁମତି ବିନା “ତୁମେ ପାଦେ ଘୁଂଚି ପାରିବ ନାହିଁ” ଚରମ ବାଣୀ ଶୁଣାଇଥିଲା ! ରଶ୍ମିଙ୍କ ଆଶଙ୍କା ଜାତ ହେଲା !,
ଶ୍ୱେତ ଅଶ୍ୱ କ୍ଲାନ୍ତ ହୋଇପଡ଼ିଥିଲା। ଫଁଫଁ ଗରମ ବାୟୁ ନିର୍ଗତ ହେଉଥିଲା। କବି ପିଠିରୁ ଓହ୍ଳାଇଥିଲେ। ରାଣୀ ବାର୍ତ୍ତା ପାଇଲେ। ସ୍ମିତାଲକ୍ଷ୍ମୀଙ୍କର ବ୍ୟଗ୍ରତା ବଢିଯାଇଥିଲା। ଅଜଣା ଜ୍ଞାନୀ ଗୁଣି ! ସେ ବିଳମ୍ବ ନକରି ନିମନ୍ତ୍ରଣ ଦେଇଥିଲେ। ବିଧିର ବିଡମ୍ବନା ! ରାଣୀଙ୍କ ଆମନ୍ତ୍ରଣରେ କବି ରଶ୍ମି ଆଚମ୍ବିତ! ସେ ମଥା ପାତି ଅନୁସରଣ କଲେ। ପାଳିତ ଅଶ୍ୱକୁ କଟୁଆଳ ଅଶ୍ୱ ଶାଳକୁ ସଯତ୍ନ ନେଇଥିଲେ।
ରାଣୀ ସ୍ମିତାଲକ୍ଷ୍ମୀ ମହାମନ୍ତ୍ରୀ ସୁତାପାଙ୍କୁ ପରମ୍ପରା ଅନୁଯାୟୀ ରାଜକୀୟ ଭୋଜି ଆୟୋଜନ ନିମନ୍ତେ ଆଦେଶ ଦେଲେ। ପାକଶାଳାରେ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟସ୍ତ ରହିଲେ। ଦାସୀ ପୋଇଲି ଗଣ ଚଳ ଚଂଚଳ ! ରାଜଦରବାର ସାଜସଜ୍ଜାରେ ଲାଗିପଡ଼ିଲେ।
ନାଲିଆ ରାଜବାଟୀ ଉଠୁଥିଲା ପଡୁଥିଲା। ଦରବାର ଅନ୍ତେବାସୀଙ୍କୁ ବାର୍ତ୍ତା ବିଧିବଦ୍ଧ ଭାବେ ଜଣାଇ ଦିଆଯାଇଥିଲା। କବି ରଶ୍ମି ବିଶ୍ରାମ କକ୍ଷରେ ଆରାମ କ୍ଲାନ୍ତ ମେଣ୍ଟାଉଥିଲେ । ତାଙ୍କ ବଂଶୀକୁ ଦ୍ଵିତୀୟ ବାର ପରୀକ୍ଷା କରିନେଲେ। କେଉଁ କେଉଁ କାହାଣୀ ଓ ସଙ୍ଗୀତ ପରିବେଷଣ କରିବେ ତାଲିକାକୁ ନେଇ ସେ ମଗ୍ନ ରହିଲେ।
କବିଙ୍କ ଅଶ୍ୱ ପହିଲି ଦିନରେ ଖାଦ୍ୟ ଖାଈ ନଥିଲ। ତୁରନ୍ତ ବାର୍ତ୍ତା ପ୍ରେରିତ କରିଥିଲେ। କବି ରଶ୍ମିଙ୍କ ଆଶଙ୍କାର ସୂତ୍ରପାତ ଘଟିଲା। ସେ ଜୀବନଠୁ ଅଧିକ ଭଲ ପାଉଥିଲେ। ଅଶ୍ୱ ଶାଳକୁ ପରିଦର୍ଶନରେ ଯିବା ପାଇଁ ମନକଲେ। ଅଶ୍ୱ ଦେଖୁ ଦେଖୁ ମୁଣ୍ଡ ନାଡ଼ିଥିଲା। ଦୁଇଥର ଆଉଁସି ଥିଲେ। ସେତକରେ ଖାଦ୍ୟ ନେଇଥିଲା। ଅଶ୍ୱପାଳକ ତାଜୁବ ହୋଇଯାଇଥିଲେ!
ରାଜବାଟି ଧୀରେ ଧୀରେ ସ୍ରୋତାଙ୍କ ଭିଡ ଜମିବାକୁ ଲାଗିଲ। ମନ୍ତ୍ରୀ ପରିଷଦ ସଭା ମଣ୍ଡପରେ ଆସନ ଗ୍ରହଣ କରିବାକୁ ଲାଗିଲେ। କବିବର ରଶ୍ମିଙ୍କୁ ମଂଚ ସ୍ଥଳକୁ ପାଛୋଟି ନିଆ ଯାଇଥିଲା। ସବୁ ଠିକଠାକ, ରାଣୀ ସ୍ମିତା ଲକ୍ଷ୍ମୀଙ୍କ ଅପେକ୍ଷାରେ ରଂଗ ମହଲ। ବଂଶୀସ୍ୱର’ଅପେକ୍ଷାରେ ସଭାସ୍ଥଳଟାକି ବସିଥିଲେ। ରାଣୀଙ୍କ ଇସାରା କ୍ରମେ, କବି ରଶ୍ମି କଣ୍ଠରେ ମାଙ୍ଗଳିକ ଗୀତ ପ୍ରାରମ୍ଭ କରିଥିଲେ ।
ହିନ୍ଦୀ ଭାଷାରେ କାମାକ୍ଷୀ ଦେବୀଙ୍କ ଏକ ସୁପ୍ରଭାତ ଭଜନରହିଥିଲା। ବେଶ ହୃଦୟସ୍ପର୍ଶୀ! କରତାଳିରେ କୄତଜ୍ଞତା ଜଣାଇଥିଲେ। ତାପରେ ସେ ଗୌତମ ବୁଦ୍ଧଙ୍କ କାହାଣୀ , ମହାବୀରଙ୍କ ଜୀବନୀ ଶୁଣେଇଥିଲେ।
ରିପୁ ମଲ ଓ ପୃଥିବୀ ମଲଙ୍କ ବୀରତ୍ୱ ଗାଥା ,ରାଣୀ ବୁଡିକା , କ୍ଲିଓପାଟ୍ରା , “ଫ୍ରାନ୍ସର ଗଧିଆ,”“ଲଭ୍ ଡି ଫ୍ରାନ୍ସ ,ଇସାବେଲା”, ସଫଳତା ଦୃଷ୍ଟିରୁ ରାଣୀ ଇସାବେଲା , ଆରାଗୋନର ଫର୍ଡିନାଣ୍ଡ-୨ ବିବାହ ମାଧ୍ୟମରେ ସ୍ପେନକୁ ଏକୀକୃତ କରିଥିଲେ ଏବଂ ସେ ଖ୍ରୀଷ୍ଟୋଫର କଲମ୍ବସଙ୍କ ଅଭିଯାନକୁ ଅର୍ଥ ପ୍ରଦାନ କରିଥିଲେ। କିପରି ଆମେରିକା ଆବିଷ୍କାର ହୋଇଥିଲା। ୟୁହୁଦୀ ଏବଂ ମୁସଲମାନମାନଙ୍କୁ ବହିଷ୍କାର କରିଥିଲେ ଏବଂ ସ୍ପେନୀୟ ଅନୁସନ୍ଧାନକୁ ସଶକ୍ତ କରିଥିଲେ।
ରାଜ ଦରବାର ମଣ୍ଡଳୀରେ ବୀରତ୍ୱ କାହାଣୀର ଗୁଣଗାନ କରିଥିଲେ। ଦେଶ ପ୍ରୀତି ,ସମ ସାମୟିକ ପ୍ରେମର କାହାଣୀ ଗୁଡିକ ଶୁଣାଇଥିଲେ। କବି ରଶ୍ମି ଦେଭକଟେଙ୍କ ମଧୁର ସ୍ୱର ଉଆସରେ ଏକ ଅପୂର୍ବ ମାୟାରେ ଭରିଗଲା।
ଶେଷ ସଙ୍ଗୀତ ଏକ ସ୍ତୋତ୍ର ଭଳିଥିଲା। ଯାହା ତାରକାମାନଙ୍କ ଦ୍ୱାରା ନିର୍ଦ୍ଧିଷ୍ଟ ଏକ ସ୍ନେହ ବିଷୟରେ କହୁଥିଲା। ସ୍ମିତାଲକ୍ଷ୍ମୀ ଦେଓଙ୍କୁ ହୃଦୟରେ ସ୍ଥାନ ନେଇଥିଲା। ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଜାରି ରହିଲା । ସନ୍ଧ୍ୟାରେ ନିୟମିତ ଗୀତ ଓ ବଂଶୀ ବାଦନ ସ୍ଥାନ ରହିଥିଲା। ଉଦ୍ୟାନରେ ରାଣୀ ଆନନ୍ଦରେ ଉଛୁଳି ପଡୁଥିଲେ ! ଗୀତରେ ଅହେତୁକ ସମ୍ପର୍କ ଯୋଡ଼ି ହୋଇଥିଲେ ।
ପୂନେଇଁ ରାତ୍ରରେ କବି ରଶ୍ମି ଉଆସ ସାମ୍ନା ଫୋଡାଣ୍ଟାଇନ କଡରେ ଲଘୁ ସଙ୍ଗୀତ ସହ ଏକ ଉଚ୍ଚ ସଙ୍ଗୀତ ପ୍ରତିଧ୍ୱନିତ କରୁଥାଏ। ରାଣୀଙ୍କ ମନ ତନ୍ନରେ ସ୍ୱର ଲେପି ହୋଇଯାଇଥିଲା। ସେ ଉଦ୍ୟାନ ଆଡକୁ ଗତିକଲେ , ସୁମଧୁର ଧ୍ୱନି ଶୁଣିଲେ। ତାଙ୍କ ହୃଦୟକୁ ଚୁମିଥିଲା।
ରାଣୀ ତାଙ୍କ ଜୀବନର ଆଶଙ୍କା ଲକ୍ଷ୍ୟର ଗୁମର ମୁକୁଳା କରିଥିଲେ। କବି ଉଆସରେ ରହଣି ଦିନଠୁଁ ନିଜ କଥା ମନରୁ ପାସୋରି ଦେଇଥିଲେ ! ରାଣୀ ଭଲପାଇବାର ଚିରନ୍ତନ ସୁଖ କିପରି ପାଉଥିଲେ। ରାଜକୀୟ କାର୍ଯ୍ୟ ଭାର ତୁଲାଇବା ସହ ସେ ବହୁତ ଖୁସି । ଉଭୟଙ୍କ ମନପ୍ରାଣ କାହାଣୀକୁ ବଖାଣିଥିଲେ। ଦୁହିଁଙ୍କ ମଧ୍ୟରେ ଭାବ ସୀମିତ ରହିଲା।
ଚାନ୍ଦିନୀ ରାତ୍ରଠାରୁ ସମ୍ପର୍କ ଧୀରେ ଧୀରେ ଦୃଢ଼ୀଭୁତ ହେବାକୁ ଲାଗିଲା। ଘଣ୍ଟା ଘଣ୍ଟା ଧରି ଉଦ୍ୟାନରେ ଅବା ରାଜବାଟିରେ ଦୁହେଁ ଚକ୍କର କାଟୁଥିଲେ। ଜଗତର ବିସ୍ମୟ କାହାଣୀର ପୃଷ୍ଠା ଓଲଟାଉଥିଲେ। ମନର ଅକୁହା ଭାବକୁ ପ୍ରକାଶ କରିବାରେ ପଛଘୁଞ୍ଚା ନଥିଲା। ରଶ୍ମି ନୁଆଁ ନୁଆଁ ସଙ୍ଗୀତ ପରିବେଷଣ ରାଣୀଙ୍କ ପ୍ରେରଣାର ଝଲକ ତାଙ୍କ ଗୀତରେ ଉଙ୍କି ମାରିଲା। ରାଣୀ ଅଧିକ ଖୁସି ହେଲେ। ତାଙ୍କ ପ୍ରତି ଦୟା ପ୍ରେମ ଭାବନା ଜାଗ୍ରତ ହେଲା। ଉଭୟେ ପ୍ରେମ ବନ୍ଧନରେ ଯୋଡ଼ିହେଲେ।
କର୍ମଚାରୀଙ୍କ ମହଲରେ ଆଶଂକା ଉପୁଜିଲା! ଯୁବରାଣୀଙ୍କ ଢଙ୍ଗ ଚାଲି ଚଳନରେ ରାଜବାଟିରେ କାହାଣୀ ଲୁଚା ଛପାରେ କାନକୁ କାନ ରାଣୀଙ୍କ ଗୁମର ଖେଳି ଯାଇଥିଲା ! କୁଆଁରୀ ରାଣୀଙ୍କ ବୟସ ୨୬ ଟି ବସନ୍ତ ଅତିକ୍ରମ କରିଥାଏ। ଅତିସୁନ୍ଦରୀ ! ଯୌବନ ଯେମିତି ଉଛୁଳି ପଡୁଥିଲା ! ଉଚ୍ଚତା ୫ ଫୁଟ ୧୦ ଇଂଚ! ତନୁପାତଳୀ! ତୋଫା ଗୋରୀ। ପଦ୍ମିନୀ ଜାତିର ମହାୟସୀ କୁଆଁରୀ ରାଣୀ। ମସ୍ତକରେ ହୀରା ଖଚିତ ମଣି ମୁକ୍ତା ଜାଜୁଲ୍ୟମାନ! ରାଜଦଣ୍ଡ ତାଙ୍କ ହସ୍ତରେ ଶୋଭା ପାଉଥିଲା।
ରାଜବାଟୀ କଳା ଭାସ୍କର୍ଯ୍ୟରେ ଅତ୍ୟନ୍ତ ଶୋଭାମୟ ! ପ୍ରତ୍ୟେକଟି କୋଣ ସୁନ୍ଦର ଭାବରେ ସଜ୍ଜା ଯାଇଥିଲା। ସିଂହାସନ ବହୁତ ମୂଲ୍ୟବାନ। ପାରଲ୍ସ, ରତ୍ନ ବୈଦ୍ୟୁର୍ଯ୍ୟ ଓ ଖଚିତ ! ଦେବ ଦେବୀଙ୍କର ମୂର୍ତ୍ତି ସୁନାରେ ନିର୍ମିତ ଦେଖିବାକୁ ମିଳିଥିଲା। ରାଜମହଲ ଭବ୍ୟତା ଓ ରାଣୀଙ୍କ ମହାନତାର ଏକ ପ୍ରତୀକ ରୂପରେ ବିରାଜମାନ ! କବି ଚକିତ !
କଥା ଅନ୍ୟ ରାଇଜରେ ହୁରି ପଡ଼ିଲା। ମହାମନ୍ତ୍ରୀ ସୁତାପାଙ୍କ ସନ୍ଦେହ ଉପୁଜିଲା ! ସେ ରାଣୀଙ୍କ ସୁରକ୍ଷା ପାଇଁ ଚିନ୍ତିତ ଥିଲେ। ଉପମନ୍ତ୍ରୀଙ୍କ ସହ ଆଲୋଚନାରେ ଏକ କୂଟନୀତି ପ୍ରସ୍ତୁତ କଲେ। କିପରି କବି ରଶ୍ମିଙ୍କ ଉଆସରୁ ବହିଷ୍କାର କରାଯିବ? ଷଡଯନ୍ତ୍ର ରଚନା କଲେ। କବିଙ୍କ ପ୍ରତି ଅସ୍ୱାଭାବିକ ବ୍ୟବହାର କରିବାକୁ ଲାଗିଲେ। ଦିନ କେତୋଟି ପରେ, କବି ଫେରିବା ପାଇଁ ଅନୁମତି ଲୋଡ଼ିଥିଲେ। ରାଣୀ ଅସହମତି ଜଣାଇଲେ। ସେ ବହୁ ପୂର୍ବରୁ ହୃଦୟରେ ସ୍ଥାନ ଦେଇଥିଲେ ଯାହା କବି କୁଆଁର ପୁଅଙ୍କୁ ଅଗୋଚର ଥିଲା। ଅଘୋଷିତ ପ୍ରେମ ତାଙ୍କ ହୃଦୟରେ ଚାପି ହୋଇଯାଇଥିଲା ! ସେ ନିଷ୍ପତ୍ତି ନେବାରେ ବିଳମ୍ବ ଘଟାଇଥିଲେ। ପରୋକ୍ଷରେ ଅନୁଚରଙ୍କ ଠାରୁ ଇସାରା ପାଇଥିଲେ !
ସେ ଅନେକ ରାତ୍ର ଅନିଦ୍ରା ରହିଥିଲେ ! ରାଣୀ ବିଚାର କଲେ ,ଗୋପନୀୟତା ରାଇଜର ଖ୍ୟାତିରେ କ୍ଷୁର୍ଣ୍ଣ ଘଟିବ! ଏକ ସୁମଧୁର ମଧ୍ୟାହ୍ନ ଭୋଜନରେ କବି ରଶ୍ମୀଙ୍କୁ ଆମନ୍ତ୍ରଣ କରାଯାଇଥାଏ। ଦୁଇଜଣ ମୁହାଁ ମୁହିଁ ଆସନ ନେଇଥିଲେ। ଉଭୟେ ଭୋଜନର ସ୍ୱାଦ ନେଇଥିଲେ । ରାଣୀ ସମୟକୁ ଉଣ୍ଡି ତାଙ୍କ ଭଲପାଇବାର ଅକୁହା ପ୍ରେମର ରସ ପରସି ଥିଲେ। ସେ ସହଜରେ ଗ୍ରହଣ କରି ନଥିଲେ! ସ୍ମିତା ଲକ୍ଷ୍ମୀ ଦ୍ୱତୀୟ ବାର ନିଷ୍ପତି ଶୁଣାଇଲେ। ସେ ଆଶ୍ଚର୍ଯ୍ୟ ପ୍ରକଟ କଲେ ! ଶେଷରେ ରାଣୀଙ୍କ ନିଷ୍ପତ୍ତିକୁ ଆପଣେଇ ଥିଲେ।
ମାର୍ଗଶିର ମାସ ଗୁରୁବାର। ରାଜଦରବାର ରେ ମହାଲକ୍ଷ୍ମୀ ପୂଜା ଆୟୋଜିତ ଚାଲିଥାଏ। ଏକ ଆଧ୍ୟାତ୍ମିକ ପରିବେଶ ରାଜବାଟିରେ ଉଙ୍କିମାରିଲା। ଦରବାର ସଭା ମଧ୍ୟରେ ରାଣୀ ଅକସ୍ମାତ ତାଙ୍କର ଭାବକୁ ସଭାର ମୁଖ୍ୟ ଆଲୋଚନାର ବିନ୍ଦୁ ରହିଥିଲା। ସେ ରାଜସଭା ମଧ୍ୟରେ ନିଜନିଜ ମତ ଦେବାକୁ ଆଦେଶ ଦେଇଥିଲେ।
ପ୍ରଥମେ ମହାମନ୍ତ୍ରୀ ସୁତାପା ସ୍ଵୟମ୍ବର ନିମନ୍ତେ ମତ ପ୍ରକାଶ କଲେ। ଉପମନ୍ତ୍ରୀ କବିଙ୍କୁ ରାଜଅଭିଷେକ ନିମନ୍ତେ ପ୍ରସ୍ତାବ ଦେଲେ। ଆଲୋଚନାରେ ଶେଷ ନଥିଲା। ଆଗ୍ରହ ସହକାରେ ରାଣୀ ପ୍ରତି ମତକୁ ଶ୍ରବଣ କରୁଥିଲେ। ମୁଖ୍ୟ ରାଜଗୁରୁ ମତ ଦେବାର ସମୟ ଆସି ଯାଇଥିଲା । ସେ ବହୁବାର ତାଙ୍କ କପାଳକୁ ଆଉଁସୁ ଥିଲେ। ଯେମିତି ତାଙ୍କ ବିବେକକୁ ପ୍ରଶ୍ନ କରୁଥିଲେ ? ସଠିକ ମତ କଅଣ ହୋଇପାରେ !
ରାଜଗୁରୁ ଓଠ ଖୋଲିଥିଲେ !"ଧୂଆଁ ଉଠିଛି ନିଆଁ ନିଶ୍ଚୟ ଲାଗିବ " ସଭାରେ ଅସ୍ପଷ୍ଟ ବୁଝିବାରେ ମନ୍ତ୍ରୀ ପରିଷଦ ! ସବୁତକ ମୁଖ ଗୁଡିକ ରାଜଗୁରୁଙ୍କ ପଟେ ଢ଼ଳିଥିଲା ! ସମୂହ ଗୁମର କଥାକୁ ସରଳ ଭାଷାରେ ମତ ଦେବାକୁ ଇସାରା କରିଥିଲେ। ରାଣୀ’ବି ହରଡ଼ ଘଟଣାରେ ଉକ୍ତିକୁ ସେ ସହଜରେ ହୃଦୟଙ୍ଗମ କରିପାରି ନଥିଲେ !
ମହାଲକ୍ଷ୍ମୀ ପୂଜା ଶେଷ ପର୍ଯ୍ୟରେ ପହଂଚିଥାଏ। ସମୂହ ଆରତୀରେ ଅଂଶ ପାଇଁ ନିମନ୍ତ୍ରଣ ପହଂଚି ସାରିଥିଲା। ରାଜଗୁରୁ ରୋକ ଠୋକ ରେ ମତ ଦେଲେ ,ରାଣୀଙ୍କ ମତକୁ ବେଶିଦିନ ଝୁଲାଇ ରଖିବା ଠିକ ନୁହଁ ! ଦେଶର ସୁନାମ ପ୍ରତି ଆଞ୍ଚ ଆସିବ? ଯଥା ଶୀଘ୍ର ବିବାହ ଯଜ୍ଞ କୁଣ୍ଡ ପ୍ରସ୍ତୁତିକରି କବି ରଶ୍ମି ଓ ରାଣୀଙ୍କ ତିଥିପାଇଁ ମତ ଦେଇଥିଲେ। ଏକ ସ୍ୱରରେ ସମୂହ ହଁ ଭରିଥିଲେ।
ରାଜଗୁରୁ ପରାମର୍ଶରେ ତିଥି ,ସମୟ ନିର୍ଘଣ୍ଟ ହେଲା। ସୀତା ଲକ୍ଷ୍ମୀଙ୍କ ଅଳଙ୍କାରରେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲେ। ଅନୁଚରି ମାନେ ମୂଲ୍ୟବାନ ରେଶମ, ଶାଢୀରେ ସଜେଇ ଦେଇଥିଲେ , ସୁନା, ଚାନ୍ଦି ଏବଂ ମଣି ମୁକ୍ତାରେ ଗଠିତ ଅଳଙ୍କାରରେ ଖଚିତ ହୋଇଥିଲା ।
ଫୁଲ, ଓ ପଶୁପକ୍ଷୀ ଆକୃତି ଚିତ୍ର ଭ୍ରମିତ କରିଥିଲା। ରାଣୀଙ୍କର ଗଳାରେ ହାର, ହାତରେ ମୋହର, ମୁଦ୍ରିକା ବିଶେଷ ରହିଥାଏ । କପାଳରେ ମଥାମଣି ଝୁଲୁଥିଲା। ନାସାପଟ୍ଟି ଓ କୁଣ୍ଡଳ ସୁସଂପୂର୍ଣ୍ଣ ଅଳଙ୍କାର ଆକର୍ଷଣୀୟ ଏବଂ ରାଜସିକ ଠାଣିରେ ରାଜା ସଭାକୁ ଆକର୍ଷିତ କରୁଥିଲା ।
ଫାଲଗୁନ ଭୋଅରୁ କବି ରଶ୍ମିଙ୍କ ନିଦ ଭାଙ୍ଗିବା ମାତ୍ରେ ଆକାଶଟା ଓହ୍ଲାଇ ଆସିଥିଲା। ନୈବେଦ୍ୟର ଫଗୁଣକୁ ନେଇ ବସନ୍ତର ପରସ ସ୍ପର୍ଶ କରୁଥାଏ। ବାରଣକୁ ସେ ନାପସନ୍ଦ କରୁଥିଲା। ତା ସାଂସାରିକ ଜୀବନ ପଥରେ ହାତ ଗଣତି କେତୋଟି ଘଂଟାର ଅପେକ୍ଷା !
ପ୍ରେମଭରା ନୟନରେ ସେ ସୁସଜ୍ଜିତ ଉଆସ ପ୍ରକୋଷ୍ଠରେ। କୁଆଁରୀ ରାଣୀ ସ୍ମିତାଲକ୍ଷ୍ମୀଙ୍କ ପାଟ ଓଢ଼ଣୀକୁ ଫେରିବା ନିଶ୍ଚିତ। ବଂଶୀସ୍ୱର ଶୁଭୁନଥିଲା। ବିବାହ ବାଦ୍ୟ, ତୂରୀ ,ଶଙ୍ଖନାଦ ଧ୍ୱନି ରାଜବାଟୀର ପ୍ରକମ୍ପିତ ହେଲା । ବରବେଶ ପାଲିଙ୍କିରେ ଝୁଲିଥିଲା।
ରାଣୀଙ୍କ ଜୀବନ ସୁଖମୟ ଫେରିବ? ଆକାଶରେତାରାଗଣ ଆଲୋକିତ କରିଥିଲେ। ତାରି ଆଲୋକରେ ରାଣୀ ସ୍ମିତା ଦେଓ ଏବଂ ରଶ୍ମି ଦେଭକଟେ ବିବାହ କାର୍ଯ୍ୟ ପ୍ରାରମ୍ଭ ହେଲା। ରାଜ୍ୟ ସାରା ଉସବ ମୁଖରିତ ହେଲା। ରାଣୀ ପ୍ରେମ ବନ୍ଧନରେ ଛନ୍ଦି ହୋଇଗଲେ ।
ରାଜବାଟୀରେ ରାଣୀ ଶିଶୁମାନଙ୍କୁ ମିଠେଇ ବଣ୍ଟନ କଲେ। ରାଜବାଟୀ ସାରା ନାଚ ଗୀତାରେ ଫାଟି ଉଠିଲା। ରଶ୍ମି ଦେଭକଟେ,ଓ ରାଣୀ ସ୍ମିତାଙ୍କ ଦାମ୍ପତ୍ୟ ଜୀବନର ଏକ ସ୍ନେହ ମନ୍ଦିରରେ ଦ୍ବୀପ ପ୍ରଜ୍ବଳନ ହେଲା। ମଧ୍ୟ ଯୁଗର ଏକ ରାଜକୀୟ ବିବାହ ଭୋଜି ଚିରସ୍ମରଣୀୟ। ରାଣୀଙ୍କ ପ୍ରେମ ଚିରନ୍ତନ ଏକ ସତ୍ୟ। ଶେଷରେ ସତ୍ୟ ଶିବ ସୁନ୍ଦରର ବିଜୟ ଘଟିଲା।
ପ୍ରତିସନ୍ଧ୍ୟା ଉଦ୍ୟାନରେ ସ୍ମିତାଙ୍କ ମନରେ ଆକର୍ଷଣର ଢେଉ ନାଚିଉଠିଲା। ଜୋତ୍ସ୍ନା ଆଲୁଅରେ ଅନ୍ତରଙ୍ଗ ଅନୁଭବରେ ରଶ୍ମି ଦେଭକଟେ ଏବଂ ସ୍ମିତା ମିଶିଗଲେ। ଏକ ସମ୍ପୂର୍ଣ୍ଣ ଚନ୍ଦ୍ରକିରଣରେ ରାଜବାଟୀର ଢ଼ୀଙ୍ଗ ନଈକୂଳର ଜଳରେ ଝଲମଲ କରେ। ଆକାଶରେ ଚନ୍ଦ୍ରମାଙ୍କ ଚମକକୁ ପ୍ରତିବିମ୍ବିତ କଲା। ସୁନ୍ଦର ରାତ୍ରର ରାଜକୀୟ ରହସ୍ୟ ଚନ୍ଦ୍ରକିରଣର ମନମୁଗ୍ଧକର ଦୃଶ୍ୟ ! ଶାନ୍ତି ଓ ସଫଳତାର ଗାଥାକୁ ବୁଣୁଥାଏ।
ଉଭୟ କାଉଁରୀ ରାଇଜକୁ ସେବା ଦୟା ତ୍ୟାଗ ଓ ପ୍ରେମ ପୁରରେ ରାଇଜ ଶାସନକୁ ଦିଗ ଦର୍ଶନ ଦେଇଥିଲେ। ଦୁହିଁଙ୍କ ପ୍ରେମ ବତୀର କିରଣ ରାଇଜରେ ପଡିଲା। ପ୍ରେରଣା ଓ ଆଶା ଭରଷା ପ୍ରଜାଙ୍କ ମନରେ ଜନ୍ମ ନେଲା।
ପ୍ରେମ ଏକ ଆଶା ପ୍ରେରଣାର ନୂଆ ଇତିହାସ ଯୋଡି ହୋଇଥିଲା। କିମ୍ବଦନ୍ତି, ଦୁହେଁଙ୍କ ପ୍ରେମର ଶକ୍ତି ଦୁହିଁଙ୍କୁ ଏକକ ବନ୍ଧନରେ ଯୋଡ଼ିଥିଲା। ରାଣୀଙ୍କ ପ୍ରେମ ଚିରନ୍ତନ ଏକ ଶକ୍ତ ସେ ସତ୍ୟ ଶିବ ସୁନ୍ଦରର ବିଜୟ ଘଟିଲା। ଦୁହେଁଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେଲା।
ରାଣୀ ସ୍ମିତା ଲକ୍ଷ୍ମୀ ଦେଓ ଏବଂ ରଶ୍ମି ଦେଭକଟେ ପ୍ରେମ ସନ୍ତକର ଛାପ ସ୍ଥାପନ କଲେ।ବିଧିବଦ୍ଧ ଭାବରେ ପ୍ରଜା ଗ୍ରହଣ କଲେ। ଦୁହେଁ ରାଇଜର ଶାନ୍ତି କଲ୍ୟାଣ ନିମନ୍ତେ ସମୃଦ୍ଧିର ପଥକୁ ଆପଣେଇଲେ।।
କାଉଁରୀ ରାଇଜର କୁଆଁରୀ ରାଣୀଙ୍କ ଅକୁହା କଥା The Maiden Queen of Kaunri Kingdom :An Utold Tale
(ରଚୟିତା-ଦିଲିପ କୁମାର ନାୟକ)






Best one papa. I am so proud of you!!
ReplyDeleteThanks
DeleteWow! Salute to your creations.
ReplyDelete"Thank you so much for reading it "
Delete