ଶୁଭ ବିବାହ ମାସେ ଭୋଗ ହୋଇ ଥାଏ! ଅପ୍ରମିତ ସୁନେଲି ସ୍ବପ୍ନ ? ଦୁହେଁଙ୍କ ମନରେ ଗୋଟିଏ କଥା ମଧୁ ଚନ୍ଦ୍ରିକା ! କେମିତି ବୁଲିବେ , ଫେରିବେ,? ବରଫ ଘର ,ପାଇନ ବୃକ୍ଷ ,ଡାଲହ୍ରଦ , ତୁହାକୁ ତୁହା ଆଲୋଚିତ ହୋଇଥାଏ ।
୧୧ ମାର୍ଚ୍ଚ ୨୦୨୪ କନ୍ୟା କୁମାରୀରୁ କାଶ୍ମୀର ଦୁହେଁଙ୍କ ପସନ୍ଦ । ସତରେ ଭୂସ୍ଵର୍ଗରେ ପାଦ ସ୍ପର୍ଶ କରିଥିଲେ। ଗୋଟିଏ ପରେ ଅନ୍ୟ ଦୃଶ୍ୟକୁ ସାଉଁଟି ଥିଲେ। ଅସରନ୍ତି ପ୍ରାକୃତିକ ଏନ୍ତୁଡ଼ିଶାଳକୁ ନବଦମ୍ପତି ଅନ୍ଵେଷଣ କଲେ । କେବେତ ବରଫ ସଡ଼କରେ ଅବା ନୌକା ଆହୁଲାର ଚବର ଚବର ଶବଦ ଭୋଗକରି ନେଉଥିଲେ। ସ୍ନେହର ସୌଦାଗର ଭାଗବାଣ୍ଟି ନେଉଥିଲେ। ମନ ରହିଥିଲା ରାଜଧାନୀରେ !
ନୁଆଁଦିଲ୍ଲୀ ନାମକରା ସହର। ସଂସଦରେ ନୀତି ନିୟମ ଯୋଜନା ପ୍ରସ୍ତୁତି ହୁଏ। ଖ୍ୟାତ ତା’ହାରି ସଂସ୍କୃତି ଗୁଣ ପାଇଁ ବିଶ୍ୱବାସୀଙ୍କୁ ବିହନ ବୁଣୁଥିଲେ। ପାଲିକା ଭୁତଳ ବଜ଼ାର ପାଦ ଥାପିଥିଲେ। ସ୍ଥାୟୀଦର ସବୁଥିରେ ପୂର୍ବରୁ ଛପା ଯାଇଥିଲା। ଦୁହେଁ ବୁଲି ପରଖିଥିଲେ। କେତେ କଣ ପସନ୍ଦ କରିଥିଲେ ? ପରେ କରୋଲବାଗ ବଜାରରୁ ହଳେ ଜୋତା, ଭ୍ୟାନିଟି ବ୍ୟାଗ କ୍ରୟକରି ଶେଷରେ ଚାନ୍ଦିନୀ ଚୌକ ବଜାର ବାହୁଡ଼ିଥିଲେ।
ରାଜଧାନୀ ବଜାର ବୁଲା ବୁଲି ପାଇଁ ଶ୍ରବଣ ଓ ସେଲି ଦୁହେଁ ମଜା ନେଉଥିଲେ। ଦକ୍ଷିଣ ଭାରତୀୟ ନବଦମ୍ପତିଙ୍କ ନୂଆ ସଂସାର! ସେଲି କାଞ୍ଜିବରଂମ ଶାଢ଼ୀ ପରିଧାନ କରି ତା'ପାରମ୍ପରିକ ସଂସ୍କୃତିକୁ ସ୍ପଷ୍ଟ ଇସାରା ଦେଉଥିଲେ । ଶ୍ରବଣ ଏରୋଡ ଧୋତି ସହ ଶ୍ୱେତ ବର୍ଣ୍ଣିଆ ହାୱାନ ପରିଧାନ କରିଥିଲେ। ଉଭୟେ ପକ୍କା ଦକ୍ଷିଣି ପରିଚୟ। ଆଖିରେ ଆଖିଏ ଆଶା । ମୁଖ ମଣ୍ଡଳରେ ହସର ଢେଉ ଉଛୁଳି ପଡୁଥିଲା।
କିଏ ଜାଣିଥିଲା ଚାନ୍ଦିନୀ ଚୌକ ଗଳି ବଜାର ମରମ? ଯିଏ ଥରେ ପାଦ ଥାପିଛି ସେକଥା ସେ ହିଁ ବୁଝିଛି? ମୋଗଲ ରାଜା ଶାହଜା ହନଙ୍କ ପୁତ୍ରୀ ଆରା ବେଗମ ଚାନ୍ଦିନୀ ଚୌକ ବଜାର କଳେବର ନିର୍ମାଣ କରିଥିଲେ । ଯାହା ଚନ୍ଦ୍ରାଲୋକ ବଜାର ନାମରେ ୧୭୮୦ ମସିହାରେ ଉନ୍ମୋଚିତ ହୋଇଥିଲା। ଏବେ ଏବେ ବଜାର ଆମୁଳ ଚୁଳ ରୂପ ବଦଳିଛି। ୫.୫ ମିଟର ବ୍ୟାସାର୍ଦ୍ଧ ପାଦଚଲା ସଡ଼କ। ବେଞ୍ଚ ଆଶ୍ରୟ ସ୍ଥଳ ନିର୍ମିତ । ଦୁହେଁ ସ୍ୱଳ୍ପ ବିଶ୍ରାମ ନେଇଥିଲେ।
ପୁରୁଣା ଦିଲ୍ଲୀ ନୁଆଁ ସଡ଼କ ୧.୩ କିଲୋମିଟର। ସାଇକେଲ ରିକ୍ସା ସଡ଼କରେ ଗଡୁଥାଏ । ଟୁକୁ ଟୁକୁର ମଉଜ ନେଉଥିଲେ। ଲାଲକିଲ୍ଲା ସାମ୍ନାରେ, ଗୁରୁଦ୍ୱାର ଚୌକ,ଜାମାମସଜିଦ,ଲାଲକିଲ୍ଲା ମେଟ୍ରୋଷ୍ଟେସନ ଆକର୍ଷଣକୁ ପାଖରୁ ସାଉଁଟି ଥିଲେ। ଚାନ୍ଦିନୀ ଚୌକ ବଜାର ଗଳି ଗଳିରେ ଅତ୍ୟଧିକ ଗରମ ଥଣ୍ଡା ଦୁହେଁ ଭୋଗ କରିନେଇଥିଲେ।
ସେଲି କହୁଥିଲା ,ନାଲିଆ କୋଠାରେ ପତାକା ଉଡୁଛି ! ସେ କଣ? ତା’ନୂଆ ଜୀବନ ସାଥି ଶ୍ରବଣ ସତକୁ ଲୁଚେଇ ପାରିନଥିଲା। ଏଠି ପରା ସାଧାରଣତନ୍ତ୍ର ଦିବସ ପାଳନ ହୁଏ। ପ୍ରଧାନମନ୍ତ୍ରୀ ଉଚ୍ଚା ମଣ୍ଡପରୁ ଦେଶକୁ ହିତବାର୍ତ୍ତା ଦେଉଥିଲେ। ଏ' ସେ ଲାଲକିଲ୍ଲା ! ଓହୋ ଲାଲକିଲ୍ଲା ! ସେଲି ବୁଝିଲା ପରି ବାହାନା କରିଥିଲା। ତା’ସ୍ୱାମୀ ଶ୍ରବଣ କଥାକୁ କିପରି ନ’ମାନିବ ? ଶ୍ରବଣ ହଳେ କୁର୍ତ୍ତା ଚୁଡିଦାର ତା’ପ୍ରିୟ ସାଥୀକୁ ନୁଆଁ ଉପହାର ପାଇଁ ମନକରିଥିଲା। ଧୀରେ ଧୀରେ ବଜାର ବୁଲା ବଢୁଥାଏ। ସେଲି ପାପୁଲିରେ ସ୍ପର୍ଶ କରୁଥିଲା। ଶ୍ରବଣ ଦର ବୁଝୁଥିଲା। ୧୦୦ ଟଙ୍କାରୁ ଦେଢ଼ଶହ ଟଙ୍କାରେ ଦୁଇଟା ,କପଡା -୩୫୦ ଟଙ୍କା ମୂଲଚାଲ ହୁଏ। ଗଳି ସଂକୋଚିତ! ମହମହମ୍ମଦ ଅଲ୍ଲୀ ଗଳି ରାସ୍ତା କଡ଼ରେ ପସରା ଦେଖିବାକୁ ମିଳେ । ମହିଳାଙ୍କ ପାଇଁ ଯଥେଷ୍ଟ ପଦାର୍ଥ ମିଳିଥାଏ।
ଦୁହେଁ ହାତ ଧରାଧରି ହୋଇ ଆଗକୁ ବଢ଼ୁଥିଲେ। ଦ୍ୱତୀୟ ହକ୍କାର କୁର୍ତ୍ତା ବାଲାକୁ ପୁଣି ବୁଝୁଥିଲେ। ମୂଲ୍ୟ ଫରକ ଜାଣି ପାରିଥିଲେ ? ଗୁଣକୁ ପରଖିବାରେ ଶେଷରେ ଦୋଛକିରେ! ନୁଆଁ କରି ଚାନ୍ଦିନୀ ଚୌକ ବଜାର ପାଦ ଥାପିଥିଲେ ! ଅପରାହ୍ନ ବଜାର ସବୁ ପ୍ରକାରର ପଦାର୍ଥ ମିଳେ। ବେପାରୀ ଦୁହେଁଙ୍କ ନିଜ ନିଜ ପଦାର୍ଥକୁ ମନୋନୀତ ପାଇଁ ଆକୃଷ୍ଟ କରୁଥିଲେ।
ବିବିଧ ଉପାୟ ଅବଲମ୍ବନ କରୁଥିଲେ। ବହଳ ଗରାଖ! ଅଧିକାଂଶ ପର୍ଯ୍ୟାଟକ ଦେଶୀ ବିଦେଶୀଙ୍କ ସଙ୍ଗମ ସ୍ଥଳ ! ଦେଶୀ ତଡକା ଦକ୍ଷିଣିଙ୍କ ମନରେ ଆଶା କୁଂଢ଼େ ସପନ ? ଚାନ୍ଦିନୀ ଚୌକ ବଜାର ଝଲମଲରେ ତା’ମନ ହଜିଯାଇଥିଲା। ପସନ୍ଦ ନାପସନ୍ଦ ମଧ୍ୟରେ ସେଲି ଲାଜେଇ ଯାଉଥାଏ। ରବିବାର ବ୍ୟତୀତ ସପ୍ତାହର ସବୁଦିନ ସକାଳ ୯ ରୁ ସନ୍ଧ୍ୟା ୯ ପର୍ଯ୍ୟନ୍ତ ବ୍ୟସ୍ତ ବଜାର ରହେ। ଆଧୁନିକ ସଭ୍ୟତାର ଦିଲ୍ଲୀ। ସେ କେତେ କଣ ଭାବିଥିଲା ।
ଏଠି ବୁଲା ବଜାର ? ହକ୍କାର ଡାକ ପରେ ଡାକ ,ଖୁବ ମୂଲଚାଲ ? ପ୍ରଥମ ଥର ସଫା କଲାପରେ ରଙ୍ଗ ବଦଳିଯିବ ? ଗୁଣବତ୍ତା ଉପରେ ପ୍ରଶ୍ନ ଉଠିଲା ? ଅସ୍ଥାୟୀ ଦର ମନରେ ସନ୍ଦେହ ଘାରିଲା। ଅବିଶ୍ୱାସ ହେଲେବି ସତ ? ମୁଖ୍ୟ ବଜାର ଦୁଇ ପାର୍ଶ୍ୱପରି ବେପାରୀଙ୍କ ହୋ ହାଲ୍ଲାରେ ଭର୍ତ୍ତି ହୋଇଥିଲା। ଗୋଟିଏ ସ୍ଥାୟୀ ବଜାର ଅନ୍ୟଟି ଖୋଲା ବଜାର ଦୁଇଟି ଦେଖିବାକୁ ମିଳେ। ୧୫୬୦ଟି ଦୋକାନ ରହିଥିଲା। ମାରୱାଡି ତା’ଦୋକାନରେ ନୀରବତାକୁ ଗୁରୁତ୍ୱ ଦେଉଥିଲେ। ଖୋଲା ବଜାର ସୁସଜ୍ଜିତ କରି ଉଚ୍ଚସ୍ୱରରେ ଗର୍ବ କରୁଥିଲା।
"ଦେଖ, ମୋର ସୂକ୍ଷ୍ମ କାରିଗରୀ! ମୁଁ ସର୍ବୋତ୍ତମ ପସନ୍ଦିଆ ," ଏକ ଛୋଟ ଗ୍ରାହକ ଭିଡ଼କୁ ଆକର୍ଷିତ କରିଥିଲା। ପାର୍ଥକ୍ୟତାକୁ ପରଖି ନିଅନ୍ତୁ , "ମୁଁ ଶାନ୍ତ ହୋଇପାରେ କିନ୍ତୁ ଜିନିଷ ଅସଲି! ଯେଉଁମାନେ ଏଠି ଉଚ୍ଚାସ୍ୱରରେ ବୁଲା ବିକାଳିଙ୍କ ଗୁଣବତ୍ତା ଚିହ୍ନଟ କରନ୍ତୁ। ଗ୍ରାହକ କିନ୍ତୁ ପରିହାସ କରିଥିଲେ। ମହିଳା ଚିତ୍କାର କରି କହିଲେ, ସେ ଜଣେ ଦକ୍ଷିଣ ଭାରତୀୟ ମହିଳା ତାମିଲ ଭାଷାରେ,"ନିରନ୍ତର ମାରୱାଡି ତେନ୍ତୁରୁକର, ନିରନ୍ତର ମାରୱାଡି ଦୋକାନରୁ ଜିନିଷ କିଣନ୍ତୁ ଇସାରା ଦେଇ ଚାଲିଯାଇଥିଲେ ।"ଦୁହେଁ ପାରମ୍ପରିକ ପୋଷାକଧାରୀ। "ଅବଶ୍ୟ ନିର୍ଭର ଯୋଗ୍ୟ ରହିଥିଲା। " ବୁଦ୍ଧିମାନ ପୁରୁଣା ବଣିକ, ଦୃଶ୍ୟକୁ ଦେଖି ଚକିତ ହେଲେ।
ସେ ବୁଲା ବିକାଳିର ପୋଷାକକୁ ଉଠାଇ ଧୀରେ ଧୀରେ ପରଖିଥିଲେ। ଏହାର ପୂର୍ଣ୍ଣତାର ପ୍ରମାଣ। ତା’ପରେ, ମାରୱାଡି ଦୋକାନକୁ ପୋଷାକକୁ ପରଖି ଥିଲେ। ଏହାର ଶୂନ୍ୟତା ପାଇଁ ଉନ୍ମୋଚିତ ହୋଇଥିବା ବ୍ୟବସାୟୀ ହସିଲେ। ସେ କହିଛନ୍ତି, "ପ୍ରକୃତ ମୂଲ୍ୟବାନ ବିଷୟବସ୍ତୁ ବିଷୟରେ ପାଟି କରିବାର ଆବଶ୍ୟକତା ନାହିଁ। ଏହାର ଗୁଣବତ୍ତା ନିଜ ପଦାର୍ଥ କହିଥାଏ।"
ସେ ଦିନ ଠାରୁ, ଚାନ୍ଦିନୀ ଚୌକ ବୁଲା ବଜାରୀଙ୍କୁ ମାର୍କେଟ ସ୍ଥଳ ଏକ ମୂଲ୍ୟବାନ ଶିକ୍ଷା ଦେଲା । ପ୍ରକୃତ ମୂଲ୍ୟ ବାହ୍ୟ ଦୃଶ୍ୟ କିମ୍ବା ଉଚ୍ଚସ୍ୱର ବିଷୟରେ ନୁହେଁ । ଏହା ପଦାର୍ଥ, ନମ୍ରତା ଏବଂ ଯାହା ଭିତରେ ରହିଥିଲା ,ତାହାର ଗୁଣରେ ରହିଲା। ଖାଲି ଗର୍ବର ପ୍ରତୀକ। ଯେତେ ବେଳେ ନମ୍ର ଗୁଣବତ୍ତା ପାଇଁ ସମ୍ମାନିତ ହୋଇ ରହିଲା। ହେଲେ ବୁଢ଼ୀ ମହିଳା ଲଛମା ଆମ୍ମା ଝାଡୁଦାରଙ୍କ ଦି'ପଦ ଇସାରା କେତେଯେ ଗ୍ରହଣୀୟ ତା'ସନ୍ଧାନରେ ଦୁହେଁ ପଛରେ ପଡ଼ିଥିଲେ। ସେ କେଉଁ ଆଡ଼େ ଉଭେଇ ଯାଇଥିଲେ !
ସେଲି ଶ୍ରବଣ ମଧୁଚନ୍ଦ୍ରିକା ଭ୍ରମଣରୁ ଚାନ୍ଦିନୀ ଚୌକ ବଜାରରୁ କଣ ପାଇଲେ ? ଅସଲି ନକଲି ପଦାର୍ଥର ଫରକ ସନ୍ଧାନ! ଲେଉଟାଣି ଯାତ୍ରା କନ୍ୟା କୁମାରୀ ମୁହାଁ , ଗୋଟିଏ କଥା ! "ଅସଲି ନକଲି ", ଖିଲିଖିଲି ହସରେ ବଗିରେ ଫାଟି ପଡୁଥିଲା !ଶ୍ରବଣ ସ୍ମାର୍ଟକ୍ରୟ ଖବର ଖୁବ୍ ଶୀଘ୍ର ପ୍ରସାରିତ ହେଲା। ଅନ୍ୟମାନେ ଚାନ୍ଦନୀଚୌକ ବଜାରର ଧାରଣା ନକାରାତ୍ମକରୁ ବଂଚିବାରେ ତାଙ୍କ ସାହାଯ୍ୟ ଲୋଡିଥିଲେ । ପ୍ରକୃତ ପ୍ରବନ୍ଧର ଏକ ସ୍ଥାନୀୟ କିମ୍ବଦନ୍ତୀ ପାଲଟିଗଲା।
ଏକ ଅନୁକରଣରେ ପରିପୂର୍ଣ୍ଣ ବଜାରର ହୃଦୟରେ ଏକ ତୀକ୍ଷ୍ଣ ଆଖି ଏବଂ ସଚ୍ଚୋଟତା ପ୍ରକୃତ ଧନକୁ ଖୋଲି ପାରେ। ଗୁଣ ଏବଂ ପରମ୍ପରାର ସ୍ଥାୟୀ ମୂଲ୍ୟର ଏକ ନିୟମ। ଚାନ୍ଦନୀ ଚୌକ ଷ୍ଟଲ ଗୁଡିକର ଧାରଣା ମଧ୍ୟରେ ଦୁହେଁ ଏକ ମୂଲ୍ୟବାନ ଶିକ୍ଷା ଲାଭ କଲେ। ପ୍ରକୃତ ସୌନ୍ଦର୍ଯ୍ୟତା ସତ୍ୟତା ମଧ୍ୟରେ ଛୁପିଛି। ଦୁହେଁ ହସିଲେ। ବଜାରର ଜୀବନ୍ତ ରଙ୍ଗ ପସନ୍ଦର ପ୍ରତିଫଳନ। ଯାତ୍ରୀଙ୍କ ଧ୍ୟାନଭଗ୍ନ ହେଲା। କେତେକ ଠୋ ଠୋ ହସିବାକୁ ଲାଗିଲେ ।
ଅସଲି ନକଲି (ଗଳ୍ପ ସଂଖ୍ୟା -୧)




Comments
Post a Comment