ଶାନ୍ତି ପଥେ ସାରନାଥ: ଏକ ଅନୁଭୂତି (Finding Peace in Saranath: A Personal Reflection)




ଆଇ.ଆଇ.ଟି.,ଅତିଥି ଭବନ,ଏଫ -୧୨, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ। ଚା’ହା ରୁ ଚଉମିନ କ୍ୟାଣ୍ଟିନ କେନ୍ଦ୍ରୀଭୂତ ଖାଦ୍ୟ ବିତରଣ ଉପଲବ୍ଧ । ସ୍ଵନିୟନ୍ତ୍ରିତ ସେନ୍ସର ଚାଳିତ ଫାଟକରେ ଦୁହେଁ ଚକିତ ହେଲୁ! ସାମ୍ନାରେ ଗାନ୍ଧୀ ସ୍ମତି ଛାତ୍ରୀ ନିବାସ ,ଟିକି ବଗିଚା କତିରେ ଟ୍ୟାକ୍ସି ,ଟୁକୁଟୁକୁ ଶୃଙ୍ଖଳିତରେ ଧାଡ଼ି ବାନ୍ଧିଥିଲେ।

୭ ଅପ୍ରେଲ ୨୦୨୩ ସକାଳୁଆ ତୀର୍ଥ ଯାତ୍ରା ସାରନାଥ ଅଭିମୁଖେ ଛୁଟିଲା। ଚାଳକ ଆସନରେ ରାମବାବୁ ବନାରସ ସ୍ଥାୟୀ ବାସିନ୍ଦା। ହିନ୍ଦୀ ସାଙ୍ଗକୁ ଭୋଜପୁରୀ ଭାଷା ଚୋବାଉଥାନ୍ତି।

👉ଜାତୀୟ ସଡ଼କ-୩୧ ରେ ଅଟୋ ଛୁଟିଲା। ଦୂର ପ୍ରାୟ ୧୯ କିଲୋମିଟର। ଗ୍ରୀଷ୍ମର ତଟକା ଆଲୁଅ ଅନୁଭବ ହେଉଥାଏ। ତା’ଠୁ ବଳିଗଲେ ଯାତ୍ରୀବାହୀ ଭିଡ଼। ଝୁଲନ୍ତା ପୋଲ ନିର୍ମାଣ ଅହରହ ଲାଗି ରହିଥାଏ। ଧୂଳିକଣା ଅସହ୍ୟ! ଆମ ଯାତ୍ରାଟି ଯନ୍ତ୍ରଣା ଦାୟକ ଥିଲା।

ସାରନାଥ ୪ଟି ଅକ୍ଷର ଗୁରୁଙ୍କ ଶ୍ରେଣୀ ପଢାରେ ଗୌତମ ବୁଦ୍ଧ,ସ୍ଥାପତ୍ୟ ଐତିହ୍ୟ ମନେ ପଡୁଥିଲା। ହିରଣ୍ୟ ଉଦ୍ୟାନ କତିରେ ପାଦ ସ୍ପର୍ଶକଲୁ।

👉ସାରଙ୍ଗନାଥ ସାରନାଥ, ବାରଣାସୀ ସହର ଉତ୍ତର ପୂର୍ବ ଗଙ୍ଗା ଓ ଭାରୁନା ନଦୀ ମିଳନ ଠାରୁ ପ୍ରାୟ ୧୩ କିଲୋମିଟର ଦୂରରେ ସ୍ଥାପିତ ପ୍ରାଚୀନ ଐତିହ୍ୟ ସଂସ୍କାର ସଂସ୍କୃତି ,ପରମ୍ପରା ଓ ଆଧୁନିକ ମିଶ୍ରଣର ନୂତନ ଅନୁଭୂତି। ମନୁଷ୍ୟ ଓ ପ୍ରାକୃତିକ ପରିବେଶରୁ ଉର୍ବର ସମତଳ ଶସ୍ୟକ୍ଷେତରୁ ପୁଷ୍ପଫଳଭରା ପ୍ରାଚୁର୍ଯ୍ୟ।

ବୁଦ୍ଧଙ୍କ ଧର୍ମଚକ୍ର ଘୁରିବୁଲେ ସାରନାଥ ରୁ ପ୍ରାନ୍ତର, ଦେଶରୁ ବିଦେଶ ଏସୀୟ ଦେଶ ମାନଙ୍କରେ ବୌଦ୍ଧ ଭିକ୍ଷୁ ପ୍ରଚାରକ ପୁରୁଷ ରମଣୀ ପର୍ଯ୍ୟନ୍ତ। ଶାନ୍ତି ଓ ପରିତ୍ରାଣ ପଥେ ଦୁହେଁ ଗୋଟିଏ ଓଲାର ତୀର୍ଥ ଯାତ୍ରୀ।

👉ପ୍ରବେଶ ଦ୍ୱାର ନିକଟରେ ଅଯାଚିତ ସହାୟତା ଶୁଣି ଦୁହେଁ ଚକିତ ହେଲୁ! ଭଦ୍ରବ୍ୟକ୍ତି ଶ୍ରୀମନ୍ତ ଭରତିଆ ସ୍ଥାନୀୟ ଗାଇଡ଼ ମାତ୍ର ୫୦୦ ଟଙ୍କା ପାରିଶ୍ରମିକ ବଦଳରେ ସାରନାଥର ଐତିହ୍ୟ ଉପସ୍ଥାପନା ପାଇଁ ରାଜି ହୋଇଗଲେ।




👉ମିନତୀ ଭାରି ଆଗ୍ରହୀ ! ଶ୍ରୀମନ୍ତ ପାଦେ ବଢି ଇସାରା ଦେଲେ। ପ୍ରତିକୃତି ,ଇତିହାସ , ପ୍ରତ୍ନତାତ୍ୱିକ ସ୍ଥଳର ଏକଦା ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ରାଜତ୍ୱ କାଳରୁ ଐତିହ୍ୟ ବହନ କରେ। ଏକଦା ସାରନାଥ ସହରକୁ ସିଂହ ମାନଙ୍କର ରାଜଧାନୀ କୁହାଯାଉଥିଲା।

👉ମୃଗ ଉଦ୍ୟାନ: ଏଇଟିକୁ ହିରଣ୍ୟ ଉଦ୍ୟାନ କୁହଯାଏ। ଏକଦା ଗୌତମ ବୁଦ୍ଧ ନିଜ ଶିଷ୍ୟଙ୍କ ପ୍ରଥମ ଥର ପାଇଁ ଧାମବାଣୀ ଓ ନୀତି ଗୁଡିକ ଆଲୋଚନା କରୁଥିଲେ। ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ପ୍ରାଚୀନ। ମିନତୀ ମୁଣ୍ଡ ନାଡ଼ୀ ସମର୍ଥନ ଜଣାଇବାରେ କୁଣ୍ଠାବୋଧ କରିନଥିଲେ।

👉ଗୌତମବୁଦ୍ଧ ପ୍ରଥମ ପଞ୍ଚ ଶିଷ୍ୟଙ୍କୁ ପ୍ରଥମେ ନୀତିବାଣୀ ଶୁଣାଇଥିଲେ। ପ୍ରିୟଶିଷ୍ୟଙ୍କ ମଧ୍ୟରେ କୋନ୍ଦନୀୟ (Kaundinya ) ଅସଜି(Assaji) ଭାଦ୍ଦୀୟ (Bhaddiya) .ଭାପା (Vappa) ଓ ମହାନାମା (Mahanama) ଶିଷ୍ୟଙ୍କୁ   ବୌଦ୍ଧ ଧର୍ମରେ ଅନୁପ୍ରାଣିତ କରାଇଥିଲେ। ସାରନାଥ ବୁଦ୍ଧ ସଂଘର ଉତ୍ପତ୍ତି ନିମନ୍ତେ ଖ୍ୟାତ।

👉ଏଇ ମୃଗ ଉଦ୍ୟାନରୁ ବିଶ୍ୱବାସୀଙ୍କୁ ସଦଜ୍ଞାନ ବାର୍ତ୍ତା ପ୍ରବର୍ତ୍ତାଇଥିଲେ। ପ୍ରଚାର ପ୍ରସାର ଓ ସ୍ଥାପତ୍ୟ ନିର୍ମାଣରେ ସମ୍ରାଟ ଅଶୋକଙ୍କ ପୃଷ୍ଠପୋଷକତା ରହିଥିଲା। ସାରନାଥ ହିଁ ବୁଦ୍ଧ ଧର୍ମଚକ୍ର ବିଶ୍ୱର କେନ୍ଦ୍ରବିନ୍ଦୁ ସ୍ଥାପିତ ।

👉ଧମେକ ସ୍ତୁପ :ଶ୍ରୀମନ୍ତ ଭରତିଆ ବାବୁ କହୁଥିଲେ ଧର୍ମପାଳ ରୋଡ଼,ସିଂଗିପୁର ,ସାରନାଥର ଏକାଧିକ ସ୍ତୁପ ମଧ୍ୟରୁ ଧମେକ ସ୍ତୁପ ଏକ ପ୍ରମୁଖ ବୌଦ୍ଧ କୀର୍ତ୍ତି ମନ୍ଦିର ରୂପେ ଖ୍ୟାତ। ଦୁହେଁ କାନଡ଼େରି ଶୁଣୁଥିଲୁ। ପୁସ୍ତକ ଛବିରେ ଯାହା ଦେଖିଥିଲୁ ତାହା ଏଠି ଦେଖିବାକୁ ମିଳିଥିଲା। ଖୁସିର ମାତ୍ରା ଦ୍ବିଗୁଣିତ କରୁଥିଲା। ଆମେ ଦୁହେଁ ଉତ୍ତମ ଛାତ୍ର ଛାତ୍ରୀ ରୂପେ ହିରଣ୍ୟ ଉଦ୍ୟାନରେ ମୁକୁଳା ଶ୍ରେଣୀ କକ୍ଷରେ ବିଚରଣ କରୁଥିଲୁ। ଏଇଟି ଦୁହେଁକ ପ୍ରଥମ ଭ୍ରମଣ ତୀର୍ଥ ଯାତ୍ରା ରହିଥାଏ।

👉ସ୍ତୁପର ଉଚ୍ଚତା ୧୪୧ ଫୁଟ ,୯୨ ଫୁଟ ବ୍ୟସାର୍ଦ୍ଧ ଶ୍ୱେତ ମାର୍ବଲ ଆଚ୍ଛାଦିତ ରହିଥିଲା। ଶେଷ ସ୍ପର୍ଶ ୫୦୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା। ସବୁଠାରୁ ଉଲ୍ଲେଖନୀୟ ସ୍ତୁପ ସିଲିଣ୍ଡରଯୁକ୍ତ ମୂଳରେ ପ୍ରାୟ ୯୨ ଫୁଟ ଉଚ୍ଚତା ୧୪୩ ଫୁଟ ,ଇଟା ଓ ପ୍ରସ୍ତର ମିଶ୍ରିତ ଗଠନରେ ନିର୍ମିତ ଏକଦା ଧାମର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲା।

👉ସାରନାଥ ସହର ସ୍ଥାପତ୍ୟକୁ ୩ ଥରକେ ଭାଗ ଭାଗ କରି ବୁଲି ଦେଖିବାପାଇଁ ଭରତିଆ ଗାଇଡ଼ଙ୍କ ପରମର୍ଶକୁ ଆମେ ଗ୍ରହଣ କଲୁ। କାଳେ ଅଜଣାରେ ଗୋପନୀୟ ରହିଯିବ ! "ଛତୁ ଫୁଟା କାଷ୍ଠ ନିଶା ଉଠା ପାଠ" ବୋଧେ ଆମ ପାଇଁ ଲାଗୁ ‘ନ –ହୋଇପାରେ! ପ୍ଲାଟୋ ଦାର୍ଶନିକ ଉକ୍ତିଙ୍କୁ ପ୍ରକାଶ୍ୟରେ "ଶିକ୍ଷା ଏକ ଜୀବନ ବ୍ୟାପି ପ୍ରକ୍ରିୟା ',ଅନ୍ତହୀନ ଆହରଣ ପାଇଁ ବଳକା ଜୀବନଟା ପାନ କରିଥିଲୁ।

👉୧୦୨୬ ଶତାଦ୍ଦୀରେ ଧର୍ମଚକ୍ର ସ୍ତୁପ ଏକ ପ୍ରସ୍ତର ବ୍ରାହ୍ମୀ ଲିପିରେ ଖୋଦିତ ୯୧.୪ ସେ.ମି.ଅକ୍ଷର ଆକାର ମାଳରୁ ଜଣାଯାଏ।ଷଷ୍ଠ ଶତାଦ୍ଦୀରେ "ୟେ ଧର୍ମ ହେତୁ ପ୍ରଭାବ ହେତୁ." ସାରନାଥ ଲେଖା କଳନାରୁ ଜଣାଯାଏ। ସ୍ତୁପ ମୌର୍ଯ୍ୟ ରାଜତ୍ୱ କାଳର ଇଟାରେ ନିର୍ମିତ ସ୍ଥାପତ୍ୟ।

👉ଗୋଲେଇ ଆକାର,ମୂଳ -୨୮.୫ ମିଟର ,ଉଚ୍ଚତା - ୩୩.୫ ମିଟର,ମୋଟା ଉଚ୍ଚତା ୪୨.୮୦ ମିଟର। ମୂଳରୁ ଚୁଳ ପର୍ଯ୍ୟନ୍ତ ୧୧.୨୦ ମିଟର। ଗୋଲେଇ ଇଟାର ଉଚ୍ଚତା -୬ମିଟର। ୮ ଦିଗକୁ ୮ ଇଞ୍ଚ ପନ୍ଥ ଲମ୍ବିଥିଲା।

👉ସ୍ୱସ୍ତିକ ଚିହ୍ନ ସହ ବେରଂଗ ପକ୍ଷୀ ଓ ମନୁଷ୍ୟ ଆକୃତି ଛବି ଚିତ୍ରିତ ଦେଖିବାକୁ ପାଇଥିଲୁ। ଧର୍ମ ଚକ୍ର ଓ ଧମେକ ବୌଦ୍ଧ ସ୍ତୁପ ପ୍ରସିଦ୍ଧ। ସ୍ତୁପ ଓ ଧର୍ମଚକ୍ର ମନ୍ଦିର ଦୋଛକିରେ ପ୍ରଥମ ସ୍ତୁପରେ କେଇ ବେଢା ବୁଲି ଦେଖିଲୁ।


👉ଅଶୋକ ସ୍ତମ୍ବ : ଦ୍ଵିତୀୟ ମୁଖ୍ୟ ସାରନାଥ ସ୍ଥିତ ଅଶୋକଚକ୍ର ଐତିହାସିକ ଓ ରାଷ୍ଟ୍ରୀୟ ପ୍ରତୀକ ବହନ କରେ। ପ୍ରାୟ ୨୫୦ ଖ୍ରୀଷ୍ଟପୂର୍ବ ଅଶୋକଙ୍କ ରାଜଧାନୀ ସାରନାଥରେ ସମ୍ରାଟ ଅଶୋକଙ୍କ ଦ୍ୱାରା ନିର୍ମିତ ସିଂହ ରାଜଧାନୀ ସାରନାଥରେ ନିର୍ମିତ।

👉ସ୍ତମ୍ବଟି. ପଲିସ୍ ବାଲିପଥରର ଏକ ଖଣ୍ଡରୁ ଖୋଦିତ। ମୂଳତଃ ୪ଟି ମହାନ ସିଂହ ଏକ ବୃତ୍ତାକାର ଆବାକସ ଉପରେ ପଛକୁ ପଛ ଠିଆ ହୋଇଛି।

୪ଟି ପ୍ରାଣୀ - ସିଂହ, ଗଜ, ବୃଷଭ ଅଶ୍ୱ ବୃତ୍ତାକାର- ୪ ଚକ ଦ୍ୱାରା ପୃଥକ କାରୁକାର୍ଯ୍ୟ ସଜ୍ଜିତ। ଚକ୍ର, କିମ୍ବା ଚକ, ଏକ କେନ୍ଦ୍ରୀୟ ଆକୃତି। 'ଧର୍ମର ଚକ' ସାରନାଥରେ ବୁଦ୍ଧଙ୍କ ପ୍ରଥମ ଉପଦେଶକୁ ପ୍ରତିଫଳିତ କରେ।

👉ସ୍ତମ୍ଭଟି ଚତୁର୍ମୁଖ ସିଂହ କୃତରେ ଖୋଦିତ ସ୍ତମ୍ବ ମଧ୍ୟରେ ଚକ୍ର ଓ ସିଂହ ,ଅଶ୍ୱ ସ୍ଥଳରେ ଏକ ପଦ୍ମ ଫୁଲ ସ୍ଥାପିତ। ଉଚ୍ଚତା ୭ ଫୁଟ ଓ ପରିଧି ୨ଫୁଟ ୧୦ ଇଞ୍ଚ ଝଟକି ମାରୁଥିଲା। ଆମ ଭାରତ ବର୍ଷର ଜାତୀୟ ପତାକାରେ ଚକ୍ରଚିହ୍ନ। ପଣ୍ଡିତ ଜବାହାର ଲାଲ ନେହୁରୁ ,ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ୧୯୪୭ ରେ ସ୍ଥାପିତ। ଶକ୍ତି, ସାହସ ଏବଂ ଶାନ୍ତିର ପ୍ରତୀକ।

👉ମୂଳ ସ୍ତମ୍ଭଟି ଏବଂ ରାଜଧାନୀ ବର୍ତ୍ତମାନ ସାରନାଥ ସଂଗ୍ରହାଳୟରେ ସୁରକ୍ଷିତ। ଦୁହେଁ ସ୍ତୁପ ଓ ସ୍ତମ୍ବ ପଥେ ପଥେ ବୁଲି ଦେଖିଲୁ। ଅଗଣିତ ପର୍ଯ୍ୟଟକ ଅଶୋକ ସ୍ତମ୍ବ ଚଉପାର୍ଶ୍ୱରେ ପ୍ରଦକ୍ଷିଣ କରୁଥିଲେ ।

ଗାଇଡଙ୍କ ଅନୁରୋଧରେ ନିଜର ଫୋଟ ନେବାକୁ ପସନ୍ଦ କଲୁ। ସାହସ ଓ ବିଶ୍ୱାସରେ ବୃକ୍ଷ ମୂଳକୁ ବାହୁଡ଼ିଥିଲୁ। ଏକାଧିକ ଷ୍ଟଲରେ ଦହି ସରବତର ପ୍ରାଚୁର୍ଯ୍ୟ! ତତଲାରୁ ସୁରକ୍ଷା ପାଇଁ ପାନୀୟକୁ ଆପଣେଇଲୁ। ଚୌଖଣ୍ଡି ସ୍ତୁପ ଜାପାନୀ ମନ୍ଦିର ,ତିବ୍ବତ୍ତିୟନ ମନ୍ଦିର ସାରନାଥ ସଂଗ୍ରହାଳୟ ବୁଲିବାକୁ ସ୍ଥିର କଲୁ।

ଶାନ୍ତି ପଥେ ସାରନାଥ: ଏକ ଅନୁଭୂତି (Finding Peace in Saranath: A Personal Reflection)

(ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes, ୧.ଉଇକି ପିଡ଼ିଆ ଧମେକ ସ୍ତୁପ ଫାଇଲ ବ୍ୟବହାର।

୨ ଉଇକି ପିଡ଼ିଆ ଅଶୋକ ସ୍ତମ୍ବ ଫାଇଲ ବ୍ୟବହାର।


Comments

Post a Comment