ସାରନାଥ ଭ୍ରମଣ ମନେପଡ଼େ Remembering the Saranatha Visit



ଶିଳାକୃତି ,ସ୍ତୁପ,ଲାଫିଙ୍ଗ ବୁଦ୍ଧା,ସ୍ୱର୍ଣ୍ଣରେ ନିର୍ମିତ ବୁଦ୍ଧଙ୍କ ପ୍ରତିମୂର୍ତ୍ତି, ଥାଇ, ତିବ୍ବତ ,ଜାପାନୀଯ ମନ୍ଦି ,ତ୍ରିରତ୍ନ,ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ,ନିର୍ବାଣ , କାମନା ହିଁ ଦୁଃଖର ସକଳ କାରଣ ,କାମନାର ବିନାଶରେ ଦୁଃଖର ବିନାଶ, ଦେଶୀ ବିଦେଶୀଙ୍କ ସମାଗମ, ସବୁଜିମା ମୃଗ ବିହାର,

👉୭ ଅପ୍ରେଲ ୨୦୨୩ ମସିହାରେ ଦିନ  ଦ୍ୱିପ୍ରହର ନିର୍ଘଣ୍ଟ ତିଥିରେ  ତିବ୍ବତୀୟନ ମନ୍ଦିର  ଦର୍ଶନ ପାଇଁ ସସ୍ତ୍ରୀକ ମନସ୍ଥ କଲୁ।ସହରଟି ଗଙ୍ଗା ଓ ଭାରୁନା ନଦୀ କୁଳ ଠାରୁ ପ୍ରାୟ ୧୩ କିଲୋମିଟର ଦୂରରେ ବସତି। ଭାରତୀୟ ପ୍ରାଚୀନ ଇତିହାସ ସ୍ମାରକୀ ମଧ୍ୟରୁ ଅନନ୍ୟ। ଏକଦା ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ରାଜଧାନୀ ଥିଲା। ଯାହାକୁ ସିଂହଙ୍କର ରାଜଧାନୀ ରୂପେ ଅଭିହିତ କରାଯାଉଥିଲା। 

ଶାନ୍ତି କାମନା ପାଇଁ ପର୍ଯ୍ୟଟକ ବୁଲିବାକୁ ଧାଇଁ ଆସନ୍ତି। କାଶୀ ବିଶ୍ୱନାଥ ବନାରସ ଦର୍ଶନ ପରେ ଆମର ସାରନାଥ ଭ୍ରମଣ ନିଶ୍ଚିତ କଲୁ।

👉ତିବ୍ବତୀୟନ ମନ୍ଦିର : ୧୯୫୫ ମସିହାରେ ମନ୍ଦିରଟି ସ୍ଥାପିତ ହୋଇଥିଲା । ଜଣାଯାଏ ବୌଦ୍ଧଗୁରୁ ଦଳାଇଲାମା ଭାରତ ବର୍ଷ ଆଗମନ ସ୍ମରଣରେ ଶ୍ରଦ୍ଧାଳୁଙ୍କ ସହାୟତରେ ମନ୍ଦିରଟି ନିର୍ମିତ ହୋଇଥିଲା। ଅସଂଖ୍ୟ ତିବ୍ବତ ସ୍ୱାଧୀନତା ଆନ୍ଦୋଳନରେ ବଳିଦାନ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଥିଲା। ଦୁହେଁ ମନ୍ଦିର ପରିସରକୁ ପ୍ରଦକ୍ଷିଣ କଲୁ। ବୁଦ୍ଧଦେବଙ୍କ ବିଶ୍ରାମ ମୁଦ୍ରାର ମୂର୍ତ୍ତିଟି ଦର୍ଶନର ସୁଯୋଗ ପାଇଥିଲୁ। ସ୍ବର୍ଣ୍ଣ ଛାଉଣୀରେ ଦ୍ବୟ ମୂର୍ତ୍ତିର ଦର୍ଶନ ମନେ ପଡ଼େ।



👉ଜାପାନୀଯ ମୂର୍ତ୍ତି :ଚନ୍ଦନ କାଷ୍ଠାରେ ନିର୍ମିତ ବୁଦ୍ଧଙ୍କ ମୂର୍ତ୍ତି ଦେଖି ଚକିତ ହେଲୁ ! ମନ୍ଦିରଟି ପାଗୋଡା ଶୈଳୀରେ ଗଢ଼ଣ ହୋଇଥିଲା। ଆମ ଚଉପାସରେ ଅନେକ ଶ୍ରଦ୍ଧାଳୁ ଦର୍ଶନ ଲଭୁଥିଲେ । ଏକଦା ଭାରତ ସହ ଥାଇଲାଣ୍ଡ ,ଜାପାନ ,ଭୁଟାନ ,ନେପାଳ ଶ୍ରଦ୍ଧାଳୁଙ୍କ ବନ୍ଧୁତ୍ୱ ନିଦର୍ଶନର ସ୍ଥାପିତ ଆଧୁନିକ ମୂର୍ତ୍ତି ସମୂହ ଉକୁଟି ମାରୁଥିଲା।



👉ଶ୍ରୀ ଶ୍ରେୟଂସନାଥ ଜୈନ ତୀର୍ଥ ମନ୍ଦିର : ସାରନାଥ ମୁଖ୍ୟ ସହର ଠାରୁ ପ୍ରାୟ ୧.୭ କିଲୋମିଟର ଦୂର । ସିଂହପୁର ଅବା ସିଂହପୁରୀ ନାମରେ ଏକ ପ୍ରସିଦ୍ଧ ପଲ୍ଲୀ ଉତ୍ତର ପଶ୍ଚିମ ପଟରେ ବସତି। କିଏ ଜାଣିଥିଲା ସୁଦୂର ପଲ୍ଲୀ ମାଳରେ ଜୈନ ଧର୍ମର ଏକାଦଶତମ ତୀର୍ଥଙ୍କର ଶ୍ରେୟଂସନାଥଙ୍କର ମୋକ୍ଷ ପ୍ରାପ୍ତି ! ମହାନ ୫ ଗୋଟି ତୀର୍ଥଙ୍କର ମଧ୍ୟରୁ ୪ ଟି ତୀର୍ଥଙ୍କର ଜୀବନ ସମ୍ପୃକ୍ତି ପଲ୍ଲୀ ଗ୍ରାମ ସହ ଜଡିତ। ଆମ ଆଟୋ ବନାଞ୍ଚଳ ଘେର ପଲ୍ଲୀମାଳ ଚିରି ପୁଣ୍ୟ ସ୍ଥଳରେପହଞ୍ଚି ଯାଇଥିଲା । ଜୈନ ବ୍ରାହ୍ମଣ ବିଧି ଅନୁସାରେ ନିର୍ବାଣ ପ୍ରାପ୍ତି ଜୀବନର ପଞ୍ଚମ ମାର୍ଗ । ଯଥା କ୍ରମେ ଦ୍ୱାବିଂଶତିତମ ତୀର୍ଥଙ୍କର ପାର୍ଶ୍ୱଭାନାଥ (Parshvanatha) ଓ ଶ୍ରୀ ଶ୍ରେୟଂସନାଥ (Shreyansnatha) ଏକାଦଶ ତୀର୍ଥଙ୍କର ରୂପେ ବିଦିତ ।




👉ଶତାବ୍ଦୀ ଧରି ସାରନାଥ ଜୈନଙ୍କ ଏକ ପ୍ରମୁଖ ତୀର୍ଥ ସ୍ଥଳ। ଯେଉଁଠି ଆମ ପାଦ ପଡି ନିଜକୁ ଧନ୍ୟ ମନେକଲୁ। ଅଧୁନା କୋଠାଟି ଜୈନତୀର୍ଥ ରୂପରେ ସହରରେ ବିଦିତ। ୧୮୨୪ ମସିହାରେ ନିର୍ମିତ। ସ୍ଥାନୀୟ କୁହନ୍ତି ଶ୍ରୀ ଦିଗାମ୍ବର ଜୈନ ମନ୍ଦିର ଗର୍ଭ ଗୃହରେ ପଦ୍ମ ଆସନରେ ଶ୍ରୀ ଶ୍ରେୟଂସନାଥ ଦର୍ଶନ ଦେଉଥିଲେ। ଉଚ୍ଚତା ୩୦ ଇଂଚ ବିଶିଷ୍ଟ ନୀଳବର୍ଣ୍ଣର ବିଗ୍ରହ ଶ୍ରୀ ଶ୍ରେୟଂସନାଥଙ୍କ ଆଶିଷ ଲଭିଲୁ। ଧମେକ ସ୍ତୁପର ଦକ୍ଷିଣ ପଶ୍ଚିମ ପାର୍ଶ୍ୱରେ ୭୦ ମିଟର ଦୂରତାରେ ସ୍ଥାପତ୍ୟ ଉଙ୍କି ମାରୁଥିଲା

👉ସାରନାଥ ସଂଗ୍ରହାଳୟ : ଅପରାହ୍ନରେ ପ୍ରବେଶ ପଥରେ ପଞ୍ଜିକରଣ କଲୁ। ପ୍ରବେଶ ଫି ମାତ୍ର ୫ ଟଙ୍କା ଏବଂ ୧୫ ବର୍ଷରୁ କମ ବୟସ ବାଳକ ବାଳିକା ପାଇଁ ନିଃଶୁଳ୍କ ରହିଥିଲା। ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ଭିନ୍ନ ଫି ଦେଖିବାକୁ ପାଇନଥିଲୁ !

ବିଂଶ ଶତାବ୍ଦୀ ପୂର୍ବରୁ (Sir John Marshall ) ସାର ଜନ ମାର୍ଶଲ ସାରନାଥ ସଂଗ୍ରହାଳୟ ଆବିଷ୍କାର ମୂଳ ସ୍ରଷ୍ଟା ରହିଥିଲା । ଯାହା ଲୋକ ଲୋଚନକୁ ଆସିପାରିଥିଲା ।



୧୯୦୪ ମସିହାରେ ବୁଦ୍ଧକୀର୍ତ୍ତି ସନ୍ଧାନରୁ ପ୍ରାଚୀନ ସଭ୍ୟତା ଓ ଉଦ୍ଧାର ପାଇଥିଲା । ୧୯୧୦ ମସିହାରେ ସ୍ଥାପିତ ଭାରତବର୍ଷର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ସର୍ବପୁରାତନ ସ୍ଥଳ ସାରନାଥ ସଂଗ୍ରହାଳୟ । ସାରନାଥ ପ୍ରତ୍ନତାତ୍ତ୍ୱିକ ସ୍ଥଳରୁ ଆବିଷ୍କୃତ ମୂର୍ତ୍ତି ଏବଂ କଳାକୃତି ସଂଗ୍ରହ ଦେଖିବାକୁ ପାଇଲୁ । ପ୍ରାଚୀନ ଆର୍ଯ୍ୟ ସଭ୍ୟତାର ବୌଦ୍ଧ କୀର୍ତ୍ତିରେ ଭରପୁର  ଆଖିରେ ନଦେଖିଲେ କଳନା ଅସମ୍ଭବ ।

କେନ୍ଦ୍ରୀୟ କକ୍ଷ ଗ୍ୟାଲେରୀରେ ପ୍ରାଚୀନରୁ ନୂତନ କଳାକୃତି ଶିଳା ମୂର୍ତ୍ତି ସାଜସଜ୍ଜାରେ ଯତ୍ନ ନିଆଯାଇଥିଲା। ଏକ ସଂକ୍ଷିପ୍ତ ବିବରଣୀ।



👉ଗ୍ୟାଲେରୀ ସଂଖ୍ୟା ପ୍ରଥମ : ଅଶୋକ ସ୍ତମ୍ବ ,କୁଶାଣ କାଳର ପ୍ରଥମ ସପ୍ତର୍ଦ୍ଦି ବୋଧିସତ୍ତ୍ଵା ଛବି ନାଲିଆ ପ୍ରସ୍ତର ଦଣ୍ଡାୟମାନ ମୁଦ୍ରାରେ ଉକୁଟି ମାରୁଥିଲା । ମିନତୀ ସ୍ୱଳ୍ପ ସମୟ ଚାହିଁ ରହିଥିଲେ। ଦ୍ୱତୀୟ ଶତାବ୍ଦୀର ସୁଙ୍ଗ ଶାସନ କାଳର ରେଲିଂ ପ୍ରସ୍ତର ଖୋଦିତ କଳାକୃତି ଥାକରେ ଉକୁଟି ମାରୁଥିଲା । ଗୁପ୍ତ ଶାସନ କାଳର ଟେରାକୋଟା ବୁଦ୍ଧମୂର୍ତ୍ତି ,ମୌର୍ଯ୍ୟ ଯୁଗର କୀର୍ତ୍ତି ଆଦି ପ୍ରଥମ ଗ୍ୟାଲେରୀରୁ ସାଉଁଟିଥିଲୁ । ଆମେ ତାପରେ ଦକ୍ଷିଣ ପଟ ବରଣ୍ଡାକୁ ଅଗ୍ରସର ହେଲୁ ।


👉ଗ୍ୟାଲେରୀ ସଂଖ୍ୟା ଦ୍ଵିତୀୟ: ଚିହ୍ନଟ କରାଯାଇଥିଲା। ଗୁପ୍ତ ଶାସନ କାଳର ୪ର୍ଥ ଶତାବ୍ଦୀ ରୁ ୮ ମ ଶତାବ୍ଦୀ କାଳର କଳାକୃତି ଦେଖିବାକୁ ପାଇଲୁ। ବୁଦ୍ଧଙ୍କ ପୂର୍ବ ଜନ୍ମ କାହାଣୀ ପର ଜ୍ଞାନ ପ୍ରାପ୍ତ ,ଜ୍ଞାନ ପ୍ରସାର ,ବୁଦ୍ଧ ସଂଘ ଗଠନ। ନିର୍ବାଣ କାହାଣୀ ବେରଂଗ ଛବିରେ ଅଙ୍କନ କରାଯାଇଥିଲା । ଗୁପ୍ତ ଯୁଗର ଜାତକ କାହାଣୀ ହୃଦୟକୁ ସ୍ପନ୍ଦିତ କରିଥିଲା ।

👉ଗ୍ୟାଲେରୀ ସଂଖ୍ୟା ତୃତୀୟ : ମଧ୍ୟ ଯୁଗୀୟ ସମ ସାମୟିକ କାଳର (୯ମ ଶତାବ୍ଦୀ ରୁ ୧୨ ଦ୍ୱାଦଶ ଶତାବ୍ଦୀ ମୋଟା ମୋଟୀ ଭାବରେ ଦୁର୍ଲଭ ଶିଳାଲିପି କଳାକୃତି ଧାଡିରେ ସଂଜିତ ରହିଥିଲା । ରାଣୀ କୁମାର ଦେବୀଙ୍କ ଦ୍ୱାରା ନିର୍ମିତ ଧର୍ମଚକ୍ର ,ଜନବିହାର ମୋନାଷ୍ଟ୍ରି ଦେଖି ଚକିତ ହେଲୁ। ରାଣୀ ଗୋବିନ୍ଦ ଚନ୍ଦ୍ର ସହାୟତା ଗାଥା ଉଲ୍ଲେଖିତ। ହିନ୍ଦୁ ଦେବା ଦେବୀଙ୍କ ମଧ୍ୟରେ ଭଗବାନ ଭୋଳା ଶିବ ଶଙ୍କର ,ବିଷ୍ଣୁ ,କାର୍ତ୍ତିକେୟ ,ସୂର୍ଯ୍ୟ ଦେବତା ଙ୍କ ବିଗ୍ରହ ଝଲସି ଉଠୁଥିଲା । ଏ ସବୁ ମୂର୍ତ୍ତି ସମୂହ ନବମ ଶତାବ୍ଦୀ ରୁ ଦ୍ୱାଦଶ ଶତାବ୍ଦୀ କାଳ ଖଣ୍ଡର କଳାକୃତି ରହିଥିଲା ।


👉ଗ୍ୟାଲେରୀ ସଂଖ୍ୟା ଚତୁର୍ଥ :ଜୈନ ତୀର୍ଥଙ୍କର ପ୍ରଶଭନାଥ, ଶ୍ରେୟଂସନାଥ ତୀର୍ଥଙ୍କର ଛବି କାନ୍ଥରେ ଉକୁଟି ମାରୁଥିଲା। ଅଧା ଛାଇ ଅଧା ଆଲୁଅରେ ଦୁହେଁ ପାଦେ ପାଦେ ବୁଲି ଦେଖିଲୁ। ଅନ୍ତିମ ୫ମ ଗ୍ୟାଲେରୀ ଦେଖିବାକୁ ରହିଥାଏ । ଭରତିଆ ଗାଇଡ଼ ସାଥିରେ ପ୍ରତି ଶିଳାକୃତିର ବିଶେଷତା ଉପରେ ଗୁରୁତ୍ୱ ଦେଉଥିଲେ। ମନରେ ଅସମାହିତ ପ୍ରଶ୍ନ ଉଙ୍କି ମାରୁଥିଲା । ଆମେ ସଂଗ୍ରହାଳୟର ଉତ୍ତର ବାରଣ୍ଡାକୁ ପାଦ ପକାଇଲୁ ।



👉ଗ୍ୟାଲେରୀ ସଂଖ୍ୟା ପଞ୍ଚମ :- ସାରନାଥ ସ୍ଥାନୀୟ କଳାକୃତି,ଟେରାକୋଟା ପଦାର୍ଥ ସମେତ ବେଉସା ,ଧର୍ମ ,ଚାଲିଚଳନ ବ୍ୟବହାରୀକ ସରଞ୍ଜାମର ଅନେକ ନମୁନା ଧାଡିରେ ଉକୁଟି ମାରୁଥିଲା।

ଯେଉଁଠି ବିରଳ ସ୍ଥାପତ୍ୟ ,ଭାସ୍କର୍ଯ୍ୟ ,ପ୍ରଥମ ଶତାବ୍ଦୀର ସନ୍ତକ ଦେଖିବା ସହଜ। ଏକାଧିକ କକ୍ଷରେ ଥାକମାନଙ୍କରେ ସାଜସଜା ହୋଇଥିଲା। ଗଣତି ମଣତିରୁ ୬ହଜାର ୮ ଶହ ୩୨ ଗୋଟି କଳାକୃତି ବିରଳ ସ୍ଥାପତ୍ୟ ତାଲିକାରୁ ତଥ୍ୟ ମିଳିଲା ।

👉ତୃତୀୟ ଶତାବ୍ଦୀର ୭୫ ଗୋଟି  ଭିନ୍ନ ଭିନ୍ନ ସୋପାନରେ ଉକୁଟି ମାରୁଥିଲା । ଦ୍ୱାଦଶ ଶତାବ୍ଦୀର ବୌଦ୍ଧ କଳାର ବିବର୍ତ୍ତନ । ଏକ ଦୁର୍ଲଭ ରତ୍ନର ସମ୍ଭାର ବୁଲି ଦେଖିଲୁ। ବୌଦ୍ଧ , ଜୈନ ,ହିନ୍ଦୁ ଦେବା ଦେବୀଙ୍କ ବିଗ୍ରହ ଦେଖିବାକୁ ପାଇଲୁ । ଗୁରୁଶିଷ୍ୟ ରାଜାପ୍ରଜାଙ୍କ ମୂର୍ତ୍ତି ବେଶ ଉପଭୋଗ୍ୟ ଓ ଆମ ପାଇଁ ପ୍ରେରଣାଦାୟକ ରହିଥିଲା । ଭାରତର ପୁରାତନ ଇତିହାସର କେଇ ପୃଷ୍ଠା ଓଲଟାଇଥିଲୁ।

ଐତିହାସିକ ଶିଳା ର ମୂର୍ତ୍ତି ଦେଖି ଚକିତ ହେଲୁ। ଟେରାକୋଟା ପଦାର୍ଥ ଗୁଡିକ ଅଧିକ ଆକୃଷ୍ଟ କରିଥିଲା । ଉଭା ଯେତିକି ରହିଥିଲା ତାଠୁ ଅଧିକ ପୋତା ରହିଥିବା ସନ୍ଦେହ ମନରେ ଘାରିଥିଲା। ଐତିହାସିକ ନଗରର ଝଲକ ପାଇଲୁ।

👉ଗୟା ଓ ବୋଧ ଗୟା ଭ୍ରମଣର ନୂତନ ମାର୍ଗର ପ୍ରେରଣା ବନାରସ ଓ ସାରନାଥ ଧାର୍ମିକ ତୀର୍ଥ ଓ ଐତିହାସିକ ସ୍ଥଳରେ ଜ୍ଞାନ ବର୍ଦ୍ଧିତ ପାଇଁ ଦିଗନ୍ତ ପଥ ମୁକୁଳା କରିଥିଲା।

ପୁସ୍ତକ ପୃଷ୍ଠାରୁ ବିଦ୍ୟାଳୟ ବାରଣ୍ଡା, ବାସଭବନ ଏରୁଣ୍ଡି ଡେଇଁ ବୁଦ୍ଧଙ୍କ ମୄଗ ବିହାର ସନ୍ଧାନରେ ଶାନ୍ତି ସାଧନ ପାଇଁ ଏକ ମାର୍ଗରେ ସସ୍ତ୍ରୀକ ବୁଲାବୁଲିକଲୁ। 

ଗୋଟିଏ ଦିନରେ ସାରନାଥ ବୁଲିଦେଖିବା ସମ୍ଭବପର ନଥିଲା। ଏଇଟି ଆମର ପ୍ରଥମ ଭ୍ରମଣ ରହିଥିଲା। ଅଦ୍ୟାବଧି କଥା କଥାକେ ସାରନାଥ ସଂଗ୍ରହାଳୟ ଆଲୋଚନାର ବିନ୍ଦୁ।

👉ସାରନାଥ ଭ୍ରମଣ ମନେପଡ଼େ Remembering the Saranatha Visit

(ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes, ୧. ସାରନାଥ ସଂଗ୍ରହାଳୟ ଉଇକି ପିଡ଼ିଆ ଫାଇଲ ବ୍ୟବହାର।
୨ ଶ୍ରୀ ଶ୍ରେୟଂସନାଥ ଜୈନ ତୀର୍ଥ ମନ୍ଦିର ଉଇକି ପିଡ଼ିଆ ଫାଇଲ ବ୍ୟବହାର।

Comments

Post a Comment