ବହି (କବିତା - ୧୬ )



ତମ ଭିତରେ
ଦିନ ସରି ଆସେ
ହସରେ ନ' ସରେ ରାତି।

ତମ ଲୁହରେ
ବିଜୁଳି ରାଇଜରେ
ହୃଦୟେ ଘଡ଼ ଘଡ଼ି।

ତମ ବହି ପଢେ ଏଠି
ପୃଷ୍ଠାରୁ ପୃଷ୍ଠା ଓଲଟାଇ
ଆନନ୍ଦ ବିଷାଦର ଅଧ୍ୟାୟ
ତମ ଆଲୁଅରେ  ଛବି
ପଢ଼ାରେ ନ'ସରେ ବହି।

ଭାବ ବିନିମୟରେ ଦୁଃଖ ନାହିଁ
ଯେତେ କଥା ହେଲେ ସୁଖ ଥାଏ
ତୁମେ ସୁନ୍ଦରୀ ଏ ରାଇଜରେ
ତମ ପରି ଆଉ କେହି ନାହିଁ।
🙏🙏🙏

(ରଚୟିତା-ଦିଲିପ କୁମାର ନାୟକ)

Comments