୨୧/ ଓହ୍ଲାଇ ଆସିଛି ଜହ୍ନ

୨୧/ ଓହ୍ଲାଇ ଆସିଛି ଜହ୍ନ


 

ଓହ୍ଲାଇ ଆସିଛି ଆଜି ଜହ୍ନ

ବିସ୍ତୁରିତ ସେହ୍ନର ରେଣୁରେ

ଅଜାଡ଼ି ଦେଇଛି ଅବନୀରେ

ଅନ୍ଧାର ଯାଇଛି ଜହ୍ନ ଆଲୁଅରେ

ଅଳୁନ୍ଧ ଫେରିଛି ଅସନା କୋଣରେ

ବାଦ ପଡ଼ିନି ବନ ଦରିଆ ସିନ୍ଧୁ ଭାଗ

ପାସୋରିନି  ଉଜ୍ଜଳ ସବୁରି ଅଙ୍ଗ  

କୋଳାହଳ ଭ୍ରମରେ ବନ୍ୟ ଜନ୍ତୁ

ପଖାଳିବାରେ ପଥ ପନ୍ଥା

ଦରିଆରେ ନାଉରୀ ଭାଇ

ସିନ୍ଧୁ ଢେଉର ଶୃଙ୍ଗାର ତେଜୀୟାନ୍

ତା ସ୍ଵର୍ଣ୍ଣ କଣିକାରେ

ବେଉସା ଛୁଟେ ବେଳାଭୂମିରେ

ନବ ବଧୂର ଲକ୍ଷେ ସପନ

ତାରା ନଗଣ୍ଯ ତା ଆଲୁଅରେ ଜହ୍ନ

ତରଙ୍ଗାୟୀତ ଅବିଶ୍ରାମ ଢେଉ

ଥକ୍କାପଣ ପୋଛି ନେଇ ଯାଏ  

ସଜେଇ ହୋଇଛି କୋମଳ ତାରେ

ସମ୍ଭାଷଣ ତା, କୁଳ ସର୍ବ ଶ୍ରେଷ୍ଠ

ଓହ୍ଲାଇ ଆସିଛି ଆଜି ଜହ୍ନ

ପାସୋରି ଦେଇଛି ରାତି ଓ ରାତ୍ର

ଚବିଶ ଘଣ୍ଟା କେବଳ ଦିନ ଓ ଦିନ   

  🙏🙏🙏

(ରଚୟିତା-ଦିଲିପ କୁମାର ନାୟକ)    

Comments