୧୮/ସ୍ଵୟଂମ୍ବର
ପ୍ରଥା ଯୁଗ ଯୁଗେ
ମିଳନ ପନ୍ଥା ଭିନ୍ନ
ବନ୍ଧନ ନୁହେଁ ସରଳ
ଶକ୍ତି ସାମର୍ଥ୍ୟ ପରୀକ୍ଷା
ନିମନ୍ତ୍ରିତ ରାଜକୁମାର
ସ୍ଵୟଂମ୍ବର ରାଜ ସଭାରେ
ଜୀବନ ପାଇଁ ମନର ମଣିଷ
ଲକ୍ଷ୍ୟ ଏକ ତୀର ନିଜ ନିଜର
ରାଜକୁମାରୀ ସଶକ୍ତିକରଣ
ସାଥୀଟିଏ ଚୟନର ଲକ୍ଷ୍ୟ ।
ପୁରାଣ ପୃଷ୍ଠା ଦିଅ ଓଲଟାଇ
ଧନୂ ତୀର ଲକ୍ଷ୍ୟ ଭେଦି
କୁନ୍ତୀ ଭୋଜ ବିଦର୍ଭ ମର୍କତ
ଜନକ ଦ୍ରୁପଦ ରାଜକୁମାରୀ
କୁନ୍ତୀ ଦମୟନ୍ତୀ ସୀତା ଦ୍ରୌପଦୀ
ପନ୍ଦୂ ନଳ ଶ୍ରୀରାମ ପାର୍ଥ
ବିଜୟୀ ଜୀବନର ଗଳାର ହାର
ଅମର ଅକ୍ଷରରେ ଲିପିବଦ୍ଧ
ସ୍ଵୟଂମ୍ବର ସାମର୍ଥ୍ୟର ସମାଧାନ
ଡକରା ପଡ଼ୁଛି ଆଜି
ନାରୀ ସଶକ୍ତିକରଣ ।।
🙏🙏🙏
(ରଚୟିତା-ଦିଲିପ କୁମାର ନାୟକ)
Comments
Post a Comment