ମୃତ୍ତିକା-୨୦୨୪ ଶିରୋନାମାରେ ସମାଜ ପତ୍ରିକାରେ ମଣ୍ଡିତ। ଓଟିଭିରେ ତୁହାକୁ ତୁହା ପ୍ରସାରିତ। ଦୀପାବଳି ମାଟି ଦୀପ ଅତି ଜରୁରୀ। ସସ୍ତ୍ରୀକ ନିଷ୍ପତି କଲୁ। ସବୁଜ ରଙ୍ଗର ଟୁକୁଟୁକୁ ମନ୍ଥର ଗତିରେ ବଢୁଥାଏ। ୟୂନିଟି-୩, ପ୍ରଦର୍ଶନୀ ପଡ଼ିଆ ୧୦ କିଲୋମିଟର ଦୂର। ଆଇଟିଆର ଅଟ୍ଟାଳିକା ମୁକସାକ୍ଷୀ! ଦୁଇ ଟିକିଆ ପ୍ରଶସ୍ତି ସଡ଼କ ଡ଼ାହାଣରେ ପଡ଼ିଆ ଫାଙ୍କା ପଡ଼ିଥାଏ। କାର୍ତ୍ତିକ ସୋମବାର ମହାଦେବ ଶଙ୍କର ଦର୍ଶନରେ ପାହାନ୍ତାରୁ ହବିଷ୍ୟାଳୀଙ୍କ ଭିଡ଼! ଅଧିକାଂଶ ବୃଦ୍ଧା! ଜାଗମରା ଛକ ପରେ ଡ଼ାହାଣରେ ଏୟାର ପୋର୍ଟକୁ ପଛରେ ପକାଇ ଡେ଼ଲ୍ଟା ତ୍ରୀକୋଣୀୟ ଛକ ପୁରୁଣା କାକପୋଈ ବୃକ୍ଷ ଛାୟାରେ ଛତୁ, ପାଚଲା କଦଳୀ ଅସ୍ଥାୟୀ ପସରା। ମଫସଲ ବଜ୍ଜାରର ଭ୍ରମିତ ଦୃଶ୍ୟ। ଗୋପବନ୍ଧୁ ଛକ ଡ଼ାହାଣରେ ଓୟୁଏଟି ଆମ ଅଟୋ ରାଜ୍ୟପାଳ ଭବନ ପଟେ ଗଡ଼ିଲା। କୁତ୍ରିମ ଝରଣା! ଓଃ କି ଥଣ୍ଡା! ଫାଉଂଟେନରୁ ଉର୍ଦ୍ଧମୁଖି ଜଳଧାରା! ଏକାଧିକ ପକ୍ଷୀ ପର ଝାଡୁଥିଲେ। କେଇ ମୁହୂର୍ତ୍ତ ପାଇଁ! ଟ୍ରାଫିକ କଟକଣା! ଦୁଇ ପାର୍ଶ୍ୱରେ ମନ୍ତ୍ରୀ, ଯନ୍ତ୍ରୀଙ୍କ ସରକାରୀ କ୍ଵାଟର। ପୁରୁଣା ବିଜେଡ଼ି ପରେ ନୁଆଁ ବିଜେପି ନାମ ଫଳକ ବଦଲା ବଦଳି ଚାଲିଥାଏ।
ଏଜି ଚୌକ ଟ୍ରାଫିକ ବହଳ ଦିନରେ ନାଲି, ସବୁଜ ଆଲୁଅର ସଙ୍କେତ । ଏଇତ ସ୍ମାର୍ଟ ସିଟି ଆମ ଭୁବନେଶ୍ୱର! ମାଷ୍ଟ୍ରକ୍ୟାଣ୍ଟିନି ମୁହାଁ ଟୁଁକାର,ମୋ ବସ ,ଅସଂଖ୍ୟ ଫଟାଫଟିଆ। ଇନ୍ଦିରା ଗାନ୍ଧୀ ପାର୍କ ଖାଁଖାଁ ! ପିଏମଜି ,ରବୀନ୍ଦ୍ର ମଣ୍ଡପ ଦୃଶ୍ୟ ମନକୁ ସ୍ପନ୍ଦିତ କରିଥିଲା । ଭ୍ରମଣ କତି ଯେତିକି ପାଖେଇ ଆସୁଥାଏ। ମନରେ ଉଲ୍ଲାସ ଦୁଇଗୁଣା! ସଚିବାଳୟ ମାର୍ଗ ଚୌକରେ ଡ଼ାହାଣ ମୋଡ଼ରେ ପାଚେରୀ! ଆମ ଟୁକୁଟୁକୁ ନରମିଥିଲା। ନିଶୁଲ୍କ ପ୍ରବେଶ ପଥରେ ତୋରଣ ମୃତ୍ତିକା -୨୦୨୪ ଝଟକିଥାଏ। ଆନନ୍ଦ ମନରେ ୪ ପ୍ରବେଶ କଲୁ!
ପ୍ରଦର୍ଶନୀ ପଡ଼ିଆ ମୁକୁଳା ନୀଳ ଆକାଶ ତଳେ ସପରିବାର ପ୍ରଦକ୍ଷିଣ କଲୁ। ବେରଙ୍ଗ ପାତ୍ର ଓ ଟେରାକୋଟା ସରଞ୍ଜାମ ଧାଡ଼ିକି ଧାଡ଼ି। ରାଇଜର ପ୍ରାଚୀନ ପରମ୍ପରା ନିଖୁଣ ଶିଳ୍ପୀଙ୍କ ଚାତୁରୀ ଓ ଲୋକକଥା ବାରି ହେଉଥିଲା। ମୂର୍ତ୍ତିର ଆକୃତି ଜିଅନ୍ତା ଷ୍ଟଲ ଖୁବ ସୁନ୍ଦର! ଅପ୍ରମିତ ଗ୍ରାହାକ ସାଉଁଟୁଥିଲେ। କଲିଙ୍ଗୀ କଳାକୃତି କାରିଗରୀ ଉତ୍ତର ଆମେ ପାଇଲୁ।
ମାଟି ପାତ୍ର ସିନ୍ଧୁ ସଭ୍ୟତାର ଜନ୍ମ କୁଣ୍ଡଳୀ ସହ ସମକକ୍ଷ! ଖ୍ରୀଷ୍ଟ ପୂର୍ବ (୩୩୦୦-୧୩୦୦ ) ହରପ୍ପା ସଭ୍ୟତା ଓ ବୈଦିକ ଯୁଗର ଆଦିମଙ୍କ ଚଳଣିରେ ଟେରାକୋଟା। ରୋଷେଇ, ପୂଜା ପର୍ବାଣିରେ ବ୍ୟବହୁତ! ଏକ ସୁବର୍ଣ୍ଣ ଐତିହ୍ୟ ଓ ସଂସ୍କୃତିର ଝଲକରେ ଚକିତ ହେଲୁ! ପଡ଼ୋଶୀ ବେଲୁଚି, ପାକିସ୍ତାନ, ଇରାନୀ ବାସୀଙ୍କ ପ୍ରଥମ ପସନ୍ଦ। କୁଶଳୀ ଶିଳ୍ପୀ ସଂଖ୍ୟା ପ୍ରାୟ ୧୦ ହଜାର! ସୋନପୁର, ବରପାଲି, ହଳଧରପୁର, ନୂଆଗାଁ, ଲୁଣୁକୁଆ, କୁସୁମୀ ଓ ପୁରୀ ଆଦି ଖ୍ୟାତ। କଳିଙ୍ଗ ସଂସ୍କୃତି ଉତ୍କଳର ହସ୍ତଶିଳ୍ପ ଏବର ଓଡ଼ିଶୀଙ୍କୁ ପରଖିଥିଲୁ। ଦି’ଦି’ନ ପରେ ଦୀପାବଳୀ! ମାଟିଦୀପ ଅତି ଜରୁରୀ! ଲିଚୁମାଳ ଅତିରିକ୍ତ। କୌତୁହଳ ଦୃଶ୍ୟ ଦେଖିଲୁ। ମନରେ ୧୦୦ ପ୍ରତିଶତ ବହଳ । ଦୀପଟିଏ ଟଙ୍କାଟିଏ ମୂଲ୍ୟରୁ ୨ ଟଙ୍କା ୩ ଟଙ୍କାରେ ଦରଧାର୍ଯ୍ୟ। ଗଣତି ୫, ୧୧ ଅବା ୨୧ ଟି ଦୀପ ପସନ୍ଦ କରୁଥିଲେ। ଜ୍ୟେଷ୍ଠା ୨୧ ଟି ଦୀପ ଓ ହଳେ ଗଜକୁ ୫୦୦ ଟଙ୍କା ବିନିମୟରେ ପ୍ୟାକ କଲା। ମାଟି ନିର୍ମିତ ଉମେଇଁ, ଝୁଣା ଦିଆ ମାଟି ପାତ୍ର ମିନତୀର ମନରେ ଲାଖିଥିଲା। ଗୋଟେ ବେଢା ପ୍ରଦକ୍ଷିଣ କଲୁ।
ଖୁଚୁରା ଟଙ୍କା ପଇସା ତ ଦେଖିଲୁ ନାହିଁ। ପ୍ରାୟ ଗ୍ରାହକ କ୍ୟାସଲେସ ପ୍ୟମେଣ୍ଟ। କାଁଭାଁ ଟଙ୍କା ଦେଣା ନେଣ କରୁଥିଲେ। ଡ଼ାହାଣ କୋଣରେ ଚାଟ ଷ୍ଟଲରେ ଭିଡ଼। ବୁଲାବୁଲି ସହ ଖାଇବା ଯେମିତି ଏକ ବାଧ୍ୟ ବାଧକତା। ନ’ହେଲା କଥାଟି ପୁରା ଓଲଟିଯିବ! କଥା ଦେଇଥିଲି। ମନରେ ଭାବୁଥାଏ। ବ୍ରହ୍ମପୁରୀ ଷ୍ଟଲଟିରେ ରମଣୀ ଫ୍ରଣ୍ଟ ଆସନରେ ସଞ୍ଚାଳିତ କରୁଥିଲେ। ୪ ପ୍ଲେଟ ଚାଟ ଅର୍ଡ଼ର ଦେଲି। ମୁରକି ହସରେ; ହଁ ଭରିଲା। ଗୋଟିଏ ସହରର ଦୁହେଁ ବାସିନ୍ଦା ! ଦୋକାନୀ ଗ୍ରାହକର ସମ୍ପର୍କ। ସ୍ୱାଦରେ ଆମେ ବେହାଲ ! ପତ୍ର ଟୁଁକା କାଠ ଚାମଚକୁ ଡଷ୍ଟବିନିର ବ୍ୟବହାର କଲୁ।
“ଆମ ପରିମଳ ଆମରି ବଳ”, ସ୍ଲୋଗାନ ଜାତୀୟ ସେବା ଶିବିର ମନପଡୁଥିଲା! ଅନେକ ଦୋକାନ ମାଲିକ ପଡ଼ୋଶୀ ଆନ୍ଧ୍ର ,ଛତିଶିଗଡ଼,ଝାରଖଣ୍ଡ ,ରାଜସ୍ଥାନରୁ ଧାଇଁ ଆସିଥିଲେ।
ଓଡ଼ିଶାର ମିଶନ ଶକ୍ତି ଅଧୀନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଷ୍ଟଲର ପ୍ରାଧାନ୍ୟତା ଦେଖିଲୁ। ଆମେ ତ’ଖୁସି ସେମାନେ କେତେ ଦୂର ଲାଭ କରିଥିଲେ ଆମକୁ ଜଣା ନଥିଲା। ଚଟାଣ’ରେ ସବୁଜ ଗାଲିଚା ବିଛା ଯାଇଥିଲା। ଅବଶ୍ୟ ନକଲି! ଖୁବ ଆକର୍ଷିତ ପ୍ରଦର୍ଶନୀ ପଡ଼ିଆ! ଅନେକ ଫୋଟୋ ନେଲୁ। ପୁରୁଷ ଗ୍ରାହକଙ୍କ ସଂଖ୍ୟା ତୁଳନାରେ ନାରୀଙ୍କ ସଂଖ୍ୟା ଅଧିକା ଦେଖିବାକୁ ପାଇଲୁ । ନୀଳ ନାଲି ପୋଷାକ ସହ ସମ୍ବଲପୁରୀ ସୁତାଶାଢ଼ୀ ,ବାନ୍ଧ, ପାଟ ଶାଢ଼ୀ କେଇ କେଇ ମହିଳା ଶାଢ଼ୀପିନ୍ଧା ରମଣୀଙ୍କୁ ନିକଟରୁ ଦେଖିଲୁ। ମିନତୀ ବ୍ରହ୍ମପୁରୀ ପାଟ ଶାଢ଼ୀ ପରିଧାନ କରିଥିଲେ। ଶାଢ଼ୀର ସୌନ୍ଦର୍ଯ୍ୟ ପରିବେଶକୁ ଦ୍ବିଗୁଣିତ କରୁଥିଲା।
ଘର ସାଜ ସଜ୍ଜାରେ ଟେରାକୋଟା ମାଟି ପାତ୍ର ଓଡ଼ିଆଣୀଙ୍କୁ ପ୍ରଥମ ପସନ୍ଦ ! ମିନତୀ କହିଲେ ,ଦେଖୁନ ,ଆମ ପୁରୀ ଶ୍ରୀମନ୍ଦିର ମହାପ୍ରସାଦ ଅବଢ଼ା ହାଣ୍ଡି ,ଅଧର ପଣା ,ରାବିଡ଼ି ସରା ନିତିଦିନିଆ ବଡ଼ ଠାକୁରଙ୍କ ଚଳଣି ମୂର୍ତ୍ତିକା ଉପରେ ନିର୍ଭରଶୀଳ।ଏନ୍ତୁଡ଼ି ଶାଳାରୁ ଶ୍ମାଶନ ପର୍ଯ୍ୟନ୍ତ ମାଟି ପାତ୍ର ଅପରିହାର୍ଯ୍ୟ।
“ଆମେତ ଓଡ଼ିଆ ଆମ ମାଟି ପାତ୍ର ବଢିଆ”, ଉପଖ୍ୟାନଟି କଣ୍ଠସ୍ଥ କରି ପ୍ରଦର୍ଶନୀ ବୁଲା ବୁଲିକଲୁ। ଉଦୁ ଉଦିଆ ଖରାବେଳ! ତପନ ମୁଣ୍ଡ ଉପରେ ! ଗମ ଗମ ଦେହରେ ଝାଳ ନିଗୁଡୁଥିଲା। ଆଶ୍ରୟ ଏକ ମାତ୍ର କାକପୋଈ ବୃକ୍ଷର ଛାଇ!ମନ୍ଦିର ମାଳିନୀ ନଗରୀରେ ବୃକ୍ଷ କମି ଆସିଥିଲା! ସ୍ମାର୍ଟସିଟି ନାମରେ କେଉଁ ପରିମାଣରେ ବିକଶିତ ଆଲୋଚନାର ବିନ୍ଦୁ। ସହରୀଙ୍କ ମନରେ ଚେତାଇବା ପାଇଁ ଏକ ଅଭିନବ ଉପାୟ। କେତେ ଦୂର ଗ୍ରହଣୀୟ ! ଆମେତ ଆପଣେଇଥିଲୁ।ସପରିବାରଙ୍କ ଦୁଇ ହାତରେ ଝୁଲା ମାଟି ପାତ୍ର ଭ୍ରମଣ ସ୍ମରଣୀୟ! ,
ଦୀପଟି ଦିଅ ଥୋଇ ସଳିତାଟେ ଦିଅ ଚେତେଇ ,
ଶିଖାଟି ହୋଇ ଜଳି ଯିବି ପଛେ ବଜ୍ର ଶପଥ କରି।
ମାର୍ଗଦର୍ଶିକାକୁ ପାଳନ କରିବି ଅକ୍ଷର ଅକ୍ଷରରେ,
ନିରାପଦକୁ ହଁ ' ଅସୁରକ୍ଷିତ ନା' ଆପଣେଇବି।।
କର୍ମକ୍ଷେତ୍ରକୁ ଧର୍ମରୂପ ଦେବି ଅନ୍ଧାର ଯାଉ ଦୁରେଇ,
ଆଲୋକର ପର୍ବ ସୁରକ୍ଷିତ ଆମ ଦୀପାବଳି-୨୦୨୪।।।
(ରଚୟିତା - ଦିଲିପ କୁମାର ନାୟକ)

Comments
Post a Comment