୧୦ମ ବିଶ୍ୱ ବାଣିଜ୍ୟ ମେଳା;
ଆମର ପ୍ରଥମ ଭ୍ରମଣ। ଓଲା ଯାତ୍ରା ମଝିରେ ମିନତୀ କଣ ଦେଖିବ! କଣ କ୍ରୟ କରିବ ବିଚାର ବିମର୍ଷର ତାତି
ରାଜଧାନୀ ଉତ୍ତାପ ଠୁଁ ଢେର ଆଗରେ। ମନ ଓ ଆକାଶର ଦୂରତା ହ୍ରାସ ଘଟୁଥାଏ। ସେ ଉଷୁମ ଜଳ ,ସାମସାଙ୍ଗ
ମୋବାଇଲ ଓ ସୁତା ବ୍ୟାଗ ସାଇତି ରଖିଥିଲେ। କଳିଙ୍ଗ ଷ୍ଟାଡ଼ିୟମ ମୁକସାକ୍ଷୀ!
ଟ୍ୟାକ୍ସି ବାମପଟ ମୋଡ଼ରେ ଜୟଦେବ
ବିହାର ଚୌକକୁ ପଛରେ ଛାଡ଼ିଲା। ନନ୍ଦନ କାନନ ଦୀର୍ଘ ସଡ଼କ ଦୁରକୁ ଦୂର ଲମ୍ବିଥାଏ । ଅକସ୍ମାତ ଚାଳକ
ଡ଼ାହାଣ ପଟକୁ ତାର ଷ୍ଟିୱରିଙ୍ଗି ମୋଡ଼ିଲା। ସ୍ବସ୍ତି ପ୍ରିମିୟମ ତାରକା ହୋଟେଲ ବେଢା ସନ୍ନିକଟରେ
ଟ୍ୟାକ୍ସି ଗଡ଼ିବାକୁ ଲାଗିଲା। ପିପିଲି କାରିଗରୀ
ତୋରଣ ବତି ଏକାଧିକ ବୃକ୍ଷରେ ଝୁଲୁଥାଏ। ଯେମିତି ଗ୍ରାହକଙ୍କୁ ମନଲୋଭା ପାଇଁ ଏକ ପ୍ରୟାସ! ସତରେ
ଆମେ ୪ ଜନତା ମୈଦାନର ମାଟିକୁ ସ୍ପର୍ଶକଲୁ। ମୈଦାନର
ଏନ୍ତୁଡ଼ି ଶାଳକୁ ନେଇ ଅସଂଖ୍ୟ ପ୍ରଶ୍ନ ଉଙ୍କି ମାରୁଥାଏ।
ତ୍ରିଭୁବନେଶ୍ୱରରୁ, ଭୁବନେଶ୍ୱର, ସଂଜ୍ଞା ଈଶ୍ୱରଙ୍କ ଅର୍ଥକୁ ପ୍ରତିପାଦିତ କରୁଥିଲା! ସେବର ତୋଷାଳି , କଳିଙ୍ଗ ନଗରୀ ,ଏକାମ୍ର କାନନ। ଇତିକଥା ପ୍ରଥମ ଶତାଦ୍ଦୀ ଜଡ଼ିତ! ଡ଼ାକ ନାମ ଏକାମ୍ର କ୍ଷେତ୍ର, ଚକ୍ର କ୍ଷେତ୍ର,ମନ୍ଦିର ମାଳିନୀ ନଗରୀ ଖ୍ୟାତ! ଏକଦା ମୌର୍ଯ୍ୟ ସମ୍ରାଟ ଅଶୋକ ,ମହାମେଘବାହନ ଐରଖାରବେଳ ,କେଶରୀ ବଂଶର ଶାସନାଧୀନ। ଐତିହାସିକ ଲିଙ୍ଗରାଜା ମନ୍ଦିର ,ଅନନ୍ତ ବାସୁଦେବ ; ୭ ହଜାର ମନ୍ଦିର ସ୍ଥାପିତ। ଖଣ୍ଡଗିରି ଓ ଉଦୟ ଗିରିର ଜୈନ କୀର୍ତ୍ତି , ହାତୀ ଗୁମ୍ଫା,ରାଣୀ ଗୁମ୍ପାର କଳାକୃତି ,ଶିଶୁପାଳ ଗଡ଼ ଏବେବି ଜୀବିତ! ମହାନଦୀ ଓ କୁଆଖାଇ ଉପତ୍ୟକାର ଏକ ପ୍ରାଚୀନ ସହର। ଦୟାନଦୀ କଳିଙ୍ଗ ଯୁଦ୍ଧର ରକ୍ତ ନଦୀ ମୁକସାକ୍ଷୀ !
୧୯୬୬ ରେ ଜର୍ମାନୀର ଓତଃ କନିଙ୍ଗସବ୍ୱେର୍ଜରଙ୍କୁ (Germany Architect Otto Konigsberger ) ଡ଼ିଜାଇନିଂ; କଳେବର ପରିକଳ୍ପନାର ଭୁବନେଶ୍ୱର ଓଡ଼ିଶାର ରାଜଧାନୀ। ଏବର ମହାନଗରୀ ସ୍ମାର୍ଟ ସିଟି ଭୁବନେଶ୍ୱର। ତାରି ଛାତିରେ ଜନତା ମୈଦାନ ! ଏଇଟି ରାଜଧାନୀର ପ୍ରମୁଖ ପଡ଼ିଆ । ମେଳା ,ପ୍ରଦର୍ଶନୀ ,ରାଜନୈତିକ ସଭାସମିତି ନିଷ୍ପତି ଘୋଷଣା ଲିପିବଦ୍ଧ।
ଏକ ନୂତନ ସୁଯୋଗ। କଣ କଣ ଦେଖିଲୁ ସବୁ ଏଠି ଗୋଟି ଗୋଟି ଭଲ ମନ୍ଦ ଅନୁଭୂତିକୁ ପଖାଳିବି। ନିଶ୍ଚୟ ସ୍ପନ୍ଦିତ କରିବ। ବିସ୍ତୀର୍ଣ୍ଣ ତୃଣପ୍ରାନ୍ତର ୨/୩ ଅଂଶ ମୁକ୍ତ। ଆଖିଟିଏ ବୁଲାଇ ମୁଖ୍ୟଦ୍ୱାରା ମୁହାଁ! ଧର୍ମପତ୍ନୀ ତନୟା ଦୁହେଁ ତମ୍ବୁ ଟିକଟ କାଉଣ୍ଟର ଧାଡ଼ି ବାନ୍ଧିଲେ! ୩୦ ଟଙ୍କା ମୁଣ୍ଡ ପିଛା ୧୨୦ଟଙ୍କା ମୁଦ୍ରା ବଦଳରେ ୪ଟି ପ୍ରବେଶ ପତ୍ର ହସ୍ତଗତ କଲୁ। ପ୍ରଥମ ତନଖି ପରେ ଦ୍ୱତୀୟ ଯାଞ୍ଚ ବାମ ମୋଡ଼ରେ ପ୍ରବେଶ କଲୁ। ଅକସ୍ମାତ ଶୀତଳୀୟା ପବନ ! ଏପଟ ସେପଟ ଦେଖିଲୁ। ଶ୍ରୀ ଜେମ ଗୁପ୍ତା ଦ୍ୱାର ପ୍ରଯୋଜିତ ପ୍ରକଳ୍ପ ଅନ୍ତର୍ଜାତିକ ବାଣିଜ୍ୟ ମେଳା – ୨୦୨୪। ପ୍ରସଂଶା ଯେତେ କଲେ ମଧ୍ୟ ଉଣା ହେବ। ଅବଶ୍ୟ ଶୀତତାପ ତମ୍ବୁରେ ପ୍ରଦକ୍ଷିଣ କଲୁ ।
ଡ଼ାହାଣରେ ଇଷ୍ଟେଟ ଷ୍ଟଲ ମୁକୁଳା ଖେତ କିମ୍ବା ନିର୍ମିତ ପ୍ରସାଦ ବର୍ଗଫୁଟ ଦର ଭିନ୍ନ ଭିନ୍ନ ଲିପିବଦ୍ଧ। ଆକର୍ଷଣୀୟ ବିଜ୍ଞାପନ ରଙ୍ଗିଣୀ ଲିଫଲେଟ .ବଣ୍ଟନ କରୁଥିଲେ। ନୁଆଁ ସଂସାର ଘର ପାଇଁ ଏକ ଅଭିଯାନ! ଯାହା କେବଳ ଲକ୍ଷ ଓ କୋଟିର ହିସାବ ପ୍ରଦର୍ଶିତ!
ବିଶୁଦ୍ଧ ଜଳ ନମୁନାର ଶିକ୍ଷାଦାନରେ ଯୁବ ଉଦ୍ୟମି ଶ୍ରୀ ପି.କେ.ନାୟକ ବ୍ୟସ୍ତ। ସେ କଂଗେଣ ୱାଟର କେନ୍ଦ୍ର ,ପାଲ ହ୍ୱାଇଟି,୩ୟା ମହଲା, ଜୟଦେବ ବିହାର,ଭୁବନେଶ୍ୱର ତରଫରୁ ଶିକ୍ଷା ଦାନ କଲେ। ଆମେ ଜାଣିଲୁ। ବିଶେଷଜ୍ଞ ମତ ଦେଉଥିଲେ ;୮୦ ପ୍ରତିଶତ ଜଳବାହୀ ରୋଗରେ ପୀଡ଼ିତ!"ବିଶୁଦ୍ଧ ଜଳ ହିତକର",। ଜେଜେ କହୁଥିଲେ ;ସେ କୁଆଡେ ଫୁଟାପାଣି ତାଙ୍କର ପ୍ରଥମ ପସନ୍ଦ। ଏବେକାର ଜନ ଆକ୍ବଗାର୍ଡ଼ର ଗ୍ରାହକ ! ପସନ୍ଦ ନିଜ ନଜିର ! ୨ ଲକ୍ଷ ଟଙ୍କାରୁ ପ୍ରାରମ୍ଭ;,ଆମେ ଛାନିଆ ପଡ଼ିଲୁ!
ବିଦ୍ୟୁତ ଉପକରଣ ତୃତୀୟ ଷ୍ଟଲ
ଶକ୍ତି ସଂଚୟ ପାଇଁ ଅଲଟ୍ରା ପାୱାର ସେଭେର ସଂଖ୍ୟା -୫୫୦୩୦୭ ଯନ୍ତ୍ରର ସଂଯୋଗ ପାଇଁ ପ୍ରୟାସ କଲେ ;ଅବଶ୍ୟ ସେ ସଫଳ ହେଲେ। ୫ ବର୍ଷିଆ ୱାରେଣ୍ଟି
;ଶତକଡା ୩୦ ପ୍ରତିଶତ ସଂରକ୍ଷଣ ଡେମୋ ଦେଖିଲୁ। ୨୨ ଶହ ଟଙ୍କା ପ୍ରତିବଦଳରେ ୧ ହଜାର ଟଙ୍କା ପେମେଂଟ କଲୁ। ଖୁସି ହେଲୁ ଧାର୍ଯ୍ୟ
ଦରଠାରୁ ପ୍ରାୟ ୫୫ ପ୍ରତିଶତ ଛାଡ଼।
ବଡ଼ିଫିଟି ନେସ ପାଇଁ ଭିନ୍ନ ଭିନ୍ନ କୁସ୍ତି ;ଆଧୁନିକ ଆରାମ
ଚେୟାର ,ଭାଇବ୍ରେଟ ଯନ୍ତ୍ର ଡେମୋ ପ୍ରଦର୍ଶିତ କରୁଥିଲେ। “ସ୍ୱାସ୍ଥ୍ୟ ହିଁ ସମ୍ପଦ” ,ଆପେ ବଞ୍ଚିଲେ ବାପାର ନାମ, କେତେ କଣ ଉପଦେଶ
ବାଣୀ । ଅବଶ୍ୟ ମନକୁ ପାଇଲା। ମୁଣ୍ଡଟିକୁ ଉପରୁ ତଳକୁ ୨ ଥର ନାଡୀ ଯେମିତି ତାଙ୍କର
ବିବୃତିକୁ ସମର୍ଥନକଲି । ୪୦ ହଜାର ଟଙ୍କାରୁ ଅଧିକ ଦର! ଓଜନ ହ୍ରାସ ପାଇଁ ଏକ ସୁଗମ ମାର୍ଗ ! ଅନେକ
ମୋଟାପା ଗ୍ରାହକ ଘେରି ରହିଥିଲେ। ଗୁରୁଜୀ ନିମ୍ନ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହରେ
ଉକ୍ତିଟିକୁ ବହୁବାର କହୁଥିଲେ । ନଖ କର୍ତ୍ତିନ ପାଇଁ ତାଗିଦ। ନଳ ନଖ ଚକ ରଟୁଥିଲେ। ତାହାଠୁ ବଳିଗଲେ
ଶ୍ରେଣୀଗୃହ ବର୍ଗମନ୍ତ୍ରୀ ,ସ୍ୱାସ୍ଥ୍ୟମନ୍ତ୍ରୀ। ଏବେ ଏବେ ପରି ଲାଗୁଥିଲା। ଆଜି'ତ ଏଇ ମେଳାରେ।
ମନ ହେଲେ ସମ୍ଭବ !
ଆକ୍ବଗାର୍ଡ ୱାଟର ଫିଲଟର ବଦଳ ଅଫର ରହିଥାଏ। ଅତିରିକ୍ତ ୧୬ ହଜାର ଟଙ୍କା ପ୍ରତି ବଦଳରେ ! ମିନତୀ ଆଲୋଚନରତ ! ଦୁଇ କନ୍ୟା ଆଧୁନିକ ବତି ଷ୍ଟଲରେ ଲାଖି ରହିଥିଲେ। ଶେଷରେ ୧୭ ଶହ ଟଙ୍କାରେ ଦର ଛିଣ୍ଡିଲା। ମୂଳଚାଲ ଦେଖିବାକୁ ପାଇଲୁ। ଏତାଦୃଶ୍ୟରେ ଆମେ ନାଖୁସ !
ରାଜସ୍ଥାନୀ ,ୟୁପି ହସ୍ତ୍ରତନ୍ତ୍ର କଳାର ମନଲୋଭା ବେଡ଼ସିଟ ,ଗାଲିଚା ପସନ୍ଦ ହେଲା। କାଶ୍ମିରୀ କାଷ୍ଠ ପଲଙ୍କ ଦର ୩ ଲକ୍ଷ ଟଙ୍କାରୁ ୯ ଲକ୍ଷ ! ଉଚ୍ଚାଦର ,ଆମେ ନିରାଶାରେ ଆଉଁସି ଫେରି ଆସିଲୁ। କିନ୍ତୁ କଳାକୃତିର ଲା-ଜବାବ ! ସେ ଜଣେ ଯୁବ ବଙ୍ଗାଳୀ ଥିଲେ ;ଖୁବ ଆକର୍ଷିତ ଚେହେରା! ଅଭିନବ ଯନ୍ତ୍ରପାତି ପନିପରିବା ଭେଳିକି ଭେଳି କଚ କଚ ଶୁଭୁଥିଲା। ୨୦୦ ଟଙ୍କାର ଦରମାତ୍ର! କର୍ତ୍ତନ ଶୈଳୀ ୧୦୦ ପ୍ରତିଶତ ମନଛୁଆଁ। ଅଧିକାଂଶ ରମଣୀ ଘେରି ଡେମୋ ଦେଖୁଥିଲେ।
୨ ଘଣ୍ଟା କେମିତି କେମିତି ଅତିକ୍ରମ; ମାଲୂମ ନଥିଲା। ମେଳାରେ ନିଜକୁ ହଜାଇ ଦେଇଥିଲୁ। ସାମାନ୍ୟ କ୍ଲାନ୍ତ ,ତମ୍ବୁର ଡ଼ାହାଣ ପାର୍ଶ୍ୱରେ କାଫଟେରିଆ ଡଉଲ ଡାଉଲ! ମିନତୀର ଇସାରାରେ ପ୍ରବେଶ କଲୁ। ବିଶ୍ୱ ବାଣିଜ୍ୟ ମେଳା ଆମେ ଭଙ୍ଗାଗଢା ହିନ୍ଦୀ ମଝିରେ ମଝିରେ ଚୋବାଉଥିଲୁ। ସମସ୍ତ ଷ୍ଟାଫ ଓଡ଼ିଆ ଭାଷାରେ ଆଳାପ ଶୁଣିବାକୁ ପାଇଲୁ। ଅବଶ୍ୟ ଆଶ୍ବସ୍ତି ମିଳିଲା।ଦୁଇକନ୍ୟା ଗୁପୁ ଚୁପକୁ ଭାରି ପସନ୍ଦ। ଓଡ଼ିଶା ଷ୍ଟଲର ଟକ୍କର ମକ୍କାର ତେଲ କରେଇରୁ ବରା ଛଣା ଆକର୍ଷଣରେ ମନଭରି ଜଳଖିଆରେ ଅନ୍ତ ଘଟିଲା।
ତା'ପରେ ସପରିବାର ବିଦେଶ ଷ୍ଟଲକୁ ମାଡ଼ି ଚାଲିଲୁ ! ଡ୍ରାଏ ଫୁଡସ, କାଜୁ ଅଞ୍ଜିର
ଭିନ୍ନ ଭିନ୍ନ ଆକାରର। ଖଜୁର ଦର ୨ ହଜାରରୁ ୩ ହଜାର
ଟଙ୍କା । ବିକ୍ରେତା ୩ ଜଣ ଆଫଗାନ ଯୁବ ନାଗରିକ ଦେଖିବାକୁ ତୋଫା ଗୋରା ରଂଗ ଚୁଟି ଈଷତ ଲାଲ। ହିନ୍ଦୀ
କହୁଥିଲେ। ଗ୍ରାହକଙ୍କୁ ସ୍ୱାଦ ନମୁନା ପାଇଁ ଖଣ୍ଡେ ଖଜୁର। ମନଲାଖି ଯାଇଥିଲା। ଦର ଉଚ୍ଚାରେ ଗୁଣବତ୍ତା
୧୦୦ ପ୍ରତିଶତ।
ଇରାନୀ ଷ୍ଟଲ ; ଅଖରେଟ,ବାଦାମ ,ପିସ୍ତା ,କେସର,ଶୁଖା
ଡ଼ିମିରି ,ଅବଶ୍ୟ ଇରାନ ,ଆଫଗାନ ଦେଶର ଷ୍ଟଲରେ ସ୍ଥାନ ପାଇଥିଲା। ଲୋଭ ପ୍ରବଳ ମାତ୍ରାରେ ବଢିଥିଲା
! ଛୋଟ ଖଜୁର ପ୍ୟାକେଟ ଦୋକାନୀ ୪ ଶହ ଗ୍ରାମକୁ ୪ ଶହଟଙ୍କା ୨ ପ୍ୟାକେଟକୁ ୭ ଶହ ଟଙ୍କା ଦର। ମୁଁ
ତ ଦୋକନର ଗ୍ରାହକ ବନିଯାଇଥିଲି। ଶ୍ରେଣୀ କକ୍ଷରେ ଯାହା ଦିନେ ଶିକ୍ଷା ଦାନର ଜଗତୀକରଣ ବିଷୟ ରହିଥିଲା।
ନିଜ ଆଖିରେ ବିଶ୍ୱ ବଜ୍ଜାର ଏଠି ଦେଖିଲୁ !
ଭାରତ ଓ ଚୀନ ମୁଖିଆଙ୍କ କାଜ଼ାନ ଦ୍ୱିପାକ୍ଷିକ ଭେଟଘାଟ ବିଶ୍ୱ ଚକିତ! ଡାଇଲଗ ଓ ଡ଼ିପ୍ଲୋମାସିର ବିଜୟ ହେବ! ସୀମାରେ ଉତେଜେନା ହ୍ରାସପାଇଁ ଆପୋଷ କଥା ବାର୍ତ୍ତାକୁ ଗୁରୁତ୍ୱ ଦେଇଥିଲେ। ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ବାର୍ତ୍ତା ସାକାର ହେବ କି? କିନ୍ତୁ ଚୀନ ବେପାରୀ ଆମେ ପାଇ ନଥିଲୁ। ସତରେ କଣ ବ୍ରିକ୍ସିମୁଦ୍ରା ପ୍ରଚଳନରେ ବିଶ୍ୱ ବାଣିଜ୍ୟ ବଢ଼ିବ?
ପରେ ପରେ ମିନତୀ ଗୁଜରାଟ ରାଇଜର ଷ୍ଟଲ ମୁହାଁ ;ଖାରା ମୁଡ଼ିକି. ମିକ୍ସର ମଜ୍ଜା ନେଲୁ । କେଇ ପୁଡା ମିଲେଟ ପାମ୍ପଡ଼ ପ୍ୟାକ କଲୁ। ମୁସୁ ମୁସିଆ ମୁଖ ସ୍ଵାଆଦିଆ। ଶେଷ କାଉଣ୍ଟର ପୁସ୍ତକ ଭଣ୍ଡାର ପୁରୁଣା ଇଁରାଜୀ ପୁସ୍ତକ ବହଳ ପୃଷ୍ଠା କେଇ ଗୁଣା! ଇଁରାଜୀ ଲେଖକଙ୍କ ୫ଟି ପୁସ୍ତକ ୫ ଶହଟଙ୍କା ପ୍ରତି ବଦଳରେ କନିଷ୍ଠା ତନୟା ମନୋନୀତ କଲେ। କେଇ ଘଣ୍ଟାରେ ସବୁ ଷ୍ଟଲକୁ ଯିବା ସମ୍ଭବପର ନଥିଲା! ନିର୍ବାଚିତି ଷ୍ଟଲ ବୁଲା ବୁଲି କଲୁ । ମନ ଖୋଜୁଥାଏ ଯାହା ତାହା ଆମେ ପାଇନଥିଲୁ ! ସୋଲାର ଷ୍ଟଲର ଅଭାବୀ ରହିଥିଲା। ଅବଶ୍ୟ ଆଶା ଆଗାମୀ ଦିନପାଇଁ ମନରେ ବସା ବନ୍ଧିଲା।
କେଇ ମୁହୂର୍ତ୍ତର ଫୋଟୋ ନେଲୁ। "ସବୁ ଜିନିଷ ସବୁଠି ",ଦୂର ନିକଟତର ଫାଙ୍କ ଉଭେଇ ଯାଇଥିଲା! ଉଦାରୀକରଣର ଏକ ଛାପ ନିଜ ଅଙ୍ଗରେ ଲିଭାଇଲୁ। ସମସ୍ତଙ୍କ ହସ୍ତରେ ଝୁଲା ସୁତା ବ୍ୟାଗ ଭାରାକ୍ରାନ୍ତ! ଏକ ଅବିସ୍ମରଣୀୟ ଭ୍ରମଣ ସଭିଁଏଙ୍କ ପାଇଁ ମୁକ୍ତ ! ଜନତା ମୈଦାନ ଆଗାମୀ ଦିନର ଜ୍ଞାନର ମନ୍ଦିର। ଲେଉଟାଣି ଯାତ୍ରାରେ ବାସ, ବସ୍ତ୍ର, ସ୍ୱାସ୍ଥ୍ୟ ବିଶୁଦ୍ଧଜଳ ,ଘର ସାଜ ସଜ୍ଜାରେ; ପ୍ରଯୋଜକ ଶ୍ରୀ ଗୁପ୍ତାଙ୍କ ପ୍ରୟାସକୁ ଧନ୍ୟବାଦ ଦେଲୁ। ଅନୁଭୂତିକୁ ବାଣ୍ଟି ଦିନ ରାତ୍ରର ଫରକ ବାରି ହେଉନଥିଲା ! ବିରାଟ ବିରାଟ କୋଠା ସ୍ୱର୍ଣ୍ଣାଲୋକରେ ଝଲିସି ଉଠୁଥାଏ। ଉଡ଼ନ୍ତା ପୋଲର ଦୁଇ କଡ଼ରେ ଦୀର୍ଘ ବିଜୁଳି ଖୁଣ୍ଟର ଆଲୁଅରେ ଅନ୍ଧାର ଯେମିତି ହାର ମାନିଥିଲା।
( ରଚୟିତା -ଦିଲିପ କୁମାର ନାୟକ )





Nice👏
ReplyDeleteଧନ୍ୟବାଦ
Deleteବହୁତ ବଢ଼ିଆ ରଚନା
ReplyDeleteଧନ୍ୟବାଦ
Deleteଚମତ୍କାର ଉପସ୍ଥାପନା, ଅନୁଭୂତିକୁ ବିତରଣ କରିଥିବା ଯୋଗୁଁ ଅଜସ୍ର ଧନ୍ୟବାଦ
ReplyDeleteପ୍ରଣାମ ଗ୍ରହଣ କରିବେ ସାର 🙏🙏🙏
ମତାମତ ପାଇଁ ସ୍ୱାଗତଯୋଗ୍ୟ ,ଆତ୍ମୀୟ ସହକାରେ "ଧନ୍ୟବାଦର ପାତ୍ର",
Deleteମତାମତ ପାଇଁ ସ୍ୱାଗତଯୋଗ୍ୟ ,ଆତ୍ମୀୟ ସହକାରେ "ଧନ୍ୟବାଦର ପାତ୍ର",
Delete