ରେଳ ଟିକଟରୁ ଭ୍ରମଣ ନିର୍ଦ୍ଧାରିତ। ସାଥିରେ ଦାନ୍ତ ଘସା ପାଉଡ଼ରରୁ ମୁଖସଜ୍ଜା ଭେଳିକି ଭେଳିକି କ୍ରିମ। ସୁଆଦିଆ ମିକ୍ଚର ପ୍ରଣତି ,ମିନତୀ ନୀଳ ଓ ସବୁଜ ବ୍ୟାଗରେ ପ୍ୟାକ କଲେ। ବୁର୍ଲା ପାଣି ପବନରେ ପ୍ରଦୀପ ଭାଇ ଅଭ୍ୟସ୍ତ। ଗୋଶାଳା ମିଠା, ମୁଡ଼ିକି ଯତ୍ନ ନେଲେ। ଅବଶ୍ୟ ଉଷୁମ ଜଳ ,ଟ୍ରାଭେଲ ଚା’କେଟିଲି ନିଜ ହେପାଜତରେ।
ଦିନ ଗଣତିରେ ୩ ରାତ୍ର ୪ ଦିନ। ୨ ଭଉଣୀ ପରସ୍ପରକୁ ଫୋନ ଫାନରେ ଭ୍ରମଣ କେମିତି କରିବେ? ଚର୍ଚ୍ଚାରେ ମସଗୁଲ। ୨୩ ଜୁନ ୨୦୨୪ରେ ପ୍ରଦୀପ ,ପ୍ରଣତି ବେଳୁଁସୁ ଭୁବନେଶ୍ୱର ରେଳ ଷ୍ଟେସନରେ। ସସ୍ତ୍ରୀକ ଯୋଗ ଦେଲୁ। ଫ୍ଲାଟଫର୍ମ ସଂଖ୍ୟା - ୧ , ସମୟ ୮.୫୪ରେ ବିବେକ ଦ୍ରୁତଗାମୀ (DBRG-CAPE )-୨୨୫୦୪. ସ୍ପର୍ଶ କଲା । ୨୧୭୧ କିଲୋମିଟର ଲମ୍ବା ରେଳ ଯାତ୍ରା। ମନ୍ଦିର ମାଳିନୀ ନଗରୀ ଭୁବନେଶ୍ୱର ,ଖୋର୍ଦ୍ଧା ,ଚିଲିକା ହ୍ରଦର ମୁହୂର୍ତ୍ତଟିଏ ଦୃଶ୍ୟରେ ;ୟାରୀ ଭିତରେ ବ୍ରହ୍ମପୁର ପହଞ୍ଚିଥିଲା! ରେଶମ ସହର ପାଟଶାଢ଼ୀ ସୁପ୍ରସିଦ୍ଧ! ଜଳଖିଆ ମସଲା ଉପମା ଟମାଟ ଝୋଲ ,ଦୋସା !ଅସହ୍ୟ ଲୋଭ ବଢ଼ୁଥିଲା! ସିମାଞ୍ଚଳ ମନ୍ଦିର ଚୁଳ ବହୁଦୂରରେ ରେଳଗାଡ଼ି ବିଶାଖାପାଟଣା ପାରକଲା। ପ୍ରାଚୀନ କଳା,ଇତିହାସ ପ୍ରାକୃତିକ ,ବିଜ୍ଞାନ ଓ ଯାନ୍ତ୍ରିକ। ଶିଶୁଙ୍କ ସଂଗ୍ରହାଳୟ ଠାରୁ ସାମରିକ,ସାହିତ୍ୟ ,ମୌଖିକ ,ମୁକ୍ତ,ଡ଼ିଜାଇନିଂ ଫଟୋ! ସମାଜର ସଂସ୍କୃତି ଐତିହ୍ୟର ଛାପ ଜୁଳୁଜୁଳୁ !
(Art,History ,Natural ,Science and Technology ,Childern ,Archeology ,Athnographic Military ,Literary ,Virtula ,Open Air ,Music Design and photo) ସଂଗ୍ରହାଳୟ ଗୁମୁର ଗୁଗୁଲରୁ ପାଇଲୁ।
ତୁଷାଦ ପ୍ୟାରିସ ଏବଂ ବର୍ଣ୍ଣରେ ଫିଲିଫ ମହମ ମୂର୍ତ୍ତି ଗଢ଼ଣ ଶିକ୍ଷା ଲାଭ କଲେ। ତାପରେ ୧୮୩୫ ରେ ଲଣ୍ଡନ ବେକର ସାହିରେ ପ୍ରଦର୍ଶନୀରେ ଫରାସୀ ବିପ୍ଲବର ବିଭୀଷିକା ପ୍ରଦର୍ଶିତ। ବିଶ୍ୱବାସୀଙ୍କୁ ଚକିତ କଲା। ଲଣ୍ଡନ , ଫ୍ରାନ୍ସରେ ଲୋକପ୍ରିୟତା ବଢ଼ିଲା। ସଂଗ୍ରହାଳୟ,ଭିନ୍ନ ଭିନ୍ନ। ଓଟି.ମେଲୋଡି,ମହୀଶୂର ,ବାଦ୍ୟଯନ୍ତା ସଂଗ୍ରହାଳୟ , ସଂଗୀତକାର ପାଇଁ ପ୍ରସିଦ୍ଧ! ମ୍ୟାଡ଼ାମ ତୁସସଆଉସ ( Madame Tussauds) ଦିଲ୍ଲୀ, ମହମ ସଂଗ୍ରହାଳୟ, ଲୋନାବାଲା ଓ .ଥିରୁବନ୍ତପୁରମରେ ଶୁଭ ଦୃଷ୍ଟି ପଡ଼ିଲା। ଅଚିଂହା ସମ୍ପର୍କ ଡୋରିର ! ନାଲି ନୀଳ ପତାକା ସାଙ୍ଗକୁ
୩ ଥର ଲଗାତାର ହର୍ଣ୍ଣ ଶୁଭୁଥାଏ। ତାପରେ ଛୁକଛୁକ ଶବଦ! ଅପ୍ରମିତ ମଫସଲି ଗାଁ ,ସବୁଜ ପ୍ରାନ୍ତରରୁ ସାଉଣ୍ଟିନେଲୁ। ବନ ଝରଣା ନଈ ପୋଲ ପାର କରୁଥାଏ। ବଗିରେ ଝାଲମୁଡି କଞ୍ଚା ଲଙ୍କାର ରାଗ ମିନତୀର ଓଠକୁ ଦେଖୁଥାଏ। ସୁଆଦିଆ ଖଟା ମିଠା ! ୟାରୀ ଭିତରେ ବିଜୟୱାର୍ଡ଼ରେ ଆମ ରେଳ ଅଟକିଲା। ଇଞ୍ଜିନି ବଦଳିଲା ! ତାପରେ ଅନ୍ଧାର ପୁଣି ବତି ଆଲୁଅ ନେଳୁରୁ .କୋୟମ୍ବତୌର, ଥିରୁବନ୍ତପୁରମ କେନ୍ଦ୍ର,କନ୍ୟାକୁମାରୀ। ଭୋଜନ ,ଶୟନ ଓ ସ୍ନାନ ଭୋଗ କଲୁ। ଅବଶ୍ୟ ବେଳେ ବେଳେ ବଗିଟି ଦୋହଲୁଥାଏ । ମନେପଡେ ଆଜି ୨୯ ଗୋଟି ରହଣି କନ୍ୟା କୁମାରୀର ସୁଖଦ ରେଳ ଯାତ୍ରା। ବିବେକାନନ୍ଦ ପୁରମରେ ରାତ୍ର ଯାପନ। ୫ ମାସ ପୂର୍ବର ଭ୍ରମଣ ଏବେ ଏବେ ପରି ଲାଗୁଛି!
ମୃତିକା ,କାଷ୍ଠ,,ପ୍ରସ୍ତର ,ମାର୍ବଲ , ଲୁହା,ତମ୍ବା, .ରୋପ୍ୟ ,ସ୍ବର୍ଣ୍ଣ ,ହୀରା ,ନୀଳା ଖଚିତ ମୂର୍ତ୍ତି ସଂଗ୍ରହାଳୟ! ଦେବାଳୟ ,ଉଦ୍ୟାନ ,ଚୌକ ,ସୌଧରେ ଦେଖିବାକୁ ମିଳିଥାଏ। ଅଭିନବ ମହମ ମୂର୍ତ୍ତି କାହାଣୀ କାନରେ ପଡ଼ିଲା। ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ସତ୍ୟ ଘଟଣା! ପଲକଟିରେ କିପରି ସମ୍ଭବ? ରାତ୍ର ପାହିଲେ ;ମାୟାପୁରୀ ନାଚୁଥାଏ! ପାଦଚଳା ବିବେକାନନ୍ଦ ପୁରମ ମୁଖ୍ୟ ଦପ୍ତର ଠାରୁ ସମୁଦ୍ର କୁଳ ଯାଏଁ। ଅପେକ୍ଷାର ଅନ୍ତ ଘଟିଲା ମହମ ମୂର୍ତ୍ତିର ଲୋକପ୍ରିୟତା ବଛା ବଛା ସହର ଟୋକିଓ ,ସିଡ଼ିନି, ଲୋନାବାଳା , ମହୀଶୂର ,କନ୍ୟା କୁମାରୀକୁ ବ୍ୟାପିଲା। ପ୍ରଥମ ମହମ ସଂଗ୍ରହାଳୟ। ସୂର୍ଯ୍ୟ ଉଦୟ ଅସ୍ତ ଦର୍ଶନ ଅନନ୍ୟ। କନ୍ୟା କୁମାରୀ ଦେବାଳୟ ସହ ବିବେକାନନ୍ଦ ରକ ମେମୋରିଆଲ ଖ୍ୟାତ।
୨୫ ଜୁନ ୨୦୨୪ରେ ସକାଳ ମାୟାପୁରୀ ୧୧ ମିନଟର ବାଟ। ଉଦିଆ ସୂର୍ଯ୍ୟଟାର କିରଣରେ ପଥ ବାଲୁକା ରାଶି ଝଲସି ଉଠୁଥାଏ। ତିନି ସାଗର ମିଳନର କେନ୍ଦ୍ର ବିନ୍ଦୁ କ୍ୟାପ ଅଫ କ୍ୟାମେରୁନ ;ଫିରଙ୍ଗୀ ଶାସନ କାଳରୁ ପରିଚିତ। ଏବେ ଏବେ କନ୍ୟା କୁମାରୀ! ଏ କୂଳରେ ରେଳଗାଡ଼ି ଛୁକ ଛୁକ ଶବଦ ସେପଟେ ଉଛୁଳା ଢେଉ! ମଧ୍ୟରେ ମାୟାପୁରୀ ମହମ ସଂଗ୍ରହାଳୟ। ଚତୃପାର୍ଶ୍ଵକୁ ଆଲୋକ ଦିଏ। ସେ ତରଳି ଯାଏ ତା’ହୃଦୟ କୋମଳ! କିପରି ସମ୍ଭବ? ଭାରତର ଭୁଭାଗ ସୀମା ଏଠି ଅନ୍ତ !
ଅପ୍ରମିତ ପର୍ଯ୍ୟଟକ ଅଂଶୀଦାର। ଏକ ଦୁର୍ଲଭ! ମହମ ମୂର୍ତ୍ତି ପଲକଟିଏ ପାଇଁ ଯାତ୍ରା। ଶ୍ରେଷ୍ଠ ଦାର୍ଶନିକ, ପଥ ପ୍ରଦର୍ଶକ ଗୋଟି ଗୋଟିର ଉଦାହରଣ। ପ୍ରବେଶ ଟିକଟ କମ୍ପ୍ୟୁଟରୀକରଣ ସୁବ୍ୟବସ୍ଥା। ମୁଣ୍ଡପିଛା ୧୨୦ ଟଙ୍କା; ୪ ଜଣିଆ ବିଶିଷ୍ଟ ଦଳ ନଗଦ ୪୮୦ ଟଙ୍କା ପୈଠ ପରେ ଅନୁମତି ପତ୍ର। ଦର୍ଶକ ସଂଖ୍ୟା, ସମୟ, ମୋବାଇଲି ନମ୍ବର ଆଦି ଲିପିବଦ୍ଧ।
ଏଇଟି ଦେଶର ପ୍ରଥମ ମହମ ସଂଗ୍ରହାଳୟ। ବୈଜ୍ଞାନିକ, ସମାଜ ସେବା, କଳାକାର ରାଜନେତା ଜଡ଼ିତ ବ୍ୟକ୍ତିତ୍ୱ ;ଏକ ବିରଳ କନ୍ୟା କୁମାରୀ ସଂଗ୍ରହାଳୟ। ଜିଲ୍ଲା ପ୍ରଶାସନ ଆର୍ଥିକ ପର୍ଯ୍ୟଟନ ପରିଚାଳନା ବ୍ୟବସ୍ଥା କରନ୍ତି। ତାମିଲୀନାଡୁ ରାଇଜର ସଂସ୍କୃତି ସ୍ଥାପତ୍ୟ ଭାବରେ ପରିଚିତ। ପ୍ରବେଶ ପଥରେ ସ୍ୱାଗତ ନାଲିଆ ପୋଷାକ ସହ ମୁକୁଳା ଚୁଟି ଧୋବ ଫରଫର କ୍ୟାପ ପେଁକାଳି ମୁଦ୍ରା ନିରବ ନିଶ୍ଚଳ ମୂର୍ତ୍ତି ଦଣ୍ଡାୟମାନ। ସେଲ୍ଫି ନେଲୁ।
ମୋହନ ଦାଶ କରମଚାନ୍ଦ ଗାନ୍ଧୀ :ମହାତ୍ମା ଗାନ୍ଧଜୀଙ୍କ ସହ ସୁତା ତିଆରି ଅରଟ ଦେଖିଲୁ। ମିନତୀ ଚମକି ପଡ଼ିଲେ! ପ୍ରଦୀପ ଏକ ଲୟରେ ମହାତ୍ମାଙ୍କୁ ସହ ଯେମିତି ଅହିଂସା ନୀତି ଶୁଣୁଥିଲେ। ସତ୍ୟାଗ୍ରହ,ଦାଣ୍ଡି ଯାତ୍ରା । ହୁମା ମାଟିରେ ଲବଣ ସତ୍ୟାଗ୍ରହ ମନେ ପଡ଼ିଲା। ଅହିଂସା ଶାନ୍ତି ମୈତ୍ରୀ ମନ୍ତ୍ର ପାଇଁ ଜାତିର ପିତା ଗାନ୍ଧୀଙ୍କ ମହମ ମୂର୍ତ୍ତି ନିକଟରୁ ଛବିଟିଏ ନେଇ ଆଦର୍ଶକୁ ଗ୍ରହଣ କଲି। ଗାନ୍ଧିଜୀଙ୍କ ତିନି ଜ୍ଞାନୀ ମାଙ୍କଡ଼ ଉପଦେଶ ମନେପଡିଲା ,ମନ୍ଦ ଦେଖନି ,ମନ୍ଦ କୁହନି ,ମନ୍ଦ ଶୁଣନି! ଖୁବ ଆକର୍ଷିତ। ସତ୍ୟମେବ ଜୟତେ ,ସତ୍ୟମେବ ଜୟତେ, ସତ୍ୟମେବ ଜୟତେ ୩ ଥର ଉକ୍ତିକୁ ରଟିଲୁ।
ତା’ପରେ ,ବିଶ୍ୱ କବି ରବିନ୍ଦ୍ରନାଥ ଟାଗୋର: ମହମ ମୂର୍ତ୍ତି ଉକୁଟି ମାରୁଥିଲା। ୧୯୧୩ ମସିହାରେ ଗୀତାଞ୍ଜଳି ପାଇଁ ନୋବେଲ ପୁରସ୍କାର। ଭାରତୀୟ ସଂସ୍କୃତି ବିକାଶ ,ପ୍ରେମ ଆଧ୍ୟାତ୍ମିକତା ଓ ଜାତୀୟତାର ପରିଚୟ ଦେଇଥିଲେ। ସଂଗୀତ ଓ କଳାପାଇଁ ତାଙ୍କ ଅବଦାନ ଚିର ସ୍ମରଣୀୟ ।
"You cannot cross the sea merely by standing and staring at the water" . "It is very simple to be happy, but it is very difficult to be simple"
କ୍ରମ ଅନୁଯାୟୀ ପଣ୍ଡିତ ଜାବାହାରଲାଲ ନେହରୁ : ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। "Time is not measured by the passing of years ,but what one does ,what on feels what one achieves“, ଶ୍ରୀମତୀ ଇନ୍ଦିରା ଗାନ୍ଧୀ :ପ୍ରଧାନମନ୍ତ୍ରୀ ,ଗରିବ ହଟାଓ ଦେଶ ବଚାଓ ନାରା ପାଇଁ ସେ ସ୍ମରଣୀୟ। ଡକ୍ଟର ମନମୋହନ ସିଂ: ବିଶିଷ୍ଟ ଅର୍ଥନୀତିଜ୍ଞ। ୧୯୯୧ ରେ ଅର୍ଥ ମନ୍ତ୍ରୀ ଭାବେ ଦେଶରେ ଉଦାରୀକରଣ ନୀତିକୁ କାର୍ଯ୍ୟକ୍ଷମ କରିଥିଲେ। ପ୍ରଧାନମନ୍ତ୍ରୀ ପଦରେ ୨୦୦୪ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ସାମାଜିକ ସଂସ୍କାର ନୀତିକୁ ଗୁରୁତ୍ୱ ଦେଉଥିଲେ। ତାଙ୍କର ବ୍ୟକ୍ତିତ୍ୱ ଅତି ଶାନ୍ତ ସ୍ୱଭାବର ମଣିଷଟିଏ ବିଶ୍ୱରେ ପରିଚିତ।
ମଦର ଟେରେସା : ଅନାଥଙ୍କ ଅବିଭାବକ। ସେବା ହିଁ ବ୍ରତ ! ସେବା ସଂକଲ୍ପ। ନିସ୍ଵାର୍ଥ ସେବା ପାଇଁ୧୯୭୯ ରେ ନୋବେଲ ପୁରସ୍କାର । ଫୋଟଟିଏ ନେଲୁ। ମୁଁ ନୁହେଁ ତୁମେ" ପଦଟିଏ ଉଚ୍ଚାରଣ କରି ବ୍ୟକ୍ତିତ୍ୱ ମହମ ପ୍ରତି ମୂର୍ତ୍ତି ଠିଆ। ବିଶ୍ୱର ଦୁର୍ଲ୍ଲଭ ବ୍ୟକ୍ତିତ୍ୱଙ୍କ ପାର୍ଥିବ ଶରୀର ଅନୁପସ୍ଥିତ କିନ୍ତୁ ସେ ଜୀବିତ! ଯେମିତ ଆମେ ତାଙ୍କ ଦ୍ୱାରରେ କୁଣିଆ !
"A life not lived for others is not a life", "If you can't feed a hundred people, then feed just one"
ରାମେଶ୍ୱର ଦ୍ବୀପର ଡକ୍ଟର.ଏ .ପି ,ଜେ.ଅବଦୁଲ କାଲାମ , ଏକା ଧାରାରେ ବୈଜ୍ଞାନିକ କ୍ଷେପଣାସ୍ତ୍ର ମାନବ। ରାଷ୍ଟ୍ରଜ୍ଞ,ଦେଶର ରାଷ୍ଟ୍ରପତି ,କୋଟି କୋଟି ଲୋକଙ୍କୁ ପ୍ରେରଣା,ଶିକ୍ଷା ,ଗବେଷଣା ,ବିକାଶର ରୂପ ରେଖରେ ସିଦ୍ଧହସ୍ତ।ତାଙ୍କ ପରାମର୍ଶ ର ଅନେକ ବାଣୀ !
"If you want to shine like a sun, first burn like a sun.” “To succeed in your mission, you must have single-minded devotion to your goal.” “A big shot is a little shot who keeps on shooting, so keep trying.” “The only true wisdom is in knowing you know nothing “
ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ପଣ୍ଡିତ ,ସାର ଆଇଜାକ ନ୍ୟୁଟନ : ଅଗ୍ରଗାମୀ ବୈଜ୍ଞାନିକ। ଗଣିତ ଶାସ୍ତ୍ର ଓ (ଜ୍ୟୋତିର୍ବିଜ୍ଞାନରେ) ମୂଳଦୁଆ ସ୍ଥାପିତ କରିଥିଲେ। ଗତି ଓ ମାର୍ଧ୍ୟାକର୍ଷଣର ନିୟମ ପାଇଁ ପ୍ରସିଦ୍ଧ। ସେ ପ୍ରାକୃତିକ ପୃଥିବୀ ସମ୍ପର୍କରେ ପ୍ରମାଣିତ କରିଥିଲେ। କାଳକ୍ୟୁଲେସ ଓ ଅପଟିକିସ ମୂଳଦୁଆ। ବିଜ୍ଞାନ ଜଗତରେ ତାଙ୍କର ନୀତିଗୁଡିକ ପ୍ରବାହ।
“No great discovery was ever made without a bold guess.” “To every action there is always opposed an equal reaction.”
ଶ୍ରୀ ଅଟଳ ବିହାରୀ ବାଜପେୟୀ: ଏକା ଧାରରେ ଜଣେ କବି ,ବିଚକ୍ଷଣ ବକ୍ତା। ୩ ଥର ପ୍ରଧାନମନ୍ତ୍ରୀ। ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ। ତାଙ୍କ ଶାସନକାଳରେ ୧୯୯୮ ରେ ପରମାଣୁ ପରୀକ୍ଷା କରି ବିଶ୍ୱବାସୀଙ୍କ ଚକିତ କରିଥିଲେ। ସହଯୋଗ ପଡୋଶୀ ରାଷ୍ଟ୍ର ସହ ସମ୍ପର୍କ ସ୍ଥାପନାପାଇଁ ଖ୍ୟାତ। ସାଇନିଁଙ୍ଗି ଇଣ୍ଡିଆ ନୀତି ସମୃଦ୍ଧ ମିଳିତ ରାଷ୍ଟ୍ର ତ୍ୟାଗ ପାଇଁ ସ୍ମରଣୀୟ। “If India is not secular, then India is not India at all”,you can change friends but not neighbours “
ଏମ .ଏସ ଶୁଭଲକ୍ଷ୍ମୀ: କର୍ଣ୍ଣଡ଼ ଗାୟିକା, ପ୍ରଥମ ଗାୟିକା ଭାବରେ ସେ ଭାରତରତ୍ନ ପୁରସ୍କୃତ। ୧୯୭୪ ରେ ରାମାନା ମାଗସେ ପୁରସ୍କାର ବିଜେତା। ମୀରା ,ସାବିତ୍ରୀ ଭୂମିକାରେ କଳାକାର ରୂପେ ସିନୋମା ଜଗତରେ ପରିଚିତ। ଶାସ୍ତ୍ରୀୟ ସଙ୍ଗୀତ ଓ ବୀଣା ବାଦକି ଭାବରେ ଲୋକପ୍ରିୟ ।
ଅମିତାଭ ବଚନ: ଚଳଚ୍ଚିତ୍ର ଦୁନିଆର ସମ୍ରାଟ କହିଲେ ଅମିତାଭ ବଚନଙ୍କୁ ବୁଝାଏ। ଚଳଚ୍ଚିତ୍ର ଜଗତର ଉଜ୍ଜଳତମ ତାରକା, ମୁଖ ଶବଦରୁ ତାଙ୍କ ପରିଚୟ । କୌନ ବନେଗାଁ କୋରଡ଼ ପତି ଧାରା ବାହିକାର ଏକ ଜୀବନ୍ତ।
"ମେ ଆଜଭି ଫେଂକା ହୁଏ ପୈସା ନେହିଁ ଉଠାତା "; “ରିସ୍ତମେ ହମ ତୁମରା ବାପ ଲାଗତେ ନାମ ହେ ସାହିଂସା “, "ପରମ୍ପରା ପ୍ରତିଷ୍ଠା, ଅନୁଶାସନ, ୟେହେ ଉସ ଗୁରୁକୁଳ ଏକ ତିନ ସ୍ତମ୍ବହେ", "ହମ ଜହାଁ ଖାଡା ହୋତେ ଲାଇନ ଓହୀ ସୁରୁ ହୋତି ହେ ". ସବୁ ପଛରେ ଟିଭି ହଲରେ ଭିଡ ଜମେ। ସତେ ଯେମିତି ଆମେ ହଟ ସିଟିରେ! ମାନବୀୟତା ପାଇଁ ଦରଦୀ ବନ୍ଧୁ ଅମିତାଭ ବଚନଙ୍କ ମହମ ଶରୀର ଫୋଟୋ ନେଲୁ।
ଚାର୍ଲି ଚାପିଲିନି : ଏକ ନୃତ୍ୟ କଳାକାର। ଗ୍ରାମ୍ୟ ଜୀବନ ଚାଲିଚଳନ ଭିତିକ ହାସ୍ୟ ନାଟକ। ଜନି ଡେପ୍ ସିନୋମା ଜଗତରେ ପ୍ରେରଣାର ପ୍ରତୀକ। ପପ ନୃତ୍ୟର ସମ୍ରାଟ ମ୍ୟାକେଲ ଜ୍ୟାକସନ ଖୁବ ଚର୍ଚ୍ଚିତ ଆଇକନ।ସଂଗୀତ ଓ ନୃତ୍ୟ ଜଗତରେ ଢାଞ୍ଚା ବଦଳାଇବାରେ ସେ ଧୂରନ୍ଦର। ନୃତ୍ୟର ଗତି ବିଧିର ହିଟ କରୁଥିଲେ।ଜ୍ଜ୍ୟାକି ଖାନ: ମାର୍ଶାଲ କଳାକାର ଓ ଷ୍ଟଣ୍ଟ ଆକ୍ସନ ଚଳଚ୍ଚିତ୍ର ପାଇଁ ଲୋକପ୍ରିୟ। ସେ ହଂକଂ ସିନେମାକୁ ଶୀର୍ଷ ସ୍ଥାନକୁ ପହଁଚାଇବାରେ ସକ୍ଷମ ହୋଇଥିଲେ । ଆର୍ନୋଲ୍ଡ ଶ୍ :ବଡି ବିଲଡର୍। କାଲିଫର୍ନିଆରେ ଗଭର୍ଣ୍ଣର କାର୍ଯ୍ୟ ତୁଲାଇଥିଲେ। ୭ ଟି ଅଲମ୍ପିକ ପୁରସ୍କାରର ବିଜେତା।ସେ କ୍ରୀଡ଼ା ଜଗତରେ ଅନେକ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଆମେ ୪ ଫୋଟୋ ନେବାକୁ ଅଧିକ ପସନ୍ଦ କରିଥିଲୁ !ଗୁଣରେ ନହେଲେ ମଧ୍ୟ ତାଙ୍କ ମହମ ମୂର୍ତ୍ତି ନିକଟତର ପାଇଁ ସଂଗ୍ରହାଳୟ ଏକ ସୁବ୍ୟବସ୍ଥା।

ଶାହାରୁଖ ଖାନ୍: ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା। ନିଖୁଣ ପ୍ରଦର୍ଶନ ପାଇଁ ଆବାଲ୍ୟ ବୃଦ୍ଧ ବନିତା ତାଙ୍କର ଫ୍ୟାନ। ନମ୍ର ଭଦ୍ରତା ପାଇଁ ସେ ପ୍ରେରଣାର ସ୍ରୋତ। "କଭି କଭି କୁଛ ଜିତିନା କେଲିଏ ହରାନା ପଡତା ହେ ଔର ହାରାକେ ଜିତିନେ ୱାଲା କୋ ବାଜିଗର କହେତ ହେଁ ,ପ୍ୟାରା ଦୋସ୍ତି ହେ ","ବେଟେକୋ ହାତ ଲଗାନେସେ ପହେଲେ ବାପ ସେ ବାତ କରୋ ", Motivational Dialogues Of SRK-“କହତେ ହେ, ଅଗର କିସି ଚୀଜ୍ କୋ ଦିଲ୍ ସେ ଚାହୋ, ତୋ ପୁରୀ କାୟନାତ୍ ଉସେ ତୁମସେ ମିଲାନେ କି କୋଶିଶ୍ ମେଁ ଲଗ୍ ଜାତି ହୈ।
ଅନ୍ତରେ ଏକାଧିକ ୩ଡ଼ି ଛବିର ଫୋଟନେଲୁ। ପ୍ରତିଟି ମହମ ମୂର୍ତ୍ତି ଗଢ଼ଣ ସରଳ ଓ ବାସ୍ତବରୂପ ଫୁଟି ଉଠୁଥିଲା। କି ଆନନ୍ଦ! ସାଇତା ଧନ ଭ୍ରମଣର ଏକ ସନ୍ତକ ! ସେଥି ପାଇଁତ ଦୂର ଦୂରାନ୍ତରୁ କନ୍ୟାକୁମାରୀ ମହମ ସଂଗ୍ରହାଳୟ ଭାରି ପସନ୍ଦ ! ଭିନ୍ନ ସ୍ୱାଦର ଏକ ଅନୁଭୂତି।
(ରଚୟିତା - ଦିଲିପ କୁମାର ନାୟକ)
ଅତ୍ୟନ୍ତ ସୁନ୍ଦର ଲେଖାଟିଏ......
ReplyDeleteନମସ୍କାର ଗ୍ରହଣ କରିବା ହେବେ ଏବଂ ଆପଣଙ୍କ ଲେଖନୀ ଅନେକ ସୃଜନଶୀଳତା ସମାଜକୁ ଉପହାର ଦେଉ ଏହା ବିଶ୍ଵନିୟନ୍ତାଙ୍କ ପାଦ ପଙ୍କଜରେ ପ୍ରାର୍ଥନା
ଆପଣଙ୍କ ମତାମତା ପାଇଁ ସାଧୁବାଦ ଜଣାଉଛି
DeleteNice one....keep writing
ReplyDeleteମତାମତ ପ୍ରଶଂସନୀୟ,
Delete