ମହୋଦଧିରେ –ବୋଇତ ବନ୍ଦାଣ

କାର୍ତ୍ତିକ ପୂର୍ଣ୍ଣିମାକୁ ଚାହିଁ ବସିଲୁ! ବୋଇତ ବନ୍ଦାଣ ପାଇଁ ସସ୍ତ୍ରୀକ
ମନବଳାଇଲୁ। ଦିନ ଗଣତିରେ ବ୍ୟସ୍ତ! ଦୁହେଁଙ୍କ ଭାଳେଣି ଜଗା ଦର୍ଶନ ମିଳିବକି?ଅସମ୍ଭାଳ ଶ୍ରଦ୍ଧାଳୁଙ୍କ ଭିଡ଼ ଆଶା ଆଶଙ୍କାରେ! ମିଡିଆରେ;ଦଳା ଚକଟା ୪ ଦ୍ୱାରା ଖୋଲା। ପ୍ରବେଶ ପ୍ରସ୍ଥାନ କେଇ ବାର କଟକଣା! ଦୋଛକିରେ? ମିନତୀ କହିଲେ ;ଚାଲ ଏତେ ଗୁଡିଏ ଦୁଶ୍ଚିନ୍ତା କଣ ପାଇଁ ? ଶ୍ରଦ୍ଧାଳୁ ଦର୍ଶନ ଯେମିତି କରୁଥିବେ ତାକୁ ; ଅନୁସରଣ କରିବା! କଥାଟା ଅସଲ ମନକୁ ଛୁଇଁଲା।

ରାତ୍ର ବସରେ ଯାତ୍ରା ଟୁ ବାଇ ଟୁ ଆସନ ରହିଥାଏ। ଲୁତୁ ଲୁତୁ ଗଦି କେମିତି ନିଦ ମାଡ଼ିଥିଲା? ପାହାନ୍ତା ପ୍ରହରରୁ ବେଳା ଭୂମିରେ। ନିତ୍ୟକର୍ମ ସାରି ବୋଇତ କିଣାରେ। ପସରା ସମ୍ଭାର ଯେମିତି ଆମ ଅପେକ୍ଷାରେ। ମୋ ପାଇଜାମା ,ମିନତୀ ପାଟ ଶାଢ଼ିରେ। ସବୁ ରେଡ଼ି ;ଦୁହେଁ ସାଧବ ପୁଅ ସାଧବାଣୀ ବେଶରେ! ମିନତୀର ହୁଳହୁଳି ଶବ୍ଦରେ ବୋଇତ ବନ୍ଦାଣ।

“ ଆ- କା-ମା -ବୈ-ପାନ -ଗୁଆ -ଥୋଇ ; ପାନ -ଗୁଆ -ତୋର -ମାସକ -ଧରମ-ମୋର” ଚକ୍ରାକାର କେବଳ ରମଣୀ ଗାଥା ରଚୁଥିଲେ !
ବାଲୁକାସ୍ତୁପ ହାତ ଗଣତି ଧୂପ ଦୀପ ବେଳାଭୂମି ପବନରେ ବାରମ୍ବାର ଆଘାତ। ତଥାପି ଘେରାଟି ମଜଭୁତ ପବନ ଗତିକୁ ରୋକିବାରେ ସକ୍ଷମ। ନିରବ ମୁଦ୍ରାରେ ଫୋଟ ଉଠା ଯେମିତି ଏକ ପ୍ରମୁଖ କାର୍ଯ୍ୟ। ଅଧାଅଧି ଲହଡ଼ା ଚହଲା ଜଳରେ ଭିଜିଥିଲି। ସମର୍ପିତ ନାରିକେଳ ଢେ଼ଉରେ ପୁନରୁପି କୁଳରେ; ସ୍ଥାନୀୟ ସଂଗ୍ରହ ଦୃଶ୍ୟ ଦେଖିଲି। ଓଡ଼ିଶାର ପରମ୍ପରା ଘରେ ଘରେ କଦଳୀ ପଟରେ ଫୁଲ ଚନ୍ଦନ ସିନ୍ଦୁର ଦ୍ୱୀପ ପ୍ରଜ୍ଜ୍ୱଳନ ପ୍ରଥା।

୧୨ ମାସରେ ୧୩ ପର୍ବ ବାଲ୍ୟ କାଳରୁ ଶୁଣିଥିଲି। ଆଜି ପାଳନ ; ପକ୍କା ଓଡ଼ିଆର ପରିଚୟ। ଅଧିକା କଣ ହୋଇପାରେ ? ପରମ୍ପରା ଦକ୍ଷିଣ ଏସିଆରେ ଚହଲ ପଡ଼ିଛି। କାହିଁ ଜାଭା ,ସୁମିତ୍ରା ,ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ ,ଶ୍ରୀଲଙ୍କା। ୱାଟ୍ସଅପ , ଫେସବୁକ ତାଠୁ ବଳିଗଲେ ଏକ୍ସ ହ୍ୟାଣ୍ଡଳରେ ମତ ଦିଆ ନିଆ। ଛାଏଁ ଛାଏଁ! ଡ଼ିଜିଟାଲ ଇଣ୍ଡିଆର କରାମତି। ଦୂର ନିକଟ ଦେଶ ବିଦେଶ ସବୁଠି ସଭିଏଁ! ବିଶ୍ୱାସ ନେହେଲିବି ସତ। ମହୋଦଧି ହୁଳହୁଳୀରେ ମୁଖରିତ। ହର୍ଷ ଉଲ୍ଲାସ ସଭିଙ୍କ ମନ। ବଡ଼ ଦିଅଁଙ୍କ ଡୋରି। କେଇ ବେଢା ବୁଲାବୁଲି କଲୁ। ବେଲୁନ ବାଲା, ପେଁକାଳି, କାନ୍ଧରେ ଭାର ମୋହନ ଭୋଗ ବିଶେଷ ମଠେଇ ସହ ସିଙ୍ଗଡ଼ା,ବରା ପର୍ଯ୍ୟଟକଙ୍କୁ ଆକୃଷ୍ଟରେ ସଫଳ। ବେଳାଭୂମିରେ ନାହିଁ ନଥିବା ହବିଷ୍ୟାଳୀଙ୍କ ଭିଡ଼।! ବେରଂଗ ସାମୁଦ୍ରିକ ଶାମୁକା,ଶଙ୍ଖ ,ମାଳି ନୋଳି ପସରା ବାଲୁକା ରାଶିରେ ସମ୍ଭାର ମନକୁ ସ୍ପର୍ଶ କରିଥିଲା। ମିନତୀ ଶେଷରେ ହାତଗଣତି କେଇଟି ପୋହଳା ସାଉଁଟିଲେ।

ଓଡ଼ିଶା ବିପର୍ଯୟ ଉପଶମ ବିଭାଗର ସୁରକ୍ଷା ପ୍ରହରୀ ଉଦ୍ଧାର ନିମେନ୍ତ ଜାଗ୍ରତ। ପ୍ରଶାସନ ତରଫରୁ ଟ୍ରାଫିକ କଟକଣା ଠାରୁ
 ବେଳାଭୂମିରେ ପଇଁତରା ମାରୁଥିଲେ। ମହିଳା ପୋଲିସଙ୍କ ହସ୍ତରେ ଛୋଟ  ଲାଠିବାଡ଼ି!  ଅମାନିଆ  ପର୍ଯ୍ୟଟକଙ୍କ  ୨ ଚକିଆ 
 ୪ ଚକିଆ ଗାଡ଼ିକୁ ସୁରକ୍ଷା ବାହିନୀ ନିୟନ୍ତ୍ରିତ କରୁଥିଲେ। 
ସୁସଜ୍ଜିତ ଓଟରେ କେଇ ଗୁଣ ପର୍ଯ୍ୟଟକ ଦେଖିଲୁ। ଗେରୁଆ ରଙ୍ଗର ଅଶ୍ୱରେ ଦମ୍ପତି ଭ୍ରମଣ କରୁଥିଲେ। ସେଲ୍ଫି ମୁଦ୍ରାରେ ଚତୁପାର୍ଶ୍ଵ। ଘେରାଟିଏ ବୁଲିଲେ ୧୦୦ ଟଙ୍କାରୁ ୧୫୦ ଟଙ୍କା ଅସଲୁ କରୁଥିଲେ। ଜୁଆର ପରେ ଜୁଆର ,ଉଚ୍ଚା ଜୁଆର ଯେମିତି ମନମତାଣିଆ ପର୍ଯ୍ୟଟକଙ୍କୁ ଭିଜେଇ ଦେଉଥିଲା। ଅନେକ ତା 'ଢେଉରେ ଗଡ଼େଇ ତଡେ଼ଇ। ହସ ଉଲ୍ଲାସ! ଅଭୁଲା ଦୃଶ୍ୟ! ନୀଳ ଅମ୍ବର ମହୋଦଧିର ଏକ ମିଳନର ଦୃଶ୍ୟରେ ଚକିତ !

ପେଟରେ ପେଟେ ଭୋକ! ଅସମ୍ଭାଳ! ୪ଟି ଚକ ଖଚିତ ଭ୍ରାମ୍ୟମାଣ ହୋଟେଲରୁ ପୁରୀ ଉପମା ଚଣା ତରକାରୀ ଘେଁମ୍ଫି ଦେଲୁ। ଓହଃ! କାର୍ତ୍ତିକ ପୁର୍ଣିମା ପୂଜା ପରେ ପେଟ ପୂଜା ଅସାର ଖୁବ ଜମିଥିଲା! ମେଘନାଦ ପାଚେରି ୨୨ ପାହାଚ ଆନନ୍ଦ ବଜ୍ଜାର ବୁଲିବା ପାଇଁ ଆତୁରତା ବଢୁଥାଏ। ୫୬ ଭୋଗ ଆଖି ଆଗରେ ଜୁଳୁଜୁଳୁ। ବିଳମ୍ବନକରି ସ୍ୱର୍ଗଦ୍ୱାର କୂଳରେ ଶ୍ରୀଶ୍ରୀ ଚୈତନ୍ୟଙ୍କୁ ମୁଣ୍ଡିଆଟିଏ ଥାପିଲୁ। ଫୋଟ ନେଲୁ।

ବାଲି ସାହିରେ ଚାଲି ଚାଲି ବଡ଼ଦାଣ୍ଡ ମୁହାଁ। ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲା। ବାମ କଡ଼ରେ ଶ୍ଵେତଗଙ୍ଗାର ପବିତ୍ର ଜଳକୁ ମୁଣ୍ଡରେ ଛିଞ୍ଚିଲୁ!   କାର୍ତ୍ତିକ   ପୁର୍ଣିମା!   
 ଆ- କା-ମା -ବୈ-ପାନ -ଗୁଆ -ଥୋଇ ; ପାନ -ଗୁଆ -ତୋର -ମାସକ -ଧରମ-ମୋର ରଟିଲୁ।

ଗଭୀର ପୁଷ୍କରିଣୀ! ଆମକୁ ଜଣା ନଥିଲା! ଗଙ୍ଗା ନଦୀ ସହ ଭୁତଳରେ ଧାର୍ମିକ ଭାବ ଜଡ଼ିତ। ଶ୍ରୀ କ୍ଷେତ୍ର ପଞ୍ଚତୀର୍ଥ ମଧ୍ୟରୁ ଶ୍ୱେତଗଙ୍ଗା ଅନନ୍ୟ। ପୁରୀ ଖ୍ହଜାର ପସରା ଧାଡ଼ିକି ଧାଡ଼ି। ସଭିଁଏଙ୍କ ହାତରେ ଖାଜା। ଗୋଟିଏ ବ୍ରାଣ୍ଡର ନୃସିଂହ ଖାଜା। ଦି -ପହଣ୍ଡ ପରେ ଛେନା ତାଡ଼ିଆ,ରସଗୋଲା,ଖଇ ସମ୍ଭାର। ମହକରେ ପେଟ ଫୁଳ୍ଲ! ମିନତୀ କ୍ଲାନ୍ତ ପଡ଼ିନଥିଲେ। ମୋ କଥା ନକହିଲେ ସରେ।ଧଇଁସଇଁ ! ଦକ୍ଷିଣ ପୂର୍ବ କୋଣରେ ପହଂଚିଲୁ।
ମେଘନାଦ ପାଚେରି, ବଡ଼ଦାଣ୍ଡ , ବେଳଭୂମି ଠାରୁ ଅଧିକା ଜନସମୁଦ୍ର! ସୋରିଷ ପକାଇବାକୁ ସ୍ଥାନ ପାଇଲୁ ନାହିଁ। ଘୋଷଯାତ୍ରା ନୁହଁ। କାର୍ତ୍ତିକ ପୂର୍ଣ୍ଣିମାରେ କିଲୋମିଟର କିଲୋମିଟର ଦୂର ଦୂରରେ ଶ୍ରଦ୍ଧାଳୁ ଧାଡ଼ିରେ। ପୁରୀ ଶ୍ରୀକ୍ଷେତ୍ର ଧାମରେ! ସୂର୍ଯ୍ୟ ଦେବତା ମୁଣ୍ଡ ଉପରେ। ଦୁହେଁ ଲମ୍ବା ଧାଡ଼ିରେ ସିଂହ ଦ୍ୱାରା ଏକ ମାତ୍ର ପ୍ରବେଶ ପଥ ଉତ୍ତର ,ଦକ୍ଷିଣ ଓ ପଶ୍ଚିମ ଦ୍ୱାର ଭକ୍ତଙ୍କ ପ୍ରସ୍ଥାନ ବ୍ୟବସ୍ଥା ପୂର୍ବରୁ ଘୋଷିତ।

ବିଶ୍ୱ ବିଦ୍ୟାଳୟ ପାଠପଢା ବନ୍ଧୁ ଚକ୍ରଧର ମହାରଣା ତାଙ୍କ ବାନ୍ଧବୀଙ୍କ ଦର୍ଶନ ମିଳିଲା। ୩୯ ବର୍ଷ ବ୍ୟବଧାନରେ! ବନ୍ଧୁଙ୍କୁ ପାଇ ଠାକୁରଙ୍କୁ ମନାସିଲି। ବାଲ୍ୟବନ୍ଧୁ ଏବର ଅବସର ପ୍ରାପ୍ତ ସାମରିକ ଅଧିକାରୀ ଦାମୋଦର ନାୟକଙ୍କୁ ସହ ଦେଖା ହେଲା। ମାସେ ହେଲା ଧର୍ମ ପତ୍ନୀଙ୍କ ସହ ହବିଷିଆଳି ! ଶ୍ରୀକ୍ଷେତ୍ର ପୁରୀ ଯେମିତି ବନ୍ଧୁ ମିଳନରଅପୂର୍ବ ସ୍ଥଳ।

୨୨ ପାହଚର ଯମଶିଳାକୁ ପାଦରେ ସ୍ପର୍ଶ କରି ଶ୍ରୀ ମନ୍ଦିର ମୁହାଁ! କଳା ରଙ୍ଗର ପ୍ରସ୍ତର ପୁଣ୍ୟ ପ୍ରାପ୍ତିର ଭାବ ଜଡ଼ିତ! ତିନି ଠାକୁରଙ୍କ ଦର୍ଶନ କଲୁ। ମିନତୀ କଣ ମନାସି ଥିଲେ? ଆଜିଯାଏଁ ଅଛପା! ଆନନ୍ଦ ବଜାରରେ ମନ ରହିଗଲା। ଓପରଓଳି ଶ୍ରଦ୍ଧାଳୁ ବହଳରେ ଅବଡ଼ା ପାଇଲୁ। ଅନ୍ନ ,ମିଠା ଡ଼ାଲି,ବେସର,ଶାଗ,ଖିରି ମାତ୍ର ୧୦୦ ଟଙ୍କିଆ। ଅମୃତ ସମ ଖୁସି ଖୁସିରେ ପତିତପାବନ ପତାକା କୁ ଚାହିଁ ଚାହିଁ। ଜୟ ଶ୍ରୀ ଜଗନ୍ନାଥଙ୍କ ସ୍ମରଣରେ।

(ରଚୟିତା - ଦିଲିପ କୁମାର ନାୟକ)

Comments

  1. ଅତି ସୁନ୍ଦର!!

    ReplyDelete
  2. ମୂଲ୍ୟବାନ ସମୟ ଦେଇଥିବାରୁ ଧନ୍ୟବାଦର ପାତ୍ରୀ

    ReplyDelete

Post a Comment