ଶନିବାର ୧୬ ନଭେମ୍ବର। ବିଛା
ସଂକ୍ରାନ୍ତି ଛାଡ଼ଖାଇ।ଶ୍ରୀ ଗୁଣ୍ଡିଚା ମନ୍ଦିର
,ବଡ଼ ଦାଣ୍ଡ ମୁକସାକ୍ଷୀ। ପୁରୀ ବସ ଟର୍ମିନାଲ ହକ୍କାରଙ୍କ କୁହାଟ ସାଙ୍ଗକୁ ପର୍ଯ୍ୟଟକ ଯାତ୍ରୀବାହୀ
ବସ ମାଳ ମାଳ! ସାଥିରେ ମିନତୀ ଚନ୍ଦ୍ରଭାଗା ତୀର୍ଥଯାତ୍ରୀ । ପାହାନ୍ତାରୁ ସୂର୍ଯ୍ୟ ଦର୍ଶନର ଲକ୍ଷ୍ୟଥାଏ
। ଦୁହେଁ ଷୋଳ ପୁଅ ମା ବସ ସର୍ଭିସେସ ଦ୍ୱତୀୟ ଓ ତୃତୀୟ ଆସନ ନେଲୁ। ଭିତରେ "କଟକ କଟକ" ,"ବରମୁଣ୍ଡା ବରମୁଣ୍ଡା", ଅଟୋ ଡ୍ରାଇଭର
ବାବୁ "ମନ୍ଦିର ମନ୍ଦିର",",ସମୁଦ୍ରକୁଳ ସମୁଦ୍ରକୁଳ", ଗଳାଫଟା ସ୍ୱରରେ ଲଗାତାର ଡ଼ାକ ଛାଡୁଥିଲେ। ପାରିବ ତ ? ମୋ ଭ୍ରମଣରେ ଯାତ୍ରୀବାହୀଟିଏ ଅବା ଚନ୍ଦ୍ରଭାଗାରେ ସ୍ନାନ! କେତଦୁର ଅଂଶୀଦାର ? ଟିକିନିଖି କାହାଣୀ। ଆସ ବୁଲିଯିବା ସାଗର ବେଳାଭୁମି ସଡ଼କର ଏକ ଯାତ୍ରା!
ମନ୍ଥର ଗତିରେ ବସଟି ବଢ଼ିଲା। ମାଟିପୋଡ଼ା ଛକରେ ରହଣି ପୁଣି
ଗଡ଼ିଲା। ମିନତୀ ମନରେ ଭାରି ଉଲ୍ଲାସ ଶ୍ରୀ କ୍ଷେତ୍ରରୁ ଚନ୍ଦ୍ରଭାଗା ୩୩ କିଲୋମିଟର ଦୂର। ଶୀତଳ ପବନ ସ୍ପର୍ଶ କରୁଥାଏ। ଅନ୍ଧାରୁଆ ପ୍ରଶସ୍ତି ସଡ଼କରେ ଦୌଡ଼ିଲା। ବତିଖୁଣ୍ଟ ଆଲୁଅରେ ବାମକଡ଼ରେ ତାଳବଣିଆ ,ବାଲିଗୁଆଳି , ତୋଷାଳି ସେଣ୍ଡ ଓ
ୱାଟର ପାର୍କ ପଛରେ ।ବେଳଦଳ ଗାଁ ଧନୁଆ ନଈ,କୁଶଭଦ୍ରା
ପୋଲରେ ଘଡ଼ଘଡ଼ ଶବଦରେ ପାରକଲା। ବାମ ଦିଗରେ ନିମାପଡ଼ା ଓ ଗୋପ ପ୍ରଶସ୍ତି ମାର୍ଗ ତୀର ଚିହ୍ନରେ
ଯାତ୍ରୀଙ୍କ ଇଙ୍ଗିତ! ଡ଼ାହାଣରେ ବାଲୁଖଣ୍ଡ , ରାମଚଣ୍ଡୀ , ଡ୍ରାଇଭିଙ୍ଗ ଆସନରେ ଅନୁଆ ଯୁବ ଚାଳକ। ସିଂସିଂ ପବନ ଝାଉଁବୃକ୍ଷ ବେଳାଭୂମି ନିକଟତର ହେଉଥାଏ। ଅନେକ ଯାତ୍ରୀ
କଣ୍ଡକ୍ଟର ବାବୁଙ୍କୁ ରଖେଇ ଥୋଇ ଦେଉନଥିଲେ! ସୂର୍ଯ୍ୟ ଉଇଁବା ପୂର୍ବରୁ ତାଙ୍କ ବସ ପହଂଚିବକି ନାହିଁ!
ଆଶା ଆଶଙ୍କାରେ ସଭିଏଁ ! ମେରାଇନ ଡ୍ରାଇଭିରୁ ବାଲିଝଡ଼ ଧସି ପଶି ଆସୁଥାଏ। ବଡ଼ି ପାହାନ୍ତାରୁ ବନ୍ୟଜନ୍ତୁ
ସଂରକ୍ଷଣ ଅଂଚଳକୁ ଛୁଇଁଲା।ଗାଡ଼ି ଧୀରେ ଚଲାନ୍ତୁ।
ଛାତି ଦୂକଦୂକ ! ବ୍ୟଘ୍ର ତ ଦେଖୁ ନଥିଲୁ ! କେବଳ ମୃଗଦଳ ! ଝାଉଁବଣ , ବାଲିକୁଦା ଛୋଟ ମୋଟ
ଗାଡ଼ିଆ ! ତୁଷାର୍ଥ ପଶୁପକ୍ଷୀଙ୍କ ପାଇଁ ଅଭିନବ ଜଳ ପ୍ରକଳ୍ପ ଚନ୍ଦ୍ରଭାଗା ଯେତିକି ନିକଟତର ଆତୁରତା ସମପରିମାଣ ବଢୁଥାଏ ! ରାମଚଣ୍ଡୀ ନାମ ଶୁଣୁ ଶୁଣୁ କଳ୍ପନା ଜଳ୍ପନା ! ସାଧକ ଶନି ଓ ମଙ୍ଗଳ ବାରରେ ଭିଡ଼ । ସୋମବାରରେ ଶ୍ରଦ୍ଧାଳୁ ; ରବିବାର ଦିନ ଯେମିତି ଯୁବ ଯୁବାଙ୍କର ଭୋଜିର ଆସର। ପ୍ରଶସ୍ତି ବେଳାଭୂମି ଉପତ୍ୟକାର ପ୍ରାଚୁର୍ଯ୍ୟ
କିଏବା ହାତଛଡ଼ା କରିବ?
କେଇ ମିନଟ ପରେ ଚନ୍ଦ୍ରଭାଗା? ୩ ଛକିରେ ସସ୍ତ୍ରୀକ ବେଳାଭୂମିକୁ ସ୍ପର୍ଶ କଲୁ। ଫଟ ଫଟିଆ ;ଓଡ଼ିଶା ପର୍ଯ୍ୟଟନ ଶ୍ୱେତ ପରିବହନ ନିରବ ମୁଦ୍ରାରେ ମୁକୁଳା ବାଲୁକା ପ୍ରାନ୍ତରେ
ଦେଖିଲୁ । ଅସଂଖ୍ୟ ସୂର୍ଯ୍ୟ ଦେବତାଙ୍କ ଦର୍ଶନ ପାଇଁ ପୂର୍ବରୁ ଛକି ବସିଥିଲେ। ଚାତକପରି ପୂର୍ବ ଦିଗକୁ ଅନେଇଲୁ। ସୂର୍ଯ୍ୟଙ୍କ ଦର୍ଶନ ପରେ
ଅବଶିଷ୍ଟ ଭ୍ରମଣ ଓ ଜଳପାନ। ସାଗର ଗର୍ଭରୁ ସୂର୍ଯ୍ୟଙ୍କ ଜନ୍ମ ଯେମିତି ଏକ ଭ୍ରମ
ସୃଷ୍ଟି କରୁଥିଲା। ଲୁଚକାଳି ଢେଉରେ ସ୍ୱର୍ଣ୍ଣକିରଣ ଝରିପଡ଼ିଲା। ଚନ୍ଦ୍ରଭାଗାରେ ମୋତି ମାଣିକ୍ୟର ସମ୍ଭାର ପାହାନ୍ତା ଦୃଶ୍ୟରେ ବିମୋହିତ ! ଦୁହେଁ ଫୋଟ ନେଲୁ। କେଇ ଘଣ୍ଟା ,ଉଚ୍ଚା ଉଚ୍ଚା ଢେଉ ! ଡ଼ର ମାଡୁଥିଲା !
ଅଧାଅଧି ଭିଜା ପୋଷାକରେ ଅନୁଭବ ନିଆରା। ବୟସ ଯେମିତି ୧୬ବର୍ଷକୁ ଖସିଛି! ଗୋଟି
ଗୋଟି କରି ଢେଉକୁ ସ୍ପର୍ଶକଲୁ ! ବେଳାଭୂମିର ପ୍ରେମରେ ପଡ଼ି ଗଣତି ମଣତି ପାସୋରି ଦେଲୁ !
ଅବଶ୍ୟ ସାଗର କୂଳରେ ମଣିଷ ଓ ପ୍ରକୃତିର ନୀବିଡ଼ତାକୁ ବୁଝିନେଲୁ। ଯନ୍ତ୍ରଚାଳିତ ରେସିଙ୍ଗି ଗାଡ଼ିର ମଜ୍ଜା। ବେଳାଭୂମିର ବୃହତ୍ତ ଟୋପିରେ ଅନେକ ଫୋଟନେଲୁ। ମୁକୁଳା ବଜାର, ପଇଡ଼ ପାଣିରେ ଶୋଷ ମେଣ୍ଟାଇଲୁ। ପର୍ଯ୍ୟଟକ ଘେରି ରହିଥିଲେ।ବିସ୍ତୃଣ୍ଣ ଜଳ ରାଶି ,ପଣ୍ଡିତେ କହୁଥିଲେ ;" ଜଳ ହିଁ ଜୀବନ" ପୃଥିବୀର ୯୬.୫ ପ୍ରତିଶତ ହିଁ ସାଗର ଜଳ ! ତୁମେ ଆମେ ସମସ୍ତଙ୍କର ମସ୍ତିକ ଓ ହୃଦୟରେ ପ୍ରାୟ ୭୩ ପ୍ରତଶତ ଜଳରେ ପରିପୂର୍ଣ୍ଣ ।ପ୍ରକୃତିର ଦାନ ରେ ଅଭୁଲା ମୁହୂର୍ତ୍ତ !
୫୦ ମିଟର ଦୂର ଚନ୍ଦ୍ରଭାଗ। ହନୁମାନ ମନ୍ଦିର ଡ଼ାହାଣରେ ଆଗକୁ
ବଢ଼ିଲୁ। ଆଜି'ତ ଶନିବାର;ଶଙ୍ଖା ଚୁଡ଼ି ସିନ୍ଦୁର ଦୋକାନ । ଶ୍ରଦ୍ଧାଳୁ ଆସିଲେ ବେପାର ବଢ଼ିବ! ହନୁମାନ
ମନ୍ଦିର ଫାଙ୍କା। ଜପ ମୁଦ୍ରାରେ ବାବାଙ୍କୁ ଦେଖିଲୁ। ସସ୍ତ୍ରୀକ ଜୟବୀର ହନୁମାନକୀ ଜୟଧ୍ୱନୀ ରେ ଦର୍ଶନ ଲଭିଲୁ। ପ୍ରଚଣ୍ଡତାପ ଅବଶ୍ୟ ଟୋପିଟିଏ ଆଚ୍ଛାଦିତ! ସହଧର୍ମିଣୀ ଚନ୍ଦ୍ରଭାଗାର ଜଳକୁ
ସ୍ପର୍ଶ କଲେ । ପାହାଁମୁଣ୍ଡି ପଡ଼ିଲେ। କି ଆଶ୍ଚର୍ଯ୍ୟ! ଚନ୍ଦ୍ରଭାଗ ନଈରୁ
ପୋଖରୀ କିପରି ସମ୍ଭବ?ଅକଳଗୁଡ଼ୁମ!ଗୁମର ଫିଟାଇବା
ପାଇଁ ନୋଳିଆ ବସ୍ତି ଓ ଝାଉଁ ଅରଣ୍ୟ ସନ୍ଧାନରେ ବୁଝି ପାଇଲୁ।
ଗୁମର ଦ୍ୱାପର ଯୁଗର ! ହଁ ଆଜ୍ଞା
ଘଟଣା ସତ ! ଜ୍ୱାମ୍ଭବତୀଙ୍କ ଗର୍ଭଜାତ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ! ବିବିଧ କିମ୍ବଦନ୍ତୀରେ ରଚିତ। ଶାମ୍ଭ ପୁରାଣରେ ଶାମ୍ବ କୁଷ୍ଠରୋଗରେ ପୀଡିତ ଥିଲେ।ନାରଦ ମୁନିଙ୍କ ପରାମର୍ଶରେ ସେ ସୂର୍ଯ୍ୟ ଦେବତାଙ୍କୁ ପୂଜା ଅର୍ଚ୍ଚନା କଲେ । ଦୀର୍ଘ ୧୨ ବର୍ଷ ଧରି ଚନ୍ଦ୍ରଭାଗାରେ ସ୍ନାନ କରି କୂଳରେ ଥିବା ମୈତ୍ରୀୟୀ ଅରଣ୍ୟରେ ରହିବାକୁ ଲାଗିଲେ। ସୂର୍ଯ୍ୟ ଦେବତାଙ୍କୁ ଆରାଧନା କଲେ। ସୂର୍ଯ୍ୟଙ୍କ କିରଣରେ ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇଲେ! ଜଳ ଶୁଖିଗଲା। କ୍ରମେ ଚନ୍ଦ୍ରଭାଗା ସୀମିତ।
ମାଘ ମାସ ୭ ଦିନପରେ ତିଳସପ୍ତମୀ ତିଥିରେ କାହିଁ କେତେଦୂରରୁ ଏଠି ଅଧିଆ ପଡୁଥିଲେ। ପୁଣ୍ୟତୋୟା ଚନ୍ଦ୍ରଭାଗାରେ ସ୍ନାନ କଲେ ମୁକ୍ତି ମିଳେ। ବିଶ୍ୱାସ ଜନକ ହୃଦୟରେ। ମାଘ ସ୍ନାନ ଚନ୍ଦ୍ରଭାଗା ବୁଡ଼ ନାମରେ ଖ୍ୟାତ। ,ଉକ୍ତ ପରମ୍ପରା ଯୋଡିହୋଇଛି। ଦ୍ୱାପର ଯୁଗରୁ କଳିଯୁଗ ଅଦ୍ୟାବଧି ପବିତ୍ର ସ୍ଥଳ ରୂପେ ବିଦିତ। ଆମ ଜେଜେଙ୍କ ଜେଜେ ଅମଳରୁ ଏଠିକୁ ଆସନ୍ତି ।
ତାଳ ବାହୁଙ୍ଗା ଛପର
ବଜ୍ଜାର ,ଶାମୁକା,ପୋହଳା ,ସାଗର କୁଳରେ ବେଶ ପର୍ଯ୍ୟଟକ ସାଉଁଟିନେଉଥିଲେ। ସେପଟେ ସ୍ଥାୟୀ ବଜ୍ଜାର
ଉକୁଟି ମାରୁଥିଲା। ଅକସ୍ମାତ ପୋଲିସ ଗାଡ଼ିର ସାଇରନ ବାଜିଲା। ପରେ ପରେ ଶ୍ୱେତରଙ୍ଗ ଡ଼ଉଲ ଡ଼ାଉଲ ୨ଟି ବସ ତା’ପଛରେ ପୋଲିସ ଜିପ ପେଟ୍ରୋଲିଙ୍ଗି। ହାଇକମିସନର ଦଳ ବାଲିଯାତ୍ରା ପରେ ଚନ୍ଦ୍ରଭାଗ। ଓ
କୋଣାର୍କ ପରିଦର୍ଶନରେ। ସେମାନେ କିପରି ଭୋଗ କଲେ ! ବିଶ୍ୱ ପର୍ଯ୍ୟଟକ ଏଠି ଆମ ମାଟି ଆମ ଗୌରବ! ଏବେବି
କବି କବିୟତ୍ରୀଙ୍କ ଭିଡ଼ ଜମେ। ପ୍ରକୃତି ପ୍ରେମୀଙ୍କ ଭୂସ୍ବର୍ଗ। ନବଦମ୍ପତି ପାଇଁ ଅମରାବତୀ। ମାଛୱାରୀଙ୍କ ବିସ୍ତୀର୍ଣ୍ଣ ଜଳ ରାଶି ! ପାପ ପଖାଳି ପୁଣ୍ୟ ଅବା ଅବସାଦ ଦୂର ପାଇଁ ଚନ୍ଦ୍ରଭାଗା ଅନୁକୂଳ !ସକାଳ ଓଳିର ଭ୍ରମଣରେ ପଇଡ଼ ପାଣି ଯେତିକି ମଧୁର ତା ସାଗର ଜଳସ୍ୱାଦ କେମିତି ରହିଲା?' ତାଠୁ ଚନ୍ଦ୍ର ଭାଗାଜଳ ବହୁଗୁଣରେ ପବିତ୍ର। ତତଲା ରେଣୁ ଢେଉର ଉଠାପକାରେ ମଜ୍ଜିଗଲୁ। ଭାସମାନ ବୋଇତର ବିପଦପୂର୍ଣ୍ଣ ଜଳ ଯାତ୍ରା ଆମକୁ ଆଚମ୍ବିତ କଲା। ଅବଶ୍ୟ ପରିମଳ ପ୍ରତି ନାଖୁସ ଥିଲୁ। ବତିଘର ଆଲୁଅରେ ବିସ୍ମୟ ! ତୁ'ତ ଆମର ପ୍ରିୟ ଚନ୍ଦ୍ରଭାଗ। ତୋ’ଶରଣରେ ଏଠି ଡୁବିଯାଏ। ମୁକସାକ୍ଷୀ କୋଣାର୍କ!
(ରଚୟିତା - ଦିଲିପ କୁମାର ନାୟକ)
Comments
Post a Comment