ଐତିହାସିକ ବାଲିଯାତ୍ରା : ଏକ ପରିଚୟ

କାର୍ତ୍ତିକ ମାସ ପସୁ ପସୁ ବାଲିଯାତ୍ରା ପଦଟି ମନକୁ ସ୍ପନ୍ଦିତ କଲା । ଐତିହାସିକ କଟକ ବାଲିଯାତ୍ରା। ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ସମୂହର ଉତ୍ସବ କୀର୍ତ୍ତିମାନ ସ୍ଥାପିତ। ପ୍ରଶାସନ ଓ ସ୍ଥାନୀୟ ସହଭାଗୀତାରେ ଆୟୋଜିତ। ଅସରନ୍ତି ପର୍ଯ୍ୟଟକ ରୁଣ୍ଡ ହୁଅନ୍ତି। 
୫ ନଭେମ୍ବର ୨୦୨୪ ରେ ଓଡ଼ିଆ ପତ୍ରିକା ସମାଜ ପ୍ରଥମ ପୃଷ୍ଠାରେ ଶିରୋନାମାରେ ମଣ୍ଡିତ।  କଟକ ବାଲିଯାତ୍ରାକୁ ଶ୍ରୀଲଙ୍କା,   ଭୁଟାନ  ନେପାଳ , ଥାଇଲାଣ୍ଡ ସମେତ ଇଣ୍ଡୋନେସିଆ ଓ ରେଙ୍ଗୁନୁ ଏବର ମିଆଁମାର ଆମନ୍ତ୍ରିତ। ବିଶ୍ୱ ଉତ୍ସବ ମାନ୍ୟତା ପାଇଁ ଏକ ପ୍ରୟାସ। ଖବରଟି ରଖେଇ ଥୋଇ ଦେଲାନି! ନିଶ୍ଚୟ ଏବର୍ଷର ବାଲିଯାତ୍ରାର ସୁଯୋଗ ନେବି। ପୂର ପଲ୍ଲୀରେ ବୋଇତ ବନ୍ଦାଣ ଜଞ୍ଜାଳଟିକୁ ମହାନଦୀ ପଠାରେ, ଗଡ଼ଗଡ଼ିଆ  ଘାଟରେ ଦୁହେଁ  ଡୁବୁକି ମାରିବୁ! ନିଷ୍ପତି କ୍ରମେ ଆଗକୁ ବଢ଼ିଲୁ 




ଦିନଟି ପରେ ୨୩ ତାରିଖ ସପ୍ତାହଟିଏ କେମିତି ପାର ହୋଇଥିଲା! ୧୦୦ ପ୍ରତିଶତ ଆଗ୍ରହ! ମୋବାଇଲି ଫୁଲଚାର୍ଜ ଓ ଅଧା ଲିଟର ଫୁଟାପାଣି ଝୁଲା ବ୍ୟାଗରେ ସାଇତି ନେଲି। ବାଲିଯାତ୍ରାର ଅନ୍ତିମ ଦିବସ! ପାଇଜାମା, ଡୋରି ଆଡ଼ିଦାସ ଜୋତା। ଚଷମା ,ଧଳା ଟୋପି , ଗୋଟିଏ ପାଟ  କମଳା ସହ କାଶ୍ମିରୀ  ନାସପାତିଟିଏ ମହଜୁଦ ଥାଏ। କାଳେ ଭୋକ ଲାଗିଲେ ଉଦରସ୍ଥ ହେବ !




ଉପରଓଳି ବରମୁଣ୍ଡା ବସ ଟର୍ମିନାଲରୁ ବାଦାମବାଡ଼ି ୧୬ ରୁଟ ମୋ ବସରେ ଯାତ୍ରୀ। ୩୦ କିଲୋମିଟର ଦୂର । ୪୫ ଟଙ୍କା ବଦଳରେ ୨୩ ଟଙ୍କା! ବରିଷ୍ଠ ନାଗରିକ ରିହାତି ମିଳିଲା। ବାଣୀବିହାର ରସୁଲଗଡ଼
 ପାରକଲା। ଶୀତତାପ ନିୟନ୍ତ୍ରିତ ଭାରି ମଜ୍ଜା। ପରିସ୍କାର ଝରକା ଦର୍ଶନ! ଉଡ଼ନ୍ତା ପୋଲ ଟ୍ରାଫିକି ଝିନଝଟା ଥିଲା- ନା ବିଗୁଳୁ ହୁରୁ ହୁରୁ ବାଜୁଥିଲା। କଟକ ପ୍ରତି ଭାବ ବେଗ ନିଆରା।  ପରମ ପୂଜ୍ୟ ଗୁରୁଦେବ ପ୍ରଫେସର ଡକ୍ଟର ଭ୍ରମରବର  ଜେନାଙ୍କ  ପ୍ରଫେସର ପଡ଼ାରେ  ବାସଗୃହ।  

ସେ ବାଲିଯାତ୍ରାର ମାହାତ୍ମ୍ୟ କହୁଥିଲେ। ତା'ପରଠାରୁ ସବୁବର୍ଷ ବାଲିଯାତ୍ରାର ପର୍ଯ୍ୟଟକ ସେ ଆମ ଗହଣରେ ନାହାନ୍ତି। 
ଏବର୍ଷ ଶ୍ରୀମତୀ ଜେନା ସ୍ୱର୍ଗବାସ! ବଡ଼ ସରାଗରେ  ଜଳଖିଆ ଦିଅନ୍ତି। ପ୍ରଫେସର କହୁଥିଲେ; ଦିଲୀପ ଖାଓ ଖାଓ ତମ ମ୍ୟାଡ଼ାମ ଦେଇଛନ୍ତି। ପରେ କଥାବାର୍ତ୍ତା। ପୁଣି ପ୍ରଶ୍ନଟିଏ! ସକାଳୁଆ ଜଳଖିଆରେ କଣ ଖାଅ।? ଅକସ୍ମାତ ଉତ୍ତର ରଖିଲି ,ରୁଟି, ପରଟା ଅବା ଉପମା। ପାରିବ ଯଦି କଞ୍ଚା ଛେନା ଖାଓ। ସହଜରେ ଦୁଇ ଅକ୍ଷର ବିଶିଷ୍ଟ ଛେନା ପଦଟି’ର ରହସ୍ୟ ବୁଝିବା ପୂର୍ବରୁ ଜଳଖିଆ କେମିତି ସ୍ୱାଦ ଏବେବି ମନେପଡ଼େ। ଜେନା ସାରଙ୍କ କଞ୍ଚା ଛେନା ପରାମର୍ଶକୁ  ଅଦ୍ୟାବଧି ଅଭ୍ୟାସରେ  ! 

ପ୍ରିୟ,ମାଟିକୁ ସ୍ପର୍ଶକରୁଛି। ସବୁ ଜଳ ଜଳ! ପାହାଳ ଛକରେ;ନୁଆଁ ପାସେଞ୍ଜର ପ୍ରବେଶ। ଅଧିକାଂଶ ରମଣୀ !ମହିଳା ସଂରକ୍ଷଣ ଆସନ ପାଇଁ କିଛି ସମୟ କଥା କଟାକଟି! ଅବଶ୍ୟ କଣ୍ଡକ୍ଟର ବାନ୍ଧବୀ ତତ୍ପରତା ଦେଖାଇଲେ। ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ବିବାଦ ଟଳିଗଲା! ଧନ୍ୟବାଦ ଯୁବା କଣ୍ଡକ୍ଟର! ପାହଳ ନାମଟି ଯେମିତି ସୁନ୍ଦର ;ରସଗୋଲାର ସ୍ୱାଦ ତା'ଠାରୁ କେଇଗୁଣା! ଦୁଇପାର୍ଶ୍ୱରେ ରସଗୋଲା,ଛେନାଗଜା ମୁକୁଳା ବଜାରରେ ଲୋଭ ବଢ଼ିଲା! ଷ୍ଟଲର ସମୁଖ ଭାଗରେ କେତକ ଗ୍ରାହକ ସ୍ୱାଦ ନେଉଥିଲେ। ବିଶ୍ରାମ ମୁଦ୍ରାରେ ଫଟଫଟିଆ କରିଡ଼ର ଦେଖିଲୁ। ଦୁଇନଈ କାଠଯୋଡ଼ି ଦକ୍ଷିଣ ଓ ମହାନଦୀ ପୂର୍ବ ଦିଗରେ। କଟିକିଆଙ୍କ ପାଇଁ ଏକ ମାତ୍ର ବିପଦର ଖଣ୍ଡା ଯେମିତି ଝୁଲୁଛି! ଗୁରୁଜୀ କହୁଥିଲେ,"କଟକ ଚିନ୍ତା ବାଇମୁଣ୍ଡିକି” ଉପଖ୍ୟାନଟି ମାଟି ପାଇଁ ଚିନ୍ତା ଓ ଚେତନା ଜାଗ୍ରତ କରିଥିଲା। ହାତଗଣତି ବାଇମୁଣ୍ଡି ଥିଲେ ଓଡ଼ିଆଙ୍କ ଦୁଃଖ ନଥାନ୍ତା !




ମେଘମୁକ୍ତ ଆକାଶରେ ଚପଳମତି ଟୁଁକାର ସଡ଼କରେ ଫେରା ଫେରି! ଦ୍ରୁତଗତି ମହାବିପତ୍ତିକୁ ଖାତିର ନଥିଲା! ପ୍ରଶାସନ
ଡ଼ିଜିଟାଲ କ୍ୟାମେରାକୁ "ଫୁ ",!  ନିଶ୍ଚୟ ଚାଲାଣ କଟିଥିବ! କଣ୍ଡକ୍ଟର ମହାଶୟ ଡ଼ାକ ଛାଡ଼ିଲେ ନଖରା, ନଖରା, କେଇ ଯାତ୍ରୀ ଆସନ ଛାଡ଼ିଲେ।  କଟକ ସହର ନିକଟତର। ୩ଟି ଅକ୍ଷର ବିଶିଷ୍ଟ ପଦ ଓଲଟେଇ ଲେଖିଲେ ପଢିଲେ ଏକା ଉଚ୍ଚାରଣ। ଗୁମର ଛୁପିଥିଲା! ଇତିହାସ ଖୋଲା ପୃଷ୍ଠାରୁ ଜଣାପଡିଲା! ୯୮୯ ରେ ରାଜା ମର୍କତ କେଶରୀଙ୍କ ଦ୍ୱାରା ସହର ସ୍ଥାପିତ। ସଂସ୍କୃତ ଶବ୍ଦରୁ ଦୁର୍ଗ,ସାମରିକ ଛାଉଣୀ, ବିଡ଼ାନାସୀକୁ ବୁଝାଏ ୨୩୨ ବର୍ଷ ପରେ ରାଜଧାନୀର ମାନ୍ୟତା ପାଇଲା ଗଙ୍ଗ ବଂଶର ରାଜା ଅନଂଗ ଭୀମ ଦେବା -୩ୟ, ୧୨୧୧ ରେ ରାଜଧାନୀର. ଜନ୍ମ କୁଣ୍ଡଳୀ ଲିପିବଦ୍ଧ। ସେ ବିଡ଼ାନାସୀ କଟକ ଏବର କଟକ! ସୂକ୍ଷ୍ମ  ତାରକସି କାର୍ଯ୍ୟ ପାଇଁ ସୁପ୍ରସିଦ୍ଧI କଳିଙ୍ଗର ରାଜଧାନୀ ବିଡ଼ାନାସୀ। କଟକିଆଙ୍କ ପରିଚୟ ଉଚ୍ଚ କୋଟିର




ବାଦାମ ବାଡ଼ି ବାଦାମ ବାଡ଼ି ଡ଼ାକରେ କାନ ପରଦା ଯେମିତି ଫାଟି ପଡ଼ିଲା! ସ୍ୱୟଂଚାଳିତ ଦୁଇ ଫାଳିଆ ଦ୍ୱାର କ୍ରମେ ଉନ୍ମକ୍ତ! ସହଧର୍ମଣୀ ମିନତୀଙ୍କ  ଇସାରାରେ କଟକୀ ଚାହା' ସ୍ୱାଦ ନେଲୁ। ବାରମଜ୍ଜା ବାହୁଡ଼ାଣୀରେ ଘରପାଇଁ  ମିନତୀ କାନ କାନରେ ଶୁଣାଇଲେ ;ହଁ ଭରିଲି। କଟକ କହିଲେ ମନକୁ ଆସେ ଲିଙ୍କ ରୋଡ଼ ମାଲଗୋଦାମ! ତାଠୁ ବଳିଗଲେ ବାଲୁଁବଜାର  ,ରାଣୀହାଟ ,କଚେରୀ,ମହାନଦୀ ବିହାର। ଅଚିଂହା ଯାତ୍ରୀଙ୍କ ସହ ଭାଗୁଆଳି ଅଟୋରେ ମୁଣ୍ଡ ପିଛା ୫୦ ଟଙ୍କା ଭଡ଼ା। ଅଟୋ ଗଡ଼ିଲା, ଦୋଳମୁଣ୍ଡାଇ ଚୌକ ବାମ କଡ଼ରେ ବରଫ ମିଶା ଦହି ସରବତ ଦୋକାନୀକୁ ଦେଖିଲି ନାହିଁ ! ଆଶଙ୍କା ମନରେ ଘାରିଲା! କଟକ ଆସିଲେ ବାରମଜ୍ଜା  ସାଙ୍ଗକୁ ଏଠି ସରବତ ପିଉଥାଏ। ଶେଷରେ ଅଟୋ  ଚାଳକ ଠୁ ବୁଝିନେଲି। ମୋ ଓଡ଼ିଆ କଥାରୁ ସେ ଠଉରାଇଲା! ଆପଣଙ୍କ ବ୍ରହ୍ମପୁର କି? ଉତ୍ତର ଦେବାରେ ବିଳମ୍ବିତ ନକରି ,ହଁ ,କଣ ହେଲା? ସେ ମୁରକି ହସି ନିରବ ମୁଦ୍ରାରେ। ଜିଲ୍ଲା ଜିଲ୍ଲା ଫରକରେ ଅଳପ ବହୁତ ଓଡ଼ିଆ ଉଚ୍ଚାରଣ ଭିନ୍ନ। "ଆମ ମାତୃ ଭାଷା ଭାରି ବଢିଆ ,  ଆମେ ତ’ପକ୍କା ଓଡ଼ିଆ"।



"ବାଲି", ନୌବାଣିଜ୍ୟ କ୍ରମେ ବାଲିଯାତ୍ରାରେ ନାମିତ। କଳିଙ୍ଗର ସାଧବପୁଅ ପବନର ଅନୁକୂଳ ଗତିକି ପରଖି କାର୍ତ୍ତିକ ପୁର୍ଣିମା ତିଥିରେ ନୌବାଣିଜ୍ୟ ଯାତ୍ରା। ପାରମ୍ପରିକ ବନ୍ଦର କଟିକଡ୍ୟାମ (କଟକ) ନାନୀଗଣିଆ(ପୁରୀ) କାନନଗର (କୋଣାର୍କ) କୋଶାମ୍ବା (ବାଲେଶ୍ୱର) ଅନୁକୂଳ ଯାତ୍ରା। ସୁଦୂର,ବାଲି,ଜାଭା,ସୁମାତ୍ରା (ରେଙ୍ଗୁନୁ) ଏବର ମିଆଁମାର,ସିଂହଳ( ଶ୍ରୀଲଙ୍କା)। ରୋମ ଠାରୁ ଚୀନ ପର୍ଯ୍ୟନ୍ତ ବ୍ୟାପ୍ତ। ଖ୍ରୀଷ୍ଟ ପୂର୍ବ ୩୫୦ ରୁ ପ୍ରାଚୀନ। ୭ ଶତାଦ୍ଦୀରୁ ୧୩ ଶତାଦ୍ଦୀର ସ୍ବର୍ଣ୍ଣ କଳିଙ୍ଗ ନୌବାଣିଜ୍ୟର ଅସରନ୍ତି ଗାଥା ! କଣ କଣ ରପ୍ତାନି କରୁଥିଲେ? କ୍ୱାଲିଟି ମସଲା ମସଲି,ସୁତା ବସ୍ତ୍ର,ସିଲକି ମୁଖ୍ୟ ଆକର୍ଷଣ। ଓଡ଼ିଆଙ୍କ  ଜ୍ଞାନ କୌଶଳତା ଖ୍ୟାତ!


ବାଲିଯାତ୍ରା ଉତ୍ସବ ସହ ତଅପୋଇ, ଖୁଦରୁକୁଣି ଓଷା,ବଡ଼ ଓଷା ଜଡ଼ିତ। ଓଡ଼ିଶାର ସାହିତ୍ୟ ସଂସ୍କୃତି ଯାନିଯାତ୍ରା ପାଇଁ ତା’କଟକ ସହର ଏନ୍ତୁଡ଼ି ଶାଳ। ୟାରୀ ଭିତରେ ବଜାର ପରେ ବଜାର! ୫୨ ବଜାର ୫୩ ଗଳି! ବାଲିଯାତ୍ରା ତୋରଣ କତିରେ ପାଦଥାପିଲୁ।୩ ଟାରେ  ପହଂଚି ଥାଉ। ମୁକସାକ୍ଷୀ ବାରବାଟୀ ଦୁର୍ଗ। ହାତଗଣତି  ଷ୍ଟାଡିୟମରେ ଅଭ୍ୟାସରତ। ବିରାଟ ଦ୍ୱାରା ଅଚଳ ମୁଦ୍ରାରେ! ସଂକୀର୍ଣ୍ଣ ଦ୍ୱାର ପଟେ ଯାଆସ! ପାଚେରୀ ସଂଲଗ୍ନ ଦୋକାନ ସଞ୍ଚାଳିତ। ତ୍ରୀକୋଣୀୟ ଛକରେ ଓଡ଼ିଆଙ୍କ ସାଥି ଗୋପବନ୍ଧୁଙ୍କ ପ୍ରିତିମୂର୍ତ୍ତି ନିକଟରେ ସେଲ୍ଫି ଯେମିତି ନେଇଗଲେ ଦାୟିତ୍ୱ ସରିଲ। ମୁଖ୍ୟ ତୋରଣ ନିକଟରୁ ଗଣ୍ଡେ ଫୋଟନେଲୁ

 ଓଡ଼ିଆ ଚଳଚ୍ଚିତ୍ର ଗୀତ ; ଯା ଯାଆରେ ଭାସିଯା ମୋ ନୌକା ଭାସିଯା। ଖୋକା ଭାଇ ଶ୍ରୀ ଅକ୍ଷୟ ମାହାନ୍ତିଙ୍କ"ନଯାରେ ନଯା ... ବାଲି ଯାତ୍ରାରା ଦେଖି ତୋ ...... ମନ ଯିବଲାଖି ", ଅଦ୍ୟାବଧି ଜନଙ୍କ ସ୍କୃତିଗତ I ପୂର୍ବ ହୃତଗୌର! ନୌବାଣିଜ୍ୟର ଏନ୍ତୁଡ଼ି ଶାଳକୁ ପରଖିଲୁ। ଅବଶ୍ୟ ଏକ ରୂପାନ୍ତର ମାତ୍ର। ସତରେ କଣ ରପ୍ତାନି ଓ ଆମଦାନୀ ଫେରିବକି? ସାଂସ୍କୃତିକ ଉତ୍ସବ -୨୦୨୪, ମହାନଦୀର ଗଡ଼ଗଡ଼ିଆ ଘାଟ ,ବାରବାଟୀ ମୁକସାକ୍ଷୀ। ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ,ମନ୍ତ୍ରୀ ,ସାଂସଦ,ବିଧାୟକ ,ମଙ୍ଗୁଆଳ ସମତେ ୧୪ ଦେଶର ରାଷ୍ଟ୍ରଦୂତ ଅତିଥି! ବୋଇତ ବନ୍ଦାଣ,ମାର୍ଗଶିର ପ୍ରଥମ ଷ୍ଟମୀ ପର୍ଯ୍ୟନ୍ତ ବାଲିଯାତ୍ରା ସମାପନ ପ୍ରଥା ଡ଼ି। 

ପାଦ ଚଲାରେ ମନ୍ଦିର ଦର୍ଶନ ଅସଲ  ଘାଟରେ ପହଂଚିଲୁ। ସାଧବପୁଅ,ସାଧବାଣୀ ବନ୍ଦାପନା ମୁଦ୍ରାରେ। ମନ୍ତ୍ରୀ ,ମଙ୍ଗୁଆଳ ସୁସଜ୍ଜିତ ବୋଇତ ଉକୁଟି ମାରୁଥାଏ। ବୋଇତ ମଧ୍ୟରେ ଓଡ଼ିଶୀ ରପ୍ତାନି ମହଜୁଦ ସାଧବପୁଅ ଆସନରେ। ଘାଟରେ ସାଲୁବାଲୁ! ଅସଲ ବାଲିଯାତ୍ରା, ବାରବାଟୀ ଉପର ପଡ଼ିଆରେ;ଫୁଲଝାଡୁ ,କୁଲା,ବାଉଁଶ ପାତି ପେଡ଼ି .ପ୍ଲାଷ୍ଟିକ ଥାଳି ଗିନା ବେରଂଗ କପ,ଘର କରଣା ଲୁହା ଲହୁଣୀ ଷ୍ଟଲ ,ଶୀତବସ୍ତ୍ର ,ଖେଳନା ରଙ୍ଗ ବେରଙ୍ଗ ବୁଲିବୁଲି ଦେଖିଲୁ। ଦୂରରୁ ତଳ ପଡ଼ିଆର ତୋରଣ ଝଟକୁଥିଲା। ମିଳିତ ଫୋଟ ନେଲୁ। ଗହଳ ଚହଳରେ ଫାଟିପଡୁଥାଏ । ହନୁମାନ ଦୋଳି ପିଲା ବୁଢା ଦୋଳିରେ ଝୁଲୁଥିଲେ। ଭାରତ ମସଲା ଗୋଟିଏ ରେ ଅନ୍ୟଟି ମାଗଣା;ଅନୁରୂପ ବେପାରବଢୁଥାଏ।ରୁଚିମସଲା,ଗ୍ରାହକ ରୁଣ୍ଡ।ଅନେକ ଆକର୍ଷଣୀୟ ଉପହାର ଅଫର ଥାଏ।

ଦହିବରା ଆଳୁଦମ ଆସର। ପାନିପୁରୀ ଷ୍ଟଲରେ ରମଣୀଙ୍କ ଭିଡ଼! ଆଳୁଦମ ଦହି ବରାର ସ୍ୱାଦ ନେଲୁ। ପେଟେ ପେଟେ ଆଳୁଦମ ବରା। ବୁଲାବୁଲି ମଝିରେ ମଥୁରା ଠୁଙ୍କା ପୁରୀ ,ଆଇଁସିକ୍ରିମ। ଯେମିତି ବର୍ଷଟିଏ ପାଇଁ ଏକାଥରକେ ଗାଈ ଗୋରୁ ପରି ଚରିଥିଲୁ!ଏଇତ କଟକୀ ବାଲିଯାତ୍ରାର ପସନ୍ଦ। ସିରିଡ଼ି ସାଇ ବାବା ଇଣ୍ଟର ପ୍ରାଇଜେସରୁ ୱିନିଫିନିଟି ୱାର୍ଲ୍ଡ  ପ୍ରଥମ ଥର ପାଇଁ ଚିକିମିକି  ଆଲୋକ ଦୃଶ୍ୟ ! ପ୍ରବେଶ ଟିକଟ ୧୦୦ ଟଙ୍କା!  ସାଥିରେ ମିନତୀ; ଦୃଶ୍ୟ ପୂର୍ବରୁ ଦେଖୁ ନଥିଲୁ! ମଞ୍ଚରୁ ଓଡ଼ିଆ ହିନ୍ଦୀ  ଫେଣ୍ଟା ଫେଣ୍ଟି ସଂଗୀତ ଲହରରେ ଘଣ୍ଟାଏ ବିତେଇଲୁ। ଫୋନରେ ବଳକା ନୃତ୍ୟ କଏଦ କଲୁ। ନିହଳରେ ଦେଖିବୁ।

ଓହୋ କି ଭିଡ଼! ଚତୃପାର୍ଶ୍ୱରେ ଜନ ସମୁଦ୍ର! ବୁଲା ବୁଲିରେ ବହୁବାର ଝୁଣ୍ଟି ପଡିଲି ଖାତିରି ଯେମିତି ନଥିଲା! ମଧୁର ମଧୁର ଗୀତ ନୃତ୍ୟର ଆସର! ମୁଖସ୍ୱାଦ ତୁହାକୁ ତୁହା ବର୍ଷକରେ ଥରେ କଟକ ବାଲିଯାତ୍ରା  ହନୁମାନ ଦୋଳି ଚକର କାଟୁଥାଏ। ଉତ୍କଳୀୟ ନୌବାଣିଜ୍ୟ  ପରମ୍ପରା  ଓ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସମୂହ (Maritime History of Odishan Culture  and South –East- Asian Countries ) ସ୍ୱତନ୍ତ୍ର ଷ୍ଟଲଟିଏ ସଜ୍ଜିତ। ମା ଦୁର୍ଗା ,ମଙ୍ଗଳା,ଚଣ୍ଡୀ,କାଳୀ ଦେବୀଙ୍କ ଦର୍ଶନ ପାଇଲୁ ବୋଇତର ପ୍ରତିଛବିର  ଏକ ସେଲ୍ଫି ବିନ୍ଦୁଟିଏ। ଅରୁନ୍ଧତୀ ସେଲ୍ଫି ବିନ୍ଦୁରେ ଦୁହେଁ ଫୋଟନେଲୁ। ଅତୀବ ସୁନ୍ଦର! ସବୁଠିଁ ଭିଡ଼ ଜନ ସମୁଦ୍ର ଐତିହାସିକ ବାଲିଯାତ୍ରା ! ଗୀତ ନାଚର ଆସର ଭୋଗ କଲୁ। କଥା ଦେଇଥିଲି ବାରମଜ୍ଜା  ନେଇ ଆସିଲି। ଓଡ଼ିଶା ଦକ୍ଷିଣ ପୂର୍ବ ଏସିଆ ଦେଶ ସମୂହର ସଂସ୍କୃତିର ପରିଚୟ ଦିଏ। ଅଭୁଲା ଭ୍ରମଣ କଟକ  ବାଲିଯାତ୍ରା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ।



ନୌବାଣିଜ୍ୟ ଦକ୍ଷିଣ ପୂର୍ବ ଏସିଆର ଦ୍ୱୀପପୁଞ୍ଜ ସମୂହ
ବେପାର ବଢିବ ଖାତିରି ବଢିବ ,ବଢିବ ଧନ,ଐଶ୍ୱର୍ଯ୍ୟ
ମହଣ ମହଣ ଆଳୁଦମ ବରା ବାରବାଟୀ ମୁକସାକ୍ଷୀ।
ରପ୍ତାନୀ ଓ ଆମଦାନୀର ଗାଥା ଆଉଟୁ ପାଉଟୁ ଏଥର
ଅନ୍ତିମଦିନ ବାଲିଯାତ୍ରା ପରମ୍ପରା ନଦୀ,ମୁହାଁଣ ସାଗର

 (ରଚୟିତା - ଦିଲିପ କୁମାର ନାୟକ)                                                                                     

 

 




Comments

  1. ସୁନ୍ଦର ଆଲେଖ୍ୟ.... 🙏🙏🙏ଅଜସ୍ର ଶୁଭେଚ୍ଛା ଓ ଧନ୍ୟବାଦ

    ReplyDelete
  2. Beautiful pictures and wonderful writing

    ReplyDelete
    Replies
    1. “I' am glad you enjoyed it.It was a special story for me ,So your feedback is extra meaningful.”

      Delete

Post a Comment