ସମ୍ରାଟ ଅଶୋକ ନାମାନୁସାରେ “ଆସିକା “,ନାମକରଣ ଏକ ଦୃଢ ଯୁକ୍ତି ଛୁପିଥିଲା। ଆଦିମ ଜାତିର ଅଶ୍ମକ ଏକ ଅଂଚଳ। କୃଷି ଓ ନୌବାଣିଜ୍ୟ ନିପୁଣତା ପାଇଁ ,ବିଦେଶୀ ସ୍ବଦେଶୀ ଆସିକା’କୁ ଦିନେ ଲୋଭ କରିଥିଲେ। ଚେଦି ମୌର୍ଯ୍ୟ ,କୁଶାଣ ଭୌମ ,ଗଙ୍ଗ ,ଚୋଳ ,ସୂର୍ଯ୍ୟ ଭୋଇ ବଂଶ ଦ୍ୱାରା ଶାସିତ। ଖଇଂଜିଲି ମଣ୍ଡଳର ବେଙ୍ଗି ଶାସନଧୀନ ଉତ୍ତର ସିରକାର -୨୬ ଖାଲସା ନାମରେ ପରିଚିତ। ରାମା ରାଉତ ରାୟ ଶେଷ ଜମିଦାର। ସହର ଦକ୍ଷିଣରେ ପୁଣ୍ୟତୋୟା ଋଷିକୂଲ୍ୟା ଓ ଉତ୍ତର ଦିଗରେ ବଡନଈ ପ୍ରବାହିତ। ଗାଁ ରୁ ସହର ସମ୍ପର୍କ ଅତି ନିବିଡ଼। ଆସିକା ପଦଟିରେ ଐତିହ୍ୟ ଯେତିକି ଅଛପା ତାଠୁ ଦୁଇଗୁଣା ମୁକୁଳା! ଚିନି ଶିଳ୍ପ ମୁକସାକ୍ଷୀ। ଓ' ଦିନର ଆଖୁ ପେଡ଼ା ଏବର ଚିନି କାରଖାନ ଅନନ୍ୟ ! ଚିନି ଶିଳ୍ପରୁ ଆସିକା ଚିନିର ସହର ରୂପେ ପରିଚିତ।
ମୋ ଜନ୍ମ ପୂର୍ବରୁ ଆସିକା ଚିନି କାରଖାନାର ଏନ୍ତୁଡ଼ି ଶାଳା! କର୍ଣ୍ଣଲେ ଫେଡ଼ରିକ ମିଞ୍ଚିନି ସୁପୁତ୍ର ଏଫ.ଜେ.ଭିଭିୟାନ ମିଞ୍ଚିନିକୁ ଆସିକା ଚିନ କଳର ଜନକ କହନ୍ତି। କେଇ ଦିନ ଚିନିକଳ ସୁନା ମହାନ୍ତି (ବିବାହିତା) ଶ୍ରୀମତୀ ସୁନା ମିଂଚିନିଙ୍କ ହାତରେ ପରିଚାଳିତ। ଓଡ଼ିଆ ପୁଅ ହାତରେ ପୁରୁଣା ଚିନି କଳ! ନିମଖଣ୍ଡି ଗାଁ'ର ପରମାନନ୍ଦ ସାହୁଙ୍କ ସପରିବାର। କେଇ ବରଷ ପରେ ରୁଗୁଣ ! ତା' ଛାତିରେ ନଗର! ଶିକ୍ଷାର ବତୀଘର! ଆସିକା ଚିନିଶିଳ୍ପ ସମବାୟ ସମିତି ଲିମିଟେଡ଼ ,ନୂଆଗାଁ ,ଆସିକା।
୧୯୫୬ ରେ ଶ୍ରୀ ଭଜାରାମ ସ୍ୱାଇଁ , ଶ୍ରୀ ଆଦିକନ୍ଦ ସାହୁ, ଶ୍ରୀ ଆକୁଳ ଦାଶ, ଶ୍ରୀ ରାମନାଥ ପଣ୍ଡା ଆଦି ସମବାୟ ପ୍ରେମୀଙ୍କ ଉଦ୍ୟମରେ ସମବାୟ ଭିତିକ ଚିନି କାରଖାନ ମୁକସାକ୍ଷୀ। ୧୬ ଡ଼ିସେମ୍ବର ୧୯୬୩ ରେ ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ବିଜୁ ପଟ୍ଟନାୟକଙ୍କ କର କମଳରେ ଉଦଘାଟିତ। ସାଥିରେ ଶ୍ରୀ ବୀରେନ ମିତ୍ର ,ମୁଖ୍ୟମନ୍ତ୍ରୀ ,ଏ .ସି .ବନ୍ଦୋପାଧ୍ୟାୟା ,ଆଇଏଏସ ଶ୍ରୀ କେ.ଏସ ବେବ, ଆଇଏଏସ. ,ସମବାୟ ସଚିବ ଓ ସମାହାରରେ ବହୁ ସ୍ଥାନୀୟ। ଜୀବିତ!,”ଓଡ଼ିଶା ଚିନିର ସହର ଆସିକା” ।
ଗାଁ କୃଷକ ପ୍ରାୟ ଆଖୁ ଚାଷୀ। ଜେଜେଙ୍କ ଆଖୁରୁ ପଣା,ଗୁଡ ଶାଳରେ ୧୯୬୦ ଦଶକରେ ପ୍ରସ୍ତୁତ କରୁଥିଲେ। ସେଥିପାଇଁ ଗୁଡ଼ଘର ସ୍ୱତନ୍ତ୍ର! ଏବେବି ସେ ନାମ ଲୋପ ହୋଇନି। ରଙ୍ଗ ବଦଳିଛି! ଏକ ନିରାଟ ସତ କାହାଣୀ! ଜେଜେଙ୍କ ସହ ଆଖୁ ବାଡ଼କୁ ଯାଏ। ଆଖୁର ମଧୁର ଚଢି଼ଆମାଳ ଓ ତାଳପଦର ଖେତ ମନପଡେ। କୂଅରୁ ତେଣ୍ଡାରେ ଜଳ ମଡ଼ା ସମ୍ପୂର୍ଣ୍ଣ ମଣିଷ ପରିଚାଳିତ। ନନା ଆଖୁ ଚାଷରେ ମନଦେଲେ। ତାରି ପ୍ରଭାବ ଆମ ଉପରେ। ପିଢ଼ି ପରେ ପଢି ଗାଁ ଆଖୁଚାଷୀ ଆପଣେଇଥାନ୍ତି।
ଆଖୁ ଅମଳ ଖୀର୍ଷ୍ଟ ପୂର୍ବ ଚତୃର୍ଥ ଶତାଦ୍ଦୀରୁ ପ୍ରାଚୀନ ! ଜଳବାୟୁ ସୁଖଦ ସାମାନ୍ୟ ଲବଣ୍ ଯୁକ୍ତ! ମାଟି ପାଣି ପବନ ଉତ୍ତାପ ଦୃଷ୍ଟିରୁ ଅଂଚଳ ଆଖୁ ଅମଳ ପାଇଁ ଅନୁକୂଳ। ଚାଷୀଙ୍କ ଦୃଢଜ୍ଞାନ ବିଶ୍ୱାସ ଏବେବି ଦେଖିବାକୁ ମିଳେ। ଆଖୁଚାଷ ଓ ଅମଳ କିପରି ହୁଏ ଜାଣିଲୁ। କିନ୍ତୁ ଆଖୁରୁ ପଣା ,ଗୁଡ଼ ,ନବାତ ,ଚିନି କିପରି ପ୍ରସ୍ତୁତ ହୁଏ? ଆମକୁ ମାଲୂମ ନଥିଲା ! ଚିନି ପଗଡ଼ ସର୍କରା ସ୍ୱାଦ ଘରେ ଘରେ ଲୋକପ୍ରିୟ। ଚିନିର ଇତିବୃତ୍ତିକୁ ନିଜ ଆଖିରେ କେମିତି ଦେଖିବୁ? ଭାଳେଣି ପଡ଼ିଲା!
୧୮ ଡ଼ିସେମ୍ବର ୧୯୭୭ ମସିହାର ଏକ ଭ୍ରମଣ କାହାଣୀ। ଚିନି ଶିଳ୍ପ ହାଇସ୍କୁଲ,ବାବନପୁର, ଦଶମ ଶ୍ରେଣୀ ଛାତ୍ର। ବାଲ୍ୟବନ୍ଧୁ (ବାରାନାର) କବିରାଜ ବାଡ଼ାତ୍ୟା , ରାଜୁ ରାଉତ, ମୋ ସହ ରଥ ସଙ୍ଗାତେ। ରବିବାର ୪ ସହପାଠୀ ନିଜେ ଚାଲିଚାଲି ବୁଲି ବାହାରିଲୁ। କରଚୁଲି ଆସିକା ରୋଡ କୋଶ ଦୂର! ଗାଁ କଇଠ ପୋଲ , ଡ଼ାହାଣରେ ଗହିର ବିଲ ଅତିକ୍ରମ କଲୁ। ଥୁଣ୍ଟା ତେନ୍ତୁଳି ବୃକ୍ଷ। ବାମ ପାର୍ଶ୍ୱରେ ଦଣ୍ଡକାଳୀ ମନ୍ଦିରର ଢ଼ୋଲ ଶୁଭୁଥାଏ। ଚୈତ୍ର ମାସର ୧୩ ଦିନିଆ ଦଣ୍ଡ ଯାତ୍ରା। ଗାଁ ସହର ପରିକ୍ରମା । ମାନସିକ ଧାରୀଙ୍କ ବାସଭବନ ସମୁଖରେ କାଳୀନୃତ୍ୟ ପୂଜାପାଠ। କାମନାକାରୀ ସମୂହ ଜଳଦଣ୍ଡ ,ଅଗ୍ନିଦଣ୍ଡ ,ଧୂଳିଦଣ୍ଡ ଆଦି ପ୍ରଦର୍ଶିତ। ଯାତ୍ରାର ୧୩ ଦିନ ଅନ୍ତରେ ମେରୁ ପର୍ବ। ଛାୟାପରି ମନେ ପଡୁଥାଏ। ନୁଆଁଗାଁ ମୁଖ୍ୟ ବଜ୍ଜାର ବାମ ପାର୍ଶ୍ୱରେ ଗୋପୀନାଥ ମନ୍ଦିର ଡ଼ାହାଣ ପାର୍ଶ୍ୱରେ ପୁରୁଣା ସାହି ୩ଟି ତେଜରାତି ଦୋକାନ। ଗ୍ରାହକ ଚିନିକଳ ଶ୍ରମିକ। ଓଆରଟି ବସ ଗୋଟିଏ ବେଲଗୁଣ୍ଠା , ଘୁ.ଉଦୟଗିରି ବସ ପେଁ ପେଁ ହର୍ଣ୍ଣ ସଡ଼କରେ ଗଡ଼ିଲା। ଅପ୍ରମିତ ବାଟୋଇ ସୁନ ବାହନରେ ଆସିକା ଯାତ୍ରା ଓ ପାଦଚାରିଙ୍କ ସହ ଭେଟା ଭେଟି । ଆମେ ଚିନି କଳ ଦେଖିବୁ ! ଅହେତୁକ ଉତ୍ସାହ ବଢୁଥାଏ । ରଥ ସଙ୍ଗାତ ହସ ହସ ମୁଖରେ। ରାଜୁ କହୁଥାଏ ;ପ୍ରବେଶ ମୁଖ୍ୟ ଦ୍ୱାର ଜମାଦାରଙ୍କ ଅନୁମତି କିପରି ନେବା। (ସାଇରନ) ଭୁଁ ୩ଟି ବାଜିଲା।,ସମୟ ଦିନ ୧୦ ଘଣ୍ଟା । "ଭୁଁ ଅଂଚଳର ନିର୍ଘଣ୍ଟ " ପାହାନ୍ତାରୁ ରାତ୍ର ଠିକ ସମରେ ବାଜିଉଠେ। କର୍ମଚାରୀ ପାଇଁ ଏକ ସତର୍କ ଘଣ୍ଟି ବେଳୁସୁ ଶୁଣିଥିଲୁ। ମନପଡ଼େ ସମୟର ଏନ୍ତୁଡ଼ି ଶାଳାର ସପନରେ !
ବାମ ପାର୍ଶ୍ୱରେ ଶ୍ରୀ ହରି ନାୟକଙ୍କ ଧାନକଳ। କାରଖାନା ଛିଟା ଜଳ ଉପରେ ପଡୁଥାଏ। ତାପରେ ହାତଗଣତି ଚିନିକଳ କଲୋନୀ, ଜ୍ୟୋତି ଟ୍ରକ ପରିବହନ ସଂସ୍ଥା। ପୂର୍ବ ଦିଗରେ ଚିନିକଳ ନୂଆଗାଁରେ ସ୍ଥାପିତ। ଉଚ୍ଚା ଚିମିନି ଦେଖିଲୁ ! ଭକଭକ କୁଣ୍ଡଳିକୃତ କଳା ରଙ୍ଗର ଧୂଆଁ ନୀଳ ଆକାଶ ଦେହରେ ମିଶିଯାଉଥିଲା। କଥା ଛଳରେ ହସି ହସି ରଥ ସଙ୍ଗାତେ କହିଲେ ,ଏଠି କଳା ରଙ୍ଗ ଧୂଆଁ ମାଗଣା; ଯିଏ ଯେତେ ନେଇ ପାରିବ! ପ୍ରଥମେ ବୁଝି ପାରିଲି ନାହିଁ ! ଏଠି ଆକାଶରେ ରଙ୍ଗ ବଦଳେ! ବେଳେ ବେଳେ ବାବନପୁର ଆକାଶକୁ ଉଡ଼ିଆସେ। କଥା ନସରୁଣୁ ରାଜୁ କହି ଉଠିଲା ,"ଆକାଶେ କି ରଙ୍ଗ ଲାଗିଲା, ନୀଳ ଆକାଶକୁ କଳା କିଏ ବୋଳି ଦେଲା”,। ଆମେ (ବାରାନାର) ମୁଖ୍ୟ ଫାଟକ ପାଖ ପାଖି ୪ ପହଞ୍ଚିଗଲୁ। କେଇ ମିନଟ ଅପେକ୍ଷାରେ ଯାଞ୍ଚ ପଞ୍ଜିକରଣ ଅନୁମତି । ଖୁସିର ଝଲକ ସଭିଁଏଙ୍କ ମୁଖରେ ହସ ଫୁଟିଲା।
କୁତ୍ରିମ ଫିମ୍ପ ପର୍ବତ! ଉଚ୍ଚା ଧୁଆଂ ନଳା କୁଂଡାଳୀକୃତ। କଳା ମେଘର ଭ୍ରମସୃଷ୍ଟି କରୁଥିଲା। କମାର ଶାଳ ,ଗବେଷଣା ଗାର,ଶ୍ରମିକ ଅଧିକାରୀ କାର୍ଯ୍ୟାଳୟ ଓ ମୁଖ୍ୟଯନ୍ତ୍ରୀ ଦପ୍ତର ବାହ୍ୟ ଦେଖିଲୁ। ପ୍ରଥମେ ଶଗଡ଼ ଦ୍ୱାର ,ଟ୍ରକ, ଆଖୁ ବୋଝେହି ଟ୍ରାକ୍ଟର
ଦେଖିଲୁ। ବିଡ଼ା ଉପରେ ବିଡ଼ା! ଗୋଜରେ ରଶିରେ ବନ୍ଧା ହୋଇଥାଏ। ଚାଷୀ ମୁଣ୍ଡରେ ପଗଡ଼ି ଦେଖିଲୁ। ତାପରେ ଓଜନ ଘର ! ଯେଉଁଠି ଆଖୁ ତରାଜୁରେ ତୌଲ ହେଉଥାଏ।ଗୋଟିଏ ପରେ ଗୋଟିଏ ବାହନ ସମୂହ ଧାଡ଼ିରେ ଓଜନ କରୁଥିଲେ। ଚିରିକୁଟି ଚାଷୀଙ୍କୁ ଦେଉଥିଲେ। ଅନଲୋଡ଼ ପରେ ଓଜନ। ଅସଲ ଆଖୁ ଟନ ସଠିକ ରସିଦ ରୀତିମତ ଭିତରରୁ ଦେଖିଲୁ। ଚଟାଣ ରଙ୍ଗ କାଙ୍କରା ମାଟିରେ ଆଚ୍ଛାଦିତ ସମତଳ ନଥିଲା।,କବିରାଜ ରାସ୍ତାକୁ ନେଇ କେତେ ଟିପା ଟିପ୍ପଣୀ ।
ଆଖୁ ନାଳରେ ମନ୍ଥର ଗତିରେ ଟିକିଟିକି ଖଣ୍ଡ ! ଟ୍ରଲର ଟାଣି ନେଉଥିଲା। କର୍ମଚାରୀ ଗୌଡ଼ ଆମକୁ ଦେଖି ହସିଲେ ! ଆମେ ବି ମୁରକି ମୁରୁକି ହସିଲୁ। ସେ କହିଲେ ,ପିଲେ ଏହାହିଁ ଚିନି କଳର ମୁଖମଣ୍ଡଳ ! କଞ୍ଚା ମାଳ ଆଖୁ ତାରି ଖାଦ୍ୟ ସେପଟେ ଶେଷ ଦ୍ୱାର ଚିନି ଅମଳ ହୁଏ।ସତରେ ମଳି ମୁଣ୍ଡିଆ ଗୌଡ଼ ଜ୍ଞାନର ଭଣ୍ଡାର ସେ କୃଷି ବିଜ୍ଞାନ ଶିକ୍ଷକ ଠାରୁ କେଉଁ ଗୁଣରେ ବଡ଼। ଆମ ପୋଥି ବାଇଗଣ ,ବାଡ଼ିବାଇଗଣ ଉପାଖ୍ୟାନଟି ୧୦୦ ପ୍ରତିଶତ ଯେମିତି ଫିଟ ! ପଦେ କଥା ପ୍ରତିଧ୍ବନିତ କରୁଛି !
୧୯୬୪ ରୁ ୨୦୧୦ ରେ ଆଖୁ ପେଡ଼ା ଅବଧି ବହୁତ ଫରକ ! କେଇ ମିନଟ ପରେ ଅସଲ କାରଖାନାର ଟିଣ ଛାତ ତଳକୁ ସ୍ପର୍ଶ କଲୁ। ଡ଼ାହାଣ ପାର୍ଶ୍ୱରେ ଗୋଳେଇ ବଡ଼ ଲୁହଖଣ୍ଡ ପେଷି ହେଉଥିଲା। ଉପର ମୁଣ୍ଡରୁ ପାଇପରୁ ଜଳ ମନ୍ଥର ବେଗରେ ଝରୁଥାଏ। ଆଖୁ ପଣା ଫେଣ ଦେଖିଲୁ। ନୀଳ ଜଳମିଶା ଓ ଆଖୁ ଚୋପା ମିଶିଥାଏ। ଦ୍ୱତୀୟ ,ତୃତୀୟ ବାର ପେଷିବାର ଦୃଶ୍ୟ ଦେଖିଲୁ। ଆଖୁ ରସ ଯେମିତି ସବୁ ନିଗାଡ଼ି ଯାଇଥିଲା । ତା’ବକଳ ପିମ୍ପ ଅଲଗା ମାର୍ଗ ଦେଇ ପିମ୍ପ ଗଦାରେ। ରସକୁ ବାରମ୍ବାର ଛଣା ଯାଉଥିଲା! ରସ ହିଁ ଆଖୁ ରସ ! ରାଜୁର ଲାଲ! ରସ ଉପରେ ଲୋଭ ବଢିଥିଲା। ଭ୍ରମଣକାରୀ ପିଇବା ସମ୍ପୂର୍ଣ୍ଣ କଟକଣା।
ଆମେ ଲୁହା ଶିଡ଼ିରେ ଉପର ମହଲାକୁ ଗଲୁ ," ବଏଲର ମଧ୍ୟରେ ଟକ୍କର ମକ୍କର ",ଛୋଟ କାଚ ଦ୍ୱାରରୁ ଆମେ ଦେଖିଲୁ । ଅଣ ଓଡ଼ିଆ ବିହାରୀ ଅଧିକାରୀ ମିଟର ବରାବର ଦେଖୁଥିଲେ। ଅସହ୍ୟ ଗରମ! କାରଖାନ ଭିତରେ ଘଡ଼ ଘଡ଼ ଶବଦ କେତେ ବେଳେ ଚେଁ ଚେଁ ,କେଁ କେଁ ,ଘ୍ରୁଘ୍ରୁ,ଟଣ ଟାଣ ! କାନକୁ ଜମା ଶୁଭୁନଥିଲା। ଯେମିତି ଆମେ ୪ଙ୍କ ଶ୍ରବଣ ଶକ୍ତି ହରାଇ ବସିଲୁ !
ଅନୁପାତ ଆମକୁ ମାଲୂମ ନଥିଲା! ଉପର ସିଡିରୁ ତଳକୁ ଆସିଲୁ। ଇସାରା ଇସାରାରେ କଥାବାର୍ତ୍ତା ଶେଷ ପଟେ ଚିନି ପ୍ୟାକ। ଯନ୍ତ୍ରପାତିରେ ହଲାଣ୍ଡ ,ଜର୍ମାନୀ ଲେଖା ରହିଥିଲା। ଯେଉଁଠି ଅସଲରେ ଚିନି ଉତ୍ପାଦନ ହେଉଥାଏ । ଲୁହା ନିର୍ମିତ ଉଚ୍ଚ ଚଟାଣ ନିର୍ମିତ। ଏକାଧିକ ଚିନି ଉତ୍ପାଦିତ ଟ୍ରାରର୍ବାଇନି ଘୁରୁଥାଏ। ସଂକୀର୍ଣ୍ଣ ମାର୍ଗ ଥାଏ । ସଙ୍ଗାତେ ସବା ଆଗରେ ତାପରେ କବିରାଜ ଶେଷର ରାଜୁ ଜଣ ଜଣ ଦେଖିଲୁ। ଉର୍ଦ୍ଧମୁଖ ପାଇପରୁ ମୋଟା ପରିମାଣରେ ନିର୍ଗତ ହେଉଥାଏ। ନିୟନ୍ତ୍ରଣରେ କାରିଗର ପ୍ରତିଟି ହ୍ୟାଣ୍ଡଳକୁ ପରିଚାଳିତ କରୁଥିଲେ। କେଇ ମିନଟ ଘୁର୍ଣ୍ଣନରେ ତଳପଟୁ ଝିରଝିର ଲୁହା ଚାଲୁଣୀରେ ପଡ଼େ । କିଛି ସମୟ ପରେ ଧଳା ଧଳା ଚିନି ତଳ ପଟେ ଗଳିଯାଉଥାଏ। ସ୍ୱୟଂଚାଳିତ ଚାଲୁଣୀ ଥରି ଉଠୁଥାଏ। ଏ ଗ୍ରେଡ଼ ଚିନି ଗୁଣବତ୍ତା ପାଇଁ ପ୍ରସିଦ୍ଧ।
ପଗଡ଼ ଚିନି ପ୍ରଥମରେ ପ୍ୟାକ ହେଉଥାଏ । ସରୁ ଚିନି ଅଖାରେ ପ୍ୟାକ ହେଉଥଲା। କ୍ରମିକସଂଖ୍ୟା ମୋହର ; ଟ୍ରଲିରେ ଭଣ୍ଡାର ଘର ପର୍ଯ୍ୟନ୍ତ ବୁହାଯାଉଥିଲା।ଏବର ଚିନି କାରଖାନା ଆଧୁନିକ! ପେଡ଼ା ଶକ୍ତି ବଢିଛି କିନ୍ତୁ ଆଖୁ ଚାଷ ବିପରୀତ ! ପଣ୍ଡିତେ କଥା ହେଉଥିଲେ, ଚାଷୀ ହିଁ ଶିଳ୍ପର ଏନ୍ତୁଡ଼ି ଶାଳ! ସବୁତ ଦେଖିଲୁ !ମନରେ ପଣା କେଉଠୁଁ ପିଇବୁ! ମୁକ୍ତ ସିରା ଟାଙ୍କି କଳା ଲାଲ ମିଶ୍ରିତ ତନ୍ତିଆ। ଆଖୁର ମଇଳା ଖତ ! ଟକ୍କର ମକ୍କର ପାଣିକୁ ଥଣ୍ଡାରେ ବଦଳ ହେଉଥାଏ। ମାଟିଆ ଅଖା ରଙ୍ଗ ମଝିରେ ନୀଳ ରଙ୍ଗରେ ରେଖାଙ୍କିତ। ଆମ ଭ୍ରମଣ ଶେଷ ପାଦରେ! ଚିନିର ସୁଗନ୍ଧରେ ନିଆରା। ଅନୁଭବ ପରିବେଶକୁ ମଧୁର କରିଥିଲା। କେତେ ଦଣ୍ଡା ଆଖୁ ଖାଇଲୁ! ଆମେ ତା ଗଣି ପାରିନଥିଲୁ। ପେଟେ ପେଟେ ଆଖୁ ପଣା ପିଇଲୁ! ଆଖୁରୁ ଚିନି କିପରି ହୁଏ ଦେଖିଲୁ। ଅନେକ ସନ୍ଦେହେ ମନରୁ ଦୁରେଇ ଯାଇଥିଲା। ମିଠା ମିଠା ହିଁ ମିଠା। ୩ ଘଣ୍ଟା ଭ୍ରମଣରେ ଅନେକ ଶିକ୍ଷା ପାଇଲୁ। ଏବେବି ଭ୍ରମଣର ଅନୁଭୂତି କଥା କଥାକେ ସ୍ମରଣୀୟ।
(ରଚୟିତା - ଦିଲିପ କୁମାର ନାୟକ)




Comments
Post a Comment