ସୀମାର ଶେଷ ରେଳ ଷ୍ଟେସନରେ ପହଞ୍ଚିଲୁ। ବଗିରୁ ଭୁସୁଭାସ ଯାତ୍ରୀ । ମିନତୀ ଓ ପ୍ରଣତି ପ୍ରସ୍ଥାନ ଦ୍ୱାର ମୁହାଁ । ବିବେକାନନ୍ଦ ପୁରମରେ ରହଣି ନିଶ୍ଚିତ। ମାଳମାଳ ଅଟୋ ଭିନ୍ନ ଭିନ୍ନ ଦର। ୧୦୦ ଟଙ୍କା ଭଡ଼ାରେ ଟୁକୁଟୁକୁ ଘୁରୁଘୁରୁ ଶବଦରେ ଦୌଡ଼ିଲା। ଉପକୂଳିଆ ମାର୍ଗ ଡ଼ାହାଣ ମୋଡ଼ରେ, ତୋରଣ। କାନ୍ଥ ଦୁଇପାର୍ଶ୍ୱରେ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଝଟକୁଥିଲା। ୧୫ ମିନଟର ଯାତ୍ରା;ଅଭ୍ୟର୍ଥନା ପ୍ରକୋଷ୍ଠରେ ଅଟୋ ଥମିଗଲା।
ସଂରକ୍ଷିତ ସଫ୍ଟକପି ପ୍ରଦର୍ଶିତରେ, ଅଧିକାରୀ ରେଜିଷ୍ଟାର ମୁକୁଳା କଲେ। ନାମ,ଠିକଣା,ଆଧାର ସଂଖ୍ୟା,ସେଲଫୋନ ପଞ୍ଜିକରଣl ବାନ୍ଧବୀ ମିନତୀ,ପ୍ରଦୀପ ଓ ପ୍ରଣତିର ନାମ ରେଖାଙ୍କିତ। ୨୪ ଜୁନ ୨୦୨୪ରେ ବିବେକାନନ୍ଦ ପୁରମରେ ୨ ଦିନ ରହଣି । ପରିଚାଳକ ଇସାରାରେ ଅତିଥି ପ୍ରକୋଷ୍ଠ ମୁହାଁ; ଦି'ତାଳ ବିଶିଷ୍ଟ ନୁଆଁ କୋଠା। ୧୦୦ ମିଟର ଦୂର।
👉ବାମକଡ଼ରେ ଚିତ୍ରା କ୍ୟାଣ୍ଟିନି। ପ୍ରଦୀପଙ୍କ ହସ କେବଳ ହସ। ଭାରି ଖାଦ୍ୟ ପ୍ରିୟ। ଉପର ମହଲା କୋଠରୀ ସଂଖ୍ୟା ୧୧୭, ୧୧୮, ଟିଭି ରିମୋଟ,ଗଦରେଜ ତାଲା ଚାବି ହେପାଜତରେ। ଗରମ ଜଳ,ଶୀତତାପ ନିୟନ୍ତ୍ରିତ ବଖରା। ଆପଣ ଛାଏଁ ୩ କପ ଚାହା! ପ୍ରଣତିର ବେଳୁସୁ ଅଭ୍ୟାସ ନଥିଲା। ଟିଭିରେ ଖବର ତୁହାକୁ ତୁହା ପ୍ରସାରିତ ହେଉଥାଏ। ପ୍ରଥମ ଦିନର ଭ୍ରମଣ ତାଲିକା ତଳରୁ ଉପରକୁ ଦୁଇଥର ପଢ଼ିଲୁ ।
👉ଚିତ୍ରା ହୋଟେଲ ଏକକ ଆୟତାକାର ସୁସଜ୍ଜିତ କୋଠରୀ, ସକାଳୁଆ ଜଳଖିଆ ତାଲିକାରୁ ପସନ୍ଦ ଅନୁଯାୟୀ ଅର୍ଥ ପୈଠ କଲୁ।ସସ୍ତ୍ରୀକ ଉପମା ତରକାରୀ,ପ୍ରଦୀପ ଓ ପ୍ରଣତି ପୁରୀ ଇଟିଲି। କଡ଼କ ଚାହା’ର ସ୍ୱାଦ ନେଲୁ। ଚିତ୍ରା ନାମ ଅନୁଯାୟୀ ଜଳଖିଆର ସ୍ୱାଦ, ଲା-ଜବାବ! ଟ୍ରଷ୍ଟ ତରଫରୁ ସଞ୍ଚାଳିତ ନିଶୁଲ୍କ ପରିବହନ ରୁ ଫାଇଦା ନେଲୁ।
👉କନ୍ୟା କୁମାରୀ ବେଳୁସୁ ପର୍ଯ୍ୟଟନ ପାଇଁ ଖ୍ୟାତ। ଦେବଦେବୀଙ୍କ ଦର୍ଶନ ପାଇଁ କୂଳରେ ତୀର୍ଥଯାତ୍ରୀ। ୩୩ କୋଟି ଦିଅଁ ଦେବତାରୁ ଏଠି ୧୩ଟି ହିନ୍ଦୁ ମନ୍ଦିର ସ୍ଥାପିତ। ସଂସ୍କୃତି ଓ ଏତିହ୍ୟ ଜଡ଼ିତ। ଦେବୀ କନ୍ୟା କୁମାରୀ ମନ୍ଦିର ମନକୁ ସ୍ପର୍ଶକରେ। ହିନ୍ଦୁଙ୍କ କିମ୍ବଦନ୍ତୀରେ, ଦେବୀ କନ୍ୟା କୁମାରୀ ପାର୍ବତୀ ଅବତାରରେ ଭଗବାନ ଶିବଙ୍କ ବିବାହରେ ସଫଳ ହୋଇନଥିଲେ। ଦେବୀ କୁଆଁରୀ। ଭୋଜି ସାମଗ୍ରୀ ପ୍ରସ୍ତର ପାଲଟିଲା। କୂଳରେ ଛୋଟ ଛୋଟ ଶିଳାଖଣ୍ଡ ପ୍ରତ୍ୟୟମାନ।
👉୩୦୦୦ ହଜାର ବର୍ଷର ଗାଥା। ଦେବୀ ମହାଦେବୀ ,ପାର୍ବତୀ ,ଲକ୍ଷ୍ମୀ ,ଭଦ୍ରକାଳୀ ,ଶକ୍ତି ରୂପିଣୀ ,ଶ୍ରୀ ଭଲଭଦ୍ର ,ଶ୍ରୀ ବାଲା,କନ୍ୟା ଦେବୀ, କୁମାରୀ ରୂପେ ବନ୍ଦିତ। ଟ୍ରାଭେନକୋର ସାମ୍ରାଜ୍ୟର ଚେରା ବଂଶଜ ରାଜା ସମେତ ପାଣ୍ଡ୍ୟା,ମଦୁରାଇ ନାୟକ ରାଜା ସମୂହ ଶାସିତ କରୁଥିଲେ। ଏବର ପରିଚୟ କନ୍ୟାକୁମାରୀ। ଅପ୍ରମିତ ଶ୍ରଦ୍ଧାଳୁଙ୍କୁ ଦେଖିଲୁ। ଦକ୍ଷିଣ ଭାରତୀୟ ଶ୍ରଦ୍ଧାଳୁ, ତାମିଲ ,ମାଲାୟାଲାମ ,କର୍ଣ୍ଣଡ଼ ଭାଷାରେ ମତ ଦେଉଥିଲେ। ନିଶୁଲ୍କ ! ଲମ୍ବା ଧାଡ଼ି ପୁରୁଷ ଓ ମହିଳା ପୋଷାକ ଫରକ ଦେଖିଲୁ। ପୁରୁଷ ଶ୍ରଦ୍ଧାଳୁଙ୍କ ଶରୀର ଉପରି ଅଂଶରେ ପୋଷାକ ନଥିଲା। କେଉଁ କାଳରୁ ଦେବୀ କନ୍ୟା କୁମାରୀ ମନ୍ଦିରରେ ଧାର୍ମିକ ନିୟମ ଜଡିତ! ପ୍ରଦୀପ ସହ ସାର୍ଟ ଖୋଲିଲୁ। ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ବିପରୀତ। ଦୋଛକିରେ!
👉ସମ୍ପଦ,ଗର୍ବ,ମୁକ୍ତ ପୋଷାକ ତ୍ୟାଗ ଏକ ପରମ୍ପର। ସନ୍ୟାସୀ ମୁକ୍ତ। ଏକ କିମ୍ବଦନ୍ତୀ ,ଶିବ ପାର୍ବତୀ ବିବାହ ଅବସରରେ ଭଗବାନ ଶଙ୍କର ପ୍ରତି ଅସମ୍ମାନ ହେତୁ ପୁରୁଷଙ୍କ ପାଇଁ କଟକଣା! ପୁରୁଷ ଶ୍ରଦ୍ଧାଳୁଙ୍କ ଏକା ଦଶା! ଅର୍ଦ୍ଧ ପୋଷାକ କୌତୁହଳ ଯେତିକି ସମପରିମାଣ ଆଧ୍ୟାତ୍ମିକ ଭାବପୂର୍ଣ୍ଣ ଦର୍ଶନ! ଶ୍ରୀଯନ୍ତ୍ର ପାଦପୂଜ୍ୟ ବିଧିରେ ଆଶର୍ଯ୍ୟା ହେଲୁ।
ମନ୍ତ୍ର ଜପକଳୁ ଭକ୍ତିପୂର୍ଣ୍ଣ ଚିତରେ କିଏ କଣ ମନାସିଲେ । ମନ୍ଦିର ଗଢ଼ଣ ,ସ୍ଥାପତ୍ୟ କାରୁକାର୍ଯ୍ୟ ଭିନ୍ନ। କୃଷ୍ଣ କଳା ଶୈଳୀ ଶିଳା ନୁଖୁଣ ଶିଳ୍ପୀଙ୍କ ସ୍ଥାପତ୍ୟ। ମୁକୁଟ ଶୈଳୀରେ ମନ୍ଦିର ଚୁଳ। ପାର୍ଶ୍ୱ କାନ୍ଥରେ ଗଜ,ବ୍ୟଘ୍ର ,ସର୍ପ, ବିହଙ୍ଗ କଳାକୃତି ଦେଖି ଚକିତ। ସାଗର ଢେଉର ଶବଦ ଶୁଭୁଥିଲା। ସୁଲୁସୁଳିଆ ଉପକୂଳିଆ ବାଃ-ପବନ ବହୁଥିଲା। କି ଚମତ୍କାର ଦୃଶ୍ୟ! ଆନନ୍ଦର ପଟ୍ଟାନ୍ତର। ଅଭୁଲା ଭ୍ରମଣ କୁମାରୀ ଦେବୀଙ୍କ ଦର୍ଶନ ଲଭିଲୁ। ଏକ ସତ୍ୟମାର୍ଗ ଶିକ୍ଷା ପାଇଲୁ। ଦେବୀଙ୍କ ମହିମାଙ୍କୁ କୋଟି ନମସ୍କାର ଜଣାଇ ଧଇଁସଇଁ ।କୂଳରେ ଭଦ୍ରାକାଳୀ ଭଗବତୀ ଦର୍ଶନ ପାଇଁ ବାହାରିଲୁ। ସାରା ଦିନ ଉପାସ! ୧୨.୩୦ ମଧ୍ୟାହ୍ନ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ କଟକଣା। ଶ୍ରୀ ଆଦିତି ଭବନ ଦକ୍ଷିଣ ଭାରତୀୟ ହୋଟେଲ। ସୁବର୍ଣ୍ଣ ଥାଳିରେ ୧୦ ପ୍ରକାର ପରଶି ଥିଲେ। ଓଡ଼ିଶା ରାଇଜରେ ଉଡୁ଼ପି ହୋଟେଲ ନାମରେ ପରିଚୟ। ଶାକାହାରୀ।କି ଶାନ୍ତି !ଉପର ଓଳି ୩ ସମୁଦ୍ର ପବନ ଢେଉର ଛିଟିକା ଜଳ। କି ଆଶର୍ଯ୍ୟା! ସାଗର ଜଳ ରଙ୍ଗ ଭିନ୍ନଭିନ୍ନ ! ମିନତୀ ସୂଚନା ଦେଲେ। ସତକି ମିଛ ,ଆମେ ୩ ପରଖିଲୁ। ସବୁଜ ନୀଳ କିନ୍ତୁ ଆରବ ସାଗର ଜଳ କଳା ରଙ୍ଗର ;ଦୃଶ୍ୟ ସତ! କିପରି ସମ୍ଭବ? ଅକାତ କାତ ଜଳ! ମୃତିକା ଗୁମର! ସମୁଦ୍ର ମିଳନକେନ୍ଦ୍ରକୁ କେପ ଅଫ କେମୁରୁନ ନାମରେ ପରିଚିତ। ଫୋଟ ନେଲୁ ସ୍ତମ୍ବ ମୁକସାକ୍ଷୀ !
👉ସ୍ଥାନୀୟ ଉଠାଦୋକାନୀ ତାମିଲ, ଇଁରାଜୀ ଭାଷାରେ କହିଲେ ପୋଏଟ ପୋଏଟ । ୪ ଙ୍କ ମୁଖ ମଣ୍ଡଳ ବାମପଟକୁ ବଙ୍କେଇ ଗଲା । କୁଳ
ଠାରୁ ୪୦୦ ମିଟର ଦୂର ମୂର୍ତ୍ତି ଦେଖିଲୁ ,(Thiruvalluvar Statue ) ଥିରୁଭାଲୁଭାର ମୂର୍ତ୍ତି ସମୁଦ୍ର ଢେଉରେ ସ୍ଥିର ମୁଦ୍ରାରେ ଦେଖିଲୁ। ୭
ହଜାର ଟନ ଓଜନ ବିଶିଷ୍ଟ ଶିଳା! ପେଣ୍ଡାଲ ଉଚ୍ଚତା ୩୦ ଫୁଟ ଓ ମୂର୍ତ୍ତି ଉଚ୍ଚତା ୯୫ ଫୁଟ। ସ୍ଥାପତ୍ୟର ୧୩୩ ଫୁଟ ଉଚ୍ଚ। ଶ୍ରୀ ଗଣପତି ଶତପଥୀ ଶିଳ୍ପୀ ଗଢ଼ଣ କରିଥିଲେ । କାହାର ମୂର୍ତ୍ତି ? ତାମିଲ ସାହିତ୍ୟର
ଉଜ୍ଜଳତମ ତାରକା ,କବି ,ଲେଖକ ,ଦାର୍ଶନିକ, “ଥିରୁକୁରାଲ”,(Thirukkural) ଏକ କାବ୍ୟ ପୁସ୍ତକ ରଚୟିତା। ୧୩୩ ଟି ଅଧ୍ୟାୟରେ ୧୩୩୦ ସଂକ୍ଷିପ୍ତ ୭ ଟି ପଦରେ ବର୍ଣିତ।
କାବ୍ୟ ରାଜନୀତି ,ଅର୍ଥ, ଧର୍ମ କାମ ଆନନ୍ଦରେ ଆଧାରିତ। କାମନା, ବାସନା ଦୁଃଖର କାରଣ କବିତାରେ ଗୁ ରୁତ୍ବ ଦେଇଥିଲେ। କେହି ତାଙ୍କୁ ଜୈନ ଧର୍ମର ସହଯୋଗୀ ବୋଲି କୁହନ୍ତି। ଦାର୍ଶନିକଙ୍କୁ ଦର୍ଶନ କଲୁ।
୧୭୯୪ରେ ଇଁରାଜୀ ପରେ ୧୮୧୨ ରେ ତାଙ୍କ ପୁସ୍ତକ ତାଳପତ୍ର ରୁ ପୁସ୍ତକ ପ୍ରକାଶିତ ହେଲା । ସମୁଦ୍ର
କୂଳରେ ଥଣ୍ଡା ଥଣ୍ଡା ପବନ;ତାପରେ ବୁଲା ବିକାଲିଠୁ ଲେମ୍ବୁ ଚାହାର ସ୍ୱାଦ ନେଲୁ। ପ୍ରଚୁର ପରିମାଣରେ
ଉର୍ଜ୍ଜା ପାଇଲୁ! କି ଫୁର୍ତ୍ତି!
👉ଡାହାଣରେ ଗାନ୍ଧୀ ମଣ୍ଡପ । ମିନତୀ ଓ ପ୍ରଣତି ଫୋଟୋ ନେଲେ। ଗାନ୍ଧୀଙ୍କ ଶିଷ୍ୟା ବନିଥିଲେ। ଶିଖର’ରେ ଅରଟ ଛବି ଲିପିବଦ୍ଧ
! ବରିଷ୍ଠ ଜନଗଣଙ୍କୁ ଦେଖିଲୁ, ଅଧିକାଂଶ ତାମିଲ। ଜନ୍ମରୁ ଶେଷ ଯାଇଁ ଗାନ୍ଧୀଙ୍କ ଗାଥା ଗ୍ୟାଲେରୀରେ। ନୀତିବାଣୀ ଝଟକୁଥିଲା। ୧୯୨୫, ୧୯୩୭ ରେ ଇଁରାଜୀ ଶାସନ ଆନ୍ଦୋଳନରେ ସଂଗଠନ
ପାଇଁ କନ୍ୟାକୁମାରୀ ଏକଦା ଭ୍ରମଣ କରିଥିଲେ।
୧୯୪୮ରେ, ଚିତାଭସ୍ମ ସଙ୍ଗମ ସ୍ଥଳରେ ଉତ୍ସର୍ଗ। ତାଙ୍କ ସ୍ମରଣ ପାଇଁ ୧୯୫୬ ମସିହାର ଗାନ୍ଧୀ ମଣ୍ଡପ ମୁକସାକ୍ଷୀ। ଉଚ୍ଚତା ୭୯ ଫୁଟ। ୭୯ ବର୍ଷରେ ଗାନ୍ଧୀ ଇହଲୀଲା। ସ୍ମାରକୀର ଉଚ୍ଚତା ୭୯ ଫୁଟ। ୩ଥର ପ୍ରଦକ୍ଷିଣ କଲୁ ଜାତିର ପିତାଙ୍କ ପ୍ରଣାମ ଅର୍ପିତ କରି ବିଦାୟ ନେଲୁ।
ସୂର୍ଯ୍ୟାସ୍ତର ଅଭୁଲା ଦୃଶ୍ୟକୁ ଚାହିଁ ବସିଲୁ। ମୁକ୍ତ ଉଦ୍ୟାନ ବେଢାରେ ସେଲଫି ନେଲୁ ।ଏକଦା ପତୋଳେମୀ (Ptolemy ) ଲେଖକ,ମାର୍କ ପୋଲୋ,(MarkPoloo) ୧୨୭୧-୧୩୨୪ ରେ ବ୍ୟବସାୟୀ ,ଲେଖକ ପରିବ୍ରାଜକ ରୂପେ ଦିନେ କନ୍ୟା କୁମାରୀର ପୁଣ୍ୟ ମାଟିକୁ ଅଛପା ନଥିଲା।
ବତୀଘର ଝାପସା ଆଲୁଅ। ବଜାର ସାରା ବତିଖୁଣ୍ଟ। ରଙ୍ଗିନ ବଜାର,ତେଲ କରେଇ ଟକ୍କର ମକ୍କର। କିଏ କଣ ଖାଉଥିଲେ? ତାମିଲ ଗୀତ ଶୁଣିଲୁ। ତାଳ ସ୍ୱର ଶୁଭିଲା! ଆପେ ଆପେ ଯେମିତି ଦେହଟା ହଲଚଲ! ପ୍ରଦୀପଙ୍କ ଅନୁରୋଧରେ ଫାଷ୍ଟଫୁଡ ଷ୍ଟଲରେ ଜମା ହେଲୁ। ଇସାରା ଇସାରାରେ ଖଣ୍ଡି ଇଂରାଜୀରେ ଗିଳି ନେଲୁ। ରାଗ ଖଟା ଅଧିକ। ସେବର ଖାଇବର ରୁ କନ୍ୟାକୁମାରୀ ଏବର କାଶ୍ମୀର ରୁ କନ୍ୟା କୁମାରୀ ଭ୍ରମଣଟି କେମିତି ରହିଥିଲା?
(ରଚୟିତା - ଦିଲିପ କୁମାର ନାୟକ),


Great places and narration!! Good work 👏
ReplyDeleteThank you so much
Delete