ଦୁର୍ଗାପୁର ଶିଳା ମୁକସାକ୍ଷୀ? ରିଙ୍ଗ ରୋଡ଼ରେ ଅପ୍ରମିତ ବାଟୋଇ! ଇସ୍ପାତର ଅନ୍ତୁଡ଼ିଶାଳ! ବେଦବ୍ୟାସ ଦର୍ଶନ!କୋଏଲ,ଶଙ୍ଖ ବୀର୍ଲୁପ୍ତ ସରସ୍ବତୀ ତଟିନୀର ସଙ୍ଗମ ବ୍ରାହ୍ମଣୀ ପ୍ରବାହିତ। ହିନ୍ଦୁ ରୀତିରେ ଅକ୍ଷୟ ତୃତୀୟା ତିଥି, ଜଗନ୍ନାଥ ମନ୍ଦିର ,ଗାୟତ୍ରୀ ,ତାରିଣୀ ,ହନୁମାନ ବାଟିକା, ବେଢ଼ା ,କମ୍ୟୁନିଟ ସେଣ୍ଟର ଉତ୍ସବ ମୁଖରିତ।
ସ୍ୱର୍ଣ୍ଣାଲୋକରେ ବିବାହ ମଣ୍ଡପ ଝଲସି ଉଠୁଥିଲା। ମାଙ୍ଗଳିକ ବାଦ୍ୟ ତୁରୀ ଶୁଭୁଥିଲା ଦୁରକୁ ଦୁରକୁ ବହୁ ଦୂରକୁ । ଐରାବତ ଆମନ୍ତ୍ରିତ ରବିବାର ଠାରୁ ପାର୍ଲର ଯାଇ ଫେରିଥିଲା।
ଏ ଯାଏଁ କୁଆଁର! ତା’ଜେଜେ ଷାଠିଏ ଦଶକରେ କାରଖାନା ମୂଳଦୁଆ ପାଇଁ ଜମି ଖଣ୍ଡେ ଦେଇଥିଲେ। ଚାକିରୀ ଥଇଥାନ ଯୋଜନାରେ ପ୍ଲାଣ୍ଟରେ ସୁଯୋଗ ମିଳିଲା। ତା'ଗର୍ବ ଆକାଶକୁ ସ୍ପର୍ଶ କରୁଥିଲା ! ନୀଳ କୋମଳ ଗାଲିଚାରେ ପାଦ ସ୍ପର୍ଶ କରିଥିଲା। ପରିଚିତଙ୍କ ସହ ଅଭିବାଦନ,କରମର୍ଦନରେ ଐରାବତ ଜମା ହେଳା କରୁନଥିଲା। ବିବାହ ଉତ୍ସବ ଗାନ୍ଧର୍ବ ନୀତିରେ ସମ୍ପର୍ଣ୍ଣ ହେଉଥାଏ। ଶଙ୍ଖ ହୁଳହୁଳୀରେ ଫାଟି ପଡୁଥାଏ। ସେଲ୍ଫି ନେବାରେ ପ୍ରତିଦ୍ବନ୍ଦିତା !
କିଏ କେମିତି ସଜେଇହୋଇ ଭାରି ସୁନ୍ଦର ଦେଖା ଯାଉଥିଲେ। ପିଲାଠୁ ବୁଢା ବୁଢ଼ୀ ପର୍ଯ୍ୟନ୍ତ ଅସୁନ୍ଦର କିଏବି ନଥିଲେ! ରମ୍ଭା ମେନକା ,ଉର୍ବଶୀ ଠୁଁ ସୁନ୍ଦରୀ ବେଶ ଭୁଷାରେ ଝଟକୁଥିଲେ। ଯୁବକ ରାଜକୁମାର ଠୁଁ ବଳିପଡୁଥିଲେ ? ପ୍ରେମର ଢେଉ ସୀମାକୁ ସ୍ପର୍ଶ କରୁଥିଲ। ରୋମଞ୍ଚକର ପରିବେଶରେ ଅତିଥିଗଣ ଝୁମି ଉଠୁଥିଲେ।
ସଚିନ୍ ମେଗୁମି ଜିଙ୍ଗୁ ଗାଏନ୍ ନ୍ୟାସନାଲ ଗାର୍ଡେନ୍, ଟୋକିଓ ପ୍ରତ୍ୟେକ ବସନ୍ତରେ, ପାର୍କରେ “ମିଆବି” ନାମକ ଏକ ବିଶାଳ ମେଳକ ଇଭେଣ୍ଟ ଆୟୋଜିତ ହୋଇଥାଏ । ସିଓଲ୍ ନ୍ୟାସନାଲ ପ୍ୟାରେଣ୍ଟସ୍ ଆସୋସିଏସନ୍ ବିବାହ। ଲାବା ,ବାଳିକା ଦିବସ ମେଳା, ଚୀନ୍, ସପ୍ତମ ଚନ୍ଦ୍ର ମାସର ସପ୍ତମ ଦିନରେ ପାରମ୍ପାରିକ ପର୍ବ, ଅବିବାହିତା ମହିଳାମାନଙ୍କ ପାଇଁ ସ୍ୱାମୀଙ୍କୁ ଆକର୍ଷିତ କରିବା ଆଶାରେ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସମୟ ଥିଲା। ଫିସ୍ ଟିଲିମ୍ (ଟୁଲୋ ମେଳା), କାଉଣ୍ଟି କାର୍ଲୋ, ଆୟର୍ଲାଣ୍ଡ, ଯୁବକମାନେ ନାଚିବା ପାଇଁ ଏକତ୍ରିତ ହେବେ ଏବଂ ଏକ ସମ୍ଭାବ୍ୟ ଜୀବନସାଥୀଙ୍କୁ ଭେଟିବେ ।
ସ୍ଵୟମ୍ବର ସାଥି ଚୟନ ପଛରେ ପଡ଼ିଲେ। ଭୋଜିରୁ ଇଜି ! ସମୁଦ୍ର କୁଳ ,ପାର୍କ ଏକ ସରଳ ମାର୍ଗ ସାଥିଟିଏ ପାଇଁ ଇମିତି ଏକ ମୁହୂର୍ତ୍ତ ଐରାବତ ଜୀବନରେ ଘଟିଥିଲା। ନଜର ଲାଖି ଯାଇଥିଲା। ତା’ମୁଖ ମଣ୍ଡଳରେ ଏକ ଖୁସିର ଝଲକ ବାରି ହେଉଥିଲା। ଗୋରା ,ଘଂଚ କଳା କେଶ ବେଣୀପାରିଥିଲା। ପଦ୍ମିନୀ ଜାତିକା ନାରୀ ତନୁପାତଳି କୁଆଁରୀ ସଂଗେ ଦେଖା ହେଲା। ଐରାବତ ଡଉଲ ପୁଅ ଆଖିରେ ଆଖିରୁ ପ୍ରେମର ବିଜୁଳି ଜାତ ହେଲା। ହିନ୍ଦୀ ଓଡ଼ିଆରେ ବେରଂଗ ଗୀତ ରଂଗୀନ ! ପ୍ରୀତି ଭୋଜନରେ ଆତ୍ମବିଭୋର ହୋଇପଡ଼ିଲା ।
ବୈଶାଳୀ! ନଖରାମି ଚୁଲବୁଲି ସ୍ୱାଦ ନେଉଥିଲେ। ଦୁହେଁ ପ୍ରୀତି ଭୋଜନରେ କ୍ୱାଲିଟି ଆଇଁସିକ୍ରିମର ସ୍ୱାଦ ନେଲେ। ପ୍ରଥମ ଦେଖାରେ ଠିକଣା ଆଲୋଚନାରେ ସୂତ୍ରପାତ ? କ୍ରମେ ବୈଶାଳୀର ହସ ବିବାହ ଭୋଜିରେ ପ୍ରତିଧ୍ୱନିତ ହେଉଥିଲା । ମୁରୁକି ହସ ,ଦୟାଳୁ ହୃଦୟ ସହିତ ଶାନ୍ତ କବି ଐରାବତ ପାଇଁ ଏକ ରୋମାନ୍ସ ପରିବେଶ ଗ୍ରହଣ କରିନେଇଥିଲା । ଦୁହିଁଙ୍କ ମନ ମତାଣିଆ ସମ୍ପର୍କ ଧୀରେ ଘନିଷ୍ଠ ହେବାକୁ ଲାଗିଲା ।
ବୈଶାଳୀର ହସରେ ସେ ବିଚଳିତ ହୋଇଯାଇଥିଲା। ଐରାବତର ମସ୍ତିକରୁ ଡୋପାମାଇନି ନିର୍ଗତ ହୋଇ ସେରୋଟୋନିନ ବୃଦ୍ଧି ଘଟିଲା । ତାର ଅକ୍ସୀଟୋସିନ କ୍ଷରଣରେ ସ୍ନେହଭାବ ଜାତ ହୋଇଥିଲା । ଆତ୍ମହରା ହୋଇଥିଲା। ତା’ହୃଦୟରେ ଲୋଭ ବଢିଥିଲା ।
ପ୍ରେମ ପୁନେଇଁରେ ଦୁହେଁ ଜହ୍ନ ଦେଖିଲେ। ଆଗ ପଛରେ ଐରାବତ ତା’ବୁଲେଟ ଗାଡ଼ି ଓ ବୈଶାଳୀ ନାଲି ସ୍କୁଟିରେ ରିଂଗ ରୋଡ଼ରେ ମନ୍ଥର ଗତିରେ ଆମ୍ବଗାନ ଚୌକରେ ବିପରୀତ ଦିଗରେ ଇସାରା ଦେଇ ବାହୁଡ଼ିଥିଲେ।
ବର୍ଷ ପରେ ବର୍ଷ ସମ୍ପର୍କରେ ନିବିଡ଼ତା ବୃଦ୍ଧି ଘଟିଲା। ସମୟ ସମୟରେ ଆଇଜି ପାର୍କ। କୋଣାର୍କ ପ୍ରେକ୍ଷାଳୟକୁ ପ୍ରେମର ବିନ୍ଦୁ ରଖିନେଇଥିଲେ । କୁଲଫି, ଗୁପୁଚୁପ ,ଚାଟର ଭିନ୍ନ ମଜା ନେଉଥିଲେ। ଦୁହେଁ ଦୁହିଁଙ୍କ ଭଲ ପାଇଁ ବସିଲେ। ଅସଂଖ୍ୟ ପ୍ରତିଶୃତି ଶପଥ ପାଠ ଦୁହିଁଙ୍କ ମଧ୍ୟରେ ବିଶ୍ୱାସ ଜନ୍ମିଥିଲା। ମିନି ଇଣ୍ଡିଆ ରାଉରକେଲା ସହର ପରିଧିରେ ସ୍ନେହ ବଢ଼ିଲା । ସାଂସାରିକ ଜୀବନ ପାଇଁ ମନ ବସା ବାନ୍ଧିଲେ।
ଭିନ୍ନ ଭିନ୍ନ ଜାତିସଂସ୍କୃତି ଭାଷାର ସହର ଇସ୍ପାତ ନଗରୀ ବଳୟରେ ଐରାବତ ବୈଶାଳୀଙ୍କ ପ୍ରେମ କାହାଣୀ ନିଆରା ! ପ୍ରିତି ମୁହୂର୍ତ୍ତରେ ବୈଶାଳୀର ମନରେ ଆଶଙ୍କା ଉପୁଜୁଥିଲା। ପରିବାର ବାଧକ ସାଜିଥିଲେ। ଉଭୟଙ୍କ ସମ୍ପର୍କ ମାନସିକ ସେତୁ ବନ୍ଧନରେ ବାନ୍ଧି ହୋଇସାରିଥିଲେ। କେବଳ ଔପଚାରିକ ଘୋଷଣାକୁ ଜଗିବସିଥିଲେ ।
କବିପୁଅ ସେଲ କର୍ମଚାରୀ ଐରାବତଙ୍କ ପିତା ସ୍ଥାନୀୟ ଅଂଚଳର ପଛୁଆ ଜାତିର ପ୍ରାଥମିକ ଶିକ୍ଷକ ରହିଥିଲେ। ମାଆ ଜଣେ ସେବିକା। ସାମାଜିକ ସ୍ୱୀକୃତି ତା ସାଙ୍ଗକୁ ପରମ୍ପରା ପ୍ରଥାକୁ ଦୁହେଁ ଆପଣେଇଥିଲେ। ଉଭୟ କୁଳର ପରିବାର ଉପସ୍ଥିତ ନା’ ଆମନ୍ତ୍ରିତ ଅତିଥି ! ଦଶଦିଗ ଏକା ପଣ୍ଡିତେ ମନ୍ତ୍ର ପାଠ କରୁଥିଲେ । ପ୍ରସ୍ତର ପ୍ରତିମା ଜୀବନ୍ତପରି ସାକ୍ଷୀ ରହିଥିଲେ।
ସ୍ନେହର ଭିନ୍ନ ଏକ ପ୍ରତୀକ ! ଦୁଇଟି ଫୁଲର ହାର ସହ ବେଦ ମନ୍ତ୍ରପାଠ ଶୁଭୁଥିଲା। ଟୋପାଏ ସିନ୍ଦୁର ସାତଫେରୀରେ ମନ୍ଦିର ବେଦୀ ଦୁହିଁଙ୍କୁ ଖୁସି ଦେଇଥିଲା। ହିନ୍ଦୁ ମନ୍ଦିର ବେଢାରେ ସମାପିତ ହୋଇଥିଲା ।
ଟାହୁଲି ଟାପରାରୁ ଦୁହେଁ ଦୁରେଇବାକୁ ଉଦ୍ୟମ କରୁଥିଲେ। ସାହି ପଡ଼ୋଶୀଙ୍କ ଦାଉର ଶିକାର ହୋଇଥିଲେ। ମାନସିକ ସାମାଜିକ ଦୁଶ୍ଚିନ୍ତାରେ ବୈଶାଳୀ ଅଙ୍ଗେ ଲିଭାଇଥିଲା। ଐରାବତ କବି ସ୍ୱାମୀ ତା’ପ୍ରିୟ ପତ୍ନୀକୁ ଦୃଢ ସମର୍ଥନ କରୁଥିଲା। ଲୁଚା ଛପାରେ ଦୁଇବର୍ଷ ବିତିଯାଇଥିଲା କ୍ରମେ ଉଭୟ ପରିବାର ବିବାହକୁ ସ୍ୱୀକୃତି ଦେଲେ। ସ୍ୱାଭାବିକ ଜୀବନ ଯାପନ କରିବାକୁ ଲାଗିଲେ। ବୈଶାଳୀ ପେଶାରେ ଶିକ୍ଷୟତ୍ରୀ ଜୀବନ ପ୍ରାରମ୍ଭ କରିନେଲା। କଳାପଟ୍ଟାରେ ଚକ ନଖ କଳ ନଳ ଖଡ଼ିରେ ଲେଖି ପାଠ ପଢେଇଲା।
ଏବେ ଏବେ ଅନ୍ତଃସ୍ୱତ୍ତ୍ୱା! ବୈଶାଳୀ ଐରାବତଙ୍କ ମନରେ ଖୁସିର ଲହର ଫୁଟିଉଠୁଲା। ଦୁହେଁ ଯତ୍ନ ନେଉଥିଲେ। ବୈଶାଳୀର ସ୍ୱାସ୍ଥ୍ୟ ପ୍ରତିଅଧିକ ସେ ଯତ୍ନବାନ ରହିଥିଲେ। ପ୍ରଥମ ଉପହାର ,କନ୍ୟା ସନ୍ତାନର ବାପା ମା’ର ସ୍ୱଭାଗ୍ୟ ଅର୍ଜନ କରିନେଇଥିଲେ। ଟିକି ସୁଖ ସଂସାର ଗଢିତୋଳି ଉଠିଲା। ଦୁହେଁ ପଛକୁ ଆଉ ଫେରିନଥିଲେ। ସ୍ଥାନୀୟ ଇଁରାଜୀ ବିଦ୍ୟାଳୟରେ କନ୍ୟା ରିୟା ଖଡ଼ି ଛୁଇଁଲା।
ତୁଳସୀ ଦୁଇପତ୍ରରୁ ବାସିଲା ପରି ପାଠରେ ରିୟା ବିଦ୍ୟାଳୟରେ ପାରଦର୍ଶିତା ଲାଭ କରିବାକୁ ଲାଗିଲା। ଶିକ୍ଷକ ଶିକ୍ଷୟତ୍ରୀ ସାଙ୍ଗ ସାଥୀଙ୍କ ଗହଳରେ ପରିଚିତ ରିୟା। ବାପା ମା ଓ ସେକ୍ଟର ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିନ୍ଦୁ । ବାପା ମା ଉଭୟେ କନ୍ୟାର ବୁଦ୍ଧିରେ ଢେର ଉତ୍ସାହିତ ହୋଇଥିଲେ ।
ବିଦ୍ୟାଳୟ ପାଠରୁ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀରେ କୃତିତ୍ୱ ସହ ଉତୀର୍ଣ୍ଣ ହେଲା । ରିୟା ୧୮ ବୟସି ସୀମାରେ ସ୍ପର୍ଶ କରିବାକୁ ଯାଉଥାଏ। ସୁନ୍ଦରୀ ତୋଫା ଗୋରା ୫ ଫୁଟ ୫ ଇଂଚ ଉଚ୍ଚା ଦେଖିବାକୁ ଆକର୍ଷିତ ଚେହେରା! ସରକାରୀ ବୈଷିକ ମହାବିଦ୍ୟାଳୟରେ ପାଠ ପଢିଲା। ବିଜୁ ପଟ୍ଟନାୟକ ବୈଷିକ ବିଶ୍ୱ ବିଦ୍ୟାଳୟରେ ଶୀର୍ଷ ସ୍ଥାନରେ ପହଁଚିଲା ସମାବର୍ତ୍ତନ ଉତ୍ସବରେ ସ୍ଵର୍ଣ ପୁରସ୍କାର ଗୌରବରେ ମଣ୍ଡିତ ହୋଇଥିଲା ।
ବର୍ଷ ଅନ୍ତରେ ସରକାରୀ ଚାକିରୀ ଖଣ୍ଡେ ତା’ଭାଗ୍ୟରେ ଜୁଟିଥିଲା। ବଡ଼ ଚାକିରୀ କଲା। ଭବିଷ୍ୟତ ଏକ ସୁବର୍ଣ୍ଣ ପଥପରି ସାମ୍ନାରେ ବିସ୍ତାର କଲା। କେଇଟା ବର୍ଷ ନପୂରୁଣୁ, ଏକ ଖରାପ ଶରତ ଋତୁରେ। କିଏ ଜାଣିଥିଲା କବିପୁଅ ଐରାବତ ଜୀବନରେ ଦୁଃଖ ଆଣିବ! ରକ୍ତ କର୍କଟ ରୋଗର ଲକ୍ଷଣ ମାନ ଦେଖିବାକୁ ମିଳିଲା।
ଭାଗ୍ୟ ବଡ଼ କଠୋର! ଡାକ୍ତର କହିଛନ୍ତି ,ଲ୍ୟୁକେମିଆ! ନହୋଇ ନହୋଇ ରକ୍ତ କର୍କଟ ରୋଗ ? ବୈଶାଳୀର ପାଦଧୂଳି ଖସି ଯାଇଥିଲା । ଉଭୟେ ମାଆ କନ୍ୟା ରିୟା ଦୁଃଖରେ ଭାଙ୍ଗି ପଡ଼ିଲେ ! ମଝି ଆକାଶଟାରେ ଜୀବନ ଛିଣ୍ଡି ପଡ଼ିଥିଲା! ବୈଶାଳୀ ଦୃଢ ସର୍ବଦା ଆଶାବାଦୀ ରହିଥିଲା । ହୃଦୟକୁ ପଥର କରି ଦେଲା । ସେ ଦୃଢ ସଂକଲ୍ପ କଲା। ଚିକିତ୍ସା ବିକଳ୍ପ ଉପରେ ଅନୁସନ୍ଧାନ କଲା ।
ଇସ୍ପାତ ଜେନେରାଲ ହସ୍ପିଟାଲ ଠାରୁ ମୁମ୍ବାଇ ଟାଟା ହସ୍ପିଟାଲ ପର୍ଯ୍ୟନ୍ତ ଐରାବତର ସ୍ୱାସ୍ଥ୍ୟ ପ୍ରତି ସର୍ବଦା ସଜାଗ ! ସବୁଜ ରଙ୍ଗର ପରଦା ଆଡ଼େଇ ଐରାବତର ବେଡ଼ ନିକଟରେ ବୈଶାଳୀ ଝର ଝର କାନ୍ଦିଲା। ନିଜର ମନକୁ ମନ ବୁଝାଇବାରେ ସେ ସଫଳ ହୋଇଥିଲା। ଶାରୀରିକ ସେବାଠୁ ମାନସିକ ସମର୍ଥନରେ ବର୍ଷ ବର୍ଷ ଧରି ଏକ ସଂଗ୍ରାମ ଜାରି ରଖିଥିଲା। ଆଦର୍ଶ ପତ୍ନୀ ଭାବରେ ସେକ୍ଟର ଅଂଚଳରେ କେନ୍ଦ୍ର ବିନ୍ଦୁ ପାଲଟି ଥିଲେ। ଶଯ୍ୟାରେ ସେ ଯେତେବେଳେ କଷ୍ଟ ଅନୁଭବ କରୁଥିଲେ। ବୈଶାଳୀ ତାଙ୍କ ଲିଖିତ କବିତା ପାଠ କରୁଥିଲେ। ଅଛପା ପ୍ରେମ କାହାଣୀକୁ ଦୋହରାଉଥିଲେ । ଖୁସିରେ ଐରାବତ ବୈଶାଳୀ କେଇ ମହୂର୍ତ୍ତର ମୋଡ଼ ବଦଳାଉଥିଲେ ।
କେଉଁ ଦିନ ଦୁହେଁ ଇନ୍ଦିରା ଗାନ୍ଧୀ ପାର୍କରେ ? ଅବା କୋଣାର୍କ ପ୍ରେକ୍ଷାଳରେ ଦୁହେଁ ଦର୍ଶକ ! ଜୋରାସିକ ପାର୍କ ,ଫୁଲ୍ଲ ଔର କଣ୍ଟ,ବାଗବାନ ସିନେମା କିପରି ଦୁହେଁ ମଜ୍ଜା ନେଇଥିଲେ ? ତା’ର ବୃତ୍ତାନ୍ତକୁ ବୈଶାଳୀ ସତେଜ କରୁଥିଲା। କାଳେ କଷ୍ଟ ଟିକିଏ ଲାଘବ ହୋଇଯିବ ?
ପ୍ରତିଦିନ ପ୍ରତ୍ୟୁଷରେ କବିତା ଗାନର ଆସର ଆୟୋଜନରେ ବୈଶାଳୀ ନିଜକୁ ସମର୍ପିତ କରିଥିଲା । ଏକ ହସହାସ୍ୟର କେତୋଟି ମୁହୂର୍ତ୍ତ ହସ୍ପିଟାଲ ଶଯ୍ୟାରେ ଦୁହେଁ ଦିନ ରାତ୍ର କାଟୁଥିଲେ।। ଦୁଃଖକୁ ପାସୋରିବା ପାଇଁ ଅଭିନବ ଉପାୟ ବୈଶାଳୀ ଆପଣାଉଥିଲେ। ସଂଚିତ ଯାହା ଧନ ରହିଥିଲା। ଶେଷ ପାତିଆ ହେବାକୁ ଗଲାଣି ! ତଥାପି ଦୃଢମନା ସେବା ପ୍ରେମ ଦୟାରେ ଊଣା କରିନଥିଲା। ଚାକିରିଆ ଝିଅ ରିୟା ଆର୍ଥିକ ସାହାଯ୍ୟରେ ଲମ୍ବା ହାତ ବଢ଼େଇଥିଲା। ବୈଶାଳୀର ସାତ ସିଂହର ବଳ ଫେରିଆସିଲା । ସ୍ୱାମୀ ଐରାବତର ଯତ୍ନ ନେଲା।
୧୨ ବର୍ଷ ରକ୍ତ କର୍କଟର ସଂଗ୍ରାମ! ଆଧୁନିକ ଔଷଧ ପ୍ରଣାଳୀକୁ ପ୍ରତି ୩ ମାସରେ ଥରେ ରକ୍ତ ପରିବର୍ତ୍ତନ କରୁଥିଲା । କେବେ କେମିତି ୬ ମାସ ଅନ୍ତରରେ ହସ୍ପିଟାଲକୁ ଯିବାକୁ ପଡୁଥିଲା । କେମୋ ଅଧିବେଶନ ମାଧ୍ୟମରେ ତାଙ୍କ ହାତ ଧରିଥିଲେ ଏବଂ ହସପିଟାଲର କୋଠରୀକୁ ହସରେ ଭରି ଦେଇଥିଲେ। ସେ ତା’ର ପତଳା କେଶକୁ ବାନ୍ଧିବା ଶିଖିଲା। ଯେତେବେଳେ ବାନ୍ତି ଲାଗିଲା ତା’ର ସ୍ୱର ବଦଳିଯାଇଥିଲା ।
ସେମାନଙ୍କ ପ୍ରେମ, ଯଦି କିଛି, ପ୍ରତିକୂଳ ପରିସ୍ଥିତିରେ ତୀବ୍ର ହେଲା। ଘନିଷ୍ଠ ବନ୍ଧୁ ଏବଂ ପରିବାର ଦ୍ୱାରା ସଂଘର୍ଷ କରିଥିଲେ। ସେ ତାଙ୍କ ଲେଖାକୁ ଅବହେଳା କରିବା ଆରମ୍ଭ କଲେ। ଖୁସିର ଚେହେରା ଚିନ୍ତାରେ ପଡ଼ିଗଲା ।
" ଯାହା ଆମ ଆନନ୍ଦ ଜୀବନରେ ବାଧକ ସାଜିଥିଲା, ବୈଶାଳୀ ଆମେ ସଂଗ୍ରାମ କରୁ! କିନ୍ତୁ ଆମେ ଜୀବିତ," ତାଙ୍କ ନିକଟତର ପରେ ତାଙ୍କ ମୁହଁରୁ ଲୁହଝରି ଆସିଥିଲା । ଅବିସ୍ମରଣୀୟ ଭୟ ଆକାଶରେ ଝୁଲୁଥିଲା। ମାର୍ଗ ଅନିଶ୍ଚିତ ଥିଲା? ଶେଷରେ, ପ୍ରେମ କାହାଣୀ ସ୍ଥିରତାର ଏକ ପ୍ରମାଣ ! ବର୍ତ୍ତମାନ ବଞ୍ଚିବାର ଶକ୍ତି! I ପ୍ରେରଣା ଦେଇଥିଲା ।
ନଳ ଦମୟନ୍ତୀ ! କେଉଁ ଅବା ଜୁଲିୟା ସିଜର କ୍ଲିଓପାଟ୍ରା ପରି ନୁଆଁ ପ୍ରେମ କାହାଣୀ ଇସ୍ପାତ ନଗରୀରେ ଜନ୍ମିଥିଲା। ଅନ୍ୟପାଇଁ ଏକ ଆଲୋକ ପାଲଟିଗଲା। ସେମାନଙ୍କର କାହାଣୀକୁ ଏକ ଦୁଃଖଦ କାହାଣୀରେ ବୁଣିଲେ।
ବିଷାଦକୁ କାବୁ କରିପାରିଥିଲା। ମାନସିକ ଶାନ୍ତି ପାଇଁ ବହୁ ବିଧି ଆପଣେଇଥିଲେ। କେତେ ବେଳେ’ତ ଭିକାରି ବଳଙ୍କ କଣ୍ଠରେ ଜଗନ୍ନାଥ ଜଣାଣ! ହନୁମାନ ଚାଳିଶା ଶୁଣାଉଥିଲେ। ସମୟ ସମୟରେ ସମ୍ବଲପୁରୀ ଲୋକଗୀତ ଶୁଣାଉଥିଲେ। ଐରାବତ ଆଶ୍ବସ୍ତି ଲାଭ କରୁଥିଲେ । ଐରାବତଙ୍କୁ ଅନୁରୋଧରେ ସକିରାଙ୍କ କଣ୍ଠରୁ ବାକ୍କା ବାକ୍କା ସଂଗୀତ ଅବା ଡ୍ରିମ ଅଫ ପାର ଡାଇଜି ? ଜନ ମେଁଏୟାରଙ୍କ ଟ୍ରଷ୍ଟ ମାଇଁ ସେଲ୍ଫ ଗୀତ ଶୁଣାଉଥିଲେ।
ସଙ୍ଗୀତ ବାଦ୍ୟ ଯନ୍ତ୍ରର ସ୍ୱର ରୋଗ ନିରାକାରଣର ପନ୍ଥାକୁ ଗୁରୁତ୍ୱ ଦେଉଥିଲା। ଧର୍ମପତ୍ନୀ ବୈଶାଳୀ ସେବା ଓ ସମ୍ପର୍କକୁ ଆୟୁଧ କରିଥିଲା। କନ୍ୟା ରିୟା ଅର୍ଥରେ କର୍କଟ ରୋଗ ସହ ଲଢେଇ ଜାରି ରଖିଥିଲା।
ପ୍ରେମର ସମ୍ପର୍କକୁ ଦୃଢ଼ୀଭୁତ କରିଥିଲା। ଯମରାଜଙ୍କ କବଳରୁ ସ୍ୱାମୀ ଐରାବତରଙ୍କୁ ଫେରାଇବାରେ ସେ ସଫଳ ହୋଇଥିଲେ। ତା’ର ପ୍ରେମ ଭାବନାକୁ କବିତା ଲେଖାରେ ବିହନ ବୁଣୁଥିଲେ ! ଲେଡି ଗାଗାଙ୍କ ,"ଲୁହ ଏକ ବର୍ଷା ", ସଂଗୀତରେ ଗତି ବଦଲାଇଥିଲା । ୧୫ ବର୍ଷ ୟାରୀ ଭିତରେ ବିତିଯାଇ ଥାଏ। ସ୍ୱାଭାବିକ ସ୍ୱାସ୍ଥ୍ୟ ଅବସ୍ଥାକୁ ଫେରିଥିଲା।
ଚାକିରୀ ରୁ ଅବସର ନେଲେ। ଝିରିପାଣି ଜଗଦା ଅଂଚଳ ପରିବେଶକୁ ପସନ୍ଦ କଲେ। ଦୁହେଁ କୋଏଲ ତଟିନୀ କୂଳରେ ନିରାଡ଼ମ୍ବର ଜୀବନ ଯାପନ କରିବାକୁ ଲାଗିଲେ। ଇସ୍ପାତ କାରଖାନା ମୂକସାକ୍ଷୀ!
ବୈଶାଳୀଙ୍କ ଅନୁପ୍ରାଣିତ କବି ଐରାବତ ପୁନଃ କଲମ ମୁନକୁ ଗତିଶୀଳ କରାଇଥିଲେ ।
ସ୍ନେହ ଏକ ଭିନ୍ନ ପ୍ରତୀକ Beyond Love's Mark
(ରଚୟିତା-ଦିଲିପ କୁମାର ନାୟକ)
.jpeg)







Comments
Post a Comment