ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ - ୨୦୨୪

ଦେଖା ହୁଏ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-୨୦୨୪। ୧୧ ଦିନ ବିତିଗଲା। ୧୭ ଡ଼ିସେମ୍ବର ମଙ୍ଗଳବାର ଅନ୍ତିମ ଦିବସ ରହିଥାଏ। ଘେରାଟିଏ ବୁଲିବାକୁ ଉତ୍ସାହ ଜନ୍ମିଲା। ନୁଆଁ ଲେଖକ ଲେଖିକାଙ୍କ ପୁସ୍ତକ ଖଣ୍ଡେ ପାଇଁ ଅପେକ୍ଷାରେ ବର୍ଷସାରା। ଓପରଓଳି ବାବା ସାହେବ ଆମ୍ବେଦକର ବସ ଟର୍ମିନାଲରୁ ମୋ ବସ ଛୁଟିଥାଏ। ଅରଖ ନୁଆଁ ଶୀତତାପ ପରିବହନ। ଲୁତୁଲୁତୁ ଆସନ! ଝରକା ସଫା କାଚ ଆବଦ୍ଧ ରହିଥିଲା। ମୁଣ୍ଡ ଉପରେ ଉଡ଼ାଜାହାଜ ଉଡ଼ାଣ ଦୃଶ୍ୟରେ ଉଲ୍ଲାସ ମନ। ଯାନବାହାନ ଯାତୟାତ ବାହ୍ୟ ଦୃଶ୍ୟ ଦେଖି ପାରୁଥିଲି। ରିଆତି ଟିକଟ ୧୦ ଟଙ୍କା।

ସମ୍ପୂର୍ଣ୍ଣ ଭରାଯାତ୍ରୀ। ଏକାଧିକ ଯାତ୍ରୀ ଠିଆ। ଡଜନେ ଝୁଲା ହ୍ୟାଣ୍ଡଳ ଯାତ୍ରୀଙ୍କ ମସ୍ତକ ଉପରେ ଘଣ୍ଟି ପରି ଝୁଲୁଥାଏ। କାଳେ ଝୁଙ୍କି ପଡ଼ିବେ! ସ୍ୱୟଂଚାଳିତ ରହଣି ଡାକ ତୁହାକୁ ତୁହା ଘୋଷଣା ହେଉଥାଏ। ରାଜଧାନୀ କଲେଜ, ରାଜଧାନୀ କଲେଜ, ବର୍ତ୍ତମାନ ରାଜଧାନୀ କଲେଜ। କେଇ ମିନଟ ପରେ ଫାଇର ଷ୍ଟେସନ । ବର୍ତ୍ତମାନ ଫାଇର ଷ୍ଟେସନ। ୩୦ ମିନଟ ଅବଧିରେ ସିଆରପି ଚୌକ, ପମ୍ପହାଉସ , ୯’-ତାଲା, ଏଜି ଛକ, ରାଜମହଲ। ଅନ୍ତ’ରେ ମାଷ୍ଟ୍ରର କ୍ୟାଣ୍ଟିନି ଟର୍ମିନାଲରେ ନରମି ଗଲା।


୯ ନମ୍ବର ରୁଟ ବସ ଧରି ୫ ଟଙ୍କା ବିନିମୟରେ ରାମମନ୍ଦିର ବାମ କଡ଼ରେ ଘଷି ହୋଇ ଯାତ୍ରୀ ପରିବହନ ପ୍ରଦର୍ଶନୀ ପଡିଆରେ ପହଞ୍ଚି ଗଲା। ତୋରଣ ଦ୍ୱାର ଗହଳ ଚହଳ । ଫୋଟଟିଏ ନେଲି। କେଇ ପାଦ ଚାଲିଚାଲି ;ଦୁଇ ପାର୍ଶ୍ଵର ବ୍ୟାନେର ଝଟକୁଥିଲା। ସଭାମଞ୍ଚ ସୁସଂଜିତ। ସନ୍ଧ୍ୟାରେଶିକ୍ଷାମନ୍ତ୍ରୀ ଅତିଥି ,ସୁରଜ ବଂଶୀ ଯୁବମନ୍ତ୍ରୀ। ମନରେ ସ୍ନେହ ବଢିଲା। ଯୁଗ୍ମ ସଚିବ ଦେବପ୍ରସାଦ ଦାସ, ବିଭାଗ ତରଫରୁ ମଙ୍ଗୁଆଳ ସାଜିଥିବା ଖବରଟି ପାଇଲି।


👉ପୁସ୍ତକ ମହୋତ୍ସବ ଦୁଇଟି ପଦ। ପ୍ରଥମ ପଦଟି ପୁସ୍ତକ କହିଲେ ମନ ଭିତରେ ଧସିପଶି ଆସୁଥାଏ। 
କାଗଜରେ ମୁଦ୍ରିତ ଭାବପୂର୍ଣ୍ଣ କାହାଣୀ ବହଳ ମଲାଟ ବନ୍ଧେଇ ;ଶୀର୍ଷକ ,ଲେଖକ ,ପ୍ରକାଶକ ,ସଂସ୍ଥାର ସୂଚନା ଆଦିକୁ ବୁଝାଏ,ତାଠୁ ବଳିଗଲେ,ବାଗେଇ ଚୁନେଇ ଓଡ଼ିଆ ଅଭିଧାନରେ ଅବା ବ୍ରିଟାନିକା ଶବ୍ଦ କୋଷରେ ବର୍ଣିତ। A set of printed sheets of paper that are held togethr, inside a cover a long :written work some times, used figuratively
👉ତାଠୁ ବଳିଗଲେ ଡିଜିଟାଲ ମୁଦ୍ରାରେ ଅବା ଅଡିଓ ଦ୍ୱାରା ପୁସ୍ତକମାନ ହାତ ପାହାନ୍ତାରେ।
 ପୋଥି,ପୁସ୍ତିକା, ପୁସ୍ତକ, ବହି, ଗ୍ରନ୍ଥ, କିତାବ ନାମରେ ଆଦୃତ। ଯେତିକି ସୁଖଦପୂର୍ଣ୍ଣ କେଇଗୁଣ ତା ଜନ୍ମ ବୃତ୍ତାନ୍ତ ଅବିଶ୍ୱସନୀୟ। ପୁସ୍ତକ କହିଲେ, ଚୀନ ଦେଶ, ଜର୍ମାନୀ, ଇଂଲଣ୍ଡ, ନେଦରଲ୍ୟାଣ୍ଡ, ଫ୍ରାନ୍ସ କୁ ବୁଝାଏ। ତାହାପୁଣି ଧଳା କାଗଜରେ ମୁଦ୍ରିତ ନୁହଁ ! କାଷ୍ଠ ପୁସ୍ତକ। ପ୍ରସ୍ତର ଖୋଦିତ, ଧାତୁ ଖୋଦିତ ମୁଦ୍ରାରେ  ଅବା ତାଳପତ୍ର , ଲୁଗାରେ ନିର୍ମିତ ପୁସ୍ତକ

👉ବୌଦ୍ଧ ପୁସ୍ତକ ସର୍ବ ପୁରାତନକେହି କେହି କହନ୍ତି ଗୁଟେନବର୍ଗଙ୍କ ବାଇବଲ ! ଦ୍ଵନ୍ଦରେ କେଉଁ ପୁସ୍ତକ ପ୍ରଥମ ଦ୍ୱତୀୟ ମଧ୍ୟରେ ଡାଇମଣ୍ଡ କଟର ସୂତ୍ର (ବଜ୍ର ଛେଦିକା ପ୍ରଜନମିତ୍ର ସୂତ୍ର) ପ୍ରାଚୀନ ପୁସ୍ତକ ଜନାଦୃତ। ୮୬୮ ରେ ଚୀନ ଦେଶ ଟାଙ୍ଗ ରାଜା ବଂଶ( China's Tang Dynasty) କାଳରେ ପ୍ରଚଳିତ। କାଷ୍ଠବ୍ଲକ ମାଧମରେ ଛାପ କାର୍ଯ୍ୟ ସମ୍ପର୍ଣ୍ଣ ହେଉଥିଲା। ଏକଦା ୧ ହଜାର ଖ୍ରୀଷ୍ଟାବ୍ଦରେ ସୀମିତ। ୧୨୦୦ ରେ କୋରିଆରେ ଧାତୁ ନିର୍ମିତ ପୁସ୍ତକ ଜୋହାନ୍ସ ଗୁଟନବର୍ଗଏକ ପ୍ରିଣ୍ଟିଂଗ ପ୍ରେସ୍ର ଉଭାବନ କରି ସୀସା ଓ ଟିଣ ମିଶ୍ରଣରେମୁଦ୍ରଣରେ ବିକାଶ ଘଟାଇଲେ ।

👉୧୪୩୬ ରେ ଡ଼ିଜାଇନିଙ୍ଗ ପ୍ରିଣ୍ଟିଂଗି ପ୍ରେସ୍ର , ୧୪୪୦ରେ ପ୍ରୋଟୋଟାଇପି ଓ ୧୪୫୫ରେ ବ୍ୟବସାୟୀ ଭିତିକ।
 ଜୋହାନ୍ସ ଗୁଟନ୍ବେର୍ଗ (Johann Gutenberg) ପ୍ରଥମ ମୁଦ୍ରିତ ପୁସ୍ତକ ଲୋକ ଲୋଚନକୁ ଆସିଥିଲା। ୟୁରୋପ ୧୪୭୦ .ଉଟରେଟ ,୧୪୭୩ ରେ ବୁଦାପେଷ୍ଟ,୧୪୭୪ରେ , କ୍ରାକୋରେସ୍ଥାପିତ। ଦେଶରେ ୧୫୫୬ ରେ ପ୍ରିଣ୍ଟିଂଙ୍ଗ ପ୍ରେସ୍ର ପ୍ରଚଳନ ହୋଇଥିଲା। ପୁସ୍ତକର ଗୁମୁର ବହୁ ଦୂର ପ୍ରଦର୍ଶନୀ ଏବର!
ଆଜି ରାଜଧାନୀ ପ୍ରଦର୍ଶନୀ ପଡ଼ିଆରେ ପ୍ରକାଶକ, ପ୍ରକାଶନ ସଂସ୍ଥା। ପ୍ରଚାର ପ୍ରସାର ପାଇଁ ଅଭିନବ ପୁସ୍ତକ ପ୍ରଦର୍ଶନୀ।

ଦ୍ୱିତୀୟ ଦ୍ୱାର ଅତି ଆକର୍ଷିତ। ସେଲ୍ଫିଟିଏ ନେଲି। ଆୟତ କ୍ଷେତ୍ରରେ ଶତାଧିକ ପୁସ୍ତକ ଭଣ୍ଡାର। ଚାହା ଜଳଖିଆର ଆସର। ପକ୍ଷୀ ଘର ପ୍ରକାଶନୀ ସାରସ୍ୱତ ସ୍ୱପ୍ନର ଚିତ୍ରଶାଳା ଷ୍ଟଲରେ ଅଧାଘଣ୍ଟା କାଳ ରହିଗଲି। ଗ୍ୟାଲେରୀରୁ ଗ୍ୟାଲେରୀ ପୁସ୍ତକ ଗୁଡିକୁ ଘାଣ୍ଟିଲି। ଭ୍ରମଣ କାହାଣୀ ପଂଜେ ପୁସ୍ତକ ଚୟନ କଲି। “ପୁଷ୍ପାଞ୍ଜଳି କର”, ଲେଖିକାଙ୍କ “ପ୍ରକୃତିର କେତେ ରୂପ “, ଶୀର୍ଷକ ଭ୍ରମଣ କାହାଣୀକୁ ପସନ୍ଦ କଲି।


👉ଶତାଧିକ ପ୍ରକାଶନୀ ତରଫରୁ ନିଜ ନିଜର ସୁସଜ୍ଜିତ ପୁସ୍ତକ ଥାକରେ ବିରଜାମାନ। କେଉଁ ପଟରୁ ବୁଲାବୁଲି ଆରମ୍ଭ କରିବି ବାମପଟରୁ ନା ଡାହାଣ ପଟରୁ। ଆଦ୍ୟରୁ ନା ଅନ୍ତ,କେଇ କ୍ଷଣ ପରେ, ଡାହାଣ ପଟକୁ ଦେଖିଲି ପଶ୍ଚିମ ପବ୍ଲିକେସନ ଷ୍ଟଲ ବ୍ୟାନର ଖୁବ ଆକର୍ଷିତ। ପ୍ରବେଶ ଦ୍ୱାର ସଂକୀର୍ଣ୍ଣ ରହିଥିଲା। ଆୟତାକାର ଷ୍ଟଲଟି ନୁଆଁ ପୁରୁଣା ଭରପୂର୍ଣ୍ଣ ପୁସ୍ତକ। ଅଧିକାଂଶ ଓଡ଼ିଆ ପୁସ୍ତକ। ୪ଟା ଥାକ ମଧ୍ୟଭାଗରେ ମୁକୁଳା ମେଜ ,ଅନାବନା ପୁସ୍ତକ ଦେଖିଲି । ବେରଂଗ କପଡ଼ା ରଂଗରେ ତା’ଟୁଙ୍ଗି କେଉଁ ଏକ ନବବଧୂ ବେଶରେ। ଗ୍ରାହକ ଅପେକ୍ଷାରେ; ରଙ୍ଗ ଦିଆ ପୃଷ୍ଠା ଝଲସି ଉଠୁଥାଏ। ଅତି ନିକଟରେ ସଂଚାଳକ ଲେଖକ ଓ ତାଙ୍କ ପୁସ୍ତକ ପ୍ରକାଶନ ସମ୍ପର୍କରେ ପଚାରି ବୁଝିନେଲି। ପ୍ରଥମରେ ନିରାଶ ଅନ୍ୟ ଷ୍ଟଲ ଗୁଡିକ ବୁଲି ଦେଖିବାକୁ ବାହାରିଲି।

👉ମାଳମାଳ ଯୁବଯୁବା ଚକ୍କର କାଟୁଥିଲେ। କେଇ ଯୁବତୀ ପୁସ୍ତକ ପୃଷ୍ଠା ଓଲଟାଉ ଥିଲେ। ଯେମିତି ପୁସ୍ତକ ଉତ୍ସବ ତାଙ୍କ ପାଇଁ  ଭୂସର୍ଗ। ସ୍ନେହ ଜ୍ଞାନ ପ୍ରେମର ପୁସ୍ତକ ହାର। କାଁଭାଁ ପୁସ୍ତକ ଭଣ୍ଡାରରେ ଶ୍ରୋତାର ଅଭାବୀ ପରଖିଲି। ବାକିତକ ଷ୍ଟଲରେ ବହଳ ଗ୍ରାହକ। ପାଚଲା ବାଲିଆ ଗରାଖଙ୍କୁ ସହ ଦେଖା ହେଲା। ପ୍ରକାଶକଙ୍କୁ ସନ୍ଧାନ କରୁଥିଲେ। ବୋଧେ ଲେଖାଟିଏ କେଉଁ ଏକ ତିଥିରେ ମୁଦ୍ରିତ ପାଇଁ ଅପେକ୍ଷାରେ ରହିଥିଲେ। ମଧ୍ୟ ଭାଗରେ ଚାହା ଜଳଖିଆର ଆସାର। ଅଧିକାଂଶ ଯୁବଯୁବା। କୋରାପୁଟ କଫି ମଣ୍ଡପ ପିପିଲି ଚାନ୍ଦୁଆରେ ସଜ୍ଜିତ ଏକ ଲୟରେ ଦେଖିଲି। ଭାରି ଡଉଲ ଡାଉଲ! ପସନ୍ଦ କଲି। ପ୍ରେମରେ ପଡିଲି ।  ସେଲ୍ଫି ଟିଏ ନେଲି।

👉ଦି-ପାଉଣ୍ଡ ବଢ଼ିଲି। ଆଦିତ୍ୟ ଭାରତ ଷ୍ଟଲରେ ଦରାଣ୍ଡିଲି। ଥାକରୁ ଥାକ ୨ଟି ପୁସ୍ତକ। ପ୍ରଥମଟି ଗୌରବ ଆମ ମାଟିର ,ଲେଖକ -ଶ୍ରୀ ଅମୀୟ କୁମାର ପାଢ଼ୀ, ପ୍ରାୟ ୩୦ ଟି ଭ୍ରମଣ କାହାଣୀ ସଂକଳିତ। ଆମ ଦେଶର ତୀର୍ଥ ସ୍ଥାନ। ଦ୍ୱିତୀୟଟି ଜଙ୍ଗଲ ଜଙ୍ଗଲ ପର୍ବତ ପର୍ବତ ଶୀର୍ଷକ, ଅନୁବାଦକ -ବିଜୟ କୁମାର ପ୍ରଧାନ, ସାଇକେଲ ଓ ପର୍ବତ ଭ୍ରମଣ କାହାଣୀ ୩୦ ଟି ବର୍ଣିତ। ରସିଦ ନମ୍ବର -ବି ୦୯, ତା ୧୭ -୧୨ -୨୦୨୪ ମୋଟା ଗାୟବ ୪୫୦ ଟଙ୍କାରୁ ୨୦ ପ୍ରତିଶତ ପରେ ନଗଦ୩ ୬୦ ଟଙ୍କା ପୈଠ କଲି। ଭିଡ ଅସମ୍ଭାଳ! ସନ୍ଦ୍ୟା ନଇଁ ଆସିଲା। ସୁଧାପ୍ରକାଶନ ତରଫରୁ ଷ୍ଟଲଟିଏ ଭାରି ସୁନ୍ଦରିଆ। ୨ ଟି ପୁସ୍ତକ କିଣିଲି। ପ୍ରଥମ ଗଙ୍ଗାରୁ ଗୋଦାବରୀ, ଆମେରିକା ଅନୁଭୂତି, ପ୍ରଫେସର ଗୋଲକ ବିହାରୀ ଧଳଙ୍କ ଲେଖା। ୨୦୦ ଟଙ୍କା ପୈଠ କରି ତନ୍ଦରା ତନ୍ଦରାରେ ପ୍ରଦକ୍ଷିଣ କଲି।


👉ଏକା ଏକା ବୁଲିବା ମଜ୍ଜାରେ ଭିନ୍ନ ! ପ୍ରାୟ ଘେରାଟିଏ ବୁଲିବାକୁ ବସିଲାଣି। ପକ୍ଷୀଘର ପ୍ରକାଶନୀ ଷ୍ଟଲରେ ସ୍ଥାନ ପାଇଲି। ପ୍ରକୃତିର କେତେ ରୂପ -ଲେଖିକା ପୁଷ୍ପାଞ୍ଜଳି କରଙ୍କ ୮ ଟି ଭ୍ରମଣ କାହାଣୀ। ଭୁଟାନ ଭ୍ରମଣ ଅନ୍ୟତମ। ଭାଗ୍ୟକୁ ଲେଖିକାଙ୍କ ସହ ଭେଟାଭେଟି ସୁଯୋଗ ପାଇଲି। ସଂଚାଳକ ପରିଚୟ କରେଇ ଦେଇଥିଲେ। ସେ ସାଢେ ତିନି ପଦ ଲେଖିଲେ। "ଶ୍ରଦ୍ଧା ଓ ସମ୍ମାନ ସହ", ପୁଷ୍ପାଞ୍ଜଳି କର, ୧୭-୧୨-୨୦୨୪ ପ୍ରଥମ ପୃଷ୍ଠାରେ ଲିପିବଦ୍ଧ। ଯେମିତି କେଉଁ ଏକ ସରସ୍ବତୀ ଦେବୀଙ୍କ ଦର୍ଶନ ମିଳିଲା। ମାତା ସରସ୍ବତୀ ସ୍ୱୟଂଉଭା! ଲେଖିକା କହିଲେ ପଢି ମତଟିଏ ଦେଲେ ଖୁସି ହେବି। ଅଭୁଲା ମୁହୂର୍ତ୍ତ! ମନରେ କଥାଟିକୁ ସାଇତିନେଲି। ନିଶ୍ଚୟ ରାତିରେ ପଢ଼ିବି ମତଟି ଜଣାଇବି ! ଭଦ୍ର ମହିଳା  ଆଗକୁ ବଢିଲେ। ଯିବା ପଛରେ ଅନେଇ ରହିଲି। ସଂଚାଳକ ତାଙ୍କ ଠିକଣା କହୁଥିଲେ। ଭଦ୍ରାମି ଦୃଷ୍ଟିରୁ କପେ କଫି ଅଫର କଲେ। ସ୍ୱାଦ ନେଲି। ବତି ଆଲୁଅରେ ପ୍ରଦର୍ଶନୀ ପଡ଼ିଆ ଝଲମଲ ହେଉଥାଏ।.ଧୀରେ ସଭା ମଣ୍ଡପ ଆଡକୁ ଚାଲିଲି। ପଛ ଆସନରେ ସ୍ଥାନ ନେଲି ଶ୍ରୀ ସୂଯ୍ୟବଂଶୀ ସୂରଜ,ମାନ୍ୟବର ମନ୍ତ୍ରୀ, ଅଧ୍ୟାପକ ବିଶ୍ୱରଂଜନ, ସାହିତ୍ୟକ ମୁଖ୍ୟ ଆକର୍ଷଣ। ପୁରସ୍କାର ବିତରଣ ପରେ ଧନ୍ୟବାଦ ସମାପନ। ହାଉଯାଉ ଗହଳ ମଧ୍ୟରେ ମାଷ୍ଟ୍ର କ୍ୟାଣ୍ଟିନି ମୋ ବସ ପରିବହନର ସେବା ନେଲି। ସେଠୁ ବରମୁଣ୍ଡା ସୁଖଦ ଲେଉଟାଣି ଯାତ୍ରା ।
ମନରେ କେମିତି ପଢ଼ିବି ଘାରିଲା।
ଗୋଟିଏ ପରେ ଅନ୍ୟଟିଏ ଭୂସ୍ବର୍ଗର ଏକ ଅଂଶ ଲେହ ଲଦାଖ  ବିମାନର ଯାତ୍ରୀ ପୁଷ୍ପାଞ୍ଜଳି କର ତାଙ୍କ ଜୀବନ ସାଥିଙ୍କ ସତସତିଆ ଭ୍ରମଣ କାହାଣୀ ମନକୁ ସ୍ପନ୍ଦିତ କଲା; ଯେମିତି ମୁଁ ଲଦାଖରେ ବୁଲୁଛି 

👉ଦ୍ୱିତୀୟ କାହାଣୀ ସାବରମତୀରେ ଲେଖିକା ଗାନ୍ଧିଜୀଙ୍କ ଆଦର୍ଶକୁ ଭାରି ପସନ୍ଦ ରହିଥିଲା। ସରଳତା ବୁଝି ପାଇଲି,ମନୋରଞ୍ଜନ ଏବଂ ସୂଚନା ପୁସ୍ତକଟି ଇତିହାସ ଜ୍ଞାନ ଏବଂ ଶିକ୍ଷାର ଏକ ମୂଳ ଉତ୍ସ।। ରାଜସ୍ଥାନର ଚିତୋର ପୁତ୍ରବଧୁ ମୀରାବାଈଙ୍କ ଉତ୍ସର୍ଗ ଜୀବନ ପଢି ଜାଣିଲି। ସନ୍ଦେହ ଦୂର ହୋଇଥିଲା।

👉ଭାରତର ଦାରୁଣ ଅସହ୍ୟ ଗରମରୁ ବର୍ତ୍ତିବା ପାଇଁ ଭୁଟାନ ଭ୍ରମଣ ଚିନ୍ତାଧାରା ଏବଂ ସମସ୍ୟା ସମାଧାନ ମାନବ ପ୍ରକୃତି ଏବଂ ସମ୍ପର୍କ ବିଷୟରେ ଅନ୍ତର୍ନିହିତ ସୂଚନା ପ୍ରଦାନ। ନିଜକୁ ଭଲ ଭାବରେ ଜୀବନର ଜଟିଳତାକୁ,ଚାପ ହ୍ରାସ ଏବଂ ଆରାମ। ସଂରକ୍ଷଣ ଉଚିତ ସମାଧାନ ନିଷ୍ପତି ଶିକ୍ଷା ଦେଇଥିଲା।.ବାରାଣସୀ, ସାରନାଥ, ଏପରି ବୁଦ୍ଧଙ୍କ ଲୁମ୍ବିନି ପବିତ୍ର ସ୍ଥଳରେ ଶରଣ । ସାଂସ୍କୃତିକ ପରମ୍ପରାକୁ ସଂରକ୍ଷଣ। ଅତୀତ ସହିତ ସଂଯୋଗ ଏବଂ ନିରନ୍ତରତା ଏବଂ ସମ୍ପୃକ୍ତିର ଭାବନା ପ୍ରଦାନ। କରୋନା ମହାମାରୀରେ ସ୍ଵକଷ୍ଟକୁ ଭୁଲି ଦମ୍ପତି ତୀର୍ଥ ଯାତ୍ରୀ ପାଇଁ ଭାରି ଆଗ୍ରହ।ପଞ୍ଚ ପ୍ରୟାଗ ଭ୍ରମଣରୁ ବାରିହେଉଥିଲା। ଦକ୍ଷିଣ ଭାରତର ଥିରୁବନ୍ତପୁରମର ପଦ୍ମନାଭ ସ୍ୱାମୀ, କେରଳ, ତାମିଲନାଡୁର କନ୍ୟା କୁମାରୀରେ ଅର୍ପିତ କରିଥିଲେ। ଏକବିଂଶ ଶତାବ୍ଦୀରେ ବ୍ୟକ୍ତିଗତ ଅଭିବୃଦ୍ଧିଏବଂଶିକ୍ଷା ସାଂସ୍କୃତିକ ସମୃଦ୍ଧତା ପାଇଁ ପୁସ୍ତକଟି କେତେ ଆବଶ୍ୟକ?


👉ମନୋଜ ଦାସଙ୍କ "ଇଣ୍ଡୋନେସିଆ ଅନୁଭୂତି", ୧୯ଟି କାହାଣୀ ବର୍ଣିତ। ଦ୍ୱତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ କାଳର ଲେଖଙ୍କ ଭ୍ରମଣ ଯାତ୍ରା। ଏକ ବାସ୍ତବିକ କାହାଣୀ ମନରେ ରେଖାପାତ କରିଥିଲା। ପୁଞ୍ଚକ  ଉପତ୍ୟକାର ଏକ ଭୟାବହ ରାତ୍ରି ରୁ ଶେଷ କାହାଣୀ ଏସିଆ ଆଫ୍ରିକା ସମିଳନୀ। ନିଛୁକ ସହର ପଲ୍ଲୀର ଚିତ୍ର। ଧର୍ମ, ସଂସ୍କୃତି ଦେଶର କଳାକୃତି ନୃତ୍ୟ ଜ୍ଞାନ ପାଇଲି।
👉କବି ସୀତାକାନ୍ତ ମହାପାତ୍ରଙ୍କ ,"ଅପ୍ରମିତ ମିଶର", ୨୨ ଗୋଟି କାହାଣୀ ଇଜିପ୍ଟିର ସହର ଦେବା ଦେବୀ .ନୀଳ ନଦୀ, ରାଜବଂଶର ସଂଗ୍ରହାଳୟ, ବିଶ୍ବବିଦାଳୟ କାହାଣୀ ମନକୁ ପାଇଲା। ଅମୀୟ ପାଢ଼ୀଙ୍କ "ଗୌରବ ଆମ ମାଟିର ",୩୦ ଟି କାହାଣୀ ସ୍ୱଦେଶର ଅକୁହା କାହାଣୀ ଉପସ୍ଥାପନ କରି ଜାତୀୟତା ବାଦର ଭକ୍ତ ଭାବରେ ନିଜକୁ ପରୋକ୍ଷ ଭାବରେ ସ୍ଥାପିତ। 
ଯାହା ନାହିଁ ଭାରତେ ତା' ନାହିଁ ଜଗତେ ଉପଖ୍ୟାନଟିକୁ ୧୦୦ ପ୍ରତିଶତ ଭ୍ରମଣ କାହାଣୀରେ ବର୍ଣ୍ଣିତ; ଜାତୀୟତା ବାଦର ଝଲକ ବାରିହେଉଥିଲା
👉ବାରିଷ୍ଟର ଗୋବିନ୍ଦ ଦାସଙ୍କ ଦେଶେ ଦେଶେ ଡଜନେ କାହାଣୀ। ବମ୍ବେ ଛାଡ଼ିଲି ଠୁ  ଥମାସରୁ ଗଙ୍ଗା କାହାଣୀ ୟୁରୋପର ଆଧୁନିକ ଚାଲିଚଳନ ଭିନ୍ନତାକୁ ଭ୍ରମଣ କାହାଣୀରେ ପଖାଳି ଥିଲେ। ଗୋଲୋକ ବିହାରୀ ଧଳଙ୍କ ଆମେରିକା ଅନୁଭୂତି ,ଓ ଗଙ୍ଗାରୁ ଗୋଦାବରୀ ପଢିବାକୁ ମେଜ ଉପରେ ପୁସ୍ତକଟିକୁ ସାଇତି ନେଲି।

👉ପୁସ୍ତକ ଉତ୍ସବରୁ କଣ ପାଇଲି ? ବୁଲା ବୁଲି କରି ଦେଖିଲି। ବେପାର ୩ କୋଟିରୁ ଉର୍ଦ୍ଧ ବିକ୍ରେତାଙ୍କ ଭାଗରେ, ୨୦ ପ୍ରତିଶତ ରିଆତି କ୍ରେତାଙ୍କ ପକେଟରେ। ଓଡ଼ିଶୀ ଖାଦ୍ୟର ସ୍ୱାଦ ନେଲି। ନୁଆଁ ନୁଆଁ ବିଷୟ ପଢ଼ିଲି। ନିଆରା ଅନୁଭବ। ଆଉ କଣ ହୋଇପାରେ ?

(ରଚୟିତା - ଦିଲିପ କୁମାର ନାୟକ)

Comments

Post a Comment