ବିବେକାନନ୍ଦ ପୁରମ


ପୁରାତନ ସାଥି କହୁଥିଲେ, ବିବେକାନନ୍ଦ ପୁରମ ଭୂସ୍ବର୍ଗ। ଆଧ୍ୟାତ୍ମିକ ପରିବେଶ, ସାତ୍ତ୍ୱିକ ଭୋଜନ। ୧୯୭୨ ରେ ଶ୍ରୀ ଏକନାଥ ରା଼ନେଡ ଦ୍ୱାରା ସ୍ଥାପିତ। ଦିନ ରାତ୍ର ମଧ୍ୟରେ ଭ୍ରମଣର ସୁଅ ଛୁଟିଥିଲା। କନ୍ୟା କୁମାରୀ ଢେଉ ଠାରି ଦେଉଥାଏ। ବିନ୍ଦୁବିନ୍ଦୁ ଜଳରେ ତା‘ସିନ୍ଧୁ। ନିଜେ ଦେଖିଲୁ। ୨୬ ଜୁନ, ପାହାନ୍ତା ପ୍ରହରୀ,ମିନତୀ ଘଡ଼ିଏ ପୂର୍ବରୁ ଉଷୁମ ଜଳ ଡିବି ଡିବି ଚାହା ବାମ୍ଫରେ ଚେତାଇ ଥିଲା। ଦୁହେଁ କପେ କପେ ସ୍ୱାଦ ନେଲୁ। ଯେମିତି କପେ ଚା ରେ 'କାଉ ରାବିଲେ କ୍ୟାମ୍ପସଟାରୁ ଅନ୍ଧାର ଅପସରି ନଥିଲା। ଅତିଥି ଭବନ ଠିକ ପାଖ କୋଠରୀ ପ୍ରଦୀପ ପ୍ରଣତିର ଶବଦ ନଥିଲା। ଦ୍ୱାର ବେଲଟିକୁ ୩ ଥର ଦବାଇଲି। ଭିତରୁ ହଁ ହଁ କ୍ଷୀଣ ସ୍ୱରରେ ଶୁଭିଲା। ଅନ୍ତିମ ଦିନ,ସୂର୍ଯ୍ୟ ଦର୍ଶନ ସାଙ୍ଗକୁ ଆଶ୍ରମ ପ୍ରଦକ୍ଷିଣର ଲକ୍ଷ୍ୟ। ପଦ୍ମ ସେବା ୧୦୦ ପ୍ରତିଶତ ନିର୍ଭରଶୀଳ। ସୁରକ୍ଷା କର୍ମଚାରୀ ଠାଏଁ ଠାଏଁ ନିୟୋଜିତ। ମାର୍ଗ ମଝିରେ ମଝିରେ ଇଙ୍ଗିତ। ସମୁଦ୍ର ଲେଉଟାଣି ପବନ ସ୍ପର୍ଶ କରୁଥାଏ। ହୁଗୁଳା ପୋଷାକ,ଜାକିଜୁକି ଜୋତା ଦେଖିଲି। ପଥରେ ଅପ୍ରମିତ ପର୍ଯ୍ୟଟକ ସୂର୍ଯ୍ୟ ଦର୍ଶନ ପାଇଁ ନସର ଫସର। ପାହାନ୍ତି ୫.୩୦ ରୁ ୭ ଘଣ୍ଟିକା ପଥ ଉନ୍ମକ୍ତ। ଯାତ୍ରାଟି ପରିଚିତ ଥିଲା।
ସକାଳର ଶବଦ, ସମୁଦ୍ର ଢେଉର ଗର୍ଜନ ଏବଂ ପକ୍ଷୀମାନଙ୍କର ରାବ ଶୁଭିଲା ।

ପର୍ଯ୍ୟଟକ ଦଳ ପରିଭ୍ରମଣ କରୁଥିଲେ। ହସ ହସରେ ହିନ୍ଦୀ ଭାଷାରେ ବାର୍ତ୍ତାଳାପ। ଚଲାପଥ ବହଳ! ଅଭ୍ୟର୍ଥନା ଗୃହଠୁ ୨ କିଲୋମିଟର ଦୂର। ମାର୍ଗର ଦୁଇପାଶ୍ୱରେ  ଛୋଟ ଛୋଟ ପତ୍ରପୁଷ୍ପ ଭରା ଉଦ୍ୟାନ ଦେଖିଲୁ। ସୁନ୍ଦର ଘର ମାନ ଗ୍ରୀଷ୍ମର ଅପୂର୍ବ ସୌନ୍ଦର୍ଯ୍ୟମୟୀ ଅମରାବତୀ। ରାମକୃଷ୍ଣ ମିଶନ,ନରେନ୍ଦ୍ରପୁର,ମନ୍ଦିରା ଗେଟର ଭ୍ରମ ସୃଷ୍ଟି କରୁଥିଲା। ମୁକୁଳା ସବୁଜ ପ୍ରାନ୍ତରରେ ପହଂଚି ଗଲୁ।


ଅପ୍ରମିତ ପର୍ଯ୍ୟଟକ ଠୁଳ। କେଉଁ ମୁହୂର୍ତ୍ତରେ ସୂର୍ଯ୍ୟ ଉଇଁବେ? ଦର୍ଶନ କରିବୁ! ଦିନର ଶୁଭଯାତ୍ରା ମନାସିବୁ! ସତକୁ ସତ ଆମେ ୪ ପହଞ୍ଚୁ ପହଞ୍ଚୁ ସୂର୍ଯ୍ୟ ଦେବତା ସମୁଦ୍ର ଗର୍ଭରୁ ଆକାଶ ମୁହାଁ। କି ଦୃଶ୍ୟ ! ମିନତୀ ଓ ପ୍ରଣତି ଭିନ୍ନ ମୁଦ୍ରାରେ ଫୋଟ ନେଲେ। ଢେଉ ପରେ ଢେଉ ଶବଦ। ତ୍ରିସଙ୍ଗମ ସାଗର ଜଳକୁ ସ୍ପର୍ଶ କଲୁ। ଏକ ଅଭୁଲା ମୁହୂର୍ତ୍ତ ! ମିନତୀ ପ୍ରଣତି ନିଜ ନିଜ ମସ୍ତକରେ ଜଳ ଛିଞ୍ଚିଲେ। ସ୍ଥାନୀୟ ଯୁବକ ଫିଙ୍ଗା ଜାଲରେ ମାଛ ମାରୁଥିଲେ। ୨ ଜଣ କୃଷ୍ଣକାୟ ମହିଳା ଶଙ୍ଖ ପୋହଳା ବିକାଳୀ ମିନତୀ ପ୍ରଣତିଙ୍କ ପଛରେ।

ଭାବବିହୁଳ ମୁହୂର୍ତ୍ତ ! ରବିଙ୍କ ସ୍ୱର୍ଣ୍ଣିମ ଆଲୋକରେ ବେଳାଭୂମିରେ ରେଣୁ ଝଲସି ଉଠିଥିଲା। ଉଚ୍ଚଉଚ୍ଚ ତାଳ ବୃକ୍ଷ ବାହୁଙ୍ଗାରେ କିରଣ ଛିଟା। ଦୂରରୁ ବିବେକାନନ୍ଦଙ୍କ ସ୍ମାରକୀ ! ଗଭୀର ସମୁଦ୍ର ମୁହାଁ ଜାହାଜ ଦେଖିଲୁ। ଦୁର୍ଲ୍ଲଭ ଶୋଭିତ ଚୌହଦୀରେ ପ୍ରଣତି ବାରବାର ସେଲ୍ଫି ନେଲେ।.ଏକାଧିକ ପର୍ଯ୍ୟଟକ ସୂର୍ଯ୍ୟ ନମସ୍କାର ମୁଦ୍ରାରେ ସବୁଜ ଚଟାଣରେ ! କେହି ହାଲୁକା କସରତରେ ଝାଳ ବୁହାଉଥିଲେ। ଘଂଟାଏ ସମୟ ବିତେଇଲୁ। ସ୍ୱାସ୍ଥ୍ୟ ପାଇଁ ପାଦ ଚଲା ହିତକର ବାଣୀ ଶୁଣିଥିଲୁ। ଆଖିରେ ଦେଖିଲୁ। ସୂର୍ଯ୍ୟଙ୍କ ଆଲୁଅରୁ ଭିଟାମିନି -ଡ଼ି, କୂଳରୁ କେଇ ପରିମାଣ ଅମ୍ଳଜାନ ଗ୍ରହଣ କଲୁ। ଚପଳମତିର ମେଘ ମାଳରେ ଅସରାଏ ସବୁଜ ପ୍ରାନ୍ତରକୁ ଭିଜେଇ ଦେଇଥିଲା। ବେଢାରେ ଘୁରିବୁଲୁଥିଲେ । ପ୍ରଥମ ମୌସୁମୀ ସ୍ପର୍ଶକଲା। ନବ ଆଲୋକରେ ପର୍ଯ୍ୟଟକ ଫୁର୍ତ୍ତି ଭରିଦେଲା ।



ଲେଉଟାଣିରେ କଣ କଣ ଦେଖିଲୁ? ସାଧନାର ପୀଠ। ନିତଦିନିଆ ଜୀବନର ଗୀତ ଗାଉଥିଲା। କର୍ମଶାଳା , ତାଲିମ ଶିକ୍ଷାଦାନ। ଡାହାଣ କଡରେ ଛାତ୍ରବାସ। କାର୍ଯ୍ୟକର୍ତ୍ତା ବନ୍ଧୁଟିଏ ଯାହା କହିଲେ ,ଆମେ ୪ ଆଶ୍ଚର୍ଯ୍ୟ ପ୍ରକଟ କଲୁ। ଦେଶରେ ୨୩ ଟି ବିବେକାନନ୍ଦ କେନ୍ଦ୍ର, ୮୫୦ ରୁ ଉର୍ଦ୍ଧ ଶାଖା, ପ୍ରଶିକ୍ଷଣ ପ୍ରଦାନ। ଆଧ୍ୟାତ୍ମିକ ଭାବନା ଯୋଡିବା ଓ ସରଳ ଜୀବନ ଯାପନ,ସେବା ଚେତନା ଜାଗୃତପରି ମହତ୍ୱ ସନ୍ନିବେଶିତ। ଯୁବଶକ୍ତି ମଧ୍ୟରେ ଚେତନ ଜାଗରଣ କେନ୍ଦ୍ର ଗୁଡିକର ମୂଳ ବିନ୍ଦୁ। ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତ୍ତି ସ୍ମାରକୀ ମଣ୍ଡପ ବୁଲି ଦେଖିଲୁ।



ବାମ କଡ଼ରେ ମୟୂର ନାଚୁଥିଲେ। ଭ୍ରମଣକାରୀ ଇଙ୍ଗିତରେ ପ୍ରଫୁଲିତ। ଗୋଶାଳା ଉପରି ପାର୍ଶ୍ୱରେ ପଶୁ ସମ୍ପଦ ଗଣି ପାରିନଥିଲୁ। ରାମାୟଣ ଦର୍ଶନ ବୃତ୍ତାନ୍ତ ନିଛୁକ ଛାପ ବୁଲି ଦେଖିଲୁ। ଜୟ ବଜରଂଗୀ ହନୁମାନ ସ୍ଥାପତ୍ୟମୁଖ୍ୟ ଆକର୍ଷଣ ରହିଥିଲା। ଫୋଟନେଲୁ। ହନୁମାନ ଚାଲିଶା ପାଠ କରୁଥିଲେ। ଭାରତ ମାତା ମୂର୍ତ୍ତି ,ପଦ୍ମନାଭ ସ୍ୱାମୀ ,ନଟରାଜ ମୂର୍ତ୍ତି ମୁଖ୍ୟ ଆକର୍ଷଣ। ବିବେକାନନ୍ଦଙ୍କ ପ୍ରଦର୍ଶନୀ କକ୍ଷ, ଭାରତମାତା ସଦନ,ଗଙ୍ଗୋତ୍ରୀ ପ୍ରଦର୍ଶନୀ ଦର୍ଶନ ପାର୍କକାନ୍ଥ,ମନ୍ତ୍ର ଗୁଞ୍ଜରଣରେ ପରିବେଶକୁ ଆଧ୍ୟାତ୍ମିକ ଭାବ ଜାଗ୍ରତକରୁଥିଲା। ମାଟି ପାଣି ପବନ ଚିରନ୍ତନ ଇଶ୍ଵରୀଙ୍କ ଆଲୋକ ପାଉଲୁ।



ମିନତୀ ମୁଖରେ ହସଫୁଟୁଥିଲା! ଚାରି ଯୁଗର ଗାଥା ଭ୍ରମ କ୍ୟାମ୍ପସଟାରେ ଦେଖିବାକୁ ପାଇଲୁ।ସାମାନ୍ୟ କ୍ଲାନ୍ତ! କିଏ ଏକ ଅଚିନ୍ହା ରମଣୀ ଠାରିଲା।ପ୍ରଣତି ମିନତୀ ଦୁହେଁ ଙ୍କ ଭିତରେ ଲଘୁ ଆଲୋଚନା ରେ ପ୍ରଦୀପ ଦୋଛକିରେ! ସମୟ ଅନ୍ତରରେ ପୁଣି ଇସାରା। ଆମେ ତାଙ୍କ ନିକଟରେ ପହଂଚି ଗଲୁ। ସେ କ୍ଷୀର ବିକାଳୀ ନାମ ତାର ସୁପାମା ସ୍ୱାମୀ,ତା'ପ୍ରେମରେ ଆମେ ଦୁଇ! ଉଷୁମ ଗାଈକ୍ଷୀର ପ୍ରତି ଲୋଭ ବଢ଼ିଲା।

ତାଜା କ୍ଷୀର, ବିକ୍ରୟ କେନ୍ଦ୍ର ଟିଣ ଛପର ସୁପମାଙ୍କ ସ୍ଥାନ। ଶ୍ୟାମଳୀ, ସାମାନ୍ୟ ଗେଡି କିନ୍ତୁ ଶାଢ଼ୀ ଦକ୍ଷିଣ ଭାରତୀୟ ସଂସ୍କୃତିର ଛାପ। ସୁପାମା ଆମ୍ମା ଜଣାଶୁଣା,ଛୋଟ ଷ୍ଟିଲ ଗିଲାସ,ତାହା ହିଁ ମାପଯନ୍ତ୍ର, କପେ କପେ ଗାଈ ଦୁଧ ମାତ୍ର ୨୦ଟଙ୍କା

କୁଞ୍ଚିତ ସୁପମା ପାକୁଆ ପାଟି ହସରେ ବାଟୋଇ ତାର ଗ୍ରାହକ! ସୁପମ ତା ଜେଜେଙ୍କଠୁ ଶୁଣିଥିଲା "ଗାଈ କ୍ଷୀର ହିତକର", ଗାଈ ଦୁଗ୍ଧ ପାନୀୟ, କ୍ୟାଲସିୟମ୍, ଭିଟାମିନ୍ ଡି, ଭିଟାମିନ୍ ବି ୧୨, ରାଇବୋଫ୍ଲାଭିନ ଏବଂ ଫସଫରସ୍, ଅନେକ ଦାନ୍ତୁରା ଓ ଦାନ୍ତୁରିଙ୍କୁ  କଳ୍ପଦ୍ରୁମ। କେସିନ୍ ଏବଂ ହ୍ୱିସ୍, ମାଂସପେଶୀ ମରାମତି ଓ କ୍ରୀଡ଼ାବିତ,ବଡିବିଲଡର୍ସଙ୍କ ଫାଇଦା, ଗାଈ କ୍ଷୀର ପ୍ରାୟ ୮୭ ପ୍ରତିଶତ ଜଳ ମୋଟା ମୋଟିଙ୍କ ପାଇଁ ଅଧିକ ଲାଭଜନକ। ବସଷ୍ଟାଣ୍ଡ ବିଶ୍ରାମ କକ୍ଷ ମୁକସାକ୍ଷୀ।
ତା' ଉଷ୍ମହସ ଏବଂ ଦୟାଳୁ ଆଖି ଆମକୁ ଖୁସି କରିଥିଲା। କାନ୍ଥରେ ନୀତିବାଣୀ ଝଟକୁଥିଲା।




ଦୟା, ପରିଶ୍ରମି ପିଲାଠୁଁ ବୁଢା ଓ ଦିଣ୍ଡାଠୁଁ ଭେଣ୍ଡା ପର୍ଯ୍ୟନ୍ତ ଗ୍ରାହକ ଓ ଭ୍ରମଣକାରୀ ପର୍ଯ୍ୟଟକ ପ୍ରଶଂସିତ।
ପୁସ୍ତକ ଭଣ୍ଡାର,ଚିତ୍ରା କ୍ୟାଣ୍ଟିନି ର ସ୍ୱାଦିଷ୍ଟ ଖାଦ୍ୟ ,ଚାହା ,ଉଚ୍ଚ ମାନର ଜଳଖିଆ ,ସେବା ଦାନ ରହିଥିଲା। ନିଶୁଳ୍କ ପରିବହନ ବ୍ୟବସ୍ଥା , ଉଚ୍ଚମାନର ଅତିଥି ଭବନରୁ ଆନନ୍ଦ ଭରପୁର ନେଉଥିଲୁ। ବେଳାଭୂମିର ଦୃଶ୍ୟକୁ ହାତଛଡା କରିନଥିଲୁ।ଏଠି ଜୀବନର ବଳକା ଦିନ ପାଇଁ ରହଣି। ଏବେବି ବିବେକାନନ୍ଦ ପୁରମ ରହଣି ତା ସ୍ୱାଦ। ଅତିଥି ଭବନ ରୁ ଲେଉଟାଣି ଯାତ୍ରା ସୁଚିନ୍ଦ୍ରମ ରହିଥାଏ। ଅଟୋ କାର୍ଯ୍ୟାଳୟ ସମୁଖରେ ଅପେକ୍ଷା ମୁଦ୍ରାରେ। ବ୍ୟାଗ ସବୁତକ ସାଇତିନେଲୁ। କାର୍ଯ୍ୟାଳୟରେ କେଇ ମିନଟ, ରସିଦ ସଂଖ୍ୟା - ଏ ନମ୍ବର :୦୫୫୨୭୨ ,୭ ହଜାର ୧ ଶତ୬୮ ଟଙ୍କା ପୈଠକରି ଆଶ୍ରମରୁ ବିଦାୟ ନେଲୁ। କାନକୁ କେତୋଟି ଶବଦ ଶୁଭୁଛି।
ଉଠ ଉଠ ଜାଗ୍ରତ ପ୍ରହରୀ ,ପଢ ପଢାଅ, ସେବା ପ୍ରେମ ତ୍ୟାଗ ହିଁ ଶ୍ରେଷ୍ଠ ଜୀବନ।

(ରଚୟିତା - ଦିଲିପ କୁମାର ନାୟକ)












Comments

Post a Comment