ତ୍ରିଦେବ : ଏକ ଅଭୁଲା ଦର୍ଶନ

୨୬ ଜୁନ ୨୦୨୪ରେ.ବିବେକାନନ୍ଦ କାର୍ଯ୍ୟାଳୟ ସାମ୍ନାନାରେ ଅଟୋ। ଲେଉଟାଣିରେ ୩ଟି ଟ୍ରଲିବ୍ୟାଗ,ଝୁଲାଟିଏ ସାଇତିଲୁ। ଚାଳକ ଇସାରାକୁ ଚାହିଁ ବସିଥାଏ। ମୁଖ୍ୟ ଆସନ ନେଲି। ପ୍ରଦୀପ,ପ୍ରଣତି ଓ ମିନତୀ ବୃହତ ଆସନରେ। ବାଟରେ ଯାଉ ଯାଉ ତୋରଣ ଝଲସି ଉଠିଲା।
ମନେପଡ଼େ ! ଇଂରାଜୀରେ ୪ଟି ପଦ ୧୮ ଟି ଅକ୍ଷର। Thank You Visit Again . ଅନୁଭବ କରିଛକି?
👉ଡାହାଣ ମୋଡ଼ରେ ଟୁକୁଟୁକୁ। ସୂଚୀନ୍ଦ୍ରମ ୧୪ କିଲୋମିଟର ଦୂର। ମୁକୁଳା ନୀଳ ଆକାଶ କିରଣରେ ଅନେକ ବାଟ! ସବୁଜିମାର ବିଦାୟ ଭେଟି ନିସ୍ଵାର୍ଥରେ ଅଜାଡ଼ି ଦେଉଥିଲା। ଏକାଧିକ ନାରିକେଳ ଉଦ୍ୟାନକୁ ପଛରେ ପକାଇ ଗାଡି ଛୁଟିଲା। ପ୍ରଦୀପଙ୍କ ମୁଖରୁ , ଓଃ ନଡ଼ିଆ ଗଛ ! ନଡ଼ିଆ ଗଛ! ନଡ଼ିଆ ଗଛ! ଛାନିଆ ! ଯେମିତି ଆକାଶଟି ଛିଣ୍ଡିପଡ଼ିଲା! ସମୁଦ୍ର କୂଳିଆ ପରିବେଶର କରାମତି ଛୁପିଥିଲା। ଉଚ୍ଚାଉଚ୍ଚା ସ୍ତମ୍ବରେ ପବନ ଚାଳିତ ଫ୍ୟାନ ଚକ୍କର କାଟୁଥିଲା।। ମୁକୁଳା ଅଟୋରୁ ନିରୋଳା ଦୃଶ୍ୟକୁ ଦେଖିଲୁ। ଅକସ୍ମାତ ଡ୍ରାଇଭର ବାବୁ ବ୍ରେକ ଦବାଇ ବାମ ଦିଗକୁ ଷ୍ଟିଅରିଙ୍ଗି ମୋଡ଼ିଲେ। ଘଷଘଷ ଶବଦ ଶୁଭିଲା ! ପୋଲ ପରେ ତାମିଲ ଜନବସତିକୁ ପ୍ରବେଶ କଲା।

👉ଏକାଧିକ କେରଳ ସଡ଼କ ଯାତ୍ରୀ ପରିବହନ ସଂସ୍ଥା (KSRTC) ଛୁଟୁଥିଲା। ଥିରୁବନ୍ତପୁରମରୁ ୮୧ ଓ ନଗର କୋଏଲରୁ ୭ କିଲୋମିଟର। ସଡ଼କ ପଥ ରେଳ ଉଭୟ ସଞ୍ଚାଳିତ। ଗୁମର ଏକଦା ଟ୍ରାଭେନକୋର (Travancore) ଅଧୀନରେ। ୧୯୫୬ ରେ ତାମିଲିନାଡୁ ରାଇଜର ଅଗସ୍ତିଶ୍ୱରମ ତାଲୁକା ଭୌଗଳିକ ଗଣ୍ଡିରେ ତୀର୍ଥକ୍ଷେତ୍ର। ଶୈବ ଓ ବୈଷ୍ଣବଙ୍କ ଧାର୍ମିକ ପୀଠ। ବୈଷ୍ଣବଙ୍କ ମତାନୁସାରେ ଅଭିମନ୍ୟୁ କ୍ଷେତ୍ରମ ରୂପେ ବିଦିତ।
"ଓଁ ନମଃ ଶିବାୟ"



🙏🙏🙏
👉ସୂଚୀନ୍ଦ୍ରମ,,ସଚ୍ଚି-ଇନ୍ଦ୍ରମ ନାମରେ ପରିଚିତ। ତାମିଲୀନାଡ଼ୁର ଦକ୍ଷିଣରେ ଏକ ପବିତ୍ର ଧାର୍ମିକ ସ୍ଥଳ। ୧୩୦୦ ବର୍ଷ ତଳର ପୁରୁଣା ମନ୍ଦିର। ସ୍ଥାନୁମଳୟନ ସ୍ୱାମୀ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଜନ୍ମିଛି। ଆଧ୍ୟାତ୍ମିକ ପରିବେଶ ପାଇଁ ସର୍ବଶ୍ରେଷ୍ଠ। ମିନତୀ ମୁଖରୁ,ମନ୍ଦିର ମନ୍ଦିର ମନ୍ଦିର। ମନରେ ଉଲ୍ଲାସ ଅନୁସୂୟା ମାତାଙ୍କ ପୁଣ୍ୟସ୍ଥଳ;କିପରି ତିନି ଦେବ ପୂଜିତ! ସଜାଗ ହେଲୁ। ଅଟୋ ନରମିଲା।

👉ଏକଦା କନ୍ୟା କୁମାରୀର, ଦେବୀ କୁମାରୀ ଓ ସୂଚୀନ୍ଦ୍ରମର ଭଗବାନ ଶିବଶଂକର ବିବାହ ଅଧୁରା ସମ୍ପର୍କ।ଲୋକକଥା ଅଛପା ନଥିଲା। ଏଠି ଶଙ୍କର ପୂଜାପାଇଁ ଶ୍ରଦ୍ଧାଳୁଙ୍କ ଅତୁଟ ବିଶ୍ୱାସ । ଚୁଳ ବହୁଥାକ ବିଶିଷ୍ଟ ମୁକୁଟ ଦେଖିଲୁ। ନିର୍ମାତା କିଏ ? ପ୍ରଦୀପ ବୁଝିନେଲେ। ୯୦୦ ଖ୍ରୀଷ୍ଟାବ୍ଦରେ ଚୋଳ ବଂଶର ରାଜା ସ୍ଥାପନ କରିଥିଲେ। ସ୍ଥାନୁମଳୟନ ମନ୍ଦିର ନାମରେ ପୂଜିତ। ପରବର୍ତ୍ତୀ କାଳରେ ଥିରୁମେଲାଇ ନାୟକ ଓ ଟ୍ରାଭେନକୋର ଶାସକ ନିର୍ମାଣ କାର୍ଯ୍ୟରେ ବିକଶିତ।
ତନୁମାଳୟମକୁ ସ୍ଥାନୁମାଳୟମ ତ୍ରିମୁର୍ତ୍ତିକୁ ସୂଚିତ କରିଥାଏ।"stanu"means Mahesh; "Mal" means Vishnu , and the "Ayan" means Brahma. ତନୁ ଅର୍ଥାତ ମହେଶ ,ମଲ ଅର୍ଥ ବିଷ୍ନୁ , ଅୟନ ଅର୍ଥାତ ବ୍ରହ୍ମା। କେରଳ ଓ ତାମିଲିନାଡୁ ହିନ୍ଦୁ ପରମ୍ପରା ପ୍ରଥା, ୧୦୮ ଲିଙ୍ଗ ମଧ୍ୟରୁ ଅନନ୍ୟ।
👉ମୁଖ୍ୟ ଦ୍ୱାରରେ ପ୍ରବେଶ କଲୁ ,ମୂର୍ତ୍ତି ସ୍ଥାପତ୍ୟ କଳାକୃତି ଉତ୍କୃଷ୍ଟ ରହିଥିଲା। ୧୩ ଫୁଟିଆ ଉଚ୍ଚ ୨୧ ଫୁଟ ଓସାର ବୃଷଭଙ୍କ ଦର୍ଶନ କଲୁ। କଳାକୃତି ଦେଖି ଚକିତ ହେଲୁ। ଚୁଳଟି ୧୪୪ ଫୁଟ ଉଚ୍ଚତା! ଯେମିତି ଆକାଶକୁ ସ୍ପର୍ଶ କରୁଥାଏ। ପ୍ରବେଶ ଦ୍ୱାର ପାର୍ଶ୍ୱରେ ଗଜ ସିଂହ ଜୀବନ୍ତ ସ୍ଥାପତ୍ୟ ଉଙ୍କିମାରୁଥିଲା। ମୂଳରୁ ଚୁଳ ପର୍ଯ୍ୟନ୍ତ ଦିଅଁ ଦେବତା ପ୍ରସ୍ତର ଖୋଦିତ କଳାକୃତି କାରୁକାର୍ଯ୍ୟମାନ ଦେଖିଲୁ। ୨ଟି ଗୋପମ ଦେଖିଲୁ। ଦକ୍ଷିଣ ଭାରତରେ ମନ୍ଦିର ଦ୍ୱାର ଚୁଳକୁ ଗୋପମ କହନ୍ତି। ଯେମିତି ସ୍ତମ୍ବ ମିଳନର ଏକ ବୃହତ ଦେବାଳୟ। ନବଗ୍ରହ ଅବତାର ମୂର୍ତ୍ତିମାନ ପରଖିଲୁ । ଗତିଶୀଳ ମୁଦ୍ରାରେ ସ୍ଥାପତ୍ୟ ଦେଖି ଚକିତ ହେଲୁ। ପୂର୍ବ ଭାଗର ତ୍ରିମୂର୍ତ୍ତି ସହ ବଜରଙ୍ଗୀ ପାର୍ଶ୍ୱ ଦେବ ଦେବୀ ଦର୍ଶନ କଲୁ। ନୁଆଁ ମନ୍ଦିର ୧୭୦୦ରେ ନିର୍ମିତ। ୭ ଥାକିଆ ଚୁଳ ମନ୍ଦିର। କଳାକୃତି ଦେଖି ସହଧର୍ମିଣୀ ତାଙ୍କ କନିଷ୍ଠ ଭଗ୍ନୀଙ୍କ ଇସାରା ଦେଇଥିଲେ। ଗୋଟିଏ ପରେ ଅନ୍ୟଟିକୁ ହେରିଥିଲୁ। ଦକ୍ଷିଣ ରାଜ୍ୟର ନିର୍ମିତ କୌଶଳ ଏକାପରି ରହିଥିଲା। ଓଡିଶା ରାଇଜର ମନ୍ଦିର ଚୁଳ କଲିଙ୍ଗୀ କଳା ସ୍ଥାପତ୍ୟ ଭିନ୍ନ !୨ ଏକର ପରିଧିରେ ମନ୍ଦିର ସ୍ଥାପିତ। ୩ ବେଢା ପ୍ରଦକ୍ଷିଣ କଲୁ ।

👉ବୃହତ୍ତ ସ୍ତମ୍ଭମାନ ଦେଖିଲୁ। ଅନ୍ୟ କୌଣସି ମନ୍ଦିରରେ ପୂର୍ବରୁ ଦେଖିନଥିଲୁ! ୮ ଶହ ବର୍ଷର ପୁରୁଣା ନବରାତ୍ର ମଣ୍ଡପ । ଉଚ୍ଚତା ୧୮ ଫୁଟ। ଅଳଙ୍କାର ମଣ୍ଡପ:ନାଟ୍ୟ ମହଲର ୧୦୩୫ ଟି କାରୁକାର୍ଯ୍ୟ ସ୍ତମ୍ବ। ୧୯୩୦ ରେ ପୁନ୍ହ ଉଦ୍ଧାର ହୋଇଥିଲା। ୨୨ ଫୁଟ ଉଚ୍ଚ ବଜରଙ୍ଗୀଙ୍କୁ ଦର୍ଶନ କଲୁ। ବେଢାରେ ମୁକୁଳା ସ୍ନାନଗାର। ଆମ ରାଇଜର ଲିଙ୍ଗରାଜ ମନ୍ଦିର ବିନ୍ଦୁ ସାଗର ପରି ଭ୍ରମ ସୃଷ୍ଟି କରୁଥିଲା। ପ୍ରସ୍ତର ସ୍ତମ୍ବରେ ଖୋଦିତ ସ୍ଥାପତ୍ୟ ପାଇଁ ପ୍ରସିଦ୍ଧ। ପ୍ରତିଦିନ ୬ ଥର ପୂଜା ପଦ୍ଧତି। ଡିସେମ୍ବର ,ଜାନୁଆରୀରେ ରଥଯାତ୍ରା ଏକ ପର୍ବ। ଏପ୍ରିଲ ଓ ମେ’ରେ ଟେପମ ପୂଜା ଯାନିଯାତ୍ରା ପାଳିତ ହୁଏ।

👉 ତ୍ରିଦେବଙ୍କ ମହିମା। ସ୍ଥାନୁମଳୟନ ସ୍ୱାମୀ ଓ ଆଞ୍ଜେନ୍ୟୟେଙ୍କ ପୂଜିତ। ବିଶ୍ୱରୁପମ ଦର୍ଶନ କରି ଆଚମ୍ବିତ ହେଲୁ। ପ୍ରସ୍ତର ନିର୍ମିତ ୪ ଟି ମ୍ୟୁଜିକେଲ ଚେୟାର ଉପରକୁ ନଜର ପଡ଼ିଲା। ଉଚ୍ଚ କୋଟିର ରହିଥିଲା। ଦୁର୍ଲଭ କାରୁକାର୍ଯ୍ୟରେ ବିମୋହିତ। ସ୍ଥାନୀୟ ଶ୍ରଦ୍ଧାଳୁ ଆୟା ଆମ୍ମା ଭିଡ଼ ଜମେଇଥିଲେ। ତାମିଲି କେହି କେହି ତେଲୁଗୁ ,କର୍ଣ୍ଣଡ଼ରେ ବାର୍ତ୍ତାଳାପ ଶୁଣିବାକୁ ମିଳିଲା। ତାପରେ ଆମେ ୪ ଏକକ ଦଳ ଭାବରେ ସ୍ଥାପତ୍ୟକୁ ହେରିଥିଲୁ। ଏଇଟି ହିନ୍ଦୁ ଦ୍ରାବିଡ଼ଙ୍କ କାରୁକାର୍ଯ୍ୟ ସ୍ଥାପତ୍ୟର ଏନ୍ତୁଡ଼ିଶାଳ।



🙏🙏🙏
👉କିମ୍ବଦନ୍ତୀ ଛୁପିଥିଲା। ଅନୁସୂୟା ସତୀ ପ୍ରତିବ୍ରତା ସ୍ୱାମୀ ଅତ୍ରି ଋଷିଙ୍କ ପାଦୁକା ପାନ ପରେ ଖାଦ୍ୟ ଗ୍ରହଣ କରୁଥିଲେ। ସତୀ ନାରୀ ରୂପେ ବିଦିତ। ଦିନେ ଦେବଲୋକରେ ଦେବୀ ଲକ୍ଷ୍ମୀ, ପାର୍ବତୀ ଓ ସରସ୍ବତୀ ଅନୁସୂୟାଙ୍କ ସତୀତ୍ଵ ପରୀକ୍ଷା ପାଇଁ ତ୍ରିଦେବଙ୍କୁ ସ୍ମରଣ କଲେ। ସ୍ୱୟଂ ସୃଷ୍ଟିକର୍ତ୍ତା ,ସଂଚାଳକ ଓ ଭୋଳାବାବା ଶିବଶଙ୍କର ପୌଢ଼ ସନ୍ୟାସୀ ବେଶରେ ଅନୁସୂୟାଙ୍କ ନିକଟରେ ଭିକ୍ଷା ଥାଳିଧରି ଜଗିବସିଲେ। ସତୀ ଦେଖିଲେ ୩ ସାଧୁ! ତତକ୍ଷଣାତ ଭିକ୍ଷା ଦେବାକୁ ପ୍ରସ୍ତୁତ ହେଲେ।

👉କିନ୍ତୁ ୩ ସାଧୁ ବାରଣ କଲେ ,ଏକ ସର୍ତ୍ତ! ବସ୍ତ୍ର ପରିଧା ନାରୀଙ୍କ ଠାରୁ ଭିକ୍ଷା ଗ୍ରହଣ କରିବେ ନାହିଁ। ବିନା ଭିକ୍ଷାରେ ସାଧୁଙ୍କୁ ଫେରାଇବା ମହାପାପ ଭାବି ଅନୁସୂୟା ସ୍ୱାମୀଙ୍କ ପାଦୁକା ଜଳ ସାଧୁଙ୍କ ଉପରକୁ ଛିଞ୍ଚ ଦେଲେ। ଆପଣା ଛାଏଁ ୩ କଅଁଳ ଶିଶୁ ରୂପରେ। ନିବସ୍ତ୍ରରେ ଅନୁସୂୟା ଭିକ୍ଷା ଦାନାରେ ସଫଳ ହେଲେ। ତାପରେ ସ୍ଵର୍ଗରେ ୩ ଦେବୀଙ୍କ ଭାଳେଣି ପଡିଲା। ଅନୁସୂୟାଙ୍କ ନିକଟରେ ସ୍ମରଣ କଲେ ପୂର୍ବ ଅବସ୍ଥାକୁ ୩ ଦେବ ଫେରି ପାଇଲେ। ନିଜ ନିଜର ସ୍ୱାମୀଙ୍କୁ ଉଦ୍ଧାର କରିନେଲେ। ତା,ପ୍ରତିବଦଳରେ ୩ ଦେବ ସୂଚୀନ୍ଦ୍ରମ, ମନ୍ଦିରରେ ପୂଜା ପାଇଲେ। ପୁରାଣ ରାମାୟଣ ଓ ମହାଭାରତରେ ଗାଥା ବର୍ଣିତ।

👉ଦ୍ଵିତୀୟ କିମ୍ବଦନ୍ତୀ ,ଗୌତମ ଋଷି ଅହଲ୍ୟା ଆଶ୍ରମରେ। ଇନ୍ଦ୍ର ଦେବଙ୍କ ଅହଲ୍ୟାଙ୍କ ସୌନ୍ଦର୍ଯ୍ୟରେ ଲୋଭ ବଢିଲା। କଟୁଛଳନା ବେଶରେ କୁକୁଡ଼ାର ରାବକଲେ। ଋଷି ଭାବିଲେ ,ରାତ୍ର ପାହିଗଲା। ସ୍ନାନ ପାଇଁ ଆଶ୍ରମ ତ୍ୟାଗ କଲେ। ଇନ୍ଦ୍ର ଦେବ ଗୌତମ ଋଷି ବେଶରେ ଅହଲ୍ୟାଙ୍କ ବାସରେ। ତଥାପି ସକାଳ ପାଇନଥିଲା। ଋଷି ଭ୍ରମ ଭାବି ବାହୁଡ଼ିଥିଲେ। ଇନ୍ଦ୍ର ଦେବଙ୍କ ବାହୁ ବନ୍ଧନରେ ଅହଲ୍ୟା!

👉କୋପାନଳ ଋଷି ଅଭିଶ୍ୟାପ ଦେଲେ। ଅହଲ୍ୟା ପ୍ରସ୍ତର ଓ ଇନ୍ଦ୍ର ସହସ୍ର ଯୋନି ନାରୀ ରୂପ ପ୍ରଦାନ କଲେ। ଇନ୍ଦ୍ର ଦେବ ଗଣନାରୟଙ୍କ ପ୍ରାଥନା କରିବାକୁ ଲାଗିଲେ। ପୂର୍ବ ରୁପ ଫେରିପାଇଲେ। ମନ୍ଦିର ସ୍ଥାପିତ କରିଥିଲେ। ସଚ୍ଚି-ଇନ୍ଦ୍ରମ ନାମରେ ପରିଚିତ। ତୃତୀୟ କିମ୍ବଦନ୍ତୀ ଇନ୍ଦ୍ରଦେବ ମଧ୍ୟ ରାତ୍ରରେ ସଚ୍ଚିନ୍ଦ୍ରମ ମନ୍ଦିର ଦର୍ଶନରେ ,କ୍ଷୀର ଅର୍ପଣ କରୁଥିଲେ।

👉ଶ୍ଵେତ ହସ୍ତିରେ ଦେବରାଜ ଇନ୍ଦ୍ର ଅଳଙ୍କୃତ ଆସନ ଏକ ଚିତ୍ର! ଏହି ସ୍ଥାନକୁ ସ୍ୱଛଚିନ୍ଦ୍ରମ ନାମିତ। ସ୍ଥଳ ପୁରାଣରେ ବର୍ଣିତ। ଏକାଧିକ କିମ୍ବଦନ୍ତୀ ଲୋକକଥା ଶୁଣିଲୁ, ଦେଖିଲୁ। ଦେବ ଦେବୀଙ୍କ ନିକଟରେ ପାହାଁମୁଣ୍ଡି ପଡ଼ିଲୁ। ବେଲପତ୍ର ଜଳ ଗ୍ରହଣକରି ୨ ଥର ମନ୍ଦିର ଚୁଳକୁ ଭକ୍ତିପୂତ ପ୍ରଣାମ ଅର୍ପଣକଲୁ। ପ୍ରାୟ ଘଣ୍ଟେ ସମୟ ବିତିଥିଲା। ଦକ୍ଷିଣ ଭାରତ ତୀର୍ଥ ଯାତ୍ରା ଭିନ୍ନ ସ୍ୱାଦ,ମାଟି ପାଣି ପବନ। ଓଁ ନମଃ ଶିବାୟ ଓଁ ନମଃ ଶିବାୟ ଓଁ ନମଃ ଶିବାୟ ଜପକରି ଦେବାଳୟରୁ ଫେରିଲୁ।

👉ଅଜଣା ରାଇଜର ଭାଷା,ବେଶଭୂଷା,ଖାଦ୍ୟ ଚାଲିଚଲନ ରଙ୍ଗ ଫରକ ରହିଥିଲା। ଆମେ ନିର୍ଜଳ ଥିଲୁ। ମନ୍ଦିର ଅନତି ଦୂରରେ ଜଳଖିଆ ହୋଟେଲ। ଆମ୍ମା ପରିଚାଳିକା। ପେଟରେ ପେଟେ ଭୋକ।ଇଟିଲି,ଚଟଣି ପେଟପୁରା। ଦୀର୍ଘ ନିଶ୍ୱାସଟିରେ; ଟୁକୁଟୁକୁ ନଗର କୋଇଲି ଅଭିମୁଖେ ଛୁଟିଲା। ୭ କିଲୋମିଟର ଦୂର। ନଗର କୋଏଲରୁ ତାପରେ ମଦୁରାଇ ରେଳଯାତ୍ରା।

(ରଚୟିତା - ଦିଲିପ କୁମାର ନାୟକ)

Comments

Post a Comment