ମଦୁରାଇ ରେଳ ଯାତ୍ରା


ମନ ମୂଳେ ଜଗତ, ଯିବା ଯିବା କହି ହାତ ଗଣତି କେଇ ବର୍ଷ ବିତିଗଲାଣି। ଘରଣୀଙ୍କ ଇଙ୍ଗିତରେ ଲୋକହସା! ଯୋଜନା ସଫଳ ହେଲା। ଯାତ୍ରା କହିଲେ,ମନକୁ ଚାଲି ଆସେ,ସୁନଗାଡ଼ିରୁ ଶଗଡ଼,ତାହାଠୁ ବଲିଗଲେ ରେଳରୁ ଉଡ଼ାଜାହାଜ ଯାଏଁ। ସବୁଠି ସବୁ ଉପଲବ୍ଧ।

ରୁଚି ଅନୁଯାୟୀ ଭ୍ରମଣ ହାତପାହାନ୍ତାରେ। ଗମନା ଗମନ ଗୁମର ପୁରାତନ। ରେଳଯାତ୍ରା ପ୍ରଥମ ପସନ୍ଦ। ୧୬ ଏପ୍ରିଲ ୧୮୫୩ ରେ ଯାତ୍ରୀବାହୀ ରେଳ ମୁମ୍ବାଇରୁ ଥାନେ ଗଡିଲା। ସୁଲତାନ,ସିନ୍ଧ ଓ ସାହିବ ନାମକ ୩ଟି ଷ୍ଟିମ ଇଂଜିନି ଟାଣିଥିଲେ। ଲର୍ଡ଼ ଡେ଼ଲାହାଉସି (ଗଭରର୍ନର ଜେନେରାଲ) ଭାରତ ଶାସନ ଡୋରି ହାତରେ। ଭାରତ ରେଳ ସେବାର ଜନକ କହୁ।

ଉଦ୍ଭାବକ କିଏ ? ୧୮୦୪ ରେ ଯୁକ୍ତରାଜ୍ୟ ଇଂଲଣ୍ଡ ଦେଶର(Er.Richard Trevithick) ଇଞ୍ଜିନିଅର ରିଚାର୍ଡ ତ୍ରେଭିଥିବକ। ପ୍ରଥମ ବିଦ୍ୟୁତ ଚାଳିତ ରେଳ ୩ ଫେବୃଆରୀ ୧୯୨୫ ରେ ବମ୍ବେରୁ କୁର୍ଲ୍ଲା ଗଡିଲ। (Red Hill Railway )"ରେଡ ହିଲ ରେଲବେ" ପୃଥିବୀର ଚତୁର୍ଥ ବୃହତମ ଯାତାୟାତ ରେଳ ସେବା ସଂସ୍ଥା ରୂପେ ବିଦିତ। ବହୁରୂପୀ ସେବା ପ୍ରଶଂସନୀୟ। ଅସଂଖ୍ୟ ରେଳ ନାମକରଣ,ବର୍ଗୀକରଣ ଯାତ୍ରୀଙ୍କ ପାଇଁ ଅପରିହାର୍ଯ୍ୟ।

ଆମେ'ତ ରେଳ ଅପେକ୍ଷାରେ। ୨୬ ଜୁନ ୨୦୨୪ ନଗର କୋଏଲରୁ ପର୍ଯ୍ୟାପ୍ତ ରେଳ। ଟିକଟ ଫିକଟ ବହୁପୂର୍ବର କିଣା ସରିଥାଏ। ମୁଖ୍ୟତଃ ୧୦ଟି ରେଳ ଏହି ବାଟଦେଇ ଯାତାୟାତ କରେ।ପାହାନ୍ତାରୁ କନ୍ୟାକୁମାରୀ ଦ୍ରୁତଗତି ତୀଖ ପ୍ଲାଟଫର୍ମ।
ବତାସ ପରି ଘୁଘୁ ପବନ। ସକାଳର ଚପଳମତିର ଟିପିଟିପି ବର୍ଷା ତାମିଲ ମାଟିକୁ ଚୁମିଥାଏ। ପ୍ରଦୀପ ଟହଲ ମାରୁଥିଲେ।
ରେଳ ସଂଖ୍ୟା ଡାକନାମ ,ସଂକେତ ବର୍ଗୀକରଣ ଥାଏ। ରେଳ ସଂଖ୍ୟା-୧୨୬୨୮୧ (TVN-NJT-MDU) ଏକ୍ସପ୍ରେସ ୧୨:୪୦ ସ୍ଥିର।ଦୋକାନୀ ୩ଟି ଅଙ୍ଗୁଠି ଦର୍ଶାଇ ଥ୍ରୀ ଇଂରାଜୀରେ ଉତ୍ତରର ରଖିଲେ।ଇଙ୍ଗିତରୁ ବୁଝିଗଲୁ।ରେଳ ୩ ନମ୍ବର ପ୍ଲାଟଫର୍ମରେ ପହଞ୍ଚିବ। ଘଣ୍ଟେ କାଳ ଅଧିଆ ପଡ଼ିଲୁ। ଏକମାତ୍ର ଲୁହାର ଶିଡ଼ି ସଂଲଗ୍ନ, ବିକଳ୍ପ ନଥିଲା।ବ୍ୟାଗ ସଂଖ୍ୟା ୨ ଗୁଣା। କାନ କାନରେ କହିଥିଲି,ଗୋଟିଏ ଗୋଟିଏ ବ୍ୟାଗ କିନ୍ତୁ ପାଣିର ଗାର! ସେପଟକୁ ବଢ଼ିଲୁ। ଧଇଁସଇଁ ! ରକ୍ତଚାପ କେତେ ବଢିଥିଲା ?

୨ ଭଉଣୀ ଗୁଣୁଗୁଣୁ!ଜମା ଶୁଭୁନଥିଲା! ଅକସ୍ମାତ ତାମିଲ ,ଇଁରାଜୀ ଭାଷାରେ ଘୋଷିକା ମଧୁର କଣ୍ଠରେ ତୁହାକୁ ତୁହା ୩ ଥର ପରିବେଷଣ କଲେ। ରେଳଗାଡ଼ି, ସମୟ,ପ୍ଲାଟଫର୍ମ ସଂଖ୍ୟା। ସଜାଗ ହେଲୁ। ଛାତି ଦୁକୁଦୁକୁ। ସି-ବଗି କେଉଁଠି ଲାଗିବ? ଦେଖୁଦେଖୁ ମନ୍ଥର ଗତିରେ ଛୁକୁଛୁକୁ ଶବଦରେ ପୋଇରେ ନରମିଲା। ଇଂଜିନି,ଏସଏ ଆର, ଜେନେରାଲ ବଗି, ଲଗାତାର ୫ଟି ଡ଼ି-ବଗି ପରେ, ଆମ ବଗି-ସି-୧, ଦୂର ୫୦ ଫୁଟ। ଦୌଡ଼ ଦୌଡ଼ି;ନସର ଫସର। ୨ ଭଉଣୀ ପରେ ପ୍ରଦୀପ ଓ ଶେଷରେ ପ୍ରବେଶ କଲି। ଭାଗଦୌଡ଼ ଦୃଶ୍ୟ! ସମାଧାନ କିପରି ସମ୍ଭବ?

ଆସନ ମୁକୁଳା। ସି-୪୦ ଝରକା ପାର୍ଶ୍ୱ ତାପରେ ମିନତୀ-୪୧,ପ୍ରଣତି ୪୨,୪୩ ପ୍ରଦୀପ ଆସନ ନେଲେ। ଲଗାତାର ୩ଥର ହର୍ଣ୍ଣ ବାଜୁବାଜୁ ରେଳଛୁଟିଲା। ଚେୟାର-କାର ଶୀତତାପ ନିୟନ୍ତ୍ରିତ। ୨ଟିକିଆ ୩ଟିକିଆ ଆସନ ଫରକ ସାଜସଜାରେ ଦେଖିଲୁ। ନୀଳ ପରଦା ଝୁଲୁଥାଏ। ମଦୁରାଇ ଜଙ୍କ୍ସନ ୨୩୫ କିଲୋମିଟର ଦୂର।

୩୬ କିଲୋମିଟର ଗଡିଲା। ବଲ୍ଳୟୂର ଷ୍ଟେସନରେ ମିନଟ ଅଟକି ପୁଣି ନିଦ୍ଧାରିତ ଗନ୍ତବ୍ୟ ପଥରେ। ଆମ ବଗିରେ ନୂତନ ଓଡ଼ିଆ ଦମ୍ପତିଙ୍କ ସାକ୍ଷାତ ପାଇଲୁ। କେଇଘଣ୍ଟା ୨ଭଉଣୀ ଗପ ସପରେ ମଜ୍ଜିଗଲେ। ଜାତି ଭାଷା ଭିତ୍ତିକ ସମ୍ପକରେ ବନ୍ଧୁତ୍ୱ ଯୋଡି ହେଲା। ପ୍ରଣତି ମୁଣ୍ଡବିନ୍ଧା। ବନ୍ଧୁ ଫାଷ୍ଟଏଡ଼ ବକ୍ସରୁ ଆସ୍ପିରିନ ଟାବେଲ୍ଟ ଅଫର କଲେ। କିଛି ସମୟରେ ଉପଶମ। ପୂର୍ବ ପରି ହସ ହସ ମୁଦ୍ରାକୁ ଫେରିଲେ।



ତିରିନେଲି ପ୍ରଥମ ପ୍ଲାଟ ଫର୍ମରେ ଠିଆ। ଦୁଇ ମିନଟ ଏକମୁକୁଟ ଚୁଳ। ସ୍ୱାମୀ ନେଲାଲି ଆପାର ମନ୍ଦିର। ହକ୍କର କହିଲେ, ଥମିରାବଣୀ ନଈ ତାରି ଉପରେ ଥିରୁବ୍ଳଳୁବର ସେତୁ ଝଟକିଥିଲା। "ଇରୁତୁ କଡ଼ାଇ ହାଲୁଆ ମିଠା ପାଇଁ ଖ୍ୟାତ" ଦକ୍ଷିଣ ଭାରତର ଏକମୁଖ୍ୟ ରେଳଜଙ୍କ୍ସନ ସହ ପୌରପାଳିକା। ପ୍ରଥମ ହର୍ଣ୍ଣ ବାଜିଲା! ବଗିରେ ପୁଣି ସ୍ଥାନନେଲୁ। ଦୁଇ ଜଣ ଟିଟି ଜଣେ ମହିଳା ଅନ୍ୟ ଜଣେ ପୁରୁଷ ଟିକଟ ତନଖିରେ ମଗ୍ନ ରହିଲେ।
ଉପରଓଳି ୨.୩୦ ସମୟ। ସ୍ଥାନୀୟ ମୁଡ଼କି ପରି ରାଗ ଲୁଣର ସ୍ୱାଦ ନେଲୁ। ଶୁଖିଲା ଖାଦ୍ୟ ଶେଷ ପାତିଆ! ମସଲା ଚାହାର ମଜ୍ଜାନେଲୁ। ଘଣ୍ଟାଏରେ ୪୫ କିଲୋମିଟର ବେଗରେ ଛୁକୁଛୁକୁ ଗର୍ଜନ କରୁଥାଏ। ୧୫୭ କିଲୋମିଟର ଦୂର ମଦୁରାଇ।

ଷ୍ଟେସନ ବୁଲା ବିକାଳି ମୁଖରୁ ତିନିର (Tinir) ଡାକ ଶୁଭୁଥିଲା;ବୁଝି ହେଉନଥିଲା! ତାମିଲ ଅଥବା ଇଁରାଜୀ! କ୍ୱେଟାଲ କାଗଜ ମାଳମାଳ ଦେଖି ଜାଣିପାରୁଥିଲୁ। ଚାହା ବିକାଳି,ଚଳଚଂଚଳ,ତାମିଲ ଭାଷାରେ ତିନିର କହିଲେ,ଚାହା'କୁ ବୁଝାଏ।

ନୀଳିମା ଆକାଶ,ଭିଜାମାଟି ନଈ ସୁଅ ଜଳ। ମନ୍ଥର ଗତିରେ ରେଳ ବଢୁଥାଏ। ପଲ୍ଲୀ ଗାଁ ନିକଟରେ ଉଦ୍ୟାନ,ସିନୋମା ପ୍ରେକ୍ଷାଳୟ ଉକୁଟି ମାରୁଥାଏ। ଅଂଚଳ ଗୁଡିକ ନୁଆଁ ନୁଆଁ। ମଦୁରାଇ ଯେତେ କତି ଉଷ୍ମତା ସେତେ ବୃଦ୍ଧି। ଆମ ଓଡ଼ିଶାର ଜଳବାୟୁ ସମକକ୍ଷ। ମଦୁରାଇ ମିନାକ୍ଷୀ ମନ୍ଦିରକୁ ନେଇ ମିନତୀ ପ୍ରଣତି ଗପୁଥିଲେ। ସ୍ଥାନୀୟ ଭଦ୍ର ମହିଳା ଦେଖୁ ଦେଖୁ କୋବିଲ୍ୱପଟି ଷ୍ଟେସନରେ ଓହ୍ଲାଇଥିଲେ। କେଇଘଣ୍ଟା ଆମ ସହ ହିନ୍ଦୀ ଭାଷାରେ ମତ ବିନିମୟ ହୋଇଥିଲା।ହାତ ହଲାଇ ତାଙ୍କୁ ବିଦାୟ ଦେଲୁ। ପରେ ସାତୁରଷ୍ଟେସନ,ବିରୁଡୁଙ୍ଗର ଜଙ୍କ୍ସନ ୨ମିନଟ ରହଣି ୪.୧୦ ବାଜିଥିଲା। ପଶ୍ଚିମ ଆକାଶରେ ସୂର୍ଯ୍ୟ ନଇଁ ଓହ୍ଲାଇଥିଲେ। ଭ୍ରମଣରେ କିଏ କେତେବେଳ ସମ୍ପର୍କରେ ଯୋଡିହେବ ମତଦେବା କଷ୍ଟକର। ଏମିତିବି ହୁଏ। ବେଳେ ବେଳେ ଶରୀରଟା ଦୋହଲୁଥିଲା! ବୋଧେ ପାଇଲଟ ବ୍ରେକ ଦେଉଥିଲେକି? ଟ୍ରାକ ପରିବର୍ତ୍ତନ। ଆମକୁ ଜଣା ନଥିଲା। କେବଳ ଅନୁଭବ। କତିରେ ସବୁଜ ପତକା ବରାବର ପ୍ରଦର୍ଶିତ କରୁଥିଲେ। ଏକ ଶୁଭ ସଂକେତ।




ଘଂଟାଏ ମଦୁରାଇ ପହଞ୍ଚିବାକୁ ଥାଏ। ବ୍ୟାଗ ସଜାସଜିରେ! ୫ଟି ରହଣିକୁ ଯୋଡ଼ି ୧୪ ମିନଟ ବିଶ୍ରାମ ପରେ ପହଂଚିଲୁ।ମଦୁରାଇ ରେଳ ଷ୍ଟେସନର ସ୍ୱର୍ଣ୍ଣିମ ଇତିହାସ ୧୮୭୫ ରେ ଜଡ଼ିତ। ୧୯୯୯ରେ ନବକଳେବର ଆକର୍ଷିତ କରୁଥିଲା। ମାଡ୍ରାସ ଏବଂ ଦକ୍ଷିଣ ମରହଟ୍ଟା ରେଳ ଗୁମର ଅଛପା ନଥିଲା। ୭ଟି ମୁଖ୍ୟ ପ୍ଲାଟଫର୍ମକୁ ନେଇ ଡିନ୍ଦୁଗୁଲୁ, ବୋଡିନୟାକୁନୁର,ମନ -ମୁଦୁରାଇ,ବିରୁଧୁନଗର ଷ୍ଟେସନ ସହ ସଞ୍ଚାଳିତ। ପ୍ରତିଦିନ ୧୮୩୬୦ ଯାତ୍ରୀ ନିର୍ଭର। ସଂକ୍ଷିପ୍ତ ପରିଚୟ,(ମୄଦୁ) (MDU)।ଆଶ୍ଚର୍ଯ୍ୟ ହେଲୁ! ନାଳିଆ ପୋଷାକ ଡାହାଣ ବାହୁରେ ବାଜୁବନ୍ଧ ଡୋରି ସଂଖ୍ୟା ଟିଏ ଉକୁଟି ମାରୁଥିଲା। ସକାଳୁ ରାତ୍ର ପର୍ଯ୍ୟନ୍ତ ଯାତ୍ରୀଙ୍କୁ ସେବା ଦାନ ପାଇଁ ତା’ପରିଚୟ କୁଲି। କୁଲି ପଦଟି ଚୀନ ଦେଶରୁ ଆନୀତ।

The term coolie comes from the Chinese word for porter and refers to an unskilled Asian laborer.ଅଣକୁଶଳୀ ଶ୍ରମିକ ନାମରେ ଏସିଆ ଦେଶରେ ସ୍ୱୀକୃତ। Friend ,Philosopher and guide.ଷ୍ଟେସନ କୁଲି ଆମୂଳ ଚୁଳର ବାର୍ତ୍ତାବାହକ।


୪ଟି ରବର ଚକ ସଂଲଗ୍ନ ଆୟତାକାର ଠେଲା,କୁଲି ଟାଣୁଥିଲେ। ୧୨ଟି କାର୍ଟୁନୁ ଲଦାଲଦି;ପ୍ଲାଟଫର୍ମ ଯେମିତି ସହଜିଆ ତା'ପଥ! ମଦୁରାଇ ଦିନ ଯାତ୍ରା ପାଇଁ ରେଳଟି ଉତ୍ତମ। ଅଟୋ ଷ୍ଟାଣ୍ଡରେ ଛକିଥିଲେ। ସଂଚାଳକ ଯେମିତି ପୂର୍ବରୁ ସମ୍ପର୍କ। ୨ଟି ଅଟୋକୁ ବୁଝିଲୁ। ଭଡା ୧୦୦ ଟଙ୍କା। ରହଣି ପୂର୍ବଥୟ। ଠିକଣା ମାତ୍ରେ ୧୦ ମିନଟରେ ଲଜ ସମୁଖରେ ଠିଆ। ଯୁବକ ଦୁହେଁ ଦ୍ୱାର ଦେଶରେ ସ୍ୱାଗତ ମୁଦ୍ରାରେ। ସଫଟ କପି ବଢେଇବା ମାତ୍ରେ ସହଯୋଗ କଲେ। ବେଳ ବୁଡ଼ିବାକୁ ଘଂଟାଏ ସମୟ ବଜାର ବୁଲାରେ ୪ ବାହାରି ପଡ଼ିଲୁ। ମିନାକ୍ଷୀ ମନ୍ଦିର ସ୍ଥିତି ଯାଞ୍ଚକଲୁ ଆଖ ପାଖର ସ୍ୱାଦନେଲୁ। ବହଳ ବଜାର! ସଂକୀର୍ଣ୍ଣ ଗଳି। ହୁହୁ ଶବ୍ଦରେ ଫାଟି ପଡୁଥାଏ।

ନଈକୂଳରେ ଗ୍ରୀଷ୍ମ ଶିବିର,ପ୍ରିୟ ଜୀବନ ସାଥି ,ଅନ୍ତରଙ୍ଗ ଦୁଇ ବନ୍ଧୁ ବାନ୍ଧବୀ,ମଉକା ବୁଲା ବୁଲିର ଛକା ଚୌକା ମନରେ ଉକୁଟି ମାରୁଥାଏ। ପ୍ରଦୀପ ଯହିଁ ତହିଁ ଖାଇବାରେ ବ୍ୟସ୍ତ। ବାଡ଼ବତା କିଛିଭି ନଥିଲା।

ଦିନରେ ବୁଲାବୁଲି ସନ୍ଧ୍ୟାରେ ବଜାର ବୁଲା ମଉଜ କଲୁ। କରୋନା ମହାମାରୀ ଠାରୁ ପ୍ରତିବନ୍ଧକ। ଅବିସ୍ମରଣୀୟ କେତୋଟି ମୁହୂର୍ତ୍ତ। ସନ୍ଧ୍ୟାଭାରି ମନେପଡ଼େ। ଓଦିନର ଗଜରା ହାର ଆମ୍ମା ଦୋକାନୀର ଆତ୍ମୀୟତା ପୁଲ ହାର,ଦୁଇ ଭଉଣୀ ବୋଲ୍ଡ। ମିନାକ୍ଷୀ ଦେବୀଙ୍କ ମହିମା ଶୁଣିଲୁ। ପାହାନ୍ତି ପ୍ରହରୀରେ ଦର୍ଶନପାଇଁ ଆଗତୁରା ମନାସି ଭୂପତିକୁ ବାହୁଡ଼ିଥିଲୁ।

(ରଚୟିତା - ଦିଲିପ କୁମାର ନାୟକ)

 

 





Comments