ସ୍ୱାମୀ ବିବେକାନନ୍ଦ ସ୍ମାରକୀ : ଅଭୁଲା ଭ୍ରମଣ

                         



ଦି-ଦିନ, ଦି- ରାତ୍ର ବୁଲିବୁ! କଣ କଣ ଦେଖିବୁ ? ଏକ ନମୁନା ମହଜୁଦ ଥାଏ। ଦ୍ୱିତୀୟ ଦିନରେ ସଂଗ୍ରହାଳୟ ବୁଲା ବୁଲିପରେ ;ସ୍ୱାମୀ ବିବେକାନନ୍ଦ ସ୍ମାରକୀ ଦର୍ଶନ ନିମନ୍ତେ ବ୍ୟଗ୍ର ! ଟୁକୁଟୁକୁ ଚାଳକ ପକ୍କା ତାମିଲ ଭଙ୍ଗା ଗଢା ଇଁରାଜୀ ଭାଷାରେ ଭଡ଼ା ହଣ୍ଡ୍ରେଡ ହଣ୍ଡ୍ରେଡ଼ ରୁପିସ ରଟିଲେ। ଫିକ୍ସୱେଡ ରେଟ ଫିକ୍ସୱେଡ ରେଟ ଦୋହରାଇ ଥିଲେ। ଇଏସ ଇଏସ ! ଉତ୍ତର ବୁଝିବା କଷ୍ଟକର! ଆନା ମୁରୁକି ହସି ମୁଣ୍ଡ ହଲାଇଲେ। ତାମିଲ ଓଡ଼ିଆ ଭାଷା ଫରକ ;ଇଂରାଜୀ ଭାରି ଦୁର୍ବଳ ! ଉଚ୍ଚାରଣ ଆଚରଣରେ ଆନନ୍ଦିତ।

ଦୁଇ ଚାରିବର୍ଷ ବୟସରେ ଛୋଟ , ଭ୍ରମଣର ସାଥି ପ୍ରଦୀପ , ମିନତୀ ଓ ପ୍ରଣତି ପାରିବାରିକ ଯାତ୍ରାର ସୁଯୋଗ ନେଇଥିଲେ। ଦୁଇ ପାର୍ଶ୍ୱରେ ଅଟ୍ଟାଳିକା। ଭାବଦୁରାଇ କନ୍ୟା କୁମାରୀ କୂଳରେ ମନ୍ଥର ଗତିରେ ଅଟୋ ଗଡୁଥାଏ। ଅକସ୍ମାତ ବର୍ଷା କାଚି ଦେଲା। ନିର୍ମଳ ନଭଃରେ ;ପୁଣି ଆଲୁଅ ଢେଉରେ ଚକମକ ! ମନ ଯେମିତି ନାଚୁଥିଲା।

ଘାଟ ଟିକଟ କାଉଣ୍ଟର ଆଶାଙ୍କା ! ଦ୍ୱାରପାଳ ଠୁ ବୁଝିନେଲୁ । ଧାଡ଼ି କେଉଁ ଏକ ଦୀର୍ଘତମ ରେଳ ଗାଡ଼ିର ଦୈର୍ଘ୍ୟଠୁ ଅଧିକ ରହିବ ! ଅନୁକୂଳରୁ ଗଡ଼ମଡ଼! ବିଲୁଆ ବିଚାର! କେଇବାର ମୁଣ୍ଡକୁ ଆଉଁଶି ବାଟ ଖୋଜିଲି। ଅକଲ ଗୁଡ଼ୁମ! ମିନତୀ ମଧ୍ୟାହ୍ନ  ଭୋଜନ ପାଇଁ ଇସାରା ଦେଲେ। ସମୟର ସଠିକ ଉପଯୋଗ।

ବାମ କଡ଼ରେ ତାମିଲ ବାବୁଙ୍କ ହୋଟେଲ। ମସ୍ତକରେ ଚନ୍ଦନ ଟିପା , ଗାମୁଛା ,ଶ୍ୱେତବସ୍ତ୍ର ଧୋତି ଘେରାଟିଏ ପକ୍କା ତାମିଲ ପରିଚୟ ମିଳିଥିଲା। ସମୁଦ୍ର କୂଳିଆ ଢ଼ାଲୁ  ଅଂଚଳ ତା'ଟିଣ ଛପର କୋଠରୀ ସୁସଜ୍ଜିତ! ଥାଳିରେ ଖାଦ୍ୟ ବିତରଣର ବ୍ୟବସ୍ଥା । ରାଉଣ୍ଡ ଥାଳି ଆଦେଶ ଦେଲୁ। ଅନ୍ନ ,ଚାରୁ ,ମରିଚ ଚଟଣି ,ପାମ୍ପଡ଼ରେ ଖଟା ମିଠାର ସ୍ୱାଦ ନେଲୁ। ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଖାଦ୍ୟ। ଚାରୁକୁ ରସମ  କହୁଥିଲେ। ଥାଳି ୧୫୦ ଟଙ୍କା। ଓଡ଼ିଶା ଖାଦ୍ୟଠାରୁ ବହୁଦୂରରେ ।

ସିପାହୀ ଗତିଶୀଳ ମୁଦ୍ରାରେ! ଗୋ ତୁ ଲାଇନ, ଗୋ ତୁ ଲାଇନି ଘୋଷା ୮ ଟି ଅକ୍ଷରମୁଖସ୍ତ । ମନ ପୁରା ପାଣିଚିଆ! ୩ଙ୍କ ଭିତରେ ଧାଡ଼ି ଟିକଟ କ୍ରୟ ପାଇଁ ଅରାଜିଥିଲୁ। ଲେଡି ଛତ୍ରୀ ଗୋଟିଏ! ଜଣକା ପିଛା ୨ ଟି ଟିକଟ ଅନୁମତି। ବର୍ଷା ପାଣିରେ ଅଧା ଅଧି ଓଦା। ପ୍ରଦୀପ ଭାଇଙ୍କ ଦେହରେ ଖଇଫୁଟା ତାତି ! ସେ ବିଶ୍ରାମ ପାଇଁ ବିବେକାନନ୍ଦ ପୁରମକୁ ଫେରିଥିଲେ।

ସାଧାରଣ ଟିକଟ ମାତ୍ର ୫୦ ଟଙ୍କା ଧାର୍ଯ୍ୟ। କଣ କରିବୁ? ସ୍ୱତନ୍ତ୍ର ଟିକଟ ପାଇଁ ମନ ବଳାଇଲୁ। ଜଣଙ୍କ ପିଛା ୩୦୦ ଟଙ୍କା। ଧାଡ଼ିରେ କମ ସଂଖ୍ୟକ ପର୍ଯ୍ୟଟକ। ୯୦୦ ଟଙ୍କା ଦେୟ ,କ୍ରମିକ ସଂଖ୍ୟା -୪୩୩୪୧୨ ,ତାରିଖ ୨୫ -୦୬-୨୦୨୪,ସମୟ ୧୦ .୫୪ ମିନଟ ୩୩ ସେକଣ୍ଡରେ ଟିକଟ ପାଇଲୁ। ଦେୟ ଅଧିକ ପୈଠ କଲୁ। ଲମ୍ବା ଧାଡ଼ିରୁ ଆଶ୍ବସ୍ତି ପାଇଲୁ। ପ୍ରବେଶ ଦ୍ୱାର ମୁକ୍ତ। ପୁଣି ଯାଞ୍ଚ  ଅଟକ ।

ଢେଉ ଭାଙ୍ଗୁଥାଏ । ଉଛୁଳା ସାଗର ଜଳ ଶବଦରେ ପ୍ରକମ୍ପିତ କନ୍ୟା କୁମାରୀ ଉପକୂଳ। ମନଲୋଭା  ପ୍ରକୃତିର ଦୃଶ୍ୟରେ ବିମୋହିତ! ଇନ୍ଦ୍ରପୁରୀର ପ୍ରଥମ ପାହାଚ: ସତରେ ଏଠି ଦେଖିଲୁ। ସାଗର କନ୍ୟାକୁ ଦର୍ଶନକଲୁ। ଏଇଟି ଆମ ପାଇଁ ପ୍ରଥମ ସାମୁଦ୍ରିକ ଜଳ ଯାତ୍ରା। ଆଶଙ୍କା କେଇ ଗୁଣା । ଗୁଂମୁସୁମ।! ” ଆପେ ବଞ୍ଚିଲେ ବାପର ନାମ!”,ଆଶଙ୍କା ଘନେଇଲା! ମିନତୀ ପ୍ରଣତି ମନରେ ଛନକା!  ଜଳ ଯାତ୍ରା ଯେତିକି ବିପଦପୂର୍ଣ୍ଣ ତାଠୁ ଦି ଗୁଣ ଉପଭୋଗ୍ୟ ଥିଲା।
ପ୍ରସ୍ତର ସ୍ମାରକୀ ଦୂରରୁ ଉକୁଟି ମାରୁଥାଏ। ଆଶ୍ଵାସନ ପରେ ସିମେଣ୍ଟ ଚଟାଣରେ ପାଦ ଥାପିଲୁ। ସୁରକ୍ଷା ଜ୍ୟାକେଟ ବାଧ୍ୟତା ମୂଳକ। ଗେରୁଆ ରଙ୍ଗ ପବନ ଦିଆ ଜ୍ୟାକେଟ ଝଟକୁଥାଏ । ମହିଳା ପରେ ପୁରୁଷ ପର୍ଯ୍ୟଟକ ଆସନ ନେଲେ। ନାବିକ ,ସୁରକ୍ଷା କର୍ମଚାରୀ ସଜାଗ। ଆମେ ତ ଖୁସି ଆପଣ ଖୁସିତ?


ନାବିକ ଡ୍ରାଇଭିଙ୍ଗ ଆସନରେ ;ଗର୍ଜନ! ହଳଚଳ ଜାହାଜ! ଉଚ୍ଚାଉଚ୍ଚା ଢେଉ କେଇ ଟୋପା ଜଳ ଛିଟିକା। ଭୟ ତାତିର ଛିଟିକା। ଧୀରେ ଧୀରେ ଶାନ୍ତି ପଡ଼ିଲା। କୂଳରୁ ପ୍ରାୟ ୫୦୦ ମିଟର ଦୂର! ଆଧ୍ୟାତ୍ମିକ ଭାବମନରେ ଜାଗ୍ରତ ହେଉଥାଏ।ସ୍ୱାମୀ ବିବେକାନନ୍ଦ ଯେମିତି ଆହ୍ୱାନ  ଦେଉଥିଲେ। ମେଘୁଆ ଆକାଶରେ ଆଲୋକ! କେଇ ମନଟ ପାହାଡ଼ କୂଳରେ ଓଲ୍ଲାହିବା କଠିନ।
ଓଠକୁ ବଙ୍କେଇ ହସ ହସ ବଦନରେ ସେଲ୍ଫି। କେହି କେହି ଫୋନରେ ବାନ୍ଧବୀଙ୍କ ସହ ବାର୍ତ୍ତାଳାପରେ ମଜ୍ଜି ଥିଲେ। ନିଜ ନିଜର ସ୍ଥିତି ବଖାଣୁଥିଲେ। ମତଟିଏ ଜଣାଇଲେ , ପସନ୍ଦକୁ ଅଗ୍ରାଧିକାର ଦେବି। ଜୋତା କାଉଣ୍ଟରରେ ଜମା ଦେଲୁ। ପ୍ରବେଶ ଶୁଳ୍କ ୨୦ ଟଙ୍କା। ପାହାଚ ସୁବିଧା ,ଉପରକୁ ଉପରକୁ ଶେଷରେ ଚଟାଣରେ ପହଁଚିଲୁ। ୪ ପଟେ ସାଗର ଜଳ ; ଢେଉ ଭାଙ୍ଗୁଥାଏ। ଗର୍ଜନ ତାଠୁ ଭୟଙ୍କର। ସ୍ୱାମୀ ବିବେକାନନ୍ଦଙ୍କ ପ୍ରସ୍ତର ସ୍ମାରକୀ  ଜାଜ୍ୱଲ୍ୟମାନ। ଅମାନିଆ ବର୍ଷା ଠପ।  ମଛୱାରୀ ବେଉସାରେ ଲିପ୍ତ।

ଏଇଟି ଶ୍ରୀପାଦ ପାରାଇ ରୂପେ ବିଦିତ। ପ୍ରସ୍ତର ଉପରି ଭାଗରେ ଦେବୀ କନ୍ୟା କୁମାରୀ ପାର୍ବତୀ ଶିବ ଶଂକରକୁ ଏକଦା ତପସ୍ୟାର ଏକ ଲୋକକଥା ଶୁଣିଲୁ। ୩ ସାଗର ସଙ୍ଗମ ସ୍ଥଳ। ଆକର୍ଷଣର କେନ୍ଦ୍ରବିନ୍ଦୁ । ଏକାଧିକ ଧାର୍ମିକ ସମ୍ପ୍ରଦାୟର ନିଜର ,ବାଦ ବିବାଦପରେ ହିନ୍ଦୁଙ୍କ ସପକ୍ଷରେ ଜିତାପଟ ହାତେଇଲେ। ମଙ୍ଗୁଆଳ କିଏ ସାଜିବ? ଏକନାଥ ରା଼ନେଡ,ରାମକୃଷ୍ଣ ମିଶନ ମିଳିତ ସହଯୋଗରେ ସ୍ୱାମୀ ବିବେକାନନ୍ଦଙ୍କ ସ୍ମାରକୀ । କିଏ ସେ ମହାପୁରୁଷ ଯୋଗୀ?

୧୨ ଜାନୁଆରୀ ୧୮୬୩ ରେ ପୁରୁଣା ନାମ ନରେନ୍ଦ୍ରନାଥ ଦତ୍ତ ବଙ୍ଗାଳି ପରିବାର କଲିକତାରେ ଜନ୍ମ। ବାପା ବିଶ୍ୱନାଥ ମାତା ଭୁବେନେଶ୍ୱରୀ। ଡ଼ିସେମ୍ବର ୧୮୯୨ ରେ ଚିକାଗୋ ଯାତ୍ରା ପୂର୍ବରୁ  ଏହି ଚୂଳରେ ୩ ଦିନ  ତପ କରିଥିଲେ। ହିନ୍ଦୁ ସାଧୁ ଭାବରେ ସ୍ୱାମୀ ବିବେକାନନ୍ଦ ରୂପେ ବିଶ୍ୱ ବିଖ୍ୟାତ। ଧ୍ୟାନ ସେବା ତ୍ୟାଗ ପାଇଁ ସଦା ଜାଗ୍ରତ ମୂଳମନ୍ତ୍ର। ବିବେକାନନ୍ଦ ରକ ମେମୋରିଆଲ ଏକ ସ୍ମାରକୀ। ୧୩ ନଈ ୭ ଦରିଆପାର ହୋଇ ଧାଇଁ ଆସନ୍ତି କନ୍ୟା କୁମାରୀର ସ୍ୱାମୀଙ୍କ ଜିଅନ୍ତା ବାଣୀ ଦର୍ଶନ ସେବାର ଦ୍ୱାହି ଦେବାପାଇଁ। ଆମେତ ପହଂଚିଲୁ ,କଣ କଣ ଦେଖୁଲୁ ?

୧୯୭୦ ରେ ସ୍ୱାମୀ ବିବେକାନନ୍ଦ ମେମୋରିଆଲ ସ୍ଥାପିତ। ଦକ୍ଷିଣ ପୂର୍ବ କନ୍ୟା କୁମାରୀ କୂଳରେ ପ୍ରାୟ ୪ ଏକର ଶିଳାମୟ ଦ୍ୱୀପ।  ଜଳପତନ ଠାରୁ  ୫୫ ଫୁଟ ଉଚ୍ଚାରେ ସ୍ଥାପତ୍ୟ।

ଚଟାଣରେ ବିବେକାନନ୍ଦ ମଣ୍ଡପ ଓ, ଆକାର ଦୃଷ୍ଟିରୁ (-୧୮୦ -୧୧ ,୫୬) ମଣ୍ଡପ ନିର୍ମିତ। ସ୍ଥାପତ୍ୟ ଶିଳ୍ପୀ କିଏ ? କେମିତି କଲେ କେତେଦିନ ? କେତେ ଟଙ୍କା? ଖର୍ଚ୍ଚ ଇୟାଡୁ ସିଆଡ଼ୁ ପ୍ରଶ୍ନ ଉତୁରୁଥିଲା । ୬ ବର୍ଷଧରି ୬୫୦ ଶିଳ୍ପୀ ଓ କାରିଗର ଗଢ଼ଣରେ ଜଡ଼ିତ ! ସ୍ୱାମୀଜୀଙ୍କ ବ୍ରୋଞ୍ଜ ମୂର୍ତ୍ତିର ଉଚ୍ଚତା ୪.୫ ମିଟର।

ଶିଳ୍ପୀ ନାରାୟଣ ରାଓ ସନବାଡ଼ିକର(Sonsvsdekar) ପ୍ରଫେସସର ଜେ .ଜେ .କଳା ମହାବିଦ୍ୟାଳୟ) ନଗର କୋଏଲର ଏସ .ଟି ହିନ୍ଦୁ ମହାବିଦ୍ୟଳର S.T.Hindu College Nagarcoil) ମହମ ମୂର୍ତ୍ତୀ ଗଢଣ କରି ଏକଦା ଇ.ତନୁମାଲୟାନ (E.Thanumalayan) ଲୋକ ଲୋଚନକୁ ଆସିଥିଲେ। ସ୍ୱାମୀଜୀ ଶ୍ରୀ ପାଦଙ୍କୁ ସମୁଖ ଦର୍ଶନ ମୁଦ୍ରାରେ। ଅପ୍ରମିତ ପର୍ଯ୍ୟଟକ ପ୍ରଦକ୍ଷିଣ କରୁଥିଲେ। ଆଧ୍ୟାତ୍ମିକ ସ୍ଥଳୀକୁ ଆମେ ୩ ଭୋଗ କଲୁ। ଯେତେ ବଖାଣିଲେବି କମିଯିବା

ଶ୍ରୀ ପାଦ ମଣ୍ଡପ ନାମରେ ନାମିତ  ପାଦ ମଣ୍ଡପ ଏକ ବର୍ଗକାର କୋଠରୀ। ୬ ମିଟର ପର୍ଯ୍ୟନ୍ତ ଲମ୍ବିଥିଲା। ୨୦ ଫୁଟ , ଗର୍ଭ ଗୃହ ,ବାହ୍ୟ ଚଟାଣ ଦେଖିଲୁ। ପୁସ୍ତକରୁ ପଢିଥିଲୁ ଏଠି ପରଖିଲୁ। ଏକତା ଓ ଶୁଦ୍ଧତାର ପରିଚୟ ପାଇଲୁ। ଏକ ଦୁର୍ଲ୍ଲଭ ଭ୍ରମଣ!

ଧ୍ୱନି ମଣ୍ଡପ ,୬ ଟି ବଖରାରରେ ; ମିଶନ ଟ୍ରଷ୍ଟ ପୁସ୍ତକ ଭଣ୍ଡାର ରୁ ଦୁଇ ଖଣ୍ଡ ପୁସ୍ତକ ମନୋନୀତ କଲୁ। ଧ୍ୟାନଗୃହ ଜପରେ ୧୦ ମିନଟ ସମୟ ବିତେଇଲୁ। ଏକାଧିକ ଶ୍ରଦ୍ଧାଳୁ ଶାନ୍ତ ମୁଦ୍ରାରେ ଆସନ ନେଇଥିଲେ। ତୃତୀୟଟି  ମୁଖମଣ୍ଡପ ସଂଲଗ୍ନରେ କାର୍ଯ୍ୟାଳୟ। ଭଣ୍ଡାର ଗୃହ ବାହ୍ୟରୂ ଦେଖିଲୁ। ମୁକ୍ତ ଚଟାଣ ସଂଲଗ୍ନ ପାହାଚରେ ଅନ୍ୟ ୨ ଟି କୋଠରୀ  ବୁଲି ଦେଖିଲୁ।

ଓଃ , କି ଦର୍ଶକ ଭିଡ଼! ରଙ୍ଗାରଙ୍ଗ ପୋଷାକରେ ଦାଉ ଦାଉ! ମିନତୀ ବହୁ ସମୟ ଧରି ସମୁଦ୍ରକୁ ଚାହିଁ ରହିଥିଲେ। କାରଣ ଏଯାଏଁ ଅଛପା ରହିଗଲା । ପ୍ରଣତି ବୁଲି ବୁଲି ଫୋଟୋ ନେଉଥିଲେ। ସେ ଜଣେ ସ୍ନାତକ ଇତିହାସ ଛାତ୍ରୀ। ସ୍ଥାପତ୍ୟର ପୃଷ୍ଠାରୁ କିଛି କାହାଣୀ ବୋଧେ ସଂଗ୍ରହ ପାଇଁ ବ୍ୟସ୍ତ ରହିଥିଲେ। ୨ ଘଣ୍ଟା ବିତିଗଲା। ଦେଶ ବିଦେଶରେ ସ୍ମାରକୀ ଖ୍ୟାତ।

ଏଠି’ତ ସ୍ୱାମୀ ବିବେକାନନ୍ଦଙ୍କ ସ୍ମାରକୀ। ସର୍ଦ୍ଧାର ବଲ୍ଲଭାଇ ପଟେଲଙ୍କ ୫୯୨ ଫୁଟ ଉଚ୍ଚତର ମୂର୍ତ୍ତି କେବାଡିଆରେ ଦେଖିବାକୁ ମିଳେ। ବିଶ୍ୱସ୍ୱରୂପମ ଭାରତ ମୂର୍ତ୍ତି ୧୦୬ ମିଟର ହାଇଦ୍ରାବାଦରେ। ତାରି ମଧ୍ୟରେ ଆମେରିକାର ଷ୍ଟାଚ୍ୟୁ ଅଫ ଲିବଟି ୯୩ ମିଟର। ରୁଷିଆର ମଦର ଲ୍ୟାଣ୍ଡ ମୂର୍ତ୍ତି ୮୫ ମିଟର। ସ୍ପ୍ରିଙ୍ଗଇ ଟ୍ୱେମୁଲ ବୁଦ୍ଧଙ୍କ ୧୨୮ ମିଟର ଉଚ୍ଚାର। ଜାପାନ ,ମିଆଁମାର ୧୦୦ ମିଟର ଓ ୧୧୫ ମିଟର ଉଚ୍ଚାର ବୁଦ୍ଧ ଅନନ୍ୟ।

କାନ୍ଥରେ ଲିପିବଦ୍ଧ ସ୍ୱାମୀ ବିବେକାନନ୍ଦ ବାଣୀ ପଢ଼ିଲୁ। ତୁହାକୁ ତୁହା ! ଆହ୍ୱାନ ପଦ ଇଂରାଜୀ ଭାଷାରେ। MOTTO:”Araise, awake and stop not till the goal is reached,.” “None can teach you, none can make you spiritual. There is no other teacher but your soul.”, “Strength is life, weakness is death, Expansion is life, contraction is Death, Love is Life, and Hatred is Death “,“By:Swami Vivekananda .
                                                                                                               ଉଠ,ଜାଗ୍ରତ ହୁଅ ଓ କର୍ମ କରି ଚାଲ ,ଯୋ ପର୍ଯ୍ୟନ୍ତ ତୁମ ଲକ୍ଷ୍ୟ ହାସଲ ନ ହୋଇଛି , କୁହ ,"ଭାରତ ମାଟି ମୋ ପାଇଁ ସ୍ୱର୍ଗ ,ଭାରତର କଲ୍ୟାଣର ହିଁ ମୋର କଲ୍ୟାଣ ,ଅହୋରାତ୍ର ଜପକର , ହେ ଜଗଦମ୍ବେ ମୋତେ ମନୁଷ୍ୟତ୍ୱ ପ୍ରଦାନ କର,ହେ ଶକ୍ତିମୟୀ ମା ମୋର ଦୁର୍ବଳତା ଦୂରକର ,ମୋର ଅମାନୁଷିକ ଦୂରକର  ଏବଂ ମୋତେ ମନୁଷ୍ୟ କରିଦିଅ। ବୁଲା ବୁଲିରେ ସ୍ୱାମୀଙ୍କ ବାଣୀ କାନକୁ ଶୁଭୁଥିଲା।

ତୁମେ ସଚେତନଶୀଳ କି ? ତୁମର ଲକ୍ଷ୍ୟ ତୁମରି ହାତରେ ,ମୋ ସେବା ତୁମ ପାଇଁ ."NOT ME BUT YOU ",ସେବା ପ୍ରେମ ଧ୍ୟାନ, ତ୍ୟାଗ ,ଉତ୍ତମ ମାର୍ଗ ;ତୁମରି ଶକ୍ତି ସାମର୍ଥ୍ୟ,ପ୍ରେମ ହିଁ ଗତିଶୀଳତା। ଜୀବନହିଁ ସଫଳତା। ଘୃଣା ହିଁ ଅକ୍ଷମତା।ସ୍ୱାମୀଙ୍କ ଜାଗୃତି ବାର୍ତ୍ତା ଅଜ୍ଞତା ମଧ୍ୟରେ ଜ୍ୟୋତିର ଆଲୋକ ପାଇଲୁ ।

ଏବେବି ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ବଞ୍ଚିଛି। ୩ ବେଢା ପ୍ରଦକ୍ଷିଣରେ ଅବତରଣର ଯାତ୍ରା ! ରଶ୍ମିର କୋମଳତାରେ। ଜଳ ଜାହାଜରେ ବୁଲିବାର ଦୃଶ୍ୟ ଅଚାନକ ରହିଥିଲା। ତଳେ ସମୁଦ୍ର କେତେ ଗଭୀର? ମୁକୁଳା ଆକାଶରେ ଏତେ ମେଘ ନଥିଲା। କେଇ ଖଣ୍ଡ ବାଦଲ ! ୩ ସାଥି କୂଳରେ ପହଂଚିଲୁ। ପ୍ରଣତି ଓ ମିନତୀ ଦୁହେଁ ପଇଡ଼ ପିଇଲେ। ବିବେକାନନ୍ଦ ପୁରମ ମୁହାଁ ;ସଡ଼କରେ ଅଟୋ ଗଡ଼ିଲା। ଭ୍ରମଣ ସାଧାରଣ ସ୍ମାରକୀ ନୁହଁ ଜାତିର ପ୍ରତୀକ।

(ରଚୟିତା - ଦିଲିପ କୁମାର ନାୟକ)






Comments

Post a Comment