ଜସ୍ମିନ ଉପତ୍ୟକାରେ ଦିନଟିଏ

                                                


ମଦୁରାଇ ଦକ୍ଷିଣ ଭାରତର ମଥୁରା କୁହନ୍ତି। ଜୁନ ମାସ ୨୬ ତାରିଖ ରାତିଟିଏ ବିତାଇ ୨୭ ରେ କେଉଁ କେଉଁ ଦର୍ଶନୀୟ ସ୍ଥାନ ବୁଲିବୁ ସମୟ ଓ ଦୂରତାକୁନେଇ କଲମ କାଗଜରେ ନକ୍ସା।୪ଜଣିଆ ପାରିବାରିକ ଦଳ।ସମ୍ବଲପୁରୀ ଶାଢୀରେ ପ୍ରଣତି ବ୍ରହ୍ମପୁରୀ ପାଟରେ ମିନତୀ। ପାହାନ୍ତି ପ୍ରହରୀରେ ଦୁହେଁକ ମୁଖରେ ହସର ଲହରୀ।ଆମେ ଦୁଇଙ୍କ ସାଧାରଣ ପୋଷାକ। ମିନାକ୍ଷୀ ମନ୍ଦିର ଦର୍ଶନ ପାଇଁ ମନାସି ଥିଲେ। ଆତୁରତା ବଢିଲା।

ନିର୍ଜଳ ଉପବାସ ଦର୍ଶନ ପାଇଁ ଘରଣୀଙ୍କୁ ତାଗିଦ। ଜଳ ପାନ ପ୍ରସାଦପଛ। ମଦୁରାଇ ନଗରୀଟି ନାରୀ ଶକ୍ତିଙ୍କ ଉଭା! ପରିବାର ବାପା ମାଆ ସ୍ୱାମୀ ସ୍ତ୍ରୀ କନ୍ୟା ପୁତ୍ର,ଭଗ୍ନୀପରି ମଦୁରାଇରେ ମିନାକ୍ଷୀ ଦେବୀଙ୍କ ପରିବାରଠୁ ଘନିଷ୍ଠ। ମନ୍ଦିର ନିକଟ ପୂଜିତ ଶୁଣିଥିଲୁ। ଆମ ୪ଙ୍କ ମୀନାକ୍ଷୀ ଦେବୀ ପହିଲି ଦର୍ଶନ।

୪ ଦିଗର ଭୌଗଳିକ ସ୍ଥିତିକୁ ନେଇ ସକାଳ ଓଳିଟିରେ ହୋଟେଲ ଛାଡ଼ିଲୁ। ଭୂପତି ହୋଟେଲରୁ ୭୦୦ ମିଟର ଦୂର। ମାଛି ଅନ୍ଧାରିଆ ବତିଖୁଣ୍ଟ ଭରସା। ମିନତୀଙ୍କ ଇସାରାରେ ତାରାଟିକୁ ପୁରା ଦେଖିଲୁ। ପାହାନ୍ତାର ଏକ ସମ୍ଭାର। ଆକାଶ’ବି ଥକି ନଥିଲା! ପ୍ରଣତି କହି କହି ବାଟ ଚାଲୁଥିଲେ। କ୍ଷୀର ବାଲା,ଚାହା ଷ୍ଟଲ ଚଳ ଚଞ୍ଚଳ। ବୃଦ୍ଧ ଗ୍ରାହକ ଉଷୁମ ଚାହା କପଟିରେ ସକାଳ ପାହେ। ପତ୍ରିକା ଭେଣ୍ଡର,ହକ୍କାର,କୁଶଳୀ କାରିଗର ବିଶ୍ୱକର୍ମା ଚେଇଁ ସାରିଥିଲେ। ଆମ୍ମା ଜସ୍ମିନ ଫୁଲ ଦୋକାନୀ ସଜବାଜରେ ଜସ୍ମିନର ମହକ! ମଦୁରାଇ ମଲ୍ଲିର ମହକ ଗଳିରୁ ଗଳିକୁ ଦେବୀ ମିନାକ୍ଷୀ ବେଢା ପର୍ଯ୍ୟନ୍ତ ଚହଲୁ ଥାଏ। ଖ୍ରୀ ୩୦୦ ବର୍ଷ ପୂର୍ବେ ଜସ୍ମିନ ପାଇଁ ଉପତ୍ୟାକା ପ୍ରସିଦ୍ଧ।

ଅଟୋ ଚାଳକ ରେଳ ଷ୍ଟେସନ ମୁହାଁ,କାଳେ ରେଳ ଛୁଟିଯିବ! ଯେମିତି ସାରା ମଦୁରାଇ ମିନାକ୍ଷୀ ଦେବୀ ପାଇଁ ଉଜାଗ। ଦିନରାତ୍ର ୨୪ ଘଣ୍ଟା ୮ ପ୍ରହର କେବଳ ଦିନହିଁ ଦିନ ନାହିଁ ନାହିଁରେ ରାତ୍ର। ନିଦ୍ରାହୀନ ନଗରୀ ମଦୁରାଇ।ଦେଖୁଲୁ, ଅନୁଭବ ଭିତରେ ଭିତରେ,କେତେ ବେଳେ କିଏ ଦର୍ଶନ କରିବେ ପସନ୍ଦ ଭିନ୍ନ!


ବହୁଧା ନାମ: ଅଧେ ଡ଼ଜନ ଡାକନାମ ଶୁଣି ମନରେ ସନ୍ଦେହ ଜାତ! କିନ୍ତୁ ଘଟଣା ସତ। ମଦୁରାଇ ପଦଟି "ମୄଥମ "(Marutham) ସଙ୍ଗମ ଯୁଗରେ ବର୍ଣିତ । “ମତିରାଜ” ତାମିଲ ଶବ୍ଦଟି ମନ୍ଦିର ମାଳିନୀ ନଗରୀ। କଦମ୍ବ ବନ ନଗର କହନ୍ତି। ନଗରଟି ପ୍ରାଚୀନ ଯେତିକି ଡାକ ନାମର ଚମକ ଦ୍ୱି-ଗୁଣ।।

ଏକଦା "ଟଙ୍ଗ ନଗରମ"(the city that never sleeps) ଦିନ ବଜାର ନଲାନ ଗଦି (Naalangadi) ସନ୍ଧ୍ୟା ବଜାର ଅଲ୍ଲାନ ଗଦି (Allangadi) କୋଦାଳ ନଗରମ ସିଟି ଅଫ ଜଙ୍କ୍ସନ (City of Junction) ମଲଇଗଲମା ନଗର ସିଟି ଅଫ ଜସ୍ମିନ (City of Jasmine) କୋଏଲମା ନଗର। ମନ୍ଦିରମୟୀ ନଗରୀ (Temple City)ଏଥେନ୍ସ ଅଫ ଇଷ୍ଟ (Athen of the East)
ଶିବନଗରଜିଲ୍ଲାକୁ"ଡିଂଡିଗୁଲ"ଅର୍ଥବଡ଼ମଦୁରାଇଉତ୍ତରଅଂଚଳକୁମନମଦୁରାଇଦକ୍ଷିଣଭାରତରମଥୁରା,କାଶୀ,ଉତ୍ତରଅଂଚଳକୁମନମଦୁରାଇଦକ୍ଷିଣଭାରତରମଥୁରା,କାଶୀ”ମଦୁରାଇ”ମଦୁରାଇଦକ୍ଷିଣଭାରତରମଥୁରା,କାଶୀ,”ମଦୁରାଇ”କାଞ୍ଚିରୂପେ ଖ୍ୟାତ।

ପୃଷ୍ଠପୋଷକ : ଏକାଧିକ ରାଜବଂଶର ହସ୍ତରେ ମଦୁରାଇ ଶାସିତ। କଳାଭାର ବଂଶଜ (୯୦୦) ରୁ ପାଣ୍ଡ୍ୟା (୧୨୬୮-୧୩୦୮) ଚୋଳ,ଦିଲ୍ଲୀ ସୁଲତାନେଟେ, ମଦୁରାଇ ସୁଲତାନେଟେ,ବିଜୟ ନଗରମ ରାଜ୍ୟ-୧୩୭, ନାୟକ ରାଜାଙ୍କ ( ୧୫୫୯-୧୭୩୬ ) ମଦୁରାଇ ନାୟକ ( ୧୫୨୯-୧୫୬୪ ) ବ୍ରିଟିଶ ଡୋରିରେ ମଦୁରାଇ। ଶାସକ,ନିର୍ମାତା ଅତୁଟ ସହଯୋଗ। ମୁକସାକ୍ଷୀ ମିନାକ୍ଷୀ ମନ୍ଦିର। ପ୍ରାଚୀନ ଇତିହାସ ସହ ହିନ୍ଦୁ ଧର୍ମର ଗୁରୁତ୍ୱ, ଉଚ୍ଚ ଉଚ୍ଚ ଗୋପୁରମ। ଏଇଟିକୁ ଏଥେନ୍ସ କୁହାଯାଏ। ନଗର ଶିଳ୍ପଶାସ୍ତ୍ର ଦ୍ୱାରା ନିର୍ମିତ। ନୁଆଁ ସାହି,ଭେଳିମାର୍ଟ ,ପେରୁମଲ ମେଁସ୍ଥିନି ପଦ୍ମଫୁଲର ଢାଞ୍ଚାରେ ନିର୍ମିତ। ମୂଳରୁ ଚୁଳ ପର୍ଯ୍ୟନ୍ତ ଦିଅଁ ଦେବତାଙ୍କ ପ୍ରତିମୂର୍ତ୍ତି ହିଁ ମୂର୍ତ୍ତି ,୩୩ କୋଟିଏ ଦେବତା ବିଜେ ଭ୍ରମ ସୃଷ୍ଟି କରିଥିଲା।

ଇତିବୃତ୍ତି: ବ୍ରିଟିଶରାଜ ୧୮୦୧ ରେ  ମାଡ୍ରାସ ଇଷ୍ଟେଟ। ୧୮୬୬ରୁ ପୌରପାଳିକା,ମେଟ୍ରୋ ସହର। ଏବେ ଏବେ ସ୍ମାର୍ଟ ସହର। ଜିଲ୍ଲା ମହକୁମା ମଦୁରା ନାମରେ ଲୋକପ୍ରିୟ। ସାଂସ୍କୃତିକ ରାଜଧାନୀ, ବାଣିଜ୍ୟର ପେଣ୍ଠ ଓ ଧାର୍ମିକ ସ୍ଥଳ। ୨୫୦୦ ବର୍ଷର ମିନାକ୍ଷୀ ଅମ୍ମାନ ମନ୍ଦିର। ପାଣ୍ଡ୍ୟା ରାଜବଂଶର କୁଳଶେଖର ପାଣ୍ଡ୍ୟାଙ୍କ ଦ୍ୱାରା ସ୍ଥାପିତ। ଭଗେଇ ତଟିନୀର (Vagai River) ଉତ୍ତର ଉପକୂଳରେ ମିନାକ୍ଷୀ ସୁନ୍ଦେରେଶ୍ୱର ମନ୍ଦିର ଉଭା। ବାଟରେ ଯାଉ ଯାଉ ମନ୍ଦିର ଚୁଳ ନୀଳ ଗଗନର ମିଳନ। ଆୟତନ ଦୃଷ୍ଟିରୁ ୬୫୦୦୦ ବର୍ଗ ମିଟର। ଆନୁମାନିକ ୨୩୭ ମିଟରକୁ ୨୫୪ ମିଟର ମୋଟ ୬୦୧୯୮ ମିଟର ବ୍ୟାପ୍ତ। ଭାରତର ସପ୍ତ ଆଶ୍ଚର୍ଯ୍ୟରୁ ଗୋଟିଏ। ୧୭୦ ଫୁଟ ଉଚ୍ଚତା ଗୋପୁରମ ନଗର ଦୂରରୁ  ଦୃଶ୍ୟ। ମଦୁରାଇକୁ ପୂର୍ବ ଭାରତର ଏଥେନ୍ସ କହନ୍ତି।

ଚୌ-ବେଢା ସାହି: ସକାଳ ୪.୩୦, ଅଧଘଣ୍ଟେ ପରେ ଗୋପୁରମ ଖୋଲା ହେବ। ଆମେ ୪ ଦକ୍ଷିଣ ଦିଗରୁ ,ପଶ୍ଚିମ,ଉତ୍ତରରୁ ପୂର୍ବ ଦ୍ୱାର ପ୍ରଦକ୍ଷିଣ କଲୁ। ଚିତ୍ତୀରାଇ, ଅବନମୂଳ,ମାସି,ଅମ୍ମନ ସାନ୍ନିଧି ଷ୍ଟ୍ରୀଟ। ବେଲଲିସ ମୁକ୍ତଦାଣ୍ଡରେ ବର୍ଗାକାର ଢାଞ୍ଚାରେ ନିର୍ମିତ ହୋଇଥିଲା। ଶୁଣିଲୁ ମନ୍ଦିର ସ୍ଥାପନ କାଳରୁ କଳାକାର,ଶିଳ୍ପୀ,ବାଦ୍ୟକାର, ନୃତ୍ୟକର ବଣିଆ, ଶଙ୍ଖା ବିକାଳୀ,କମାର, ପାନ  ଦୋକାନୀ,ମୋଟା ଚାଉଳ ବେପାରୀଙ୍କବାସଗୃହ। ଜେଜେଙ୍କ ଜେଜେ ଅମଳରୁ ସ୍ଥାୟ ବାସିନ୍ଦା। ସମୟ ୫ଟା;ଦଳଦଳ ଶ୍ରଦ୍ଧାଳୁl

କିମ୍ବଦନ୍ତି: ହାତ ଗଣତି କିମ୍ବଦନ୍ତୀ ବଜାର ଗଳିରେ ହୁରି ପଡୁଥାଏ! ଯେତିକି ସନ୍ଦେହେ ଦୁଇଗୁଣା ମହକ ବାରିଥିଲୁ! ଏକ ଲୋକକଥା। ରାଜା ମଳୟ ଧ୍ବଜ ପାଣ୍ଡ୍ୟା ଓ ରାଣୀ କାଞ୍ଚନ ମଲାଈ ପୁତ୍ର ସନ୍ତାନ ପାଇଁ ଯଂଜ୍ଞ ଆୟୋଜନ କଲେ। ପୁତ୍ର ବଦଳେ ମିନାକ୍ଷୀ ଜନ୍ମ ନେଇଥିଲେ। ରାଜାରାଣୀ ବିସ୍ମୟ! କନ୍ୟାଙ୍କ ୩ଟି ସ୍ତନ। ରାଜା ଓ ରାଣୀ ପ୍ରାର୍ଥନା କଲେ। ମନୁଷ୍ୟ ଅବତାରରେ ଶଙ୍କର କୃପାରୁ ମିନାକ୍ଷୀଙ୍କ ୨ଟି ସ୍ତନ ସହ ନୀଳବର୍ଣ୍ଣ ରଙ୍ଗ ଅପୂର୍ବ ସୌନ୍ଦର୍ଯ୍ୟମୟୀ ରୂପରେ ପଦାର୍ପଣ। ଶକ୍ତିମୟୀ ରୁପେ ଉଭା ହେଲେ। ସେହି ଦିନଠୁଁ ନାରୀଙ୍କ ହସ୍ତରେ ଶାସନ ଡୋରି । ମଦୁରାଇ ମାଟିରୁ ନାରୀ ସଶକ୍ତି କରଣର ଯୁଗ ଆରମ୍ଭ ।

ଅନ୍ୟଏକ କିମ୍ବଦନ୍ତୀ ଜଡିତ। ଦେବୀ ପାର୍ବତୀ ମିନାକ୍ଷୀ ଦେବୀ ରୂପରେ ଶଙ୍କର ଦେବା ସୁନ୍ଦେରେଶ୍ୱର  ଅବତାରରେ ବିବାହ ବନ୍ଧନରେ, ମଦୁରାଇ ମିନାକ୍ଷୀ ମନ୍ଦିରରେ ପୂଜିତ। ମିନାକ୍ଷୀଙ୍କ ବିବାହ ପାଇଁ ଦେବୀ ପାର୍ବତୀ ରୂପରେ ଉଭା, ପାଣ୍ଡ୍ୟା ରାଜାଙ୍କ ଉଆସର ରାଜକୁମାରୀ ମିନାକ୍ଷୀ। ସୁନ୍ଦେରେଶ୍ୱର ପୂଜିତ। ଏକ କିମ୍ବଦନ୍ତି! ଶକ୍ତି ପୀଠ। ମନ୍ଦିର ନବି ସ୍ଥାନରେ ସତୀଙ୍କ ନାଭି ଅଂଶ ପଡିଥିଲା। କାମାକ୍ଷୀ ଦେବୀ ଶକ୍ତି ପୀଠରେ ପୂଜିତ।

ଟିକଟ ଓ ଜିନିଷ ରକ୍ଷଣ ଘର: ଲକର କାର୍ଯ୍ୟାଳୟରେ ଭିଡ ଦେଖିଲୁ। ବ୍ୟାଗ,ସେଲ ଫୋନ ଜୋତା ଆଦି ଜମା ଦେଲୁ। ତାପରେ ଆମେ ୫୦ ଟଙ୍କା ଲେଖାଏଁ ପ୍ରବେଶ ଶୁଳ୍କ ୨୦୦ ଟଙ୍କା ଜମା ଦେଲୁ। ଧାଡ଼ିରେ ଦେବୀଙ୍କୁ ଭଜିଲୁ। ଶ୍ରଦ୍ଧାଳୁ ରଙ୍ଗ କଳା ବେଶ ଭୂଷା। ତାମିଲ ଓଡିଶୀଙ୍କ ଠାରୁ ଭିନ୍ନ। ରକ୍ଷକ ସଜାଗ! କେଇ ବେଢା ଚକ୍କର କାଟିଲୁ।

ପୂର୍ବ ଗୋପୁରମ: ଗୋପୁରମ ପାଦ ଦେଲୁ। ବାହ୍ୟ ଦେଖିଲୁ। ଆକାଶକୁ ଚୁମ୍ବନ! ୧୭୦ ଫୁଟିଆ ଉଚ୍ଚତା। ଉପରକୁ ଉପରକୁ ପ୍ରତି ଥାକରେ ଦେବତାଙ୍କ ମୂର୍ତ୍ତି ଦେଖିଲୁ। ନିଆରା ଭ୍ରମ ସୃଷ୍ଟି କରିଥଲା। କେବଳ ସୂର୍ଯ୍ୟ,ଚନ୍ଦ୍ର,ନଟରାଜ,ମିନାକ୍ଷୀ ମୂର୍ତ୍ତି ଦର୍ଶନ କଲୁ।କାମଦେବଙ୍କ ସ୍ତ୍ରୀ ରତି,କାର୍ତ୍ତିକେୟ,ଗଣେଶ,ଶନିଦେବଙ୍କୁ ଦର୍ଶନକଲୁ। ସିଂହଶରୀର ଓ ମୁଖମଣ୍ଡଳ ଗଜ ମୁଦ୍ରାରେ ଆଶ୍ଚର୍ଯ୍ୟ ଲାଗିଲା। ଦେବୀ ଦେବଙ୍କ ମୂର୍ତ୍ତି ଆକର୍ଷିତ କରିଥିଲା।



ସଂଗ୍ରହାଳୟ (୧୦୦୦ ବିଶିଷ୍ଟ ସ୍ତମ୍ବ ହଳ): ଡ଼ାହଣା ପଟେ ଅର୍ଥାତ ଉତ୍ତର ପୂର୍ବ କୋଣରେ ୯୮୫ ଗୋଟିଏ ସ୍ତମ୍ବ ଦେଖିଲୁ। ଏଇରମ କାଳ (Ayiram Kaal),ସଂଗ୍ରହାଳୟ ରୂପାନ୍ତରିତ। ବୀର ବସନ୍ତ ରାୟ ମଣ୍ଡପମ( ୧୦୦୦ ବିଶିଷ୍ଟ ସ୍ତମ୍ବ) ୧୬୧୧ ରେ ନିର୍ମାଣ ଅନ୍ତ। କଳାକୃତି ସ୍ଥାପତ୍ୟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଝଲକ ମିଳିଲା। ଦ୍ରାବିଡ଼ ଦକ୍ଷିଣାତ୍ୟ ସଂସ୍କୃତି ଦେଖିଲୁ; ଶୁଣିଲୁ ପ୍ରତି ୧୨ ବର୍ଷରେ ଥରେ ରଙ୍ଗ ଦିଆଯାଏ। ମରାମତି କୀର୍ତ୍ତିରାଜକୁ ସୁରୀକ୍ଷା ଦିଅନ୍ତି। ଚନ୍ଦ୍ର ମଣ୍ଡଳରେ ବେଢ଼ାପରି ଦୂରରୁ ନିକଟ,ନିକଟରୁ ନିକଟତର। ଡାକ ନାମରେ ଜସ୍ମିନ ମହକରେ ମଦୁରାଇ ମାଟିକୁ ପ୍ରଥମ ଦେଖାରେ ଭଲପାଇ ବସିଲୁ।

ସୁନ୍ଦେରେଶ୍ୱର ଦର୍ଶନ: ଚିପି ଚିପି ପାଦଟି,ପୁଣି ପଛକୁ। ଖୋଦିତ କାରୁକାର୍ଯ୍ୟରେ ମୋହିତ। ପ୍ରତି ସ୍ତମ୍ବରେ ଚିତ୍ର ବିଚିତ୍ର ଗାଥା କହୁଥିଲେ। ଦେବା ଦାନବ,ମାନବ ଦେବ ଲୋକ,ପଶୁଙ୍କ ଅଗାଢ଼ ନିବିଡ଼ତା! ପ୍ରଦୀପ ବୁଲୁବୁଲୁ ଅନାଉ ଥିଲେ। ଶିବଶଙ୍କ ସୁନ୍ଦେରେଶ୍ୱର ରୂପ ଉତ୍ତର କୋଣ ଦେଇ କେଇବେଢା ପ୍ରଦକ୍ଷିଣ ପରେ ଗର୍ଭ ଗୃହ ନିକଟତର ଅପୂର୍ବ ଦର୍ଶନ ପାଇଲୁ। ଲିଙ୍ଗ ପ୍ରତି ବଦଳେ ମାନବ ଅବତାର ସୁନ୍ଦେଶ୍ୱରଙ୍କ ଏକ ବିରଳ ଦୃଶ୍ୟ ଦର୍ଶନ କଲୁ। ହସ୍ତରେ ଡ଼ମ୍ବୁରୁ,ତ୍ରିଶୂଳ,ସର୍ପ,ପାସା ଦେଖିଲୁ। ବେଲପତ୍ର ଜଳ ପ୍ରସାଦ ସାରିଲୁ।

ଅଷ୍ଟଶିବ ଅବତାର ମୂର୍ତ୍ତି ଦର୍ଶନ: ତାପରେ କାମ୍ବାଥାଡ଼ି ମଣ୍ଡପମ  ( ୧୫୭୨ -୧୫୯୫) କୃଷ୍ଣ ବିରପ୍ପା ନାୟକଙ୍କର ଦ୍ୱାର ସ୍ଥାପିତ। ଅର୍ଦ୍ଧେନାରୀଶ୍ୱର,ରୁଦ୍ର,ଦକ୍ଷିଣ,ମୂର୍ତ୍ତି,ଏକପଥ,ଋଷଭ,ସୋମାସ୍କନ୍ଦ ଚନ୍ଦ୍ରଶେଖର,ନଟରାଜ ଅଷ୍ଟଶିବ ଅବତାର ମୂର୍ତ୍ତି ଦର୍ଶନ କଲୁ।

ଦେବୀ ମିନାକ୍ଷୀଙ୍କ ଦର୍ଶନ: ବେଶ କେଇ ମିନଟରେ ପଶ୍ଚିମ ଦକ୍ଷିଣ କୋଣକୁ ପାରକଲୁ। ତିଳକ ଧାରୀ ପଣ୍ଡିତ ମୟ ଘେରା ମଧ୍ୟରେ ଫସିଲୁ! ଶ୍ରଦ୍ଧାଳୁ ନିୟନ୍ତ୍ରଣ ହରାଇ ବସିଥିଲେ।ଚାପ ଉତେଜେନା ଦେଖିଲୁ। ସୁରକ୍ଷା କର୍ମଚାରିଙ୍କ ହସ୍ତକ୍ଷେପରେ ଶୃଙ୍ଖଲା ଫେରିପାଇଲା। ମିନତୀ,ପ୍ରଣତି ତାଙ୍କ ପଛରେ ପ୍ରଦୀପ ଶେଷରେ ଶୃଙ୍ଖଳା ଦର୍ଶନ ପାଇଁ ଉତ୍କଣ୍ଠାର ପାଦ ଦେଶରେ ଦେବୀଙ୍କ ଅଗଣାରେ! ଶୁଆ ସବୁଜ ରଙ୍ଗ ଜୀବନ୍ତ ପ୍ରତିମା ମନରେ ନାଚିଲା। ମତ୍ସ୍ୟ ନୟନୀ ଜ୍ୟୋତିର ଝଲକ! ଦେବୀଙ୍କୁ ଦର୍ଶନ। ହସହସିଆ ମୁଖ ମଣ୍ଡଳରେ ଦିବ୍ୟ ଆଲୋକରେ ଝରୁଥାଏ। ଆଶ୍ରିବାଦ,ଶ୍ରଦ୍ଧା,ହସ୍ତରେ ଶୁଆ,ପଦ୍ମଫୁଲ,ମୁଖମଣ୍ଡଳରେ ବ୍ୟଞ୍ଜନ ଅଳଙ୍କାର,ଫୁଲ,ଝୁମ୍ପ,ମଥାମଣି ବାଜୁ,ହାର। ପ୍ରତିଟି ଅଙ୍ଗରେ ଭୂଷିତ ସ୍ୱର୍ଣ୍ଣିମ କଳେବର। ହଳଦୀ ପଟବସ୍ତ୍ର ଆଲୋକିକ ବିରଳ ଦୃଶ୍ୟ। ନୀଳବର୍ଣ୍ଣ ଶରୀର ଗାଥା! ଅପୂର୍ବ ସୌନ୍ଦର୍ଯ୍ୟମୟୀ ଦେବୀ ଗର୍ଭଗୃହ ମଧ୍ୟରେ ଶ୍ରଦ୍ଧାଳୁଙ୍କ ଉପରେ ଯେମିତି ଦୃଷ୍ଟିକୃପା ଢାଳୁଥିଲେ। ମିନତୀ ଓ ପ୍ରଣତି ସବା ଆଗରେ ବେଳୁସୁ ଦେବୀଙ୍କ ନିକଟତର। ଅବଶ୍ୟ ଖୋଲା ଦର୍ଶନରେ ପ୍ରଦୀପ ବହୁତ ଖୁସି। ଦେବୀଙ୍କ ଆକୃତି ଅଳଙ୍କାର ମଣ୍ଡପ ସୁସଂଜିତ ଆକର୍ଷଣର କେନ୍ଦ୍ର ବିଦୁ। ପଣ୍ଡିତେ ବାରମ୍ବାର ଘଉଡାଉଥିଲେ। ଭକ୍ତ ମିନାକ୍ଷୀଙ୍କ ନିକଟରେ ଅଳି କରିଥିଲେ।

Udyad-Bhanu-SadshaamKeyuura–Haaro-Ujjivalaam,Vimbosstthiim-Smita-Danta-Pangkti-RuciiraamPiitaAmbar-Alagnkrtaam,Vissnnu-Brahma-Surendra-Sevita-PadaamTattv-Ssvaruupaam Shivam,Miinaakssiim Prannato-smi-Nidhim.
Chanting Meenakshi Mantra,is highly beneficial for girls to attain pleasant appearance and to get good husbanda. Recite will also marital bliss,the mantra can be chanted by every one to beget the blessing of Goddess Meenakshi . Who is called queen of Madurai Meaning on devi meenakhi who is rising,smiling face beautiful lips haladia bastra .

ଉଦ୍ୟଦ ଭାନୁ ସହ୍ରସ୍ର କୋଟି ସଦୃଶାମ କେୟୁର ହାରୋଜ୍ଜ୍ବଲାଂ ବିମ୍ବୋଷ୍ଟିମ ସ୍ମିତ ଦନ୍ତଫଂକ୍ତି ରୁଚିରାଂ ପୀତାମ୍ବରାଳଂ କୃତାମ। ବିଷ୍ନୁ ବ୍ରହ୍ମା ସୁରେନ୍ଦ୍ର ସେବିତ ପଦଂ ତତ୍ତ୍ୱସ୍ୱରୂଫା ଶିବମ ମିନାକ୍ଷୀ ପ୍ରାଣୋ ତୋସ୍ମି ସନ୍ତତମହଂ କାରୁଣ୍ୟ ବାରାଂନିଧିମ ।।

୮ମ ଶତାଦ୍ଧୀରେ ବର୍ଣିତ ମିନାକ୍ଷୀ ପଞ୍ଚରତ୍ନମ ଏକ ପ୍ରମୁଖ ଶ୍ଳୋକ,ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ ଦ୍ୱାରା ବର୍ଣିତ:ଦେବୀ କନ୍ୟା କୁମାରୀଙ୍କ ଦିବ୍ୟଗୁଣ,ଶୋଭିତଦୃଶ୍ୟ,ଉଦାରତା,ପ୍ରେମକୃପା,ସୁନ୍ଦେଶ୍ୱରଙ୍କୁ ମହନୀୟତାକୁ ବର୍ଣନା କଲେ। ମିନତୀ ପ୍ରଣତିଦୁହେଁ ଶ୍ଳୋକ ଆବୃତି ମୁଦ୍ରାରେ ବିତେଇଲେ। ଆମେ ଦୁଇ ନିରବ ସାକ୍ଷୀ! ଦିଅଁ ଦେବତା ଜନଗଣଙ୍କ ଧର୍ମକର୍ମ ନିଜନିଜର ଭାବନାରେ ଡୁବିଗଲୁ।

ଆମେ ଦୁରକୁ ଦୁରକୁ ଚାଲିଲୁ। ଘଂଟାଏ ସମୟ ବିତିଗଲାଣି। ବଡ଼ିଭୋରରୁ ପେଟରେ ଜଳପାନ ପ୍ରଦୀପ ବାରମ୍ବାର ପ୍ରଣତି ବାନ୍ଧବୀଙ୍କ ଇସାରା ଦେଉ ଥିଲେ। ଭୋକରେ ଆଉତୁ ପାଉଟୁ! ଏପଟେ ଦେବୀଙ୍କ ଦର୍ଶନ ମନରେ ନାଚୁଥାଏ। ମୀନାକ୍ଷୀ ଓ ସୁନ୍ଦେରେଶ୍ୱର ୩ ଥାକିଆ ଗୋପୁର,୨ଟି ଦ୍ୱାରପାଳ ସ୍ୱର୍ଣ୍ଣିମ ପଦ୍ମଫୁଲ ପାଖୁଡା ପ୍ରସ୍ତରମୂର୍ତ୍ତି ଦମ୍ପତି।

ଅଷ୍ଟଶକ୍ତିମଣ୍ଡପମ: ପରେ ୮ଟି ଅଷ୍ଟଶକ୍ତି ମଣ୍ଡପମ ପ୍ରଦକ୍ଷିଣ।କୌମାରୀ,ରୂଦୃ,ବୈଷ୍ଠବି,ମହାଲକ୍ଷ୍ମୀ,ଯଜ୍ଞାନୀରୁପିଣୀ,ମାହେଶ୍ୱରୀ,
ମନମୋହିନୀ ନାରୀ ଶକ୍ତିର ପରିଚୟ ପାଇଲୁ। ୨ଟି ରାଣୀ ଦ୍ୱାର ନିର୍ମିତ। ଗୋପୁରମ ମୁଖ୍ୟଦ୍ୱାରା ନିକଟରେ ପୂଜିତ।

ମଣ୍ଡପ ମଣ୍ଡପ: ପଞ୍ଚୁ ପାଣ୍ଡବ ମଣ୍ଡପମ,କଳିକୁଣ୍ଡ ମଣ୍ଡପମ। ମିନାକ୍ଷୀ ଶୁଆ ପଞ୍ଜୁରୀ ରୂପେ ବିଦିତ। ନୃତ୍ୟ ମଣ୍ଡପମ ୧୬୨୩ ରେ ସ୍ତମ୍ବ,କକ୍ଷ,ମଣ୍ଡପ ନିର୍ମାଣ ସରିଥିଲା। ବାଦ୍ୟ ଯନ୍ତ୍ର ଗାୟକ ଗାୟିକା ଗାନ ମୁଦ୍ରାରେ ଦେଖିଲୁ। ମହାମଣ୍ଡପ,ଦ୍ୱାରପାଳ ମଣ୍ଡପ,ନନ୍ଦୀ ମଣ୍ଡପ,ନାଗରା ମଣ୍ଡପ,କନକ ସଭା ମଣ୍ଡପ,ରତ୍ନ ସଭା ମଣ୍ଡପ ୧୨୪ ଉଚ୍ଚା ଉଚ୍ଚା  ସ୍ତମ୍ବରେ ଝଟକୁଥାଏ।

ମିନାକ୍ଷୀ ଅମ୍ମାନ ଦେବୀ,ସୁନ୍ଦେରେଶ୍ୱର ମୁଖ୍ୟ ଦେବ,ରୁକୁଣି ବିନୟ ପର,ଇରାତାଇ ବିନାୟପୁର,ସ୍ୱରସ୍ୱତୀ,୬୩ ନୟନମାର, ସପ୍ତମାତୃକା,କାଶୀବିଶ୍ୱନାଥ,କଲ୍ୟାଣସୁନ୍ଦେରସ୍ୱର,ଶ୍ରୀଧର,ଯୁଗାଈ ଅମନ,ଭୈରବ,ଉଷାଓ ପ୍ରତ୍ୟୁଷା। ବିଭୁତି,ସଙ୍ଗମ କବି, ରାଜା ତ୍ରିମୂଳ ନାୟକ ଓ ରାଣୀ ଓ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଦେଖି ଚକିତ ହେଲୁ!

ଶୈବଶକ୍ତି ଶିବସ୍ୱାମୀ ସୁନ୍ଦେରେଶ୍ୱର,ମିନାକ୍ଷୀ ଦେବୀଙ୍କ ଭ୍ରାତା ବିଷ୍ନୁ ଶକ୍ତିମୟୀ ଦେବୀ ମିନାକ୍ଷୀଙ୍କ ଦର୍ଶନ ପାଇଲୁ। ମଣ୍ଡପମୟ.ମନ୍ଦିର,ମୁଖ୍ୟ ମଣ୍ଡପ ୧୦୦ ବିଶିଷ୍ଟ ସ୍ତମ୍ଭ। ନାୟକ ମଣ୍ଡପମ ଉତ୍ତର-ପୁର୍ବ ଦିଗରେ ୧୫୨୬ ମସିହାରେ ନିର୍ମିତ। ନଟରାଜ ମୁଦ୍ରାରେ ବ୍ରୋଞ୍ଜମୂର୍ତ୍ତି ଡ଼ାହାଣ ଗୋଡ଼ରେ ନୃତ୍ୟ, ୬ ଟି ସ୍ତମ୍ଭ ବିଶିଷ୍ଟ ଊଂଜଳ ମଣ୍ଡପରେ ପ୍ରତି ଶୁକ୍ରବାରରେ ଚେଁବେଂଥି ମୂର୍ତ୍ତି ନିକଟରେ ଉତ୍ସବ। ମୁଖରିତ  ପୋଖରୀ ପଶ୍ଚିମରେ ୧୮୯୫ ରେ ପୁନଃ ନିର୍ମିତ। ୧୪ ଟି ଗୋପୁରମ, ମଣ୍ଡପମୟ, ୩୦୦୦୦ ହଜାର କଳାକୃତି ବୁଲିବୁଲି ଦେଖିଲୁ।

ସ୍ବର୍ଣ୍ଣ ପଦ୍ମ ପୋଖରୀ: ଉତ୍ତର-ପୂର୍ବ କୋଣରେ ସ୍ବର୍ଣ୍ଣପଦ୍ମ ପୋଖରୀ ବାହୁରେ ତିନିଥର ପ୍ରଦକ୍ଷିଣ କଲୁ। ଜଳ କ୍ରୀଡାର ଏକ ପରମ୍ପରା ପୋଏଟରମାରଇ କୁଲାମ ମନ୍ଦିରର ପୁଣ୍ୟ ପୁଷ୍କରଣୀ ରୂପେ ବିଦିତ। ଏଠି ଇନ୍ଦ୍ର ପୂଜା ପାଠ କରୁଥିଲେ। ଅଧିତୀର୍ଥମ କହନ୍ତି। ମହାର୍ଣ୍ଣବ ଶୁଣିଲୁ ଯେଉଁଠି ସ୍ୱୟଂ ପ୍ରଭୁ ଶଙ୍କର ଭଗବାଙ୍କ ମୋଲା ଲିଙ୍ଗମ ଠାବ ହୋଇଥିଲା। ପ୍ରଥମଗୁରୁ ଧର୍ମପୁରା ଅଧିନିୟମ, ପ୍ରମ ତୀର୍ଥମ,ଗାନ ତୀର୍ଥମ,ମୁକ୍ତି ତୀର୍ଥମ ସ୍ନାନରେ ଆଶା ପୂରଣ ହୋଇଥାଏ। ଯାତ୍ରା ସହର ପରିକ୍ରମା ହୁଏ। ପଦ୍ମ ପୁଷ୍କରଣୀ,ପ୍ରଖ୍ୟାତ ତାମିଲ ସଙ୍ଗମ କବିଙ୍କ ପ୍ରତିମୂର୍ତ୍ତି ଝଟକିଥିଲା।



ଦୃଶ୍ୟକୁ କବି ଲିଖନୀ ମୁନରେ ମୀନାକ୍ଷୀ,ସୁନ୍ଦେଶ୍ୱରଙ୍କ ଯାତ୍ରା ଲିପିବଦ୍ଧ। ପ୍ରତିବର୍ଷ ଥିପମ ନାମକ ଉତ୍ସବ ହୁଏ। ବହୁଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ଓ ସ୍ଥାନୀୟ ସକ୍ରିୟ ଅଂଶ ନିଅନ୍ତି। ଭ୍ରମଣର ଶେଷ ମୁହୂର୍ତ୍ତ ଭୋକଭୁଲି ଯାଇଥିଲୁ। ଚତୃପାର୍ଶ୍ୱରେ ଭକ୍ତ ହିଁ ଭକ୍ତ। ସ୍ଥାନୀୟ ସ୍ୱୀକୃତି ପ୍ରାପ୍ତ ଫୋଟୋ ଗ୍ରାଫର ହିଁ ଯାତ୍ରୀଙ୍କ ଫୋଟ ନେଉଥିଲେ। ସେଥିରୁ ମୁକ୍ତି ପାଇନଥିଲୁ। ମିନତୀ ଓ ପ୍ରଣତି ଦୁଇ ଭଗ୍ନୀ ପୁଷ୍କରଣୀ ଏକ ପାହାଚରେ ଏକ ସୁନ୍ଦର ମୁଦ୍ରାରେ ଫୋଟ ନେଲେ। କେତୋଟି ପୁସ୍ତକ,ଶୁଖିଲା ମିଠେଇ ପୁଡିଆ,ଶଙ୍ଖା ବେଢ଼ାରୁ ପସନ୍ଦ କରିଥିଲେ। ଅନୁମାନିକ ମାପ ଦୈର୍ଘ୍ୟ ପ୍ରାୟ ୨୪୦ ଓ ପ୍ରସ୍ଥ ୧୬୫ ଫୁଟ। ରାଜବଂଶର ଏକ ଦୁର୍ଲଭ କୀର୍ତ୍ତି। ସମୟେ ସମୟେ ପୁନରୁଦ୍ଧାର ହୁଏ ।

ପୂଜାପଦ୍ଧତି: ରୀତିନୀତିରେ ମନ୍ଦିରରେ ୧୧ ଥର ପୂଜା ପୁଜି ତା’ମଧ୍ୟରେ ୬ଟି ପୂଜା ୪ଟି ବିଧି ଓ ଆଳତି ନିୟମିତ ପାଳନ ହୁଏ। ପେଁକାଳି,ତୁରୀ ନାଦରେ ପ୍ରକମ୍ପିତ ଯେମିତି ଦେବୀ ମିନାକ୍ଷୀ ଓ ସୁନ୍ଦେରେଶ୍ୱର ତାଣ୍ଡବ ନୃତ୍ୟର ଝଲକ ଭ୍ରମ ସୃଷ୍ଟି କରୁଥିଲା। ଯୋଡି ନାଗାରା ବାଦ୍ୟର ପ୍ରତିଧ୍ୱନିତ ଶବଦରେ ଏକ ଆଧ୍ୟାତ୍ମିକ ପରିବେଶ। ଘଣ୍ଟିଘଣ୍ଟ ମନ୍ତ୍ର ଉଚ୍ଚାରଣ ପଣ୍ଡିତେ ଦଳ ପ୍ରଖରିତ।

ଯାନିଯାତ୍ରା: ଜୁଲାଇ ଓ ଅଗଷ୍ଟ ମାସରେ ଆଦି ଉତ୍ସବ। ଜାନୁଆରୀ ଓ ଫେବୃଆରୀରେ ଥାଇ ଉତ୍ସବ। ୧୦ ଦିନିଆ ଆଭାନି ମୂଲାଉତ୍ସବ,ଶିବନୃତ୍ୟ,ବସନ୍ତ ପଞ୍ଚମୀ,ଉଁଞ୍ଜାଳ,ମୁଲାଇକଟୁ,ନବରାତ୍ର ଉତ୍ସବ। ଚୈତ୍ରମାସରେ ଶିବପାର୍ବତୀ ବିବାହ ୧୨ ଦିନଧରି ଉତ୍ସବ ମୁଖରିତ। ରଥଯାତ୍ରା ନଗର ପରିକ୍ରମା ଦର୍ଶନ ପ୍ରଥା ପ୍ରଚଳିତ।ଦକ୍ଷିଣ ଭାରତୀୟ ମନ୍ଦିର ଦ୍ୱାରପରି ଉଚ୍ଚଉଚ୍ଚ ତୋରଣ ଦ୍ରାବିଡ଼ଶୈଳୀ କାରୁକାର୍ଯ୍ୟଦେଖିଲୁ।
ମୁକ୍ତ ପ୍ରସାଦ କକ୍ଷ: ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଟ୍ରଷ୍ଟ ତରଫରୁ ପ୍ରସାଦ ସେବନର ସୁବ୍ୟବସ୍ଥା ଦେଖିଲୁ । ଆମେ ଚାରି ବ୍ୟଞ୍ଜନ ଭୋଗ ସେବନ କଲୁ। କି ଶାନ୍ତି ମିଳିଲା! ମୁଖରେ ହସ ଫୁଟିଲା। ମିନାକ୍ଷୀ ଦେବୀଙ୍କ ଅତୁଟ କୃପା ମଦୁରାଇ ମଲ୍ଲିର ମହକର ସୁଯୋଗ ପାଇଲୁ।
ସ୍ତମ୍ବ ଓ ମଣ୍ଡପରେ ଭରପୁର। ପଶୁପକ୍ଷୀ ରୁ ସନ୍ୟାସୀ ପଣ୍ଡିତଙ୍କ ମଣ୍ଡପ। ଶିବଙ୍କ ଅବତାର ;ମିନାକ୍ଷୀଙ୍କ ବହୁ ଅବତାର ଦେଖିଲୁ। ଯେମିତି ୩୩ କୋଟିଏ ଦେବତାଙ୍କ ମୂର୍ତ୍ତି,ଚିତ୍ର ବେଢାରେ ଚିତ୍ରଣ। ସତରେ ଦକ୍ଷିଣ ଭାରତର ଭାସ୍କର୍ଯ୍ୟର ମିନାକ୍ଷୀ ମନ୍ଦିର ଶିଳ୍ପ କାଳର ଦୃଷ୍ଟାନ୍ତ।

ଜୀବନ୍ତ ପ୍ରସ୍ତରମୂର୍ତ୍ତି ମହାଭାରତ,ରାମାୟଣ ଗାଥା ଦୋହରାଇଥିଲେ। ଭଗବାନ ଓ ଭକ୍ତଙ୍କ ନିବିଡ଼ତା କାରୁ କାର୍ଯ୍ୟରେ ଚକିତ। ଅବିଶ୍ୱାସନୀୟ ଭ୍ରମଣ କାହାଣୀରେ ସଚ୍ଚା ହିନ୍ଦୁ ରୂପେ ପରିଚୟ ଦେଲୁ। ଦ୍ରାବିଡ଼ ପାରିବାରିକ ସମ୍ପର୍କ ଅତୁଟ ଗାଥା ଉତ୍ସବ ଜୀବନ୍ତ କଳାକୃତି ସାଉଣ୍ଟିଲୁ। ଦେବୀ ମିନାକ୍ଷୀଙ୍କ ପିତ୍ରାଳୟ ଉଆସକୁ ଦର୍ଶନ ପାଇଁ ମିନତୀ ସୂଚିତ କଲେ। କାହାର ବି ଉଚ୍ଛା ନ’ହେବ? ଆମେ ତିନି ଏକସ୍ୱରରେ ହଁ ହଁ, ରେ ସମର୍ଥନ ଦେଲୁ। ତାଙ୍କ ଭାତୃଘର ବିଷ୍ନୁ ଦେବାଳୟରେ ପୂଜିତ ;ମାତ୍ର ଦେଢ଼ କିଲୋମିଟର ଦୂର। ପବିତ୍ର ତୀର୍ଥ କ୍ଷେତ୍ର ଭଗେଇ ନଈ ଘାଟକୁ ଉପର ଓଳି ଦର୍ଶନ ପାଇଁ ମନ ସ୍ଥିର କଲୁ। ମଦୁରାଇ ମାନବ ସମାଜର ଏକ ମହକ। ହିନ୍ଦୁ ଭକ୍ତ ଓ ଭଗବାନଙ୍କ ଏକ ଅତୁଟ ସମ୍ପର୍କ।ଶିକ୍ଷାର ବତୀଘର। କଳାକୃତିର ଏନ୍ତୁଡ଼ି ଶାଳ ଓଜସ୍ମିନର ଉପବନ। ନଗରୀ ମହକରେ ଆମେ ୪ ଘୁରି ବୁଲିଲୁ।





ପାଦଟୀକା / Foot Notes ୧.“୧୬୮ ଶୈବ ତୀର୍ଥକ୍ଷେତ୍ର ମଧ୍ୟରୁ ଦକ୍ଷିଣ ଭାରତର ମଦୁରାଇ,ଚିଦମ୍ବରମ,ତ୍ରିକୂଳତ୍ରି”, ଅନନ୍ୟ।.ତିରୁବିଲିୟତଲ ପୁରାଣରେ ବର୍ଣ୍ଣିତ:”
୨.The greattemple of Madurai :English version of the Book Koilmanagar.
୩.Sri Meenakhi Sundreaswar Temple Renovation Committee,A. Report :1963.
୪. ସ୍ଥଳ ପୁରାଣ( ସ୍ଥାନୀୟ ଲୋକ ଓ ପୁରାଣ ଧର୍ମ ,ମନ୍ଦିର ମତ)।
୫.WIKIPEDIA ,Meenakshi Temple ,en,M,Wikipedia ,org

(ରଚୟିତା - ଦିଲିପ କୁମାର ନାୟକ)








Comments

Post a Comment