କଥା ଦେଇଥିଲୁ;ଭାଇ ବାପ ଘରେ କୁଣିଆ ହେବୁ। ସତକୁ ସତ ପ୍ରାଚୀନ ବୈକୁଣ୍ଠ ନାଥ ମନ୍ଦିର ତୋରଣ ଦେଖିଲୁ। ଘଂଟାଏ ପରେ ପୌଢ଼। ଦର୍ଶନ କିପରି କରିବୁ? ମିନତୀ ପ୍ରଣତି ଆଗଭର। ମନ୍ଦିରମୟୀ ନଗରୀ ମଦୁରାଇ, ଏଇଟି ଶେଷ ଦର୍ଶନ। ଦେବୀ ମିନାକ୍ଷୀଙ୍କ ବାପଘର ମଦୁରାଇ ଉଆସ । ଆତୁରତା ବଢ଼ୁଥିଲା।
ଅରୁଲମିଗୁ ଆଜଘର ମନ୍ଦିର:ଆଜଘର ଅର୍ଥ"ସୁନ୍ଦର"। ମନ୍ଦିରଟିରେ ବିଷ୍ଣୁ ଦେବଙ୍କ ପାଇଁ ସ୍ଥାପିତ। ପ୍ରାଚୀନ ମନ୍ଦିର। ପେରିଏର ବସଷ୍ଟାଣ୍ଡ କତି-୬୨୫୦୦୧ ରେ ଉଭା। ଦେବୀ ମିନାକ୍ଷୀ ମନ୍ଦିରରୁ ୨ କିଲୋମିଟର ଦୂର। ନେତାଜୀ ସଡ଼କ ୫ ମିନଟର। ପ୍ରସ୍ତର ନିର୍ମିତ ସ୍ଥାପତ୍ୟ; ଆୟତକାର କ୍ଷେତ୍ର। ଶ୍ରଦ୍ଧାଳୁଙ୍କ ବହଳ। ଚଳନ୍ତି ଦେବତା କୂଡାଲ ଆଲଗର ପୂଜିତ। ମିନାକ୍ଷୀ ମନ୍ଦିର ଠାରୁ ଅତି ପୁରାତନ। ୫ଥାକିଆ ମନ୍ଦିର। ରାଜଗୋପୁରମ ୧୨୫ ଫୁଟ ଉଚ୍ଚତା। ଅଳଗିରି ପର୍ବତ ଉପତ୍ୟକାରେ ମନ୍ଦିରଟି ଅଛପା ନଥିଲା। ୬୦୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ମଦୁରାଇ ନାୟକଙ୍କ ୧୬୦୦ ଖ୍ରୀଷ୍ଟାବ୍ଦରେ ଶ୍ରୀ ବୃଦ୍ଧି କରିଥିଲେ। ଧ୍ବଜାସ୍ତମ୍ବ ମଣ୍ଡପମ ନିର୍ମିତ। ପୂର୍ବରୁ ହେମା ପୁଷ୍କରିଣୀ ଖନନ। ୧୯୨୩ ରେ ମୁଥୁ.କେ .ଆର.ଭି.ଅଲଗାପ୍ପା ଚଟିଏ ଦେବକୋଟ୍ଟାଇ ଶେଷଥର ମରାମତି କରିଥିଲେ। ତାଳୁରୁ ତଳ ପର୍ଯ୍ୟନ୍ତ ମୂର୍ତ୍ତି ହିଁ ମୂର୍ତ୍ତି।
କୋଦାଳ ଆଜଗର,ଶ୍ରୀ ରଘୁନାଥ,ଶ୍ରୀ ସୂର୍ଯ୍ୟ ନାରାୟଣ ପେରମାଲୱି,ବିଷ୍ନୁଙ୍କମୂର୍ତ୍ତି ୩ ମୁଦ୍ରାରେ ୬ଫୁଟ ଉଚ୍ଚରେ ଉଭ।
ମୁଖ୍ୟ ମଣ୍ଡପକୁ"ରଙ୍ଗ ମଣ୍ଡପମ"କୁହନ୍ତି। ବାମନ ଅବତାର,ବିମାନ ରଥ ସାଦୃଶ୍ୟ,ଭିଯୋଗ ସୁନ୍ଦର ରାଜନ। ମଥୁରା ବଲ୍ଲିଥାନ (ଲକ୍ଷ୍ମୀ)ପୂଜିତ।ଦଶାବତାରାମ ଦର୍ଶନ। ଲକ୍ଷ୍ମୀନରସିଂହ, ରାମ, ଲକ୍ଷ୍ମୀନାରାୟଣ ପୂଜିତ। ଦ୍ୱିତୀୟ ଥାକରେ ଗରୁଡ,ଆଞ୍ଜେନେୟ, ରାମାନୁଜ,ବେଦାନ୍ତ ଡେସିକା,ଅଲବର୍ତ୍ସ। ଦ୍ୱିତୀୟରେ ସୂର୍ଯ୍ୟ ନାରାୟଣ ପୂଜା ପାଉଥିଲେ। ମଧ୍ୟ ଅଂଶ କକ୍ଷଟି କଳା ପ୍ରସ୍ତର। ତାମିଲରେ ଜୟଧ୍ୱନି। ବୈକୁଣ୍ଠ ପତିଙ୍କ ମଣ୍ଡପ ନିକଟ ହେଲୁ। ଆଳତି ସାଙ୍ଗକୁ ଧୂପଧୁଆଂ ଘଣ୍ଟି ଘଣ୍ଟ ତାମିଲ ବାଦ୍ୟ ଯୋଡ଼ି ନାଗରା,ତୁରୀ ଶବଦରେ ଭିନ୍ନଭାବ ଜାଗୃତି। ଗୁହାରି ପଡ଼ିଲୁ। ବେଢାରେ ୩ ଥର ପ୍ରଦକ୍ଷିଣ। ଜଗତ ପାଳକ ଅନ୍ତର୍ଯ୍ୟାମୀ ସୁଖ ଦୁଃଖର ବନ୍ଧୁ। ଅଳଗିରି ପର୍ବତ ଉପତ୍ୟକାରେ ମନ୍ଦିରଟି ଅଛପା ନଥିଲା ତାଲୁରୁ ତଳ ପର୍ଯ୍ୟନ୍ତ ମୂର୍ତ୍ତି। ଆଜଘର ମନ୍ଦିର କଳାକୃତି ଦ୍ରାବିଡ଼ ଶୈଳୀ ମୂର୍ତ୍ତି ଦର୍ଶନ ପାଇଲୁ। ଅଭୁଲା ଅଷ୍ଟାଙ୍ଗ ଟାୱାର,ବିମାନ ରଥ, ଟେପ୍କୁଲାମ,ହେମା ପୁଷ୍କରିଣୀ।
କିମ୍ବଦନ୍ତୀ ଛୁପିଥିଲା। ଦୈତ୍ୟ ସୋମୁକି ୪ଟି ବେଦର ଅବଜ୍ଞା କରୁଥିଲେ। ସଂହାର ପାଇଁ ସ୍ୱୟଂ ବୈକୁଣ୍ଠ ନାଥ ଉଭା! ଏକ ଲୋକକଥା ଛୁପିଥିଲା।
ଅନ୍ୟ ଏକ କିମ୍ବଦନ୍ତୀ,ଦିନେ ବଲ୍ଲଭ ଦେବା ରାଜା ପ୍ରଜାଙ୍କ ଚଳଣି ଜ୍ଞାତ ପାଇଁ ପରିଦର୍ଶନ କଲେ। ଅସୁବିଧା ବୁଝିଲେ। କଥା ଛଳରେ ଚତୁର ପ୍ରଜାଟିଏ କହିଲେ,ଗ୍ରୀଷ୍ମରେ କର୍ମ,” ଶୀତ ଋତୁରେ ସଂଚୟ,ଯୁବଯୁବା କାଳରେ କର୍ମ ବାର୍ଦ୍ଧକ୍ୟ ପାଇଁ ସଂଚୟ” ରାଜା ଅର୍ଥଟିକୁ ବୁଝି ପାରିନଥିଲେ।“Collect provision in summer and save for winter “Which also meant that one should work during his younger days and save for his during old age. ରାଇଜର ବିଦ୍ୱାନଙ୍କୁ ତତ୍ୱ,ଅର୍ଥ ପାଇଁ ଆଗ୍ରହ ପ୍ରକାଶ କଲେ। ବିଷ୍ନୁ ଚିତ୍ତ (Visnu Chitta ) ନାମରେ ଖ୍ୟାତ। ଜୀବନର ଅସଲ ରହସ୍ୟ।
ଦକ୍ଷିଣ ଭାରତରେ ଅଲଭର ସନ୍ୟାସୀ ଶ୍ରେଷ୍ଠ। ବିଭକ୍ତରେ୧୨ଟି । ବୈଷ୍ନବ ସମ୍ପ୍ରଦାୟ ମତରେ," ବିଷ୍ନୁ ହିଁ ସର୍ବମୟ "କୃଷ୍ଣ ରାମ ଭଗବାନଙ୍କୁ ଗ୍ରହଣ କରିନ୍ତି।“Song of love and devotion “, ଭକ୍ତି ପ୍ରେମ ଓ ସମର୍ପଣ ହିଁ ସାର । (Naalayira Divya Prabandam containing 4000 verses, with each of the 108 temples, wrote by 12 Alvars during early 10th century) ନାଳୟର ଦିବ୍ୟ ପ୍ରବନ୍ଧ ୪ ହଜାର ଶ୍ଳୋକ। ୧୦୮ ମନ୍ଦିରରେ ଆବୃତ୍ତିର ପ୍ରଥା ପ୍ରଚଳିତ। ୧୨ ଜଣ ପଣ୍ଡିତ ଅଲବର ଦ୍ୱାର ଲିଖିତ। ଦିନରେ ଟଂକାଳୈ ପଦ୍ଧତିରେ ପୂଜା ପୁଜି ହୋଇଥାଏ। ପ୍ରତି ୩ବର୍ଷ ଅନ୍ତରରେ ୧୪ ଦିନ କାଳର ଏକ ଯାତ୍ରା ହୁଏ। ବ୍ରହ୍ମ- ଉତ୍ସବ ତାମିଲଙ୍କ (ବାଇକସି) ବୈଶାଖ ମାସ (ମେ-ଜୁନ ମାସ) କହନ୍ତି। ଦର୍ଶନ କରି ଲେଉଟାଣି ଯାତ୍ରା ମଧ୍ୟାନ୍ନରେ ସମାପ୍ତି ଘଟିଲା। ଭୂପତି ହୋଟେଲକୁ ବାହୁଡ଼ିଥିଲୁ। ଚେକ ଆଉଟ ସମୟ ୧୨.୦୦ ସଜ୍ଜବାଜ ହେଲୁ ।
ରେଳ ବସ ଟୁଁକାର ଟୁକୁଟୁକୁ ସେବା ହାତ ପାହାନ୍ତାରେ। ପାଞ୍ଚ ପାଞ୍ଚଟି ମାର୍ଗ। ଉଚ୍ଚ କୋଟିର ହୋଟେଲ। ପୂର୍ବରୁ ମେକମାଇଟ୍ରିପରେ ଦର,ଚେକ ଇଂନ,ଚେକ ଆଉଟ ଯାଞ୍ଚ। ଗଟେବେ ପାସୁମଲାଈ,ହେରିଟେଜ ମଦୁରାଇ,ପାଣ୍ଡିଆନ ହୋଟେଲ। ପେରୁମଦ ଟ୍ୟାଙ୍କ ପୂର୍ବ ଟାଉନହଲ ରୋଡ଼ -୧,ମଦୁରାଇ- ୬୨୫୦୦୧,ମଧ୍ୟମ ଧରଣର ଭୂପତି ହୋଟେଲ। ବଜେଟ ଭ୍ରମଣକୁ ପସନ୍ଦ ରହିଥିଲା। ଦକ୍ଷିଣ ଭାରତର କେତୋଟି ଦର୍ଶନୀୟ ସ୍ଥଳ ବୁଲାବୁଲି ସରିଥିଲା। ରାମେଶ୍ଵରମ ରେଳ ଯାତ୍ରା ପାଇଁ ସଜବାଜ। ଦେୟର ଅନ୍ତ ଘଟାଇ ଉପର ମହଲରୁ ତଳ ମହଲା ଲିଫ୍ଟରେ ଅକ୍ଲେଶରେ ଓଲ୍ଲାହିଗଲୁ। ଯୁବଷ୍ଟାଫ ଭଦ୍ର ବ୍ୟବହାରରେ ମିନତୀ ଧନ୍ୟବାଦ ସାଧାରଣ ଶିଷ୍ଟାଚାର ପ୍ରଦର୍ଶନରେ ଜମା ହେଲା କରିନଥିଲେ।
ଟ୍ୟାକ୍ସି ଦଣ୍ଡାୟମାନ। ଡ଼ିଜିଟାଲ ସଂଯୋଗରେ ଭଡ଼ା ଫଡା ପୂର୍ବରୁ ଛିଣ୍ଡିଥିଲା। ଝିନଝଟ ନଥିଲା। ମୁଣ୍ଡ ଉପରେ ସୂର୍ଯ୍ୟ ଟାଇଁ ଟାଇଁ ଖରା! ଟୁଁ’କାର ଯାତ୍ରା ଅବଶ୍ୟ ଶୀତତାପ । ଷ୍ଟିରଙ୍ଗି ଆସନରେ ତାମିଲ ଚାଳକ। ଅନ୍ତରୀକ୍ଷରେ ଛିଣ୍ଡାଛିଣ୍ଡା ମେଘମାଳ ଏପଟରୁ ସେପଟକୁ ଭାସମାନ ମୁଦ୍ରାରେ।
ଗତ ରାତ୍ରରେ ମୌସୁମୀ ରାଣୀ ଅଧେ ଘଣ୍ଟେ କାଚି ଦେଇଥିଲେ। ଆମେ ୧୦୦ ପ୍ରତିଶତ ପ୍ରସ୍ତୁତ। କଥା ଦେଇଥିଲୁ;ଦେବୀ ମିନାକ୍ଷୀ ଦେଉଳରେ;ତାଙ୍କ ବାପା ଭାଇଙ୍କ ନିଳୟ ଯିବା ପାଇଁ। କଥାଟିକୁ କିପରି ଅବଜ୍ଞା? ସାଥି ୩ କଥାଟିକୁ ଅକ୍ଷର ଅକ୍ଷରରେ ପାଳନ ପାଇଁ ପରାମର୍ଶ ଦେଲେ। ଆମ ଟୁଁକାର ରାମେଶ୍ୱର ସଡକ ବଦଳେ ମଦୁରାଇ ସଡ଼କରେ ଦୌଡ଼ିଲା। ପଥ ଅନାମିଆଁ ଢାବାରେ,ପ୍ରଦୀପ ଆମିଷ ଖାଦ୍ୟକୁ ପସନ୍ଦ କଲେ। ଆମେ ୩ ଜଣ ପନିପରିବା ବିଶିଷ୍ଟ ମସଲାଯୁକ୍ତ ସୁଗନ୍ଧିତ ଖାଦ୍ୟ ନେଲୁ। ଓଃ କି ରାଗ!
ରାଜପ୍ରାସାଦ: ଉଆସ ନିକଟତର ହେଲୁ।ରାଜା ଥିରୁମଲାଇ ନାୟକ ଶାସନ କାଳରେ ପୁରାତନ ଉଆସ ପୁନଃଉଦ୍ଧାର। ଏବେ ଏବେ ତାମିଲ ସରକାର ଅଧୀନରେ ୫୫୪ ହଜାର ବର୍ଗଫୁଟ ପରିବ୍ୟପ୍ତ ରାଜା ମଦୁରାଇ ନାୟକ ୧୫୪୫-୧୭୪୦ ରାଜା ଥିରୁମଲାଈ ନାୟକ ୧୬୨୩-୧୬୮୯, ପର୍ତ୍ତୁଗୀଜ,ୟୁରୋପ ବଣିକଙ୍କ ପ୍ରଥମ ପସନ୍ଦ।
ମହଲା ଏକ ସଂଗ୍ରହାଳୟରେ ଦେଖିଲୁ। ୧୬୩୬ ରେ କାର୍ଯ୍ୟ ସମ୍ପର୍ଣ୍ଣ । ନିଜ ବାସଭବନ ମହଲାଟି ୧ ଗୁଣ ଥିବା ବେଳେ ୪ ଗୁଣ ରାଜମହଲ ଦେଖିଲୁ। ଥିରୁମଲାଇ ନାୟକ ଅଣନାତି ଅନେକ ସ୍ତମ୍ବ ଭଙ୍ଗାରୁଜା କରି ଶିଳା ଧାତୁ ନିଜ ଉଆସ ତିଆରି କଲେ। ଯାହାକୁ ତ୍ରିଚିରାପଲ୍ଲୀ ଚ୍ଚକ୍କାନାଥ ନାୟକ ରାଜ ମହଲରେ ପରିଚିତ। ଚତୃକୋଣ ତାମ୍ର ମୁଦ୍ରା ମାଛଚିହ୍ନ ରହିଥାଏ। ରାଜା ରାଣୀଙ୍କ ବ୍ୟବହାର ମୂଲ୍ୟବାନ ଜିନିଷ ଦେଖିଲୁ। ଅନ୍ୟ ପଟରେ ରଙ୍ଗ ବିଳାଶ ପ୍ରସ୍ତର ଗୃହ। ପ୍ରାଚୀନ ଶିଳାମୂର୍ତ୍ତି । ୧୯୮୦ ମସିହାର ପ୍ରଚଳିତ ଦରବାର ହଳ। ନାଟ୍ୟଶାଳା, ରାଣୀ ମହଲ (Harem) ରାଜେଶ୍ୱରୀ ମୂର୍ତ୍ତି,ଉଦ୍ୟାନ ଉତ୍ତର ପୂର୍ବ କୋଣରୁ ଦେଖିଲୁ। ନୂଆ ବାଥଖାନା ମଣ୍ଡପ ପ୍ରବେଶରେ ୧୮ ପ୍ରକାରର ବାଦ୍ୟଯନ୍ତ୍ର ଦେଖିଲୁ। ମୁଖ୍ୟଦ୍ୱାର,ମହଲ। ନୃତ୍ୟ ମହଲା। ଘୁଙ୍ଗୁରୁ ବାଜୁଥିଲା ନା ନର୍ତ୍ତକୀ ଅବା ରାଜା!
ବ୍ରିଟିଶ କାଳର ସେନା ଛାଉଣୀ, ଧଳାକାଗଜ,ସୁତା ବୁଣାର ଶିଳ୍ପ ଗଢ଼ିଥିଲା। ୧୮୬୬-୧୮୭୨ ରେ ଲୋଡ଼ା ନପିଏର ମହଲା ଥଇଥାନ। ୧୨ ମିଟର ଉଚ୍ଚତା ମହଲ ଦରବାର ୨୪୬ ଫୁଟ,୧୬୦ ଫୁଟ,ସ୍ତମ୍ଭର ଉଚ୍ଚତା ୧୯ ଫୁଟ ,ଓସାର ୧୯ ବର୍ଗଫୁଟ ୯୦୦ଫୁ ଟ, ୬୬୦ ଫୁଟ ଓସାର ଦୈର୍ଘ୍ୟ ଦେଖିଲୁ। ଇଟାଲିୟନ ପ୍ରସ୍ତର ଝଟକି ମାରୁଥିଲା। ଗୋଲବର ସ୍ତମ୍ବ ୪୦ ହଜାର ବର୍ଗଫୁଟ। ସ୍ୱର୍ଗ ବିଳାସ ମଦୁରାଇ ଭାଇଙ୍କ ମନ୍ଦିର ବାପାଙ୍କ ମହଲା ଦେଖି ଆସିଲୁ। ଥିରୁମୁଲାଇ ନାୟକ ସଂଗ୍ରହାଳୟ ଦେଖିଲୁ। ଲେଉଟାଣୀରେ ବଜ୍ଜାର ବୁଲା। ଅନ୍ତରେ ରେଳ ଷ୍ଟେସନ ମୁହଁ ।
ଅଭିଯାନ ରାମେଶ୍ୱରମ ତୀର୍ଥଯାତ୍ରା-୧୬୭୩୪ ଓ଼ଖା-ରାମେଶ୍ୱର ଦ୍ରୁତଗାମୀ ସମୟ ୧୫.୨୦,ରେଳଯାତ୍ରା ନିଦ୍ଧାରିତ। ଲେଉଟାଣି ଭ୍ରମଣରେ ସିଧା ସଳଖ ଷ୍ଟେସନ ମୁହାଁ ,୩୦ ମିନଟ ପୂର୍ବରୁ ପହଞ୍ଚିଲୁ। କେଉଁ ପ୍ଲାଟ ଫର୍ମରେ ଆମ ରେଳ ଛୁଟିବ? ତନାଘନା କଲୁ। ରେଳ ଗାଡ଼ିଟି ୧ ନମ୍ବରରେ ପହଞ୍ଚିବ। ଆଶ୍ବସ୍ତି ଟିକିଏ ମିଳିଲା। ବ୍ୟାଗ ବୁହା ଏପଟରୁ ସେପଟକୁ ଝିନ ଝଟରୁ ମୂକୁଲିଲୁ।

ସୁଦୀର୍ଘ ରେଳ ଷ୍ଟେସନ ପ୍ରଦୀପ ଟହଲ ମାରୁଥିଲେ। ବହଳ ଯାତ୍ରୀ! ବ୍ୟସ୍ତତାରେ କ୍ଷିପ୍ର ପାଦଚାଳନା। ମିନତୀ ପ୍ରଣତି ଚତୁପାର୍ଶ୍ୱ ହେରୁଥିଲେ। ଘୋଷିକାର ସ୍ୱର ଶୁଭିଲା। ୧୦ ମିନଟରେ ପହଞ୍ଚିବ। ପ୍ରଣତି ଇସାରାରେ ପ୍ରଦୀପ ସେ କଡ଼ରୁ ନିକଟକୁ ଆସିଲେ।
ପୂର୍ବରୁ ରିଜର୍ଭ ଟିକଟ ୩ୟ ଶୀତତାପ ନିୟନ୍ତ୍ରିତ ବଗି-ବି-(୩)-୪୫ -୪୭-୪୮-୪୯ ଆସନ ଚିହ୍ନଟ। ଆମେ ୪ ରେଡ଼ି ହେଳୁ। ଛୁକୁ ଛୁକୁ ଶବଦ,ରେଳ ପୋଇରେ ଘେଁସ ଘେଁସ ଆବାଜରେ ଅଟକିଲା।
ଉପରଓଳି ୧୪୪ କିଲୋମିଟର ରେଳଯାତ୍ରା। ୩ ଢୁଲେଇଲେ। ଟିଟି ଟିକଟ ଯାଞ୍ଚରେ ଯାତ୍ରୀଙ୍କୁ ତନାଘନାରେ ଡୁବିଗଲେ। ତାମିଲପରି ଦେଖା ଯାଉଥିଲେ। କଳାରଙ୍ଗର କୋଟ ସହ ମିଟର ରିଡିଙ୍ଗ ମେସିନ ଟିପିଟିପି ବୋତାମ ଦବାଉଥିଲେ।
ରେଳଟି ରାମେଶ୍ୱରମ ନଯାଇ ପୂର୍ବ ରେଳ ଷ୍ଟେସନ ରାମନାଥ ମଣ୍ଡପମରେ ଅଟକିବ! ପାମ୍ବନ ବ୍ରିଜ ପୁନ୍ହା ନିର୍ମିତ!,କିପରି ଯିବୁ? ଟ୍ୟାକ୍ସି ବସ ରେଳରୁ ସଡ଼କ ଯାତ୍ରା! ବିଷାଦ ବଦଳେ ଆନନ୍ଦ ଭ୍ରମଣରେ ଗୁମୁର ଛୁପିଥିଲା। ଘରୁ ପାଦଟି ଦେଲେ ବିଷାଦ ଦୁରେଇ ଦିଏ। ପଣ୍ଡିତେ ମତ ଦେଇଥିଲେ। ଖୁସି ହର୍ମୋନ ମାପିଚୁପି ଗବେଷଣାରେ ବୁଲାବୁଲି ଏକ ନିର୍ଭର ଔଷଧି। ପରାମର୍ଶକୁ ମାନି ଚଳୁଥିଲୁ। ବଳକା ତେଲ ଲୁଣ ସଂସାର ଭାବି ଭାବି ନୟାନ୍ତ।
ବିବାହ,ଛୁଆଜନ୍ମ,ଲାଳନ ପାଳନ ଶିକ୍ଷାଦୀକ୍ଷା, ସୁଖ ସଂସାର,ନାତି ନାତୁଣୀ। ଏମିତି ବଢିବଢି ନନ୍ଧାଦେବୀ ଶୃଙ୍ଗକୁ ସ୍ପର୍ଶ। ନିଜପାଇଁ ୪ ଘରୁ ୮ ଦିନ ପରେ ମଦୁରାଇ। ୧୫ କିଲୋମିଟର ରାମେଶ୍ୱରମ,ବତିଖୁଣ୍ଟ ଆଲୁଅରେ ଦୁଇପାର୍ଶ୍ଵ ବଜାରକୁ ଉପଭୋଗ କଲୁ । ଆମେ ଟେମ୍ପଲ ଟାୱାର ରହଣି ସ୍ଥାନରେ ପହଞ୍ଚିଲୁ। ଶ୍ରୀରାମ ସେତୁ,ଧନୁଶ କୁଡ଼ ,୨୨ କୁଣ୍ଡ ସ୍ନାନ,ମନ ମନରେ ତୀର୍ଥ ସ୍ଥାନ।
(ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା/ Foot Notes
1. Koodal Azhagar .en.m.Wikipedia .org
2. .Madurai Wikipedia ,


❤️❤️
ReplyDeleteThanks.......
DeleteBahut bhala
ReplyDelete