ନୂଆ ବର୍ଷ ପହିଲିରେ ମନେ ପଡ଼ିଲା। ଉଦ୍ୟାନ ବୁଲିବୁ। କେଉଁଠି କଣ ଦେଖିବୁ? ପଦଟି’ରେ ଧର୍ମପତ୍ନୀ ହଁ ଭରିଲେ। ଉଦ୍ୟାନ ଶବ୍ଦଟି ମୁଖସ୍ତ। ମୁକ୍ତ ସ୍ଥଳ କେଉଁଠି ଚଲାପଥ ଅବା ଖେଳକୁଦ କୁସ୍ତି କସରତ ପାଇଁ ଉଦ୍ଦିଷ୍ଟ। ଭେଳିକି ଭେଳି ଉଦ୍ୟାନ ମାଳ। ଏକ ତାଲିକା ଦିଗ ଦେଖାଏ। ସହରୀ ଉଦ୍ୟାନ ତୃଣ ଭରପୁର ,ଖେଳ ଉଦ୍ୟାନ,ବିସ୍ତିର୍ଣ୍ଣ ଅଂଚଳରେ ପଶୁପକ୍ଷୀ, ପ୍ରାଣୀ, ଚିଡ଼ିଆ ଖାନା, ପ୍ରାକୃତିକ ଉଦ୍ୟାନ ସୁରକ୍ଷିତ ଘେରରେ ରଖଯାଇଥାଏ। ତା'ଠୁ ବଳିଗଲେ ବେଳାଭୂମି ସାଗର କୂଳରେ ବାଲୁକା ରାଶି ଦେଖିବା କୁ ମିଳିଥାଏ। ଆଧୁନିକ ବିଜ୍ଞାନ ପାର୍କ ଗବେଷଣା ଠାରୁ ମନୋରଞ୍ଜନ ପର୍ଯ୍ୟନ୍ତ ସାଧିତ ହୁଏ। ସୋଲାର ପାର୍କ ପଛରେ ନପଡ଼ି ଚିତ୍ତବିନୋଦନର ଏନ୍ତୁଡ଼ି ଶାଳ କେବଳ ଆନନ୍ଦ ହିଁ ଆନନ୍ଦ। ପଞ୍ଚାୟତରୁ ମହାନଗର ପର୍ଯ୍ୟନ୍ତ ସୁଦୀର୍ଘ। ରାଜଧାନୀ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ନାମରେ ଖ୍ୟାତ। ତା’ଭୌଗଳିକ ଗଣ୍ଡିରେ ଦେଢ଼ ଡଜନରୁ ଅଧିକା ବିବିଧ ଉଦ୍ୟାନ ହାତପାହାନ୍ତାରେ।
କନିଷ୍ଠା କନ୍ୟାର ସ୍କୁଟି ଫାଙ୍କା ପଡ଼ିଥାଏ। ମଉକା ଦେଖି ଭାବିନେଲି। ସତକୁ ସତ "ଏ ମନ ଭାବୁଥାଏ ଯାହା କାଳେ ପ୍ରାପତ ହୁଏ ତାହା"ଉପଖ୍ୟାନଟି ୧୦୦ ପ୍ରତିଶତ ଖାପ ଖାଇଲା। ୧୦ ଜାନୁଆରୀ ଚଉଠି ତିଥିରେ। ସ୍କୁଟି ଭରସାରେ ବରମୁଣ୍ଡା ପ୍ରଶସ୍ତି ମାର୍ଗରେ ଗଡ଼ିଲା। କେଇ ମିନଟରେ ବରମୁଣ୍ଡା ଝୁଲନ୍ତା ପୋଲ ଅତିକ୍ରମ କଲୁ। ବାମ କଡ଼ରେ ମନ୍ଥରରେ ସ୍କୁଟି। ରୁଚିକା ମାର୍କେଟକୁ ପଛରେ ପକେଇ ଫାୟାର ଷ୍ଟେସନ ଛକ। ଟ୍ରାଫିକ ଅଧିକାରୀ ତୁହାକୁ ତୁହା ବିଗୁଳୁ ବଜାଉ ଥିଲେ। ସେ କାଳରୁ ଏଯାଏ ବିଗୁଲୁକୁ ଭରସା । ନାଲି ନୀଳ ବତିକୁ ଫୁ। ଅମାନିଆ ଚାଳକ! କେଇ ମିନଟ ଅପେକ୍ଷାରେ। ଯୁବା ଟ୍ରାଫିକ ଅଧିକାରୀଙ୍କ ଉପସ୍ଥିତ କୌଶଳ ଯୋଗୁଁ ଭୁସୁଭାସ ଟୁଁକାର। ଯାତ୍ରୀ ପରିବହନ ବସ,ଫଟ ଫଟିଆ ବଢିଲେ। ସ୍କୁଟିର ଗତି ମନ୍ଥର। ଝୁଲନ୍ତା ପୋଲ ଦୁଇପାର୍ଶ୍ୱରେ ଭୁତଳ ସଡ଼କରେ ବହଳ। ଯାନବାହନ,ମନ ଓ ହୃଦୟକୁ ସ୍ପନ୍ଦିତ କଲା। ପ୍ରଥମ ଉଦ୍ୟାନ ଭ୍ରମଣ। ହୋଣ୍ଡା ଏକ୍ଟିଭା ନିର୍ଭର ଦୁଇ ଚକିଆ ଯାନ ସସ୍ତ୍ରୀକ ସିଆରପିଏଫ ଚୌକରେ ଅଟକି ଗଲୁ। ଗାଁ ଓ ସହର ଯାତାୟାତ ଫରକ ଦେଖିଲୁ। ଡାହାଣ ପଟେ ଡ଼ିଏଭି,୯ ତାଲା। ସଳଖ ମାର୍ଗଟି ଇସ୍କର୍ଣ୍ଣ,ରସୁଲଗଡ।
ବାମ କଡ଼କୁ ହ୍ୟାଣ୍ଡଲ ମୋଡ଼ିଲୁ। ଉଚ୍ଚତମ ପାଚେରୀ ଟାୱାରରେ ସୁରକ୍ଷାବଳ ସଜାଗ। ତୀଖ ସଡ଼କରେ ସ୍କୁଟି ଗଡ଼ିଲା। ଡାହାଣ ପାର୍ଶ୍ୱ ସିଭିଲିଆନଙ୍କ ବହୁ ତାଲା ବିଶିଷ୍ଟ। ଡାକ୍ତର ଆଚାର୍ଯ୍ୟ ବାବୁଙ୍କ ଉଆସ। ୪ଟି ଛୋଟ ଦୋକାନ ହାତ ଗଣତି ଗ୍ରାହକ। ନିର୍ମଳ ଆକାଶରେ ସୂର୍ଯ୍ୟଙ୍କ ତେଜ! ବାମ କଡେ ଜଙ୍ଗଲୀ ମହାବୀରଙ୍କ ମନ୍ଦିର। ଜାତୀୟ ସୁରକ୍ଷାବଳ ଫାଟକରେ ୩ସିପାହୀ ପଇଁତରା ମାରୁଥିଲେ। ବିଏମସି ବଜାର ଭିଡ।
କଳିଙ୍ଗ ଷ୍ଟଡ଼ିଓ ଛକ ତୀର ଚିହ୍ନ। କାଳେ ବାଟୋଇ ହୁଡ଼ିଯିବେ! ଟିକି ଚା’ହା ଷ୍ଟଲ ପାଉଁରୁଟି ବିକ୍ରିବଟା ଚାଲିଥାଏ। ଦୁହେଁ ଅଟକି ଗଲୁ। ଓମ୍ଫେଡ଼ ଖିର ଚା’ହାର ସ୍ୱାଦ,ଲା -ଜବାବ! ଡ଼ାହାଣ ପଟେ ହେଲତ ସାଇନିସ ପ୍ରତିଷ୍ଠାନ। ପାଚେରୀ କଡ଼ରେ କେତୋଟି ଫଟାଫଟିଆ ନିରବ ମୁଦ୍ରାରେ। ବ୍ୟାସକବି ଫକୀର ମୋହନଙ୍କ ଭବନ ଆଗକୁ ବଢ଼ିଲୁ। ବ୍ଳଓସମ ଭଣ୍ଡାର ଆଖିରେ ପଡ଼ିଲା।
ରାଜଧାନୀର ପ୍ରାଚୀନ ମନ୍ଦିର ଖ୍ୟାତ।ଐତିହ୍ୟ ସଂସ୍କୃତି ସ୍ୱର୍ଣ୍ଣିମଶ୍ରୀ ଓଡ଼ିଆ ସ୍ୱୀକୃତ। ପହିଲି ମାସ ଆଦିବାସୀ ମେଳା,ଏକାମ୍ର ଉତ୍ସବ,ପ୍ରବାସୀ ଭାରତଦିବସ ମୁଖରିତ। ପ୍ରକୃତି କୋଳରେ ଏକାମ୍ର ପୁଷ୍ପ ପ୍ରଦର୍ଶନୀ-୨୦୨୫। ଏକ ନୂତନ ଭେଟି ଆଣିଦେଇଥିଲା। ଖବର ଜବର ଡ଼ବଲ ଇଂଜିନି ବିଜେପି ସରକାରଙ୍କ ଡ଼ିଣ୍ଡିମ! ପଲ୍ଲୀରୁ ଦିଲ୍ଲୀ ହୁରି ପଡ଼ୁଥିଲା। ଯେମିତି ଜଗତର ମାନବ,ମୋହନ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଆମ ସ୍କୁଟି ଆଗକୁ ବଢ଼ିଲା। ଫାୟର ଷ୍ଟୋନ ଡ୍ୟାନ୍ସ କ୍ଲାସିକ,ବିନି ବିୟୁଟି,ଟ୍ରେଡିଂ କେଫେ ଓଡ଼ିଶା। ସି.ଭି .ରମଣ ଗ୍ଳୋବାଲ ବିଶ୍ୱବିଦ୍ୟାଳୟର ହଳଦିଆ ରଙ୍ଗ ପରିବହନ ଝଟକିଥିଲା।
ଏକାମ୍ର କାନନ ତୋରଣ ପାଚେରୀ ଆକର୍ଷିତ!କତିରେ ଯୁବଯୁବା ଦହିବରା ଆଳୁଦମର ସ୍ୱାଦନେଉଥିଲେ। ଦେଖି ଲାଳ ଗଡ଼ିଲା। ବାମ କଡ଼ରେ ସେଲ୍ଫି ପ୍ରତିଦ୍ବନ୍ଦିତା! ଆମେ ଫୋଟ ନେଲୁ। ପୁଷ୍କରିଣୀରେ ମୟୂର ଚୁଳିଆ ଡ଼ଙ୍ଗା ଭାସମାନ। ନାଉରି ନଥାଇ ନୌକା ଦେଖିଲୁ। ଦର୍ଶକ ହିଁ ଦର୍ଶକ। ବେଢାରେ ମିନତିଙ୍କର ପାଦର ବେଗ ବଢିଥିଲା । ଦେୟ ମୁକ୍ତ ଅଗଣାରେ ପାଦ ଥାପିଲୁ ।
ଫୁଲ ଲାଟିନ ଶବ୍ଦଟି (Florish) ଫ୍ଲୋରିସ ଓ ପ୍ରାଚୀନ ଫ୍ରେଞ୍ଚ (Flour mFlor) ଫଲୋଉର,ଫ୍ଲୋର ରୁ ଆନିତ। ପତରିକା ଫଲେଙ୍ଗ ( Patricia Falenga ) ୧୯୮୫-୨୦୦୧,ଫୁଲର ଅର୍ଥକୁ ବିନ୍ୟାସ କରିଥିଲେ। ଏକ ସ୍ୱତନ୍ତ୍ର ବୃକ୍ଷ ଗୋଟିଏ ଅବା ପେନ୍ଥା ଅଗ୍ରଭାଗରେ ଫୁଟେ। ପତ୍ର,ଫୁଲ,ଫଳ ଦେଖି ହୁଏ। ତାହା ହିଁ ଫୁଲ।
ଫୁଲବୃକ୍ଷର-ଅଃର୍ଚେଫୄଛତୁସ ଅଲିଅନିନ୍ଗେଣସିସ (Archefructus lioningensis) ଏନ୍ତୁଡ଼ିଶାଳ ଚୀନ। ୧୨୫-୧୩୦ ମିଲିଅନ ବର୍ଷ ଅତି ପୁରାତନ। ୨୦୧୫ ରେ ଫୁଲ ବୃକ୍ଷ ଇତିର ନୁଆଁ ତଥ୍ୟ, Montse-chia-vidali ସ୍ପେନରେ ସୂଚନା ଦେଇଥିଲେ। ପ୍ରଫେସର ଡକ୍ଟର ଜୂରଗ ସ୍ୱଚାନେବେର୍ଜର Dr.Jurg Schoneberger) ଫ୍ରେଞ୍ଚ ଉଦ୍ଭିଦ ବିଜ୍ଞାନୀ ତାଙ୍କ ମତରେ ମାଗନଲା (Magnolia) ଉଭୟଲିଙ୍ଗୀ ମତ ରଖିଲେ।
ବର୍ଣ୍ଣାଢ୍ୟ ବେଶରେ ବଧୂ ମଣ୍ଡପରେ। ଅପ୍ରମିତ ଯୁବଯୁବା ପୌଢ଼ ପୌଢା ପ୍ରକୃତି ପ୍ରେମୀ ବେଢାରେ। ସଭିଙ୍କ ସୌନ୍ଦର୍ଯ୍ୟର ପରସା। ରାଜଧାନୀର ନବବଧୂ ଏକାମ୍ର ଠିକଣାର! ଏକାମ୍ର କାନନ ଉଦ୍ଭିଦ ଉଦ୍ୟାନ ଭିନ୍ନ କିସମର ୫ ଶହ ଏକର ବିସ୍ତିର୍ଣ୍ଣ ଅଂଚଳରେ ୧୯୮୫ ରୁ ପର୍ଯ୍ୟଟକ । ୪୦ ବର୍ଷର ସ୍ୱର୍ଣ୍ଣିମ ଇତିହାସ। ଗବେଷଣା ସାଧନାର ପୀଠ। ନୟାପଲ୍ଲୀ ଭୁବେନେଶ୍ୱର।
ପାଦପ ରାଜିର ଲୁଚ କାଳିରେ; ତା’ପାଦରେ ଝୁଣ୍ଟିଆ ବୋନସାଇ(Bonsai) ମଣ୍ଡିତ ଶକ୍ତ ପାଦ ଶୋଭିତ। ଓଢ଼ଣୀରେ ପୁଷ୍ପହାର! ଘଡ଼ିଏ ଅଟକି ଗଲୁ;ଦେଖିଲୁ। କି ସୁନ୍ଦର! ସେଲ୍ଫି ନେଲୁ। ତା ସୌନ୍ଦର୍ଯ୍ୟର ମୁହୁର୍ତ୍ତଟିଏ ପାଇଁ ଭାଗିଦାର ହେଲୁ। ରାଜଧାନୀ ହୃଦୟରେ ୫ଦିନ କଥା ଦେଇ ଓଲ୍ହାଇ ଆସିଛି ପ୍ରକୃତି ରାଣୀ ଅପସରା। ସହର କାଳି ଗୋରୀ ଗେଡା ଗେଡି,ସୁନ୍ଦରୀ ଅସୁନ୍ଦରୀ। ଟୋକା ବୁଢା ତା’ଏକାମ୍ର ଛାତିରେ ଏକାକାର ସୁନ୍ଦର ଧର୍ମ ବର୍ଣ୍ଣ ନିର୍ବିଶେଷରେ। ଆମେ ପଛରେ ପଡ଼ିନଥିଲୁ। ଫୁଲ ବେଦିରେ ଅସଂଖ୍ୟ ପ୍ରଜାପତି ରୂପରେ। ଓହୋଃ କି ଭିଡ଼! ବିବାହ ପ୍ରୀତି ଭୋଜନରେ ଭ୍ରମ ଆଇସି-କ୍ରିମ ଷ୍ଟଲଟି! ସେଲ୍ଫି ପାଇଁ ଧାଡ଼ି ବାନ୍ଧିଥିଲେ। ଦି-ପାଦ ପରେ ବଧୂର ଅନୁପମ ଉପହାର! ସ୍ୱର୍ଗପୁରରୁ ନିଶୁଣି! ପୁଷ୍ପ-ପ୍ରେମୀ ପାଇଁ ୫ ଦିନ ମାଗଣା। ସଫେଦ ଚୁଟି ପୌଢ଼ ଶିଡ଼ିରେ,ତାପଛକୁ ପଛକୁ ସତସତିଆ ଦୃଶ୍ୟରେ ଅଂଶୀଦାର। ମର୍ତ୍ତ୍ୟରେ ୨ଗଜ ପୃଷ୍ଠରେ ପୁଷ୍ପବର୍ଷା! ପ୍ରଥମ ବେଢାରେ ବୋନସାଇ (Bonsai) ଓଡ଼ିଶା ଷ୍ଟଲ ଦେଖିଲୁ। ଛୋଟ ଗଛ ଚେର ମୋଟା ପାକଳ। କାକଟସ କଣ୍ଟା କଣ୍ଟା ଆବୃତ। ସବୁଜ ଶୁଭ୍ର ରଙ୍ଗର। ମୁକୁଳା ଟୁକୁ ଟୁକୁ ଘେରା ମାରୁଥିଲା। ଫୁଲର ଆକର୍ଷଣରେ ପିଲାଠୁଁ ବୁଢା ପଯ୍ୟନ୍ତ ପ୍ରଜାପତି ବନି ଯାଇଥିଲେ। ପ୍ରଜାପତି ବିନ୍ଦୁରେ ୩ଟି ସେଲ୍ଫି ନେଲୁ।
ଧନ୍ୟବାଦ ବଧୂଙ୍କ ଭଗ୍ନୀ ଭାଇ ଆୟୋଜକଙ୍କ। ପ୍ରଜାପତି,ଶଗଡ଼ ଫୁଲଭାର। ମନରେ ସଜଫୁଲ! ଏକାମ୍ର ଫୁଲ ହୋଇପାରେ ମଉଳା ଫୁଲ। କିଛି ଫଟୋ ପ୍ରିୟ ବନ୍ଧୁଙ୍କୁ ପଠେଇବୁ ଅବଶ୍ୟ ଫେଶବୁକୁ ଉପଲବ୍ଧ। ନହେଲେ ଟ୍ରାଭେଲ ବ୍ଲଗରେ ପୋଷ୍ଟ କରିହେବ। ଟିକି ନିଖି ଦେଖିଲୁ। କି ଆଶ୍ଚର୍ଯ୍ୟ! ଶଗଡ଼ ଗାଡ଼ି କେଁ କଟର। ଏଠି ଫୁଲ ବଗିଚାରେ। ଆମ ଗାଁ ବିଲ ବାଡ଼ିକୁ ଖତ ଖେତକୁ ବଳଦ ଗୋଡ଼ ଟେକେ ପ୍ରଚଳିତ। ରାଜଧନୀ ଏକାମ୍ର କାନନରେ ଶଗଡ଼ଗାଡ଼ି ପୁଣି ଡୋଲୀ ତା’ଉପରେ ଫୁଲର ଭାର।
ଚତୃପାର୍ଶ୍ୱରେ ସବୁଜ ରାଣୀର ଶେଯରେ ସପ୍ତରଂଗ। ଗୋଲାପ ଶଯ୍ୟାରେ ଅନେକ ତରୁଣ ତରୁଣୀ ସେଲଫି ନେଉଥିଲେ। ସ୍ବର୍ଣ୍ଣଚମ୍ପା ଠାରୁ ରଜନୀ ଗନ୍ଧା ଡାଳିଆ,ମଧୁର ଆଖିକୁ ଚକିତ କଲା। ଅଭୁଲା ଦୃଶ୍ୟ କାବୁ କଲୁ। ସତକିମିଛ? ଅତିଥି ତାଲିକାରେ ନାମ ନଥିଲା। ଏକ ଅଭିନବ ଉପାୟକୁ ଆପେନଇଲୁ। ପୁଷ୍କରିଣୀ ତୀରେ ବୁଲିଲୁ। ଫୁଲ ପ୍ରେମରେ ଡୁବି ଯାଇଥିଲୁ।
ଗୋଲାପ,ଲିଲି,ଜସ୍ମିନ,ଗେଂଡୁ,ଅର୍କିଡ଼,ପଦ୍ମଫୁଲ,ଚମ୍ପା,ଜିନିଆ,କୁନ୍ଦ,କୃଷ୍ଣଚୁଡ଼ା,ସେବତୀ,ଲବେଶ୍ୱ,ଡାଳିଆ,ସାଲେଭିଆ,ପିଟୁନିଆ,ଆଷ୍ଟ୍ସର,ଡେଂଥ୍ସ,ଶାନ୍ତିଲିଲି,କୋବ୍ରାଲିଲି,କାଗଜି,କେଞ୍ଜିଟକ,ମନ୍ଦାରଭେଳିକି ଭେଳି ରଗଂର ଫୁଲ ଦେଖିଲୁ।
ଅବଶ୍ୟ ବାଙ୍ଗର କାଠ ଫାଳିଆରେ ଟୁକୁଡା କାଗଜ ଇଂରାଜୀରେ ଲିପିବଦ୍ଧ। ଉଚ୍ଚାରଣ ଜମା ପାଟିରେ କହି ହେଉ ନଥିଲା। ଜାତୀୟ ଫୁଲ ପଦ୍ମ ଫୁଲଟି ଅତି ପରିଚତ।
ଫୁଲରଉତ୍ପତ୍ତିକେଉଁଠି?ଭାରତ,ଇକୋଡ୍ରର,କଲମ୍ବିଆ,କେନିଆ,ଇଥୋପିଆ।ଆୟୁଷକୁନେଇଘଣ୍ଟା ଚକଟା ଷ୍ଟଲରେ ଚର୍ଚ୍ଚାଚାଲିଥାଏ। ତୋଳାଫୁଲ ନଥିଲା! ମାଟିମା କୁଣ୍ଡକୁ ସାଥିରେ କଞ୍ଚା ସଜ୍ଜ ଫୁଲ ଯୁବତୀ ୫ ଦିନ ପାଇଁ ବଧୂ ସାଜିଥିଲା।
ଷ୍ଟଲରେ ଆଲୋଚନାରତ, କେଉଁ ଫୁଲର ଆୟୁଷ କେତେ କାହାର?aceleaf (Anthuium) ୪୨ ଦିନ,Chrysanthe Mum-୨୮ ଦିନ,Zinnic-୨୬ ଦିନ Leucadendron- ୨୬ ଦିନ, Star of Benthlahem-୨୫ ଦିନ, Allium-୨୧ ଦିନ Gerbera-୨୧ ଦିନ abidi ୨ଦିନ,ମିନତୀ ବିଜ୍ଞାନ ଛାତ୍ରୀଟିଏ ଥିଲେ। ସେ ନାମ ଗୁଡ଼ିକ ଆଗତୁରା କହି ଚାଲୁଥିଲେ। ୭ବର୍ଷରେ ଥରେ କାର୍ତ୍ତିଫୁଲ ଫୁଟେ। ଗୋଆ ପର୍ବତ ଉପତ୍ୟକାରେ ମିଳେ ୧୦୦ ବର୍ଷରେ ଥରେ ଫୁଲ ଫୁଟେ ତା'ନାମଟି Agav,Ameriana, ସଦାବିହାର ୧୨ ମାସିଆ ଫୁଲ ଜନ ଆଦୃତ ଔଷଧ,ବ୍ରହ୍ମ କମଳ ଧର୍ମ ଆଧ୍ୟାତ୍ମିକ ଭାବ ବେଗ ଜଡ଼ିତ।
ଆଶ୍ରୟ ସୁରକ୍ଷା ଶୁଖିଲା ଫୁଲ ବର୍ଷକରୁ ୩୫ ବର୍ଷ। ବେଦୀର ହାର,ମଧୁ ଶଯ୍ୟାର ସାଇତା ସାଉଁଟା ଫୁଲର ଆୟୁଷ ୫ ବର୍ଷରୁ ୭ ବର୍ଷ। ନବ ବଧୂରୂପୀ ଫୁଲ ଉଦ୍ଭିଦ ପଣ୍ଡିତ ବିଶାରଦଙ୍କ ମତାମତ।
୧୮୫୦୦ ବର୍ଗର ଫୁଲ ଗଛ ଦେଖିବାକୁ ମିଳେ। ଜଗତର ଫୁଲ ସଂଖ୍ୟାର ୬ ପ୍ରତିଶତରୁ ଅଧିକ। ତା’ପଛରେ ବୃକ୍ଷ ପ୍ରଜାତିର ସଂଖ୍ୟା ୫୦ ହଜାର। ଭାଷାକୁ ଭିତିକରି ରାଇଜ ଗଠନ ସେହିପରି ଜଳ ବାୟୁକୁ ଦେଖି ପ୍ରକୃତି ୮ ଟି ଅଂଚଳରେ ଫୁଲ ଗଛ ପାଇଁ ଅନୁକୂଳ। ହିମାଳୟ ପୂର୍ବ ଓ ପଶ୍ଚିମାଞ୍ଚଳ,ଆସାମ,ସିନ୍ଧୁ ଉପତ୍ୟକ,ଗଙ୍ଗା ଉପତ୍ୟକା,ଡେକାନ,ମାଳବର ଓ ଆଣ୍ଡାମାନ ଅଂଚଳ ଖ୍ୟାତ। କେଉଁ ଫୁଲର ମହକ ପସନ୍ଦ ଆଜି ଯାଏଁ ଗୋପନୀୟ। ମିନତିଙ୍କ ମୁଖରେ ଏମିତି ଖୁସି ପୂର୍ବରୁ ଦେଖି ନଥିଲି। ଯାହା ହେଉ ଏକ ସୁଯୋଗ।
ସପ୍ତରଥି ସାରଥୀ ସାଂସ୍କୃତିକ ହୃଦୟ ଏକାମ୍ର କାନନ ଶରୀରକୁ ସ୍ପନ୍ଦିତ କରୁଥିଲା। ମନ ମହକ ଓଡ଼ିଆ ଚମ୍ପୁ,ଓଡ଼ିଆଙ୍କ ପ୍ରିୟ ସଂଗୀତ ଶୁଣିଲୁ। ମୁକୁଳା ଆକାଶ ତଳେ ନବବଧୂ ସାଂସ୍କୃତିକ ମଣ୍ଡପରୁ ବିଳାପର ସ୍ୱର। ଦର୍ଶକ ପେଟ ଭରା ଖାଦ୍ୟ ବ୍ୟଞ୍ଜନରେ ମଧୁରସ୍ୱର ଶୁଣୁଥିଲେ। ସାଂସ୍କୃତିକ ମଞ୍ଚରେ ୭ ଜଣ ଗାୟକ ଗାୟିକା ମଧ୍ୟରୁ ୨ ଜଣ ମହିଳା ୫ ପୁରୁଷ ନିଦରେ ନିଦ ଖୋଜୁଛି ମିତ ଓଡ଼ିଆ ଗୀତରେ ମଞ୍ଚରୁ ଝରୁ ଥିଲା। ପର୍ଯ୍ୟଟକ ଶ୍ରୋତା ତାଳ ଛନ୍ଦରେ ଶୁଭିଲା। କାନନ ମଝି ଗଣ୍ଡିରେ ନୃତ୍ୟଗୀତର ଆସର କେବଳ ଓଡ଼ିଆ ଗୀତ ଖୁସି ମସ୍ତି କଲୁ। କଳା ସଂସ୍କୃତି ନେପଥ୍ୟରେ। ଏକ ଅଭୁଲା ମୁହୂର୍ତ୍ତ। ମଂଚ ଖୁବ ଆକର୍ଷିତ ନବ ବଧୂ ୭ ରଙ୍ଗ।
କାନନ ଶ୍ରୀ ବୃଦ୍ଧିରେ ଶିଳ୍ପୀ କଳାକାର ସ୍ବର୍ଣ୍ଣଶ୍ରୀ ବୃଦ୍ଧି। ପ୍ରଛଦ ପଟରେ ବିନ୍ଧାଣିଙ୍କ ଗୁମର ଲୁକାୟିତ। ବଧୂର ଭାଇ ରୂପରେ ଅନେକ ଫୁଲଭରା ମଣ୍ଡପର ମଣ୍ଡପ ଉପହାର ଦେଇଥିଲେ। ସରକାରୀ ବେସରକାରୀ ମୁକ୍ତ ମନରେ ଅକୁଣ୍ଠ ସହଯୋଗ। ନଗଦ କଣ ଦେଇଥିଲେ? ଆମେ ତ ଜାଣିପାରିନଥିଲୁ। କିନ୍ତୁ ତାଙ୍କ ମଣ୍ଡପକୁ ଆଖିରେ ଦେଖିଲୁ। ଓଡ଼ିଶା ସରକାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ,ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର ଆୟୋଜକ। ସହଯୋଗୀ ରୂପେ ଉଦ୍ଭିଦ ପ୍ରେମୀ ସଂଘ,ଗୋଲାପ ପ୍ରେମୀ ସଂଘ ମିଳିତଭୂମିକା। ସହଯୋଗର ଲମ୍ବାହାତ ବଢ଼େଇଥିବା ଓଡ଼ିଶା ଖଣି ନିଗମ ଜଙ୍ଗଲ ନିଗମ,ଉଦ୍ଭିଦ ଆଞ୍ଚଳିକସମ୍ବଳ କେନ୍ଦ୍ର,ଏମଜିଏମ,ଆଦିତ୍ୟବିରଳା,ଏନ.ଏ.ଏନ.ଏଲଦିତ୍ୟବିରଳା ଗୃପ,ଏମସିଏଲ,ଜିନ୍ଦଲ ଷ୍ଟିଲ ଓ ଶକ୍ତି,ଇମ୍ଫା ,ଆଦାନି ପୋର୍ଟ ଓ ଲଜିଷ୍ଟ ଅନନ୍ୟ। ବାର୍ଷିକ ପୁଷ୍ପ ପ୍ରଦର୍ଶନୀ-୨୦୨୫ ବୋଟାନିକ ଗାର୍ଡେନ ଏକାମ୍ର କାନନ,ଭୁବନେଶ୍ୱର।
ପ୍ରତିଦ୍ୱନ୍ଦ୍ୱିତାରେ ସୌନ୍ଦର୍ଯ୍ୟତାରେ ବଢାଇଥିଲେ। ସୁଦୀର୍ଘ ଲମ୍ବା ତାଲିକା,ସିଭି ରମଣ ଗ୍ଲୋବାଲ ବିଶ୍ୱ ବିଦ୍ୟାଳୟ,ହୀରା ମକମଲି ତାଟ। କିଟସ ବିଶ୍ୱ ବିଦ୍ୟାଳୟ,ହୋଟେଲ ମେ-ଫେର,ବୃକ୍ଷ ରୋପଣ ବିଭାଗ,ଆଦିତ୍ୟ ବିରଳାଙ୍କମୟୁରଷ୍ଟଲଆକର୍ଷିତ କରିଥିଲା। ଜଙ୍ଗଲ ପରିବେଶ ବିଭାଗ,ଆଞ୍ଚଳିକ ବୃକ୍ଷ ସମ୍ବଳ କେନ୍ଦ୍ର,ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଆଦି ସାମିଲ ଥିଲେ। ହିଣ୍ଡଳ,ଧାମରା ପୋର୍ଟ ଓଏମସି ଭାଗ ନେଇଥିଲେ। ସିଷ୍ଟର କୁନି,ନିରୋଜା ଓ ପ୍ରଣତି କହୁଥିଲେ, ଓଡ଼ିଆଙ୍କ ପର୍ବରେ ଫୁଲର ଆବଶ୍ୟକତା। ନାରୀଙ୍କ ପ୍ରିୟ। ନେତାଙ୍କ ଗଳାରେ ହାର। ବିବାହ ବେଦିରେ ନ’ହେଲା ନ’ଚଳେ! ଟିଟି,ହିଲି ଗାଁ’ର ମଲ୍ଲି ମାଳତୀ,ଟଗର,ସଦା ବିହାର,ଇଟିମଳା,କଇଁ,ପଦ୍ମ,କନିଆରୀ ମନ୍ଦାର ଭାରି ଆଦର। ମଉସା ମାଉସୀ ବଢି ଭୋରରୁ ବେଢ଼ାରୁ ଫୁଲ ତୋଳିବାର ନଜର ଲମ୍ବିଛି। ସକାଳୁ ସକାଳୁ ଏକ ମହାଭାରତ। ଦିଅଁ ଦେବତାଙ୍କୁ ଅର୍ପଣ ଭକ୍ତିର ଲକ୍ଷ୍ୟ। ସହର କହିଲେ ନସରେ,ରାତ୍ରରୁ କେଇ ଅଙ୍କଲଙ୍କୁ ଜମା ନିଦ ହୁଏନି। ଫୁଲ ତୋଳିବା ଚିନ୍ତା ଘାରିଥାଏ। ଏଇ ବୟସରେ ଚିହ୍ନଟ ।
ଅନୁରାଧା କହୁଥିଲେ, ଦକ୍ଷିଣ ଭାରତୀୟଙ୍କ ଫୁଲ ଏକ ଅଭେଦ୍ୟ ପ୍ରାଣ। ହତ ଚକିତ ହେଲି! ବୁଲା ବୁଲି କଲୁ। ଏକ ସୁଯୋଗ ଶିକ୍ଷା ପାଇଲୁ। ରୀତିରେ ଋତୁରେ ଓଲଟା ପାଲଟା ଦେଖିଲୁ। ଜଳବାୟୁ ପରିବର୍ତ୍ତନ। ବିଶ୍ଵତାପୀୟମାନ ପ୍ରଭାବରେ ଫୁଲଟିଏ ବି ମୁକ୍ତି ପାଇନଥିଲା! ଭୂମଣ୍ଡଳ ଉତାପ ଗ୍ରୀନ ହାଉସ ପ୍ରଭାବ। ଦିନେ ପୁସ୍ତକରୁ ପଢିଥିଲୁ,ଏବେ ଦେଖିଲୁ। ଜିଅନ୍ତା ମଣିଷ ତା ଚୌହଦରେ ଢୋକେ ଅମ୍ଳଜାନ ପାଇଁ ସଞ୍ଜ ସକାଳେ ପ୍ରଜାପତିଙ୍କୁ ମଧୁ ସଂଗ୍ରହକୁ ଦୁରେଇ ଦେଉଥିଲା।
ମୁକୁଳା ଆକାଶ ତଳେ ମୁହୁର୍ତ୍ତଟିଏ ପାଇଁ ସସ୍ତ୍ରୀକ ଅଧିଆ ପଡ଼ିଲୁ। ପଞ୍ଚଭୂତ ଆମ ପାଇଁ କେତେ ଜରୁରୀ?
ହେଜିଲେ ବଦଳିଯିବ ଆମ ପରିବେଶ ଆମରି ବଳ ସବୁଜ ଭୁବେନେଶ୍ୱର ଭାରି ସୁନ୍ଦର।
ଫୁଲ ବଗିଚାରେ ପ୍ରେମରେ ଛନ୍ଦି ହେଲୁ। ମିନତୀ ଆଜୀବନ ସଦସ୍ୟା ଦେଲେ। ୧ ହଜାରେ ଟଙ୍କା ପୈଠ କଲେ। ଝୁଲନ୍ତା ଉଦ୍ୟାନ ପାଇଁ ଆଗ୍ରହ ପ୍ରକାଶ କଲେ। ବିଧିବଦ୍ଧ ପଞ୍ଜିକରଣ। ହାତ ଗଣତି ବରିଷ୍ଠ ମହିଳା ବୁଝାଇବାରେ ସକ୍ଷମ। ବୃକ୍ଷରାଜି ପାଇଁ ଶପଥ ପାଠ। ଓଡ଼ିଶାର ସହର ଉଦ୍ୟାନ,କୃଷ .ପ୍ରୋତ୍ସାହନ ସୌନ୍ଦର୍ଯ୍ୟତା ବୃଦ୍ଧି ପୃଷ୍ଟିକର ଉତ୍ପାଦ ଓ ସୁସ୍ଥ ପରିବେଶ ନିମିତ୍ତ ଛାତ ବଗିଚାର ଅଭିନବ ବୈଷୟିକ ହସ୍ତକ୍ଷେପ ସଦସ୍ୟା ରୂପେ ମିନତୀ ପଞ୍ଜିକରଣ।ଆଇସ.ଆର,ଗବେଷଣାକେନ୍ଦ୍ର,ଆଇଁଗିନିଆ ସୂଚନା ଦେଲେ। ଫୁଲର ସତେଜ ଦ୍ବିଗୁଣିତ। ପଣ୍ଡିତଙ୍କ ମତ,ଫୁଲଟି ମଣିଷ ମନରେ କଣ ପ୍ରଭାବ ପଡିଥାଏ। ଚିନ୍ତା ଗ୍ରସ୍ତଙ୍କୁ ହ୍ରାସ କରି ସକାରାତ୍ମକ ଭାବ ଜାଗ୍ରତ କରିଥାଏ। ଶାନ୍ତସ୍ଵଭାବ ଓ ଆନନ୍ଦର ମାର୍ଗକୁ ମନୋନୀତ କରେ।
ଖିଲିଖିଲି ପବନରେ ପାଦ ବଢୁଥାଏ। ସହର ଆଖ ପାଖ ପ୍ରଜାପତିଙ୍କ ଭିଡ। ନିତିଦିନିଆ ହୁଅନ୍ତାକି ପୁଷ୍ପ ମେଳଣ। ଅପାସୋରା ଏକାମ୍ର କାନନ ନୂତନତା। ସନ୍ଧ୍ୟା ଫେରିଥିଲା ସ୍ବର୍ଣ୍ଣଲୋକରେ ଫୁଲର ତେଜ ବଢିଥିଲା। ଏକାମ୍ର କାନନର ନୁଆଁ ବୋହୂକୁ ବଧେଇ ପୁଷ୍ପ ପ୍ରଦର୍ଶନୀ ଚଉଠି ସନ୍ଧ୍ୟାରେ ବାହୁଡ଼ିଥିଲୁ। କେଉଁ ଏକ ଗୋପନୀୟ ସୌନ୍ଦର୍ଯ୍ୟତାରା ଦୃଶ୍ୟ ମହକ ମନେ ପଡୁଥିଲା।ଫୁଲ ଆନନ୍ଦ ଉଲ୍ଲାସର ଉତ୍ସ। ଫୁଲ ଫୁଟିଲେ ସୁରକ୍ଷା ଦେଲେ ହସ ଫୁଟାଏ। ଦୁହିଁଙ୍କ ଭ୍ରମଣ କାହାଣୀ ଏକ ସ୍ମରଣୀୟ?
(ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା/ Foot Notes
1. Primack1985 ,Reddy et al ,2021. 2. Koch and co,https://www.kock.com au dried-flowers –and preserved. 3. PBS North Carolina, https://pbsnc 4. Ekamra Kanana Botinical Garden, (WIKIPEDIA) 5.bubeneswartourism.in










Beautiful pictures 🖼️😍
ReplyDeleteThanks
ReplyDeleteWell written
ReplyDeleteThanks very much
ReplyDelete