ରାଜଭବନ ଉଦ୍ୟାନ




ନୁଆଁ ବିଜ୍ଞାପନ ଜ ଗଣଙ୍କ ପାଇଁ ଅପୂର୍ବ ସୁଯୋଗ। ରାଜ ଭବନରୁ ବିଜ୍ଞିପ୍ତ ଜାରି । ଉଦ୍ୟାନ ଦର୍ଶନ ଦିନ ଧାର୍ଯ୍ୟ। ରାଇଜ ସାରା ଚହଳ ପଡ଼ିଲା। ମନ ଛନଛନ,ଉଦ୍ୟାନ ବୁଲିବୁ? ଅଗ୍ରିମ ପଞ୍ଜିକରଣ  ସର୍ତ୍ତାବଳୀ। ଛାତ୍ରଛାତ୍ରୀ ସକାଳ ଓଳି ବଳକାତକ ଉପରଓଳି ୨.୩୦ରୁ ସନ୍ଧ୍ୟା ୫ ଥୟ। ରାଜଭବନରୁ ଡକରା ହେଲାଣି ହୁଏ ସଜବାଜ। ଚେଇଁ ଉଠିଲି ସଅଳ ସଅଳରେ ସଜହେଲି। ୩୯୯୭ ଓଟିପି ନମ୍ବର ଉଦ୍ୟାନ ଭ୍ରମଣ।୧୪ ଜାନୁଆରୀ ୨୦୨୫ରେ,ଓଡ଼ିଶା ରେଫ ନମ୍ବର-ଭିପି ୬୯୪୨୯ ,ଅନୁରୋଧକୁ ରାଜଭବନର ଅନୁମତି। କ୍ଯୁଆରକୋଡ଼ ରାଜଭବନ ଗେଟ ୩। ମନରେ ବସା ବାନ୍ଧିଲା। ଚିନ୍ତା ଚେତନାରେ ଦିନଟିଏ ପରେ ନିଷ୍ପତ୍ତି । ଉଦ୍ୟାନ ବେଢାରେ ବୁଲିବୁ କଣ କଣ ସନ୍ଧାନ କରିବୁ। ବର୍ଷଟିରେ ଥରେ ରାଜଭବନ ଉଦ୍ୟାନ ଭ୍ରମଣ।

ଉପରଓଳି ତରଣି ନଭଃରେ ନଇଁ ଆସୁଥିଲେ। ଉଷ୍ମ ସ୍ୱର୍ଣ୍ଣିମ ଝଲକ। ସସ୍ତ୍ରୀକ ରାଜ୍ୟପାଳ ଭବନକୁ ଗତି। ଗତବର୍ଷର ଅନ୍ତ  ଆଦ୍ୟରେ ପ୍ରକୃତି ବେଢାକୁ ଭିଡ଼ ଛୁଟିଛି। ସୁଖଶାନ୍ତି ପାଇଁ ଚିରାଚରିତ। ବନଭୋଜି ଅବା ଦର୍ଶନୀୟ ମନପସନ୍ଦ ସ୍ଥଳ ଭିନ୍ନ ଭିନ୍ନ ଦେଖିଲୁ। କେଉଁଠି ରାଜାରାଣୀ ଉତ୍ସବ,ପ୍ରବସୀ ଭାରତ ଦିବସ,ଏକାମ୍ରଉତ୍ସବ

ଆଦିବାସୀ ମେଳା,ଉତ୍ସବପଥ,ରାଜଧାନୀ ଯେମିତି ଆନନ୍ଦ ବାଣ୍ଟିବାରେ ମାସବ୍ୟାପୀ ନିମଗ୍ନ। ରାଜଭବନ, ବିଧାୟକ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତି,ବିରୋଧୀଦଳ ନେତାଙ୍କ ସାକ୍ଷାତ;ପତ୍ରପତ୍ରିକାରୁ ଟେଲିଭିଜନରେ ପ୍ରସାରିତ।ଜନ ପାଇଁ ସୁବର୍ଣ୍ଣ ସୁଯୋଗ।


ଶାନ୍ତ ସତେଜ ପବନ। ମୁଖ୍ୟ ଦ୍ୱାରଟି ବନ୍ଦ ରହିଥିଲା। ତା’ପରେ,ଦ୍ୱାର ୩ରେ ପ୍ରବେଶ କଲୁ। ଘୁଘାରୁ ଶାନ୍ତି ପାଇଁ ଉଦ୍ୟାନଟି ଅମରାବତୀବେଢାରେ ମାଳ ମାଳ ଟୁଁକାର। ମୁଗୁନି ପ୍ରସ୍ତରଖଣ୍ଡ ସୂଚିତ କରୁଥିଲା;ତା’ସ୍ଵପରିଚୟ ଶିଲାଉପବନ। ତା’ନିକଟରେ ଘଷି ହୋଇ ପାଦ ବଢାଇଲୁ। ବାମ କରେ ଟିକି ସଂଗ୍ରହାଳୟ ୨୦୧୧ରେ ସ୍ଥାପିତ।

ଦର୍ଶକ ଧାଡ଼ିରେ ଗୋଳେଇ ଟିକି ଉଦ୍ୟାନକୁ ଭୋଗ କରୁଥିଲେ। ବେରଂଗ ଗୋଲାପ ପାଖୁଡ଼ା ସ୍ୱାଗତ କରୁଥିଲା। ଅପସରା ୩ଟି ନୃତ୍ୟ ମୁଦ୍ରାରେ ଦେଖି ଚକିତ ହେଲୁ। ଶିଳ୍ପୀ ଭରି ଦେଇଥିଲେ କଳିଙ୍ଗୀ କଳା ଭାସ୍କର। ମୂର୍ତ୍ତିଟିଏ ଜୀବନ୍ତ ଓଡ଼ିଶୀର ଗାଥା କହୁଥିଲେ। ସସ୍ତ୍ରୀକ ଫଟୋଟିଏ ସାଇତି ନେଲୁ।



ତ୍ରିରଙ୍ଗା ତାରାପଥକୁ ସ୍ପର୍ଶ କରୁଥାଏ ଅପ୍ରମିତ ଦର୍ଶକ ଜାତୀୟ ପତାକା ତଳେ ରୁଣ୍ଡ ହୋଇଥିଲେ। ସେଲ୍ଫିଟିଏ ପାଇଁ ଯେମିତି ହକ୍କାଦର! ମହାନ ଜାତିର ଧ୍ଵଜ୍ଜାକୁ ସାଲ୍ୟୁଟ ପରେ ସେଲ୍ଫି ନେଲୁ।

ଦିନର ମଳିନ ଆଲୋକରେ ଉର୍ଦ୍ଧ୍ୱମୁଖୀ ଝରଣାର ଜଳ କଣିକାରେ ପକ୍ଷୀ ଲାଗିଥିଲା। କେଇ କଣିକାରେ ସ୍ପର୍ଶ ଆଲୁଅକୁ ତେଜୀୟାନ କରୁଥିଲା। ଇନ୍ଦ୍ରଧନୁର ୭ ରଙ୍ଗର ଲାବଣ୍ୟ ସବୁଜ ରାଜିର ଅନୁଭବ। ଶ୍ୱେତ ଧୂମ୍ରମୟ ଯାଦୁକରୀ ଆକର୍ଷଣରେ ମସଗୁଲ। ବୋଝଟି ରସାରେ ଓହ୍ଲାଇଥିଲି। ଫୁଲ ଫୁଲର ଗାଲିଚାରେ ଅନେକ ଫୁଲ ଦେଖିଲୁ ଭୋଗ କଲୁ; ଏହା ପ୍ରଥମ ଭେଟ ଘାଟ ରହିଥିଲା।



ଲେଖାଟିଏ ଇସାରା ଦେଉଥିଲା। ଗଲି ଲି ମେ ଗୁଞ୍ଜେ ଓହି ନାରା ବୃକ୍ଷ ରୋପଣ ହେ ସଂକଳ୍ପ ହମାରା।ବୃକ୍ଷ ଲଗାଏଁ ଜାଗୃତା ବଢ଼ାଏଁ

"ବଂଚିବା ଗଛ ଲଗାଇବା" ଆମେ ତ ବୁଝିଗଲୁ। ଦର୍ଶକ ନିଶ୍ଚିତ ବୁଝିଥିବେ। ମଣିଷଟିଏ ଗଛଟିଏ,ଚାଷୀ ପାଇଁ ଲଙ୍ଗଳ ଦେଶ ପାଇଁଜଙ୍ଗଲ,ବୃକ୍ଷ ସୁରକ୍ଷା ଆମର ଦୀକ୍ଷା, ଅନେକ ସ୍ଲୋଗାନ ଦେଉଥିଲୁ। ମନପାଇଲା। ଜଳବାୟୁ ପରିବର୍ତ୍ତନ ବିଶ୍ୱତାପୀୟମାନ, ସୁନାମି,ମହାବାତ୍ୟାର ରୋକିବାରେ ଏକମାତ୍ର ପନ୍ଥା ଗଛ ଲଗାଇବା। ଟିକିଏ ଶାନ୍ତିରେ ଜିଇଁବା ଧେୟ।




ପଡ଼ୋଶୀ ଝରଣାଟି ଚକା ଭଉଁରୀ ମୁଦ୍ରାରେ କଥା ଦେଇ ନାଚୁଥିଲେ। ଭାରତ ମାତା,ସିଂହ ବାହିନୀ ଜୀବନ୍ତ ମୂର୍ତ୍ତି ସଜ୍ଜିତ । ସେଲ୍ଫି ନେବାକୁ ମନରେ ଇଛା ବଢ଼ିଲା। ନିର୍ମଳ ଆକାଶଟାରୁ ଗୋଲାପର ପାଖୁଡ଼ାରେ ପୁଲକିତ କରୁଥିଲା। କୁହୁଡ଼ିର ଭ୍ରମସୃଷ୍ଟି କଲା। ଗୋଲାକାର କ୍ଷେତ୍ରକୁ ଅତିକ୍ରମ କରିସାରିଥିଲୁ।

ଅଢେଇ ଘଣ୍ଟା ସମୟ ଉଦ୍ୟାନରେ ଅଢେଇ ଅକ୍ଷରରେ ଫସି ଯାଇଥିଲୁ। ତଳକୁ ତଳକୁ ମୃଗ ଖୁଆଡ଼ କତିକୁ ସ୍ପର୍ଶ କଲୁ। ଦଳଦଳ ବସା ବାନ୍ଧି ଥିଲେ। ଭିଡ ଦେଖି ଛାନିଆ ହୋଇ ବୈଠକ କରିଥିଲେକି?



ବର୍ଷକରେ ଥରେ ଅଗଣାରେ ଆମେ ନିମନ୍ତ୍ରିତ ଅତିଥି ଶୁଦ୍ଧଜଳ ପୁଳେ ଅମ୍ଳଜାନ ରାଜଭବନ ଉଆସରୁ ଉପହାର ପାଇଲୁ। ମନ୍ଦିର ଚୁଳ ଦେଖିଲୁ,ସିଂହଦ୍ୱାର ପାବଛରେ ପାହାଁମୁଣ୍ଡି ପଡ଼ିଲୁ। ଆଧ୍ୟାତ୍ମିକ ଭିନ୍ନ ପରିବେଶର ପ୍ରସାଦ ଯେମିତି ବଣ୍ଟା ହେଉଥିଲା। ଜଗନ୍ନାଥ ମନ୍ଦିର ଜଗତର ନାଥ ପୂଜିତ। ସାମ୍ନାରେ ସବୁଜ ଗାଲିଚାରେ ଅଧେ ଘଣ୍ଟେ ବିଶ୍ରାମ ନେଲୁ। ରାଜଭବନର ରାଜଦାଣ୍ଡ ବେଞ୍ଚ ଫାଙ୍କା  ପଡ଼ିଥିଲା। ଆମେ ବସିଲୁ।

ଡକ୍ଟର ହରି ବାବୁ କମ୍ଭମପତି,ମାନ୍ୟବର ଓଡ଼ିଶା ରାଇଜର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ବାସଭବନ ଉକୁଟି ମାରୁଥିଲା। ସାମ୍ବିଧାନିକ ମୁଖ୍ୟ ରୂପେ ରାଜ୍ୟରେ ପାଳନ କରନ୍ତି। ଅବଶ୍ୟ ଆମେ ଦର୍ଶନ ପାଇନଥିଲୁ। ୧୨ ଦିନଆ ଶାସନ ନୂତନ ଶାସନ କାଳରେ ଆମେ ବୁଲିବା ପାଇଁ ସୁଯୋଗ ପାଇଲୁ। ମନରେ ମନରେ କୃତଜ୍ଞତା  ଜଣାଇଲୁ ସକାଳ ଓଳିର ଛାତ୍ର ଛାତ୍ରୀଙ୍କୁ ଚକଲେଟ ଓ କଲମ ଉପହାର ଖବରଟି ଚାଲି ଆସିଥିଲା। ଜାନୁଆରୀ ୧ ତାରିଖ ୧୯୫୮ ମସିହାରେ ଶିଳାନ୍ୟାସ ହୋଇଥିଲା। ଡକ୍ଟର ହେରେକୃଷ୍ଣ ମହତାବ,ମାନ୍ୟବର ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭିତ୍ତିପ୍ରସ୍ତର। ଅର୍ଚିଟେକେତୁରେ ଜୁଲିଉସ ବାଁଜଙ୍କ ତତ୍ୱାବଧାନରେ କାର୍ଯ୍ୟଟି ୧୯୬୦ ଦଶକରେ ରାଜଭବନ ଭେଟି। ରାଜଭବନ ଗୁମର କଟକ ପର୍ଯ୍ୟନ୍ତ ଛୁପିଥିଲା। ଲାଲବାଗ କାଠଯୋଡ଼ି  ନଈପଠା ମୁକସାକ୍ଷୀ। ଏଠି ମୋଗଲ,ମରହଟ୍ଟା, ବ୍ରିଟିଶ ଶାସନ ଆଦେଶ  ଦେଉଥିଲେ।

ଓଡ଼ିଶାର ରାଜଭବନ ୧୯୬୦ରେ କଟକରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହେଲା। ରାଜ୍ୟପାଳ ଶ୍ରୀ ୱାଇ.ଏନ.ସୁକ୍ତହଙ୍କର ବିଧିବଦ୍ଧ ଭାବରେ ନୁଆଁ ରାଜଭବନ ସଞ୍ଚାଳିତ ହେଲା। ୮୮ ଏକର ଅଂଚଳରେ ବ୍ୟାପ୍ତ। ଏବେବି ଦ୍ୱତୀୟ ରାଜଭବନ ପୁରୀ ଠାରେ କାର୍ଯ୍ୟକ୍ଷମ। ୩୦.୨୨୬ ଏକର ବ୍ୟାପ୍ତ। ୮.୯୧୬ ଏକରରେ ହୋଟେଲ ନୀଳାଚଳ ଅଶୋକ ୧୯୮୩ ରେ ନିର୍ମିତ। ୨୧.୩୦ ଏକର'ରେ ରାଜଭବନର ୧୧ ଗୋଟିଏ ରହଣି ଓ ୪ ଟି ଉଚ୍ଚମାନର ପ୍ରକୋଷ୍ଠ ସଞ୍ଚାଳିତ।

 ଅଚିନ୍ହା ଫୁଲ ତା'ମହକରେ ଅଢେଇ ଘଣ୍ଟା ବୁଲାବୁଲି କଲୁ। ଏଯାଏଁ ଦର୍ଶକ ଝରଣା ମଣ୍ଡପରୁ ଫେରିନଥିଲେ। କାନରେ ଫୁସୁ ଫୁସୁ;ଟିକିଏ ବସିଯାଅ। ପୁଣି ଆରବର୍ଷକୁ। ଥମିଗଲି। ପାଖରେ କେହି ନଥିଲେ। ଅନୁଭବ କରୁଥିଲି। ଦୀର୍ଘ ନିଶ୍ୱାସଟିଏ ଛାଡ଼ି ଆଗକୁ ବଢ଼ିଲୁ। ମୋତି ମାଣିକ୍ୟ ସମ୍ଭାର ଝରି ପଡୁଥିଲା। ଦୃଶ୍ୟ ଯାଦୁକରୀ ଇନ୍ଦ୍ର ପୁରୀରେ ଭ୍ରମ। ରାଜ୍ୟପାଳଙ୍କ ଉଦ୍ୟାନ ଏକ ଉଦ୍ୟାନ ନଥିଲା। କଥା କୁହା ପ୍ରକୃତି ରାଣୀ ଅଗଣାର ଏକ ଅନୁଭୂତି ।

(ରଚୟିତା-ଦିଲିପ କୁମାର ନାୟକ)

ପାଦଟୀକା//FootNotes. WIKIPEDIA.WWW,rajbhavanodisha.gov.in.,Government of Odisha.Retrived 1.Oct.202,History of Rajabhaban,Raj Bhavan Bhubeneswar ,en.m.Wikipedia .org.





 









Comments

Post a Comment