ଐତିହାସିକ ଲିଙ୍ଗରାଜ ମନ୍ଦିର। ଅଲୌକିକ ଏକାମ୍ର କ୍ଷେତ୍ର ସମର୍ପିତ।
ଅନନ୍ତ ବାସୁଦେବଙ୍କ କୁଡୁପାର ମହକ। ମନ୍ଦିର ମାଳିନୀ ନଗରୀର ଚମତ୍କାର କଳିଙ୍ଗ ଓ ମଧ୍ୟ ଯୁଗୀୟ ସ୍ଥାପତ୍ୟ
ଖ୍ୟାତ। ଘଣ୍ଟି ଘଣ୍ଟ ଶଙ୍ଖ ତୂରୀ ନାଦରେ ଗୁଞ୍ଜରଣ। ବିନ୍ଦୁ ସାଗର ଚହଲା ଜଳ।ଶ୍ରଦ୍ଧାଳୁଙ୍କ ଗମନା
ଗମନର ଅଭୁଲା ଦୃଶ୍ୟ।
ରାମ ମନ୍ଦିର ମୁକସାକ୍ଷୀ। ସସ୍ତ୍ରୀକ ବାମ ମୋଡ଼ରେ ପାଦ ବଢାଇଲୁ। ନବବଧୂ ସାଜିଥିଲା ମଧୁସୂଦନ ସଡ଼କ। ଆକାଶରୁ ତାରା ଗୁଡିକ ଝୁମର ବେଶଭୂଷାରେ ଓହ୍ଲାଇ ଆସିଥିଲେ। ଝଲମଲ ଡ଼ାହାଣ କଡ଼ରେ ସତଶିକ୍ଷା ମନ୍ଦିର। ବହଳ ଯାତ୍ରୀ କିଏ କେଉଁଠିକୁ? ରାଜଧାନୀ ଛାତିରେ ବାମ କଡ଼ରେ ଏକାମ୍ର ହାଟର ପ୍ରବେଶ ଦ୍ୱାର ଦେଖିଲୁ। ଏକାମ୍ର ଉତ୍ସବ ୨୦ ଫୁଟ ଦୂର। ଚଲା ପଥରେ ନାଲି ଗାଲିଚା।
ଏକାମ୍ର ଏକାମ୍ବରରୁ
ଆନିତ, ଆମ୍ରବୃକ୍ଷକୁ ବୁଝାଏ। ଏକ ପୌରାଣିକ କାହାଣୀ ଶଙ୍କର ଭଗବାନ ଶିବ ଆମ୍ର ବୃକ୍ଷ ତଳେ ବାସ। ହାଟ ଅର୍ଥ,”କ୍ରୟ ବିକ୍ରୟର
ସ୍ଥାନ”,ନିର୍ଦ୍ଦିଷ୍ଟ ଦିବସରେ ବଜାରକୁ ସୂଚିତ କରେ। ଆପଣା ଛାଏଁ ମନକୁ ଚାଲି ଆସେ। ଆସିକା ହାଟପଦା,ବେଳଗୁଣ୍ଠା,ବାଲିପଦର,ନହେଲେ
କାଟୁ ହାଟ,ହୁମା ହାଟ ତାଲିକା ସୁଦୀର୍ଘ।
ସାପ୍ତାହିକ ହାଟ ଶନିବାର,ଅବା ରବିବାର,ସୋମବାର,ମଙ୍ଗଳବାର,ଅନ୍ୟ ଦିନରେ “ବାଜେନା ବଇଁଶୀ ନା ନାଚେ ରାଧା,”।
ଚତୃପାର୍ଶ୍ୱରେ ଖାଁ ଖାଁ।ଗାଁଠୁ ସହରଯାଏଁ ସରାଗ। ଏକାମ୍ର ହାଟ,ଏକାମ୍ର ବିହାର,ମଧୁସୂଦନ ମାର୍ଗ। ୟୁନିଟ-୩,ଖାରବେଳ ନଗର, ଭୁବନେଶ୍ୱର-୭୫୧୦୦୧।
୨ ନଭେମ୍ବର ୨୦୦୨ରେ ୫ ଏକର ଜମିରେ ସଞ୍ଚାଳିତ। ଓଡ଼ିଶା ଶାସନ ତନ୍ତ୍ରର ସହଯୋଗରେ ଏକ ପ୍ରୟାସ। ଏକାମ୍ର ହାଟ ଏକ ନାମ ସପ୍ତାହ ତମାମ ଘୁଘା ଦେଣ ନେଣ। ଏକାମ୍ର ଉତ୍ସବ କଳେବର। ସହରର ପ୍ରାଣବନ୍ତ ଅଂଶ ସଂସ୍କୃତି ଏବଂ ପରମ୍ପରାର ଇତିହାସ।
୧୬ ଜାନୁଆରୀ ୨୦୨୫ ଫ୍ଲି-ମାର୍କେଟ ଭ୍ରମଣ। ପାଦ ଥୋଉ ଥୋଉ ବିଦ୍ୟୁତ ବେଗରେ ଦୃଶ୍ୟ। ଏପଟ ସେପଟ ଚାହିଁ ହାଉଲେ ହାଉଲେ ଘେରା ମାରୁଥିଲେ।
ଷ୍ଟଲ ସଂଖ୍ୟା ୫୦ ରୁ ୮୦ ବର୍ଦ୍ଧିତ। ସାପ୍ତାହିକ ନୁହଁ ବରଂ ନିତିଦିନିଆ
ବଜାର। ମଫସଲ ନାମରେ ସହରୀଙ୍କ ଏବେବି ପସନ୍ଦ। ଭେଳିକି ଭେଳି ସାମଗ୍ରୀ! ବ୍ରହ୍ମପୁରୀ,ସମ୍ବଲପୁରୀ
ଲମ୍ବିଛି ପଣତକାନି ପାଟ। ଗ୍ରାହକ ବହଳ ହସ୍ତତନ୍ତ୍ର ଷ୍ଟଲରେ ଦେଖିଲୁ। ରମଣୀ କେହି ଜଣେ ପାଟଶାଢ଼ୀ
ଚୟନରେ ମଗ୍ନ। ଷ୍ଟଲର କପାଳୀରେ ଲିଖିତ ୫ଟି ପଦ "ସୁଲଭ ଦରରେ ମିଳେ ଅନୁସନ୍ଧାନ କରନ୍ତୁ।
ଅପ୍ରମିତ ପ୍ରେକ୍ଷିକା
ଷ୍ଟଲରେ ଘେରି ରହିଥିଲେ। ରଙ୍ଗୀନ ଷ୍ଟଲରେ ସଜ୍ଜିତ, ଓଡ଼ିଶାର ହସ୍ତଶିଳ୍ପରଏକ ସମୃଦ୍ଧି ପ୍ରଦର୍ଶିତ।
ହାତବୁଣା ଶାଢ଼ୀ, ଶତାବ୍ଦୀ ପରମ୍ପରା ପ୍ରବାସୀ ଭାରତୀୟଙ୍କ ପସନ୍ଦ ଖବର କାଗଜରେ ଶିରୋନାମା ଚହଳ ପକାଇଥିଲା।
ପାରମ୍ପରିକ କଳାମାଳିରେ ଖଚିତ ବେରଂଗ ମୋତି ମାଣିକ୍ୟ ଭ୍ରମ। କଂସା,ପିତଳ,ତାମ୍ର,ରୌପ୍ୟ ଅଳଙ୍କାର ଧାତୁରେ କାରୁକାର୍ଯ୍ୟ ନିର୍ମିତ ଥାକରେ ସଜ୍ଜିତ। ଉପହାର ସାମଗ୍ରୀ,ଶିଶୁ ଖେଳନା
ମନୋନୀତ କରୁଥିଲେ।
ତା’ପରେ ଦୁହେଁ ପଟ୍ଟଚିତ୍ର
ଷ୍ଟଲରେ ବହୁ ସମୟ ପର୍ଯ୍ୟନ୍ତ ଅଟକି ଗଲୁ। ଚମତ୍କାର ପଟ୍ଟଚିତ୍ର-ସମୃଦ୍ଧ ହସ୍ତଶିଳ୍ପ ଐତିହ୍ୟର ହାଟ
ତିଆରି ସୂକ୍ଷ୍ମ କଳାକୃତି କାହାଣୀ ବଖାଣେ। ରଘୁରାଜପୁର ଶିଳ୍ପୀଙ୍କ କଳାକୃତିରେ ଲାଖି ରହିଲୁ।
ମିନତୀ ଘର କାନ୍ଥରେ ଝୁଲାଇବା ପାଇଁ ପସନ୍ଦ କରିଥିଲେ। ଅନାମିକା ସହରୀଙ୍କ ହସ୍ତରେ ଝୁଲାରେ ଝୁଲେ
ସାମଗ୍ରୀ ଦେଖି ଚକିତ ହେଲୁ।
ବାଉଁଶ ତିଆରି ଚିଡି
ଚାଙ୍ଗୁଡ଼ି,କୁଲା ପର୍ଯ୍ୟନ୍ତ ବ୍ୟାପ୍ତ। କୁଲା ଚାଙ୍ଗୁଡ଼ି ମୁକୁଳା ହାଲୁକା ଆସରରେ ଭାରି
ଗ୍ରାହକ! ଏବେବି କୁଲା ଉପରେ ନିର୍ଭରଶୀଳ। ଝାଡୁ କିସମର। ବ୍ୟସ୍ତବହୁଳ ହାଟର ମିଶ୍ରିତ ଦୃଶ୍ୟ।
ପୁଲକିତ ମନ। କୃଷି ଜଙ୍ଗଲ ଜାତ ସାମଗ୍ରୀ ଆସରରେ ଚକିତ ହେଲୁ!
ମୃତ୍ତିକା କୋତ ହାଣ୍ଡି,ଟେରାକୋଟା ନିର୍ମିତ ଉପକରଣ। ବେରଂଗ ମୂର୍ତ୍ତି
ଗଜ,ଅଶ୍ୱ,ବ୍ୟାଘ୍ର ମୁଖା,ଦୈତ୍ୟ ମୁଖା ଉତ୍ସବକୁ ଏକ କୌତୁହଳ ସୃଷ୍ଟି କରିଥିଲା। ମହାବୀର ଜୈନ ଓ ଗୌତମ
ବୁଦ୍ଧଙ୍କ ବୌଦ୍ଧ ମୂର୍ତ୍ତି ଦେଖି ମନେ ପଡ଼ିଲା ,ତ୍ରିରତ୍ନ, (Right Faith,Right Knowledge,Right
Action) ,ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ।
କିଏ କଣ ମତ ବିନିମୟ କରୁଥିଲେ
ଜମା କାନକୁ ଶୁଭୁନଥିଲା। ଉଚ୍ଚ ଶବଦରେ ଗୀତରେ ଏକାମ୍ର ହାଟ ଉଛୁଳି ପଡୁଥିଲା। ୧୨ ଦିନିଆ ଉତ୍ସବର
ଶେଷ ଦିନ ରହିଥାଏ। ମୁଖରେ ଖିଲି ଖିଲି ହସ।
ନୁଆଁ ଖାଦ୍ୟ ଷ୍ଟଲରେ ନଜର
ପଡ଼ିଲା। ଚପଳମତିର ପରସା। ବାମ୍ଫ ନିର୍ଗତ ଉପର ମୁହାଁ। ଅନେକ ସେବିକା ଶ୍ୱେତ ରଙ୍ଗର ପୋଷାକ
ପରିଧାନ କରିଥିଲେ। ମସ୍ତକରେ ହାଲୁକା ବାଦାମୀ ରଙ୍ଗର ଘୋଡ଼ଣୀ ଦୁଇ ପାପୁଲିରେ ଗ୍ଲୋବ ପରିଧାନ
କରିଥିଲେ।
ମେଳା,ଉତ୍ସବ ସବୁଠି ଫୁଡ
କୋର୍ଟ ସ୍ୱାଦ ବ୍ୟତିରକେ ଅଧୁରା ଭ୍ରମଣ। ସସ୍ତ୍ରୀକ ସ୍ୱାଦ ନେଲୁ। ନିଆରା ଖାଦ୍ୟ ସ୍ମାର୍ଟ ସହର
ପାନିପୁରୀ,ଦହିବରା ଆଳୁଦମ,ରୋଲ ଯୁବଯୁବା ମେଳି ବାନ୍ଧିଲେ। ପାରମ୍ପରିକ ଆରିଷା,କାକରା, ଉଖୁଡ଼ା ପ୍ୟାକେଟ
ଆଦର। ସାମାନ୍ୟ ବଜାର ଦରଠୁ ଫରକ।
ଓଡ଼ିଶା ସୀମାନ୍ତ ଗାଁ ଗୋଳନ୍ଥରା ପିନ୍ଟୁ ବାବୁଙ୍କ ସାକ୍ଷାତ ମିଳିଲା। ସେ କେଉଁ କାଳରୁ ଗାଁ ଛାଡ଼ି ସ୍ମାର୍ଟ ସହରର ସ୍ଥାୟୀ ବାସିନ୍ଦା। ସେ କହୁଥିଲେ,ହାଟରେ ନିୟମିତ ଗ୍ରାହକ କିନ୍ତୁ ଆବଶ୍ୟକ ସ୍ଥଳେ ମାର୍କେଟ ବିଲ୍ଡିଙ୍ଗି ଜୋତା କ୍ରୟ ପାଇଁ ଅଶୋକ ନଗର ଯାଏ। ଶାଢ଼ୀ ପାଇଁ ରାଜପଥ ସଡ଼କରେ,ଓଡିଶା ରାଜ୍ୟ ହସ୍ତତନ୍ତ୍ର ସମବାୟ ସରକାରୀ କେନ୍ଦ୍ରକୁ ଭ୍ରମଣ କରେ। ସାକ୍ଷାତରୁ ସୂଚନା ପାଇଲୁ। ନିଶ୍ଚିତ ଉପଯୋଗୀ।
ବିଶ୍ୱବିଦ୍ୟାଳୟ ସହପାଠୀ ପବିତ୍ରଙ୍କ ଅକସ୍ମାତ ଭେଟ ଘାଟ! କଫିର ସ୍ବାଦକୁ ଦ୍ବିଗୁଣିତ କରିଥିଲା। କିଏ କେଉଁଠି ବଜାର ମେଳାରେ ସୁଯୋଗ ଭ୍ରମଣ କାହାଣୀକୁ ଖୋରାକ ଯୋଗାଇଥିଲା। ପ୍ରଧାନ ବାବୁ କହୁ କହୁ କହିଲେ,ଦିଲିପ ଟିକିଏ ଶୁଣ, ମୋ କର୍ଣ୍ଣ ୨ଟି ଠିଆ ହୋଇଗଲା। କଣ କହିବେ? ପୁରାତନ ପାଠପଢା ସାଥି। ସ୍ମାର୍ଟ ନଗରୀର ଏସପ୍ଲାନଡ,ପାଲହ୍ୱାଇଟ ବହୁତଳ ବଜାର।ବିଏମ୍ସି କେଶରୀ ବଜାର,ବାପୁଜୀ ନଗର,ମାଷ୍ଟର କ୍ୟାଣ୍ଟିନ,ରିଲାଇନ୍ସ ବଜାର ଉପଲବ୍ଧ। ସେଠି ବେଳେ ବେଳେ ଅଫର ମିଳିଥାଏ। ମୁଣ୍ଡଟିକୁ ହଲାଇ ସମର୍ଥନ ଦେଲି। ଗୋଟିଏରେ ଗୋଟିଏ। ୨ଟିରେ ଗୋଟିଏ ଅଫର ମିଳେ। ପ୍ରଥମ ସୂଚନା ରହିଥିଲା। ବହୁତଳ ବିଶିଷ୍ଟ ଅନ୍ତରାଷ୍ଟ୍ରୀୟ ବଜାର। ଏକାମ୍ର କ୍ଷେତ୍ର ଚୌହଦରେ ଗ୍ରାହକଙ୍କ ପସନ୍ଦ।
ହାଉଆ ସହ ତାଳ ଦେଇ ଉତ୍ସବ ମୁଖରିତ। ମଧୁର ସଂଗୀତ
ମୁର୍ଚ୍ଛନାରେ ଫାଷ୍ଟଫୁଡର ଚାହିଦା ଉଚ୍ଚାରେ
ରହିଥିଲା। ଏକାମ୍ର ହାଟ ସଉଦା ବଜାର ନୁହଁ,ଭୁବନେଶ୍ୱରର ଅତୀତ ଏବର ଜୀବନ୍ତ ପ୍ରମାଣ।
ସୁନ୍ଦରିଆ ମଣ୍ଡପ ବେଦୀ ବଜାର
ହୃଦୟର ଆକର୍ଷଣୀୟ ତୋରଣ। ସେଲ୍ଫି ପାଇଁ ବିନ୍ଦୁଟି ଜନଆରଣ୍ୟ ପାଲଟି ଥିଲା। ବେଢା ପରିକ୍ରମା ଅନ୍ତରେ।
ହାଟରେ ସମୟ ବିତାଇବା କ୍ରମରେ ସାମଗ୍ରୀର ଓଜନ ବୃଦ୍ଧି ଘଟୁଥିଲା। ମିନତୀଙ୍କ ଇସାରା। ଗହଳରୁ
ନିରୋଳା ସ୍ଥାନରେ; ଆଖିଟି ବତୀଘର ଆଲୁଅ ପରି ବାମରୁ ଡାହାଣ ଘୁରି ବୁଲିଲା।
ଆଧୁନିକ ସହର ପୁରାତନ
ସଂସ୍କୃତି। ବଦଳି ନଥିଲା ଚାଲିଚଳନ ଖାଣ୍ଟି ଓଡ଼ିଆ। ବିରଳ ଏକାମ୍ର ହାଟ। ଉତ୍ସବ ନାମରେ ଅଭିନବ
ବାଣିଜ୍ୟ। ବେଞ୍ଚ କୂର୍ଚି ମାଳ ମାଳ, ମନୋରଞ୍ଜନ କାର୍ଯ୍ୟକ୍ରମ ଥୟ। ଏକାମ୍ର ବିହାର
ଗୋଧୂଳି ବେଳାରେ ନାଚି ଉଠୁଥିଲା।
ହାଟରୁ ବିଦାୟ ପାଇଁ ଦୁହେଁକ ପ୍ରତିରୋଧ ରହିଥିଲା। ଏକାମ୍ର
ହାଟ ସେ ତା’ବାଟ ଅଗଣାରେ ଉତ୍ସବ ପାଳନ। ସ୍ଥିରକଲୁ ହାଟରେ ନିୟମିତ ଗ୍ରାହକ ହେବୁ, କଥା ଦେଇ
ବାହୁଡ଼ିଲୁ।
ଏକାଧିକ ବିମାନ ପୋତ ଆକାଶରୁ
ବିମାନ ଘାଟୀରେ ଅବତରଣ କରୁଥିଲେ। କେଉଁ ଯାତ୍ରୀ ଥିଲେ? ଆମେ ଜାଣି ପାରୁନଥିଲୁ। ଏକାମ୍ର ଧରା
ପୃଷ୍ଠରେ ହାଟ ଆକାଶରେ ରଙ୍ଗ ଲାଗିଲା। ସ୍ମାର୍ଟ ସହର ଭୁବନେଶ୍ୱର। ଆହାଃ କି ମନୋହର!
(ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes ୧.ଉଇକି ପିଡ଼ିଆ ଫାଇଲ(ଏକାମ୍ର ହାଟ) ବ୍ୟବହାର,





Khoob Sundar lkha heichi 🫶😍
ReplyDeleteThanks a lot
DeleteNice 👍🏻
ReplyDelete