"ବେଢାରେ କଥା ଦେଲୁ;ବାପା ଭାଇ ଘରେ କୁଣିଆ ହେବୁ"ସାଥିରେ ପ୍ରଣତି ପ୍ରଦୀପ ଧର୍ମପତ୍ନୀ ମିନତୀ। ଖଣ୍ଡେ ଦୂରରେ ଅଟୋ ଦେଖିଲୁ। ଭଗେଇ ରିଭର,ଭଗେଇ ରିଭର ଇଂରାଜୀରେ ୨ଥର ରଟିଲୁ। ପ୍ରଥମ ଧାଡିର ଅଟୋ ଡ୍ରାଇଭର ନିକଟକୁ ଆସିଲେ। ୨ଟି ଅଙ୍ଗୁଳି ଇସାରା! ଟୁ ହଣ୍ଡ୍ରେଡ଼ ଟୁ ହଣ୍ଡ୍ରେଡ଼ ୨ଥର ବଙ୍କେଇ ବଙ୍କେଇ ଇଂରାଜୀରେ ଉତ୍ତର ରଖିଲେ। କୃଷ୍ଣକାୟ ରୂପ ରଙ୍ଗ ଶୁଭ୍ର ଲୁଙ୍ଗି ସହ ଚନ୍ଦନ ଟୀକା ଡଉଲ ଡାଉଲ ତାମିଲ ଚାଳକ। ତା'ପରେ ଆମେ ଅଟୋ ଯାତ୍ରୀ ବନିଗଲୁ। ୩.୩ କିଲୋମିଟର ଦୂର। ଅଟୋ ମୁଣିଚାଲଇ ସଡ଼କରେ ଛୁଟିଲା। ଶକ୍ତି ନଗର ବିନୟମର ମନ୍ଦିର ଅତିକ୍ରମ କରିଥିଲା। ତା'ପରେ ଶ୍ରୀନିବାସ ପେଁରିମୂଳା ଓ ଆଞ୍ଜେନେୟ ମନ୍ଦିର ପର୍ସବାଦୀ ଅତିକ୍ରମ କରିଥିଲା। ଅଭିଜ୍ଞ ଚାଳକ ସ୍ଥାନୀୟ ସଡ଼କ ଗଳି ଚୌକ ସହ ଅତି ପରିଚିତ। ଆମେ ୧୦୦ ପ୍ରତିଶତ ସୁରକ୍ଷିତ ମଣିଲୁ। ଶ୍ରବଣା ଭଣ୍ଡାର ମହଲା ଝଟିକିଥିଲା। ଚାଳକ କହୁଥିଲେ, ସ୍ୱାଦିଷ୍ଟ ଖାଦ୍ୟ ସାଙ୍ଗକୁ ଉତ୍କୃଷ୍ଟ ସାମଗ୍ରୀ।ଲୋଭ ବଢିଲା,ଲାଲ ଗଡିଲା। ସତକୁ ସତ ଅଟୋ ନରମି ଯାଇଥିଲ। ଚତୁର ଚାଳକ ଇସାରାରେ ତାମିଲ ଭାଷାରେ କହିଲେ ଆୟା,ଇଦଏନା ଭଗେଇ,(ଭାଇ
ଏଇତ ଭଗେଇ) ଆମ ଶିବଗଙ୍ଗା!ତରବରରେ ଓହ୍ଳାଇଲୁ।
ରାମେଶ୍ୱର ଧାମ ବାଟରେ ମଦୁରାଇ ମିନାକ୍ଷୀଙ୍କ ଦର୍ଶନ ପାଇଲୁ। ଅଟକିଥିଲୁ ଶିବଗଙ୍ଗାଙ୍କ ଜଳରେ ଛିଞ୍ଚି ହେବ ପାଇଁ। ପୁଣ୍ୟ ପାଇଁ। ଗଙ୍ଗା ଯମୁନା,ସରସ୍ବତୀ,ଗୋଦାବରୀ ଏବଂନର୍ମଦା ମାଆ ରୂପେ ଶ୍ରଦ୍ଧାଳୁ ଜନ ପୂଜା ଅର୍ଚ୍ଚନାର ପରମ୍ପରା। ଗୋଦାବରୀ ଦକ୍ଷିଣ ଭାରତର ଗଙ୍ଗା ନାମରେ ପରିଚିତ। ବ୍ରହ୍ମପୁତ୍ର ଏକମାତ୍ର ନଦୀ ପୁରୁଷଙ୍କ ନାମରେ ପୂଜିତ। ଆଧ୍ୟାତ୍ମିକଭାବ ବେଗରେ ଅତୁଟ। ଜଳ ଅମୃତ ସମ। ଆରବ ସାଗରରୁ ଭାରତ ସାଗର। ଜଳ କନ୍ୟା ଦେବୀ ମାଆଙ୍କୁ ମନାସିଲୁ। ବଙ୍ଗୋପ ସାଗର କିଛି ଦୂରରୁ ଭଗେଇ ତଟିନୀ ଶିବଗଙ୍ଗା।
ଇତବୃତ୍ତି: ଭଗେଇ ତଟିନୀ ଶିବଗଙ୍ଗା ନାମରେ ଅଭିହିତ। ଶିବଗଣନା ତୀର୍ଥ କ୍ଷେତ୍ର ରୂପେ ସ୍ୱୀକୃତ।୨ଟି କିମ୍ବଦନ୍ତୀ ଜଡିତ। ପ୍ରଥମ କୋଡାଳ ପୁରାଣରେ (Kodala Purana) ଭଗେଇ ନଦୀର ଇତିବୃତି ଆବୃତ। ମଦୁରାଇ ନଗରରେ ଜଳକ୍ଲିଷ୍ଟ ନିବାରଣ ମୋକ୍ଷ ପାଇଁ ସ୍ୱୟଂ ବିଷ୍ନୁ ତ୍ରିବିକ୍ରମ ଗୋଟିଏ ପାଦ ଆକାଶ ଅନ୍ୟ ପାଦଟି ବ୍ରହ୍ମଲୋକ ଲମ୍ବିଥିଲା। ଏକଦିବ୍ୟ ଜଳଧାରା ସୃଷ୍ଟି ହୋଇଥିଲା।ଦ୍ୱତୀୟଟି ତାମିଲ କିମ୍ବଦନ୍ତୀ ମତରେ;ସୁନ୍ଦେରେଶ୍ୱର ଓ ଦେବୀ ମିନାକ୍ଷୀଙ୍କ ବିବାହ କାଳରେ ଗଙ୍ଗାମା ପହଁଚିବା ବିଳମ୍ବ ଯୋଗୁଁ, ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ଏବର ଭଗେଇ ତଟିନୀ।
ବରିଶହନାଦ ପର୍ବତ ପଶ୍ଚିମ ଘାଟ କନ୍ଦରୁ ଦକ୍ଷିଣ ପୂର୍ବ ଦିଗକୁ ପ୍ରବାହିତ। କାମ୍ବୋଓଂ ବରିଶହନାଦ ଉପତ୍ୟକା ଧାରାରେ ଭାଗୀ (vhegai) ଡ୍ୟାମର ଜଳ ସଂଚୟକରି ନରସିଂହ ପୁରମ କତିରେ ବଙ୍କେଇ ମଦୁରାଇ ହୃଦୟକୁ ଚୁମ୍ବନ କଲା।ପାଲକଃ ଷ୍ଟ୍ରିଟ ଦେଇ ପାମ୍ବନ ନିକଟ ବଙ୍ଗୋପ ସାଗରର ଅପୂର୍ବ ମିଳନ। ପ୍ରାୟ ୨୫୮ କିଲୋମିଟର ଦୈର୍ଘ୍ୟ। ତାମିଲି ନାଡୁରୁଆଦ୍ୟ ଓ ଅନ୍ତ।
ଭଗେଇ ନଦୀର ଦାନ:ଜଳସେଚନ,ବିଦ୍ୟୁତ ଶକ୍ତି ଉର୍ଜ୍ଜା ଅତୁଳନୀୟ। ୨ ଲକ୍ଷ ହେକ୍ଟର ଚାଷ ଜମି ପାଇଁ ଜଳଧାରା। ମଦୁରାଇ ଉପତ୍ୟକାର ଜନକଙ୍କ ପାଇଁ ଜୀବନ ଭଗେଇର ଦାନ ଅତୁଳନୀୟ। ନୌବାଣିଜ୍ୟ ଦରିଆପାରି ଏକମାତ୍ର ବନ୍ଦର ମୁଖଶାଳା। ତାଠୁ ବଳିଗଲେ, ଜଳକୁ ଅଟକେଇ ପୂଥୁପତ୍ତି କୁତ୍ରିମ ହ୍ରଦ। ଚିତ ବିନୋଦିନ,ଉଦ୍ୟାନରେ ଯୁବଯୁବା ପାଇଁ ଅନୁକୂଳ।
ତୀର୍ଥକ୍ଷେତ୍ର: ଭଗେଇ ତଟିନୀ ଘାଟ ତୀର୍ଥକ୍ଷେତ୍ର। ଯେଉଁଟି ଦେବୀ ମିନାକ୍ଷୀ ବର୍ଷକେ ଥରେ ବନ୍ଧୁ ବାନ୍ଧବକୁ ନେଇ ଅମୃତସ୍ନାନ ଯାତ୍ରା ପ୍ରଥା ଜଡ଼ିତ। ରାଜ୍ୟ ସମତେ ଦେଶ ବିଦେଶର ଶ୍ରଦ୍ଧାଳୁ ଝଲକ ପାଇଁ ଏଇ ତିଥିକୁ ଅନେଇଥାନ୍ତି। ହିନ୍ଦୁଙ୍କ ଦୃଢ ଆତ୍ମା ବିଶ୍ୱାସ। ଧାର୍ମିକ ପୁଣ୍ୟଜଳ ଜନଙ୍କ ପାଇଁ ଅମୃତ ସମ। ଶ୍ରଦ୍ଧାଳୁ,ତିଳତର୍ପଣ,ସ୍ନାନରେ ପୁଣ୍ୟ,ଦିଅଁ ଦେବତା। ମେଳା ଏକାଧିକ ଉତ୍ସବ। ସର୍ବ ରୋଗର ନିବାରକ। ଭଗେଇ ତଟିନୀ କୂଳରେ ୪ ଶ୍ରଦ୍ଧାଳୁ ମନଭରି ତିଳ ତର୍ପଣ।
ଶିବଗଙ୍ଗା: ଦିବ୍ୟମ ଜଳର ମାହାତ୍ମ୍ୟ ଯୁଗ ଯୁଗରୁ ବିଦିତ। ତାମିଲଙ୍କ ଆସ୍ଥା ବିଶ୍ୱାସ। ସାଂସ୍କୃତିକ ଭାବ ଜଡିତ। ଭଗେଇ ନଦୀ କୂଳରେ ଦେବୀ କନ୍ୟା କୁମାରୀ ବିଷ୍ନୁଙ୍କ ଯାନି ଯାତ୍ରାର ଏକ ଅଂଶ। ଜଳକ୍ରୀଡା ଏଠି ହୁଏ। ମେଳାରେ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିଲୁ। ତାମିଳିଙ୍କ ଅଗାଢ଼ ବିଶ୍ୱାସ ଅନୁଭବ କଲୁ,ଦେଖିଲୁ। ଶେଷରେ ତାମିଲ ପଣ୍ଡିତେ ତିନ ମୁଠା ଜଳ ୪ଙ୍କ ମସ୍ତକ ଉପରେ ଛିଞ୍ଚିଲେ। ସତରେ ଏକ ନିଆରା ଅନୁଭବକଲୁ। ତୁମେ ଅନୁଭବ କରିଛ?
ଅପାସୋରା ଭ୍ରମଣ: କୂଳରେ ପାଦ କେଇ ଦୂର ଚାଲିଲୁ। ଖିଲି ଖିଲି ପବନ। ଅପ୍ପର ସମଣିଗଲ ଘାଟ ଲୋଭନୀୟ ଥିଲା। ପରିମଳ ପରିଚ୍ଛନତାରେ ପ୍ରଦୀପ ଚକିତ। ଯେମିତ ଆମକୁ ଦିଗ ଦେଖାଉଥିଲା। କିଛି ମୁହୂର୍ତ୍ତ ସେଠି ଆସ୍ଥାନ ଜମେଇବାକୁ କୁଣ୍ଠାବୋଧ କଲୁ ନାହିଁ। ଅନେକ ଶ୍ରଦ୍ଧାଳୁ ବହୁ ପୂର୍ବରୁ ରୁଣ୍ଡ। ଅନତି ଦୂରରେ ଗେଡା ଗେଡା ବଜାର ଷ୍ଟଲ ଉଙ୍କି ମାରୁଥାଏ। ଲଣ୍ଡିତ ମସ୍ତକ ସହ ତାମିଲ ପଣ୍ଡିତେ ଘାଟ ମୁହାଁ।
ମିନତୀ ପ୍ରଣତି ଛୋଟ ବଜାର ଦିଗରେ ଅଗ୍ରସର। ବଜାରୁ ସାଉଁଟିନେଲୁ। ଆମେ ୨ ଜଣ ଚାହା ଷ୍ଟଲର ଗ୍ରାହକ। ବାମ୍ଫର ବାସ୍ନାରେ ନିଆରା ଅନୁଭବ। ହୁଏତ ଚାହାର ପୂର୍ବ ସୁଗନ୍ଧ। ମଦୁରାଇ ତଟିନୀ କୁଳର ସ୍ୱାଦ ଏବେବି ଫୁର୍ତ୍ତି ମିନତି କହୁଥିଲେ ପୂଜା ପୁଜି ଜିନିଷ ଭାରି ବହଳ। ଆମେ ବଜାର ଦେଇ ଚାଲିଲୁ। କୁନି କୁନି ଛୁଆ ନାଚୁଥିଲେ। ଅଭିଭାବକ ଚୁଲିବୁଲି ଶିଶୁଙ୍କ ହାତ ଧରି ଚାଲୁ ଥିଲେ। କାଳେ ତାଙ୍କ ଗେଲବସର ଅଲିଅଳ ଦୂରେଇଯିବା! ମମତା ମୟୀର ସ୍ନେହ ଦେଖିଲୁ!
ସେପଟେ ଦମ୍ପତି ଦୁହେଁ ଖିଲି ଖିଲି ହସ ମୁଦ୍ରାରେ କୂଳକୁ ଚାହିଁଥିଲେ। ସଂସାର କିପରି ଗଢିବେ? କଳ୍ପନା ରାଇଜରେ। ଅମାପ ସଂସାର ପାଇଁ ଶାଢ଼ୀ ବୁଣୁଥିଲେ! ଚବର ଚବର ଜଳ ଘାଟରେ ଦୁଇ ଭଉଣୀ ଅନେକ ଗପୁ ଥିବାର ଦେଖିଲୁ।
ନୀଳ ନଈର ଜଳରାଶିରେ ଠାଏଁଠାଏଁ ସବୁଜ ଏଲଜେ। ପ୍ଳାଙ୍କଟନ ପରି ସବୁଜ ଦଳ ଭାସମାନ ମୁଦ୍ରାରେ। ଚୁମିତ କଲା। ଜଳ କ୍ରୀଡା ର ପାଦ ମଣ୍ଡପ ନଈ ପଠାରେ ଦେଖିଲୁ। ଯେମିତି ଦେବୀ କନ୍ୟା କୁମାରୀଙ୍କ ଉତ୍ସବ ଚାହିଁ ବସିଛି! ଏଠି ଯେମିତି ଆଧ୍ୟାତ୍ମିକ ଭାବଧାରା ପ୍ରବାହିତ। ଜନ ଜଳର ସମ୍ପର୍କ ଅତି ପ୍ରାଚୀନ। ଭଗେଇ ତଟିନୀ ଅନନ୍ୟ
ବାହୁଡାଣିରେ ନଈ ତୀରେ ପ୍ରାଚୀନ ୨ ହଜାର ବର୍ଷର ଭାଣ୍ଡିଆର ମରିଅମ୍ମାନ ମନ୍ଦିର ପ୍ରବେଶ କଲୁ। ବର୍ଷାରାଣୀ ଦେବୀ ମରିଅମ୍ମାନ ପୂଜିତ। ଚତୃପାର୍ଶ୍ୱରେ ଜଳ ବେଢାରେ ଆମେ ଚକିତ ହେଲୁ। ଅଭୁଲା ଅବିସ୍ମରଣୀୟ ଦର୍ଶନ।
ଟ୍ୟାକ୍ସି ଚାଳକର ଇସାରାରେ ଆମର ଲେଉଟାଣି ଯାତ୍ରା। ମନ ସେଠି ଆଉ ଘଡ଼ିଏ ରହିବାକୁ। କଥା ଦେଇଥିଲୁ ବେଢାରେ ବାପା ଭାଇ ଘରେ କୁଣିଆ ହେବୁ। ପ୍ରଣତି ମନେ ପକାଇଲେ।
"୨ କିଲୋମିଟର ଦୂର ତାଙ୍କ ଭାଇଙ୍କ ଘର! ନୁହେଁ ଘର ସେ ଏକ ଆଜଘର ମନ୍ଦିର"
(ରଚୟିତା - ଦିଲିପ କୁମାର ନାୟକ)
ପାଦଟୀକା / Foot Notes
Reference :1.Wikipedia,.The free Encycolpedia.Bhagaie River Madurai.,
2.Upendra Singh(2008) A History of Ancient and Early meddieval India ,From the Stone Age to the 12th century ,persons ,Education PP-27-28,ISBN 978,81 -317-1120-0.
3.Welcome to Agricultural Research Station Vaigain Dam ,The Tamailinadu Govt'Refreived 9 August-2007,

The words articulates a great narration. Written really well ❤️
ReplyDeleteVery nice
ReplyDelete