ପଞ୍ଚତୀର୍ଥ : ଶ୍ରୀକ୍ଷେତ୍ର ପୁରୀ



ଆସିକାରୁ ଶ୍ରୀକ୍ଷେତ୍ର ତାରାପଥ ଥିଲା ନା’ ରେଳ ଗାଡ଼ିର ସୁବିଧା। ପବିତ୍ର ମାଘ ସପ୍ତମୀ ତିଥୀ। ଯାତ୍ରୀ ପରିବହନ ଉପରେ ୧୦୦ ପ୍ରତିଶତ ଭରସା। ଲମ୍ବା ସଡ଼କ ତୀର୍ଥ ଯାତ୍ରାରେ ଧର୍ମପତ୍ନୀ,ଭଗ୍ନୀ,ଭଣଜା ଓ ଭାଣିଜୀ ୫ ସାଥି ଦେଉଥିଲେ। ପୁରୁଣା ନାମ ଆଠଗଡ଼ ବୋଇରାଣି ଏବର କବିସୂର୍ଯ୍ୟ ନଗର ପଥକୁ ସ୍ପର୍ଶକଲୁ। ସବୁଜ ପରିବା ଟୋକେଇ ଟୋକେଇ ବୁହା ଚାଲିଥାଏ। ଏକାଧିକ ନୁଆଁ ଯାତ୍ରୀ ଆସନ ପଖାଳି ଥିଲେ। ଘଂଟାଏ ପରେ ଖଲିକୋଟ ମୁକୁଳା ବସଷ୍ଟାଣ୍ଡରେ ପହଂଚି ଥିଲା। ପ୍ରଥମ ସୂର୍ଯ୍ୟ ଆଲୋକରେ ଝରକା କାଚ ଝଲସି ଉଠିଲା।

ମେଘ ମେଦୁର ଶୀତଳ ସକାଳରେ ବସ ଶଙ୍ଖକ୍ଷେତ୍ର ଅଭିମୁଖେ  ଚାଲିଲା। ଜାତୀୟ ସଡ଼କରେ ଦୌଡ଼ିଲା। ଡାହାଣ କତିରେ ଚିଲିକାର ମାଛରଙ୍କା ପକ୍ଷୀ ଚକ୍କର କାଟୁଥିଲେ। ଅନେକ ନାଉରି ଡ଼ଙ୍ଗାରେ ଆହୁଲା ଦୃଶ୍ୟ ଭାଣିଜୀ ଏକଲୟରେ   ଅନେଇଥିଲେ। ମାମୁ ଭଣଜା କୁଞ୍ଚି କୁଞ୍ଚିଆ ପର୍ବତ ଚୁଳକୁ ଦେଖିଲୁ। କେଇ ମୁହୂର୍ତ୍ତ ନୀଳ ଚିଲିକାର ଜଳ  ପ୍ଳାଙ୍କଟନ ନଜରକୁ ଆସିଲା। ଅଭୁଲା ପ୍ରକୃତିର ପରସ ଗାଡ଼ିର ଦ୍ରୁତସହ ଯେମିତି ପ୍ରତିଦ୍ବନ୍ଦିତା କରୁଥିଲା।

ପିଚିପିଚି କଳା ରଙ୍ଗର ପ୍ରଶସ୍ତି ସଡ଼କ ଶ୍ଵେତ ରଙ୍ଗର ଦାଗ ଝଟିକି ମାରୁଥିଲା। ସାଏଁ ସାଏଁ ଶବଦରେ ଯାନବାହନ ଆଖି ପିଛୁଳାକେ ପାର କରୁଥିଲେ। ବୋଧେ ଚାଳକ ଭୁଲିଯାଇଥିଲେ, ଦ୍ରୁତଗତି ମହାବିପତ୍ତି! ଗାଡ଼ିଟି ରାମେଶ୍ୱର ଛକରେ ୫ ମିନଟ ଅଟକିଲା। କେହି କେହି  ଚାହା ବରା ପିଆଜିର ସ୍ୱାଦ ନେଉଥିଲା। ଗେଲା ଦୁଲ୍ଳା ହିମାଂଶୁ ପଛରେ ପଡ଼ିନଥିଲା।

ସେଠୁ ଡ଼ାହାଣ ମୋଡ଼ରେ ଜଗନ୍ନାଥ ସଡ଼କରେ ଗଡ଼ିଲା। ନୁଆଁ ଜଗନ୍ନାଥ ସଡ଼କ ପୁରୀ ୧୯୯୬ରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କରକମଳରେ ନବକଳେବର ପାଇଁ ଉତ୍ସର୍ଗ କରିଥିଲେ। କାକପୋଇ ,ଝାଉଁ ଦ୍ରୁମ  ଭିଡ଼ ଦେଇ ଏକାଧିକ ଝରଣା ଲଣ୍ଡା ପର୍ବତ ପଛରେ ପକାଇ ଆମେ ଚାଲିଥାଉ।

ଛୋଟ ଛୋଟ ବାସଘର ଉଦ୍ୟାନମାଳ ସବୁ ଟପି ଆମ ଗାଡ଼ି ଛୁଟି ଚାଲିଥାଏ। ଏସବୁ ପୁରୀ ଜିଲ୍ଲାର ଗୋଟିଏ ଗୋଟିଏ କିଷାନ ପଲ୍ଲୀ ଗ୍ରାମ ଦୃଶ୍ୟକୁ ମନକୁ ସ୍ପର୍ଶ କରୁଥିଲା। ଦୃଶ୍ୟ କାନ୍ତି ମନମୁଗ୍ଧକର ରହିଥିଲା। ମାର୍ଗଟି ଜାତୀୟ ସଡ଼କ-୨୦୩,୫ ଓ ୨୨୪ ସଂଯୋଗ କରିଥିଲା। ଚନ୍ଦନପୁର ପରେ ଜଗନ୍ନାଥ ଧାମ ମାତ୍ର ୧୨ କିଲୋମିଟର ଦୂର। ହୃଦସ୍ପନ୍ଦନ ସହ ଆତୁରତାର ପାରଦ ଆକାଶକୁ ଯେମିତି ସ୍ପର୍ଶ କରୁଥିଲା!୩ କିଲୋମିଟର ଦୂର ମାଳତୀ ପାଟପୁର ବସଷ୍ଟାଣ୍ଡ। ଦେଖୁଦେଖୁ ଡାହାଣ କଡ଼ରେ ବହଳ ଯାନ ବାହନ ନାଲିଆ ଚୁଳ ଆକର୍ଷିତ କରୁଥିଲା। ବାମ କଡ଼ରେ ୨ଟି ରେଳଗାଡ଼ି ନିରବ ମୁଦ୍ରାରେ ପ୍ଲାଟଫର୍ମରେ ଛିଡ଼ା ହୋଇଥିଲା।ସାତପଡ଼ା ଭିନ୍ନମାର୍ଗ ଛକରେ ବକ୍ସିଜଗବନ୍ଧୁଙ୍କ ପ୍ରତିକୃତି ରଣସଜ୍ଜା ବେଶରେ ଉକୁଟି ମାରୁଥିଲା। ଅନତି ଦୂରରେ ବାଟ ମଙ୍ଗଳା ମନ୍ଦିର କତିରେ ବସ ଅଟକିଲା। ସିନ୍ଦୁର ବୋଳା ମାଆଙ୍କୁ ଦର୍ଶନ ପାଇଲୁ। ରମଣୀ ଶ୍ରଦ୍ଧାଳୁ ଭକ୍ତିପୂତ ଅର୍ଘ୍ୟ ଦୀପ  ପ୍ରଦାନ କରୁଥିଲେ।

ସଂକୀର୍ଣ୍ଣ ମାର୍ଗରେ ୧୮ ନଳା ପରେ ମାଟିପଡ଼ା ଛକ। ଗୁଣ୍ଡିଚା ମନ୍ଦିର ପାଚେରି କଡ଼ ବସ ଷ୍ଟାଣ୍ଡରେ ନରମି ଯାଇଥିଲା । ସକାଳ ସମୟ ୯.୩୦ ଭକ୍ତ ନିବାସରେ ଆମ ରହଣି,ବ୍ୟାଗ ସାଇତି ନେଲୁ। ନିର୍ଜଳ ପଞ୍ଚ ତୀର୍ଥ ସ୍ନାନ ପରେ ପ୍ରସାଦ ଗ୍ରହଣ ପାଇଁ ମାନସିକ ରଖିଥିଲୁ ।


ବଡ଼ଦାଣ୍ଡ ଡାହାଣ ପାର୍ଶ୍ୱରେ ଅସ୍ଥାୟୀ ଫଳ ପନିପରିବା ଦୋକାନ। ବାମକଡ଼ରେ ସ୍ଥାନୀୟ ଯାନବାହାନ। ମନ୍ଦିର ମନ୍ଦିର ସମୁଦ୍ର କୁଳ ସମୁଦ୍ର କୁଳ କୁହାଟରେ କାନ ଖିଡ଼ିଖିଡ଼ି ହୋଇଯାଉଥିଲା। ଟୁକୁ ଟୁକୁର ଯାତ୍ରୀ ହେଲୁ। ୨୦ ମିନଟରେ ଶ୍ରୀଚୈତନ୍ୟ ମୂର୍ତ୍ତି ନିକଟରେ ଅଟକିଲା। ବୈଦିକ ସଂସ୍କୃତିର ୧୩ ଟି ସ୍ନାନ ମଧ୍ୟରୁ ଦିବ୍ୟ ସ୍ନାନକୁ ଆପଣେଇଥିଲୁ । 


ମହୋଦଧି: ଜଳାର୍ଣ୍ଣବ ସାଙ୍ଗକୁ ଲୋକାରଣ୍ୟ ସାଗର କୂଳରେ ମାଘ ସପ୍ତମୀ ବୁଡ଼ ପାରୁଥିଲେ। ଉଦିତ ଅର୍କ କିରଣରେ ଚିକିମିକି ଲହଡା ଜଳ କଣିକା! ମୋତି ମାଣିକ୍ୟର ବେଳାଭୂମି ରବିଙ୍କ ଶରୀରରୁ ଅଜାଡି ଦେଉଥିଲା ବୈଦୁର୍ଯ୍ୟର ରଶ୍ମି,କି ଅପୂର୍ବ ଦୃଶ୍ୟ!,ମରୁ ଉପତ୍ୟକା ନଥିଲା କିନ୍ତୁ ଓଟ ଦେଖିଲୁ। ରଣକ୍ଷେତ୍ର ନଥିଲା କିନ୍ତୁ ଅଶ୍ୱ ସଜ୍ଜା ଦେଖିଲୁ। ସ୍ୱର୍ଗଦ୍ୱାର ମହୋଦଧିରେ ଏକଦା ଶ୍ରୀ ଚୈତନ୍ୟ ପବିତ୍ର ସ୍ନାନ କରିଥିଲେ। ଦିବ୍ୟ ବ୍ରହ୍ମର ଆତ୍ମା ଲୀନ ହୋଇଥିଲା। ବ୍ରହ୍ମଦାରୁ ଉଦ୍ଧାର କରାଯାଇଥିବାର ଏକ କିମ୍ବଦନ୍ତୀ। ଯେଉଁଥିରେ ୩ ଠାକୁରଙ୍କ ବିଗ୍ରହ ଗଢା ହୋଇଥିଲା। (According to scriptures –the Brahma daru from which the 3 main deities of the Jagannatha Temple are carved out floated the beach at Swargadwara.) ସ୍ୱର୍ଗଦ୍ୱାରରେ ସ୍ନାନ ଦ୍ୱାରା ପୁଣ୍ୟ ପ୍ରାପ୍ତି ହୁଏ । ହିନ୍ଦୁଙ୍କ ମନରେ ଦୃଢ ବିଶ୍ୱାସ ରହିଛି।


ଭେଳିକିଭେଳିକି ବେଳାଭୂମିର ସ୍ୱର୍ଗଦ୍ୱାର ନଭଃରେ ମିହିର ଅଜାଡ଼ି ଦେଉଥିଲା ମୟୂଖ ଝଲସି ଉଠୁଥିଲା। ସାଗର ଡେଉ,ମୋତି ମାଣିକ୍ୟର ଭ୍ରମ। ଆମେ ମହୋଦଧିରେ ପବିତ୍ର  ସ୍ନାନ କଲୁ। ଆଞ୍ଜୁଳାଏ ଆଞ୍ଜୁଳାଏ ଆଞ୍ଜୁଳାଏ ୩ ଥର ଜଳ ଅର୍ପଣ କଲୁ। ଦିବଙ୍ଗତ ପୁଣ୍ୟ ଆତ୍ମାର କାମନା କଲୁ। ଏଇଟି ଆମର ପ୍ରଥମ ସ୍ନାନ ତୀର୍ଥ ରହିଥିଲା। ମନରେ ଆଲ୍ହାଦ ଖେଳିଯାଇଥିଲା। ପୀୟୂଷର ତରଙ୍ଗରେ ଲାବଣ୍ୟ ଭାବ ଜାଗ୍ରତହେଲା।ମନ ପ୍ରାଣ ଶରୀରର ପବିତ୍ରତା ପାଇଁ ପଞ୍ଚତୀର୍ଥ ମଧ୍ୟରୁ ମହୋଦଧିକୁ ପ୍ରଥମ ପସନ୍ଦ ରହିଥିଲା । 


ସାମୁଦ୍ରିକ ଖାଦ୍ୟର ଅପାର ମହକ, ଶଙ୍ଖ ପୋହଳା ମାଳମାଳ,ବୁଲା ବିକାଳିର ଅଜସ୍ର ମନପସନ୍ଦିଆ ମିଠେଇରୁ ମୋତି ମାଣିକ୍ୟ ପର୍ଯ୍ୟନ୍ତ ଦେଖିଲୁ। ଭିଜା ଭିଜା ଶରୀରରେ ଚୁମୁଥାଏ ବାଲୁକା ରାଶି। ବାଲି କଙ୍କଡ଼ାର ଲୁଚକାଳି କୌଉତିକିଆ ଦୃଶ୍ୟରେ ହିମାଂଶୁ ବ୍ୟସ୍ତ ରହିଥିଲା। ଅନେକ ଯୁବଯୁବା ସପନର ବାଲିଘର ପରିକଳ୍ପନା କରୁଥିଲେ। କେହି କେହି ଆଇ ଲଭ ୟୁ ଓଡ଼ିଶା ବେଳାଭୂମିରେ ଅଙ୍କନ କରୁଥିଲେ। ଗାରଉ ଗାରଉ ପସନ୍ଦର ନାମଟି ଲେଖୁଥିଲେ। ଢେଉରେ ଛାଏଁ ଛାଏଁ ଲିଭି ଯାଉଥିଲା।

ପଞ୍ଚତୀର୍ଥରୁ ତୀର୍ଥ ମହୋଦଧିରେ ଘଣ୍ଟେ କାଳ ବିତେଇଲୁ। ଶ୍ରୀ ଚୈତନ୍ୟ ମୂର୍ତ୍ତିକୁ ଚାହିଁ ଚାହିଁ ସ୍ୱର୍ଗଦ୍ୱାର ଛାଡ଼ିଲୁ। ବାମ କଡ଼ରେ ଭାରତ ସେବାଶ୍ରମ ସଂଘ ପଡ଼ିଲା। ଅନେକ ବଙ୍ଗାଳି ଶ୍ରଦ୍ଧାଳୁ ପ୍ରବେଶ ପଥରେ ରୁଣ୍ଡ ହୋଇଥିଲେ।


ଡାହାଣ କଡ଼ରେ ଓଡ଼ିଶା ସରକାରଙ୍କ ବୟନିକା ଷ୍ଟଲଟି ଲୋଭନୀୟ ରହିଥିଲା। ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ,କଂସା,ପିତଳ ଥାଳି ଷ୍ଟଲରେ ଯାତ୍ରୀଙ୍କ ଭିଡ଼ ଦେଖିଲୁ ।

ଯହିଁ ଦେଖିଲୁ ଖଜାପିତାଙ୍କ ଖାଜା,ପୁରୁଣା ନୃସିଂହ ସୁଇଟି ଦେଖିବାକୁ ପାଇଲୁ। ବାମ କଡ଼ରେ ଶଙ୍କରାଚାର୍ଯ୍ୟଙ୍କ ମାର୍ଗ,ବାଟକାଳୀ ମନ୍ଦିର, ଠାକୁରାଣୀ। ବାଲିସାହି ଆଗକୁ ବଢ଼ିଲୁ।

ଶ୍ଵେତଗଙ୍ଗା ପୁଷ୍କରିଣୀ :ଡାହାଣ ପଟେ ମା ଦକ୍ଷିଣ କାଳୀ ବାମ କଡ଼ରେ ନୀଳ ମାଧବ ବିନାୟକ ସମିତି। ଶ୍ରୀମନ୍ଦିର ପଶ୍ଚିମ ଦିଗରେ ଅବସ୍ଥିତ ଓ ଗଙ୍ଗାମାତା ମଠର ବିପରୀତ ଦିଗରେ ସ୍ଥାନିତ। ତୀର୍ଥ ଶ୍ଵେତଗଙ୍ଗା ପୁଷ୍କରିଣୀ ପୃଷ୍ଠ ଭୂମିକୁ ସ୍ପର୍ଶ କଲୁ। ଉପରୁ ତଳକୁ ଚାହିଁଲୁମସ୍ତକ   ଯେମିତି ଘୁରାଇ ଯାଇଥିଲା। ଗଭୀର ପୁଷ୍କରିଣୀ ୩୧ ଗୋଟି ପାହାଚ ପରେ ପାହାଚ ପ୍ରସ୍ତରରେ ଗଙ୍ଗା ଦେବୀ ଯୋଡିହସ୍ତରେ ପ୍ରସ୍ତର ସ୍ତମ୍ବରେ ବିଦ୍ୟମାନ। ବାନର ଶ୍ୱେତଗଙ୍ଗାର ଯେମିତି ମାଲିକାନାରେ ରହିଥିଲା। ଏପଟ ସେପଟ ଡିଆଁ ମାରୁଥିଲେ।

ଶ୍ରଦ୍ଧାଳୁଙ୍କୁ ଦେଖିଲୁ,କେହି କେହି ବନ୍ଦନା ଗାନ କରୁଥିଲେ। ପାହାଚ  କଡ଼ରେ ଏକାଧିକ ଛୋଟ ଛୋଟ ମନ୍ଦିର ଦେଖିଲୁ। ପ୍ରଭୁ ଜଗନ୍ନାଥ ପୂଜା ପାଉଥିଲେ। ଜଣ ଜଣ କରି ଦିବ୍ୟ ଜଳରେ ତୀର୍ଥସ୍ନାନ କଲୁ । ତିନି ଆଞ୍ଜୁଳା ଜଳ ତର୍ପଣ କଲୁ। ଅନେକ ଯାତ୍ରୀ ଦେଖିବାକୁ ପାଇଲୁ। କାର୍ତ୍ତିକ ଧାର୍ମିକ ମାସରେ ଏଇ ପୁଷ୍କରିଣୀରେ ବୁଡ ପାରୁଥିଲେ। ମନରୁ ଆବିଳତା ନକାରାତ୍ମକରୁ ଦୁରାଇବା ପାଇଁ ଏକ ମାତ୍ର ସ୍ନାନ ପନ୍ଥାକୁ ଆପଣାଉଥିଲେ। ଅଧିକାଂଶ ରମଣୀ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ପବିତ୍ରଜଳ ରୂପେ ଗ୍ରହଣ କରୁଥିଲେ।।

ପଞ୍ଚୁକରେ ତୀର୍ଥ ଯାତ୍ରୀ ସଂଖ୍ୟା ବୃଦ୍ଧି ଘଟୁଥାଏ। ଏକ ପରମ୍ପରା । ନିଜକୁ ଭାଗ୍ୟବାନ ମନେକଳୁ। ଏକ କିମ୍ବଦନ୍ତୀ ଛୁପିଥିଲା। ଏକଦା ମହାଭାରତ ପୁରାଣ ଅନୁସାରେ ଭଗବାନ ବୈକୁଣ୍ଠପତି ତାଙ୍କ ନଖ ତୀରରେ ଏଇ ପୁଷ୍କରିଣୀ ଖନନ କରିଥିଲେ। ଏଇ ପୁଷ୍କରିଣୀଟି କେବେ ଶୁଖେ ନାହିଁ ! ବିଶ୍ୱାସ କରାଯାଏ ,ଗଙ୍ଗା ନଦୀ ସହ ଆଭ୍ୟନ୍ତରଣୀୟ   ଜଳ ଧାରାର ସମ୍ପର୍କ ରହିଛି। ଶ୍ୱେତ ମାଧବ ମନ୍ଦିରରେ ପାହାମୁଣ୍ଡି ପଡ଼ିଲୁ। ଶ୍ୱେତ ଗଙ୍ଗାର ଜଳ ପୁଣ୍ୟ ଭାବେ ହିନ୍ଦୁଙ୍କ ମନରେ ଏକ ଦିବ୍ୟ ତୀର୍ଥ ପୁଷ୍କରିଣୀ ନାମରେ ଖ୍ୟାତ।

ମାର୍କଣ୍ଡେଶ୍ଵର ପୁଷ୍କରିଣୀ : ଧୀରେ ଧୀରେ ପାବଛରେ ଚଢ଼ିଲୁ। ବାଲିସାହିର ବ୍ୟଞ୍ଜନ ମିଠେଇ ବଜାର ସଂକୀର୍ଣ୍ଣ ମାର୍ଗରେ ଶ୍ରୀମନ୍ଦିର ଉତ୍ତର ଦିଗରେ  ସ୍ଥାପିତ ମାର୍କଣ୍ଡେଶ୍ଵର ସାହି ଗଳିରେ ପ୍ରବେଶ କଲୁ। ଦୁଇ ପାର୍ଶ୍ୱରେ କଞ୍ଚା ପନିପରିବା ବଜାର ଦେଖିଲୁ। ତେଜରାତି ଦୋକାନ ସ୍ଥାନୀୟ ବାସୀଙ୍କ ବେପାର ଉଚ୍ଚରେ ରହିଥିଲା।


ମନ୍ଥର ଗତିରେ ମାର୍କଣ୍ଡେଶ୍ୱର ସିଂହ ଦ୍ୱାର ସ୍ପର୍ଶ କଲୁ। ୪ ଏକର ବିଶିଷ୍ଟ ଅଂଚଳରେ ପୁଷ୍କରିଣୀ ଡାହାଣ ଓ ବାମ ଦିଗରେ ୨ଟି ମନ୍ଦିର। ବିରାଟକାୟ ଶିବଙ୍କ ମୂର୍ତ୍ତିକୁ ଦର୍ଶନ କଲୁ। ଦିବ୍ୟ ଜଳରେ ସ୍ନାନକଳୁ। ତର୍ପଣ କଲୁ। ପିଣ୍ଡ ଦାନ,ମଣ୍ଡନ,ଶୁଦ୍ଧିକାର୍ଯ୍ୟ ସମ୍ପାଦିତ ହେଉଥାଏ। ଭାବଶୁଦ୍ଧି ପାଇଁ ସ୍ନାନ ତୀର୍ଥ ଯାତ୍ରାର ଏକ ପାଦ ସନ୍ନିବେଶିତ। ଏଠି ଏକଦା ତପସ୍ୱୀ ମାର୍କଣ୍ଡ ଋଷି ତପ କରୁଥିଲେ। ଭଗବାନ  ବିପଦରୁ ପାର କରିଥିଲେ। ତାଙ୍କ ନାମାନୁସାରେ ମାର୍କଣ୍ଡେଶ୍ଵର ପୁଷ୍କରିଣୀ ଧାର୍ମିକ କ୍ଷେତ୍ର ରୂପେ  ବିଦିତ।

ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ : ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ୪ କିଲୋମିଟର ଦୂର ରହିଥାଏ। ଗୁଣ୍ଡିଚା ମନ୍ଦିର,କୋଣାର୍କ ସଡ଼କର ବାମକଡ଼ରେ ପୁଷ୍କରିଣୀ ପ୍ରତୀୟମାନ। ଅଧେ ଘଣ୍ଟା ସମୟରେ ବ୍ୟାଟେରୀ ଚାଳିତ ମୁକୁଳା ଅଟୋ ଗଡିବାକୁ ଲାଗିଲା। ରାଜାଙ୍କ ନାମରେ ପୁଷ୍କରିଣୀ  ମନରେ ସନ୍ଦେହ ଦୂର ହୋଇନଥିଲା।


ଅଶ୍ୱମେଧ ଯଜ୍ଞରେ  ହଜାର ହଜାର  ଗୋଦାନର ଗୁମର ଛୁପିଥିଲା । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପୁଷ୍କରିଣୀର ଗୁରୁତ୍ୱ ବହନ କରୁଛି। ଆମେ କୂଳରେ ସ୍ପର୍ଶ କଲୁ।  ପାଚେରୀ ସୁସଜ୍ଜିତ  କାରୁକାର୍ଯ୍ୟ ଭରପୂର୍ଣ୍ଣ ଦେଖିବାକୁ ପାଇଲୁ। ୪ ଟି ରାଜହଂସ  ଜଳକୁ ସ୍ପର୍ଶ କରୁଥିଲେ। ଶୁଭ୍ର ରଂଗର ଖୁବ ଆକର୍ଷିତ। ଆମେ ଫଟୋ ନେଲୁ। ଏକ ଅପୂର୍ବ  ମୁହୂର୍ତ୍ତ ରହିଥିଲା। ତୀର୍ଥ ସ୍ନାନ କଲୁ। ପୂଜା ପାଠକଳୁ। ପ୍ରଖର କିରଣରେ ଅସ୍ତବ୍ୟସ୍ତ ଯାତ୍ରୀ। ପେଟରେ ଅଜସ୍ର ଭୋକ ରୋହିଣୀ କୁଣ୍ଡରେ ଜଳ ସ୍ପର୍ଶ!

ଲେଉଟାଣି ଯାତ୍ରା ବଡ଼ଦାଣ୍ଡରେ ଅଟୋ  ଗଡ଼ିଲା ,ଜଗନାଥ କାର୍ଯ୍ୟାଳୟରେ ଅଟକି ଗଲୁ। ଯାତ୍ରୀ ସଂଖ୍ୟା ଭରପୁର ବଡ଼ଦାଣ୍ଡ। ଧାଡି ଦର୍ଶନର ସୁଗମ ବ୍ୟବସ୍ଥା ଉପଲବ୍ଧ। ନିଶୁଲ୍କ ଜୋତା,ସେଲଫୋନ କକ୍ଷ ରହିଥିଲା ।

ଅପରାହ୍ନର ସ୍ମରଣୀୟ  ସିଂହଦ୍ୱାରର ଫଟୋ ନେଲୁ।  ପତିତପାବନ  ଫରଫର ଉଡୁଥାଏ। ଗରୁଡ ସ୍ତମ୍ବକୁ ସ୍ପର୍ଶ କଲୁ। ସିଂହ ଦ୍ୱାରରେ ପ୍ରବେଶ କଲୁ ୨୨ ପାହାଚ ସ୍ପର୍ଶକଲୁ। ୩ୟ ପାହାଚରେ ଯମ ଶିଳାକୁ ପାଦରେ ସ୍ବର୍ଶକଲୁ। ପାହାଚ ପରେ ପାହାଚ ମୁକୁଳା ପବନରେ କ୍ଲାନ୍ତ ଦୂର ହୋଇଯାଇଥିଲା। ବାମ କଡରେ ଆଗକୁ ବଢ଼ିଲୁ। କଳ୍ପବଟ, ମୁକ୍ତିମଣ୍ଡପ,ନୃସିଂହ ମନ୍ଦିର ।

ରୋହିଣୀ କୁଣ୍ଡ  :ତାପରେ ଅଟକି ଗଲୁ।  ରୋହିଣୀ କୁଣ୍ଡ ସ୍ପର୍ଶକଲୁ।  କୁଣ୍ଡ ନିକଟରେ  ମାର୍କଣ୍ଡେଶ୍ଵର ଋଷିଙ୍କ ପାଦ ଚିହ୍ନ ଦର୍ଶନ କଲୁ। ଏକଦା ଜଗନ୍ନାଥ ଧାମରେ ବିମଳା ,କମଳା,ସର୍ବମଙ୍ଗଳା,ଉତରଇ,୨ଟି ବୃକ୍ଷ,ଶ୍ରୀ ଗରୁଡ ଓ ନୀଳ ଶୈଳ,ଏକ ବଡ଼ପୁଷ୍କରିଣୀ ରହିଥିଲା। (In Vedic scriptues highlights the quartz steps leading down from its banks to the water. ) ସ୍କନ୍ଦ ପୁରାଣରେ ବିଦ୍ୟାପତି ନୀଳ ଶୈଳରୁ ଫେରି ଇନ୍ଦ୍ରଦ୍ୟୁମ୍ନଙ୍କୁ ବ୍ୟାଖ୍ୟା କରିଥିଲେ। ଏକ କିମ୍ବଦନ୍ତୀ ଚୁପିଥିଲା।(The jara Savar hunted unknowingly killed Lord Krishna and cemented him. Lord Krishna appeared in Jarasavar  dreams and told him that his remains would transform into a log that would float from the sea to Rohini Kunda .Indradymuna with Jaras help located the holy log from which the idol of Jagannatha was carved ) ଏକଦା ଦୀନବନ୍ଧୁ ଦାଶ କୁଣ୍ଡର ସୁରକ୍ଷା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। କ୍ଷୁଦ୍ର ଖୋଦିତ ପ୍ରସ୍ତର କୁଣ୍ଡରେ ଭୁଷଣ୍ଡି କାକ (Carved stone image of Bhusandi Kaka) ଛବି ଅଙ୍କିତ ଦେଖିଲୁ। ମନରେ ସଂଶୟ ଜାଗ୍ରତ ହେଲା,ଭଗ୍ନୀ ସୁଚିତ୍ରା ଅନେକ ପ୍ରଶ୍ନ କରୁଥିଲେ। ମୁକ୍ତି ମଣ୍ଡପ ପଣ୍ଡିତଙ୍କ ପରାମର୍ଶ ଲୋଡ଼ିଲୁ। ପଣ୍ଡିତେ ଯାହା  ମତ ରଖିଲେ ପୂର୍ବରୁ ଜାଣିନଥିଲୁ।

ଉତ୍ତର ସ୍କନ୍ଦପୁରାଣରେ ବର୍ଣିତ। ଋଷି ଲୋମଶ ଅଭିଶାପରୁମୁକ୍ତି ପାଇଁ କାକ ଉଡି ଉଡି ଶ୍ରୀକ୍ଷେତ୍ରକୁ ଆସି କଳ୍ପବଟ ଶାଖାରେ ବସିଲେ। ଜଗନ୍ନାଥଙ୍କୁ ପ୍ରାର୍ଥନା କରି ରୋହିଣୀ କୁଣ୍ଡରେ ସ୍ନାନ କଲେ। ଅକସ୍ମାତ ଅବତାର ରୂପ ପରିବର୍ତ୍ତନ ହେଲେ। ତା'ପରେ  ବଟନାରାୟଣ ରୂପେ ପୂଜିତ। ଆମେ ଆଶ୍ଚର୍ଯ୍ୟ ହୋଇଥିଲୁ।

ଅନ୍ୟ ଏକ କିମ୍ବଦନ୍ତୀ କୁହେ,ନୀଳଚକ୍ର ଆକାର ଏକ ନାଭି ଚକ୍ର ଚିହ୍ନ ଦେଖିବାକୁ ମିଳିଥିଲା।ଏହାବ୍ୟତୀତ ଚାରି ଗୋଡ ଥିବା କାକ ମୂର୍ତ୍ତି ଦେଖିବାକୁ ମିଳିଲା। ଇନ୍ଦ୍ରଦୁମ୍ୟୁନ ରାଜା ଶାସନକାଳରେ  ଏକ ଅଂଶ ରହିଥିଲା। ପୁରାତନ ସ୍ଥାନଟି ଜଗନ୍ନାଥ ମନ୍ଦିର ନିର୍ମିତ ହେଲା ପରେ ରାଜା ଗଳମାଧବ ମନ୍ଦିର ମାଲିକାନା ଦାବିକଲେ। ଏଥିପାଇଁ ଦିନେ ସ୍ୱୟଂବ୍ରହ୍ମା ବିବାଦ ପାଇଁ ବିବାଦ ଚକ୍ର ଓ କାକ ସାକ୍ଷୀ ରଖିଲେ। ଇନ୍ଦ୍ରଦ୍ୟୁମ୍ନଙ୍କ ସପକ୍ଷରେ ଯୁକ୍ତି ରଖିଥିଲେ। ସେହି ଦିନଠୁଁ ରାଜା ଗଳମାଧବ ଉଭୟ ଇନ୍ଦ୍ରଦ୍ୟୁମ୍ନ ପାର୍ଶ୍ୱରେ ରହିଲେ। ଦୁହେଁ ରୋହିଣୀକୁଣ୍ଡ ନିକଟରେ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ ।


ଆମେ ନୀଳଚକ୍ରକୁ ଦର୍ଶନ କଲୁ। ଶେଷରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ  ଜଗନ୍ନାଥ,ବଳଭଦ୍ର ,ସୁଭଦ୍ରାଙ୍କ ଦର୍ଶନ ପାଇଲୁ। ଉତ୍କଳୀୟ କାରୁକାର୍ଯ୍ୟକୁ ଅତିନିକଟରୁ ପ୍ରଦକ୍ଷିଣକଲୁ। ୩୦ ରୁ ଅଧିକ ପାର୍ଶ୍ୱ ଦିଅଁଦେବତାଙ୍କୁ ଦର୍ଶନ ପାଇଲୁ। ମନ୍ଦିର ଲେଉଟାଣିରେ ଆନନ୍ଦ ବଜାର ଅବଡ଼ା ପ୍ରସାଦ ସାରିଲୁ। କିଲେ କିଲେ ଖାଜା ତାଳ ପୁଡ଼ିଆ ସାଇତି ନେଲୁ। ପଞ୍ଚତୀର୍ଥ ସ୍ନାନ  ଦର୍ଶନ ଲଭିଲୁ ଓ ପଶ୍ଚିମ ଦ୍ୱାରରେ ପ୍ରସ୍ଥାନ କଲୁ। ଶ୍ରୀ ଜଗନ୍ନାଥ ଧାମ ପୁରୀରୁ ସାଉଁଟା ସ୍ନାନତୀର୍ଥ ଏକ ନିଆରା ଅନୁଭୂତି ।

 (ରଚୟିତା-ଦିଲିପ କୁମାର ନାୟକ)

ପାଦଟୀକା//Foot Notes :

୧.ଉଇକି ପିଡ଼ିଆ ଫାଇଲ,ବ୍ୟବହାର, ୨. ସ୍କନ୍ଦ ପୁରାଣ, ୩.http:www.harekrsn.com /sun/features 1958.htm 











Comments

Post a Comment