ଦକ୍ଷିଣ ଭାରତ ତୀର୍ଥଯାତ୍ରା ଟି ରେଳ ଗାଡ଼ି ଉପରେ ନିର୍ଭରଶୀଳ ଥିଲା। ଗୋଟିଏ ପରେ ଗୋଟିଏ ଯାତ୍ରୀ ପରିଚିତ ହେଲେ। ସତେ ଯେମିତି ପୂର୍ବରୁ ଅତି ଜଣାଶୁଣା। ଷ୍ଟେସନ ପହଂଚିବା ପୂର୍ବରୁ ସମ୍ପର୍କ ଭ୍ରମ ନନ୍ଦାଦେବୀ ଶୃଙ୍ଗକୁ ସ୍ପର୍ଶ କରିଥିଲା। ଭାରତ ଭୁଖଣ୍ଡରୁ ମାତ୍ର ୨ କିଲୋମିଟର ଦୂର ରାମେଶ୍ୱର ଦ୍ବୀପ। ଟେମ୍ପଲ ଟାୱାର ଇତି ସାହିରେ ଠାବକଲୁ । କାର ପାର୍କିଙ୍ଗୀ ନାମରେ ଲୋକପ୍ରିୟ। ଅନତି ଦୂରରେ ରାମନାଥ ସ୍ୱାମୀ ମନ୍ଦିର ଚୂଳଦେଖାଯାଉଥିଲା। ଭାରତ ସେବାଶ୍ରମ ସଂଘ ଠାରୁ ତାରକା ହୋଟେଲର ପ୍ରାଚୁର୍ଯ୍ୟ ଉପଲବ୍ଧ। ଭୁବନେଶ୍ୱର’ରୁ ରାମେଶ୍ୱରମ ସିଧା ସଳଖ ରେଳ ସଂଲଗ୍ନ। ମଦୁରାଇ,ଚେନାଇ, ଓ ଥିରୁବନ୍ତପୁରମ’ରୁ ଉଭୟ ରେଳ,ଉଡ଼ାଜାହାଜ ଅତରିକ୍ତ ସୁବିଧା ରହିଥିଲା।
ପ୍ରତ୍ୟୁଷରୁ ରାମସେତୁବନ୍ଧ ଅଭିଯାନରେ ଅଟୋ ଗଡ଼ିଲା। ଯୁବ ତାମିଲ ଚାଳକ ଧୋତି ମାଟିଆ ଖାକି ସାର୍ଟ ପରିଧାନ କରିଥିଲେ। ମଥାରେ ଚନ୍ଦନ ଟୋପା ଝଟକୁଥିଲା। ପଂଜିକୃତ ସଂଖ୍ୟା-ଟିଏନ୬୫୮ ଏ ୬୨୩୯। କଳା ହଳଦିଆ ବୋଳା ରଙ୍ଗର ଅଟୋ ସିଟୁର ଷ୍ଟିକର ଚି଼ପେକେଇଥିଲେ। ସାଥିରେ ପ୍ରାଣପ୍ରିୟା ଧର୍ମପତ୍ନୀ ମିନତୀ,ଅନୁଜ ପ୍ରଦୀପ ଭଗ୍ନୀ ପ୍ରଣତି ଉର୍ଜ୍ଜା ଦେଉଥିଲେ। ଦର୍ଶନ ଆମ ଭ୍ରମଣର ମୂଳଲକ୍ଷ୍ୟ।
ତ୍ରେତୟା ଯୁଗର ଗାଥା ରାମାୟଣରୁ ଶୁଣିଥିଲୁ। ଅଯୋଧ୍ୟା ନରେଶ ଦଶରଥ ପିତୃଙ୍କ ସତ୍ୟ ପାଳନ ନିମନ୍ତେ ଶ୍ରୀରାମ ୧୨ ବର୍ଷ ବନବାସ ଘଟଣା ଯେତିକି ସ୍ପର୍ଶ କାତର ରହିଥିଲା। ଲଙ୍କାପତି ରାବଣ ସୀତାଙ୍କୁ ପୁଷ୍ପକ ଯାନରେ ପଞ୍ଚବଟି ସ୍ଥାନନ୍ତର ଆଶ୍ଚର୍ଯ୍ୟ ଦ୍ୱିଗୁଣିତ କରୁଥିଲା। ମର୍ଯ୍ୟାଦା ପୁରୁଷ ଶ୍ରୀରାମ ,ଅନୁଜ ଲକ୍ଷ୍ମଣ କୁମାର,ପରମ ଭକ୍ତ ହନୁମାନ ସମତେ ବାନର ସେନା ମାତା ସୀତାଙ୍କୁ ଉଦ୍ଧାର ପାଇଁ ସେତୁ ବାନ୍ଧିଥିଲେ।
ସାମ୍ନାରେ ଗୋଟି ଗୋଟି ନାଚି ଉଠୁଥିଲା। ସ୍ବର୍ଣ୍ଣଲଙ୍କା-ଆର୍ଯ୍ୟବର୍ତ୍ତ ଭାରତ-ସୀତା ହରଣ ରାବଣ ମରଣ -ଲଙ୍କା ଅଭିଯାନ-ଲଙ୍କାକାଣ୍ଡ-ଲଙ୍କାରେ ହରିଶବ୍ଦ,ଶୀର୍ଷକ ନାଟକ ଯାତ୍ରା ଜଗତରୁ ବହୁବାର ଦେଖୁଥିଲୁ। ତା’ଠୁ ବଳିଗଲେ ରାମାନନ୍ଦ ସାଗରଙ୍କ ଟିଭି ଧାରାବାହିକ ପ୍ରସାରିତ କାର୍ଯ୍ୟକ୍ରମରେ ଜନରୁଣ୍ଡ ହେଉଥିଲେ। ଘରେ ଘରେ ଏକ ପର୍ବପର୍ବାଣି ପାଳିତ ହେଉଥିଲା।
ସନ୍ଦେହ ବହୁ ଦିନରୁ ଉଙ୍କି ମାରୁଥିଲା। ସୌଭାଗ୍ୟ ବଶତଃ ଆମେ ରାମେଶ୍ୱର ଧାମରେ। ପର୍ଯ୍ୟଟକ ସଂଖ୍ୟା ବହୁଗୁଣରେ ଧର୍ମ ଜାତି ନିର୍ବିଶେଷରେ ଦେଖିଲୁ। ସାଙ୍ଗସାଥି ସମ୍ପର୍କୀୟ ସାଇପଡ଼ୋଶୀ କହୁଥିଲେ ; ଜଂଜାଳ ସରିଲେ ତୀର୍ଥଯାତ୍ରା। କେଇ ମାହାତ୍ମ୍ୟ ଏବେ ସ୍ଵର୍ଗରେ! ଯିବେ ଯିବେ କହି ଦିନ ଗଡ଼ି ଯାଇଥିଲା।
ଆମ ଅଟୋ ଉଚ୍ଚଉଚ୍ଚ ତାଳଦ୍ରୁମ ପାର କରିଥିଲା। ନାରିକେଳ ଉଦ୍ୟାନମାଳକୁ ପଛରେ ଛାଡ଼ିଥିଲା। ତାମିଲ ଯୁବ ଚାଳକଙ୍କ ମାର୍ଗଟିରେ ଅଭିଜ୍ଞତା ରହିଥିଲା। ୨ ଭଗ୍ନୀ ମିଳନରେ ଗପୁ ଥିଲେ, କାନକୁ ଜମା ଶୁଭୁନଥିଲା।
ଜୁନ ମାସ ୨୮ ତାରିଖ ରୁଦ୍ର ତାପରେ ବେହାଲ ! ଟପଟପ ଝାଳ ତାଳୁରୁ ତଳିପା ପର୍ଯ୍ୟନ୍ତ ନିଗିଡ଼ି ଯାଉଥିଲା! ଓଃ ଅସହ୍ୟ ଗରମ! ଅକସ୍ମାତ ଅଟୋ ଅଟକି ଗଲା। ମୁକୁଳା ଷ୍ଟଲଟିରେ ଗ୍ରାହକ ବହଳ ଦେଖିଲୁ। ପୁଞ୍ଜାପୁଞ୍ଜା ତୀର୍ଥଯାତ୍ରୀ କଳ୍ପଦ୍ରୁମ ଛାୟା ତଳେ ଘଡ଼ିଏ ଆଶ୍ରୟ ନେଉଥିଲେ। ଧାରୁଆ ତିକ୍ଷୀଣ ଛୁରୀ ସହାୟତାରେ ତାମିଲ ଆନା ଆପଣ ଛାଏଁ ପଇଡ଼ କଚକଚ କାଟି ତୁଷାର୍ତ୍ତଙ୍କ ଶୋଷ ମେଣ୍ଟାଉଥିଲେ। ଆମର ଶୋଷର ଯେମିତି ପରିମାଣ ବୃଦ୍ଧି ଘଟିଲା। ଅନୁଜ ପ୍ରଦୀପ ଗୋଟିଏ ଡିଆଁରେ ପଇଡ଼ ଗଦା କତିରେ। ଗୋଟିଏ ପଇଡ଼ର ଦାମ ୪୦ ଟଙ୍କ। ଆମେ ପଇଡ଼ ପିଇଲୁ।
ଏପଟେ ସେପଟେ ଆଖି ବୁଲାଇ ରାମନାଥ ସ୍ୱାମୀଙ୍କ ଚୂଳ ଦର୍ଶନ ପାଇଲୁ। ଅଣ ଓସାରିଆ ବାଲିକୁଣ୍ଡା ପଥୁରିଆ ସଡ଼କରେ ଅଟୋ ଗର୍ଜନ କରୁଥାଏ। ମନ କୁଂଢ଼େ ମୋଟ। ରାମ ସେତୁବନ୍ଧ ଦେଖିବୁ! କେଉଁଥିରେ ତିଆରି? ମାଟି,ପ୍ରସ୍ତର, ସିମେଣ୍ଟ ଗୁଡ଼ି,ପିଚୁ ଅନେକ ପ୍ରଶ୍ନ ଉଠେ? ଭାସମାନ ପ୍ରସ୍ତର ଖଣ୍ଡ,ଆକାର କିପରି ଥିବ? ଉତକଂଠା ରହିଥାଏ। ଝାଉଁ,ନାରିକେଳ,ବୁଦାବୁଦା କଣ୍ଟକ ତୃଣ ଦୁଇ ପାର୍ଶ୍ୱରେ ଦେଖିଲୁ। ଡ୍ରାଇଭର ଅଧା ଇଂରାଜୀ ଅଧା ହିନ୍ଦୀ,ତାମିଲ ଫେଣ୍ଟା ଫେଣ୍ଟି ଭାଷାରେ ଇଙ୍ଗିତରେ ପଥ ବର୍ଣନା କରୁଥିଲେ।
ଲୁଣିଆ ପବନରେ ମୁଖମଣ୍ଡଳରେ ଗୋଟିଏ ପରସ୍ତ ଲେପି ହୋଇଯାଇଥିଲା। ଧନୁଷ କୋଡ଼ି ତଟରେ ପହଞ୍ଚି ସାରିଥିଲୁ। ଯେମିତି ଦୁନିଆର ଶେଷ ଭାଗରେ ଠିଆ ହୋଇଛୁ ! ଆମ ତୀର୍ଥ ଯାତ୍ରା ସାମାନ୍ୟ ନଥିଲା। ଏକ ରାମାୟଣ କିମ୍ବଦନ୍ତୀ କାହାଣୀ। ଭାରତ ଓ ଶ୍ରୀ ଲଙ୍କା ଦୁଇ ଦେଶ ମଧ୍ୟରେ ସାଗର ଏକ ଘଟଣା। ଢେଉ ଜଳ ଫାଟକ କିପରି ସମ୍ଭବ ହେଲା? ରାମ ସେତୁର ଆଦ୍ୟ ଅଂଶ ଦେଖିବୁ। ବଜାର ବଜାର ସହର ସହର ଦେଇ ସ୍ୱଳ୍ପ ଶାନ୍ତ ଶିଥିଳ ପରିବେଶରେ ଅଧାଘଣ୍ଟା ବିତେଇଲୁ।
କେଇ କିଲୋମିଟର ପରେ ସ୍ତମ୍ବିତ।ଏ କଣ ହେଲା! ମନରେ ଛନକା ପଶିଲା ! ଧନୁଷ କୋଡ଼ି ନଗର ଉଭେଇ ଯାଇଥିଲା। କଣ ଥିଲା? କଣ ହେଲା? ୧୫ ଡ଼ିସେମ୍ବର ୧୯୬୪ରେ ଧନୁଷ କୋଡ଼ିରେ ଅନ୍ଧାର କରାଳ ଘୋଟି ଆସିଥିଲା। ଧୀରେ ଧୀରେ ବାତ୍ୟାର ଆଖି ଦେଖା ଗଲା। ତ୍ରୀଙ୍କମାଳି ଠାରେ ଦୃଢ଼ୀଭୁତ ହୋଇଥିଲା। ୨୪୦ ରୁ ୨୮୦ କିଲୋମିଟର ବେଗରେ ତାଣ୍ଡବ ରଚିଲା। ୧୮୦୦ ମୃତ୍ୟୁ ସଂଖ୍ୟାକୁ ଟପିଲା। ୨୦୦ ରେଳ ଯାତ୍ରୀଙ୍କ ପ୍ରାଣ ବାୟୁ ଉଡିଯାଇଥିଲା। ମାର୍ଚ୍ଚ ୧,୧୯୧୪ ମସିହାରେ ପ୍ରତିଷ୍ଠିତ ରେଳ ଷ୍ଟେସନର ଧ୍ବଂସ ଲୀଳା ଦେଖିଲୁ। କେବଳ ୬ ଜଣ ରେଡ଼ିଓ ,ରେଳ କର୍ମଚାରୀ ଜୀବନ ବଞ୍ଚାଇ ପାରିଥିଲେ। ମହାବାତ୍ୟା,ସୁନାମିରେ ଧ୍ବଂସବଶେଷ। ଧନୁଷ କୋଡ଼ିର କଙ୍କାଳକୁ ଦେଖିଲୁ। ବସ୍ତ୍ର ଥିଲା ନା ବାସ,କେବଳ ଚର୍ଚ୍ଚ କାନ୍ଥ। ଖଣ୍ଡିଆ ରେଳ ପୋଇ,ଡାକଘର ସ୍ତମ୍ବ, କେତୋଟି ଚାଙ୍ଗୁଡ଼ି ଓ ଖୁଚୁରା ମାଛ ବିକ୍ରେତା। ରାମନାଥ ସ୍ୱାମୀ ମନ୍ଦିର ତଥ୍ୟାନୁଯାୟୀ ୧୯୬୪ ଓ ୧୯୪୪ ପୂର୍ବରୁ ରାମେଶ୍ୱର ଧାମରେ ୧୪୮୦ ରେ ବାତ୍ୟା ସୂତ୍ରପାତ ହୋଇଥିଲା। ୧୯୬୪ ଦଶକରେ ଧନୁଷ କୋଡ଼ିକୁ ଭୁତର ସହର ରୂପେ ଘୋଷିତ କରାଗଲା।
ବାଲୁକାମୟ ଢାଲୁ ଉପତ୍ୟକା ସାଗର କୂଳକୁ ଲମ୍ବିଥିଲା। ଚତୃପାର୍ଶ୍ୱରେ ଭୟାନକ ଖାଁ ଖାଁ ଯେମିତି ଅନ୍ୟ ଏକ ଦୁନିଆରେ ଆମେ ୪ ପାଦ ଥାପିଥିଲୁ। ଘୁଘୁ ପବନ ବହୁଥିଲା। କେତେ କିଲୋମିଟର ଘଣ୍ଟାପ୍ରତି ରହିଥିଲା ଆମକୁ ମାଲୂମ ନଥିଲା ! ଅନେକ ନୌକା ଯନ୍ତ୍ରଚାଳିତ ଲଞ୍ଚ ଭାସମାନ। ମଛୱାରୀଙ୍କ ଷଡ଼ଯନ୍ତ୍ର ପାଲରେ ଧନୁଷ କୋଡ଼ି ମାଛର ଏନ୍ତୁଡ଼ିଶାଳ ଦେଖିଲୁ। ଆମଦାନୀ ରପ୍ତାନି,ଜୀବନ ଜିବିକା ଅତି ପୁରାତନ। ଦେଶରୁ ଦେଶକୁ ତା’ନୌବାଣିଜ୍ୟ ଲମ୍ବିଯାଇଥିଲା।୫ କିଲୋମିଟର ଅଟୋ ଗଡ଼ିଲା ପରେ ରାମସେତୁକୁ ସ୍ପର୍ଶକଲୁ।
ବାମପଟେ ଶାନ୍ତ ବଙ୍ଗପୋସାଗର ଜଳରାଶି ବିପରୀତ ପାର୍ଶ୍ୱରେ ଭାରତ ମହାସାଗର ଉଚ୍ଚଉଚ୍ଚ ଢେଉ ବିଚଳିତ କରୁଥିଲା। କିପରି ଏପରି ଫରକ? ଅପ୍ରମିତ ପ୍ରଶ୍ନ ଆଉଟୁ ପାଉଟୁ ହେଉଥିଲା। ୪ଙ୍କ ମଧ୍ୟରେ ଆଲୋଚନାର କେନ୍ଦ୍ରବିନ୍ଦୁ। ସେତେ ବେଳକୁ ସମୁଦ୍ର ଗର୍ଭରେ ଆମ ଅଟୋ ଗର୍ଜନ କରୁଥିଲା।ଆରିଚଲ ମୁନାଇ (Arichal Munai) ଯେଉଁଠି ବଙ୍ଗପୋ ସାଗର ଓ ଭାରତୀୟ ସାଗର ମିଳନର ବିନ୍ଦୁ। ସେଠି ହିଁ ଶ୍ରୀ ରାମ ଭଗବାନ ତାଙ୍କ ଧନୁଶର ତୀରରେ ନିକ୍ଷେପ କରିଥିଲେ। ବାନର ସେନା ସେତୁ କାର୍ଯ୍ୟରେ ଲାଗିପଡ଼ିଲେ। ଆମେ ତା'ଧୂଳୀକୁ ମଥାରେ ଦେଲୁ। ପାହାଁମୁଣ୍ଡି ପଡ଼ିଲୁ। ଅଶୋକସ୍ତମ୍ବ ଉକୁଟି ମାରୁଥିଲା। ଅପ୍ରମିତ ଶ୍ରଦ୍ଧାଳୁ ଚକା ଭଉଁରୀ ମୁଦ୍ରାରେ ଭକ୍ତିଭାବ ପ୍ରଦର୍ଶିତ କରୁଥିଲେ।
ରାମ ସେତୁବନ୍ଧ ଦେଖୁଲୁ,ଉଛୁଳା ଢେଉର ଭିଜାଭିଜା ଶ୍ରଦ୍ଧାଳୁ ବୁଡ଼ ପାରୁଥିଲେ। ୬୪ ଗୋଟି ତୀର୍ଥସ୍ନାନ ମଧ୍ୟରୁ ଏଇ ପବିତ୍ର ଜଳର ଗୁରୁତ୍ୱ ବହନ କରୁଥିଲା। ଜୟ ସୀତା ରାମ ନାରା ଗାନ କରୁଥିଲେ। ଭାରତର ଶେଷ ସୀମା ବୁଲି ଦେଖିଲୁ। ସିଂହଳର ସୀମାକୁ ଅନେଇଥିଲୁ।
ପ୍ରାୟ ୧୫ କିଲୋମିଟର ଦୂରରେ ମୁନାର ଦ୍ବୀପ ସେ ପର୍ଯ୍ୟନ୍ତ ଶ୍ରୀରାମ ତାଙ୍କ ପ୍ରିୟ ବାନର ସେନା ସେତୁବନ୍ଧରେ ଅଂଶୀଦାର ସାଜିଥିଲେ। ଏକଦା ଲଙ୍କାପତି ରାବଣ ସ୍ୱୟଂ ଶ୍ରୀରାମଙ୍କ ଅନୁରୋଧରେ ଅନୁକୂଳ ପୂଜା ପାଇଁ ନିମନ୍ତ୍ରିତ ହୋଇଥିଲେ। ଜାତିରେ ବିଶିଷ୍ଟ ବ୍ରାହ୍ମଣ ପଣ୍ଡିତ ବିଶାରଦ ଥିଲେ। ମହାଜ୍ଞାନୀ ଶ୍ରୀରାମଙ୍କ ପୁରୋହିତ ଧର୍ମରକ୍ଷା କରି ରାମ ସେତୁବନ୍ଧର ପୂଜାବିଧି କରିଥିଲେ। ଶ୍ରୀରାମଙ୍କ ବ୍ରହ୍ମ ଅସ୍ତ୍ରରେ ମୃତ୍ୟୁ ପାଇଁ ଦକ୍ଷିଣା ଆକାରରେ ଲଙ୍କା ପତି ଗୁହାରି ଜଣାଇଥିଲେ। ଶେଷରେ ଲଙ୍କାପତି ଆୟୁଷ୍ମାନ ଭବ ଓ ସ୍ୱଭାଗ୍ୟବତି ଭବ ଉଚ୍ଚାରଣ କରି ସ୍ବର୍ଣ୍ଣ ଲଙ୍କାକୁ ପ୍ରତ୍ୟାଗମନ କରିଥିଲେ। ଯାହା ଜନଶୃତିରୁ ସଂଗୃହିତ।
ଆମ ନିକଟରେ ତଥ୍ୟ ଶୂନ; କେବଳ ଶୁଣିଥିଲୁ। ଶ୍ରୀବୀର ହନୁମାନ ସେନାପତି, ସୁଗ୍ରୀବ,ନଳ ନୀଳ ଜ୍ୱାମ୍ଭେବ, ଗୁନଡୁଚି ମୂଷା, ନିର୍ବିଶେଷରେ ସେତୁ ଗଢ଼ିଥିଲେ। ହିନ୍ଦୁଙ୍କ ମନରେ ଏବେବି ଅତୁଟ ବିଶ୍ୱାସ ରହିଛି। କୁଆଡ଼େ ନଳଙ୍କ ହସ୍ତ ସ୍ପର୍ଶରେ ପ୍ରସ୍ତର ଖଣ୍ଡ ସେତୁ ଭାସମାନ ମୁଦ୍ରାରେ ସଜ୍ଜିତ ହେଲା।
କେଉଁ ବୈଷିକଜ୍ଞାନ ପ୍ରୟୋଗ କରିଥିଲେ? ନଳ ନୀଳଙ୍କୁ ନେଇ ଏକ କିମ୍ବଦନ୍ତୀ ଛୁପିଥିଲା। ଉଭୟେ ଦିବ୍ୟ ସନ୍ତାନ ଥିଲେ। ବାଲ୍ୟରୁ ନଟଖଟିଆ ସ୍ୱଭାବର ପ୍ରକୃତି ଛୁପିରହିଥିଲା। ଅନେକ ସମୟରେ ତପସ୍ୱୀ ମୁନିଋଷିଙ୍କ ବ୍ୟବହାର୍ଯ୍ୟ ପଦାର୍ଥ ଗୁଡିକୁ ଅନାୟାସରେ ଜଳକୁ ଫୋଫାଡ଼ି ଦେଉଥିଲେ। ଥରେ ଋଷି ଅଭିଶାପ ଦେଲେ। ଯାହା ତୁମେ ଫୋପାଡ଼ ସବୁ କାଳରେ ଭାସମାନ ମୁଦ୍ରାରେ ରହିବ;ଜଳରେ ଡୁବିବ ନାହିଁ। ଅଭିଶାପ ଟି ଦିନେ ରାମସେତୁ ନିର୍ମାଣରେ ସାହାଯ୍ୟ କରିଥିଲା। ଅଭିଶାପ ଉପହାରରେ ପରିବର୍ତ୍ତିତ ହୋଇଥିଲା।
ପଣ୍ଡିତ ବିଶାରଦ ମତ ଦିଅନ୍ତି। ନଳ, ରାମସେତୁ ନିର୍ମାଣରେ ମୁଖ୍ୟଯନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇବାରେ ପ୍ରସଂସାର ପାତ୍ର। ବିଭୀଷଣଙ୍କ ଅକଲ.ଓ ଜ୍ୱାମ୍ଭେବଙ୍କ ଚତୁର ପରାମର୍ଶ। ଦଳଗତ କାର୍ଯ୍ୟ ନିଷ୍ଠା ଯୋଗୁଁ ସଫଳତା ପାଇଲେ। ଆଜିର ମାନବଙ୍କ ମତ ଭିନ୍ନଭିନ୍ନ ବାଟ ଅଜଣା! କିମ୍ବଦନ୍ତୀ ଭ୍ରମଣ କାହାଣୀକୁ ଇନ୍ଧନ ସଂଚାରିତ କରୁଥିଲା। ସେତୁଟିଏ ଦେଖୁଲୁ। ସତ ଘଟଣା ଦୁରକୁ ଦୁରକୁ ତା’ପରେ ଜଳ ହିଁ ଜଳ।
The ancient Sanskrit epic Ramayan during (8th BCE -3rd century)and Yuddha Kanda both mentions the bridge constructed by the God Ram with help of vanar sena and rescue his wife sita from Ravan . ସଂସ୍କୃତ ରାମାୟଣରେ ସେତୁ ଗଢଣ ପରେ ଲଙ୍କାରୁ ରାବଣଙ୍କ କବଳରୁ ସୀତାଙ୍କୁ ମୁକୁଳାଇଥିଲେ ।
ରାମ ସେତୁବନ୍ଧ’ରେ ଆମେ ୪ ଯେମିତି ଛନ୍ଦି ହୋଇଗଲୁ। ବହୁ ସମୟ ବାଲିସ୍ତୁପରେ ବସି ବସି ନୀଳ ସାଗର’ର ଅମାନିଆ ଢେଉ ଇସାରା ଦେଉଥିଲା ତା’ଐତିହ୍ୟ ବଡ଼ପଣ ରାମ ସେତୁବନ୍ଧ’ ରେ ସେ ଦିନେ ମୁଣ୍ଡ ପାତି ଥିଲା। ଧର୍ମ ଅଧର୍ମର ଫରକ ଚିହିଁ ପାରିଥିଲା। ସୀତାଙ୍କ ଉଦ୍ଧାର ପାଇଁ ନିରବ ସମର୍ଥନ ଦେଇଥିଲେ।
ସେଥି ପାଇଁତ ଆମେ ୪ କେଉଁ ସମୟରୁ ତା ଜଳରାଶିରେ ଆଖି ! ପଲକ ପଡୁନଥିଲା। ତା’ପଟୁଆ ବାଲିରେ ପର୍ଯ୍ୟଟକ ମୋକ୍ଷ ପାଇଁ ଗଡ଼େଇ ତଡେ଼ଇ ହେଉଥିଲେ ।
ଲଙ୍କାପତି ଯୁଦ୍ଧରେ ପରାଜୟ ବରଣ କଲେ। ସେତୁବନ୍ଧ ହିଁ ବିଜୟର ଟୀକା ସଫଳତା ଦେଇଥିଲା। ଶ୍ରୀରାମ ପ୍ରିୟତମଙ୍କୁ ଉଦ୍ଧାର କରି ଭାରତ ଭୂଖଣ୍ଡରେ ପାଦ ଦେଇଥିଲେ।
ନାସା ସାଟେଲାଇଟ ତଥ୍ୟ କୁହେ, ଏଇଟି ମାଟିର ସେତୁ ସମୁଦ୍ର ଗର୍ଭରେ ଏବେବି ରେଖାଟି ଦୃଶ୍ୟମାନ। ଉପରି ଅଂଶ ଜଳମଗ୍ନ। ଶ୍ରୀରାମ ସେତୁବନ୍ଧ ମନୁଷ୍ୟ କୃତ ନା‘ ପ୍ରାକୃତିକ? ରାମାୟଣ ବର୍ଣ୍ଣିତ ସେତୁବନ୍ଧ ସତ ହିଁ ସତ। ଉପକୂଳରୁ ଚାହିଁଲେ ଅନତି ଦୂରରେ ମୁନାର ଦ୍ବୀପର ସବୁଜ ଉପକୂଳ ଦୃଷ୍ଟି ଗୋଚର ହୁଏ। ଦୃଶ୍ୟ ମନ ମୁଗ୍ଧକର ଥିଲାଯେ ଚିତ୍କାରରେ ରାବଣଙ୍କ ଦ୍ବୀପର ଦାୟାଦଙ୍କୁ ନିଶ୍ଚୟ ଶୁଭିଥିବ !
ଧନୁଷ କୋଡ଼ିର ପ୍ରସ୍ତର ଭୁତ ଇସାରା ଦେଉଥିଲା। ମୋତେ ଫେରାଇ ଦିଅ ମୋ ପୁରାତନ ନଗର ମୋ ଧନ ଜୀବନ। ରେଳ ପୋଇ,ରେଳ ଗାଡି ଡାକଘର,ଗିରିଜା,କଷ୍ଟମ ଦପ୍ତର। କଙ୍କାଳ ଆମ ପଛ ଛାଡ଼ୁନଥିଲା। ଶେଷରେ ଆମେ ଉତ୍ତର ଦେଲୁ;ନିଶ୍ଚୟ ରାଜ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରାଇ ;ଶ୍ରୀଫେରାଇ ଦେବୁ।
ଦିବଙ୍ଗତଙ୍କ ମଧ୍ୟରେ ଆମେ ୪ ଜୟ ରାମ ଶ୍ରୀରାମ ଜୟଜୟ ରାମ ଗାନ କରିଥିଲୁ। ଭୟ ଯେତିକି ରହିଥିଲା ଖୁସିର ମାତ୍ର ବହୁଗୁଣିତ। ଅଂଚଳରେ ଫ୍ଲେମିଙ୍ଗ, ଗୁଲସ ଅତିଥି ପକ୍ଷୀ ଗୁଡ଼ିକ ପଇଁତରା ମାରୁଥିଲେ।
ଲେଉଟାଣି ପଥରେ ପବିତ୍ର କୂଳରେ ଏକ କାଷ୍ଠ ପ୍ରସ୍ତର ଗଢା ରାମନାଥକଥୋଡ ସ୍ୱାମୀ ଦେବାଳୟ ଦେଖିଲୁ। ଶ୍ରୀରାମ ରାବଣଙ୍କ ଭ୍ରାତା ବିଭୀଷଣଙ୍କୁ ପଟ୍ଟାଭିଷେକ ପରମ୍ପରାରେ ଲଙ୍କା ସିଂହାସନରେ ସ୍ଥାପିତ କରିଥିଲେ। ପାହାଚ ଚଢ଼ିଲୁ ମନ୍ଦିର ଦେଖିଲୁ। ଶ୍ରୀରାମ ଜୟରାମ ଜୟ ଜୟ ରାମ ୩ଥର ଧ୍ୱନି ଗାନ କଲୁ ।
(ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର, ୨.poe.com. ୩. https//en.wikipedia.org
















Lekha saili badhiya lagila ❤️
ReplyDeleteThanks very much
Delete