୨୨ କୁଣ୍ଡୀୟ ତୀର୍ଥ: ରାମନାଥ ଧାମ






ଦକ୍ଷିଣ ଭାରତର ଭୌଗଳିକ ଗଣ୍ଡିରେ ୨ ଦିନ ଧରି ବୁଲାବୁଲି କଲୁ। ଅଗ୍ନି ତୀର୍ଥରେ ବୁଡ଼ପାରି ଆମେ ୪ ସଳଖ ମାର୍ଗରେ ଚାଲି ଚାଲି ରାମନାଥ ସ୍ୱାମୀ ମନ୍ଦିର ମୁହାଁ ହେଲୁ। ଦୁଇ ପାର୍ଶ୍ୱରେ ବଜାର ବହଳ ଦେଖିଲୁ। କେହି କେହି ହୋଟେଲକୁ ପ୍ରବେଶ କରୁଥିଲେ। ଅପ୍ରମିତ ଶ୍ରଦ୍ଧାଳୁଙ୍କୁ ଦେଖିଲୁ। ସ୍ୱଳ୍ପ ଚଲା ବାଟର ପୂର୍ବ ଦ୍ୱାରରେ ହାଜିରା ଦେଲୁ।
ସଭିଁଏଙ୍କ ମୁଖରେ ଗୋଟିଏ ପଦ ୨୨କୁଣ୍ଡ,୨୨କୁଣ୍ଡ ତୀର୍ଥ!
ଗୋପୁରମ ଦେଖିଲୁ! ଆଖି ପାଉନଥିଲା! ବାମପଟେ ଟିକଟ ବିକ୍ରୟ କେନ୍ଦ୍ରରୁ ୪ଟିକୁ ୧୦୦ ଟଙ୍କା ପୈଠ କଲୁ। ଧାଡ଼ି ନୀଳ ନଦୀ ଦୈର୍ଘ୍ୟଠାରୁ ଅଧିକା ଭ୍ରମ ଜନ୍ମିଥିଲା। ଅଧିକାଂଶ ପୁରୁଷ ଶ୍ରଦ୍ଧାଳୁ ଶୁଭ୍ରରଙ୍ଗ ଧୋତି ଚାଦର ପରିଧାନ କରିଥିଲେ। ଡ୍ରେସ କୋଡ଼ ଗୁମର ଛୁପିଥିଲା। ମହିଳା ଶ୍ରଦ୍ଧାଳୁ କଟକଣା ମୁକ୍ତ। ଦକ୍ଷିଣ ଭାରତୀୟ କଳାକୃତିରେ ପରିପୂର୍ଣ୍ଣ।

ରାମନାଥ ସ୍ୱାମୀଙ୍କ ଏନ୍ତୁଡ଼ିଶାଳର ୨୨ କୁଣ୍ଡୀୟ ତୀର୍ଥରେ ୪ ଅଟକିଲୁ। ପଣ୍ଡିତେ କହୁଥିଲେ, ପ୍ରତିଟି କୁଣ୍ଡର ଭିନ୍ନଭିନ୍ନ ବିଶେଷତା କିପରି ରହିଛି। ଦିବ୍ୟ ଜଳରେ ସ୍ନାନ ଦ୍ୱାର ମୋକ୍ଷ ପ୍ରାପ୍ତି ଘଟେ।ଏକ କିମ୍ବଦନ୍ତୀ ୨୨ କୁଣ୍ଡ ଭଗବାନ ଶ୍ରୀ ରାମଙ୍କ ଧନୁର ୨୪ଟି ତୀରକୁ ପ୍ରତିନିଧିତ୍ବ କରେ।

ଆଦ୍ୟରେ ମହାଲକ୍ଷ୍ମୀ ତୀର୍ଥମ ଅନ୍ତରେ କୋଡ଼ି ତୀର୍ଥମ ବେଢାରେ ସ୍ଥାପିତ। ଧାର୍ମିକ ବିଶ୍ୱାସ ଓ ବ୍ୟଗ୍ରତା ଆକାଶକୁ ସ୍ପର୍ଶ କରୁଥିଲା।“୨୨ କୁଣ୍ଡୀୟ ତୀର୍ଥ ବ୍ୟତିରକେ  ତୀର୍ଥ ଯାତ୍ରା ଯେମିତି ଅଧୁରା ହୋଇଯିବ!”

ସେ ପରି ମାନସିକତା ବିଶ୍ୱାସ ଭ୍ରମସୃଷ୍ଟି ହୋଇଥିଲା। ମିନତୀ ପ୍ରଣତି ସବା ଆଗ ଧାଡ଼ିରେ ପାଦ ପକାଉଥିଲେ। କିପରି ସ୍ନାନ କରିବୁ? କୁଣ୍ଡକୁ ପାହାଚ ରହିଥିବକି ନା! ପ୍ରଶ୍ନ ଗୁଡିକ ଆପେ ଆପେ ମନକୁ ଚାଲି ଆସୁଥାଏ। ମନ୍ଥର ଗତିରେ ପାଦ ପଡୁଥାଏ। ଆଦ୍ୟରେ ଅନେକ ଶ୍ରଦ୍ଧାଳୁ କୁଣ୍ଡ ନିକଟତର ହେଉଥିଲେ। ବେଳକୁ ବେଳ ଅଣ ନିଶ୍ୱାସ ପରି ଅନୁଭବକଲୁ। ଏ କଣ ହେବାକୁ ଯାଉଛି! ଯେମିତି ଭଗବାନ ଓ ଭକ୍ତଙ୍କ ମଧରେ ଏକ ପରୀକ୍ଷା! ଆମେ ଧୀରତାର ସହ ଆଗକୁ ବଢ଼ିଲୁ। କେଇ ମିନିଟରେ କଳ୍ପନା ଜଳ୍ପନାର ଅନ୍ତ ଘଟିଲା।


👉ପ୍ରଥମା କୁଣ୍ଡ-ମହାଲକ୍ଷ୍ମୀ ତୀର୍ଥ(Mahalaxmhi Teertham): ୨୨ କୁଣ୍ଡ ମଧରୁ ପ୍ରଥମ କୁଣ୍ଡ ନିକଟତର ହେଲୁ। ଲମ୍ବା ରଶି ଏକାଧିକ ତାମିଲ ସେବକ କୁଣ୍ଡରୁ ଜଳ ଉଦ୍ଧାର କରି ଶ୍ରଦ୍ଧାଳୁଙ୍କ ଶରୀରରେ ସିଞ୍ଚନ କରୁଥିଲେ। ମୁଣ୍ଡପାତି ଭକ୍ତଗଣ ଯୋଡ଼ି ନମସ୍କାର ଜଣାଉଥିଲେ। ଆମ ପାଳିକୁ ଟାକି ବସିଥିଲୁ। ଆୟତାକାର କୂପ ଉଚ୍ଚଉଚ୍ଚ ଚନ୍ଦନି ଦେଖିଲୁ। ସନ୍ଦେହ ଉଭେଇ ଯାଇଥିଲା। ମନ୍ଦିର ବେଢା ପରିସରରେ ମହାଲକ୍ଷ୍ମୀ ତୀର୍ଥରେ ସ୍ନାନ କରେଇ ଥିଲେ। ଏଇ ଜଳ କୁଣ୍ଡକୁ ତୀର୍ଥ କୁହନ୍ତି ,କାନ୍ଥରେ ମହାଲକ୍ଷ୍ମୀ ତୀର୍ଥ ବଡବଡ ଅକ୍ଷରରେ ଝଟକି ମାରୁଥିଲା। ପାହାଁମୁଣ୍ଡି ପାଇଁ ପ୍ରବଳ ଭିଡ଼ ଦେଖିଲୁ। ନସର ପସର ଶ୍ରଦ୍ଧାଳୁ!

ଦିନେ ରାଜା କାଶିବର ସ୍ନାନରେ ଧନ ଧାନ୍ୟ ପ୍ରାପ୍ତି ହୋଇଥିଲା। ଘଟଣା କାନକୁ କାନ ଦେଶ ସାରା ବ୍ୟାପି ଯାଇଥିଲା। ସେ ଦିନଠୁ ମହାଲକ୍ଷ୍ମୀ ତୀର୍ଥରେ ଶ୍ରଦ୍ଧାଳୁଙ୍କ ଅପ୍ରମିତ ଭିଡ଼ ଦେଖିଲୁ।

ଶୁଣିଥିଲୁ କଳି କାଳରେ ଟଙ୍କା ହିଁ ସର୍ବସ୍ବ। ସତକୁ ସତ ଶ୍ରଦ୍ଧାଳୁଙ୍କ ବହୁବାର ସତର୍କ ପରେ ଜମା ସ୍ଥାନ ଛାଡୁ ନଥିଲେ। ଅଧିକ ସ୍ନାନରେ ଅଧିକ ଧନ ଆଶାରେ ଶ୍ରଦ୍ଧାଳୁ ବିଶ୍ୱାସ ରଖିଥିଲେ। ବଡ କୌତୁହଳ ଯେତିକି ଲୋଭର ମାତ୍ର କେଇ ଗୁଣ ବଢ଼ୁଥିଲା। ମହାଲକ୍ଷ୍ମୀଙ୍କ ନାମଟି ଶ୍ରଦ୍ଧାଳୁଙ୍କ ପ୍ରଥମ ପସନ୍ଦ। ଶ୍ରୀ ମନ୍ଦିର ପୁରୀ ମହାଲକ୍ଷ୍ମୀ ମନ୍ଦିରରେ ଅସଂଖ୍ୟ ଭକ୍ତ କିଛି ସମୟ ଲକ୍ଷ୍ମୀଙ୍କ ଚହଟାରେ ଆସନ ନିଅନ୍ତି। କେଉଁ ଯୁଗରୁ ଭକ୍ତଙ୍କ ଭାବ ଜଡ଼ିତ। ଆମେ ଦ୍ୱତୀୟ କୁଣ୍ଡ ଅଭିମୁଖେ ବେଢାରେ ପ୍ରଦକ୍ଷିଣ କଲୁ।

👉ଦ୍ଵିତୀୟା କୁଣ୍ଡ-ସାବିତ୍ରୀ ତୀର୍ଥ( Savitri Theertham): ଏକାଧିକ ସେବକ ବାଲଟି ବାଲଟି ପୂର୍ଣ୍ଣ ଜଳ ଭୁରାଉ ଥିଲେ। ଯେମିତି ସ୍ୱର୍ଗରୁ ଅମୃତର ବର୍ଷା ବରଣ ହେଉଥିଲା। ସ୍ନାନ ଭିନ୍ନ ଧରଣର ! ଏଇଟି ପ୍ରଥମ ୨୨ କୁଣ୍ଡୀୟ ତୀର୍ଥରେ ସେବକ ଦ୍ୱାରା ତୀର୍ଥ ସମାପନ ହେଉଥିଲା। ବାଲ୍ୟକାଳରେ ମାଆ ସରାଗରେ ଗାଧେଇ ଦେଉଥିଲେ। ହସକାନ୍ଦର ଗାଧୁଆ ପାଧୁଆଟି ଭାରି ମନେପଡ଼ୁଥିଲା। ଏଠି ସେବକଙ୍କ ସିଞ୍ଚନ ଜଳରେ ତାଳୁରୁ ତଳିପା ପର୍ଯ୍ୟନ୍ତ ଜଳ ନିଗୁଡ଼ୁଥିଲା। ସାବିତ୍ରୀ ତୀର୍ଥରେ ସ୍ନାନ କଲୁ। ଜଳର ସ୍ୱାଦ ଫରକ ବାରି ହୋଇଥିଲା। ପାପ ଖଣ୍ଡନ ପାଇଁ ସାବିତ୍ରୀ ତୀର୍ଥରେ ଶ୍ରଦ୍ଧାଳୁ ସ୍ନାନ କରନ୍ତି। ଠିକ ହନୁମାନ ମନ୍ଦିର ପଶ୍ଚିମ ପାର୍ଶ୍ୱରେ ଚଳ ଚଞ୍ଚଳ ଦେଖିବାକୁ ପାଇଲୁ। ଏକ କିମ୍ବଦନ୍ତୀ। ଏକଦା ରାଜା କାଶିବର ଅଭିଶାପରୁ ମୁକ୍ତି ପାଇଁ ଦିନେ ଏଠି ସ୍ନାନରେ ପାପରୁ ପ୍ରାୟଶ୍ଚିତ ମିଳିଥିଲା।

👉ତୃତୀୟା କୁଣ୍ଡ-ଗାୟତ୍ରୀ ତୀର୍ଥ(Gayathri Theertham): ଗାୟତ୍ରୀ କୁଣ୍ଡରେ ସ୍ନାନ ଦ୍ୱାରା ସର୍ବ ପାପ ବିନାଶ ହୋଇଥାଏ। ରାଜା କାଶିବର ଦିନେ ଅଭିଶାପରୁ ମୁକ୍ତି ପାଇଥିଲେ। ଯାହା ଏକ କିମ୍ବଦନ୍ତୀ ଜନଶୃତିରେ ଅଦ୍ୟାବଧି ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି। ବାଲଟି ବାଲଟି ଜଳ ସିଞ୍ଚନରେ, ଥରକେ ୧୦ ରୁ ୨୦ ଶ୍ରଦ୍ଧାଳୁଙ୍କ ମଥାରେ ବିନ୍ଦୁ ବିନ୍ଦୁ ଜଳ ପଡୁଥିଲା। ମିନତୀ ପ୍ରଣତି ବହୁ ଆଗରେ ଆମେ ୨ ପଛରେ ପଡିଥିଲୁ। ଧର୍ମ ନିଜ ନିଜର। କର୍ମ ଅନୁସାରେ ଫଳ ପ୍ରାପ୍ତି ଘଟେ। ଏଠି ପାପ ପୁଣ୍ୟର ଦୋଛକିରେ ଶ୍ରଦ୍ଧାଳୁ କୁଣ୍ଡକୁ ଘେରି ରହୁଥିଲେ। କି ଆନନ୍ଦ! ସୀମା ଅପାର! ଖୁସି ଖୁସିରେ ପାପ ଥାଉକି ନାହିଁ ,ମିଛ କେବେ କହିଥିଲେ, ଏଠି ନିଶ୍ଚୟ ପ୍ରାୟଶ୍ଚିତ ହେବ। ଏଠି ଛନ୍ଦ କୌଶଳ ଛଳନା ଯେମିତି ୧୦୦ ପ୍ରତିଶତ ମନା! ସେବକ ଜଳ ଛିଞ୍ଚି ଚାଲିଥିଲେ। ଯାହା ଏକ ଗତାନୁଗତିକ ପ୍ରକ୍ରିୟା ପ୍ରଶାସନ ତରଫରୁ ପ୍ରଚଳିତ।

👉ଚତୁର୍ଥା କୁଣ୍ଡ-ସରସ୍ବତୀ ତୀର୍ଥ (Saraswathi Teertham) ପ୍ରତି ଅଭିଶାପରୁ ମୁକ୍ତି ପାଇଁ ସରସ୍ବତୀ ତୀର୍ଥର ମାହାତ୍ମ୍ୟ ରହିଛି। ଏକଦା ରାଜା କାଶିବର ସ୍ନାନ ଦ୍ୱାରା ମୁକ୍ତି ପାଇଥିଲେ। ୪ ଧାମ ମଧ୍ୟରୁ ରାମନାଥ ଧାମ ଅନନ୍ୟ। ସେଥି ପାଇଁତ ଆମ ଓଡ଼ିଶା ସରକାରଙ୍କ ଅଭିନବ ରାମେଶ୍ୱର ଧାମ ତୀର୍ଥ ଯାତ୍ରା ବରିଷ୍ଟଙ୍କ ପାଇଁ ମୁକ୍ତ ଯୋଜନା ରେଳ ତୀର୍ଥ ଯାତ୍ରା ଆୟୋଜିତ କରନ୍ତି। ପାପ ମୋଚନ ସାଙ୍ଗକୁ ଦିଅଁ ଦେବତା ଦର୍ଶନ ପାଇଁ ଏକ ପ୍ରକଳ୍ପ କେଇ ଵର୍ଷ ହେଲା ପ୍ରଚଳିତ। ମୁଖରେ ଯେଉଁ ହସ କେଇ ଲକ୍ଷ ଟଙ୍କାର ହସ କାହିଁକି ନ ହେବ। ସେଥି ପାଇଁତ ନିଜେ ନିଜ ଧାମରେ। ଜନ କୁହନ୍ତି କଣ ଆଣିଥିଲା? କଣ ଉପରକୁ ନେବେ? ସବୁ ଭଗବାନଙ୍କ ଇଛା ଓ କୃପା! ସତରେ ଭାବି ଭାବି ମନରେ କେଇ ମହଣର ଖୁସି! ଥରେ ଯିଏ ତୀର୍ଥ ଯାତ୍ରାରେ ଆସିଥିବେ,ସେ ନିଶ୍ଚୟ ବୁଝିଥିବେ ! ଆମେ ଡେରି ନକରି ଦି-ପାଦ ବଢାଇଲୁ।

👉ପଞ୍ଚମୀ କୁଣ୍ଡ-ସେତୁ ମାଧବ ତୀର୍ଥ (Sethu Madhavar Teertham) ; ଶ୍ରଦ୍ଧାଳୁଙ୍କ ଜାଣତରେ ଅବା ଅଜାଣତରେ ମନରୁ ଯେକୌଣସି ନକାରାତ୍ମକ ଭାବନାରୁ ମୁକ୍ତି ପାଇଁ ସେତୁ ମାଧବ ତୀର୍ଥରେ ଜଳ ସିଞ୍ଚନ ହୁଅନ୍ତି। କେହି କେହି ବୋତଲରେ ଜଳ ସଂଗ୍ରହ କରୁଥିବାର ଦୃଷ୍ଟି ଗୋଚର ହେଉଥିଲା। ସେଥି ପାଇଁ ସେବକ ମାନଙ୍କୁ ନେହୁରା ହେବାକୁ ପଡୁଥିଲା। ମନରେ ପବିତ୍ରତା ଓ ସକାରାତ୍ମକ ଭାବନା ସୃଷ୍ଟି ପାଇଁ କୁଣ୍ଡ ନିକଟରେ ଶ୍ରଦ୍ଧାଳୁ ଠୁଳ ହେଉଥିଲେ।

👉ଷଷ୍ଠୀ କୁଣ୍ଡ-ଗନ୍ଧମାଦନ ତୀର୍ଥ (Gandha Madana Teertham): କାନ୍ଥରେ ଲେଖାଥିଲା। ଗନ୍ଧମାଦନ କୁଣ୍ଡ ,ରାମାୟଣରୁ ଶୁଣିଥିଲୁ। ବୀର ହନୁମାନ ପର୍ବତକୁ ଆକାଶ ମାର୍ଗରେ ଉଡ଼େଇ ନେଉଥିଲେ।ଏକ ନାମ ଭିନ୍ନ ଜଳ କୁଣ୍ଡ ! ମନରେ ଆଦର କେଇ ଗୁଣା ଆକାଶକୁ ସ୍ପର୍ଶ କରୁଥିଲା। ସ୍ନାନ ଦ୍ୱାରା ଗରିବତା,ଅଭାବ,ଭୋକ ଉପବାସ ଦୂରୀଭୂତ ହୋଇଥାଏ। ଆମେ ବହୁ ସମୟ ଜଳ ସିଞ୍ଚନ ପାଇଁ ଲମ୍ବା ଧାଡ଼ିରେ ଜଗି ବସିଲୁ।

👉ସପମୀ କୁଣ୍ଡ-କବଚ ତୀର୍ଥ(Kavatcha Teertham) : କବଚ କୁଣ୍ଡରେ ଜଳ ସ୍ନାନ ଦ୍ୱାରା ନରକ ଗାମୀ ବଦଳରେ ସ୍ୱର୍ଗ ବାସ ହୁଏ। ଯମର ତାଡନାରୁ ବଂଚିତ ହୋଇଥାଏ। ପାତାଳ ଗମନର ଆଶଙ୍କା ନଥାଏ। କେଉଁ ଯୁଗରୁ କଥାଟି ଆଜି ଯାଏଁ ପ୍ରଚଳିତ। ପୁନଃ ଜନ୍ମ ଧର୍ମଶାସ୍ତ୍ରରେ ଉଲ୍ଲେଖିତ। ଏ ଜନ୍ମ ,ପରଜନ୍ମ,ଜନମ ଜନମ ୭ ଜନମ। ଆତ୍ମା ଅମର।ଶରୀର ଜଡ଼! ଅଧିକାଂଶ ଧର୍ମ ସପକ୍ଷରେ ଯୁକ୍ତି ବାଢ଼ୁଥିଲେ। ଏ ଜନ୍ମ କର୍ମରେ ଆର ଜନ୍ମରେ ପ୍ରତିଫଳିତ ହେବା ବିଶ୍ୱାସ ରହିଛି। ଶ୍ରଦ୍ଧାଳୁ ପାପର ପ୍ରାୟଶ୍ଚିତ ପାଇଁ ଏଠି ଅଧିଆ ପଡିଛନ୍ତି। ମୃତ୍ୟୁ ପରବର୍ତ୍ତୀ ପାଇଁ ଧାମରେ ସବୁ ଯେମିତି ଲେଖା ଛିଣ୍ଡେ! ଏକାଧିକ କିମ୍ବଦନ୍ତୀ ପୁରାଣ ଗୁରୁତ୍ୱ ବହନ କରିଥାଏ।

👉ଅଷ୍ଟମୀ କୁଣ୍ଡ-ଗାଭ୍ୟା ତୀର୍ଥ(Gavaya Teertham); ଜନ ମାନବ, ମାନସିକ ଧାରୀଙ୍କ ବୁଡ଼ ପାରିବା ଦ୍ୱାରା କାମନାର ପ୍ରାପ୍ତି ଘଟେ। ଗାଭ୍ୟା ତୀର୍ଥର ଗୁରୁତ୍ୱ ସଦା ବହନ କରିଥାଏ। କୁଢ଼ କୁଢ଼ ମାନସିକ ସଂଖ୍ୟା ଶେଷରେ ଶୂନ ଗଣିବା କଷ୍ଟର ବ୍ୟାପାର। ଇଛା କହିଲେ ନସରେ। ପାଠ ପଢ଼ୁଥିବା ବେଳେ ମହାବିଦ୍ୟାଳରେ ଅର୍ଥଶାସ୍ତ୍ରରେ;ମଣିଷର ଇଚ୍ଛା ଅସୀମ। ବାଡବତା କିଛି ନଥିଲା। ତାକୁ ନେଇ ଶ୍ରଦ୍ଧାଳୁଙ୍କ ସଂଖ୍ୟା କୁଣ୍ଡ ନିକଟରେ ଘେରି ରହୁଥିଲେ। ଅଧିକ ସମୟ ଜାଣିଶୁଣି ଅଟକି ଯାଉଥିଲେ। ଭାବାବେଗର ଖେଳ ଦେଖିଲୁ ଅନୁଭବ କଲୁ। ୨ ଭଗ୍ନୀ କଣ କଣ ମାନସିକ ରଖିଥିଲେ ସମ୍ପୂର୍ଣ୍ଣ ଗୋପନୀୟ। ପ୍ରଦୀପ କନିଷ୍ଠ ଭାଇଙ୍କୁ ପଛରୁ ପଚାରି ଦେଲି ? ତୁମର ମାନସିକ କଣ କଣ? ସେ ସାମାନ୍ୟ ମୁରୁକି ହସଟିଏ ଦେଇ ପାଦଟିଏ ବଢାଇଥିଲେ। ବୁଝିଗଲି ସେ କେବଳ ଭଗବାନଙ୍କ ନିକଟରେ ଖୋଲିକରି କହିବେ। ଦ୍ୱତୀୟ ବାର ପ୍ରଶ୍ନ କରିନଥିଲି। ବେଶ ଏକ କୌତୁହଳ ପରିବେଶ ସୃଷ୍ଟି କରିଥିଲା। ଆଜି ଯାଏଁ ଘଟଣା ସ୍ମରଣୀୟ।

👉ନବମୀ କୁଣ୍ଡ-ନଳ ତୀର୍ଥ(Nala Teertham): ଅଗ୍ନି ମୋକ୍ଷ ପ୍ରାପ୍ତି ଘଟେ। ସ୍କନ୍ଦ ପୁରାଣରେ ବିଶଦ ରୂପେ ନଳ କିପରି ଶକ୍ତି ପ୍ରପାତ ଘଟଣା ବର୍ଣ୍ଣନା କରାଯାଇଛି। ଆଖି ଆଗରେ ନଳ ନୀଳ କୁଣ୍ଡ ତୀର୍ଥ ଦେଖି ଚକିତ ହେଲୁ। ଦିନେ ରାମ ସେତୁବନ୍ଧ ଗଢଣରେ ପ୍ରମୁଖ ଭୂମିକା ସ୍ୱର୍ଣ୍ଣାଅକ୍ଷରରେ ଲିପିବଦ୍ଧ। ତାଙ୍କରି ଜଳକୁଣ୍ଡ ସ୍ପର୍ଶରେ କାଳେ କିଛି ଶକ୍ତି ପାଇବୁ! ଆଶାରେ କେତୋଟି ବିନ୍ଦୁ ମଥାରେ ପଡିଲା। ଭାବିଲୁ ନିଶ୍ଚୟ ସଫଳ ହେବୁ। ଶିଳାଖଣ୍ଡ ନ’ ଭାସିଲେ ମଧ୍ୟ ମନଟା ଭାସିବ! ଉଲ୍ଲାସରେ ଆମେ ନୀଳ କୁଣ୍ଡ ନିକଟତର ହେଲୁ।

👉ଦଶମୀ କୁଣ୍ଡ-ନୀଳ ତୀର୍ଥ(INila Teertham): ସ୍ୱଚ୍ଛ ଆଲୋକ ପ୍ରାପ୍ତ ହୁଏ ଓ ଅଗ୍ନି ଯୋଗ ପ୍ରାପ୍ତି ଘଟେ। ଦେହ ସାରା ଥଣ୍ଡା ଥଣ୍ଡା ଅନୁଭୂତ ହେଉଥାଏ। ଆମେ ଚକିତ ହେଲୁ ନଳ ନୀଳ ତୀର୍ଥ ସ୍ନାନରେ ଉତ୍ତାପ ଅନୁଭବ କଲୁ। ସ୍ୱାଦ ଭିନ୍ନ ପରଖିଲୁ। ଅଙ୍ଗେ ନିଭେଇଲୁ। ଅନ୍ୟ ଶ୍ରଦ୍ଧାଳୁଙ୍କ ଏକା କଥା କୁହା କୁହି ହେଉଥିଲେ। ସେତେ ବେଳକୁ ଆମେ ୯ ଗୋଟି ତୀର୍ଥ କୁଣ୍ଡର ଜଳ ଶରୀରରେ ଭିଜିଥିଲା।

👉ଏକାଦଶୀ କୁଣ୍ଡ-ବ୍ରହ୍ମ ହତି ତୀର୍ଥ (Brahamahati Teertham): ହିନ୍ଦୁ ଧର୍ମରେ ଗୋମାତାର ମାନ୍ୟତା ଦିଆଯାଇଛି। ଗୋବଧ ଧାରୀଙ୍କ ପାପ ଖଣ୍ଡନ ପାଇଁ ଏଇ ତୀର୍ଥରେ ସ୍ନାନ ଦ୍ୱାରା ମୁକ୍ତି ମିଳିଥାଏ। ବହୁ ସମୟରେ ସହର ମଫସଲରେ ଗୋବଧ କରି ପାପରୁ ମୁକ୍ତି ପାଇଁ ସାହି ଗଳିରେ ବଡ ପାଟିରେ ସ୍ୱୀକାର କରନ୍ତି। ନିରୁପାୟରେ ପ୍ରାୟଶ୍ଚିତ ପାଇଁ ଏଇ କ୍ଷେତ୍ରକୁ ଆପଣାଇଥାନ୍ତି। ମାହାତ୍ମ୍ୟର ତୀର୍ଥ ଖ୍ୟାତ।

👉ଦ୍ୱାଦଶୀ କୁଣ୍ଡ-ସଂଙ୍ଗୁ ତୀର୍ଥ (Sankku Teertham)ଋଷିଙ୍କ ବାତସ୍ନାଭ (vatsanabha) ଦୁଇ ଦୁଇଟି ଅଭିଶାପରୁ ପ୍ରାୟଶ୍ଚିତ ପାଇଥିଲେ। ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ।"ସ୍ୱାସ୍ଥ୍ୟ ହିଁ ସମ୍ପଦ "ଗୁରୁଜୀ ବିଦ୍ୟାଳରେ ପାଠ ପଢ଼ାଉଥିଲେ। ସଫଳର ଛବି କାଠି! ସ୍ନାନରେ ଶୁଦ୍ଧତା ଫେରି ଆସିବା! ଆମେ ତରବରିଆରେ ମସ୍ତକକୁ ୬୦ ଡ଼ିଗ୍ରୀ ପର୍ଯ୍ୟନ୍ତ ନୁଆଁଇଲୁ। କୁଣ୍ଡର ଜଳ କିପରି ମଥାରେ ପଡ଼ିବ। ସିଞ୍ଚନ ଜଳ ବିନ୍ଦୁରେ ଯେମିତି ଶରୀର ଭିତରକୁ ପ୍ରବେଶ କରୁଥିଲା। ଏକ ଭ୍ରମ ଜାତ ହେଲା।

👉ତ୍ରୟୋଦଶୀ କୁଣ୍ଡ- ଚକ୍ର ତୀର୍ଥ(Chakra Teertham) ତୀର୍ଥରେ ପ୍ରତିଟି ମନୁଷ୍ୟର ଶରୀର ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖେ। ନିରାମୟ ପାଇଁ ପଥ ପରିସ୍କାର କରେ। ମନ ସ୍ଥିର ରଖିବାରେ ଫଳପ୍ରଦ ହୁଏ । ଶ୍ରଦ୍ଧାଳୁ ଜଳ ସଂଗ୍ରହ ପାଇଁ ସେବକଙ୍କ ପଛରେ ପଡିଯାଉଥିଲେ।ଏକ ଅଭିନବ ଉପାୟ ଅବଲମ୍ବନ ଦୃଶ୍ୟ ଦେଖିବାକୁ ପାଇଲୁ।

👉ଚତୃଦଶୀ କୁଣ୍ଡ-ସୂର୍ଯ୍ୟ ତୀର୍ଥ(Surya Teertham):ରେ ସ୍ନାନ ଦ୍ୱାରା ଶକ୍ତି ଓ ଜ୍ଞାନ ବୃଦ୍ଧି ଘଟେ। ଅତୀତ ବର୍ତ୍ତମାନ ଓ ଭବିଷ୍ୟତର ଜ୍ଞାନ ପ୍ରାପ୍ତି ଘଟେ। ସୂର୍ଯ୍ୟ ତୀର୍ଥ କୁଣ୍ଡର ଜଳ ସିଞ୍ଚନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିଲୁ। ଏକ ଆଧ୍ୟାତ୍ମିକ ପରିବେଶ କିଛି ସମୟ ଅଟକି ଗଲୁ।

👉ପଞ୍ଚଦଶୀ କୁଣ୍ଡ-ଚନ୍ଦ୍ର ତୀର୍ଥ) (Chandra Teertham):ସ୍ନାନ ଦ୍ୱାରା ଅତୀତ ଓ ଭବିଷ୍ୟତ ସଚେତନ ଜ୍ଞାନ ପରିପ୍ରକାଶ କରିଥାଏ। ସୁରଥ ରାଜାଙ୍କ ଜ୍ଞାନ ପ୍ରାପ୍ତି ଘଟିଥିଲା। ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି। କୁଣ୍ଡ ଜଳର ସେବକ କହୁଥିଲେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଜଳରେ ପାପର ପ୍ରାୟଶ୍ଚିତ ହୁଏ। ଉଭୟ କୁଣ୍ଡରେ ଶ୍ରଦ୍ଧାଳୁ ସ୍ନାନ କରୁଥିଲେ।

👉ଷୋଡଶୀ କୁଣ୍ଡ-ଗଙ୍ଗା ତୀର୍ଥ(Ganga Teertham): ଗଙ୍ଗା ନଦୀ ସୃଷ୍ଟି ପରେ ଏଇ କୁଣ୍ଡଟିକୁ ନାମକରଣ କରାଯାଇଛି। ଶୁଦ୍ଧତା ଓ ସାଧୁତା ଜ୍ଞାନର ବୃଦ୍ଧି ଘଟେ। ଆଧ୍ୟାତ୍ମିକ ଭାବପ୍ରବଣତା ସୃଷ୍ଟିହୁଏ। ଏ ଜନ୍ମର ପାପର ପ୍ରାୟଶ୍ଚିତ ମିଳିଥାଏ। ଦିବଂଗତ ଜନକ ଆତ୍ମାର ସ୍ଵର୍ଗବାସ ପାଇଁ କାମନା କରନ୍ତି।

👉ସପ୍ତଦଶୀ କୁଣ୍ଡ-ଯମୁନା ତୀର୍ଥ(Jamuna Teertham): ଦିନେ ଗଣନ ସୁରୁଥି ରାଜା ଯମୁନା ତୀର୍ଥରେ ସ୍ନାନରେ ସଦ୍ବୁଦ୍ଧି ପ୍ରାପ୍ତ କରିଥିଲେ। ଯାହା ଏକ କିମ୍ବଦନ୍ତୀ। ଗୋଟିଏ ପରେ ଗୋଟିଏ ଗଣି ଗଣି କାନ୍ଥର ଲେଖା ପଢିପଢି ତୀର୍ଥ କରୁଥିଲୁ। ଶୀତଋତୁ ନଥିଲା କିନ୍ତୁ ଶୀତଳତା ଅନୁଭବକଲୁ! ଯେମିତି ପାପ ଅଂଶ ଶରୀରରୁ ଆପଣା ଛାଏଁ ଉଭେଇ ଯାଇଥିଲା। ଭଗବାନ ଓ ଭକ୍ତଙ୍କ ଅତୁଟ ବିଶ୍ୱାସରେ ଆମେ ୪ ବେଢାରେ ଛନ୍ଦି ହୋଇଯାଇଥିଲୁ।

👉ଅଷ୍ଟଦଶୀ କୁଣ୍ଡ-ଗୟା ତୀର୍ଥ(Gaya Teertham): ସକଳ ଜ୍ଞାନ ପ୍ରାପ୍ତି ପାଇଁ ଗୟା ତୀର୍ଥ ହିନ୍ଦୁ ଧର୍ମରେ ଏକ ପ୍ରମୁଖ ସ୍ଥାନ ପାଇଛି। ଦିବ୍ୟଜ୍ଞାନ ପ୍ରାପ୍ତି ପାଇଁ ଏକାଧିକ ଋଷି ଓ ରାଜା ଗୟା ତୀର୍ଥର ମାହାତ୍ମ୍ୟ ସ୍ଥଳ ପୁରାଣରେ ଆଦୃତ ହୋଇଛି। ଗୟା ନାମଟି ହିନ୍ଦୁଙ୍କ ହୃଦୟରେ ତାଠୁ ବଳିଗଲେ ଫଲଗୁ ନଦୀ। ଅନେକ ଘଟଣାବଳୀ ସହ ଭାରତୀୟଙ୍କ ଜୀବନ ଧର୍ମକୁ ନେଇ ଜଡ଼ିତ। ଆମ ଭିତରେ ଉତ୍ସାହ ଦ୍ବିଗୁଣିତ ହେଲା।

👉ଉନବିଂଶୀ କୁଣ୍ଡ-ଶିବ ତୀର୍ଥ (Siva Teertham):”ସତ ମିଛ ଦୁନିଆରେ ସତର ଗୁରୁତ୍ୱ ସତ୍ୟ ଯୁଗରୁ ପରମ୍ପରା ରହିଛି ,ମିଛ ପଦଟି ଅବା ବାକ୍ୟଟିଏ କହି ଦେଇ ବାହାସ୍ଫୋଟ ଦେଖାଇବା ଏକ ନିତିଦିନିଆ ଘଟଣା।“

ସମାଜରେ ଦେଖିବାକୁ ମିଳେ। ସେ ଜାଣେନା ଯାହା ଉଚ୍ଚାରଣ କରିଛି ତାହାହିଁ ଏକ ପାପ! ଆତ୍ମା ସମୀକ୍ଷା ବିବେକବିହୀନଙ୍କ ପାଇଁ ଏକମାତ୍ର ମାର୍ଗ ଭୁଲ ସ୍ୱୀକାର କରିବା। ନତୁବା ସ୍ୱୟଂ ଶିବ ତୀର୍ଥରେ ସ୍ନାନ ଦ୍ୱାରା ପ୍ରାୟଶ୍ଚିତ ମିଳିଥାଏ। ଭୈରବାଃ ମହତ ଦର୍ଶନରେ ଉଲ୍ଲେଖିତ। ବାଟରେ ଯାଉ ଯାଉ କେବେ କେହି ମିଛ କହିଥିବେ। ପ୍ରାୟଶ୍ଚିତ ପାଇଁ ସଦାସର୍ବଦା ଶିବ ତୀର୍ଥ ମୁକୁଳା ଥାଏ।“ଚାଟଶାଳୀରେ ଦିନେ ରଟୁ ଥିଲୁ। ସତ କହି ପଛେ ମଲେ ମରିବୁ ,ସତ କହିବାକୁ କିଆଁ ଡ଼ରିବୁ ।“

👉ବିଂଶୀ କୁଣ୍ଡ-ସଦ୍ୟମିର୍ଥ ତୀର୍ଥ(Saadyama mirtha Teertham):ସମ୍ରାଟ ବୁରୁଷ ସ୍ନାନ ଦ୍ୱାରା ଅଭିଶାପରୁ ମୁକ୍ତି ପାଇଥିଲେ। ଆଧ୍ୟାତ୍ମିକ ଭାବନା ବଳିଷ୍ଠ କିମ୍ବଦନ୍ତୀ କାହାଣୀର ଉଲ୍ଲେଖିତ। ପ୍ରାୟଶ୍ଚିତ ପାଇଁ ଆମ ଦେଶର ସର୍ବଶ୍ରେଷ୍ଠ ତୀର୍ଥମାନ ରାମନାଥ ଧାମ ମନ୍ଦିର ବେଢାରେ ପାଇଲୁ। ସେଥି ପାଇଁତ ପାହାନ୍ତାରୁ ମଧ୍ୟାହ୍ନ ତୀର୍ଥ ଅନବରତ ଚାଲିଥାଏ। ପେଟରେ ଭୋକର ମାତ୍ରା ବୃଦ୍ଧି ଘଟୁଥାଏ। ସମ୍ପୂର୍ଣ୍ଣ ନିର୍ଜଳା,ଗୋଟିଏ ଚାହା’ କପରେ ୨୦ଟି କୁଣ୍ଡର ଜଳ ଭିଜି ସାରିଥିଲା। ମାତ୍ର ଶେଷ ୨ଟି ତୀର୍ଥ ଅପେକ୍ଷାରେ ଅନ୍ତ ଘଟିବ।

👉ଏକବିଂଶତିତମୀ କୁଣ୍ଡ -ସର୍ବ ତୀର୍ଥ(Sarva Teertham): ଯେ କୌଣସି ପାପରୁ ମୁକ୍ତି ନିମନ୍ତେ ସର୍ବତୀର୍ଥରେ ପ୍ରାୟଶ୍ଚିତ ମିଳିଥାଏ।ତୀର୍ଥ ଯାତ୍ରୀଙ୍କ ବହଳ ଦେଖିଲୁ। ସତାରିଷ୍ଣ (Satharishna) ଦିନେ ଅନ୍ଧତ୍ୱରୁ ଆଲୋକ ପାଇଥିଲେ। ତୀର୍ଥଟିର ଗୁରୁତ୍ୱ ଦେଖିବାକୁ ପାଇଲୁ। ଆଶର୍ଯ୍ୟ ପ୍ରକଟ କଲୁ। ଜନ ମାନସରେ ସର୍ବ ତୀର୍ଥରେ ଆଧ୍ୟାତ୍ମିକ ଭାବ ଜଡ଼ିତ। ଶରୀର ବସ୍ତ୍ର ଓ ମନ ଏକାକାର ହୋଇ ଯାଇଥିଲା।

👉ଦ୍ୱାବିଂଶୀ କୁଣ୍ଡ-କୋଡ଼ି ତୀର୍ଥ(Kodi Teertham): ଏକଦା ଭଗବାନ ଶ୍ରୀକୃଷ୍ଣ ମାମା ଦୁରାଚାରୀ କଂସକୁ ବଧ କରିଥିଲେ। ନରହତ୍ୟା ପାପରୁ ପ୍ରାୟଶ୍ଚିତ ପାଇଁ କୋଡ଼ି ତୀର୍ଥରେ ସ୍ନାନ କରିଥିଲେ। ସ୍କନ୍ଦ ପୁରାଣ ଅନୁଯାୟୀ ୨୪ ଗୋଟି ପ୍ରମୁଖ ତୀର୍ଥ କେବଳ ରାମନାଥ ଧାମରେ ଖ୍ୟାତ। ଅଗ୍ନିତୀର୍ଥ,ଧନୁଷ କୋଡ଼ି ବ୍ୟତୀତ କେବଳ ୨୨ କୁଣ୍ଡୀୟ ତୀର୍ଥ ବେଢାରେ ବିଦ୍ୟମାନ।



 ଜଗତର ବୃହତ୍ତ ମନ୍ଦିର ବେଢାରେ ୪ ହଜାର ସ୍ତମ୍ବସହ ୨୨ ଗୋଟି ତୀର୍ଥକୁଣ୍ଡର ମାହାତ୍ମ୍ୟ ଦେଖିଲୁ।ପାପୀ,ଧାର୍ମିକ ନିର୍ବିଶେଷରେ
 ସମୂହ ବୁଡ଼ ପାରୁଥିଲେ। ମାନସିକ କଣ ରହିଥିଲା। ତାହା ଅଛପା ଥିଲା। ସମୂହ ବୁଡ଼ପାରୁଥିଲେ। 
ନର ନାରୀଙ୍କ ହୃଦୟକେବଳ ସ୍ୱୟଂ ଭଗବାନଙ୍କୁ ହିଁ ଗୋଚର।
୨୨ କୁଣ୍ଡିୟ ତୀର୍ଥ ଯେତିକି ଧର୍ମକୁ ନେଇ ଗୁରୁତ୍ୱ ରହିଛି  ତାହାଠୁ କେଇ ଗୁଣ କୁଣ୍ଡ ଜଳର ଉପକାରିତା।



ଆମେ ୩ ସରୋ ବଡିଆ ଶୀତଳ ଶରୀରରେ ଶୁକ୍ଳବସ୍ତ୍ର ପରିଧାନ କଲୁ। ଅନୁଜ ପ୍ରଦୀପ ଘୁଞ୍ଚୁପାଞ୍ଚ ହେଉଥିଲେ। ଶ୍ରଦ୍ଧାଳୁ ଓଦା ବସ୍ତ୍ର ଗୋଟିଏ ସ୍ଥଳରେ ଠୁଳ କରୁଥିଲେ।“ଶ୍ରଦ୍ଧାଳୁଙ୍କ ଗୋଟିଏ ଲକ୍ଷ୍ୟ ପୁଣ୍ୟ ହିଁ ପୁଣ୍ୟ। 
ପଣ୍ଡିତେ କୁହନ୍ତି ଜଳହିଁ ଜୀବନ,ଜଳହିଁ ପ୍ରାଣ "ଜଳ ହିଁ ସକଳ ଆଧାର। ପ୍ରତି  ଜଳ ବିନ୍ଦୁ ମନ ପ୍ରାଣ ଓ ଶରିରୀର ପାଇଁ କେତେ ହିତକର।
ମଣିଷଙ୍କ ଦ୍ୱାରା ଧନ ମଣିଷଙ୍କ ପାଇଁ ସ୍ୱାସ୍ଥ୍ୟ ଓ ମଣିଷଙ୍କର ମୋକ୍ଷ।
ଅକ୍ଳେଶରେ ପ୍ରାୟଶ୍ଚିତ ୨୨ କୁଣ୍ଡୀୟ ତୀର୍ଥ ଜଳର ଗୁଣବତ୍ତା ଓ ନିବିଡ଼ ବିଶ୍ୱାସ ଅଦ୍ୟାବଧି ଦେଖିଲୁ। କୁଣ୍ଡସ୍ଥଳ ବିଶେଷରେ ଜଳର ଗୁରୁତ୍ୱ ଓ ଗୁଣବତ୍ତାର ଶକ୍ତି ଆମେ ଅନୁଭବ କଲୁ। ତ୍ରେତୟା ଯୁଗର ଶ୍ରୀରାମଙ୍କ ଗାଥା ସ୍ମରଣୀୟ।   
                                                                                                                                                                      ରଚୟିତା-ଦିଲିପ କୁମାର ନାୟକ)


ପାଦଟୀକା//Foot Notes ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର, ୨ସ୍କନ୍ଦ ପୁରାଣ ,ସେତୁ ପୁରାଣ ,ନାରଦ ପୁରାଣ ,ତୀର୍ଥ ମାହାତ୍ମ୍ୟ .୩. ସେତୁ ମାହାତ୍ମ୍ୟ -ଅଧ୍ୟାୟ-୨,୧୦୪ ,ପୃଷ୍ଠା -୨୦୧-୨୧୮ ,ସ୍କନ୍ଦ ପୁରାଣ, ବ୍ରହ୍ମଖଣ୍ଡ ,-୩,ଅଧ୍ୟାୟ-୧,WIKIPEDIA,e.n.Wikipedia.Wki                              

Comments

Post a Comment