ଦକ୍ଷିଣ ଭାରତର କୈଳାଶ:ଏକ ଅନୁଭୂତି



୨୦ ଜୁନ ୨୦୨୪ରେ ଅପରାହ୍ଣ ଆକାଶରେ ରବି ଓହ୍ଲାଇ ଆସୁଥିଲେ। ୪ ଶୈବ ଶ୍ରଦ୍ଧାଳୁ ସାଥିରେ ଧର୍ମପତ୍ନୀ ମିନତୀ,ଅନୁଜ ପ୍ରଦୀପ,ପ୍ରଣତି ଭ୍ରମଣରେ ଉତ୍ସାହ ପ୍ରଦାନ କରୁଥିଲେ। ଓମନି ମାରୁତି ସିରୁଭାନି ଉପତ୍ୟକାରୁ ଛୁଟିଥିଲା। ଦୁର୍ଗମ ପଥ ସବୁଜ ମାଳ ଭିତର ଚିରି ଚିରି ଗାଡ଼ିଟି ପାରକରୁଥିଲା। ଛୋଟ ଛୋଟ ତାମିଲ ଗ୍ରାମ,କପା, ମିଲେଟ ଶସ୍ୟ ଖେତ ଦେଖିଲୁ।

କୋଏମ୍ବାଟୁର ରେଳ ଷ୍ଟେସନ ଓ ଗାନ୍ଧୀପୁରମ ବସ ଟର୍ମିନାଲରୁ ଯାତ୍ରୀବାହୀ ନିୟମିତ ଗଡେ। ସାଧାରଣ ଯାତ୍ରୀ ମୁଣ୍ଡ ପିଛା ୪୦ ଟଙ୍କା ଏବଂ ଅଟୋ କାର ଉଭୟର ଭଡା ବାବଦକୁ ୮୦୦ ଟଙ୍କାରୁ ୧୨୦୦ ଟଙ୍କା ଦେୟରେ ବିକଳ୍ପ ରହିଥିଲା। ଘଣ୍ଟେ କାଳ ସଡକ ଯାତ୍ରାରେ ଆଦିଯୋଗୀ ଆଶ୍ରମ (ଇଶା ଫାଉଂଡେସନ) ବିନ୍ଦୁରେ ଅକ୍ଳେଶରେ ପହଂଚି ହେବ।

ମହାଶିବରାତ୍ର ତିଥିରେ ମନେପଡୁଥାଏ। କୋଏମ୍ବାଟୁର,ତାହାଠୁ ବଳିଗଲେ ଇଶା ପ୍ରତିଷ୍ଠାନ। ସଦଗୁରୁଙ୍କ ଏକ ପ୍ରୟାସ। ଦେଶ ବିଦେଶରେ ଗୋଟିଏ ପର୍ଯ୍ୟଟନ ଓ ଧାର୍ମିକ ସଚେତନ ଅନୁଷ୍ଠାନ। କେଉଁଠି ଭେଲେନଗିରି ପର୍ବତ (Vellingiri Hill) ପାଦ ଦେଶ? ଇଶା ଫାଉଂଡେସନ ପ୍ରତିଷ୍ଠାତା କିଏ? ଆଭିମୁଖ୍ୟକୁ ନେଇ ମନଟା ରଖେଇ ଥୋଇ ଦେଉନଥିଲା।

ମହାଦେବ ଶିବଙ୍କ ଦର୍ଶନ ପାଇଁ ଆତୁରତା ବଢ଼ୁଥିଲା। ଅକସ୍ମାତ ଶୀତଳ ପବନ ଦଲକାଏ ସ୍ପର୍ଶ କରିଥିଲା। ଓଃ କି ଆରାମ! ଗ୍ରୀଷ୍ମ ଋତୁର ତାତିରୁ ତ୍ରାହି ପାଇଥିଲୁ। କୋଏମ୍ବାଟୁର ସହର ଠାରୁ ୩୬ କିଲୋମିଟର ଦୂର। ତା’ବହୁ ପୂର୍ବରୁ ବାମ କଡରେ ଇଶା ପ୍ରତିଷ୍ଠାନକୁ ନୁଆଁ ସଡ଼କ ସଂଲଗ୍ନ ହୋଇଥାଏ।

ଜଙ୍ଗଲ ଜଙ୍ଗଲ ଘେରା ଦୃଶ୍ୟମାନ ହେଉଥାଏ। ଆମେ ଯେମିତି କୈଳାଶ ପର୍ବତ ମୁହାଁ ଭେଲେନଗିରି ପାଦଦେଶକୁ ସ୍ପର୍ଶ କରିଥିଲୁ। ଦକ୍ଷିଣ ଭାରତର କୈଳାଶ ନାମରେ ଜନ ଆଦୃତ।

ମୁକୁଳା ପ୍ରଶସ୍ତି ପାର୍କିଙ୍ଗ ସ୍ଥଳରେ ଓ଼ମିନ ଥମିଗଲା। ଅସଲରେ ୪ ସଦଗୁରୁଜୀଙ୍କ ଆଶ୍ରମ ବେଢାରେ ପାଦ ଥାପିଲୁ। ସମୁଖ ଭାଗରେ ଟିକି ବଜାର। ଏକାଧିକ ବଳଦ ଗାଡ଼ି ପୂର୍ବରୁ କେବେ ଦେଖି ନଥିଲି। ଯାତ୍ରୀ ପରିବହନ ଅବା କୃଷିଜାତ ଦ୍ରବ୍ୟ ପରିବହନ ପାଇଁ ନିୟୋଜିତ ହୋଇଥାଏ। ପ୍ରାଚୀନ ପ୍ରଥାଟି ଦେଖି ପ୍ରଶ୍ନମାନ ବିଜୁଳି ବେଗରେ ମନକୁ ସ୍ପର୍ଶ କରିଥିଲା। ମୁନିଆ ମୁନିଆ ଶିଙ୍ଘ ବୃହତ୍ତ ବୃହତ୍ତ ବଳଦ ଅପେକ୍ଷା ମୁଦ୍ରାରେ ପଜା ଗଡାଉଥିଲେ। ଗୋସମ୍ପଦର ଚାହିଦା ଢେର ଏଠି ଦେଖିଲୁ।

ପ୍ରଦୀପ ଭାଇନା ଭାଇନା ଦି'ପଦ ଡାକରେ ଆଶ୍ରମର ମୁଖ୍ୟଦ୍ୱାର ମୁହାଁ। ଦ୍ୱାରାପାଳ ସଜାଗ ରହିଥିଲେ। ଏକାଧିକ ତୀର ଚିହ୍ନରେ ରେଖାଙ୍କିତ ମଣ୍ଡପମ ଠିକଣା,ଇଂରାଜୀରେ ଲିପିବଦ୍ଧ। ଜାଣିବା ପାଇଁ ସହଜ ହୋଇଥିଲା।

ଆକର୍ଷଣୀୟ ଟିକିଟିକି ଉଦ୍ୟାନ ମନକୁ ଛୁଇଁ ଥିଲା। ସ୍ୱଚ୍ଛତା ବଜାୟ ରହିଥିଲା। ଆମେ ଲକର ରୁମରେ ସେଲଫୋନ ବ୍ୟାଗ ହସ୍ତାନ୍ତର କଲୁ। ମିନତୀ ପ୍ରଣତି ଆଗଭର ହେଉଥିଲେ।



୧୯୯୨ରେ ସଦଗୁରୁ ଜଗଦୀଶ ବାସୁଦେବ ପ୍ରଚେଷ୍ଟାରେ ଆଧ୍ୟାତ୍ମିକ ସଂଘ ଗଢି ତୋଳିଥିଲା। କୋଏମ୍ବାଟୁର ସହର ପଶ୍ଚିମ ଦିଗରେ ସ୍ଥାପିତ। କ୍ରମେ ଇଶା ପ୍ରତିଷ୍ଠାନ ଯୋଗ କେନ୍ଦ୍ର ଭାବରେ ବିବିଧ ପ୍ରକଳ୍ପ ସଂଚାଳନ କଲେ। ତାମିଲନାଡୁ ପରେ କର୍ଣ୍ଣାଟକ ରାଜ୍ୟକୁ ବ୍ୟାପି ଯାଇଥିଲା। ଲୋକପ୍ରିୟ ପର୍ଯ୍ୟଟନ ଆଧ୍ୟାତ୍ମିକ ସ୍ଥଳ ରୂପେ ଖ୍ୟାତି ଅର୍ଜନ କଲା। ୧୯୯୪ରେ ସିଙ୍ଗାପୁର,ମାଲେସିଆ, ଅଷ୍ଟ୍ରେଲିଆ,ଯୁକ୍ତରାଷ୍ଟ୍ର ଆମେରିକା,ଯୁକ୍ତରାଜ୍ୟ ଇଂଲଣ୍ଡ ଓ ଲେବାନନ ବିଦେଶ ଓ ଦେଶରେ ସଦଗୁରୁଙ୍କ ଜନ ହିତକର କାର୍ଯ୍ୟକ୍ରମ ହାତକୁ ନେଇଥିଲେ।

ସଦଗୁରୁ  କୁହନ୍ତି ,ଇଶା ଅର୍ଥ " ଦିବ୍ୟ ଶୂନ୍ୟତା"(Isha means ,The formless divine )।
ଯୋଗ କେନ୍ଦ୍ରରେ ପ୍ରାଣାୟାମ,ଯୋଗ,ମନ୍ତ୍ର ଉଚ୍ଚାରଣ,ସତସଂଘ ପ୍ରାଥମିକତା ଦିଆଯାଉଥିଲା। ଶିକ୍ଷା,କ୍ରୀଡ଼ା,ବୃକ୍ଷରୋପଣ,ଗ୍ରାମ୍ୟ କଲ୍ୟାଣ ମୃତ୍ତିକା ସୁରକ୍ଷା,ପରିବେଶ ଗୁରୁତ୍ୱ ଦେଉଥିଲେ। ଧାର୍ମିକ ଯାତ୍ରା,ନୃତ୍ୟ ଉତ୍ସବ,ମହାଶିବ ରାତ୍ର ଉତ୍ସବ ଆୟୋଜନ ପାଳନ ଆଦି ଲିପିବଦ୍ଧ।

ଆନନ୍ଦମ କକ୍ଷ: ସାତ୍ତ୍ୱିକ ଭୋଜନର ବ୍ୟବସ୍ଥା ରହିଥିଲା। ଆମେ ଦେଖି ଚକିତ ହେଲୁ। ଆନନ୍ଦମ ମୁକ୍ତ ଭିକ୍ଷା ହଲରେ ପରସା ଯାଉଥିଲା। ପ୍ରତିଷ୍ଠାନ ତରଫରୁ ସକାଳ ଓଳା ସମୟ ୧୦ ଘଂଟିକାରୁ ୧୦.୪୫ ଓ ରାତ୍ର କାଳରେ ୭ ଘଣ୍ଟାରୁ ୭.୪୫ ନିର୍ଘଣ୍ଟ ରହିଥିଲା। ସମୟ ସାରଣୀ ମଧ୍ୟରେ ଆମ ଭ୍ରମଣ ସୀମିତ ରହିଥିଲା।

ଆଶ୍ରମର ନିତିଦିନିଆ କାର୍ଯ୍ୟକ୍ରମରେ ୧.ଜ୍ଞାନ ଯୋଗ (Knowledge ) ୨.କର୍ମ ଯୋଗ (Action),୩. କ୍ରିୟା ଯୋଗ (Energy)୪. ଶକ୍ତିଯୋଗ (Devotion) ସମ୍ପର୍ଣ୍ଣ ହେଉଥାଏ।

ଧ୍ୟାନ ଲିଙ୍ଗମ: ଧ୍ୟାନ ମୁଦ୍ରାରେ ଶାନ୍ତ ପରିବେଶ ମନକୁ ଶାନ୍ତ ଦେଉଥାଏ। ଧ୍ୟାନ ଅର୍ଥ ଯୋଗ (Meeditation ) ଲିଙ୍ଗମ ଅର୍ଥ ଆକାର। (The form) ପ୍ରବେଶ ପଥରେ ୨.୫ ଲକ୍ଷ ଇଟା ନିର୍ମିତ ଏକ ସ୍ତମ୍ବ ଦେଖିଲୁ। ୧୭ ଫୁଟ ଉଚ୍ଚତା ଶିଳାଖଣ୍ଡ ୯ଟି ଧର୍ମର ସମାହାରର ସନ୍ତକ ରହିଥିଲା। ୩ଟି ପାହାଚ,ଯାହା ତମ,ରଜ,ସ୍ତଂଭ ୩ଟି ଗୁଣକୁ ସୂଚିତ କରୁଥିଲା। ବାମ କଡରେ ୧୧ ଫୁଟିଆ ପାତାଞ୍ଜଳୀ ମୂର୍ତ୍ତି ଝଟକି ମାରୁଥିଲା। ଡାହାଣରେ ବନଶ୍ରୀ ମୂର୍ତ୍ତି ୬ଟି ଛବି ଚିତ୍ର ଅଙ୍କନ ଦେଖିଲୁ। ଦକ୍ଷିଣ ଭାରତର ଋଷିଙ୍କ ପ୍ରତିକୃତି ଫୁଟି ଉଠୁଥିଲା। ସକାଳ ୬ ଟାରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦର୍ଶନ ସମୟ ସୂଚନା ଦିଆ ଯାଇଥିଲା।

ଯୋଗେଶ୍ୱର ଲିଙ୍ଗ: ସପ୍ତଋଷିଙ୍କ ଖୋଦିତ ପ୍ରତିକୃତି ପୂଜା ପାଉଥିଲେ। ଦର୍ଶନ ପାଇଲୁ। ଏକ କିମ୍ବଦନ୍ତି ଛୁପିଥିଲା। ୧୫ ହଜାର ବର୍ଷ ପୂର୍ବେ ଜନ କଲ୍ୟାଣ ଓ ସର୍ବ ଧର୍ମର ସଂସ୍ଥାପନ ନିମନ୍ତେ ଆଦିଯୋଗୀ ୧୧୨ ଟି ଦର୍ଶନ ଅନୁପାଳନ ନିମନ୍ତେ ବାର୍ତ୍ତା ଦେଇଥିଲେ।

ଲିଙ୍ଗ ଭୈରବୀ : ଆମେ ଅତି ସନ୍ତର୍ପଣରେ ଭୈରବୀଙ୍କ ଦର୍ଶନକଲୁ। ମାନବ କଲ୍ୟାଣ ନିମନ୍ତେ ଶ୍ରଦ୍ଧାଳୁ ପୂଜା କରୁଥିଲେ। ମିନତୀ ପ୍ରଣତିପାହାମୁଣ୍ଡିପଡ଼ିଥିଲେ। ମୃତ୍ୟୁର ଭୟ ନା’ଦରିଦ୍ରର ଭୟଥିଲା। ଶାରୀରିକ ଓ ଆଧ୍ୟାତ୍ମିକ କୃପା ପାଇଁ ଅଧିଆ ପଡ଼ିଲୁ।

ସୂର୍ଯ୍ୟକୁଣ୍ଡ:ଯେଉଁଠି କେବଳ ପୁରୁଷ ଶ୍ରଦ୍ଧାଳୁ ତୀର୍ଥ ପାଇଁ ଉଦ୍ଧିଷ୍ଟ ରହିଥିଲା। ସାଢେ ୫ଫୁଟ ଗଭୀର କୁଣ୍ଡରେ ବୁଡ଼ ପାରିବା  ପାଇଁ ଅପାର ସୁଯୋଗ ପାଇଥିଲୁ। ମୋ ସହ ପ୍ରଦୀପ ଅନେକ ଶ୍ରଦ୍ଧାଳୁ ସ୍ନାନର ସୁଯୋଗ ନେଉଥିଲେ। ଶାନ୍ତ ଶିଥିଳ ଜଳ ସ୍ୱାଦ ନିଆରା ରହିଥିଲା। ମଧ୍ୟ ଭାଗରେ ସ୍ଥାପିତ ଲିଙ୍ଗକୁ ୩ ଥର ପ୍ରଦକ୍ଷିଣ କଲୁ। ଯାହାର ଅପୂର୍ବ ଶକ୍ତି ବିଜୁଳି ବେଗରେ ଶରୀରରେ ସଂଚାରିତ ହୋଇଥିଲା । ତାହା ଅବର୍ଣ୍ଣନୀୟ। ବୈକୁଣ୍ଠର କୌଣସି ଏକ ପୁଷ୍କରିଣୀ ସହ ସମକକ୍ଷ କାହିଁକି ନ ହେବ?

ଚନ୍ଦ୍ରକୁଣ୍ଡ: ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ସଂରକ୍ଷିତ ଥିଲା। ପ୍ରବେଶ ଦେୟ ୨୦ ଟଙ୍କା। ଅନୂକୁଳରେ ଭଗ୍ନୀ ଦୁହେଁ ଟିକିଏ ଛାନିଆ ହୋଇପଡ଼ିଥିଲେ। ଧୀରେ ଧୀରେ କୁଣ୍ଡରେ ସ୍ନାନ କରିଥିଲେ। ଭିନ୍ନ ଭାବ ଅନୁଭବ ହୋଇଥିଲା। ସେ ଜଳ ନଥିଲା! ଏକ ଦିବ୍ୟ ଜଳ! ଚେତନାର ଏନ୍ତୁଡ଼ି ଶାଳକୁ ପ୍ରବେଶ କରିଥିଲା। ଜୀବନରେ ସୂର୍ଯ୍ୟ କୁଣ୍ଡରେ ବୁଡ଼ ପାରିବା ପ୍ରଥମ ଘଟଣା ରହିଥିଲା। ଧନ୍ୟ ମନେକଲୁ।

କୁଣ୍ଡର ସାମ୍ନାରେ ନାଗା ମୂର୍ତ୍ତି ଦର୍ଶନ କଲୁ। ଧ୍ୟାନଲିଙ୍ଗ ନିକଟରେ ନନ୍ଦୀଙ୍କୁ ଦର୍ଶନ କଲୁ। ତ୍ରିମୁର୍ତ୍ତି ଦେଖିଲୁ। ଆମେ ସ୍ପନ୍ଦେ (Spande Hall ) ହଲରେ ପ୍ରବେଶ କଲୁ। ଅନେକ ଆକର୍ଷଣୀୟ ଛବି ଆକର୍ଷଣର ବିନ୍ଦୁ ରହିଥିଲା। ୧୬୮୦ ଫୁଟ ପରିମିତ ହଲଟିରେ ଘେରାଟିଏ ମାରିଲୁ।



ଆଦି ଯୋଗୀ ଆଳୟମ,ଗୋଶାଳା ବେଢାକୁ  ଚାହିଁଲୁ। ସର୍ପ ଦ୍ୱାର ଦେଖିଲୁ। ନାଦ କକ୍ଷକୁ ବୁଲିଲୁ। ରହଣି ପାଇଁ ସାଧାରଣ ଓ ସ୍ୱତନ୍ତ୍ର କୁଟୀର ସଜ୍ଜିତ ହୋଇଥିଲା।

ପଞ୍ଚଭୂତ କ୍ରିୟା:ପଞ୍ଚଭୂତ କ୍ରିୟା ସମେତ ଅମାବାସ୍ୟା,ପୁର୍ଣିମା,ପୂର୍ଣ୍ଣ ଅଭିଷେକ,ନବରାତ୍ର,ମହାଶିବରାତ୍ର ପରିସରରେ ଆୟୋଜିତ ଏକ ପରମ୍ପରା ହୋଇଯାଇଥିଲା। ନିତିଦିନିଆ କାର୍ଯ୍ୟରେ ଯୋଗ ଅଧିବେଶନ ଦେଖିବାକୁ ପାଇଲୁ। ଯେଉଁଠି ଓଁକାର ଦୀକ୍ଷା ,ଉପଯୋଗ,ଇଶା କ୍ରିୟା ,ଯୋଗ ସାଧନା ,ହସ୍ତ ଯୋଗ,ଶିକ୍ଷା ଦାନ,ସାଧନା ପାଦ,ସେବା, ନାଳନ୍ଦା କକ୍ଷରେ ଦେଖିବାକୁ ପାଇଲୁ। ରୁଦ୍ରାକ୍ଷ ଦୀକ୍ଷା ଏକ ଗୁରୁତ୍ୱ ବହନ କରୁଥିଲା। ମାନବ ସେବା ପାଇଁ କାର୍ଯ୍ୟରତ। ଦାନ ଧର୍ମ ସେବା ପାଇଁ ଯେମିତି ଇଶା ପ୍ରତିଷ୍ଠାନ ଆଗଭର।

ବିବିଧଦାନ:ଦାନରଏକ ସଂକ୍ଷିପ୍ତ ବିବରଣୀ ଯଥା;ଗୋଦାନ,ଭୁଦାନ,ତିଳଦାନ,ସ୍ବର୍ଣ୍ଣଦାନ,ଘୃତଦାନ ଅନ୍ନଦାନ,ମହାଦାନ,ତଳପୁରୁଷ ଦାନ,କଳ୍ପଦାନ,ଦୁଧ,ଖାଦ୍ୟ,ଅର୍ଥଦାନଏକ ମୁଖ୍ୟ କ୍ରିୟା ରହିଥିଲା। ଦାନଟି ମୃତ୍ୟୁ ପୂର୍ବରୁ ଘୋଷଣା କରାଯାଉଥିଲା। ମହାଭାରତ ପୁରାଣରେ ଉଲ୍ଲେଖିତ।
ଆମେ ଓ଼ମିନି ଗାଡ଼ିର ସହାୟତା ପାଇଁ ଇସାରା ଦେଲୁ। ଟିକି ବଜାର ଚାହା ଖଟିରେ ୫ ମିନଟ ବିତେଇଲୁ। ଅନେକ ଶ୍ରଦ୍ଧାଳୁ ଷ୍ଟଲ,ରେ ଘେରି ରହିଥିଲେ।

ଆଦି ଯୋଗୀ ଦିବ୍ୟ ଦର୍ଶନ: ୧୧୨ ଫୁଟ ଉଚ୍ଚତା ବିଶିଷ୍ଟ ଆଦି ଯୋଗୀ ମୂର୍ତ୍ତି ୨୪ ଫେବୃଆରୀ,୨୦୧୭ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଭାଇ ଦାଶ ମୋଦିଙ୍କ କର କମଳରେ ଅନାବରଣ କରାଯାଇଥିଲା। ଦର୍ଶନ ନିର୍ଘଣ୍ଟ ୭.୧୫ ରହିଥାଏ। ଅଧଘଣ୍ଟା ପୂର୍ବରୁ ପଦ୍ମାସନ ନେଇଥିଲୁ। ଯାହା ଇଶା ପ୍ରତିଷ୍ଠାନ ଦ୍ୱାରା ନିର୍ମାଣ କରାଯାଇଥିଲା।

ଅକୁହା ଅଦେଖା ଘଟଣାମାନ ଦେଖିବାକୁ ପାଇଲୁ। କୁଆଡେ ୨୦ ହଜାର ଲୁହାର ନିର୍ମିତ ଚାଦର,୫୦୦ ଟନ,୪୯୦ ଦୀର୍ଘ ଲମ୍ବା ଲୁହାଲୋଡ଼ା ପଡ଼ିଥିଲା। ୫୫୦ ଗୋଟି ଛୋଟ ଛୋଟ ଲୁହାଖଣ୍ଡ ଆଦି ସେଲ ସଂସ୍ଥା ଦାନ କରିଥିଲା। ପୃଥିବୀର ଦୀର୍ଘତମ ମୂର୍ତ୍ତି ସ୍ୱୀକୃତ। (Guinnes World Record )GWR)

ଦର୍ଶନ କାର୍ଯ୍ୟକ୍ରମଟି ୧୪ ମିନଟ ଅବଧିର। ୧୫ ହଜାର ବର୍ଷର ଗାଥା ଦେଖି ଶୁଣିଲୁ। ସେ ପୁଣି ସଦଗୁରୁଙ୍କ ସ୍ୱର ରେକର୍ଡ ମାଧ୍ୟମରେ ପ୍ରସାରିତ ହୋଇଥିଲା। ଚପଳମତି ବେଗରେ ଆଲୋକର ସାଜ ସଜାରେ ଆମେ ଚକିତ ହେଲୁ। ଆଶ୍ଚର୍ଯ୍ୟ ଯେତିକି ଥିଲା ବହୁଗୁଣିତ ଆଧ୍ୟାତ୍ମିକ ଦର୍ଶନ। ଅପ୍ରମିତ ଶ୍ରଦ୍ଧାଳୁଙ୍କ ମହାସଭା ପରି ମନେ ହେଉଥିଲା।

ସ୍ୱୟଂ ଶମ୍ବୁ କୈଳାଶରୁ ଯେମିତ ଦର୍ଶନ ଦେଉଥିଲେ। ଦକ୍ଷିଣ ଭାରତର କୈଳାଶ ଏକ ଅନୁଭୂତି। ଆଦିଯୋଗୀ ପ୍ରତିମୂର୍ତ୍ତିର ଅତୀବ ଆକର୍ଷଣୀୟ ଜୀବନ୍ତ। ଦୃଢ ଶକ୍ତିଶାଳୀର ପ୍ରତୀକ। ପାର୍ଶ୍ୱରେ ଶ୍ରଦ୍ଧାଳୁ ଭରପୁର। ନିଆରା ଅନୁଭବ ପାଇଲୁ। ଭୈରବୀ ମନ୍ଦିର ନାରୀ ଶକ୍ତି, ଶବଦ ପରିବେଶ ମନକୁ ପାଇଲା। ଆଧ୍ୟାତ୍ମିକ ଏବଂ ସାଂସ୍କୃତିର ସଙ୍ଗମରେ ବୁଡ଼ ପାରିଲୁ। ଏଇଟି ଆମ ୪ଙ୍କ ପ୍ରଥମ ଦିବ୍ୟ ଦର୍ଶନ ସୁଯୋଗ ରହିଥିଲା।

କୋଏମ୍ବାଟୁର ଭେଲେନଗିରି ପାଦଦେଶରେ ଇଶା ଯୋଗ କେନ୍ଦ୍ର ଏକ ତୀର୍ଥଯାତ୍ରାର ରୁପଦେଇଥିଲା। ଘୁଘୁ ପବନ ବତାସ ପରି! କୋୟାମ୍ବାଟୁର ସହର ସଜେଇ ହୋଇଥିଲା। ଲେଉଟାଣି ଯାତ୍ରା ଆଲୁଅ ଚିକିମିକିରେ। ଆଜି ପରା ମହାଶିବ ରାତ୍ର ଅର୍ଘ୍ୟ ଢ଼ାଲିବେ ଜାଗର ମେଳାରେ।
ଶମ୍ବୁ ଶମ୍ବୁ ଶମ୍ବୁ ଧ୍ୱନିରେ,ଝରୁ ଉପତ୍ୟକାରୁ ମନ୍ତ୍ର ଶିବ ତାଣ୍ଡବ ନୃତ୍ୟରେ,ଡମ୍ବୁରୁ ବାଜୁ ଶବଦ ବ୍ୟାପି ଯାଉ ପୃଥିବୀରୁ ପୃଥିବୀ।

ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର, ୨.Isha .Sadhguru.org.୩.Vellangiri Andavar Temple ,Vellangiri.








Comments

Post a Comment