ସପ୍ତଗିରି: ସିରୁଭାନି ଏକ ଝରଣା

 

୨୧ ଜୁନ ୨୦୨୪ରେ କୋୟାମ୍ବାଟୁର ସହର ଦି-ଦିନ ଦି-ରାତ୍ର ଭ୍ରମଣ ଶିବିର ପ୍ରସ୍ତୁତି କରିଥିଲୁ। ଯୋଜନା ମୁତାବକ ସକାଳୁ ସକାଳୁ ଆଇଭି ରେସିଡେନ୍ସି ରହଣି ସ୍ଥଳରୁ ଓ଼ମିନି ମାରୁତି କାର ଛୁଟିଥିଲା। ଶ୍ୱେତ ରଙ୍ଗର ପୁରୁଣା ମଡେଲ ଗାଡ଼ିଟିର ଆଦ୍ୟରେ ଆସନ ନେଇଥିଲି। ପ୍ରାନ୍ତରେ ମିନତୀ ,ପ୍ରଣତି ଅନୁଜ ପ୍ରଦୀପ ସ୍ଥାନ ନେଇଥିଲେ। ଡ୍ରାଇଭର ଷ୍ଟିରିଙ୍ଗ ସଂଚାଳନ କଲେ।

ଭଡ଼ା ବାବଦକୁ ୮ ଘଣ୍ଟା ଅବଧି କାଳ ପାଇଁ ୨୦୦୦ ଟଙ୍କାରେ ମୂଲଚାଲ ପୂର୍ବରୁ ଛିଣ୍ଡିଥିଲା। ମେକ ମାଇଁ ଟ୍ରିପ ଜରିଆରେ ରହଣି ଓ ଯାତ୍ରା ପାଇଁ ସହାୟତା ନେଇଥିଲୁ। ଝିନଝଟ ଆଦୌ ନଥିଲା। କୋଏମ୍ବାଟୁର ୪ଙ୍କ ପାଇଁ ପ୍ରଥମ ଭ୍ରମଣ ଯାତ୍ରା ରହିଥିଲା। ୪ଙ୍କ ମନଭିତରେ ଯେମିତି ୪୦ ଗୋଟି ଆଶା ରହିଥିଲା। କିପରି ସମ୍ଭବ? ମିଶାଣ ଫେଡ଼ାଣ ହରଣ। ଦର୍ଶନୀୟ ସ୍ଥାନକୁ ନେଇ ଅଙ୍କକଷା ଚାଲିଥାଏ। ଓମନି ମାରୁତି ଗାଡ଼ିଟିର ବେଗ ଯେମିତି ବୃଦ୍ଧି ଘଟୁଥିଲା।

ସପ୍ତଗିରି: ଏକା ସିରୁଭାନି ଝରଣା ୩୬ କିଲୋମିଟର ଦୂର।ନେହୁରୁ ନଗର ଦେଇ ମନ୍ଥର ଗତିରେ ସଡ଼କରେ କିଛି ସମୟ। ସହର ତଳି ଅଂଚଳରେ ଝୁମ୍ପୁରୀ ପଟ୍ଟି। ଠାଏ ଠାଏ ହାତଗଣତି କୋଠା ଘର ଦେଖିବାକୁ ପାଇଲୁ। ମାଲ ଗୋଦାମ, ଗ୍ୟାରେଜ ଉପରେ ନଜର ପଡ଼ିଲା। ନୁଆଁନୁଆଁ ସଡକ ନିର୍ମାଣରେ ଶ୍ରମିକ ଭାଇ ଲାଗିପଡ଼ିଥିଲେ। ଇଟା,ଗୋଡ଼ି,ବାଲି ସ୍ତୁପ ଦେଖିଲୁ। ଏସବୁ ସଡକ ନିର୍ମାଣରେ ପ୍ରମୁଖ କଞ୍ଚାମାଲ ଯାତାୟତରେ ପ୍ରତିରୋଧ ଯେମିତି କରୁଥିଲା। ସ୍ଥାନୀୟ ମୁସଲିମ ଚାଳକର ଅଭିଜ୍ଞତା କୌଶଳ ତା’ଗାଡିକୁ ବଢ଼ିବାରେ ସଫଳ ହୋଇଥିଲା।

ଅକସ୍ମାତ ଶମ୍ବୁଶମ୍ବୁ କାନରେ ପଡ଼ିଲା। ଗାଡ଼ି ଭିତର ଟେପ ରେକର୍ଡର ସୁବିଧା ଉପଲବ୍ଧ ଥିଲା। ସଡକ ଯାତ୍ରାଟିକୁ ଆନନ୍ଦମୟ ଯୋଗୁଁ ଚାଳକଙ୍କୁ କୃତଜ୍ଞତା ଜଣାଇଲୁ। ଆମ ଗାଡ଼ିଟି ଆର.ଏସ.ପୁରମ ଛକ ପାର କରୁଥିଲା। ଡାହାଣରେ କୃଷ୍ଣମାପଟ୍ଟି ହ୍ରଦ,ନରସମ ପଟ୍ଟି ହ୍ରଦ (Narsampatti Lake );୫୦ ପ୍ରତିଶତ ଜଳ ଗଚ୍ଛିତ ପରି ମନେ ହେଉଥିଲା। ଅବଶ୍ୟ ମୌସୁମୀର ସୂଚନା ଖବରଟି ଟେଲିଭିଜନରେ ୨ ଦିନ ପୂର୍ବରୁ ତୁହାକୁ ତୁହା ପ୍ରସାରିତ ହୋଇଥିଲା। ଆମ ଗାଡ଼ିଟି ଠେଁନ୍ମମନ୍ଲଲୁର,ଏଲବିକ୍କଲ ,କୋତ୍ତଲକ୍କଡ଼ ସଡକ ଦେଇ ଗତିକରୁଥିଲା।

ଆକର୍ଷଣୀୟ ସୁନ୍ଦର ସୁନ୍ଦର ତାମିଲ ଗାଁ। କପା, ମାଣ୍ଡିଆ,ସୋରିଷ,ଖେତ ନିକଟରୁ ଦେଖିଲୁ। କଦଳୀ, ନଡ଼ିଆ,ଆମ୍ବ ,ନିମ୍ବ,ବରଗଛ ଉଚ୍ଚଉଚ୍ଚ ତାଳବୃକ୍ଷ ନଜର ପଡିଥିଲା। ବାମପାର୍ଶ୍ୱରେ ସବୁଜ ବନାନୀ ଦ୍ରୁମ ନୀଳ ଆକାଶକୁ ସ୍ପର୍ଶ କରୁଥିଲା। ନୀଳନୀଳ ଆକାଶ ତଳେ ଶିଳା ଶିଖର ବୃକ୍ଷରାଜି,ଉଦ୍ୟାନ ବହଳ ଇକକରଲବୂଲୂବମ୍ପତ୍ତି,(Ikkaralbooluvampatti) ବଡ଼ଦେପତ୍ତି(Boddepatti) ପ୍ରାନ୍ତ ହୃଦୟକୁ କେଇ ବାର ସ୍ପନ୍ଦିତ କରିଥିଲା। ପରୋକ୍ଷରେ ଇସାରା ଦେଉଥିଲା ତା ସବୁଜିମାକୁ ନେଇ ଗରବ କରୁଥିଲା।

ଆଜିର ମାନବ ପାଇଁ ତା’ସବୁଜିମାର ଦାନ। ପଶ୍ଚିମ ଘାଟ ପର୍ବତମାଳା ତାମିଲନାଡ଼ୁରୁ କେରଳ ରାଜ୍ୟ ପର୍ଯ୍ୟନ୍ତ ବ୍ୟାପ୍ତ। ସପ୍ତପର୍ବତର ସମାହାର। ପର୍ବତ ପର୍ବତ,ଝରଣା ଝରଣା ,ନଦୀ କୂଳରେ କେଇ ମୁହୂର୍ତ୍ତ ମାରୁତି ଗାଡ଼ିଟି ଗର୍ଜନ କରୁଥିଲା। ହର୍ଣ୍ଣ ବଜାଇ ଉଚ୍ଚକୁ ଉଚ୍ଚକୁ ବଢୁଥାଏ। ଆଗ ପଛରେ ଅନେକ ୪ ଚକିଆ ଓ ୨ ଚକିଆ ବାଇକିରେ ପର୍ଯ୍ୟଟକ,ପ୍ରକୃତି ପ୍ରେମୀ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ। ମିନତୀ ପ୍ରଣତି ମନ ଉଲ୍ଲାସରେ ଭାବ ଦିଆ ନିଆରେ ବ୍ୟସ୍ତ ଥିଲେ। ଚାଳକ ଠାରୁ ଅନେକ ଦର୍ଶନୀୟ ସ୍ଥାନର ସୂଚନା ପାଇଲି। ଆସନ୍ତା କାଲିର ଭ୍ରମଣ ପାଇଁ ବାଟ ଦେଖାଇବ। ସୁଲୁସୁଲିଆ ପବନ ତାତିରୁ ମୁକ୍ତି ମିଳିଲା। ପାଦ ଦେଶରେ ଜଙ୍ଗଲିଆ ସଡ଼କରେ ଗାଡିର ଗର୍ଜନ ପ୍ରକମ୍ପିତ ସିରୁଭାନି ଉପତ୍ୟକା। ବ୍ୟଘ୍ର,ଭାଲୁ,ମୃଗ, ଦେଖିନଥିଲୁ! ପକ୍ଷୀର ରାବ କାନକୁ ଶୁଭୁଥିଲା।


ଗାଡ଼ି ଅଟକିଗଲା! ଅକସ୍ମାତ ଜଙ୍ଗଲ ବିଭାଗର ଫାଟକ ସହ ମୁହାଁ ମୁହିଁ ହୋଇଗଲୁ। ପ୍ରବେଶ ଫି୫୦ ଟଙ୍କା ପୈଠ ପରେ ମୁକୁଳା ସବୁଜ ଗାଲିଚାରେ ଆମ ଓ଼ମିନି ନରମି ଯାଇଥିଲା। ଗୋଲାପ, ଲିଲି,ହ୍ୱିଡ୍ରିଂଜ,ଜୁଲିଆ ଉଦ୍ୟାନରେ ଦେଖିଲୁ। ଗାଡ଼ି ରହଣି ସ୍ଥଳକୁ ମହକ ଚହଲି ଆସୁଥାଏ। ଶ୍ରଦ୍ଧାରେ ସ୍ଥାନୀୟ ସିରୁଭାନି ପ୍ରପାତ(Siruvani Water fall) ଡାକୁଥିଲେ। କେହି କେହି କୋବଇ କୁଟ୍ରାଲମ ପ୍ରପାତ। (Kovai Kutralam ) କହୁଥିଲେ। ଘଂଚ ଜଙ୍ଗଲ ଘେରି ରହିଥିଲା। କିପରି ପାହାଡ଼ୀ ପଥରେ ଯିବୁ ୪ଙ୍କ ଭିତରେ ଚିନ୍ତା ବଢ଼ିଲା।

କିଛିକ୍ଷଣ ପରେ ତାମିଲନାଡୁ ସରକାରଙ୍କ ଜଙ୍ଗଲ ବିଭାଗ ତରଫରୁ ସ୍ୱରାଜ ମଜାଦାର କମ୍ପାନୀର ଯାତ୍ରୀ ପରିବହନ ପ୍ଲାଟଫାର୍ମରେ ପହଞ୍ଚି ଯାଇଥିଲା। ଆପଣ ଛାଏଁ ଚିନ୍ତା ଅପସରି ଯାଇଥିଲା। ପ୍ରଥମ ଗାଡ଼ିଟିରେ ଯାତ୍ରୀ ଭରପୁର। ଆମେ ଦ୍ଵିତୀୟ ଗାଡ଼ିରେ ଯାତ୍ରୀ ହୋଇଥିଲୁ। ଅଣ ଓସାରିଆ ଆବୁଡ଼ା ଖାବୁଡ଼ା ପଥରେ ଗାଡ଼ି ଚାଲିଲା। ମଝିରେ ମଝିରେ ଦୋହଲି ଯାଉଥିଲା। ଆମେ ଚାରି ଝରକା ବାହ୍ୟ ଜଙ୍ଗଲକୁ ଆଖିଟା ପକାଉଥିଲୁ। ଶୁଣିଥିଲୁ,ଗଜ,ବ୍ୟାଘ୍ର,ଭାଲୁ, ମୃଗ ,ଶୃଗାଳ,ବୃହତ୍ତ ଅଜଗର ସର୍ପଙ୍କ ଏନ୍ତୁଡ଼ି ଶାଳ! ଏକ ଲୟରେ ବହୁ ସମୟ ଧରି ଅନାଇଁ ଥିଲୁ। ଭାଗ୍ୟର ବିଡମ୍ବନା। ଆମେ ଦେଖି ପାରିନଥିଲୁ। ମେଞ୍ଚା ମେଞ୍ଚା ପକ୍ଷୀର ରାବ ଶୁଣିଥିଲୁ। କେତକ ଯାତ୍ରୀ ଦଣ୍ଡାୟମାନ ମୁଦ୍ରାରେ ରବର ହ୍ୟାଣ୍ଡଲକୁ ଭରସା କରିଥିଲେ। ପ୍ରାୟ ୧୫ ମିନିଟ ଜଙ୍ଗଲ ସଡ଼କରେ ଗର୍ଜନ କରୁଥିଲା। ପ୍ରତିଧ୍ଵନିରେ ବୋଧେ ଜଙ୍ଗଲ ରାଜା ରାଣୀଙ୍କ ଦେଖା ମିଳିନଥିଲା। ଆମର ଯେମିତି ମନରୁ ଭୟ ଉଭେଇ ଯାଇଥିଲା। ଅକସ୍ମାତ ଗାଡ଼ିଟି ଅଟକି ଗଲା! ଆମେ ଚକିତ ହେଲୁ! ଝରଣା ବହୁଦୂର ଶବଦ ଥିଲା ନା’ ଦେଖି ପାରୁଥିଲୁ।

ଡ୍ରାଇଭର ମହାଶୟ କହିଲେ; ଏଠୁ ପାଦଚଲା ରାସ୍ତା। ଗାଡ଼ି ଆଗକୁ ଯିବ ନାହିଁ।.କିଂକର୍ତ୍ତବ୍ୟ ମୁଢ! ପର୍ବତ ଝରଣା ନଈ ଦୃଶ୍ୟ ପାଇଁ ଏତେ ବାଟ ଯାତ୍ରା କରିଛୁ! ମଝି ଅରଣ୍ୟରେ ସମୂହ ଯାତ୍ରୀ ଢିପ ଖାଲ ମୁନିଆ ଶିଳାଖଣ୍ଡ ଉପର ମୁହାଁ! ବଣୁଆ ସଡ଼କକୁ ଚିକିଟା ମାଟି! ପାଦ ଖସୁଥାଏ ସର ସର। ପାହାଡ଼ୀ ସଡକ ଚଢିବା ୨ ଭଗ୍ନୀଙ୍କ ପ୍ରଥମ ଯାତ୍ରା ରହିଥିଲା। ତୀଖ ସଡ଼କ ଭିତରେ ଏକ ପ୍ରକୃତିର ପରୀକ୍ଷା। କେଇ ଦୂର ପାହାଡ ଚଢ଼ିଲା,ପରେ ବେହାଲ ଧଇଁସଇଁ! କିଲୋମିଟର ବାଟ ଚାଲିବାକୁ ହିଁ ପଡିବ! ନିରୁପାୟ! ସାଙ୍ଗରେ ବୋତଲ ଜଳର ପରିମାଣ ତଳକୁ ତଳକୁ ଖସି ଆସିଥିଲା। ଉଚ୍ଚଉଚ୍ଚ ଦୁର୍ଗମ ପାହାଡ ଚୂଳକୁ ଅଗ୍ରସର ହେଉଥିଲୁ। ଅକସ୍ମାତ ପବନର ଗତି ବେଳକୁ ବେଳ ବଢ଼ିଲା। ମନରେ ଛନକା ପଶିଲା। ଏ କଣ ହେଲା! ପାଖରେ ଛତା ଥିଲା ନା ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ସ୍ଥଳୀ! ବୃହତ୍ତ ବୃହତ୍ତ ଦ୍ରୁମ ଧାଡି ଧାଡି ଦୁଇ ପାର୍ଶ୍ୱରେ। ଗଣ୍ଡି ନିକଟରେ ଆଶ୍ରୟ, ଉପାୟ ଶୂନ୍! ସାଥିରେ ଘଡଘଡ଼ିର ଶବଦ କାନ ଖୀଡ଼ିଖୀଡ଼ି ହେଉଥିଲା। ଅଧାଅଧି ଓଦା ଉପର ମୁହାଁ। ସତେ ଯେମିତି ଅମୃତର ବର୍ଷା ପାଇଁ ପୂର୍ବରୁ ପଣ କରିଥିଲେ।


କୌଣସି ଫିଲିମ ଦୁନିଆର ସୁଟିଙ୍ଗ ନଥିଲା। ଖୁବ ଆକର୍ଷଣୀୟ ଦୃଶ୍ୟକୁ ନିକଟରୁ ସାଉଁଟି ନେଉଥିଲୁ। ମହିଳା ପୁରୁଷ ଏକା ସାଙ୍ଗରେ ପର୍ବତ ମାଳାକୁ କାବୁ କରୁଥିଲୁ। ପାହାଡ ଚଢ଼ି ନଥିଲୁ। କିନ୍ତୁ ପାହାଡ ଚଢ଼ିଲୁ। ଟିକିଏ ସାହସ ଜୁଟାଇ ପର୍ବତ ଚଢିଥିଲୁ! ଟ୍ରେକିଙ୍ଗ ନୁହଁ କିନ୍ତୁ ଟ୍ରେକିଙ୍ଗର ଅନୁଭବ ପାଇଥିଲୁ। ବାଟ ଚାଲୁ ଚାଲୁ ଘଂଟାଏ ଅତିକ୍ରମ କରିସାରିଥିଲୁl। ବଳ ଜୁଟାଇ କୌଣସି ମତେ ଝରଣା ପାଦରେ ପହଂଚିବାକୁ ପଡ଼ିବ। ସବା ପଛରେ ପଡ଼ି ଯାଇଥିଲି। ବର୍ଷା ଘଡ଼ଘଡ଼ି ବିଜୁଳି ଆଲୁଅରେ ସାରା ଉପତ୍ୟକା ଉଜ୍ଜଳ। ଛାତିରେ ଦୁକୁ ଦୁକୁ କାଳେ ଚଡକ ପଡ଼ିବ। ଭିନ୍ନ ଅନୁଭୂତିର ସ୍ୱାଦ ନେଉଥିଲୁ।

“ବର୍ଷା ଯେତିକି ବିଜୁଳି ସେତିକି ଏହି ଯେ ସିରୁଭାନି ଗହନ ବନ, ସିରୁଭାନି ଝରଣା ସ୍ପର୍ଶ ପାଇଁ ୪ଙ୍କ ଭାରିମନ।ଏଯେ ସିରୁଭାନି ବନ ଝରଣା ନଈ ଧନ୍ୟଧନ୍ୟ, ସବୁଦେଇ ତୁ’ନୁଖୁରା ହେଉଛୁ, ତୋ ପାଦ ତଳେ କୋଟି କୋଟି ନମସ୍କାର।“

ଡାହାଣ ପଟରେ ମଣିଷ ମୁଣ୍ଡିଆ ବୃହତ୍ତ ଶିଳାଖଣ୍ଡ ମୂର୍ତ୍ତି ଇସାରା ଦେଉଥିଲା! ସେତେବେଳକୁ ଆମେ ସମୁଦ୍ର ପତନ ଠାରୁ ବହୁ ଉଚ୍ଚରେ ପର୍ବତ ଚୂଳରେ ଘୁରି ବୁଲୁଥିଲୁ। ଶିଖରରୁ ଶୁଭ୍ରରଙ୍ଗର ରେଖାଟିଏ ପରି ଦୃଶ୍ୟମାନ ହେଲ। ବିଜୁଳି ନଥିଲା। ଇନ୍ଦ୍ରଧନୁଟିଏ ବି ନଥିଲା। ଦେଖି ଚକିତ ହେଲୁ। ଅରଣ୍ୟ ରାଜ ଜେମାଙ୍କ ବରିଷ୍ଠ କନ୍ୟା ପରି ଦୃଶ୍ୟରେ ଅଙ୍କା ବଙ୍କା ଚାଲିରେ ତଳକୁ ତଳକୁ ଓହ୍ଲାଇ ଆସୁଥିଲେ। ଅସଂଖ୍ୟ ମୋତି ମାଣିକ୍ୟ ତା’ଶରୀରରେ ଯେମିତି ଖଚିତ।


ବର୍ଷାରାଣୀ ଫେରିଯାଇଥିଲେ। ନୀଳ ଆକାଶର ଅସଲି ରୂପ ଦେଖିଲୁ। ବହୁ ସମୟ ଏକ ଲୟରେ ୨ଭଗ୍ନୀ ଅନେଇ ବସିଥିଲେ। ଜନ କୁହନ୍ତି" ଝରଣା ସିରୁଭାନି "। କନ୍ଦର ଗର୍ଭରୁ ଜନ୍ମ ମଥାପାତି ନିମ୍ନକୁ ନିମ୍ନକୁ ସ୍ପର୍ଶକରି କୁଳୁକୁଳୁ ନାଦରେ ଗୀତ ଗାଇ ଆସୁଥିଲା। ସମ୍ଭାଷଣ କରୁଥିଲେ ବେରଂଗ ଲାଜକୁଳୀଲତା ବୃକ୍ଷରାଜି ତାହାଠୁ ବଳି ଗଲେ ବାଇ ଚଢେଇର ବସା ଦୋଳି ଖେଳୁଥାଏ। ଘଣ୍ଟା ଏ ପରେ ଝରଣା ପାଦ ଦେଶରେ ସ୍ପର୍ଶ କଲୁ। ସେଲ୍ଫି ନେଲୁ। ଅପୂର୍ବ ଦୃଶ୍ୟକୁ ବାନ୍ଧି ରଖିଲୁ। ପ୍ରସ୍ତର କନ୍ଦରରୁ   ଓହ୍ଳାଇ ଆସେ ଅପୂର୍ବ ରୂପରେ। ସ୍ଫଟିକ ସ୍ୱଚ୍ଛ,ସୁସ୍ଥ ଜୀବନ ପାଇଁ ଏଇଟି ଉତ୍ତମ ସ୍ଥଳ।

ବହୁ ସମୟ ପର୍ଯ୍ୟନ୍ତ ଶୂନ୍ୟକୁ ଚାହିଁ ରହିଲୁ। ଏମିତିଆ ଆନନ୍ଦ ଆଉ ଜୁଟିବକି ନାହିଁ ପ୍ରଶ୍ନ ଗୁଡିକ ସାଏଁ ସାଏଁ ଆସୁଥିଲା। ପ୍ରକୃତିର ବନ୍ଧନରେ ଅଧା ଦିନ ବିତେଇଲୁ। ୧୨୦ ଫୁଟ ଉଚ୍ଚତାରୁ ଝରଣାର ଜଳ ତଳକୁ ତଳୁକୁ ସ୍ପର୍ଶ କରୁଥାଏ। ପ୍ରକୃତି ପ୍ରେମୀଙ୍କ ପାଇଁ ଆମରାବତିର ଏକ ଭ୍ରମ ସୃଷ୍ଟିକରୁଥିଲା।

ମେଞ୍ଚା ମେଞ୍ଚା ବିହଙ୍ଗଙ୍କ ଗୁଞ୍ଜରଣରେ ଉପତ୍ୟକାରେ ପ୍ରତିଧ୍ବନିତ ହେଉଥିଲା। ତା ବୁକୁରେ ଜଳ ପ୍ରପାତ ସିରୁଭାନି ଖ୍ୟାତ। ସ୍ୱାଦ ଓ ଶୁଦ୍ଧତାରେ ପ୍ରଥମ ଜଗତରେ ଅଦ୍ଵିତୀୟ। ତା’ସ୍ୱାଦ ଜଳ ପାଇଁ ଜନ ମୁଖରିତ। ପ୍ରଥମ ନୀଳ ନଦୀର ନାମ ପଞ୍ଜିକରଣ ହୋଇଥିଲା। କୁଆଡେ ଏଇ ଜଳରେ ଅମ୍ଳଜାନ ପରିମାଣ ଅଧିକ।

ବାମପଟ ଜୋତାର ରବର ଖଣ୍ଡଟି ପଟକ ପଟକ ଶବଦ କାଦୁଅ ଛିଟା! ପ୍ୟାଣ୍ଟ ନିମ୍ନ ଅଂଶଟିର ରଙ୍ଗ ବଦଳି ଯାଇଥିଲା। ପାଦ ଉପରକୁ ଟେକି ଆବୁଡ଼ା ଖାବୁଡ଼ା ଜଙ୍ଗଲିଆ ରାସ୍ତାରେ ଆଗକୁ ବଢିଥିଲି। ଉଚ୍ଚମାନର ଜୋତାଟି ୩ ବର୍ଷର ପୁରୁଣା। ବାହୁଡାଣିରେ ବିନା ଜୋତାରେ ମନ୍ଦିର ଦର୍ଶନ କଲୁ। ବୋଧେ ଦେବଙ୍କ ପୀଠ ରହିଥିଲା। ବିନା ଜୋତାରେ ଆମ ପରି ଶ୍ରଦ୍ଧାଳୁଙ୍କ ପାଇଁ ଏକ ପ୍ରାୟଶ୍ଚିତ ରହିଥିଲା। ପଶ୍ଚିମ ଭାଗରେ ଭେଳିଅନଗିରି ଶିବଶଙ୍କର ଦେବାଳୟ ପାଇଁ ପ୍ରସିଦ୍ଧ।ଏକ କିମ୍ବଦନ୍ତୀ ଏକଦା ପାର୍ବତୀଙ୍କ ଅନୁରୋଧରେ ଶିବ ତାଣ୍ଡବ ନୃତ୍ୟ ରଚିଥିଲେ।୬ ହଜାର ଫୁଟ ଉଚ୍ଚ। ଯେଉଁଠି ପାଇଁ ଭୂ-ଲୋକର କୈଳାଶ ନାମରେ ପରିଚିତ।

ସପ୍ତଗିରିରୁ ଭେଳିଆନଗିରି,ରାଜଥଗିରି,ସଦାଶିବଙ୍କ ୫ ଟି ମୁଖକୁ ପଞ୍ଚ ଗିରି ଏବଂ ପଞ୍ଚଲିଙ୍ଗ ଭାବରେ ଶିବ,ବ୍ରହ୍ମା, ବିଷ୍ଣୁ ,ରୁଦ୍ର ,ମହେଶ୍ୱର ସ୍ୱୀକୃତ। ପଞ୍ଚ ଲିଙ୍ଗ ତାଙ୍କ ପତ୍ନୀ ଅମ୍ମାନ ଓରଫ ପାର୍ବତୀ ଶ୍ରଦ୍ଧାଳୁଙ୍କୁ କୃପା ପ୍ରଦାନ କରନ୍ତି। ତାଙ୍କର ଦୟାରୁ ଖଣିଜ ପଦାର୍ଥ ବୃକ୍ଷଲତା, ସିରୁଭାନି ଜଳପ୍ରପାତ ଜନ୍ମ ନେଇଥିଲା।

କୋଏମ୍ବାଟୁର ସହର ବାସୀଙ୍କ ଏକ ମାତ୍ର ପାନୀୟ ଜଳର ଉତ୍ସ। ମଥାରୁ ଝରୁଥାଏ ରୂପେଲି ମୋତି ମାଣିକ୍ୟ ଅପସରି ଝରଣା ରାଣୀର କୁଳୁ କୁଳୁ ନାଦରେ ଗୀତ। ନଇଁ ନଇଁ ତଳକୁ ତଳକୁ ଅମୃତ ପାନ କରୁଥିଲେ ତୃଣରାଜି।

ଖଣ୍ଡ ବିଖଣ୍ଡିତ ପ୍ରସ୍ତର ଖଣ୍ଡ ମୁକସାକ୍ଷୀ। ଅରଣ୍ୟ ବାସିନ୍ଦା, ତୁଷାର୍ତ୍ତ ବିହଙ୍ଗ,ମୃତ୍ତିକା ନିର୍ବିଶେଷରେ। ପ୍ରାକୃତିକ ପରିବେଶରେ ଏକ ଉତ୍ତମ ସ୍ଥଳ ଅବିସ୍ମରଣୀୟ।

ଦିନଟି କେମିତି କେଜାଣି ବୁଲାବୁଲା କରି ଗଡିଯାଇଥିଲା। ଆମେ’ତ ଜାଣି ପାରିନଥିଲୁ। ଦିନଟା ୧୨ ଘଣ୍ଟା ବଦଳରେ ୨୪ ଘଣ୍ଟା ହୁଅନ୍ତାକି! ସବୁତକ ବୁଲି ଦେଖିବା ସମ୍ଭବପର ନଥିଲା! ବଛା ବଛା ଆକର୍ଷଣୀୟ ବିନ୍ଦୁକୁ ପସନ୍ଦ କରୁଥିଲୁ। ଭୁଲି ହୁଏନା! ଓ ଦିନଟି ଆନନ୍ଦ ରହିଥିଲା। ଅପରାହ୍ନରେ  ଶମ୍ବୁଙ୍କର ଦର୍ଶନ ପାଇଁ ମନ ରହିଗଲା।

ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର, ୨.Vellangiri Andavar Temple ,Vellangiri..୩.Siruvani Waterfall ,Tamilinadu tourism.com














Comments


  1. ବହୁତ ସୁନ୍ଦର ଲେଖା ହେଇଛି। ଟ୍ରେକିଂ ଅନୁଭୂତି ଲେଖା ଟି ମୋ ମନକୁ ଅଧିକା ଭଲ ଲାଗିଲା ❤️❤️❤️

    ReplyDelete
  2. lekhati padhi sabu manepadigala.

    ReplyDelete

Post a Comment