୨୩ ଜୁନ ୨୦୨୪ ରେ ଥିରୁବନ୍ତପୁରମରେ ସକାଳ ହେଲା। ଆଇଆରଟିସି (IRTC ) ଦୋ-ମହଲା କକ୍ଷକୁ ଦିନ ରାତ୍ର ସଂରକ୍ଷିତ ରଖିଲୁ। ଶୀତତାପ ଉଷ୍ମମ ଜଳ ଉପଲବ୍ଧ। (SAC Code :996311 ,Double Delux AC Room,24 hours ,Rupees 2896 /-)ଦିଅଁ ଦର୍ଶନ ସ୍ଥିରକଲୁ। ଆମେ (ଦିପ୍ରମିପ୍ର) ୪ତୀର୍ଥ ଯାତ୍ରୀ ଆସନ ଅକ୍ତିଆର କଲୁ। ତାମିଲି ବାବୁଙ୍କ କଳା ହଳଦିଆ ରଙ୍ଗ ବୋଳା ଅଟୋ ମନ୍ଥର ଗତିରେ ଛୁଟିଲା।
ରେଳଷ୍ଟେସନ ସୌଧ, କେରଳ ରାଜ୍ୟ ସଡ଼କ ପରିବହନ ଟ୍ରର୍ମିନାଲ (KSRTC) କତିରେ ଦୁର୍ଗ ରୋଡ଼ରେ ଦୌଡ଼ିଥାଏ। ସଡକ ଯେତିକି ଗଡୁଥାଏ ଥିରୁବନ୍ତପୁରମର ସିମିସିମି ଗୌରବ ଦ୍ୱାର ମୁକୁଳା ହେଉଥାଏ। ଦୁର୍ଗ ରୋଡ଼ଟି ୧୭୪୭ ରେ ରାଜା ମାର୍ତ୍ତଣ୍ଡ ବର୍ମା ନିର୍ମାତା। ୨୭୮ ବର୍ଷର ପ୍ରାଚୀନ ଥିରୁବନ୍ତପୁରମର ସଡ଼କ ଯେମିତି କେରଳୀଙ୍କ ଜୀବନ ପ୍ରବାହ ପାଇଁ ସୁଯୋଗ ଦେଉଥିଲା। ସେହି ସଡ଼କରେ ଆମର ଗମନା ଗମନ କେଇ ସୁଗମ ମନରେ ରାଜା ସାହେବଙ୍କୁ ଧନ୍ୟବାଦ ଅର୍ପଣ କଲୁ।
ଟ୍ରାଭେନ କୋର ଅଧିନସ୍ଥ ତ୍ରିଭେନ୍ଦ୍ରମ ଏବର ଥିରୁବନ୍ତପୁରମ କେରଳ ରାଜ୍ୟର ରାଜଧାନୀ। ଦକ୍ଷିଣ ପଶ୍ଚିମ ଉପକୂଳ ଆରବ ସାଗରରେ ସ୍ଥାପିତ। ସମର୍ଥ ପରମ୍ପରାରେ ଧାର୍ମିକ ସ୍ଥଳ ଅନନ୍ତ ଭଗବାନଙ୍କ ନଗରୀ ନାମରେ ଅଭିହିତ। (The city of Lord Ananat referring to the deity of Padmanabha Swamy Temple “) ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର ବିଶ୍ୱର ପ୍ରାଚୀନ ଇତିହାସ ଠାରୁ ସ୍ୱତନ୍ତ୍ର। ଆଦି ଶଙ୍କର ସୃଷ୍ଟିରେ ପୂଜିତ। ମନ୍ଦିର ମାହାତ୍ମ୍ୟ କୁ ନେଇ ମନରେ ଯେତିକି ଭକ୍ତିଭାବ ରହିଥାଏ କେଇ ଗୁଣା ସଂଶୟ ହୃଦକମ୍ପନ ହେଉଥାଏ। ସାଥିରେ ଧର୍ମ ପତ୍ନୀ ମିନତୀ ଅନୁଜ ପ୍ରଦୀପ ପ୍ରଣତି। ଏକାଧିକ ମନ୍ଦିର ଗୋପୁରମ ନଜରକୁ ଆସିଥିଲା।ଯାହାର ସଂକ୍ଷିପ୍ତ ବିବରଣୀ;ପାଜ଼ହ୍ବଙ୍ଗଡୀ ଗଣପତି ମନ୍ଦିର (Pazhavangadi Ganapathy Temple),ଅଲୁକଲ ଭଗବତୀ ମନ୍ଦିର(Allakal Bhagavatty Temple,ଶ୍ରୀବରହମ ମନ୍ଦିର (Sreevarham Temple) (Padma Tirtha Ponda),ପଦ୍ମତୀର୍ଥ ପୁଷ୍କରଣୀ,ଶ୍ରଦ୍ଧାଳୁଙ୍କୁ ଦେଖିଲୁ।
ଅନତି ଦୂରରେ କୁଥିରାମାଲିକା ମହଲ(Kuthiramalika Place) ସଂଗ୍ରହାଳୟ। ଆକର୍ଷଣର ବିନ୍ଦୁଟିଏ ମନକୁ ସ୍ପର୍ଶ କରିଥିଲା। ଗୋଟିଏ କିଲୋମିଟର ଅତିକ୍ରମ କରିଥିଲୁ। ଚଳାଇ ବଜାର ( Chalai Market) ଚେଇଁ ସାରିଥିଲା। ତାମିଲ ସମେତ ଅଣ ତାମିଲ ପର୍ଯ୍ୟଟକଙ୍କୁ ଦେଖିଲୁ। ୫ ମିନଟ ଅଟକି ଦକ୍ଷିଣ ଭାରତର ଚାହା’ର ସ୍ୱାଦନେଲୁ,ଲା-ଜବାବ! ପ୍ରଶଂସା ଯେତେ କଲେ ମଧ୍ୟ କମିଯିବ। ଚାଳକ କହୁଥିଲେ,ଚା-ପତି ସ୍ଥାନୀୟ ଚାଷୀଙ୍କ ମେହନତୀ! ଚାହା’ କହିଲେ ମନେପଡ଼େ ,ଆସାମ, ଜଲପାଈ ଗୁଡ଼ି,ଦାର୍ଜିଲିଙ୍ଗକୁ ବୁଝିଥିଲୁ। କେରଳ କିଛି କମ ନୁହେଁ !
କିଲୋ ମିଟର ଦୂରରେ ମନ୍ଦିର! ଚାଳକ ବନ୍ଧୁ ପରାମର୍ଶ ଦାତା ବିଶ୍ଵାସ ସ୍ଥାପନ କରିଥିଲେ। ଅଚିହ୍ନା ଚିହ୍ନା କିନ୍ତୁ ଚିହ୍ନା ଠାରୁ ନିକଟତର।
ଡ୍ରେସ କୋଡ଼: ସତକୁ ସତ ମନ୍ଦିର ଦ୍ୱାର ଡାହାଣ ପାର୍ଶ୍ୱରେ ବେଶ ବଦଳାଇଲୁ। ଶୁଭ୍ର ଧୋତି ଚାଦର ହଳେ କୋଏମ୍ବାଟୁର ଶ୍ରୀଦେବୀ ବସ୍ତ୍ରାଳୟରୁ ୫୨୪ ଟଙ୍କାରେ କ୍ରୟ କରିଥିଲୁ।
ପ୍ରବେଶ ଦେୟ : ଭେଳିକି ଭେଳି ଟିକଟ ଦର ୧୮୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ପ୍ରାୟ ଦକ୍ଷିଣ ଭାରତ ମନ୍ଦିର ପ୍ରବେଶ ଦ୍ୱାର ରେ ଶୁଳ୍କ ରହିଥାଏ। ଶ୍ରୀ କ୍ଷେତ୍ରରେ ମୁକ୍ତ ଦର୍ଶନ ! କେଉଁଠି କେମିତି ପ୍ରଥା ପ୍ରଚଳିତ ? ଘୁଞ୍ଚୁ ପାଂଚ ହେଲୁ। ୫୦୦ ଟଙ୍କିଆ ସ୍ୱତନ୍ତ୍ର ଦର୍ଶନ ପାଇଁ ମନ ବଳାଇଲୁ। ଅନନ୍ତଙ୍କ ବେଢାରେ ଧୋତି ଚାଦର,୨ ଭଗ୍ନୀ ପାରମ୍ପରିକ ଶାଢ଼ୀରେ ପ୍ରବେଶ କଲେ।
ଧାଡ଼ି ଧାଡ଼ି ଶୃଙ୍ଖଳିତ ଦର୍ଶନ ପାଇଁ ଏକ ପ୍ରୟାସ। ଦିନ ଭ୍ରମଣର ଦୀର୍ଘ ତାଲିକା ରହିଥିଲା। ଆତୁରତା ଓ ଆଶା ଯେମିତି ସମ ଦିଗରେ ବନ୍ଦେ ଭାରତ ରେଳ ପରି ଦୌଡ଼ିଥିଲା।
ସତରେ ଧାଡ଼ିଟିଏ ଦର୍ଶନ ପାଇବା ପୂର୍ବରୁ ଇନ୍ଦ୍ରଙ୍କର ଇଛାରେ ୧୫ ମିନଟ ବର୍ଷା କାଚି ଦେଲା। ଭିଜା ଭିଜା ଶରୀରରେ ଦ୍ୱାର ପରେ ଦ୍ୱାର ଅତିକ୍ରମ କରିଥିଲୁ।
🙏🙏🙏
ଗୋପୁରମ : ୧୫୬୮ ରେ ନିର୍ମିତ ଗୋପୁରମ। ୭ ଥାକିଆ ୧୦୦ ଫୁଟ ଉଚ୍ଚତା କଳାକୃତି ସମ୍ପୂର୍ଣ୍ଣ କେରଳି ଓ ଦ୍ରାବିଡ଼ କାରୁକାର୍ଯ୍ୟରେ ମଣ୍ଡିତ। ସ୍ଥାପତ୍ୟ ଦେଖି ଚକିତ ହେଲୁ। ୩୬୫ ଟି ସ୍ତମ୍ବ ଗୋଟିଏ ବର୍ଷକୁ ଚିହ୍ନଟ କରୁଥାଏ। ୨୫ ଟି ଗ୍ରାନାଇଟି ପୂର୍ବଦ୍ୱାର ପଥରେ ଜାଜ୍ୱଲ୍ୟମାନ। ବିଶ୍ୱକର୍ମା ଶତପଥୀ ଏହାର କୁଶଳୀ ଶିଳ୍ପୀ। ପ୍ରସ୍ତର ଖୋଦିତ ତୂଳୀର ସ୍ପର୍ଶ ମନକୁ ସ୍ପନ୍ଦିତ କରିଥିଲା।
ଏଇଟି ତ୍ରୟୋଦଶ ଦିବ୍ୟ ଦେଶମ ନାମରେ ଖ୍ୟାତ। ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ଶେଷନାଗ କୋଳରେ ଅନନ୍ତ ଶୟନ ମୁଦ୍ରାରେ ଦର୍ଶନ ଲଭିଲୁ। ୧୮ ଫୁଟିଆ ମୂର୍ତ୍ତି ମୁଖ ମଣ୍ଡଳ,ମଧ୍ୟଭାଗ ଓ ପାଦ ଅଂଶ ୩ଟି ଦ୍ୱାରରୁ ଆମର ପ୍ରଥମ ଦର୍ଶନ ରହିଥିଲା।
ସ୍ୱାମୀଙ୍କ ଡାହାଣ ପାର୍ଶ୍ୱରେ ଶିବଲିଙ୍ଗ,ଶ୍ରୀଦେବୀ,ଲକ୍ଷ୍ମୀ (The Goddess of Property ) ଭୂଦେବୀ (Goddess of Earth) ଭଗବାନ ପଦ୍ମନାଭ ସ୍ୱାମୀଙ୍କ ସହ ବ୍ରହ୍ମା ପଦ୍ମଫୁଲରେ ନାଭିରେ ବିଜେ ହୋଇଥିଲେ। ପୁରୋହିତ କହୁଥିଲେ;୧୨୦୦୮( ବାର ହଜାର ଆଠ) ଶାଳଗ୍ରାମରେ ବିଗ୍ରହଟି ଗଢଣ। ନେପାଳ ଦେଶର ଗଣ୍ଡକି (Gandaki River) ନଦୀରୁ ସଂଗ୍ରହ କରାଯାଇଥିଲା।
ତ୍ରିଦ୍ୱାରରେ ଦର୍ଶନ : ପ୍ରଥମ ଦ୍ୱାର ,ମୁଖ ମଣ୍ଡଳ ,ଶ୍ରୀ ଦେବୀ ,ଭୃଗୁ ମୁନି। ଦ୍ଵିତୀୟ. ଦ୍ୱାର,ବ୍ରହ୍ମା ନାଭିରେ,ପଦ୍ମନାଭ ଅଭିଷେକ ସ୍ବର୍ଣ୍ଣମୂର୍ତ୍ତି,ଶ୍ରୀଦେବୀ , ଭୂଦେବୀ ରୌପ୍ୟ ମୂର୍ତ୍ତି , ମାର୍କଣ୍ଡେୟ ମୁନି ଓ କତୁଷାରକାର। ୩ୟ ଦ୍ୱାରରେ ପାଦ ବିଜେ ହୋଇଥିଲେ। ଗରୁଡ,ନାରଦ ହସ୍ତରେ ଚାମର, ବିଷ୍ଣୁ ୬ ଟି ଅସ୍ତ୍ରରେ ସଜ୍ଜିତ। ସୂର୍ଯ୍ୟ,ଚନ୍ଦ୍ର,ସପ୍ତଋଷି ,ମଧୁ,କଚ୍ଛପ ଗର୍ଭ ଗୃହରେ ବୈଷ୍ଣବ ରୀତିରେ ପୂଜା ପାଉଥିଲେ।
ଦିଅଙ୍କ ମାହାତ୍ମ୍ୟ,ଉଚ୍ଚ କୋଟିର ସ୍ଥାପତ୍ୟ ଓ ଆଧ୍ୟାତ୍ମିକ ପରିବେଶରେ ଅଟକି ଗଲୁ। ପଛରୁ କିଏ ଇସାରା ଦେଉଥିଲା। ମୁହୁର୍ତ୍ତଟିଏ ଅନନ୍ତ ଶୟନର ଦିବ୍ୟ ଦର୍ଶନ ପାଇଁ। ଶ୍ରଦ୍ଧାଳୁଙ୍କ ବହଳ ପଣ୍ଡିତଙ୍କ ତାଗିଦ ପରେ ଲେଉଟି ଲେଉଟି ଅନାଇଁ ରହିଥିଲୁ। ଗର୍ଭ ଗୃହରେ ମନଟା ରହିଗଲା। ଥିରୁବନ୍ତପୁରମ ବାହୁଡା ଦର୍ଶନରେ ଟିଣ ଡବାଏ ପ୍ରସାଦ ନେଇ ଆସିଲୁ। ପ୍ରସାଦ ସେବନର ସୁଯୋଗ ପାଇଲୁ। ଅଧା ଓଳି ପଦ୍ମନାଭ ସ୍ୱାମୀଙ୍କ ବେଢାରେ ଦର୍ଶନ ପାଇଲୁ।
ପ୍ରସ୍ତର ଖୋଦିତ କାରୁକାର୍ଯ୍ୟ ପ୍ରାଚୀନ ଐତିହ୍ୟ। ଆରବ ସାଗର ଢେଉ ଶବଦ ପୂଜାରୀଙ୍କ ମନ୍ତ୍ର,ଘଣ୍ଟି ଘଣ୍ଟରେ ଆଧ୍ୟାତ୍ମିକଭାବ ଜନ୍ମି ଥିଲା। ପ୍ରାଚୀନ ସଂସ୍କୃତି ବିଗ୍ରହଙ୍କ ମୁଖ ମଣ୍ଡଳ ମୁଦ୍ରା ମନେପଡେ।

ଓଟକ୍କଲ ମଣ୍ଡପମ (Ottkkal Manadapama ): ୨୦ ବର୍ଗଫୁଟ ପରିମିତ ଶିଳାଖଣ୍ଡ ରେ ନିର୍ମିତ। ମୋଟେଇ ୨.୫ ଫୁଟ। ସ୍ୱାମୀଙ୍କ ସମୁଖ ଭାଗରେ ଝଟକି ମାରୁଥିଲା। ମଣ୍ଡପ ମଣ୍ଡପ ପ୍ରଦକ୍ଷିଣ କଲୁ। ରାଜକୀୟ ପରିବାର ମଣ୍ଡପରେ ଆସନ କିଏ ନିଅନ୍ତି? କେବଳ ରାଜକୀୟ ପରିବାର ମନ୍ଦିରକୁ ଦାନ କରିଥିବେ, ଆସନ ନେଇ ସ୍ୱାମୀଙ୍କୁ ପୂଜା ଅର୍ଚ୍ଚନା ପାଇଁ ମଣ୍ଡପ ଉଦ୍ଦିଷ୍ଟ । ବୁଲୁବୁଲୁ ଚାହିଁଥିଲୁ।
ବେଢାରେ ୨ଟି ବିଗ୍ରହ ଦେଖିଲୁ। ଠେକଙ୍କେଡାମ,ଥିରୁବମଦି,ଉଗ୍ର ନରସିଂହ, ସ୍ୱାମୀ। ରାମ ସୀତା,ଲକ୍ଷ୍ମଣ,ହନୁମାନ,ବ୍ୟାସ , ଅଶ୍ୱତ୍ଥାମା ,ଚିରଞ୍ଜିବି,ଗଣପତି, କ୍ଷେତ୍ରପାଳ। ଗରୁଡ ହନୁମାନ ଯୋଡ଼ା ହସ୍ତ ମୁଦ୍ରାରେ ବାଲିଆ ବାଲିକ୍କଲ ଅଂଚଳରେ ପ୍ରହାର ଦେଉଥିଲା। ଟ୍ରାଭେଁନକୋର ରାଜକୀୟ ପରିବାରର ଇଷ୍ଟ ଦେବୀ କଚ୍ଛପ ଅବତାର ରୂପରେ ପୂଜା ପାଇ ଆସୁଛନ୍ତି। ଅଧୁନା ମୂଲଂଥିରୁଣାଳ ରାମ ବର୍ମା ମନ୍ଦିର ଟ୍ରଷ୍ଟି ମୁଖ୍ୟ ଭାବରେ କର୍ତ୍ତବ୍ୟ ପାଳନକରନ୍ତି। ୩ଥର ବେଢା ପ୍ରଦକ୍ଷିଣ କଲୁ। ଯେମିତି ଲାଗୁଥିଲା ୩୩ କୋଟି ଦିଅଁ ଦେବତାଙ୍କଠୁ ବଳିପଡିଥିଲା !
ପଦ୍ମନାଭ ତୀର୍ଥମ :ମନ୍ଦିର ପୂର୍ବ ଗୋପୁରମ ସନ୍ନିକଟରେ ପଦ୍ମନାଭ ତୀର୍ଥ ଏକ ପ୍ରମୁଖ ଦିବ୍ୟ ଜଳର ପୁଷ୍କରିଣୀ ଦେଖିଲୁ। ମନ୍ଦିର ଓ ଧାର୍ମିକ ସାମାଜିକ ସାଂସ୍କୃତିକ ରୀତିନୀତି ଜଡିତ। ସକାଳର ସୂର୍ଯ୍ୟ ଆଲୋକ ପଦ୍ମନାଭ ତୀର୍ଥରେ ବିକ୍ଷିପ୍ତ ଭାବରେ ପଡିଥିଲା। ସ୍ଥାନୀୟ କ୍ୱିଲ୍ଲୀ ନଦୀରୁ (Killi River ) ଜଳ ସଂଲଗ୍ନ ହୋଇଥାଏ। ଜଣାଯାଏ ୧୯୧୨ ମସିହାରୁ ରାଜକୀୟ ସ୍ନାନ ପାଇଁ ଉଦ୍ଦିଷ୍ଟ। ୧୪୦୦ ଖ୍ରୀଷ୍ଟାବ୍ଦରେ ରାଜା ବୀର ରାମନାଥ ମାର୍ତ୍ତଣ୍ଡ ବର୍ମାଙ୍କୁ ଶାସନ କାଳର କୀର୍ତ୍ତି। ୧୮୧୩ ମସିହାରୁ ଦ୍ୱୀପ ପ୍ରଜ୍ବଳନ ପରମ୍ପରା ଜାରି ରହି ଆସିଅଛି।
ଶୁଣିଲୁ,ପ୍ରାଚୀନ ବିଷ୍ନୁ,ବ୍ରହ୍ମା,ମତ୍ସ୍ୟ,ବରାହ, ସ୍କନ୍ଦ,ପଦ୍ମ,ବାୟୁ ,ଭାଗବତ,ମହାଭାରତ, ଆଦି ପୁରାଣରେ ମନ୍ଦିର ଗାଥା ଉଲ୍ଲେଖିତ। ସଙ୍ଗମ ସାହିତ୍ୟ ସଂସ୍କୃତିରେ ତାମିଲ କବି ଅଲବର ନମ୍ମଲବର ୮ ମ ୯ମ ଶତାଦ୍ଦିର ।
କିମ୍ବଦନ୍ତୀ: ଏକାଧିକ କିମ୍ବଦନ୍ତୀ ଜନଶୃତିକୁ ନେଇ ପ୍ରଭୁଙ୍କୁ ଏକଦା ଜିଲ୍ଲାମାଙ୍ଗ ଲାଥୁଙ୍କ ସନ୍ଧାନରେ ପ୍ରଭୁଙ୍କୁ ପାଇଥିଲେ। ବାଳକ ରୂପରେ ପୂଜାରୀଙ୍କୁ ଦର୍ଶନ ପ୍ରାପ୍ତ। ପରବର୍ତ୍ତୀ କାଳରେ ରାଜ ପରିବାରଙ୍କ ଦ୍ୱାରା ମନ୍ଦିର ନିର୍ମିତ ହୋଇଥିଲା। କେହି ଭଗବାନ ପର୍ଶୁରାମଙ୍କ ଦ୍ୱାପର ଯୁଗରେ କ୍ଷେତ୍ରର ଦାୟିତ୍ୱ ସଂପାଦାନର ଏକ କିମ୍ବଦନ୍ତୀ ଉକୁଟି ମାରୁଥିଲା ।
ଉତ୍ସବ ପରମ୍ପରା : ଯାନୀ ଯାତ୍ରାକୁ ନେଇ ବର୍ଷ ତମାମ ଉତ୍ସବ ମୁଖରିତ। ଆରତ୍ତ ଉତ୍ସବ,ଆଇପସି ଉତ୍ସବ,ପାନଗୁଣୀ ଉତ୍ସବ,ପ୍ରାୟ ୧୦ ଦିନ ଧରି ମହାପଟୁଆରରେ ସମାପନ ହେଉଥାଏ। ଯାତ୍ରାର ୯ମ ଦିନରେ ରାଜକୀୟ ପରମ୍ପରା ଅନୁଯାୟୀ ଉତ୍ତରାଧିକାରୀ ଗ୍ରହଣ କରୁଥିଲେ। ନବରାତ୍ର ଉତ୍ସବରେ ଦେବୀ ଲକ୍ଷ୍ମୀ ,ସରସ୍ବତୀ,ପାର୍ବତୀ ପଟୁଆରରେ ସାମିଲ ହେଉଥିଲେ।
ବୈଭବ ଶାଳୀ ମନ୍ଦିର : ଧନଧାନ୍ୟ ଦୃଷ୍ଟିରୁ ଏକ ବୈଭବ ଶାଳୀ ମନ୍ଦିର ରୂପେ ପ୍ରସିଦ୍ଧ। ଭଣ୍ଡାରକୁ ନେଇ ଲୋକଲୋଚନରେ ଖବରଟି ଆଶ୍ଚର୍ଯ୍ୟ କରିଥିଲା। କୁଆଡେ ଧନ ଦୃଷ୍ଟିରୁ ମନ୍ଦିରଟି ବିଶ୍ୱର ବୈଭବଶାଳୀ ମନ୍ଦିର ରୂପେ ଖ୍ୟାତ। ଟ୍ରଷ୍ଟ ତରଫରୁ ସୂଚନା ମିଳେ ଯେ ପ୍ରାୟ ୮ ଟି ଭଣ୍ଡାର ରହିଛି। ପ୍ରଥମରୁ ଷଷ୍ଠ ଭଣ୍ଡାର ଖୋଲା ହେଉଥିଲା। କିନ୍ତୁ ୧୮୮୦ ମସିହାରୁ ଅଦ୍ୟାବଧି ୭ମ ଓ ୮ମ ଭଣ୍ଡାର ଗୋପନୀୟ ରହିଛି। ବର୍ଗୀକରଣ ପାଇଁ,୧-ରୁ ୮ ଲିପିବଦ୍ଧ। ସ୍ବର୍ଣ୍ଣ ରୌପ୍ୟ ହୀରା ନୀଳା ମୋତି ମାଣିକ୍ୟ ବୈଦୁର୍ଯ୍ୟ ଆଦି ଗଚ୍ଛିତ। ଭଣ୍ଡାର ସମୂହ କାଳେ ଶେଷ ନାଗଙ୍କ ହେପାଜତରେ ରହିଥିବାର ଜନଙ୍କ ଅତୁଟ ବିଶ୍ୱାସ ଏବେବି ରହିଛି। ଦେଶର ସର୍ବୋଚ୍ଚ ବିଚାରାଳୟ (Supreme Court of India ) ଆଦେଶରେ ଭଣ୍ଡାର ଖୋଲା ଯାଇଥିଲା। ୧ ଲକ୍ଷ କୋଟି ଟଙ୍କାର ସଂପତ୍ତି ଗଣତି ମଣତିରୁ ଲୋକଲୋଚନକୁ ଆସିଥିଲା। ଅଦ୍ୟାବଧି ଦୁଇ ଦୁଇଟି ଭଣ୍ଡାରର ଗୁପ୍ତ ରହସ୍ୟ ଅଛପା ରହିଛି।
୨୦୧୪ ମସିହାର ତଥ୍ୟ ଅନୁଯାୟୀ, ଭଣ୍ଡାର-କ, ଗଣତି ମଣତିରୁ ଜଣାଯାଏ। ୮୦୦ କିଲୋଗ୍ରାମ ସ୍ବର୍ଣ୍ଣ ମୁଦ୍ରା। ଗୋଟିଏ ମୁଦ୍ରାର ମୂଲ୍ୟ ୨.୭ କୋଟି। ସ୍ବର୍ଣ୍ଣସିଂହାସନ -୧୦୦ରୁ ଅଧିକ ହୀରା ନୀଳା ଖଚିତ। ୧୮ ଫୁଟିଆ ମୂର୍ତ୍ତି,୩ଟି ରତ୍ନସିଂହାସନ,୧୦୦ ରୁ ଅଧିକ ସ୍ବର୍ଣ୍ଣନିର୍ମିତ ଚୌକି,ବହୁ ମୂଲ୍ୟବାନ ପ୍ରସ୍ତର ଖବରଟି ପ୍ରକାଶିତ। ବେଳେସୁ ଚେର ,ପାଣ୍ଡ୍ୟା ,ଟ୍ରାଭେନକୋର ରାଜପରିବାର ଦାନ ସୂତ୍ରରେ ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତରିତ କରିଥିଲେ। କୋଲାଠିରଇସ, ପଲ୍ଲବ, ଚୋଳ, ମେସୋପଟାମିଆ, ଗ୍ରୀସ, ରୋମ, ଜେରୁଜେଲମ ,ଇଉରୋପ ଏକାଧିକ ଦେଶ ଦାନ ସୂତ୍ରରେ ଯୋଡି ହୋଇଥିଲେ।
ତୃତୀୟ ରୁ ପଞ୍ଚମ ଶତାଦ୍ଦିର ସ୍ବର୍ଣ୍ଣ ଗଢ଼ଣ ମନ୍ଦିର ଗାଥା ତାମିଲ କବି ବର୍ଣ୍ଣନା କରିଛନ୍ତି। ଅନ୍ୟ ଏକ ଭଣ୍ଡାରରୁ ସ୍ବର୍ଣ୍ଣ ନିର୍ମିତ ମହା ବିଷ୍ନୁ ମୂର୍ତ୍ତି ୩.୫ ଫୁଟ ଉଚ୍ଚତା,୧୦୦ ହୀରା ନୀଳ ମୋତି ମାଣିକ୍ୟ ଖଚିତ ମୂର୍ତ୍ତି ,୧୮ ଫୁଟିଆ ମୂର୍ତ୍ତି, ଦୀର୍ଘ ଚେଁନ ମାଳି ୧,୫୦୦ କିଲୋଗ୍ରାମର ସ୍ବର୍ଣ୍ଣମେଣ୍ଢା ,୩୬ କିଲୋଗ୍ରାମର ବେଳି,୧୨୦୦ ସ୍ବର୍ଣ୍ଣମୁଦ୍ରା। ସ୍ୱାମୀଙ୍କ ୧୬ ଟି ଅଙ୍ଗ,୩୦ କିଲୋଗ୍ରାମ ନେପୋଲିୟନ ଯୁଗର ମୁଦ୍ରା , ୧୮୦୦ ଶତାଦ୍ଦିର ଶଙ୍ଖ ମୂଲ୍ୟବାନ ପ୍ରସ୍ତର ନିର୍ମିତ ତାଲିକା ପ୍ରକାଶିତ ହୋଇଥିଲା। ମନ୍ଦିର ଆୟର ଗୁମର ଛୁପିଥିଲା ସୁଦୀର୍ଘ ଦରିଆପାରି !
ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀକୁ ନେଇ ନଗର ସାରା ଆଧ୍ୟାତ୍ମିକ ପରିବେଶ ଅନୁଭବ କରିଥିଲା। ବେଢାରେ କଳାକୃତି ଭାସ୍କର୍ଯ୍ୟ ମନ୍ତ୍ରପାଠ ଗୁଞ୍ଜରଣରେ ମନରେ ସ୍ୱତଃପ୍ରଭୁତ ଚେତନା ଝଙ୍କୁରୀତ ହେଉଥିଲା। ଅନନ୍ତ ଶୟନ ମୁଦ୍ରାଟିର ଅଲୌକିକ ରଶ୍ମୀର ଆକର୍ଷଣରେ ୪ ଶ୍ରଦ୍ଧାଳୁ ଚକିତ ହୋଇଥିଲୁ। ଘଡ଼ିଏ ଅଟକି ଗଲୁ! ଦିଅଁଙ୍କ ମହିମା ଓ ସ୍ଥାପତ୍ୟର ଉତ୍କର୍ଷତାରେ କେହି ଯେମିତି ଠାରି ଦେଉଥିଲା ମୁହୂର୍ତ୍ତ ଅଟକିବା ପାଇଁ। ତାର କେଇ ଗୁଣା ବନ୍ଦର ଭିତ୍ତିକ ରପ୍ତାନି ସହର ଶ୍ରୀକୁ ବୃଦ୍ଧି କରାଇଥିଲା। ଶିକ୍ଷା ସଂସ୍କୃତିର ଏକ ଚେତନାର ଭୂଇଁ।
ସୁବର୍ଣ୍ଣ ଥାଳିରେ ଘିଅ ଦୋସା ସ୍ୱାଦରେ ଚକିତ ହେଲୁ। କଡ଼କ ମସଲା ଚାହା ! କେଇବାର ହୋଟେଲରେ ଲମ୍ବା ଧାଡ଼ିରେ ଠିଆ ହୋଇଥିଲୁ। ଦକ୍ଷିଣରୁ ଦକ୍ଷିଣାତ୍ୟର ଖାଦ୍ୟ ରୁଚି ସମ୍ପର୍କ ମଜଭୁତ କରିଥିଲା। ଆମେ ଭରପୁର ଉପଭୋଗ କରିଥିଲୁ। ଟ୍ରାଭେନକୋର,ତ୍ରିଭେନ୍ଦ୍ରମ,ଥିରୁବନ୍ତପୁରମ ଆଧ୍ୟାତ୍ମିକ ନଗର କେରଳ ସବୁଜିମା ବେଢାପାର କରି ଆରବ ସାଗର ବେଳାଭୂମି,ବାହୁଡା ଫେରିଘାଟ ନୌବିହାର ପାଇଁ ଆଗଭର ହେଲୁ। ଭ୍ରମଣର ପଥବୃଦ୍ଧି ସାଙ୍ଗକୁ ନୁଆଁ ନୁଆଁ ପରସା ତାଲିକା ଭୁବନେଶ୍ୱରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଲମ୍ବିଯାଇଥିଲା।
ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes,( ଦି-ପ୍ର-ମି-ପ୍ର -ଦିଲିପ, ପ୍ରଦୀପ, ମିନତୀ, ପ୍ରଣତି )
୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର,


.jpeg)

Comments
Post a Comment