ପହିଲି ଦିନରେ ତିରୁବନ୍ତପୁରମର ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀଙ୍କ ଦର୍ଶନ। ହିନ୍ଦୁଧର୍ମର ୩ଦେବ ମଧ୍ୟରୁ ପ୍ରମୁଖ ଦେବତା। ଜଗତ ଚାଳକ ରୁପେ ଜନଙ୍କ ଅତୁଟ ବିଶ୍ୱାସ ରହିଛି । ଭାରତୀୟ ଇତିହାସ ଓ ସନାତନ ଧର୍ମ ସହିତ ୩ ଦେବୀଙ୍କ ମାହାତ୍ମ୍ୟ ସଂଶ୍ଲିଷ୍ଟ।
👉୨୪ ଜୁନ ୨୦୨୪ ରେ ପାହାନ୍ତା ରେ ସଜବାଜ ହେଲୁ। ମୁକକୋଲକ୍କଲ ଭଗବତୀ ମନ୍ଦିର ଦର୍ଶନ ବ୍ୟତିରେକ ତିରୁବନ୍ତପୁରମ ଭ୍ରମଣ ଅଧୁରା ରହିଯିବ। ଚେକ ଆଉଟ ସକାଳ ୭ ଟାରେ ରହିଥାଏ । କେନ୍ଦ୍ରୀୟ ରେଳ ଷ୍ଟେସନ ଠାରୁ ଦୂର ୨ କିଲୋମିଟର ।
👉ପୁରୁଣା ଅଟୋ ଚାଳକ ବିଜୟ ସ୍ୱାମୀ ଲାଉଞ୍ଜରେ ଆସନ ନେଇଥିଲେ। ରୁମ ଦ୍ବୟର ତାଲା,ଚାବି,ଟିଭି ,ଏସି ରିମୋଟ ହସ୍ତାନ୍ତରିତ ରିପୋର୍ଟ ଦାଖଲ କଲୁ। କେରଳି ୨ ମହିଳା ରେଳ କର୍ମଚାରୀଙ୍କୁ ଧନ୍ୟବାଦ ଦେଇ , ତଳ ମହଲାକୁ ପାହାଚରେ ଓହ୍ଳାଇଲୁ। ଲିଫ୍ଟର ସୁବିଧା ନଥିଲା।
👉 ଆସନ ଅକ୍ତିଆର କଲୁ। ସ୍ୱାମୀଙ୍କ କଳା ହଳଦିଆ ରଙ୍ଗ ବୋଳା ଅଟୋ ଛୁଟିଲା। ଶେଷ ୨ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ଦର୍ଶନ ସାଙ୍ଗକୁ ରେଳଯାତ୍ରା ପୂର୍ବରୁ ନିର୍ଘଣ୍ଟ ରହିଥାଏ । ବିଜୟ ସ୍ୱାମୀ ଚାଳକ ଅବଗତ ଥିଲେ।ଟୁପୁରୁ ଟାପୁରୁ ବର୍ଷାରାଣୀ ନଗର ସଡ଼କ ସାରା ସ୍ନାନରୁ ଯେମିତି ଉଠିଲେ,ଅତି ସନ୍ତର୍ପଣରେ ବିଜୟ ମନ୍ଦିର ବେଢାର ପଶ୍ଚିମ ପାର୍ଶ୍ୱରେ ତା ଅଟୋକୁ ବିରାମ ଦେଲା।
👉ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର ଦକ୍ଷିଣ ପୂର୍ବ ପାର୍ଶ୍ୱରେ ଭଗବତୀ ମନ୍ଦିର ଦେବୀ ପୂଜା ପାଉଛନ୍ତି । ଭିଜା ଭିଜା ତା'ଅଗଣା ଅପ୍ରମିତ ଶ୍ରଦ୍ଧାଳୁ ଧାଡ଼ି ଦର୍ଶନ କରୁଥିଲେ। ମାଆଙ୍କ ଦର୍ଶନରେ ମହିଳା ,ପୁରୁଷ ଭିନ୍ନ ଧାଡିରେ ମନ୍ଦିର ବେଢାରେ ହାଜିରା ଦେଲୁ ।
🙏🙏🙏
👉ଶ୍ରଦ୍ଧାଳୁ ଯହିଁ ଦେଖିଲେ ଶ୍ରଦ୍ଧାଳୁ। ଆଳତି ପୂଜାରେ ସୁଯୋଗ ପାଇଲୁ। ଢୋଲ,ଘଣ୍ଟି ,ଘଣ୍ଟ ଶବଦ ଶୁଭୁଥାଏ । ୨୦ ମିନଟ ଅବଧିରେ ଦର୍ଶନ ପାଇଲୁ। ସତୀ ପାର୍ବତୀ ଶକ୍ତି ଭଗବତୀ ରୂପେ ପୂଜିତ ହେଉଥିଲେ। ପାର୍ଶ୍ୱରେ ଶିବ ଶଙ୍କର ପୂଜା ପାଉଥିଲେ।
👉ଏକ ଗୁମର ଛୁପିଥିଲା ! ଦଳେ ଶିଶୁ ମୁକୁଳା ପ୍ରାନ୍ତରେ ଖେଳ କୁଦରେ ଅକସ୍ମାତ ଏକ ମୁନିଆ ଶିଳା ଖଣ୍ଡରେ ଶିଶୁଟି କୁ ଆଘାତ ଲାଗିଲା । ଶିଳା ଖଣ୍ଡରୁ ଅନବରତ ରକ୍ତସ୍ରାବ ହେଲା । ଅଞ୍ଚଳରେ ହୂରି ପଡ଼ିଲା। ତା’ପରଠାରୁ ଶକ୍ତି ଭଗବତୀ ପୀଠ ରୂପେ ବିଶ୍ୱାସ ଅତୁଟ ରହିଛି। ଶୁଣି ଚକିତ ହେଲୁ । ପାହାଁମୁଣ୍ଡି ପଡ଼ିଲୁ। ୩ ବେଢା ପ୍ରଦକ୍ଷିଣ କଲୁ।
👉ଭଗବାନ ଶ୍ରୀ ଗଣେଶ ,ନାଗରାଜ ,ନବଗ୍ରହ ଆଦି ପାର୍ଶ୍ୱ ଦିଅଁ ଦେବତାଙ୍କ ଦର୍ଶନ ପାଇଲୁ। ପ୍ରସ୍ତର ଖୋଦିତ କାରୁକାର୍ଯ୍ୟ ଉକୁଟି ମାରୁଥିଲା। ପୂଜାପୁଜି ଉତ୍ସବ ମଧ୍ୟରେ କନି,ନବରାତ୍ର ମେଦ ,ଊରୂତ୍ତୁ ଉତ୍ସବ ବର୍ଷର ମାସ ଗୁଡିକରେ ପାଳନ କରାଯାଉଥାଏ । ଅନ୍ତରେ ସକାଳୁଆ ଶୁଖିଲା ପ୍ରସାଦ ସେବନ କଲୁ।
👉ବାହ୍ୟ ମୁଣ୍ଡନ ମଣ୍ଡପରେ ଅପ୍ରମିତ ଶ୍ରଦ୍ଧାଳୁ। ଗୋଲାକାର ମୁଦ୍ରାରେ ଦଳେ ଦଳେ ଭାଗ ନେଉଥିଲେ। ପଣ୍ଡିତେ ମନ୍ତ୍ର ଉଚ୍ଚାରଣରେ ଭଗବତୀ ବେଢାରେ ଏକ ଆଧ୍ୟାତ୍ମିକ ପରିବେଶ ଅନୁଭୂତ ହେଉଥାଏ। ବିଶ୍ୱାସ ଉପାସନା ବ୍ୟକ୍ତିଗତ ରହିଥିଲା !ଶ୍ରଦ୍ଧାଳୁଙ୍କ ମାନସିକ ପୂର୍ଣ୍ଣତା ନିମନ୍ତେ ରୁଣ୍ଡ ହୋଇଥିଲେ। ନିଜ ନିଜର ଅତୁଟ ବିଶ୍ୱାସ ଦେଖି ଚକିତ ହେଲୁ। ବେଶ ଆଧ୍ୟାତ୍ମିକ ପରିବେଶ ଦେଖିଲୁ। ଆଦ୍ୟରେ ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ଅନ୍ତରେ ମା ଭଗବତୀଙ୍କ ଦର୍ଶନ କୃପା ପାଇଲୁ। ଧୀରେ ଧୀରେ ମିନତୀ ପ୍ରଣତି ଅପସରି ଯାଇଥିଲେ ।
👉ନିର୍ମଳ ଆକାଶରୁ ସ୍ୱର୍ଣ୍ଣାଲୋକ ଝରିପଡ଼ୁଥାଏ। ସମୟ ସକାଳ ୮ ଟ। ବାଜିବାକୁ ୧୦ ମିନଟ। ବିଜୟ ସ୍ୱାମୀଙ୍କ ଅଟୋ ଘୁରୁ ଘୁର ଶବଦ କଲା। ମନ୍ଦିର ବେଢ଼ାରୁ ଅଟୋ କେନ୍ଦ୍ରୀୟ ରେଳ ଷ୍ଟେସନକୁ ଦୌଡ଼ିଲା। ଅନେକ ଟ୍ୟାକ୍ସି ସଡ଼କରେ ଛୁଟୁଥିଲା ।
👉କୃପାର ନଗର ଗଳିରେ ଆମ ଅଟୋ ପଇଁତରା ମାରୁଥାଏ । ନିକଟରୁ ନାପିଏର ସଂଗ୍ରହାଳୟ (Naiper Museaum) ୧୮୫୫ -୧୮୫୭ ରେ ଜନଙ୍କ ସକାଶେ ଉତ୍ସର୍ଗ କରାଯାଇଥିଲା। ଦୂରରୁ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ଆକର୍ଷଣ ବିନ୍ଦୁ। ଭାବ ମନରେ ଅନନ୍ତଙ୍କ ନଗରକୁ ବାହୁନି ବାହୁନି ଆମ ଅଟୋ ଆଗକୁ ଛୁଟିଲା । ଯେତିକି ସମ୍ଭବ ପାରୁପର୍ଯ୍ୟନ୍ତ ବୁଲାବୁଲି କଲୁ। ଯୋଡି଼ଏ ଦିନରେ ତିରୁବନ୍ତପୁରମ ଦେଖିବା ନଦେଖିବା ସାଦୃଶ୍ୟ।
👉ଗୋଲ ମରିଚର ମହକ ଆମ ପଛରେ ପଛରେ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିଲା। ବ୍ୟସ୍ତ ବହୁଳ ନଗର ମଧ୍ୟ ଭାଗରେ ରେଳ ଷ୍ଟେସନ ,୪ ନଭେମ୍ବର ୧୯୩୧ ରେ ସ୍ଥାପିତ। ଯାତ୍ରୀ ଦୃଷ୍ଟିରୁ କେରଳର ବୃହତ୍ତମ ଷ୍ଟେସନ। ଗୋଟିଏ ପ୍ଲାଟ ଫାର୍ମରୁ ପାଞ୍ଚ ପାଞ୍ଚଟା ଦେଖିଲୁ। ବ୍ୟାଗ ବ୍ୟାଗେଜ ନେଇ ପହିଲି ପ୍ଲାଟଫର୍ମ ବିଶ୍ରାମ କକ୍ଷରେ କେଇମିନଟ ରହିଲୁ।
👉କନ୍ୟାକୁମାରୀ ଦ୍ରୁତଗାମୀ (୧୬୩୮୧) ୩ୟ ଶ୍ରେଣୀ ଶୀତତାପ ନିୟନ୍ତ୍ରିତ ବଗି-ବି ୨୮ ନିମ୍ନ ,୨୭ ଉପର ,୨୫ ନିମ୍ନ ୨୬ ମଧ୍ୟମ ଆସନ ସଂରକ୍ଷିତ। (ଆଇଆରଟିସି) ପୋର୍ଟାଲରୁ ଟିକଟ ୨୦ ଅପ୍ରେଲରୁ କ୍ରୟ ହୋଇଥିଲା। ରେଳ ଯାତ୍ରାରେ ଝିନ ଝଟ ନଥିଲା ।
ପ୍ରଦୀପଙ୍କ ସହ କଫି ପିଆ ନିତିଦିନିଆ ଅଭ୍ୟାସରେ ପାଲଟିଥିଲା । ଟହଲ ମାରୁଥିଲୁ। ତ୍ରିଭେନ୍ଦ୍ରମ ନାମଟି ଯେମିତି ରେଳ ଷ୍ଟେସନରେ ଛନ୍ଦି ହୋଇଥିଲା। ବନ୍ଧନୀ ମଧ୍ୟରେ ତିରୁବନ୍ତ ପୁରମ ଅଦ୍ୟାବଧି ଲିପିବଦ୍ଧ। ଆମ ଯାତ୍ରା ୮୭ କିଲୋମିଟର କନ୍ୟାକୁମାରୀ । (କ୍ୟାପ ଅଫ କାମୁରୁନ )
👉ଅକସ୍ମାତ ଘୋଷଣା ! “ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ ଗାଡ଼ି ସଂଖ୍ୟା ୧୬୩୮୧ ,କନ୍ୟା କୁମାରୀ ଦ୍ରୁତଗାମୀ ପ୍ଲାଟ ଫର୍ମକୁ ୧ କୁ ଆସି ଯାଇଅଛି”, “ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ “,ଇଂରାଜୀ ,ହିନ୍ଦୀ ,ମାଲାୟାଲାମ ଭାଷାରେ ଘୋଷଣା ହେଉଥାଏ । ଛୁକୁ ଛୁକୁ ,ମଝିରେ ଘସ ଘସ ପାରମ୍ପରିକ ଶବଦରେ ମନ୍ଥର ଗତିରେ ରେଳ ପୋଇରେ ଘଷି ହୋଇ ଆସୁଥିଲା।ସ୍ୱାଭାବିକ ଠାରୁ ବ୍ୟଗ୍ରତା କେଇ ଗୁଣ ଛୁଇଁଥିଲା । ଆମେ ୪ ସ୍ଥାନ ନେଲୁ।
"ମିନତୀ ପ୍ରଣତିଙ୍କ ଗୋଟିଏ କଥା ନାରୀଏଲ ପାଣି,ଗୋଲ ମରିଚ ,ଘିଅ ଦୋସା", ପାଇଁ ଟାହୁଲି ଟାପରା। ସକାଳ ୯.୧୦ ମିନଟରେ ୩ଟି ହର୍ଣ୍ଣ ,ଛୁକୁ ଛୁକୁ ଶବଦ ତିରୁବନ୍ତ ପୁରମରୁ ଲେଉଟାଣି ଯାତ୍ରା ସ୍ମରଣୀୟ" ।
ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes, ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର ।
୨.Napier Museum.https://www.napiermuseum.org.


Comments
Post a Comment