ଗନ୍ଧମାଦନ ପର୍ବତ : ମୁକସାକ୍ଷୀ

 


୨୯ ଜୁନ ୨୦୨୪ରେ ଧନୁଷକୋଡ଼ିରୁ ଲେଉଟାଣି ଯାତ୍ରାରେ ଅଟୋ ଛୁଟିଥିଲା। ରାମେଶ୍ୱର ଧାମରେ ଦ୍ଵିତୀୟ ଦିନ ଭ୍ରମଣ ଦୃଢ଼ୀଭୁତ ହୋଇଥିଲା। ଯୋଜନାନୁଯାୟୀ ତୀର୍ଥସ୍ଥଳ ବ୍ୟତୀତ ଦର୍ଶନୀୟ ପ୍ରମୁଖ ସ୍ଥାନ ବୁଲାବୁଲି କଲୁ । ଗନ୍ଧମାଦନ ପର୍ବତ ୨୦ କିଲୋମିଟର ଦୂର ରହିଥାଏ। ରାମନାଥ ସ୍ୱାମୀ ମନ୍ଦିର ବେଢା ଠାରୁ ମାତ୍ର ୩ କିଲୋମିଟର ।


ଜନନୀ ତୀର୍ଥରେ ବୁଡ଼ ପକାଇଲୁ। ତା’ପରେ ଆରିଚଲ ମୁନାଇ (Arichal Munai) ପକ୍ଷୀ ଅଭୟାରଣ୍ୟରେ ଅଧେ ଘଣ୍ଟା କାଳ ବିତେଇଲୁ ଜାତୀୟ ପକ୍ଷୀ ମେଞ୍ଚାଏ ଖାଦ୍ୟ ଉଦ୍ଦେଶ୍ୟରେ ଉଡି ଆସୁଥିଲା । ଦରିଆପାରି ଅତିଥି ପକ୍ଷୀ ଅଣ୍ଡା ଦେବାପାଇଁ ଧନୁଷକୋଡ଼ି ଅଞ୍ଚଳକୁ ପସନ୍ଦ କରୁଥିଲେ। ଏପଟ ସେପଟ ଦେଖିଲୁ । ବିହଙ୍ଗ ଦର୍ଶନ ଟାୱାରରୁ ଦର୍ଶନର ଅପାର ସୁଯୋଗ ପାଇଲୁ। ମିନତୀ ପ୍ରଣତି ଫଟୋ ନେଉଥିଲେ ।


ଜଟାୟୁ ତୀର୍ଥ : ପକ୍ଷୀଙ୍କ ରାଜା ଜଟାୟୁ ଶ୍ରୀରାମଙ୍କ ଭକ୍ତ। ଏକଦା ରାବଣଙ୍କୁ ପ୍ରତିରୋଧ କରିଥିଲେ। ଲଙ୍କାପତି ରାବଣ ପକ୍ଷ ଛେଦନରେ ପ୍ରାଣ ବାୟୁ ଉଡିଯାଇଥିଲା। ସମାଧି ସ୍ଥଳ ଏବେବି ଏକ ତୀର୍ଥ ସ୍ଥଳ ରୂପେ ବିରାଜମାନ। କୁଆଡେ ଅରଣ୍ୟର ଜଡ଼ି ବୁଟିରୁ ଭଗବାନଙ୍କ ଜୀବନ ରକ୍ଷାକରିଥିଲା। ମିନତୀ ପ୍ରଣତି ପାହାଁମୁଣ୍ଡି ପଡ଼ିଥିଲେ। ଶ୍ରଦ୍ଧାଳୁଙ୍କ ଭାରି ଭିଡ଼ ଦେଖିଲୁ।

ସଡ଼କ କତିରେ ଆମ୍ମା ଚାହା ଷ୍ଟଲରେ ଘଡ଼ିଏ ଅଟକିଲୁ। ନଟରାଜ ପୁରମରେ ଚା’ର ସ୍ୱାଦ ନେଲୁ। ପୁଣି ଗଣେଶ ପୁରମ ରୋଡ଼ରେ ଅଟୋ ଗଡ଼ିବାକୁ ଲାଗିଲା। ୫ କିଲୋମିଟର ଦୂର ରହିଥାଏ।


ଶ୍ରୀରାମ ପାଦ ମନ୍ଦିର ଦର୍ଶନ ସକାଶେ ଆତୁରତା ବଢୁଥାଏ। ତ୍ରେତୟା ଯୁଗର ଘଟଣାବଳୀ କଳି ଯୁଗରେ ଅତୁଟ ବିଶ୍ୱାସ ଉଙ୍କିମାରୁଥିଲା। ରାମାୟଣରୁ କଣ ପଢିଥିଲେ ? ଜେଜେମା କଣ କହୁଥିଲେ? ଭଗ୍ନୀ ଦୁହେଁ ଗପୁ ଥିଲେ। ସାଗର କୂଳରେ,କେବେତ ଅଙ୍କା ବଙ୍କା ବେଳେ ବେଳେ ଆବୁଡ଼ା ଖାବୁଡ଼ା ସଡ଼କରେ ଅଟୋ ଛୁଟିଥାଏ। ସ୍ଥାନୀୟ ତାମିଲ ଚାଳକ ବାଟ ଘାଟର ଅଭଜ୍ଞତା ରହିଥିଲା।

ଗନ୍ଧମାଦନ ପର୍ବତ ପଡୁ ନପଡୁ ରାମାୟଣ ପୁରାଣର ପୃଷ୍ଠା ପୃଷ୍ଠା ରାମ ବନ ବନବାସ ,ସୀତା ହରଣ ,ଲଙ୍କା ଠାବ, ଲକ୍ଷ୍ମଣ ଶକ୍ତି ଭେଦ,ସଂଜୀବନୀ ଗନ୍ଧମାଦନ ପର୍ବତ, ବୀର ହନୁମାନ ଆକାଶରେ କିପରି ଉଡ଼ି ଉଡ଼ି ଆସିଥିଲେ। କାଳେ ସଞ୍ଜିବନୀ ପାଇଯିବୁ! ନିରୋଗୀ ହେବୁ ! ଆୟୁଷ ବଢ଼ିବ! ଆଶା ଆଶଙ୍କାରେ କଳ୍ପନା ଜଳ୍ପନା! ଏବେ ଏବେ ସର୍ଭେକ୍ଷଣରୁ ଜଣା ଯାଇଛି, ଅଷ୍ଟ୍ରେଲିଆ,ଆଇସି ଲ୍ୟାଣ୍ଡ ,ସ୍ବିଜ଼ରଲ୍ୟାଣ୍ଡ ଦେଶ କେତୋଟି ପରିବେଶ ଦୃଷ୍ଟିକୋଣରୁ ଜୀବନ ପାଇଁ ଉତ୍ତମ। ବସନ୍ତରେ ଗ୍ରୀଷ୍ମ ,ଶୀତରେ ଝଡ ତୋଫାନ ପରିବର୍ତ୍ତିତ ପରିବେଶ ! ଗନ୍ଧମାଦନ ଉପତ୍ୟକାରେ କିପରି ଦାଖଲ ହେବୁ ? ଗୋଟିଏ ଚିନ୍ତା ! କିଛି ନହେଲା ଅମ୍ଳଜାନ ପୁଳାଏ ନିଶ୍ଚିତ ମିଳିବ ! ପର୍ବତକୁ ଯାଉଥିଲୁ,ବ୍ୟଗ୍ରତା ସାଙ୍ଗକୁ ଧାର୍ମିକ ବିଶ୍ୱାସ ଜାଗ୍ରତ କରିଥିଲା।

ବେଳକୁ ବେଳ ଘାଟି ରାସ୍ତାରେ ଅଟୋ ଗର୍ଜନ କରୁଥିଲା। କେନ୍ଧ୍ୟାମାନ ଜଙ୍ଗଲ ଜଙ୍ଗଲ ସବୁଜିମା ଘେରା ମଧ୍ୟରେ ଘଣ୍ଟେ କାଳ ଅତିବାହିତ ହେଲା। ପାମ୍ବନ ଦ୍ୱୀପର ଉଚ୍ଚତମ ଉପତ୍ୟକା।

ଗଣେଶ ପୁରମ ରୋଡ଼ (ଜିପି ରୋଡ଼ )୬୨୩୫୨୬ ଅଟୋ ଗଡୁଥିଲା। ଗନ୍ଦମାଦନ ଚୂଳ ଦୂରରୁ ଦେଖା ଯାଉଥିଲା। ଅକସ୍ମାତ ଏକ ଉଚ୍ଚ ମନ୍ଦିର ଦେଖିଲୁ। ପାଦ ଦେଶରେ ଅଟୋ ନରମି ଯାଇଥିଲା।


ଶ୍ରୀ ରାମ ପାଦ ମନ୍ଦିର : ଦି ତାଲା ବିଶିଷ୍ଟ ମନ୍ଦିର ବହୁ ଉଚ୍ଚରେ ଦେଖିବାକୁ ପାଇଲୁ। ପାଦ ଚଲାରେ ଆମେ ବଢ଼ିଲୁ। ଦି’ପାର୍ଶ୍ୱରେ ପୂଜା ସାମଗ୍ରୀ ଉଠା ଦୋକାନୀ ବେଉସାରେ ବ୍ୟସ୍ତ। ଭେଳିକି ଭେଳି ତରଭୁଜ,ଅମୃତ ,କମଳା ,ନାସପାତି ପସରା ଧାଡ଼ିଟିଏ ଦେଖିଲୁ। ମଧ୍ୟାନ୍ନ ବେଳା ତତଲା ବାୟୁ ମଣ୍ଡଳ ପାହାଚ ପାହାଚ ମନ୍ଦିର ଦର୍ଶନ ପଥରେ ବଢ଼ିଲୁ । ଚହଟା ପୁଣି ଏକ ବର୍ଗାକାର ମଣ୍ଡପ।


ମନ୍ଦିରଟିରେ ଶ୍ରୀରାମଙ୍କ ପାଦ ଚିହ୍ନ ରହିଥିଲା। ପଲକ ପଡୁନଥିଲା ଭଗବାନ ଶ୍ରୀ ରାମଙ୍କ ପାଦ ଦର୍ଶନ କୃପା ଲଭିଲୁ। ତୀର୍ଥ କୁଣ୍ଡ ଉକୁଟି ମାରୁଥିଲା। ଦ୍ବି ମହଲା ବିଶିଷ୍ଟ ମନ୍ଦିର ଦ୍ରାବିଡ଼ ଶୈଳୀରେ ଚୂଳ ସ୍ଥାପତ୍ୟ ଉକୁଟି ମାରୁଥିଲା। ପାହାଚ ଚଢା ସାଙ୍ଗକୁ ସୂର୍ଯ୍ୟଙ୍କ ପ୍ରକୋପ ବଢି ଯାଇଥିଲା। ଦର୍ଶନ ପାଇଲୁ ପୁରା ଧଇଁସଇଁ !

ଢୋକେ ସବିରାମ ନେଲୁ । ଘୁ ଘୁ ପବନ!,ଆହା କି ଆରାମ ! ତରଭୁଜ କେଇ ଖଣ୍ଡ ଅମୃତର ସ୍ୱାଦଠୁ ବଳି ଯାଇଥିଲା। ସବୁଜ ବନାନୀ ଗୋଲାକାର ପ୍ରାନ୍ତ। ଦୂରରୁ ଏକ ହ୍ରଦ ଦେଖିଲୁ। ପୂଜାରୀ କହୁଥିଲେ। ପ୍ରଭୁଙ୍କ ଚକ୍ର ଏହି ସ୍ଥାନରେ କବର ଦେଇଥିଲେ। ଦୂରରୁ ଜଳାଶୟ ପରି ଦେଖା ଯାଉଥିଲା।

କିମ୍ବଦନ୍ତୀ :ଏକାଧିକ ହିନ୍ଦୁ କିମ୍ବଦନ୍ତୀ ଛୁପିଥିଲା। ଶ୍ରୀରାମଙ୍କ ପାଦ ପଡ଼ିଥିଲା। ଏକ ପବିତ୍ର ଚକ୍ର। ଲଙ୍କାପତି ରାବଣଙ୍କ ଭ୍ରାତା ବିଭୀଷଣ ମିଳନର ସ୍ଥଳ। ଲଙ୍କା ଅଭିଯାନର ଗୁପ୍ତତଥ୍ୟ ଶ୍ରୀରାମଙ୍କୁ ଅବଗତ କରିଥିଲେ। ସୀତାଙ୍କ ସନ୍ଧାନରେ ଶ୍ରୀରାମ ଓ ତାଙ୍କ ବାନର ସେନା ବିଶ୍ରାମ ନେଇଥିଲେ। ପର୍ବତର ଏକ ଅଂଶ ସଂଜୀବନୀ। ଲକ୍ଷ୍ମଣ କୁମାରଙ୍କ ଜୀବନ ରକ୍ଷା ପାଇଁ ବୀର ହନୁମାନ ଆକାଶ ପଥରେ ବୋହି ଆଣିଥିଲେ। ଲଙ୍କାକୁ ଏଠୁ ବୀର ହନୁମାନ ଲମ୍ପ ପ୍ରଦାନ କରିଥିଲେ। ଏକାଧିକ ଗାଥା ଗନ୍ଧମାଦନକୁ ନେଇ ଜଡ଼ିତ ! ଆମେ ଚକିତ ହେଲୁ।

ଉତ୍ତର ପଶ୍ଚିମ ରାମେଶ୍ୱରମ ଧାମ ‘ରେ ଦର୍ଶନୀୟ ସ୍ଥଳ । ସାଗର ବେଳାଭୂମି ଝଟକି ମାରୁଥିଲା। ପର୍ଯ୍ୟଟକ ପାଇଁ ଏକ ଭୂସ୍ବର୍ଗ । ନିରୋଳା ନଭରେ ସାୟଂ କାଳର ଦୃଶ୍ୟ ଅତିମନୋହର। ଗୋଟିଏ ପରେ ଅନ୍ୟଟିଏ ଦେଖିଲୁ ।

ପାମ୍ବନ ଦ୍ବୀପର ଉଚ୍ଚ ଉପତ୍ୟକାର ଗନ୍ଧମାଦନ ପର୍ବତ ଉଭା ହୋଇଥିଲେ। ଭାରତ ଓ ଶ୍ରୀ ଲଙ୍କା ସନ୍ନିକଟ ସ୍ଥଳ। ବିଶ୍ୱାସ କରାଯାଏ ; ଭଗବାନ ଶ୍ରୀ ହନୁମାନ ଗନ୍ଧମାଦନରେ ବାସ। କୁମାର ସମ୍ଭବ ପୁସ୍ତକ ଭାଗ ୬ ରେ କବି କାଳିଦାସ ଗନ୍ଧମାଦନ ପର୍ବତକୁ ନେଇ ଏକ ମତ: ହିମାଳୟ ପର୍ବତ ମାଳର ଗନ୍ଧମାଦନ ଏକ କିମ୍ବଦନ୍ତୀର ଔଷଧିପ୍ରସ୍ତ ଦ୍ରୁମ ଜୀବନ ଦାନ କରୁଥିଲେ। (Gandhamadana, the mythical city of the Osadhi Prastha in Himalaya Mountain having with Santanaka Trees ) ନାଥ କିମ୍ବଦନ୍ତୀ ଉଲ୍ଲେଖ କରାଯାଇଥିଲା ; ପର୍ଶୁରାମ ଦୃଢ ତପସ୍ୟାରେ ଗନ୍ଧମାଦନ ପର୍ବତରେ ଆଧ୍ୟାତ୍ମିକ ଚେତନା ଜାଗୃତି କରୁଥିଲେ। ତ୍ରିପୁରା ରହସ୍ୟ,ଅଦ୍ଵିତ ବେଦାନ୍ତ ପରିପ୍ରକାଶ ହୋଇପାରିଥିଲା।


ସୁଗ୍ରୀବ ତୀର୍ଥ: ଆମେ ବାମ ପାର୍ଶ୍ୱରେ ଅଟକି ଗଲୁ। ସୁଗ୍ରୀବ ତୀର୍ଥ ନାମରେ ପ୍ରସିଦ୍ଧ। ବାନର ରାଜା ଏକଦା ଶ୍ରୀ ରାମଙ୍କ ସେତୁବନ୍ଧ ଓ ଲଙ୍କା ଅଭିଯାନରେ ସଖା ହୋଇଥିଲେ। ମନ୍ଦିରରେ ପୂଜା ପାଉ ଥିଲେ। ଶ୍ରୀରାମଙ୍କ ଭକ୍ତଙ୍କ ଦର୍ଶନ ଲଭିଲୁ। ସୁଗ୍ରୀବ ତୀର୍ଥ ନାମରେ ସ୍ଥଳଟି ଖ୍ୟାତ।


ସଚ୍ଚି ହନୁମାନ ମନ୍ଦିର: ତାପରେ ଆମେ କିଛି ଦୂରରେ ଶ୍ରୀ ରାମ ଭଗବାନଙ୍କ ପରମ ଭକ୍ତ ଶ୍ରୀ ବୀର ହନୁମାନଙ୍କ ଏକ ମନ୍ଦିର (Satchi Hanuman Temple) ଦେଖିଲୁ। ମନରେ ତିନି ଥର ବୀର ବଜରଙ୍ଗୀ ହନୁମାନକୀ ଜୟ ଧ୍ୱନି ଉଚ୍ଚାରଣ କଲୁ।

ଶ୍ରୀରାମ ତୀର୍ଥ: ଆମେ ୪ ଶ୍ରୀ ରାମ ତୀର୍ଥରେ ପାଦ ପକାଇଲୁ। ମନ୍ଦିରରେ ଶ୍ରୀ ରାମ ,ଲକ୍ଷ୍ମଣ,ମାତା ସୀତାଙ୍କ ମୂର୍ତ୍ତି ମୁଖ୍ୟ ଦ୍ୱାରରେ ଉଭା ହୋଇଥିଲେ। ମିନତୀ ଓ ପ୍ରଣତି ଫଟୋ ନେଇଥିଲେ। ବୃହତ୍ତ ପୁଷ୍କରିଣୀ ଝଟକି ମାରୁଥିଲା। ମଧ୍ୟ ଭାଗରେ ଏକାଧିକ ସ୍ତମ୍ବ ଓ ମଣ୍ଡପ ଦୃଶ୍ୟମାନ ହେଉଥିଲା। ଲକ୍ଷ୍ମଣ ତୀର୍ଥ,ସୀତା କୁଣ୍ଡ ଦର୍ଶନକଲୁ । ପବିତ୍ର ଜଳ ସିଞ୍ଚନ କଲୁ। ଅନ୍ତରେ ନଟରାଜ ମନ୍ଦିର ପ୍ରଦକ୍ଷିଣ କଲୁ।


ଆମ ତୀର୍ଥ ଯାତ୍ରା ଲମ୍ବିଥିଲା ରାମେଶ୍ୱର ନଗର ଅଗଣାରେ ଡକ୍ଟର ଏପିଜେ ଅବଦୁଲ କାଲାମଙ୍କ ବାସଗୃହ ଯୋଡ଼ି ହୋଇଥିଲା।

ରଚୟିତା-ଦିଲିପ କୁମାର ନାୟକ)

ପାଦଟୀକା//Foot Notes, ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର ।
୨. ତୀର୍ଥ ମାହାତ୍ମ୍ୟ ,





Comments

Post a Comment