ବିବାହ :ଏକ କାଳଜୟୀ ମିଳନ Marriage : A timeless Union

 



ପ୍ରଥା,ପରମ୍ପରା,ବିବାହ,ସଂସ୍କୃତି,ଚାଲିଚଳନର ଭିନ୍ନତା ମଧ୍ୟରେ ଏକତାର ସ୍ଵର ଜାଗି ଉଠେ। ସମ୍ପର୍କର ଘନିଷ୍ଠତା ବହୁ ଭାଷା,ଉପ-ଭାଷା ଭାରତୀୟଙ୍କ ଶାନ୍ତି ପ୍ରିୟତା ଓ ସହଯୋଗର ଶଠତା ବିଶ୍ଵରେ ସ୍ଥାପିତ । ଶିଳ୍ପପତି ଶ୍ରୀ ନରେଶ ଅଗ୍ରୱାଲ ପରିବାର ଖୁବ ପରିଚତ। ଦୟାଳୁ ସ୍ବଭାବରେ ଦରଦି ମନୁଷ୍ୟ ଥିଲେ। ପତ୍ନୀ ସୁନିତା,କନ୍ୟା ରେଶମା,ପୁତ୍ର ଦ୍ୱାରିକା ତାଙ୍କ ବାପାଙ୍କ ବ୍ୟବସାୟରେ ସହଯୋଗ କରି ଆସୁଥିଲ। ମାର୍ଚ୍ଚ ୧୧, ୨୦୨୨ରେ ଦ୍ୱାରିକାର ବିବାହ ମୁମ୍ବାଇରେ ନିରୂପଣ କରାଯାଇଥିଲା ।

ଆୟୋଜକ କଷ୍ଟଲେ ଆଣ୍ଡ କୋଷ୍ଟର ଏବଂ ମାଇ ଏଭେଣ୍ଟ୍ଜ ଅଲ ଦିନରେ ଅଗ୍ରୱାଲ ବାବୁ ଡକାଇ ତାଙ୍କର ବାଲ୍ୟବନ୍ଧୁ ଅଧ୍ୟାପକ ଅଶୋକ ଜୈନଙ୍କ ସଂଯୋଜନାରେ ପୁଅର ବିବାହ ଭୋଜି ନିମନ୍ତେ ସଂପୂର୍ଣ୍ଣ ଦାୟିତ୍ୱ  ହସ୍ତାନ୍ତର କରିଥିଲେ। ଯୋଜନା ମୁତାବକ ପୁଙ୍ଖାନୁଫୁଙ୍ଖ ଭାବେ ଶେଷରେ ବ୍ୟୟ ଅଟକଳ ଭାର ୨୦ କୋଟି ଟଙ୍କାର ଲମ୍ବା ତାଲିକା ପଦାର୍ଥ ସେବା ବର୍ଣ୍ଣିତ।

ଅତିଥିଙ୍କ ତାଲିକା ସଂଖ୍ୟା , ନିମନ୍ତ୍ରଣ ପତ୍ରର ପ୍ରକାର ଭେଦ, ବିବାହ ସ୍ଥଳ ଚୟନ , ସାଜସଜା, ବିବାହ ପୋଷାକ, .ମେହେନ୍ଦି, ସ୍ଵର୍ଣ୍ଣ ମୋତି ହାର ଓ ମୁଦ୍ରିକା, ଫଟୋଗ୍ରାଫର,ସଙ୍ଗୀତ ଓ ନୃତ୍ୟ,ପଣ୍ଡିତ,ଖାଦ୍ଯ ବ୍ୟଞ୍ଜନ ଅତିଥିଙ୍କୁ ଉପହାର ପ୍ରଦାନ , ଅତିଥିଙ୍କ ରହଣିର ସୁବ୍ଯବସ୍ଥା ,ମଧୁ ଚନ୍ଦ୍ରିକା ପରିଭ୍ରମଣତାଲିକାରେ ଲିପିବଦ୍ଧ।  

ନିମନ୍ତ୍ରଣ ପତ୍ରର ପ୍ରକାର ଭେଦ ପାଇଁ କୁସ୍ତୋମିଜିଙ୍ଗ କ୍ରୀୟେଟିଭିଟି ବୋରଲି ମୁମ୍ବାଇ ଦାୟିତ୍ଵ ଦିଆ ଯାଇଥିବା ବେଳେ ବିବାହ ସ୍ଥଳ ଓ ସାଜସଜ୍ଜା ନିମନ୍ତେ ଯୁହୁ ମୁମ୍ବାଇ କଷ୍ଟଲେ ଆଣ୍ଡ କୋଷ୍ଟରକୁ ଓ ବିବାହ ପୋଷାକ ପାଇଁ ପ୍ରିମା ଓ ମୁମ୍ବାଇ ଅବୌତିରକୁ ଅର୍ଡର ଦିଆ ଯାଇଥିଲା । ହେମା ହେନ୍ନା ଆର୍ଟସକୁ ମେହେନ୍ଦି,ମୁମ୍ବାଇର କ୍ରିୟାଜେୱେଲ୍ସକୁ ସ୍ଵର୍ଣ୍ଣ ମୋତି ହାର ଓ ମୁଦ୍ରିକା,ହୋସାନ୍ନା ୱେଡିଂଫୋଟୋ ମୁମ୍ବାଇକୁ ଫଟୋଗ୍ରାଫର, ୱେଡିଂ ନୃତ୍ୟ ମୁମ୍ବାଇକୁ ସଙ୍ଗୀତ ଓ ନୃତ୍ୟ,ମୁମ୍ବାଇର ପ୍ରଖ୍ୟାତ ହିନ୍ଦୁ ପଣ୍ଡିତ ଆଷ୍ଟ୍ରୋ ତୁଷାର ଗୁରୁଜୀଙ୍କୁ ବିବାହ କାର୍ଯ୍ୟ  ସଂପୂର୍ଣ୍ଣ ଦାୟିତ୍ଵ ଦିଆଯାଇଥିଲା ।

ନିମନ୍ତ୍ରିତ ଭାରତୀୟ ଅତିଥି ସଂଖ୍ଯା ୧ ହଜାର ଓ ବିଦେଶୀରୁ ୧୦ ଅତିଥିଙ୍କ, ଖାଦ୍ୟ ବ୍ୟଞ୍ଜନ ପସ୍ତୁତି ଓ ବଣ୍ଟନ କାର୍ଯ୍ଯ ମୁମ୍ବାଇର ପବିତ୍ର କ୍ଯାଟାରିଂକୁ ଦିଆ ଯାଇଥିଲା। ମାଙ୍ଗଳିକ କାର୍ଯ୍ଯ ଅବସରରେ ଉପସ୍ଥିତ ଅତିଥିଙ୍କୁ ଉପହାର ପ୍ରଦାନ ନିମନ୍ତେ ଜୁହୁସ୍ଥିତ ଗୀତା ମାଉସୀଙ୍କ ଗିଫ୍ଟ ୱିଥ ଲୋୱେ ସଂସ୍ଥା ଦାୟିତ୍ଵ ଦିଆ ଯାଇଥିଲା। 

୧୦ ମାର୍ଚ୍ଚ ଅଧ୍ୟାପକ ଅଶୋକ ଜୈନ ଅତିଥିଙ୍କୁ ସ୍ଵାଗତ ପାଇଁ ଶିବାଜୀ ଆନ୍ତର୍ଜାତିକ ଉଡାଜାହାଜ ପଡ଼ିଆରେ ଅପେକ୍ଷାରେ ଥିଲେ।  ସମୟ ୧୧.୫୦ରେ ସିଧା ନେବୱାର୍କ (EWR) ରୁ ମୁମ୍ବାଇ (BOM) ଏୟାର ଇଣ୍ଡିଆ ଲିମିଟେଡ଼ ଏଆଇ-୧୪୪-ବୋଇଂ ୭୭୭-୩୦୦ER ୧୪ ଘଣ୍ଟା ଯାତ୍ରା ପରେ ଟର୍ମିନାଲ-ସଂଖ୍ୟା-୨ରେ ଅବତରଣ କରିଥିଲା। ଆମେରିକୀୟ ଦମ୍ପତି ଜ୍ୟାକ ଓ ପାମେଲାଙ୍କୁ  ଜୈନ ସ୍ବାଗତ କରି ରହଣି ପାଇଁ ହୋଟେଲ ତାଜରେ ବ୍ୟବସ୍ଥା କରିଥିଲେ ।

ମସ୍କୋରୁ ମୁମ୍ବାଇ (MOW-BOM ) ଗଲ୍ଫ ଏୟାରଲାଇନ୍ସ ଫ୍ଲାଇଟ ,ମସ୍କୋ, ରୁଷ (RUSSIA) ଦେଶରୁ ଯାତ୍ରାକରି ଦମ୍ପତି ନିକୋଲାଇ ଓ ଜୁଲିୟାଙ୍କୁ ଓ ଦୁବାଈରୁ-ମୁମ୍ବାଈ(DXB-BOM) ସଂଯୁକ୍ତ ଆରବ ଏମିରେଟ୍ସ (UAE) ରୁ ତୈଳ ଖଣି ମାଲିକ ଖଲିଳ ସରିଫ,ସୁମିୟା ଓ ତାଙ୍କ କନ୍ୟା ଓ ପୁତ୍ର ୬ ଜଣଙ୍କୁ ମଧ୍ୟ ଶ୍ରୀଜୈନ ସ୍ଵାଗତକରି ହୋଟେଲ ତାଜରେ ରହଣିର ବ୍ୟବସ୍ଥା କରିଥିଲେ। 

୧୧ ମାର୍ଚ୍ଚ ସକାଳ ୧୦.୩୦ରେ ପୃଥକ ପୃଥକ ଭାବେ ନିଉୟାର୍କ,ଆମେରିକା (USA) ମସ୍କୋ,ରୁଷ (RUSSIA) ଓ ଦୁବାଇ,ସଂଯୁକ୍ତ ଆରବ ଏମିରେଟ୍ସ (UAE) ଅତିଥିଙ୍କୁ ସ୍ଥାନୀୟ ତାଜ ହୋଟେଲେରୁ ସ୍ଵତନ୍ତ୍ର କାର ଯୋଗେ ବିବାହ ସ୍ଥଳକୁ  ଜୈନ ପାଛୋଟି ନେଇଥିଲେ। ଗ୍ୟାଲାରିରେ ଅବସ୍ଥାନ କରିବା ପୂର୍ବରୁ ତୋରଣ ଦ୍ଵାର ନିକଟରେ ଫୁଲ  ତୋଡ଼ାର ଉପହାର ଦେଇ ଶିଳ୍ପପତି ଶ୍ରୀ ନରେଶ ଅଗ୍ରୱାଲ ବିଦେଶୀ ଅତିଥି ସମୂହଙ୍କୁ ସ୍ଵାଗତ କରିଥିଲେ। ପ୍ରଫେସର ଜୈନ ବିବାହ  ଉତ୍ସବରେ ପ୍ରଶ୍ନ ଉତ୍ତର ପ୍ରଦାନ କରୁଥିଲେ। 

ଉପରି ଭାଗରେ ଶଙ୍ଖ,ତୂରୀର ଶବଦ ଝଙ୍କୁରିତ ହେବାକୁ ଲାଗିଲା । ସଙ୍ଗୀତର ତାଳେ ତାଳେ ଆମେରିକୀୟ ଦମ୍ପତି ଜ୍ୟାକ ଓ ପାମେଲା ଧୀରେ ଧୀରେ ମୁଣ୍ଡ ହଲାଇବାରେ ଲାଗିଲେ। ଭାରତୀୟ ବାଦ୍ୟ ଓ ସଙ୍ଗୀତର ମଜ୍ଜା ନେବାରେ ଦୁହେଁ ତିଳେମାତ୍ର  କୁଣ୍ଠାବୋଧ କରିନଥିଲେ ।

ଲଘୁପାନୀୟ ବିତରଣର ବ୍ୟବସ୍ଥା ରହିଥାଏ। ପ୍ରଫେସର ଜୈନ ଦେଖିଲେ, ବିଦେଶୀ ଦମ୍ପତି ଗୁଣୂଗୁଣୁ ଶବଦରେ ମୁଣ୍ଡ ନାଡୁଥିଲେ।  ଶ୍ରୀ ଜୈନ ଅଂଗ୍ରେଜ ଭାଷାରେ ପଚାରିଲେ ,Will you participate in dance programme?
ତମେ ମାନେ ନାଚ ଗୀତର ଆସରରେ ଭାଗ ନେବେକି ? Yes, ହଁ,ଧୀରେ ଧୀରେ ବିଦେଶୀ ଅତିଥି ଭାରତୀୟ ନୃତ୍ୟ ଗୀତରେ ନାଚି ଉଠିଥିଲେ । ପରେ ପରେ ବିଖ୍ୟାତ ଗୀତିକାର ଓ ନର୍ତ୍ତକୀ ସକିରIଙ୍କ ବଳ୍କା ବଳ୍କା (walkwalk) ଅଂଗ୍ରେଜ ଗୀତର ତାଳରେ ଉପଭୋଗ ଅସାରକୁ ଦ୍ଵିଗୁଣିତ କରୁଥିଲା। ସଙ୍ଗୀତ କାର୍ଯ୍ୟ କ୍ରମରେ କାରବିୟାନ ଡାନ୍ସ ଓ ଅIଦନIନୀଙ୍କ ହିନ୍ଦୀ ଗୀତର ମଜ୍ଜା ନେଉଥିଲେ।

ଦ୍ୱାରିକା ବର ବେଶରେ ଘୋଡୀ ଉପରେ ବସି ବେରଙ୍ଗର ଛତା,ତରାଶ ତୋରଣ ଦ୍ଵାରରେ ପହଞ୍ଚୁ ପହଞ୍ଚୁ ଆମେରିକୀୟ  ଦମ୍ପତି ଜୈନଙ୍କୁ ପ୍ରଶ୍ନ କଲେ?  ଜ୍ଯାକ What is this? ସବୁ ଅତିଥିଙ୍କ ଦ୍ରୁଷ୍ଟି ବରଯାତ୍ରାର ଦୃଶ୍ୟକୁ ଯେମିତି ଅନାଇଥିଲେ।  ପ୍ରଫେସର ଜୈନ ତାଙ୍କ ଉତ୍ତର ଉପସ୍ଥାପାନା କଲେ। ଭାରତର ବିବାହ ଉତ୍ସବରେ  ବର ଘୋଡୀ ଉପରେ ବରଯାତ୍ରା କରିବା ଦ୍ୱାରା ସାମର୍ଥ୍ୟ ,ଶାଶ୍ଵତ ନିବିଡ଼ ସମ୍ପର୍କକୁ ଦୃଢିଭୂତ କରାଏ । ସାରା ଜୀବନ ପାଇଁ ସମର୍ଥ ଓ କର୍ତ୍ତବ୍ୟରତର ଶୁଭ ସଙ୍କେତର ପ୍ରତିଷ୍ଠା  କରିଥାଏ ।

ଆମ ଅମେରିକାରେ ଉକ୍ତ ବ୍ୟବସ୍ଥା ଦେଖିବାକୁ ମିଳେ ନIହିଁ।  ଶିଳ୍ପପତି ଜ୍ଯାକ କହିଲେ , ଆମ ଆମେରିକାରେ ବର କନ୍ୟା ମଧ୍ୟରେ ବିବାହ ଅନୁଷ୍ଠିତ ହେIଇଥାଏ। ଯାହା ବିବାହ ଚୁମ୍ବନ (Wedding Kiss),ବିବାହ ପିଠା (Wedding Cakes) ପ୍ରେମର ପ୍ରତୀକ ( Symbol of Love) Fertilise,ପ୍ରୀତି ଭୋଜନ (Wedding Reception) ସୀମିତ ରିହିଥାଏ।

ଦେଶର ୪୬ ପ୍ରତିଶତ ବରକନ୍ୟା ଦମ୍ପତି ନିଜେ ନିଜର ପିତା ମାତାଙ୍କଠୁ ଦୂରେଇ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରନ୍ତି। ଅବଶିଷ୍ଟ ୫୪ ପ୍ରତିଶତ ବରକନ୍ୟା ବିବାହ ନିର୍ଦ୍ଧିଷ୍ଟ ଗୀର୍ଜା  ଏବଂ ଧାର୍ମିକ ଅନୁଷ୍ଠାନରେ ସମ୍ପର୍ଣ୍ଣ କରନ୍ତି । ସେ କହିଲେ କେତକ ଧନୀକ ଶ୍ରେଣୀର ବରକନ୍ୟା ବିବାହ ଆଡମ୍ବରପୂର୍ଣ୍ଣରେ ଆୟୋଜିତ ହେIଇଥାଏ। ଜ୍ଯାକ ପ୍ରାଞ୍ଜଳ ଭାବରେ ପ୍ରଫେସର ଜୈନଙ୍କୁ ତାଙ୍କ ଦେଶରେ ବିବାହ କିପରି ଅସ୍ଥାୟୀ। ତାର ତଥ୍ୟ ବିଶ୍ଳେଷଣ କରି କହିଲେ, ଆମ ଦେଶରେ ବୈବାହିକ ସଂବନ୍ଧ ଚିରସ୍ଥାୟୀ ନୁହଁ ,ଅତି ବେଶିରେ ୮ ବର୍ଷର ଅବଧିରୁ ୧୨ ବର୍ଷ କାଳ ମଧ୍ୟରେ ସୀମିତ ରହିଥାଏ। ବୈବାହିକ ଜୀବନ ୫୦ ପ୍ରତିଶତ ଦମ୍ପତି ସମ୍ପର୍କ ୧୫ବର୍ଷରେ ସୀମିତ ଥିବା ବେଳେ ୩୩ ପ୍ରତିଶତ ଦମ୍ପତିଙ୍କ ସମ୍ବନ୍ଧ ଅତି ବେଶୀରେ ୨୫ ବର୍ଷକୁ ସ୍ପର୍ଶ କରୁଥିଲା ।

କେବଳ ଆମେରିକାରେ ୬ ପ୍ରତିଶତ ଦମ୍ପତିଙ୍କ ସମ୍ପର୍କ ୫୦ ବର୍ଷକାଳ ପର୍ଯ୍ୟନ୍ତ ଏକାଠି ରୁହନ୍ତି। ଆମେରିକୀୟ ଦମ୍ପତି କରମ ଓ କତାରାଇ ଚାନ୍ଦ ଭାରତରେ ବିବାହ କରିଥିବାରୁ  ଦମ୍ପତି କେବଳ ତାଙ୍କର ୯୦ ବିବାହ ବାର୍ଷିକୀ ପାଳନ ଯାହା ୧୯୨୫ ମସିହାରେ ଆମେରିକାରେ ଏକଦା ଚହଳ ସୃଷ୍ଟି କରିଥିଲା। 



ଆମେରିକାରେ ବିବାହ ସମ୍ପର୍କ ଯେତିକି ଅସ୍ଥାୟୀ ତତୋଧିକ ଛାଡ଼ପତ୍ର ସମସ୍ଯା ସାମାଜିକ ଅବସ୍ଥାକୁ ରସାତଳକୁ ଠେଲି ଦେଇଥିଲା। ଜ୍ଯାକଙ୍କ କଥାରେ ପ୍ରଫେସର ଜୈନ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ୨୦୧୬ ମସିହାରୁ ୨୦୧୯ ମଧ୍ୟରେ ଯୁକ୍ତ ରାଷ୍ଟ୍ର ଆମେରିକାରେ ୨୫ ବର୍ଷରୁ  ୩୦ବର୍ଷ  ସ୍ତ୍ରୀ ଓ ପରୁଷ ବନ୍ଧୁ ପ୍ରଥମ ଛାଡ଼ପତ୍ରର ସମସ୍ୟାରେ ଯୁଝୁଥିଲେ ।

ବୈବାହିକ ଜୀବନ ଅବସାଦ ଘେରରେ ରହୁଥିଲା। ଯୌନ ସମ୍ପର୍କରେ ଫାଟ ହେତୁ ପ୍ରାୟ ୫୦ ପ୍ରତିଶତ ଦମ୍ପତିଙ୍କ ଛାଡ଼ପତ୍ର ଘଟଣା ଲୋକଲୋଚନଙ୍କୁ ଆସିଥାଏ। ଆମ ଦେଶର ୧ ହଜାର ଜନସଂଖ୍ୟାରେ ୨୧ ଜଣ ବିବାହ ହେଉଥିବା ବେଳେ ପ୍ରତି ୧ ହଜାରରେ ପ୍ରାୟ ୧୧ ଜଣ ଦମ୍ପତି ଦ୍ଵିତୀୟ ବିବାହର ଶିକାର ହେଉଥିଲେ।

ଆମେରିକାରେ ଦାମ୍ପତ୍ୟ ଜୀବନର ଦୁଇଟି ବସନ୍ତର ସ୍ପର୍ଶପରେ ଛାଡ଼ ପତ୍ରର ଶିକାର ହେଉଥିଲେ। ଛାଡ଼ପତ୍ର ସଂଖ୍ୟା ବୃଦ୍ଧି ଦିନକୁ ଦିନ ଘଟୁଥିଲେ ମଧ୍ୟ ୨୫ ପ୍ରତିଶତ ଦମ୍ପତି ପୂର୍ବ ସ୍ଵାମୀ ଓ ସ୍ତ୍ରୀଙ୍କ ସହ ଯୌନ ସମ୍ପର୍କ ରଖୁଥିଲେ। ଆମଦେଶରେ ଶିକ୍ଷକ,ପଣ୍ଡିତ,ଅଗ୍ନ୍ନିଶମ କର୍ମଚାରୀ,ଶ୍ରମ ଅଧିକାରୀ,ଲେଖକ,ଐତିହାସିକ ବନ୍ଧୁଙ୍କ ସହ ବିବାହ ସମ୍ପର୍ଣ୍ଣ ପାଇଁ  ନାଗରିକଙ୍କ ଆଗ୍ରହ ଓ ପ୍ରଥମ ପସନ୍ଦ। ପ୍ରଫେସର ଜୈନ ଜ୍ଯାକଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ୟାରି ଭିତରେ ଋଷ ଦମ୍ପତି ନିକୋଲାଇ ଓ ଜୁଲିଆ ମୁଣ୍ଡ ନାଡ଼ିଲେ। 

ପ୍ରଫେସର ଜୈନ ଋଷ ଦମ୍ପତି ଜୁଲିଆ ମ୍ଯାଡ଼Iମକୁ ପଚାରିଲେ। How is marriage system found in your Russian State? ଋଷିଏନଙ୍କ ବIହଘର କେମିତି ପ୍ରଚଳିତ ହେଉଛି ? ଜୁଲିଆ ଉତ୍ତର ରଖିଲେ,All readyJack sir explained before you but in Russia marriage system found with little in difference..

ଜ୍ଯାକ ଆଜ୍ଞା ,ପୂର୍ବର ବିବାହ ସମନ୍ଧରେ ବର୍ଣ୍ଣନା କରିଛନ୍ତି କିନ୍ତୁ ଋଷିୟ ବିବାହ ବ୍ୟବସ୍ଥାରେ କିଛିଟା ତଫାତ ପରଖି ହେଉଥିଲା  । ସୋଭିଏତ ରୁଷରେ ବିବାହ ଏକ ପ୍ରଥIରେ ସଙ୍ଘଟିତ ହେଉଥିଲା। ରୁଷ ବିବାହ ଆଇନ ଦୃଷ୍ଟିରୁ ପ୍ରତ୍ୟକ ୧୮ ବର୍ଷ ବୟସର ପୁଅ ଓ ଝିଅ ବିବାହ ବନ୍ଧନରେ ବାନ୍ଧିହେIଇ ପାରିବେ ଯାହା ଉଲ୍ଲେଖିତ। କିନ୍ତୁ ଦେଶର କେତକ ମଫସଲୀ ଗାଁରେ କାଁ ଭାଁ ୧୪ ବର୍ଷରୁ ୧୮ ବୟସ କାଳ ମଧ୍ୟରେ ବିବାହ ଆୟୋଜିତ ହେIଇଥାଏ।  ରୁଷର ବିବାହକୁ ଅନ୍ତତଃ ୩ ଭାଗରେ ବିଭକ୍ତି କରାଯାଇପାରେ ଯଥା  ମୋନୋଗାମୀ (Monogamy)  ପାଲୋଗାମୀ(Polygamy), ଏଣ୍ଡୋଗାମୀ (Endogamy)

ଜୁଲିଆ ମ୍ୟାଡ଼ମ କହିଲେ ବିବାହ ନିମନ୍ତେ ବର୍ତ୍ତମାନ ପଞ୍ଜୀକରଣ ଅତି ଜରୁରୀ।ସେମାନେ ବିଦେଶୀ ହୁଅନ୍ତୁ କିମ୍ବା ରୁଷ ନାଗରିକ ହେiଇଥାଆନ୍ତୁ। କେତକ ନଥିପତ୍ର ସହ ବିବାହ ପଞ୍ଜୀକରଣଦେୟ ଜାଗ୍ସ (ZAGS) ଦପ୍ତରରେ ଆବେଦନ ପତ୍ର ଦାଖଲ କରିବାକୁ ପଡିଥାଏ। ଜାଗ୍ସରେ ବିଧି ବଦ୍ଧଭାବେ ଯାଞ୍ଚ ପରେ ପ୍ରାୟ ୩୦ ଦିନରୁ ୬୦ ଦିନ ଅବଧି ମଧ୍ୟରେ ବିବାହ ନିମନ୍ତେ ଅନୁମତି ପତ୍ର ଦେବା ସଙ୍ଗେ ସଙ୍ଗେ ବିବାହ ସମ୍ପର୍ଣ୍ଣ ନିମନ୍ତେ ପାରିବାରିକ ଆଇନ ଅଧିକାରୀ ଅତ୍ତୋର୍ନେୟସ (Attorneys) ସରକାରୀ ଭାବରେ ସହାୟକ ଦାୟିତ୍ୱ ତୁଲାଉଥିଲେ ।

ପୁରାତନ ପରମ୍ପରାରେ ବିବାହ ୨ ଦିନରୁ ୭ ଦିନ ଅବଧି କାଳ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହେIଇଥାଏ। ଯେଉଁ ଥିରେ ସଂଗୀତ କାର୍ଯ୍ୟକ୍ରମ,ସମୂହ ନୃତ୍ୟ,ଫୁଲତୋଡ଼ା ଆଦାନ ପ୍ରଦାନ,ମୁଦିପିନ୍ଧା,ଜଳଯୋଗ,ଆଲିଙ୍ଗନ,ଚୁମ୍ବନ ଆଦାନ ପ୍ରଦାନ,ସ୍ଵାଗତ ସମାରୋହ ,ଗୀର୍ଜା ,ମନ୍ଦିର,ହୋଟେଲରେ ରୁଷରେ ତାମଡା (TMADA) ମାନେ ଆୟୋଜିତ କରୁଥିଲେ ।

ମୁଦିପିନ୍ଧା ୩ ପ୍ରକାରରେ (Wedding rings have three bands) ଅନୁଷ୍ଠିତ ହେIଇଥାଏ। ଯାହାକୁ (HolyTrinity) ଭାବରେ ରୁଷରେ ବେଶ ଜଣାଶୁଣା। ବିବାହର ଏକ ପ୍ରମୁଖ ଅଂଶ ବିଶେଷ। ପ୍ରେମର ପ୍ରତୀକ ସ୍ଵରୂପରେ ମୁଦ୍ରିକା ରିଙ୍ଗ ଅଙ୍ଗୁଳିରେ ପରିଧାନ ଅଦ୍ୟାବଧି ପ୍ରଚଳିତ।

୩ଟି  ଶଙ୍ଖା ଉତ୍ସବ  ଆୟୋଜିତ ହୁଏ, ଯାହା ବିଶ୍ବାସ, ଆଶା,ଦୟାମନ, ଶରୀରରେ ଅIଧ୍ୟାତ୍ମୀକ ଭାବନା ଜାଗ୍ରତ ପାଇଁ  ୩ଟି ଶଙ୍ଖା କନ୍ୟାଙ୍କୁ ପିନ୍ଧା ଯାଏ।  ରୁଷ ଭାଷାରେ ସିଭିଦେତେଲି (Svideteli) ଉଭୟକନ୍ୟା ଓ ବର ଦଳଙ୍କ ଉପସ୍ଥିତିରେ ସାକ୍ଷୀ  ପ୍ରମାଣ ଥାଇ କାର୍ଯ୍ୟ ସମ୍ପାଦିତ ହେIଇଥାଏ । ଯାହାକୁ(ROSPIS) ସାମାଜିକ ଉତ୍ସବ  କୁହାଯାଏ ।

ପ୍ରେମର ପ୍ରତୀକ ରୂପରେ ଏକାଧିକକପୋତକୁ   ଆକାଶରେ ଉଡ଼ିବା ପାଇଁମୁକ୍ତ କରାଇବା ପରମ୍ପରା  ଅଦ୍ୟାବଧି ଆମ ଦେଶରେ ପ୍ରଚଳିତ। ଏହା ବ୍ଯତୀତ ନିକଟ ସହର ଗଳି ଅନୁକୋଣରେ ରହିଥିବା ଦର୍ଶନୀୟ ଭୋଗ୍ୟ ସ୍ଥାନକୁ କିଛି ଘଣ୍ଟା ପାଇଁ ଉଭୟ ନବଦମ୍ପତି ଭ୍ରମଣ ବିଧି ଦେଖିବାକୁ ମିଳେ ।

ଜୁଲିଆ ମ୍ୟାଡ଼ମ କହିଲେ, ଆମ ଦେଶରେ ବିବାହ ବ୍ୟବସ୍ଥାରେ ଯେତିକି ଆକର୍ଷଣ ସମ  ପରିମାଣରେ ବିକର୍ଷଣ ଜନ୍ମ ନେଇଛି। (Prof.Jain asked How it is happening?) ପ୍ରଫେସର ପଚାରିଲେଏହା କିପରି ସମ୍ଭବ ? ଜୁଲିଆ କହିଲେ ତା ହେଲେ ଶୁଣନ୍ତୁ ,ରୁଷରେ ପ୍ରତି ୪ ଜଣ ଦମ୍ପତି ମଧ୍ୟରୁ ୩  ଜଣ ଦମ୍ପତି ଛାଡ଼ପତ୍ର ଦେଉଥିଲେ ।

Prof Jain told “O God” ପ୍ରଫେସର ଜୈନ କହିଲେ”ହେ ଭଗବାନ! ଆମ ଦେଶର ଛାଡ଼ପତ୍ର ଏକ ତଥ୍ୟରୁ ଅନୁମେୟଯେ,  ୬୦ ପ୍ରତିଶତ ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର ସଂଖ୍ଯାବୃଦ୍ଧି।  ଅଧିକାଂଶ ମହିଳା ଛାଡ଼ପତ୍ର ପାଇଁ ଅଦାଲତରେ ଆବେଦନ କରିଥାନ୍ତି। ରୁଷର ଆଧାରିତ ତଥ୍ୟ ଅନୁସାରେ ପ୍ରତି ହଜାର ଜନସଂଖ୍ୟାରେ ୩.୯ ଯାହା ୪ ଜଣ ଦମ୍ପତି ଛାଡ଼ପତ୍ରରେ ଶିକାର ହେଇଥାନ୍ତି। 

ଆମ ଦେଶରେ ପ୍ରାୟ ତିନି ମାସରୁ ଛମାସ କାଳ ଅବଧି ମଧ୍ୟରେ ଛାଡପତ୍ର ମାମଲା ଅଦାଲତରେ ଫଇସଲା ହୁଏ। ଏବଂ ନିଃସନ୍ତାନ ଦମ୍ପତିଙ୍କ ଛାଡ଼ପତ୍ର ମାମଲା  କମ ସମୟରେ ଅଦାଲତରେ ସମାଧାନ ହୋଇଥାଏ । ଏହା ସହ ରୁଷ ଦେଶର ବିବାହ ଓ ଛାଡ଼ପତ୍ରର ମୂଳ କାରଣ, ଉଭୟ ଦମ୍ପତିଙ୍କ ବୁଝାମଣାର ଅଭାବ। ଯାହା ଜୁଲିଆ ମ୍ୟାଡ଼ମ ପ୍ରକାଶ୍ୟରେ ତଥ୍ୟ ରଖିଥିଲେ । ବିବାହ ପ୍ରଥା ଯେତିକି ପ୍ରାଚୀନ ସମପରିମାଣରେ ଅତ୍ୟଆଧୁନିକ। ରୁଷ ଦେଶର ବିବାହ ଓ ଛାଡ଼ପତ୍ରର ଦୀକ୍ଷାନ୍ତ ଆଲୋଚନାରେ ଅଂଶ ଗ୍ରହଣ କରିଥିବାରୁ ପ୍ରଫେସର ଜୈନ ଶେଷରେ ଜୁଲିଆ ମ୍ୟାଡ଼ମଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ତୈଳ ଖଣି ମାଲିକ ଖଲିଳ ସରିଫଙ୍କୁ ଶ୍ରୀ ଜୈନ ଜାଣିବାକୁ ଚେଷ୍ଟା କଲେ ଦୁବାଇ, ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ବିବାହ ପ୍ରଥା ଓ ପରମ୍ପରା ; ଉତ୍ତର ଦେଇ ସରଫ କହିଲେ,ଅଦ୍ୟାବଧି ଆୟୋଜିତ ବିବାହ ରକ୍ଷଣଶୀଳ ମୁସଲୀମ ସମାଜରେ ପ୍ରଚଳିତ  । ବାଧ୍ୟବାଧକତା ବିବାହକୁ ସଂପର୍କକୁ ଇସଲାମୀୟ ଧର୍ମ ପ୍ରତିରୋଧ କରେ। ଆରବ ସମାଜରେ ବିବାହ ନିକାଃ  ଜୀବନର ଏକ ଅଭୂଲା ମୁହୂର୍ତ୍ତ ଯାହା ପ୍ରତି ବ୍ୟକ୍ତି ଓ ପରିବାରଙ୍କ ସମ୍ମIନ,ସୀକୃତି,ସାମାଜିକ ଅନୁମତି ଉଭଯଙ୍କୁ ମିଳିଥାଏ ।


ଆମ ସମାଜରେ ନିକାଃକୁ ୪ ଗୋଟି ଭାଗରେ ବିଭକ୍ତି କରାଯାଇପାରେ,ଯଥା: ସୀକୃତିପ୍ରାପ୍ତ ନିକାଃ (validmarriage) ଅଣସୀକୃତିପ୍ରାପ୍ତ ନିକାଃ (voidmarriage), ତ୍ରୁଟିପୂର୍ଣ୍ଣ ନିକାଃ (irregularitiesmarriage) .ଅସ୍ଥାୟୀ ନିକାଃ (mutamarriage)
ଅତି ସରଳ ଭାଷାରେ ଯାହାକୁ ସହି ,ଫସିଦ,ବତୀ ଓ ମୁତା ନିକାଃ ନାମରେ ମୁସଲିମ ସମାଜରେ ପ୍ରଚଳିତ। ମୁସଲୀମ ନିକାଃର କେତକ ବିଧି ବିଧାନ ରହିଛି । ଯାହାକୁ ପୂର୍ବ ନିକାଃ,ନିକାଃ ଓ ପରବର୍ତ୍ତୀ ନିକାଃ ୩ଟି ପର୍ଯ୍ୟାୟରେ ସମ୍ପର୍ଣ୍ଣ ହୁଏ ।


ମୁସଲୀମ ବିବାହ ଦୁବାଈରେ ସରୀୟା ଅଦାଲତ (ShariaAdalata) କିମ୍ବା ସରକାରୀ ବିଭାଗ ଦ୍ୱାରା ନିଯୁକ୍ତ ଅଧିକାରୀ (Mazoons ) ଦ୍ୱାରା ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହେIଇଥାଏ।  ୧୮ ବର୍ଷର ବୟସରେ ଅନ୍ତଃତ ପକ୍ଷେ କନ୍ଯାର ବୟସ ଓ ବର ପୁଅର ବୟସ ୨୧ ବର୍ଷ ଏବଂ କନ୍ଯାର ବୟସଠୁ ପୁଅର ବୟସ ଦୁଇଗୁଣା ଦୁ ହେIଇନଥିବା ଆବଶ୍ୟକ । ପରମ୍ପରା ଅନୁସାରେ ମୁସଲୀମ ବିବାହକୁ ନିକାଃ (Nikha) କୁହନ୍ତି ।

ବିବାହ ସିଦ୍ଧ ନିମନ୍ତେ ଦୁଇ ଜଣ ସାକ୍ଷୀ ଓ ଧର୍ମଗୁରୁ ଇମାମ (Imam) ଉପସ୍ଥିତିରେ ବିବାହ ଚୁକ୍ତି ସ୍ବାକ୍ଷରିତ ହୁଏ।  ଇସଲାମୀୟ ଗ୍ରନ୍ଥ କୋରାନ  ପଂକ୍ତି ଉଭୟ ବରକନ୍ୟାଙ୍କ ମଧ୍ୟରେ ପାଠ କରନ୍ତି । ବରକନ୍ୟା ଉଭୟଙ୍କ ମଧ୍ୟରେ ଗ୍ରହଣ କରୁଛି ,୩ ଥର  (କୁବୁଲ କୁବୁଲ କୁବୁଲ ) ଉଚ୍ଚାରଣ କରନ୍ତି ।

ନିକାଃ ଉତ୍ସବର (TheKathAl-Kitaab) ପୁସ୍ତକ କୁହାଯାଏ। ଶେଖ ନିକାଃର ନୟମାବଳୀ ପାଠ କରନ୍ତି ଓ ବିଧି ଅନୁସାରେ ଉଭୟ ବରକନ୍ୟା ଦଳରୁ ଚୁକ୍ତି ପତ୍ର ସଂଗ୍ରହ କରି ନିକାଃ  କାର୍ଯ୍ୟ ସମ୍ପାଦିତହୁଏ । ଜଣେ ମୁସଲିମ ପରୁଷ ୪ ଗୋଟି କନ୍ୟାକୁ ନିକାଃ  ପାଇଁ କଟକଣା  ରହୁନଥିଲା । ଦ୍ଵିତୀୟ ନିକାଃ ପାଇଁ ପ୍ରଥମ ସ୍ତ୍ରୀର ଅନୁମତି ପଡୁନଥିଲା । 

ବିବାହ ଏକ ଶାରୀରିକ ସମ୍ପର୍କକୁ ଯେତିକି ବୁଝାଏ ନୈତିକ ଓ ଅଧ୍ୟାତ୍ମିକ ଭାବନାରେ ଯୋଡ଼ି  ରହେ।  ବର୍ତ୍ତମାନ ନିକାଃରେ ବର ଓ କନ୍ଯାର ସମ୍ମତି ପତ୍ର ଅତି ଜରୁରୀ। ଉଭୟ ପରିବାରଙ୍କ ମୁଖିଆ କିମ୍ବା ପିତାଙ୍କ ସହମତି ରହେ,ଦୁଇ ଜଣ ମହିଳା ଓ ଜଣେ ପୁରୁଷ ସାକ୍ଷୀ ରହିବା ଜରୁରୀ ।

ନିକାଃରେ ବର ତରଫରୁ ଉପହାର (Mahr) କନ୍ୟା ପକ୍ଷକୁ ଅର୍ଥ ପ୍ରଦାନରେ ଘୋଷଣା କରାଯାଇଥାଏ। ମସଜିଦ ପ୍ରବେଶ ଦେୟ ପ୍ରଦାନର ବିଧି ଦେଇ ମସଜିଦରେ ନିକାଃ  ଉତ୍ସବ ଆୟୋଜିତ କରାଯାଇଥାଏ। ନିକାଃ  ପାଇଁ ବର କନ୍ୟା ନିମନ୍ତେ ନୂଆ ଧଳା ରଙ୍ଗରପୋଷାକ (ବାବୁ କୁରୁଙ୍ଗ) କନ୍ୟାଙ୍କୁ,ବାବୁ ମେଲାୟୁଦିଅନ୍ତି ,ଘର ସାଜସଜ୍ଜାରେ ଝଲମଲରେ ଆକର୍ଷିତ ହୁଏ । ଗୋଟିଏ ପ୍ରାର୍ଥନା ତଶ୍ବିହ (Tasbih) ହିଜାବ (Hijab)ର ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ଅତିଥିଙ୍କୁ ପ୍ରୀତି ଭୋଜନର ସୁସ୍ଵାଦ ଖାଦ୍ଯର ପରଶା ହେIଇଥାଏ।   ନିକାଃ ଶେଷରେ ଆଶ୍ରିବାଦ ଦୂ-ଆ (DU-aa) ଆୟୋଜିତହେଉଥିଲା । 

ଇସଲାମ ନିକାଃ ପ୍ରଥାରେ  ଛାଡ଼ପତ୍ର,(ତଲାଖ) (Talakh)ର ମଧ୍ୟ ବିଧି ପ୍ରଚଳିତ।  ଯେଉଁଠି ଜଣେ ମୁସଲିମ ମହିଳା ୩ ମାସ ଧରି  ତା ସ୍ଵାମୀ ତାଡ଼ନା,ଛୁଆର ଯତ୍ନ ନିଏ ନIହିଁ, ସେହି କାରଣ ଯୋଗୁଁ ତାର ସ୍ଵାମୀକୁ ଛାଡ଼ ପତ୍ର ବା ତଲାଖ ଦେଇପାରିବ।  ଯୁକ୍ତରାଜ୍ୟ ଆରବ ଏମିରେଟ୍ସର ଦୁବାଈ ପରିସଂଖ୍ୟନରୁ ସ୍ଵଷ୍ଟଯେ ,ପ୍ରତି ଏକ ହଜାର ଜନସଂଖ୍ୟାରେ ୩.୭୬ ପ୍ରତିଶତ ଛାଡ଼ପତ୍ର ୨୦୧୬ ମସିହାରେ ଘଟିଥିବା ବେଳେ ୨.୪୪ ପ୍ରତିଶତ ୨୦୧୯ ମସିହାରେ ଛାଡ଼ପତ୍ର ପ୍ରତିଶତ କମିବାକୁ ଲାଗିଥିଲା ।

ଅର୍ଦ୍ଧାଧିକ ଆରବ ଏମିରେଟ୍ସ ଦମ୍ପତି ଯାହା ୬୨ ପ୍ରତିଶତ ପ୍ରଥମ ବିବାହ (ନିକାଃ)ର ୪ରି ବର୍ଷ ପରେ ଛାଡ଼ପତ୍ର ସମସ୍ୟାରେ ଶିକାର ହେଉଥିଲେ ।

ତିନି ତଲାଖର ସମସ୍ୟାର ସମାଧାନ ନିମନ୍ତେ ଓ ନବଦମ୍ପତିଙ୍କ ସଚେତନ କର୍ମଶାଳା ସାମାଜିକ ବିକାଶ ବିଭାଗ(CDP)ଓ ପାରିବାରିକ ବିକାଶ ବିଭାଗ (FDF) ତରଫରୁ ସରକାରୀ ସ୍ତରରେ ଆୟୋଜିତ  ଏକ ଉତ୍ତମ ପନ୍ଥା ରହିଆସିଛି। ଆର୍ଥିକ ସହୟତା ସହ ଶିଶୁ ସୁରକ୍ଷା,ଗୃହ ପ୍ରଦାନର ବ୍ୟବସ୍ଥା ଯୁକ୍ତରାଜ୍ୟ ଆରବ ଏମିରେଟ୍ସର ଏକ ଆଦର୍ଶ ନୀତି ପ୍ରଚଳିତ । ଶେଷରେ ପ୍ରଫେସର ଜୈନ ଖଲିଳ ସରିଫଙ୍କୁ ଧନ୍ୟବାଦ ଅର୍ପଣ (ସୁକ୍ରିୟା)କରିଥିଲେ।

ଆମ ଦେଶର ବିବାହ ପ୍ରଥା ବୈଦିକ ଯୁଗରୁ ପ୍ରଚଳିତ। ଯାହା ୫୦୦ ଖ୍ରୀଷ୍ଟ ପୂର୍ବର ଏକ ପରମ୍ପରା।  ମୁଖ୍ୟତଃ ଭାରତରେ ଅବିଭାବକଙ୍କ ଦ୍ୱାରା  କନ୍ୟା ଓ ପୁତ୍ରର ବିବାହ ଉତ୍ସବ  ଆୟୋଜିତ ହୁଏ । ଆମ ଦେଶରେ ୮ ଗୋଟି ପ୍ରକାର ଭେଦର ବିବାହ ପ୍ରଚଳିତ । ବର୍ତ୍ତମାନ ପ୍ରଥମ ୪ ଗୋଟି ବିବାହ ପ୍ରଥା ପ୍ରଚଳିତ ଯଥା: ( ୧ ) ବ୍ରହ୍ମା  ବିବାହ ( ୨ ) ଦୈବ ବିବାହ (୩ ) ଅର୍ଶ ବିବାହ ( ୪ ) ପ୍ରଜାପ୍ରତ୍ୟାୟ  ବିବାହ ।

ହିନ୍ଦୁ ବିବାହ ଅଧ୍ୟାୟ ସଂଖ୍ୟା-୧୨ ଓ ୨୫୫ ଆଇନ ପ୍ରକାରରେ,ବର ଓ କନ୍ୟାଙ୍କ ସହମତିରେ ବିବାହ କାର୍ଯ୍ୟ ସମ୍ପାଦିତ ହୁଏ । ପରବର୍ତ୍ତୀ କାଳରେ ସ୍ତ୍ରୀ,ଛୁଆଙ୍କ ଭରଣ ପୋଷଣର ଦାୟିତ୍ଵ  ଏକ ଗୁରୁ କର୍ତ୍ତବ୍ୟ ଉଲ୍ଲେଖ ରହିଛି ।

ଦେଶରେ ଏକ ବର୍ଷରେ ୧୦ ମିଲିୟନ ବରକନ୍ୟା ବିବାହ  ସମ୍ପାଦିତ ହେIଇ ଥାଏ। ସେଥି ମଧ୍ୟରୁ ହିନ୍ଦୁ ବିବାହ ୮୦ ପ୍ରତିଶତ । ହିନ୍ଦୁ ରୀତିନୀତିରେ ବିବାହ କାର୍ଯ୍ୟକୁ ତିନି ଭାଗରେ ବିଭକ୍ତି କରାଯାଇପାରେ,ଯଥା: ପୂର୍ବ ବିବାହ, ବିବାହ ଓ ବିବାହ ପରବର୍ତ୍ତୀ କାର୍ଯ୍ୟରେ ସୀମିତ।

ପୂର୍ବ ବିବାହ କାର୍ଯ୍ୟ : ବିବାହ ବହୁ ପୂର୍ବରୁ ଉଭୟ ପରିବIର ଅଭିଭାବକଙ୍କ ମଧ୍ୟରେ ଗୃହ ଭ୍ରମଣ ଓ ପ୍ରସ୍ତାବ ଆଲୋଚନା ଓ  ,ପ୍ରସ୍ତାବିତ ବରକନ୍ୟାଙ୍କ ସମ୍ମତି,ରାଶି ,ଗୋତ୍ର,ନIଗ ନାଡ଼ି ମେଳକ,ପଇସା ଦିଆ ସହ ମିଠେଇ  ଭାର ପ୍ରଦାନ,  ଭୋଜନ ବା ରାତ୍ର ଭୋଜନର  ଯୋଗଦାନ ଅନ୍ତରଭୁକ୍ତ  । 

ହିନ୍ଦୁ ବିବାହରେ ନିର୍ବନ୍ଧ ବା ମୁଦ୍ରିକା ପିନ୍ଧା ଉତ୍ସବ ବର ଓ କନ୍ୟା ଉପସ୍ଥିତିରେ କନ୍ୟା ପିତାଙ୍କ ବାସଭବନରେ ଅନୁଷ୍ଠିତ ହୁଏ।  ବେଳେ ବେଳେ ନାମୀ ଦାମୀ ହୋଟେଲ ,ଉଦ୍ୟାନ ପରିସରରେ ସମ୍ପର୍କୀୟଙ୍କ ଉପସ୍ଥତିରେ ଆୟୋଜିତ ହେIଇଥାଏ।  ବିବାହ ତିଥି ଓ ଗୁଆ ପ୍ରଚଳନରେ ଅତିଥୀଙ୍କୁ ବିବାହ କାର୍ଯ୍ୟ ସାରଣୀ ଉଲ୍ଲେଖିତ ଉଲେଖତି  ।

ବିବାହ ଉତ୍ସବ ଏକାଧିକ ପରମ୍ପରା ମେହେନ୍ଦି,ରସମ,ହଳଦୀ.ସଙ୍ଗୀତ,ସଗୁନ,ତିଳକ,ପାଣିଗ୍ରହଣ,ବରପଟୁଆର ସ୍ଵାଗତ,ବାଟ ବରଣ, ଅତିଥିଙ୍କ ଜଳଯୋଗ ,ଭାରତୀୟ ପରମ୍ପରାରେ ବିବାହ କାର୍ଯ୍ୟରେ କନ୍ୟା ନାଲିଆ ଶାଢୀ ପରିଧାନର ସକରାତ୍ମକ ଭାବର ଧାର୍ମିକ ବିଶେଷତା। ବେଦି ମଣ୍ଡପ କାର୍ଯ୍ୟ,ଯଜ୍ଞକାର୍ଯ୍ୟ ,ମଙ୍ଗଳସୁତ୍ର ଓ ଫୁଲହାର ଆଦାନ ପ୍ରଦାନ ଯାହାକୁ ମାଙ୍ଗଳୀୟ ଧାରଣ କୁହନ୍ତି ଓ ବିବାହିତା ମହିଳା ରୂପରେ ସର୍ବସାଧାରଣରେ ସମାଜରେ ସୀକୃତି ମିଳିଥାଏ ।

ତିନି ଗଣ୍ଟିପକା କାର୍ଯ୍ୟ କ୍ରମ ମଧ୍ୟରେ ପ୍ରେମ,ଶକ୍ତି ଓ ବିକାଶ ସ୍ଥIୟୀତ୍ଵର ପ୍ରତୀକ ସ୍ଵରୂପକୁ ବୁଝାଏ।  ହସ୍ତ ଗଣ୍ଠି ,ଶାଳକ ବିଧା ,କନ୍ୟା ଦାନ,ସIତପଦି ଦମ୍ପତି ଦ୍ୱୟ ଅଗ୍ନିକୁ ସାକ୍ଷୀ ରଖି ସାତ ବେଢା ପରିକ୍ରମା । ଯାହା ସାତଟି ପ୍ରତିଶୃତି ଓ ନିୟମରେ ଲିପିବଦ୍ଧ ।  ଗଣ୍ଠି ଖୋଲା,କଉଡି ଖେଳ,ଗଣ୍ଠିଆଲ ଫିଠା,କେତକ ଉପବିଧି ବିବାହ କାର୍ଯ୍ୟର ନୀତି  ।

In the nameof God I ------take you-------to be (husband /wife)to have tohold from this dayforward, for better,for worse,forricher,for poorernsickness and in health,to love and cherish,until weare parted bydeath.

ମୁଁ -------ଭାଗବାନଙ୍କୁ ସାକ୍ଷୀ ରଖି ଶପଥ କରୁଛିଯେ,ମୁଁ ----------ତୁମକୁ(ସ୍ଵାମୀ/ସ୍ତ୍ରୀ)ଭାବେ ଅIଜିଠୁ ଗ୍ରହଣ କରୁଅଛି।  ମେIର ଶେଷ ଜୀବନ ଯାଏଁ ଉତ୍ତମ ସ୍ୱାସ୍ଥ୍ୟ,କୁଶଳତା,ପ୍ରେମ ,ସୁରକ୍ଷା ଓ ଖୁସି ପ୍ରଦାନ କରିବି ।

ପୂର୍ଣ୍ଣ ବିଦାୟୀ କାର୍ଯ୍ୟ ସ୍ଵାଗତ, ଗୃହ ପ୍ରବେଶ, ଏରୁଣ୍ଡି ବସା,ପ୍ରୀତି ଭୋଜନ,ଚଚଉଠି ରାତ୍ର  ବିବାହିତ ଜୀବନରେ ଦୈହିକ ପ୍ରେମ ପ୍ରଣୟ ସମ୍ପର୍କର ପ୍ରାରମ୍ଭବା ଏକତ୍ଵ ବାସକୁ ବୁଝାଏ। ମୁଖ ଦର୍ଶନ,ଆଶ୍ରିବାଦ,ସାଗ ମାଛ,ବେଦି ଶୀତଳା ସୁକୁଆ ବିକା,ସାତ ଖପରା , କୋଠା ମାଡୁଆଣୀ,ଦଶଦିନ ପାଳି ଭାର ,ଅମାବାସ୍ୟା ଭାର, କୁମାର ପୂର୍ଣ୍ଣିମା ଭାର ଆଦି ରୀତିମତ ଭାବେ ଭାର ଆକାରରେ କନ୍ୟାକୁ ପ୍ରଦାନ କରାଯାଇଥାଏ।  ଆମ ଦେଶରେ ବିବାହ ସମ୍ପର୍କ ଏକ ଜୀବନ ବ୍ୟାପୀ ସଂପର୍କକୁ ବୁଝାଏ। ଯେଉଁ ପବିତ୍ର ସମ୍ପର୍କ ସାତଜନ୍ମ ଯାଏଁ ଯୋଡ଼ି ରହିଥାଏ । ବିବାହ ଏକ କାଳଜୟୀ ମିଳନ ରୂପେ ପ୍ରଥା ପ୍ରଚଳିତ ।
 
ହିନ୍ଦୁ ବିବାହରେ ଛାଡ଼ ପତ୍ର ଦେଖିବାକୁ ବିରଳ  ତଥାପି ପ୍ରତି ଏକହଜାର ଜନ ସଂଖ୍ଯାରେ ୧.୧ ପ୍ରତିଶତ ମାତ୍ର।  ଅନ୍ୟ ଏକ ପରିସଙ୍ଖ୍ଯାଂନରୁ ଅନୁମେୟଯେ  ,ପ୍ରତି ଏକ ହଜାର ହିନ୍ଦୁ ବିବାହିତା ମହିଳାରେ ୨.୬ ଜଣ ଛାଡ଼ପତ୍ରର ଶିକାର ହୁଅନ୍ତି। ସେହିପରି ଭାବରେ ମୁସଲିମ ବିବାହିତା ମହିଳାଙ୍କ ସଂଖ୍ୟା ୫.୬ କୁ ବୃଦ୍ଧି ଘଟିଛି ।

ବିଦେଶୀ ଅତିଥି ସମୁହଙ୍କୁ ପ୍ରଫେସର ଜୈନ କହିଲେ ଗତବର୍ଷ ୨୦୨୧ ମସିହାର ପ୍ରକାଶିତ ମିଳିତ ଜାତି ସଂଘର ଏକ ପରିସଙ୍ଖ୍ୟନରୁ ଜଣା ଯାଇଛି ଯେ ମାଳଡ଼େଭିଶିରେ ପ୍ରତି ଏକ ହଜାର ଜନ ସଂଖ୍ଯାରେ ୫.୫୨ ଦମ୍ପତି ଛାଡ଼ପତ୍ର  ଦିଅନ୍ତି । Glynn Wolfe Scotty Wolfe ,୧୯୦୮ ମସିହା ଜୁଲାଇ ମାସ ୨୫ ତାରିଖରୁ ୧୯୯୭ ମସିହା ଜୁନ ମାସ ୧୦ ତାରିଖ ବାପିଷ୍ଟ ମନ୍ତ୍ରୀ କାଲିଫର୍ନିଆରେ ବସ ବାସ କରୁଥିଲେ। 

ତାଙ୍କ ଜୀବନ ଦଶାରେ ୩୧ ଥର ବିବାହ କରିଥିବାର ନଜର ରହିଛି।  ତାଙ୍କର ବିବାହ ଅବଧି କାଳ ସର୍ବ ନିମ୍ନ ୧୯ ଦିନରେ ସୀମିତ ଥିବା ବେଳେ ସର୍ବାଧିକ ୧୧ ବର୍ଷ କାଳରେ ଛାଡ଼ପତ୍ର ଦେବାରେ ବୋଧେ ହୁଏ ବିଶ୍ଵର ବିପରୀତ ରେକର୍ଡ ଧାରି ରୂପରେ ବିବେଚେନ। କରାଯାଇପାରେ।  ମୁଖ୍ୟତଃ ଯେତେବେଳେ ସ୍ତ୍ରୀ ତାର ସ୍ଵାମୀକୁ ଛାଡ଼ପତ୍ର ଦେଇ ଚାଲିଯାଏ ,ସେଥି ମଧ୍ୟରୁ ୩୨ ପ୍ରତିଶତ ମହିଳା ଓ ୨୭ ପ୍ରତିଶତ ପୁରୁଷ  ଛାଡ଼ପତ୍ର ଯୋଗୁଁ ପରେ ଭୁଲକୁ ସ୍ୱୀକାର କରନ୍ତି  ।

ବିଶ୍ଵର ଉତ୍ତର ଡାକୋଟାରେ ନିମ୍ନ ମାତ୍ରରେ ଛାଡ଼ପତ୍ର ସଂଖ୍ୟା ଦେଖିବାକୁ ମିଳେ ଯାହା ୧ ହଜାର ଜନସଂଖ୍ୟାରେ ମାତ୍ର ୯ ଜଣ ଦମ୍ପତି ଛାଡ଼ପତ୍ର ଦିଅନ୍ତି। ଭ୍ଯାଟିକାନ ନଗର Vatican city ଛାଡ଼ପତ୍ରର ବ୍ୟବସ୍ଥାଦେଖିବାକୁ ବିରଳ । ସିଙ୍ଗାପୁର,ନେଦେରର୍ଲାଣ୍ଡ ,ପୋଲାଣ୍ଡ,ଯୁକ୍ତ ରାଜ୍ୟ ଇଂଲଣ୍ଡ ,ଜର୍ମାନୀ,ଜାପାନ ଦେଶ ମାନଙ୍କରେ ଛାଡ଼ପତ୍ର ସଂଖ୍ୟା କମିଛି ।

ଭାରତ ବର୍ଷରେ ଉକ୍ତ ମାମଲାରେ ପ୍ରତି ହଜାର ଜନସଂଖ୍ଯାରେ ମାତ୍ର ଜଣେ ଦମ୍ପତି ଛାଡ଼ପତ୍ର ଦେବାର ନଜିର ରହିଛି।  ଖ୍ରୀଷ୍ଟଧର୍ମ ଅବଲମ୍ବନ କରୁଥିବା ସମ୍ପ୍ରଦାୟରେ ଛାଡ଼ପତ୍ର ମାମଲାରେ ଦିନକୁ ଦିନ ବୃଦ୍ଧି ଘଟୁଛି। 

ବିବାହର  ଯେତିକି ଗୁରୁତ୍ଵ ବହନ କରେ  ଗ୍ରହଣତାରେ ସ୍ଥାୟୀତ୍ଵ ରହିବା ବିଧେୟ।  ବିବାହର ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଆଗ୍ରହ ଓ ପ୍ରଶଂସା ବିବାହିତ ଜୀବନକୁ ସରସ ଓ ସୁଖମୟ କରିହେବ। 

ବିଶ୍ଵର ସର୍ବବୃହୁତ ପର୍ଯ୍ୟଟନ ସ୍ଥଳର ଗନ୍ତା ଘର ଭାରତ ଓ ସବୁଜିମା ପାଇଁ ପ୍ରସିଦ୍ଧ ତାର ହିମାଳୟା ପର୍ବତ,ଭାଗିରଥ, ଅଳକନନ୍ଦା,ଗଙ୍ଗା ଗୋଦାବରୀ ଯମୁନା ନଈର ଅମୃତ ଧାରର କୁଳୁ କୁଳୁ ନାଦର ଶବଦ,କୁହୁକିନୀର ମେଘ ଖଣ୍ଡରେ ଆକାଶ ଧରାର ପ୍ରଭେଦରେ ଭ୍ରମ ମୋ ଦେଶ ଭାର। ବିବିଧ ସଂସ୍କୃତି,ଭାଷା,ସନାତନ ଧର୍ମ,ଧର୍ମ ନିରପେକ୍ଷତା, ଉଦାରତା ଓ ଶାନ୍ତି ଅହିଂସାର ଦେଶ ।

ପ୍ରଫେସର ଶ୍ରୀ ଜୈନ କହିଲେ ଆପଣ  ଯୁବଯୁବାଙ୍କୁ  ଜଣାନ୍ତୁ ଭାରତ ବିବାହର ସ୍ଥାୟୀତ୍ଵକୁ ଓ ଭାରତ ମାଟିରେ ବିଦେଶୀମାନେ ବିବାହ ସ୍ଥାନ ଚୟନ କରନ୍ତୁ । ବିବାହ ସ୍ଥଳ ପାଇଁ ଭାରତ ବର୍ଷ ଏକ ଉକୃଷ୍ଟ ପର୍ଯ୍ୟଟନ ସ୍ଥଳ।  ଯେଉଁଠି ସ୍ଵଦେଶୀ ଏବଂ ବିଦେଶୀଙ୍କ ବିବାହ ବହୁ ଆଡ଼ମ୍ବର ପୂର୍ଣ୍ଣରେ ଆୟୋଜିତ ହେIଇଥାଏ ।

ପ୍ରାକୃତିକ ସବୁଜ ରାଜି ,ନଈ ଉପତ୍ୟକା ବେଳାଭୂମି ଅପୂର୍ବ ଦୃଶ୍ୟରେ ବିମୋହିତ ସ୍ପର୍ଶରେ ଆଜିର ନବ ଦମ୍ପତିଙ୍କ ଚଞ୍ଚଳାମନ। ବିଶ୍ଵମହକଗୋଆ,ଜୟପୁର,ନୀଳସହରଯୋଧପୁର,ଜୈସଲିମର,ଲାଲଗଡ଼ବିକାନୀର,ଅମ୍ବୃତସର,ଆରୁଖଉପତ୍ୟକା, ଋଷିକେଶ, କୋଲକତା , ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ମହୀଶୂର, ପଣ୍ଡିଚେରୀ,ଭୁବେନଶ୍ବର,କୋଣାର୍କ,ଗୋପାଳପୁର ସୁପ୍ରସିଦ୍ଧ।

ବିବାହ ପ୍ରଥା ଓ ପରମ୍ପରା  ଆଲୋଚନାର ଅନ୍ତ ଘଟାଇ ପ୍ରଫେସର ଜୈନ,ପ୍ରୀତି ଭୋଜନ ପାଇଁ ବିଦେଶୀ ଅତିଥିଙ୍କୁ ଅଂଶ ଗ୍ରହଣ ପାଇଁ ଆମନ୍ତ୍ରଣ କରିଥିଲେ। ବିବାହ ସମାରୋହରେ ଅତିଥି ସମୂହ ନବ ଦମ୍ପତିଙ୍କ ସୁଖମୟ ବିବାହିତ ଜୀବନର ମଙ୍ଗଳମୟ କାମନା କରିଥିଲେ। ଶ୍ରୀ ନରେଶ ଅଗ୍ରୱାଲ ପରିବାରଙ୍କ ନୂତନ ଦମ୍ପତିଙ୍କ ମଧୁଚନ୍ଦ୍ରିକା ପରିଭ୍ରମଣ ପାଇଁ ହନି ମୂନେର୍ଷ ପାରଦିଶେ ମଲ୍ଦେଭିଏସ ମେଦୁଫୁଶୀ ଇସଲାଣ୍ଡ ରେଷୋର୍ଟ ୫ ରାତି ଓ ୬ ଦିନିଆ ଯାତ୍ରାର ବ୍ୟବସ୍ଥା କରଯାଇଥିଲା। 

ବିବାହ :ଏକ କାଳଜୟୀ ମିଳନ Marriage : A timeless Union 

(ରଚୟିତା-ଦିଲିପ କୁମାର ନାୟକ)



Comments