୨୯ ଜୁନ ୨୦୨୪ରେ, ଉପରଓଳି ଶ୍ରୀରାମ ତୀର୍ଥରେ ବୁଡ଼ ପାରିଲୁ। କଲାମଙ୍କ ବାସରେ ୪ କୁଣିଆଁ ହେବୁ। ମନରେ ଲିଆ ଫୁଟୁଥାଏ । ପାଦ ଚଲାରେ ୧୦ ମିନଟ କିଲୋମିଟର ଦୂର ।
ସ୍ଥାନୀୟ ଇସାରା ଦେଲେ । ଗଳି କନ୍ଦି ମସଜିଦ ସାହି,ରାମେଶ୍ୱରମ ଅସଲ ଠିକଣା ପାଇଲୁ। କାନ୍ଥକୁ କାନ୍ଥ ଘର ସ୍ପର୍ଶ କରୁଥାଏ। ସଂକୀର୍ଣ୍ଣ ଗଳି ପୁରାତନ ମସଜିଦ ସାହି ମଙ୍ଗରେ କଲାମଙ୍କ ବାସ । ଦୁଆରେ ପହଞ୍ଚିଲୁ ଦି’ମହଲା ଦେଖିଲୁ ।
ବୃହତ୍ତ ଅବିକଳ କଲାମଙ୍କ ଛବି ଝଟକି ଥିଲା। ଯେମିତି ଇସାରା ଦେଉଥିଲେ; ଆସ ଆସ ଆମ ଘର ବୁଲିବାକୁ ଆସିଛ। ଡ଼େରି କାହିଁକି ? ଦୈନନ୍ଦିନ ସକାଳ ୧୦ ଟାରୁ ସନ୍ଧ୍ୟା ୭ ଘଣ୍ଟା ପର୍ଯ୍ୟନ୍ତ। କେବଳ ଶନି ଓ ରବିବାର ଛୁଟି ରହେ। ବାଁପଟରେ କଲାମ ସାହବେଙ୍କ ବଡଭାଇ ମହମ୍ମଦ ମୁଥୁ ମୀରା ଲେବାଇ ମେରାଇକେର (Mahammed Muthu Meera Lebbai Maraicker) ପାଚେରୀ କଡ଼ରେ। ମୁସ୍ତାଫା କଲାମ ,କାସିମ ମହମ୍ମଦ । ଏକ ମାତ୍ର ଭଉଣୀ ଅସୀମ ଜୋହରା । ବୋଧେ ଘର କାମରେ ବ୍ୟସ୍ତ ଥିବେ। କଲାମ ପରିବାରର କନିଷ୍ଠ ଗେଲ ବସର ପୁଅ।
୯ ଟି ଧାଡ଼ିରେ ସୂଚନା ! ସ୍ବପ୍ନ ସ୍ବପ୍ନ ସ୍ବପ୍ନ । ମିଶନ ଅଫ ଲାଇଫ ଗ୍ୟାଲେରୀ ଆନ୍ତର୍ଜାତିକ ପ୍ରତିଷ୍ଠାନ। ମିଶନ ଅଫ ଲାଇଫ ଗ୍ୟାଲେରୀ (ପ୍ରଥମ ମହଲା ) । କଲାମ ଅରକେଡିଏ (ଦ୍ୱତୀୟ ମହଲା ) । ହାଉସ ଅଫ କଲାମ ରାମେଶ୍ୱରମ। ଭ୍ରମଣ ପାଇଁ ଦ୍ଵନ୍ଦ ଦୂର ହୋଇଥିଲା ।
ସଂକୀର୍ଣ୍ଣ ପାହାଚ ଅତି ସନ୍ତର୍ପଣରେ ପ୍ରଥମ ମହଲାକୁ ଚଢ଼ିଲୁ। ତାଳୁରେ ଧାଡ଼ିଟିଏ ଲେଖା' ମିଶନ ଅଫ ଲାଇଫ ଗ୍ୟାଲେରୀ। ଦ୍ୱାରାପାଳ ନଥିଲେ । ବିଶ୍ୱାସ ନହେଲେବି ସତ! ଭାରତ ରତ୍ନ ଡକ୍ଟର ଏ.ପି.ଜେ. କଲାମଙ୍କ ପୈତୃକ ଘର! ଅ'ଡ଼ାକରାରେ କୁଣିଆଁ ହେଲୁ । ନୁଆଁ ଘରେ ପ୍ରବେଶ କରି ଚକିତ ହେଲୁ।
👉ପ୍ରଥମ ମହଲା ସଂଗ୍ରହାଳୟ, ଫଟୋ , ଚିତ୍ର କାନ୍ଥରେ ଝୁଲୁଥାଏ। ବାଲ୍ୟକାଳରୁ ଅନ୍ତିମ ଗାଥା ଉକୁଟି ମାରୁଥିଲା। ଫଟୋ ଥିଲା କିନ୍ତୁ ଫଟୋ ଉଠାପାଇଁ ବାରଣଥିଲା । ପାଣି ଫେରିଗଲା!
ମିନତୀ ପ୍ରଣତି ଗୋଟିଏ ପାର୍ଶ୍ୱରେ। ମୋ ସହ ଅନୁଜ ପ୍ରଦୀପ ବାଁପଟେ କାନ୍ଥ ସୁନ୍ଦରିଆ କାଚ ଭିତରେ ଫଟୋ ପରିବାର ଇତିବୃତ୍ତି କହୁଥିଲା । ପିତା ଜୈନୁଲାବିଦ୍ଦିନ ମାରକାୟାର।(Jainulaabdeen Markayar) ସ୍ଥାନୀୟ ମସଜିଦର ଗୁରୁ (ଇମାମ) । ବୋଇତ ମାଲିକ। ଶ୍ରଦ୍ଧାଳୁଙ୍କ ଯାନବାହାନର ଏକ ମାତ୍ର ଭରସା। ୧୯୧୪ ମସିହାରେ ପାମ୍ବନବ୍ରିଜ ନିର୍ମାଣ ପରେ ବୋଟ ଯାତାୟାତରେ ଆର୍ଥିକ ସଙ୍କଟ ଘନେଇଥିଲା। ମାତା ଆସିଆମ୍ମା ଜୈନୁଲାବିଦ୍ଦିନ (Ashiamma) ଉତ୍ତମ ଗୃହିଣୀ।
👉୧୫ ଅକ୍ଟୋବର ୧୯୩୧ ଅବୁଲ ପାକିର ଜୈନୁଲବ୍ଦିନ ଅବଦୁଲ କଲାମ ଙ୍କ ଏକ ତାମିଲ ମୁସଲିମ ପରିବାରରେ ଜନ୍ମ। ଦ୍ଵିତୀୟ ବିଶ୍ୱଯୁଦ୍ଧ କାଳରେ ତେନ୍ତୁଳି ମଞ୍ଜି ବିକ୍ରି କରି ହେଉ ଅବା ପତ୍ର ପତ୍ରିକା ବିକ୍ରି କରି ତାଙ୍କ ରୋଜଗାର ରେ ସାଧାରଣ ଚଳଣି କାହାଣୀ ଶୁଣି ଛାତିଟା ଥରି ଉଠିଲା।
👉ରାମନାଥ ପୁରମ ସ୍ଥିତ ସ୍କୁଡ଼ଜ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ। ୧୯୫୪ ମସିହାରେ ସେଣ୍ଟ ଜୋସେଫ ମହାବିଦ୍ୟାଳୟ ତ୍ରିଚୁରାପଲ୍ଲୀ ପଦାର୍ଥ ବିଜ୍ଞାନରେ ସ୍ନାତକ ଶିକ୍ଷା ଗ୍ରହଣ ଥିଲେ। ଶିକ୍ଷାର ଡ଼ୋରୀ ଯେମିତି ମାଡ୍ରାସକୁ ଲମ୍ବିଥିଲା। ସେ ମହାକାଶ ଯାନ୍ତ୍ରିକ ଶିକ୍ଷା ୧୯୫୫ ମସିହାରେ ମାଡ୍ରାସ ଇନ୍ଷ୍ଟିଟ୍ୟୁ ଅଫ ଟେକ୍ନୋଲୋଜି ପଦାର୍ଥ ବିଜ୍ଞାନ ଏବଂ ମହାକାଶ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ। କଲାମ,ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଆନ୍ନା ବିଶ୍ୱବିଦ୍ୟାଳୟ , ୧୯୬୦ ମସିହାରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ।
👉କ୍ରମେ ଡ଼ିଆରଡ଼ିଓ ବୈଜ୍ଞାନିକ ସଦସ୍ୟ ଭୁକ୍ତ ହେଲେ। ପରବର୍ତ୍ତୀ କାଳରେ ଇସ୍ରୋ ୧୯୬୯ ମସିହାରେ ପ୍ରକଳ୍ପ ନିର୍ଦ୍ଦେଶକ । ୧୯୮୦ ରେ ରୋହିଣୀ ସେଟଲାଇଟ ଉତକ୍ଷେପଣ କରି ୧୯୮୦ ମସିହାରେ ବିଶ୍ୱକୁ ଚକିତ କରିଥିଲେ। କ୍ଷେପଣାସ୍ତ୍ର ବିକାଶରେ ସଫଳବି ହେଲେ । ପୋଖରାନ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଥିଲେ । କ୍ଷେପଣାସ୍ତ୍ର ମାନବ ନାମରେ ପରିଚିତ । ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଉନ୍ନତି ନିମନ୍ତେ କଲାମ ରାଜୁ ଟାବଲେଟ ତାଙ୍କ ଜୀବନର ଏକ ସଫଳ କାହାଣୀ କାନ୍ଥରୁ ପରଖି ଥିଲୁ ।
👉ଆବିଷ୍କାର :ହବେର କ୍ରାଫ୍ଟ , ସେଟ ଲାଇଟ ଲଞ୍ଚ ପରିବହନ , ଓ କ୍ଷେପଣାସ୍ତ୍ରର ଆବିଷ୍କାର କରିଥିଲେ । ପ୍ରଧାନ ମନ୍ତ୍ରୀଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶ ଦାତା,ଡ଼ିଆରଡ଼ିଅ ମୁଖ୍ୟ ସମ୍ପାଦକ , ପଦ ପଦବୀରେ ସୁଚାରୁରୂପେ ପରିଚାଳନା କରିଥିଲେ।
ପାମ୍ବନ ଦ୍ବୀପରୁ ଦୁନିଆକୁ ରଶ୍ମି ପ୍ରଦାନ କରି କ୍ଷେପଣାସ୍ତ୍ର ମାନବ ନାମରେ ନାମିତ। କଲାମ ସାହେବଙ୍କୁ କୋଟି କୋଟି ସଲାମ। ନିରୋଳା ଦ୍ବୀପ ଦିଗ ଦେଖାଇଲା। ଡ଼ଙ୍ଗାରୁ ଜାଗୁଆର ଫ୍ରଣ୍ଟ ସିଟରେ ସ୍ଥାନ ନେଇଥିଲେ। ପାଇଲଟର ଅଧୁରା ସପନକୁ ପୁରଣକଲେ।
👉ପ୍ରଥମ ନାଗରିକର ମର୍ଯ୍ୟାଦା ପାଇଲେ । ସ୍ଥଳ ,ଜଳ ,ଆକାଶ ବାହିନୀର ମୁଖିଆ ଆସନରେ ଦେଶର ପଦବୀରେ ଅଳଙ୍କୃତ । ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ଭାରତର ୧୧ତମ ରାଷ୍ଟ୍ରପତି ରୂପେ ଅଭିହିତ।
👉ଅବୁଲ ପାକିର ଜୈନୁଲବ୍ଦିନ ଅବଦୁଲ କଲାମ , ଭାରତୀୟ ମହାକାଶ ବୈଜ୍ଞାନିକ ଏବଂ ରାଜନେତା ଥିଲେ। ରାଷ୍ଟ୍ର ସେବା ସମାଧାନ ସକାଶେ ଗବେଷଣା ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଥିଲେ । ୩୫ ଗୋଟି ଡିଗ୍ରୀ ସମେତ,ପଦ୍ମ ଭୂଷଣ ,ବୀର ସାଭରକର ଉପାଧି, ଭାରତ ରତ୍ନ, ପୁରସ୍କାରର ଅଧିକାରୀ ଅଟନ୍ତି। ଏକାଧିକ ବିଦ୍ୱାନ ପଣ୍ଡିତ ଲେଖକ କଲାମଙ୍କ ଦର୍ଶନ ଆଭିମୁଖ୍ୟକୁ ପୁସ୍ତକରେ ଲିପିବଦ୍ଧ। ଗ୍ୟାଲେରୀ କୋଣରୁ ଏକ ସଂକ୍ଷିପ୍ତ ବିବରଣୀ।
🙏🙏🙏
ୱିଙ୍ଗସ୍ ଅଫ୍ ଫାୟାର: (Wings of Fire) ଅରୁଣ ତିୱାରୀଙ୍କ ସହିତ ଲିଖିତ ଏକ ଆତ୍ମଜୀବନୀ ଦି ଲ୍ୟୁମିନାସ୍ ସ୍ପାର୍କସ୍: (The Luminous Sparks ) କବିତା ଏବଂ ଜୀବନୀ ନୋଟ୍ସ ଅନ୍ତର୍ଭୁକ୍ତ ପଦ୍ୟ ଏବଂ ରଙ୍ଗରେ ଏକ ଜୀବନୀ। ଅଦମ୍ୟ ଆତ୍ମା: (Indomitable Spirit) ଏକ ପୁସ୍ତକ ଯାହା କଲାମଙ୍କ ମୂଲ୍ୟବୋଧ, ଚିନ୍ତାଧାରା ଏବଂ ଆଦର୍ଶକୁ ତାଙ୍କ ଭାଷଣ ଏବଂ ଅଭିଭାଷଣ ମାଧ୍ୟମରେ ପ୍ରତିଫଳିତ କରେ। ୟୁ ଆର୍ ବର୍ଣ୍ଣ ଟୁ ବ୍ଲୋସମ୍: (You Are Born To Blossom) ଏକ ସ୍ୱୟଂ ସହାୟକ ପୁସ୍ତକ ।
ପାଠକ ମାନଙ୍କୁ ସୃଜନଶୀଳତା ଏବଂ ନୂତନ ଚିନ୍ତାଧାରା ମାଧ୍ୟମରେ ସେମାନଙ୍କର ସମ୍ଭାବନାକୁ ବ୍ୟବହାର କରିବାକୁ ଉତ୍ସାହିତ କରେ।
ପୁନଃରାଜିତ: ଏକ ଉଜ୍ଜ୍ୱଳ ଭବିଷ୍ୟତର ବୈଜ୍ଞାନିକ ପଥ (Reignited: Scientific Pathways to a Brighter Future) ସୃଜନ ପାଲ ସିଂହଙ୍କ ସହିତ ଲିଖିତ ଏକ ପୁସ୍ତକ ଯୁବ ପାଠକ ମାନଙ୍କୁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ କ୍ୟାରିଅର ଅନୁସନ୍ଧାନ କରିବାକୁ ଉତ୍ସାହିତ କରେ ।
ମୋର ଯାତ୍ରା: My Journey: Transforming Dreams into Actions: ସ୍ୱପ୍ନକୁ କାର୍ଯ୍ୟରେ ପରିଣତ କରିବା: ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୀବନ କାହାଣୀ।
ଜୀବନ ବୃକ୍ଷ:( The Life Tree ) ଡକ୍ଟର ଏପିଜେ ଅବଦୁଲ କଲାମଙ୍କ କବିତା ପୁସ୍ତକ।
ଅତିକ୍ରମଣ: ପ୍ରମୁଖ ସ୍ୱାମୀଜୀଙ୍କ ସହିତ ମୋର ଆଧ୍ୟାତ୍ମିକ ଅଭିଜ୍ଞତା: (Transcendence: My Spiritual Experiences with Pramukh Swamiji ) ଏପିଜେ ଅବଦୁଲ କଲାମଙ୍କ ଏକ ପୁସ୍ତକ।
ଲର୍ଣ୍ଣିଂ ହାଉ ଟୁ ଫ୍ଲାଇ: ଲାଇଫ୍ ଲେସନ୍ସ ( Learning How to Fly: Life Lessons) ଏପିଜେ ଅବଦୁଲ କଲାମଙ୍କ ଏକ ପୁସ୍ତକ କଲାମ ଗୀତ ଏବଂ କବିତା ଲେଖିବାରେ ମଧ୍ୟ ଆଗ୍ରହୀ ଥିଲେ।
👉କଲାମଙ୍କ ଜୀବନ ପଞ୍ଜିକା ସବୁ ଦାଉ ଦାଉ ଗ୍ୟାଲେରିରେ ଉକୁଟି ମାରୁଥିଲା । ପଢି ପଢି ଦେଖି ଦେଖି ମନ୍ଥର ଗତିରେ ପାଦ ପକାଉଥିଲୁ। କେତେ ଧାଡି ନୀତିବାଣୀ ମୁଖସ୍ତ ପାଇଁ ଚେଷ୍ଟା କଲୁ। ଲେଖା ଗୁଡ଼ିକ ମାର୍ମିକ ହୃଦୟସ୍ପର୍ଶୀ ରହିଥିଲା। ଏବେବି କେତୋଟି ପଦ ଜିଭରେ ଆସି ଯାଉଥାଏ। "ପୁଅ ପରି ଜନ୍ମ ନିଅ ସୂର୍ଯ୍ୟଙ୍କ ପରି ଆଲୋକିତ କର",୮ ଟି ପଦ ହେଜିଲେ ସମ୍ଭବ !
👉୨୭ ଜୁଲାଇ ୨୦୧୫, ଆଇଆଇଏମ ଶିଲଂ ମେଘାଳୟ ଠାରେ ବକ୍ତବ୍ୟ ଦେଉଥିବା ଥିବା ସମୟରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତ୍ୟୁ, ବେଳକୁ ତାଙ୍କ ବୟସ ୮୩ ବର୍ଷ ହୋଇଥିଲା। ସଂଗ୍ରହାଳୟରୁ ଅନେକ ଅଜଣା କାହାଣୀ ଦେଖିବାକୁ ପାଇଲୁ। ଆଶ୍ଚର୍ଯ୍ୟ ଲାଗିଲା ।
👉ପ୍ରାଚୀନ ଦ୍ୱୀପ ରାମେଶ୍ୱରମ ସଂକୀର୍ଣ୍ଣ ମସଜିଦ ଗଳିରେ ଏବେବି ଅସ୍ତିତ୍ବ ଜାରିରହିଛି। ପ୍ରଥମ ମହଲାଟି ଫଟୋ ,ଉପହାର ,ସମ୍ମାନ ,ସ୍ମାରକ ,ବୈଜ୍ଞାନିକ ମହାକାଶ ଚାରୀ ପୋଷାକ ଆଦି ବୁଲାବୁଲି ପରେ ଆମେ ତା'ଉପର ମହଲାକୁ ଅଗ୍ରସର ହେଲୁ।
👉ଦ୍ୱତୀୟ ମହଲା: ସମ୍ପୂର୍ଣ୍ଣ ଏକ ଦୋକାନ ଅଳଙ୍କାର ଉପହାର ପଦାର୍ଥ ଆକର୍ଷଣୀୟ ସାମୁଦ୍ରିକ ପଦାର୍ଥ ଭେଳିକି ଭେଳି ବିକ୍ରି ହେଉଥିଲା। ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ । ବୁଲା ବୁଲି କିଣା କିଣି ପାଇଁ ଉପଯୁକ୍ତ ସ୍ଥଳଟିର ଭରପୁର ଉପଯୋଗ କଲୁ। ଟିକିଟିକି ଷ୍ଟିକର, ରିଂଗ,କଲାମ ସାହେବଙ୍କ ଅବିକଳ ଛବି, ଲୋଭନୀୟ ଉପହାର କେତୋଟି ଚୟନ କଲୁ। ନୀତିବାଣୀ ଝଲସି ଉଠୁଥିଲା। ଏକ ଲୟରେ ଦେଖିଲୁ। ବୁଲିଲୁ ,“ପ୍ରିୟଜନ ପାଇଁ ଏକ ନିଶାନ, ନ’କିଣିଲେ ଟାହୁଲି ଟାପରା! ବାଟ ହାଟରେ ରଖେଇ ଥୋଇ ଦେବେନି!
👉ଜାତୀୟ ସ୍ମାରକୀ ସ୍ଥଳ। ସନ୍ଧ୍ୟା ୫ ଟା ପୂର୍ବରୁ ଦାଖଲ ସୂଚନା ରହିଥିଲା। ଡେରି ନକରି ସଅଳ ସଅଳରେ ପୁନଃ ଯାତ୍ରା କଲୁ। ୫ କିଲୋମିଟର ଦୂର। ଆମ ତୀର୍ଥ ଯାତ୍ରା ଲମ୍ବିଥିଲା। ରାମେଶ୍ୱର ନଗର ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ସ୍ମାରକୀ ସ୍ଥଳ ଯୋଡ଼ି ହୋଇଥିଲା। ପ୍ରମୁଖ ପ୍ରଶସ୍ତି ସଡ଼କରେ ଅଟୋ ଛୁଟିଥିଲା। ଦେଖୁ ଦେଖୁ ୨୦ ମିନଟ ଅବଧିରେ ପ୍ରବେଶ ଦ୍ୱାର ପାର୍କିଙ୍ଗରେ ନରମି ଯାଇଥିଲା।
👉ଦିଲ୍ଲୀର ଭ୍ରମ ସୃଷ୍ଟିକରିଥିଲା। ସାଜ ସଜ୍ଜାରେ,ଉଦ୍ୟାନ ,ଫୁଲ କୁଣ୍ଡମାନ ଶୁଭେଚ୍ଛା ଯେମିତି ପ୍ରଦାନ କରୁଥିଲେ। ପଶ୍ଚିମ ଆକାଶରେ ରବି ଓହ୍ଲାଇ ଯାଉଥିଲେ। କିପରି ଦେଖିବୁ ? ଭାଳେଣି ପଡ଼ିଲା ! କଲାମଙ୍କ ସ୍ମାରକୀ ଡ଼ିଆରଡ଼ିଓ ଦ୍ୱାର ରାମେଶ୍ୱରମ ପେଇ କାରୁମ୍ବୁ ଠାରେ ନିର୍ମିତ ହୋଇଥିଲା। ସ୍ଥାପତ୍ୟ ମୋଗଲ ଓ ଭାରତୀୟ କଳା କାରୁକାର୍ଯ୍ୟରେ ଗଢ଼ଣ ହୋଇଥିଲା।
👉ଜୁଲାଇ ୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାଶ ଭାଇ ମୋଦିଙ୍କ କର କମଳରେ ଉନ୍ମୋଚିତ । କୁଆଡେ ୩ ଲକ୍ଷ ୫୦ ହଜାର ଜନ ଉତ୍ସବରେ ଯୋଗ ଦେଇଥିଲେ । ଭେଳିକି ଭେଳି ମାର୍ବଲ ପ୍ରସ୍ତରରେ ଚଟାଣ କାନ୍ଥରେ ଝଲସି ଉଠୁଥିଲା ! ବୃହତ୍ତ ବୀଣା ବାଦ୍ୟ ଯନ୍ତ୍ରଟି ଦୃଶ୍ୟମାନ । କଲାମଙ୍କ ପ୍ରିୟ ପସନ୍ଦ।
👉ସାଂସ୍କୃତିକ ଐତିହ୍ୟ ସ୍ଥଳ। ମୋଗଲ ଓ ଭାରତୀୟ କାରୁକାର୍ଯ୍ୟ ସ୍ଥାପତ୍ୟ ଉଙ୍କି ମାରୁଥିଲା । ୨.୧୧ ଏକର ପଡ଼ିଆ ପାଚେରି ଘେରି ରହିଥିଲା। ୧,୪୨୫ ବର୍ଗ ମିଟର ନିର୍ମିତ ଅଞ୍ଚଳ ପରିବ୍ୟାପ୍ତ। କଲାମଙ୍କ ବ୍ରୋଞ୍ଜ ମୂର୍ତ୍ତି ,୪୦ ଫୁଟିଆ କ୍ଷେପଣାସ୍ତ୍ର ଝଟକୁଥିଲା। ୯ ହଜାରରୁ ଅଧିକ ଛବି ଦେଖିବାକୁ ପାଇଲୁ।
🙏🙏🙏
କଲାମଙ୍କ ସ୍ଵପ୍ନର ଭାରତ ବିଶ୍ୱର ଜ୍ଞାନ ଗୁରୁ -୨୦୨୦। ସେ କହୁଥିଲେ ,ବଡ଼ ବଡ଼ ମଣିଷ ଅନ୍ୟ ଧର୍ମକୁ ବନ୍ଧୁତ୍ୱ ସମ୍ପର୍କ ରଖୁଥିଲେ। ଛୋଟ ଛୋଟ ମଣିଷ ଧର୍ମକୁ ଅସ୍ତ୍ର କରି ଲଢୁଥିଲେ। (Kalam believed “Respect for others faiths “,He remarked “For great men ,religion is a way of making friends ,small people make religion a fighting tool.)
ଡକ୍ଟର କଲାମଙ୍କ ଜୀବଦଶାରେ କୃଷି ଖାଦ୍ୟ ପ୍ରକ୍ରିୟା କରଣ,ଶିକ୍ଷା ଓ ସ୍ୱାସ୍ଥ୍ୟ ,ସୂଚନା ପ୍ରଯୁକ୍ତି ବିଜ୍ଞାନ ,ଭିତିଭୂମି ଶକ୍ତି , ମାନବ ସଭ୍ୟତା ପାଇଁ କୃତ୍ରିମ ବୁଦ୍ଧିମତ୍ତା ଓ ସ୍ୱାଧୀନ ବିକାଶ ଉପରେ ଗୁରୁତ୍ୱ ଦେଉଥିଲେ । ଆମେ ୪ କଲାମଙ୍କ ପ୍ରେରଣା ,ଶିକ୍ଷା ,ଗବେଷଣା ,ବିକାଶର ସିଦ୍ଧହସ୍ତ ମାନବଙ୍କ ସ୍ମାରକ ସ୍ଥଳରୁ ଧୀରେ ଧୀରେ ଅପସରିଲୁ।
ଗୋଧୂଳିରେ ଲେଉଟାଣି ଯାତ୍ରା ସୂତ୍ରପାତ ହେଲା। ମୁଖ୍ୟ ସଡ଼କରେ ଅଟୋ ଛୁଟିଲା । ବଜାର ଦି -ପାର୍ଶ୍ୱରେ ବିଜୁଳି ଖୁଣ୍ଟରେ ଆଲୁଅ ଝଲସି ଉଠୁଥିଲା। ୫ କିଲୋମିଟର ଦୂର ରହଣୀସ୍ଥଳ। ଇତି ସାହି ୧୪ ,ଏଚ-୬ ଇଶ୍ଵରୀ ଅମ୍ମାନ କୋଇଲ, ଟେମ୍ପଲ ଟାୱାର'ରେ ଅଟୋ ଗଡ଼ିଲା। ଗୁଡ଼ି ଗୁଡ଼ି ଯାତ୍ରାଟି ସ୍ମରଣୀୟ ।
ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes, ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର ।




👏👏👏
ReplyDeleteThanks
DeleteBeautiful.
ReplyDeleteLots of thanks for ever enjoyed
DeleteBahut sundar
ReplyDelete