ଶ୍ରୀ ପଦ୍ମନାଭ ସ୍ୱାମୀଙ୍କ ଆଶିଷ ନେଇ ବାହୁଡ଼ିଲୁ। ଦର୍ଶନୀୟ ସ୍ଥାନ ଦରାଣ୍ଡିଥିଲୁ। କୁଶଳୀ ତାମିଲ ଚାଳକ ନଗର ତଳ ପାରିରେ ତା’ଗାଡିକୁ ଅଟକାଇଲା। ଟିପିଟିପି ବର୍ଷା! ସେ ଏକ ଅଭୁଲା ପୁଷ୍ପର ବର୍ଷା ଆମ ଲେଉଟାଣୀ ଯାତ୍ରା। ୨୩ ଜୁନ ୨୦୨୪ରେ ପୁଣି ଏକ ଦର୍ଶନୀୟ ସ୍ଥଳକୁ ଅଟୋ ଛୁଟିଲା।
ଦିନ ତମାମ ଭ୍ରମଣ ଅସରନ୍ତି ଭଣ୍ଡାର ଗୋପୁରମ ତହିଁଠୁ ବଳିଗଲେ ଫେରି ଜଳରେ ନୌବିହାର। ମେଘାଚ୍ଛନ ଆକାଶରେ ରବିଙ୍କୁ ପରଦା ଢାଙ୍କିବାରେ ଆଂଶିକ ସଫଳ ହୋଇଥିଲା। ମନରେ ଉଚ୍ଚାଟ! ତାତିରୁ ସାମାନ୍ୟ ତ୍ରାହି ପାଇଲୁ।
ତ୍ରିଭେନ୍ଦ୍ରମ କନ୍ୟା କୁମାରୀ ଜାତୀୟ ସଡ଼କରେ ଅଟୋ ଦୌଡ଼ି ଥାଏ। ଆଝିମାଲା କ୍ଲିଫ୍ ଓ ବେଳାଭୂମି ତ୍ରିଭେନ୍ଦ୍ରମରୁ ସେଣ୍ଟ୍ରାଲ ରେଳ ଷ୍ଟେସନରୁ ୨୦ କିଲୋମିଟର ,ଆଝିମାଲାଥୁରା ବସଷ୍ଟପ ୪,ବାଁମଖୁଣ୍ଟ ରେ ଝଟକି ମାରୁଥିଲା। ଗମନା ଗମନ ପାଇଁ ଇନ୍ଧନ ଯୋଗାଉଥିଲା।
ଡ୍ରାଇଭର କହିଲେ, ୩୦ ମିନଟର ଦୂର ଯଦି ଟ୍ରାଫିକ ଭିଡ଼ ନଥିବା! ଆମ ଭ୍ରମଣ ଦୋଛକିରେ! କିଲୋମିଟର ବାଟ ଗଡିଛିକି ନାହିଁ! ମଚମଚ କଳା ରଙ୍ଗର ପ୍ରଶସ୍ତି ଦୁଇ ଟିକିଆ ସଡ଼କ।ଲମ୍ବିଥିଲା ଦେଶର ଶେଷ ସୀମା ଯେଉଁଠି ୩ ସମୁଦ୍ରର ସଙ୍ଗମ କନ୍ୟା କୁମାରୀ। କେପ ଅଫ କାମୁରୁନ।
ଅକସ୍ମାତ ଅଟୋ ନରମିଗଲା! କିଛିବୁଝିବା ପୂର୍ବରୁ, ବାଁପଟେ ପଇଡ଼ ସ୍ତୁପ! ଏହାହିଁ କେରଳ ରାଇଜର ବିଶେଷତା ମଧ୍ୟରୁ ଅନନ୍ୟ। ପଇଡ଼ ଜଳର ସ୍ୱାଦ ନେଲୁ,ତୃଷ୍ନା ଅପସରି ଯାଇଥିଲା। ନାରିକେଳ ଉଦ୍ୟାନ, ତାଳଦ୍ରୁମ ଭେଳିକି ଭେଳି ! ଦୁଇ ପାର୍ଶ୍ୱରେ ବୃକ୍ଷରାଜିର ତୋରଣ। ଡ୍ରାଇଭର ତା’ହ୍ୟାଣ୍ଡଲ ମୋଡିଲେ। ଡାହାଣ ପଟକୁ ମନ୍ଥର ବେଗରେ କେଇ କିଲୋମିଟର ରଙ୍ଗ ମାଟିଆ ସଡ଼କ। ପଲ୍ଲୀ ଗ୍ରାମ ,ଅସଜଡ଼ା ନୌକାମାନ ଦୃଶ୍ୟ ହୋଇଥିଲା। ଢାଲୁ ସଡ଼କ ଦେଇ ପୁଣି ଅଟୋ ଗଡ଼ିଲା। ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଯାନବାହାନ ଠୁଳ ହୋଇଥିଲେ। ପର୍ଯ୍ୟଟକ,ଶ୍ରଦ୍ଧାଳୁ,ପ୍ରକୃତି ପ୍ରେମୀ ଟହଲ ମାରୁଥିଲେ।
ଭ୍ରମଣର ଅସଲି ବିନ୍ଦୁଟିଏ ଦୂରରେ,ଗୃହରକ୍ଷୀ ବାହିନୀର ବାରଣ ରହିଥିଲା। ଅଟୋରୁ ଓହ୍ଲେଇ ଚରଣ ସେବାରେ ଚାଲିଲୁ। ପୋଷାକ ପରିଧାନ କଟକଣା ରହିଥିଲା। ଦର୍ଶନ ନିର୍ଘଣ୍ଟ,ସକାଳ ୫.୩୦.ରୁ ଦିନ ୧୧ ,ସନ୍ଧ୍ୟା ୫ ରୁ ରାତ୍ର ୮ ପର୍ଯ୍ୟନ୍ତ ଦେଖିବାକୁ ପାଇଲୁ। ଆରବ ସାଗର କୂଳ ତିରୁଅନନ୍ତ ପୁରମ ଜିଲ୍ଲାରେ ଅବସ୍ଥିତ। ଗଙ୍ଗାଧରେଶ୍ୱର ସ୍ଥାପତ୍ୟ (Gangadherswar Sculpture ) କେରଳ ଉଚ୍ଚତମ ମୂର୍ତ୍ତି। ଶୈବ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଲୋକପ୍ରିୟ ପୀଠ। ପର୍ଯ୍ୟଟକଙ୍କ ପାଇଁ ଭୂସ୍ବର୍ଗ। (Aazhimala Shiva Tepmle and Aazhimala Clif)
ଡାହାଣ ପଟରେ ବେଢା! ଶଙ୍କର ଭଗବାନଙ୍କର ପୀଠରେ ପାହାଁମୁଣ୍ଡି ପଡ଼ିଲୁ। ୩ ଘେରା ବୁଲିଲୁ। ୫୮ ଫୁଟିଆ ଉଚ୍ଚ ଠିଆ ମୂର୍ତ୍ତି ଦେଖିଲୁ। ହସ୍ତରେ ତ୍ରିଶୁଳ ଗଳାରେ ସର୍ପ,ଡ଼ମ୍ବୁରୁ ଧାରଣ କରିଥିଲେ। ଶଙ୍କର ବିଗ୍ରହ ନିକଟରେ ଆରବ ସାଗରର ଉଗ୍ର ଢେଉ ତାଣ୍ଡବ ନୃତ୍ୟ ଯେମିତି ଭୋଳା ଶଙ୍କରଙ୍କ ଇସାରାରେ ସଂଗଠିତ। ପିଳେହି ପାଣି ! ତା ଗଭୀର ୧୦୦ ଫୁଟ ,ବିରଳ ବେଳାଭୂମି ଦେଖିଲୁ। ଉଚ୍ଚାଉଚ୍ଚା ଶିଳା ମୁଣ୍ଡ ଟେକୁଥିଲେ ପୁଣି ଲହରୀ ଜଳରେ ଛୁପି ଯାଉଥିଲେ। ଆହାଃ କି ମନୋରମ ଦୃଶ୍ୟ? ଦର୍ଶକଙ୍କ ପାଇଁ ଭୂସ୍ବର୍ଗ! ଆରବ ସାଗର ବିସ୍ତୀର୍ଣ୍ଣ ବେଳାଭୂମି ଶୁଭ୍ର ସୁରଜରେ ଚିକିମିକି ଭ୍ରମ ସୃଷ୍ଟି କରୁଥିଲା।
ଜୁଆରର ବିକଟାଳ ରଡ଼ି! ଘନ ଘନ ଲେଉଟାଥାଏ। ଅସଂଖ୍ୟ ମୁନିଆଁ ଶିଳାଖଣ୍ଡ ତା'ଗର୍ଭରୁ ଆପଣ ଛାଏଁ ଦେଖି ହେଉଥିଲା। ପର୍ଯ୍ୟଟକ ପୂର୍ବରୁ ଠୁଳ ହୋଇଥିଲେ। ଦୃଶ୍ୟକୁ କାବୁ କରୁଥିଲେ। ଆବୁଡ଼ା ଖାବୁଡ଼ା ପଥୁରିଆ ନିମ୍ନ ଭାଗରେ ତା'ଗର୍ଜନର ଢେଉ ଶୁଭୁଥାଇ। କାନ ୨ଟା ପୁରା ୧୦୦ ପ୍ରତିଶତ ଅପେକ୍ଷାରେ ଜଗିବସିଛି! ସାହସ ଜୁଟାଇ ପାରୁନଥିଲେ। ଢେଉ ପାଖ ଜମା ମାଡ଼ୁ ନଥିଲେ! ଯେମିତି କେହି ସତର୍କ କରାଇ ଦେଇଛି! କଥା ଦେଇ ଆସିଥିଲେ ଲହରୀ ସହ ଗେଲ ହେବେ। ତା’ରେଣୁରେ ନାମ ଲେଖିବେ! ବିଚିତ୍ର ଏ ବେଳାଭୂମି! ଘୁଘୁ ପବନ! ପୋଷାକ ସହ ଶରୀର ଆପେ ଆପେ ଠେଲି ହେଉଥିଲା । ଏଠି ପବନର ଗତି ଉଗ୍ର। ସେଲ୍ଫି ଅଧେ ଡଜନ ନେଲୁ। ଢେଉର ଲେଉଟାଣି ଜଳକୁ ସ୍ପର୍ଶ କରି କୂଳକୁ ଗୁରୁଣ୍ଡି ଗୁରୁଣ୍ଡି ପହଞ୍ଚିଥିଲୁ।
ଜସ୍ମିନର ମହକରେ ତ୍ରିଭେନ୍ଦ୍ରମ ନଗର ହସୁଥାଏ। ଆରବ ସାଗର ଢେଉ ଇସାରାରେ। ସୁନେଲି ସୁନେଲି କିରଣ ଚିକିମିକି ମାରୁଥିଲା। ପର୍ଯ୍ୟଟକ ସମୂହ ସେହି ଗୋଟିଏ ମୁହୂର୍ତ୍ତ ପାଇଁ। ଅସ୍ତଗାମୀ ରବିଙ୍କ ଶାନ୍ତ ଶିଥିଳ ଢଳିପଡ଼େ ତା’କୋଳରେ। ଦୁର୍ଲ୍ଲଭ ଦୃଶ୍ୟ ଭୁଲି ହୁଏନା । ଆକାଶକୁ ଅନାଇଁ ଜୁଆର ପିଠିରେ ଆଉଁସି ଦିଏ। ତମେ ଆସିବ ମଧ୍ୟାହ୍ନରେ ଫେରିବ ସନ୍ଧ୍ୟାରେ ନିଶ୍ଚିତ।
କେରଳ ରାଇଜର ନାରିକେଳ ଉଦ୍ୟାନ ନିତିଦିନିଆ ସାଥି। ପଥ ପ୍ରାନ୍ତରେ ସପ୍ତଭଦ୍ର ଖେତ ହିଡ଼ରେ ସପ୍ତପର୍ଣ୍ଣ ଆକର୍ଷିତ କରୁଥିଲା। ଏମିତିଆ ଦିନଟିଏ ଦେଖା ହେଲା ଆଝିମାଲା ବେଳାଭୂମିରେ। ହୃଦୟରେ ଖେଳୁଛି, କେବେ ତା'; ଲୁକ୍କାୟିତ ଶିଉଳିଯୁକ୍ତ ଶିଳା କେଉଁ ଏକ ବସନ୍ତ ସ୍ପର୍ଶ କରିଥିଲା। ଆମେ’ତ ଦେଖିଲୁ। ଗୁପ୍ତ ଶିଳା ଆରବ ସାଗର ବେଳାଭୂମିର ସାଥି ହୋଇଥିଲେ, ପ୍ରାଣପ୍ରିୟ ପତ୍ନୀ ମିନତୀ ଅନୁଜ ପ୍ରଦୀପ ପୂର୍ଣ୍ଣ ସମର୍ଥନ ଦେଉଥିଲେ କିନିଷ୍ଠା ଭଗ୍ନୀ ପ୍ରଣତି।
ଅକୁହା ବେଦନା ପଖାଳି ହୃଦୟରୁ ଅସନା ଫୋପାଡ଼ି ମୁକସାକ୍ଷୀ ଆଝିମାଲା ଶଙ୍କର ଭଗବାନ। ଶ୍ୱେତ ବାଲୁକା ରାଶି ,ସ୍ଫଟିକ ଜଳ,ଯୋଗ ,ଭୋଜି ଭାତ। ଗତି ପ୍ରକୃତି ସମୟ ସାରଣୀରେ ଜୀବନ ଯୌବନ ପାପ ପୁଣ୍ୟର ଲେଖା ଛିଣ୍ଡେ। ଆଝିମାଲା କଫି ହାଉସ ଚଟାଣରେ ଦୁହେଁ କଫିର ମଜା ନେଲୁ। ବର୍ଷାରାଣୀ ଲେଉଟି ଯାଇଥିଲେ। ପବନର ବେଗ ନିୟମିତ ରହିଥିଲା।
ବହୁ ସମୟ ପର୍ଯ୍ୟନ୍ତ ବେଳାଭୂମିର ଦୃଶ୍ୟକୁ ଉପଭୋଗ କଲୁ। ମିନତୀ ପ୍ରଣତି ଆଇସକ୍ରିମର ମଜା ନେଉଥିଲେ। ମସଗୁଲ ପର୍ଯ୍ୟଟକ! ବୟସ ସ୍ନାତକ ପଢୁଆ ବାଳକ ବାଳିକାର ସମକକ୍ଷ ମନ ମନ୍ଦିରରେ! ଶଙ୍କର ଓ ସାଗରଙ୍କ ମହାମିଳନ ଆଝିମାଲା .ବେଳାଭୂମି ଯେତିକି ସଂକୀର୍ଣ୍ଣ ଶତଗୁଣ ଉଚ୍ଚ ତା’ଜୁଆର ନତମସ୍ତକ ସାଗର କୂଳରେ ଉପରମୁହାଁ ଶଙ୍କର ଢାଲୁ ବେଳାଭୂମି। ଦୋଛକିରେ ଶ୍ରଦ୍ଧାଳୁ,ପର୍ଯ୍ୟଟକ! ଏଇଟି ଆମର ପହିଲି ଭ୍ରମଣ।
ଭୁଲି ହୁଏନା ତା ବେଳାଭୂମି ନୂତନ ନୂତନ ଦରିଆ ପାରି ପର୍ଯ୍ୟଟକ ଭାଷା ବର୍ଣ୍ଣ ରାଜ୍ୟ ନିର୍ବିଶେଷରେ। ଭାରତର ଭୌଗଳିକ ଗଣ୍ଡି ମଧ୍ୟରେ ଅସରନ୍ତି ପର୍ଯ୍ୟଟକ ବିନ୍ଦୁ। କୂଳରେ କୁଣିଆ। ଦେଖ ନ-ଦେଖ,କୂଳକୁ ଦେଖ ,ଜଳକୁ ଦେଖ,ଜୁଆରକୁ ଦେଖ, ଦର୍ଶନକର ୩୩ କୋଟି ଦିଅଁଙ୍କୁ। ଅଣ ଦେଖା ନ’କରିବ,କଥାଟି କହି କଥା ରଖୁଛି। ପଞ୍ଚଭୂତରୁ ଏକ।
ଅଧଘଣ୍ଟାଏ ଅସରାଏ ବର୍ଷା ଦେଇ ଫେରିଗଲା। ସାଗର କୂଳିଆ ବେଳାଭୂମିରେ ତା’ଜଳକୁ ସାଗର କନ୍ୟା ଯେମିତି ଶୋଷି ନେଲେ! କୂଳରେ ଏକ ସୁନ୍ଦର ରେସ୍ତୋରାଂ। ତାମିଲ ଭାଷାରେ ବାର୍ତ୍ତାଳାପ ଅଖାଡୁଆ ଲାଗିଲା କିନ୍ତୁ ଇଙ୍ଗିତରେ ବୁଝିଗଲା। ମୁକୁଳା ଗାଲିଚାରେ ୪ଟି ଚୌକି ଗୋଟିଏ ଗୋଲେଇ ମେଜରେ ଭରାଦେଇ ଆରବ ସାଗରକୁ ପ୍ରଦୀପ ଅନାଉଥିଲେ। ଦୁରକୁ ବହୁଦୂରକୁ ଆଖି ପାଇଲା ପର୍ଯ୍ୟନ୍ତ। ଆମେ ୩ ଅବାକ! ପ୍ରଶ୍ନ କଲୁ,ଉତ୍ତର ଶୁଣଲୁ। ପାଦରୁ ଧୂଳି ଖସି ଯାଇଥିଲା। ସେ ଆରବ ସାଗର କନ୍ୟାର ସନ୍ଧାନରେ ଲାଖି ଯାଇଥିଲେ ! ଖୁଲମ ଖୁଲାରେ ତା’କାର୍ଯ୍ୟଟି କେବଳ ଦେଖୁଥିଲା।
ଅଛପା ନଥିଲା। ଅବିରାମ ଗତିରେ ଜୁଆର ପରେ ଜୁଆର ବେଳା ଭୂମିକୁ ସ୍ପର୍ଶ କରୁଥିଲା। ଭଗବାନ ଶଙ୍କରଙ୍କ ପାଦ ପଖାଳଉଥିଲା। ପୁଣି ଫେରି ଯାଉଥିଲା। ସେ ଥକି ପଡ଼ିନଥିଲା! ସାଗର ଶଙ୍କରଙ୍କ ଅତୁଟ ସମ୍ପର୍କ। କେଉଁ ଯୁଗରୁ ସାଗର ମନ୍ଥନରୁ ସେ ଗରଳ ପିଇଥିଲେ। ସେ କୈଳାଶ ପତି,ସର୍ପଧାରୀ,ପ୍ରକୃତି କୂଳରେ ଉଛୁଳା ଢେଉର ମୁକୁଳା ତାଣ୍ଡବ ନୃତ୍ୟ ଦେଖିନି ।
ଉତ୍ତାଳ ତରଙ୍ଗ ଇସାରାରେ ଆମେ ୪ କେଇ ଘଣ୍ଟା ଛନ୍ଦି ହୋଇଥିଲୁ । ନୀଳ ନୀଳ ଲହରୀ ନିକଟତର ହୋଇଥିଲୁ। ପ୍ରକୃତିର ଆକର୍ଷଣୀୟ ଜୀବନ୍ତ ରୂପକୁ ଅତିନିକଟରୁ ମନଭରି ଉପଭୋଗ କଲୁ । କିଏ କହୁଥିଲେ ତାର ଜୀବନ ରୂପ ନଥିଲା?
ସାମାଜିକ ଓ ସାମୁଦ୍ରିକ ମଧରେ କନ୍ଦଳ! ଫମ୍ପା ପ୍ଲାଷ୍ଟିକି ବୋତଲ! ସାଗର କନ୍ୟା ଠାରି ଦେଉଥିଲା। କେତେ ଦିନ ଦାଉ ସାଧିବ? ବରାବର ବାରଣ୍ଡାକୁ ଆସ ଅସନା ନକରି ଫେରି ଯାଅ। ମୁଁ’ତ ସାଗର କନ୍ୟା ତମ ପାଦ ଚିହ୍ନ ଛାଡିଛ। ଏଠି ଆର ଜନମରେ ହିସାବ କିତାବ। ଭଲ ଭଲରେ କହୁଛି। ସୌନ୍ଦର୍ଯ୍ୟକୁ ନିଏ ଯେତେ ପାର ଅସନା ନକରି ମୋ ହୃଦୟ।
ପ୍ରଦୀପ ଭାଇ ଦୂରରୁ ରେଷ୍ଟରାଣ୍ଟ ଦେଖି ଯେମିତି ଭୋକର ମାତ୍ର ବଢି ଯାଇଥିଲା । ସେ ବହୁବାର କହୁଥିଲେ । ଫଟୋ ଉଠା ବାହାନାରେ ୧୦ ମିନଟ ଏଡ଼ାଇଦେଇଥିଲି । ଭ୍ରମଣ ପରେ ଭୋଜନ କେତେ ଜରୁରୀ ହୃଦୟଙ୍ଗମ କରିସାରିଥିଲୁ। ଲୁଣିଆ ଜଳବାୟୁ ପରିବେଶରେ ଭୋକର ମାତ୍ରା ସତରେ ବଢିଯାଇଥିଲା। ଆମେ ହୋଟେଲ ନିକଟତର ହୋଇଥିଲୁ। ମୁକୁଳା ଦର୍ଶନ ସହ ଦିବା ଭୋଜନର ସୁବିଧା ରହିଥିଲା । ହୋଟେଲର ନାମଟି ସ୍ଥଳର ନାମଟିକୁ ଅନୁକରଣ କରିଥିଲେ । “I love Aazhimala “,ବୃହତ୍ତ ରଂଗୀନ ହୋଡ଼ିଙ୍ଗଟିଏ ଆମକୁ ଆକୃଷ୍ଟ କରିଥିଲା। ନାଲିଆ ଲଭ ଚିହ୍ନଟି ଉକୁଟି ମାରୁଥିଲା । ବିଜ୍ଞାପନର କୁହୁକରେ ଆମେ ଭଲ ପାଇ ବସିଲୁ। ମୁକୁଳା ବାରଣ୍ଡା ରଂଗୀନ ବୃହତ୍ତ ଛତା ତଳେ କିରଣ ଗଳି ପଡୁଥିଲା।
ବହଳିଆ କାଗଜ ପୃଷ୍ଠାଟିର ବାଁପଟେ ଜିନିଷ ଡାହାଣ ପଟରେ ଦର। ପରିମାଣ ମଧ୍ୟଭାଗରେ ଦର୍ଶା ଯାଇଥିଲା। ଇଂରାଜୀରେ ଲିପିବଦ୍ଧ। ଜଣକ ପରେ ଜଣେ ଟାଣି ପଢୁଥିଲେ! ଅର୍ଡ଼ର କେହି ଦେଉନଥିଲେ। ଏକ କୌତୁହଳରେ କିଛି ମିନଟ ବିତିଗଲା। ଶେଷରେ ଗୋଲେଇ ଥାଳି ସୁପାରିଶ କଲୁ। ଅନୁଜ ପ୍ରଦୀପ ଭିନ୍ନ ସାମୁଦ୍ରିକ ଖାଦ୍ୟରେ ରୁଚି ରଖିଲେ। ଛତାର ପରଦାଟି ବହୁବାର ଇସାରା ଦେଉଥିଲା। ଅଭୁଲା ମୁହୂର୍ତ୍ତ, ଦିବା ଭୋଜନ, ମସଲାଯୁକ୍ତ ଆହାର ସାଲାଡ଼। ଶେଷରେ ଫରଫର ଉଡିବାକୁ ଲାଗିଲା। ୱେଟର ଟେବୁଲ ଜମା ଛାଡ଼ୁନଥିଲା। ତୁହାକୁ ତୁହା ଅର୍ଡ଼ର ପାଇଁ ଉସୁକାଉଥିଲା। ଶେଷରେ ଆଇସକ୍ରିମ ପାଇଁ ଇସାରା ଦେଲୁ। ପେଟପୁରା ଖାଦ୍ୟକୁ ମନମତାଣିଆ ଦୃଶ୍ୟରେ ଆମେ ୪ ମଜ୍ଜି ଯାଇଥିଲୁ। ଅଧା ଓଳିଏ ଭରପୁର ମଉଜ ମଜଲିସ କଲୁ।
ପଣ୍ଡିତ ବିଶାରଦ କୁହନ୍ତି,କୁଆଡେ ସାଗର ଜୁଆର ଶବଦ,ଦୃଶ୍ୟ ,ଲୁଣିଆ ଜଳର ମହକ ମନୁଷ୍ୟର ଚାପଗ୍ରସ୍ତକୁ ବିଲୋପକରେ। ମନରେ ଖୁସିର ମାତ୍ରା ବୃଦ୍ଧି କରେ। ରାତ୍ରରେ ଭଲ ନିଦ ପୁଣି ଚାଲିଆସେ। ହେଜିଲେ ସାଗର କୂଳରେ କେଇମୁହୂର୍ତ୍ତଟିଏ ସୁଖର ପାହାଡ଼ ହାତେଇବା ଧେୟ।
Anne Buttimer once explains,.” just listening to the waves relaxes the neurophysiology,” And we know that relaxation is good for both the body and the brain.”,
ନିଆରା ଅନୁଭୂତିକୁ ନେଇ ଦିନର ଅନ୍ତିମ ଭ୍ରମଣ ପୁଭରର ଦ୍ୱୀପ (Poovar Island) ମୁହାଣକୁ ଅଟୋ ଦୌଡ଼ିବାକୁ ଲାଗିଲା।
ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes, ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର,
୨. Buttimer, A.1990,”Landc –Life –Lumber –Leisure .Ottawa ,ont Royala Society of Canada






Wow
ReplyDeleteok
Delete