୨୩ ଜୁନ ୨୦୨୪ ରେ ଉପରଓଳି ନୌଯାତ୍ରା ସ୍ଥିର । ନେୟାର ନଦୀର ବ୍ୟାକ ୱାଟର ରାଇଜର ଏକ ଆକର୍ଷଣୀୟ ବିନ୍ଦୁ। ମୋହରେ ଦୂର ଦୂରାନ୍ତରୁ ପର୍ଯ୍ୟଟକ ଧାଇଁ ଆସନ୍ତି। ସବୁଜ ବଳୟର ଅମରାବତୀ ପୁଭର ଦ୍ୱୀପ ଅତି ଲୋକପ୍ରିୟ।
ଆଝିମାଲା କ୍ଲିଫ୍ ଶିବ ମନ୍ଦିର ଠାରୁ ୧୪ କିଲୋମିଟର ଓ ତିରୁବନ୍ତପୁରମ ରେଳ ଷ୍ଟେସନ ଠାରୁ ୩୫ କିଲୋମିଟର ଦୂର। ଜାତୀୟ ପଥ-୬୬,କାଞ୍ଜିରମ୍କୁଲ୍ମ ପୁଭର ବିଜ଼ହିଞ୍ଜମ ରୋଡ଼ରେ ଅଟୋ ଛୁଟିଲା। ଡ୍ରାଇଭର ତା’ଅଭିଜ୍ଞତା ଭେଳିକି ଭେଳି ଉଦ୍ୟାନ ବୋଟ ହାଉସ,ବଖାଣୁ ଥିଲେ। ପଲ୍ଲୀ ସହର ବନରାଜି ଉଦ୍ୟାନମୟ। ପ୍ରାକୃତିକ କେରଳର ଜଳବାୟୁ ରୋମାଞ୍ଚକର। ଆମ ଭ୍ରମଣକୁ ଇନ୍ଧନ ଯୋଗାଉଥିଲା।
ଏପଟେ ସେପଟେ ଦେଖିଲୁ। ଆତୁରତା ବଢୁଥାଏ। ବିଶ୍ୱବିଦ୍ୟାଳୟ ସହପାଠୀ ପବିତ୍ର କହୁଥିଲେ। କଣ କଣ ଦେଖିବ? କେଉଁଠି ସ୍ୱାଦ ନେବ? କେଉଁ ସମୟରେ ପହଞ୍ଚିବ! ସବୁ ମନ ପରଦାରେ ଚାଲି ଆସୁଥିଲା। ତାଠୁ ବଳିଗଲେ ୧୯୯୧ରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟରେ ଗ୍ରୀଷ୍ମଋତୁ ୟୁଜିସିର ୨୮ ଦିନିଆ କୋର୍ସରେ ଅଧ୍ୟାପକ ଅଧ୍ୟାପିକାଙ୍କ ଏକ ଭେଟଘାଟ। ଅଧ୍ୟାପକ ମୁରଲୀ ଧରନ ଇଁରାଜୀ ବିଭାଗ କୁଚିକୁଚି କେରଲମର ଗୁଣ ଗାନ କରୁଥିଲେ। କେରଳ ଭ୍ରମଣ ପାଇଁ ଅନୁରୋଧ କରିଥିଲେ। ଆମେ କେରଳ ରାଇଜ ବୁଲି ଆସିଲୁ। ୩୩ ଗୋଟି ବସନ୍ତ ପାରକରି ସାରିଥିଲା। ଜଡ଼ିବୁଟି ମାଲିସ,ମସଲା, ମସଲି, କେନ୍ଦ୍ର ପାଇଁ ଖ୍ୟାତ। ଅଧ୍ୟାପକ ମୁରଲୀଙ୍କର କେତୋଟି କୌଶଳ ପ୍ରଯୋଗ କରିଥିଲି। ସତରେ ଭୂ'ଜନଙ୍କ ପାଇଁ ପୁଭର ଏକ ସ୍ୱର୍ଗ।
୭ ସମୁଦ୍ର ୧୩ ନଦୀ ପାରିକରି ଧାଇଁ ଆସନ୍ତି। ଗୁମର ବେକ ୱାଟର ଆରବ ସାଗର ପର୍ଯ୍ୟନ୍ତ ସୀମା। ୪ କିଲୋମିଟର ଦୂର। ଡ୍ରାଇଭର ଭାଇ ୩୦ ମିନଟରେ ପହଞ୍ଚେଇ ଥିଲେ। ଘାଟ ତୀରରେ ଏକ ଟୁଙ୍ଗିଟିଏ ଝଟକି ମାରୁଥିଲା, କୋନ ଆକୃତି। ନଡ଼ା ଛପର ବାଉଁଶ ଘେରା । ବିଶ୍ରାମ ନେଲୁ। ନିକଟରେ କାର୍ଯ୍ୟାଳୟ ସଞ୍ଚାଳିତ ହେଉଥିଲା।
ନୌକାବିହାର ଅବଧି,ପର୍ଯ୍ୟଟକ ସଂଖ୍ୟାକୁ ନେଇ ମୂଲ୍ୟ ଧାର୍ଯ୍ୟ ରହିଥାଏ। ୮ ହଜାର,୭ ହଜାର,୫ ହଜାର,୩ ହଜାର ସର୍ବ ନିମ୍ନ। କିଂ କର୍ତ୍ତବ୍ୟ ମୁଢ! ଆକାଶ ଛୁଆଁ ଦର ! ପାଦରୁ ଧୂଳି ଖସିଗଲା। ଡାହାଣ ପାପୁଲି ମୁଣ୍ଡରେ ବୁଲାଇ ଏପଟ ସେପଟ ସାଥୀଙ୍କୁ ଅନେଇଲି। ୩ ବନ୍ଧୁ ମାଲିକ ସପକ୍ଷରେ ରହିଥିଲେ। ଡ଼ିଜେଲ ଚାଳିତ ନୌକା,ଜଳ ଧାରାକୁ ଦେଖି ମିନତୀ ପ୍ରଣତି ପ୍ରଦୀପଙ୍କ ମନ ଉଚ୍ଚରେ ରହିଯାଇଥିଲା! ନିଷ୍ପତ୍ତି କରିଥିଲେ, ଅର୍ଥ ଅଧିକ ହେଲେବି କୌଣସି ପରିସ୍ଥିତିରେ ସେମାନେ ନୌକା ବିହାର କରିବେ , ତାଙ୍କ ହାବ ଭାବକୁ ପରଖିଥିଲି, ଘଡ଼ିଏ ଅପେକ୍ଷାରେ ରହିଲି। ଶେଷ ଦରଟିଏ ପାଇଁ ଅପେକ୍ଷା କଲି। ପୂର୍ବଦର ପୁଣି ଦୋହରାଇଲେ। କାଳିଜାଇ ନୌବିହାର,ବ୍ରହ୍ମପୁତ୍ର ନୌବିହାର ଅଭିଜ୍ଞତା ବଖାଣିଥିଲି। ବିକଳ୍ପ ନଥିଲା? ପସନ୍ଦ ହେଲା ପରେ ଅର୍ଥ ପରିମାଣ ମୂଲ୍ୟହୀନ। ଗୋଟିଏ ଶିକ୍ଷା ପାଇଥିଲି । ଆଜିଯାଏଁ ନୌକା ବିହାର ମନରେ ଜୀବନ୍ତ । ମଧ୍ୟସ୍ଥି ନଥିଲେ। ବେଳେ ବେଳେ କାଳେ ଠକରେ ପଡ଼ିଯିବୁ! ଘାଣ୍ଟି ଚକଟି ହେଉଥାଏ। “ହାତେ ମାପି ଚାଖଣ୍ଡେ ଚାଲିବ” କଥାଟା ବିଦ୍ୟାଳୟରେ ଉପେନ୍ଦ୍ର ଅବଧାନେ ପଢାଇଥିଲେ । ହେଜୁ ଥାଏ ।
ନଈପଠାରୁ ଦୃଶ୍ୟମାନ ହେଉଥିଲା। ଏକାଧିକ ବୋଟ ଓ ପାରମ୍ପରିକ ନୌକା କୌଣସି ଏକ ଦେଶୀ ଯୋଗାଡ ବନ୍ଦରର ଭ୍ରମ ଜନ୍ମିଥିଲା । ଯୁବ ନାବିକ କେରଳି ରହିଥିଲେ। ଇଁରାଜୀ ଭାଷାର ଦକ୍ଷତା ରହିଥିଲା। ସୁରକ୍ଷା ଜ୍ୟାକେଟ ପରିଧାନ ପାଇଁ ମୌଳିକଜ୍ଞାନ ପ୍ରଦାନ କରିଥିଲେ। ଭୂପୃଷ୍ଠରୁ ଧୀରେ ଧୀରେ ପାହାଚରେ ଲଞ୍ଚ ନିକଟତର ହେଲୁ। ଆସନ ନେବାରେ ସହ ନାବିକ ସହଯୋଗ କରିଥିଲେ। ଧନ୍ୟବାଦ ଜଣାଇଥିଲୁ। ନୌକା ରବର ଟିଣମିଶା ଛାତ ରଙ୍ଗ ବୋଳା ହୋଇଥିଲା। ୬ଟି ସ୍ତମ୍ବ ସଂଲଗ୍ନ ।ମୁଖ୍ୟ ନାବିକ ,ସହ ନାବିକ ଷ୍ଟିୱରିଙ୍ଗ ସ୍ଥାନ ନେଲେ । ୩ ଥର ନମସ୍କାରମ ଜଣାଇଥିଲେ । ଅତିଥି ଦେବ ଭବକୁ ଯେମିତି ସେମାନେ ୧୦୦ ପ୍ରତିଶତ ଆପଣେଇଥିଲେ। ବ୍ୟବହାରରେ ପ୍ରୀତ ହେଲୁ । ବୋଟର ପୂର୍ବ ମଂଗକୁ ୩ ଥର ସ୍ପର୍ଶକରି ମଥା ପାତିଲେ। କେଉଁ ଦେବ ଦେବୀଙ୍କ ଆରାଧନା କରିଥିଲେ;ଆମେ ଜାଣିପାରିନଥିଲୁ ? ୭ ଜଣିଆ ଆସନ ଲଞ୍ଚ ରହିଥିଲା। ଅଧିକ ଭାର ନଥିଲା।
ଘୁଡୁ ଘୁଡୁ ଶବଦ ତୀବ୍ରତର ହେବାକୁ ଲାଗିଲା। ଡ଼ିଜେଲ ଗନ୍ଧ ଚାଲି ଆସିଲା । ଶିଥିଳ ଗତିରେ ଭାସମାନ ଫେଣଯୁକ୍ତ ଜଳ ପଛପଟୁ ଦେଖିଲୁ । ଜଳରାଶି ଦୁଇଭାଗ ହେଉଥିଲା। କେଉଁଠି ଗଭୀର କେଉଁଠି ଢ଼େପ ସ୍ଥାନୀୟଙ୍କ ଅଭଜ୍ଞତା ରହିଥିଲା। “ଗାଁ ମଶାଣି ପରଗାଁ ପାଣି”, ଆମ ଓଡ଼ିଆଙ୍କ ଉପାଖ୍ୟାନଟି ମନକୁ ଆପେ ଚାଲି ଆସିଲା । ପିଳେହି ପାଣି? ତା ଗଭୀର ଜଳ! କଣ କଣ ଦେଖିଲୁ ଏକ ଅନୁଭୂତି ।
ନୀଳ ଜଳ ରାଶି : ଜଳ ରାଶିରେ କିଏ ରଙ୍ଗ ବୋଳି ଦେଇଥିଲା। ସୂର୍ଯ୍ୟଙ୍କ ରଶ୍ମୀରେ ରୂପେଲି ଜଳ କୁହୁକ ମନକୁ ବିଭୋର କରିଥିଲା । ଚବର ଚବର ଶବଦ କୋମଳ କର୍ଣ୍ଣରେ କିଏ ଫୁସୁ ଫୁସୁ କହୁଥିଲା। ଉପଭୋଗ କର ଯେତେ ପାରିବ ସାଇତି ନିଅ। ମିନତୀ ପ୍ରଣତି ଜଳରାଶିକୁ ଏକ ଲୟରେ ଅନାଉଥିଲେ। ଯେମିତ ଜଳ କନ୍ୟା ମହାଦେଈଙ୍କୁ ପ୍ରାର୍ଥନା କରୁଛନ୍ତି ! ପୂର୍ବ ପଶ୍ଚିମରେ ଅପ୍ରମିତ ଲଞ୍ଚ ପ୍ରତିଯୋଗୀତାର ଭ୍ରମ ଜାତ ହୋଇଥିଲା। ଜଳର ଗଭୀରତା କେତେଫୁଟ। ଘଞ୍ଚ ସବୁଜ ହେନ୍ତାଳ କିଆ ବୁଦାପରି ଜଳ ରାଶିକୁ ନଇଁ ପଡ଼ିଥାଏ। ଜଳରାଶିକୁ ଲୋଭ କରିଥିଲେ। ବୃକ୍ଷର ଅତୁଟ ପ୍ରେମ ସମ୍ପର୍କ ବାରି ହେଉଥିଲା। ପ୍ରଣତି ଭଗ୍ନୀ ଜଳରେ ପାପୁଲି ସ୍ପର୍ଶ କରିଥିଲେ। ଚବର ଚବର ଜଳରୁ ପୋଷେ ଆକାଶକୁ ଇସାରା କରି ଅର୍ପଣ କରୁଥିଲେ। ଖୁସିର ସୀମା କେତେ ଦୀର୍ଘ ରହିଥିଲା? ତଉଲିବା ପାଇଁ ବଟକରା ଅଭାବ ଥିଲା।
ମୁଖରେ ହସ ମୁଁ କେବେ ପୂର୍ବରୁ ଦେଖିନଥିଲି ! ଘୁଟୁ ଘୁଟୁ ଶବ୍ଦରେ ଲଞ୍ଚ ଭାସି ଭାସି ବଢ଼ିଲା। ମାଲାୟାଲାମ ଗାଉଁଲି ଗୀତ ବାଜି ଉଠିଲା। ପ୍ରାୟ ସମ୍ବଲପୁର ରଙ୍ଗବତୀ ଶୈଳୀରେ। ମସ୍ତକ ଦୋହଲିଲା। ପ୍ରଦୀପ ସହଜରେ ବୁର୍ଲ୍ଲା ବାସିନ୍ଦା। ସମ୍ବଲପୁରୀ ଭାଷାରେ କଥା କହୁଥିଲେ। ହସରେ ବାହୁନି ବାହୁନି ଉଡେଇ ଦେଲୁ। ଭାସ୍କୋଡା ଗାମା ଜଳପଥ ଆବିଷ୍କାର ୧୪୯୮ ରେ କଥା ପଢିଥିଲୁ। ଏବେ କେରଳ ରାଇଜରେ ଜଳପଥ ମାଳମାଳ ପର୍ଯ୍ୟାଟକଙ୍କ ମନକୁ ଆକର୍ଷଣ ପାଇଁ ଏକ ପ୍ରୟାସ। ଆମେ ଦୁଇ ଆମର ଦୁଇ,ଅନୁଜ ପ୍ରଦୀପ ଭଗ୍ନୀ ପ୍ରଣତି ୧୨ ଦିନିଆ ଭ୍ରମଣରେ ସାଥି। ପହିଲି ନୌକା ବିହାର ନିଷ୍ପତି ନେଲୁ। ଏକ ଦୁଃସାହସିକ ଜଳ ଯାତ୍ରା।
ଗାଁ ପୁଷ୍କରିଣୀରେ ସନ୍ତରଣ ଅଭ୍ୟାସ ଏକ ମାମୁଲି ଘଟଣା । ବୁଡ଼ା ପହଁରା ,ଚିତି ପହଁରା,ଠିଆ ପହଁରା। ବଡ ପ୍ରସ୍ତରରୁ ଜଳକୁ ଭେଲୁଆ ପାରିବା ଆଜି ଯାଏଁ ମନେପଡ଼। ଦିନେ ଡେ଼ନମାର୍କର ପର୍ଯ୍ୟାଟକ କ୍ୟାମେରାରେ କଏଦୀ କରିଥିଲେ। କଣ ସେ ପହଁରା ପୁଭର ଦ୍ବୀପ ସହାୟକ ହେବ ଭାବି ନିଜକୁ ସାମିଲ କରିଥିଲୁ। ପ୍ରଦୀପ ନଈ କୂଳିଆ। ହୀରାକୁଦ ଡ୍ୟାମ କତିରେ ଗୃହ:ନିଶ୍ଚୟ ସନ୍ତରଣ ଜ୍ଞାନ ରହିଥିବ। ଦୁଇଭଗ୍ନୀଙ୍କ ସୁରକ୍ଷା କବଚ ଜ୍ୟାକେଟ ବେଲ୍ଟ ବନ୍ଧା ଯାଇଥିଲା। ନୌବାହିନୀର ସଞ୍ଜୁଆ ଫୌଜପରି ମନେ ହେଉଥିଲା। ଭଗ୍ନୀ ଦ୍ବୟ ଫଟୋ ଭିଡ଼ିଓ ସଂଗ୍ରହରେ ଲାଗିପଡ଼ିଥିଲେ। ସଂକୀର୍ଣ୍ଣ ଜଳରାଶି ବାହୁରେ ସବୁଜ ଦ୍ରୁମ । ଚାତକ ପରି ଚାହୁଁଥିଲୁ । ଡାହାଣ ଓ ବାଁ ପଟେ ଲଞ୍ଚ ,କେଇ ମିନଟ ଜଳ ରାଶିରେ ସ୍ଥିର।
ମେଁଗ୍ରୋ ଦ୍ୱୀପ : ଆମ ବୋଟ ମେଁଗ୍ରୋ ଦ୍ୱୀପ କଡରେ ଘଷି ହୋଇ ଯାଉଥିଲା। ନକଲି ବିଷାକ୍ତ ଆମ୍ର ଉଦ୍ୟାନ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ। କୋମଳ ମଧୁର କଣ୍ଠସ୍ୱର ଶୁଭିନଥିଲା। ଭାସମାନ ମୁଦ୍ରାରେ ଅଚିହ୍ନା ପର୍ଯ୍ୟଟକ ଇସାରା ଦେଉଥିଲେ। ଆମେ ବିଜୟ ହେଲୁ। ଉଲ୍ଲାସ ଦେଖିଲୁ। ଡୋପା ମାଇନ ଲଦାଲଦି ହୋଇଥିଲା। ହେପି ହର୍ମାନ ଚାଲି ଆସିଲା। ଗ୍ରୀଷ୍ମ ଆଲୋକରେ ବୋଟ ଭାସମାନ ମୁଦ୍ରାରେ ବହୁଦୂରକୁ ଚାଲିଯାଇଥିଲା। ଦ୍ଵୀପ ତୀରେ ଧାଡ଼ିଏ କୁଟୀର ଝଟକି ମାରୁଥିଲା । ବୋଧେ କେଉଁ ଏକ ରାଜଜେମାଙ୍କ ବିଶ୍ରାମ ପାଇଁ ଉଦ୍ଦିଷ୍ଟ।
ନାରିକେଳ ଦ୍ୱୀପ : ହୋ ହଲ୍ଲାରେ ବେକ ୱାଟର ଉପତ୍ୟକା। ନାରିକେଳ ଉଦ୍ୟାନ ନେୟାର ନଈ ତଟରେ ଦେଖିଲୁ। ବାହୁଙ୍ଗା ସମୂହ ସ୍ୱାଗତ କରୁଥିଲେ। ଶୁଖିଲା ନଡ଼ିଆ ଭାସମାନ ମୁଦ୍ରାରେ ସାଗର କନ୍ୟାଙ୍କୁ ଭେଟି ଦେବାପାଇଁ ନାଚିନାଚି ଯାଉଥିଲେ। ଆମ ବୋଟ ନରମି ଯାଇଥିଲା । ବୋଟ ହାଉସ ଦେଖିଲୁ ? ସେ ଗୋଟିଏ କଫି ହାଉସ ! ତା’ସହ ଅସଲି ରନ୍ଧା ନଡ଼ିଆ ତେଲ ଷ୍ଟଲଟି ଉକୁଟି ମାରୁଥିଲା। କେରଳି ଯୁବତୀ ସହ ତା’ମା ଦୁହେଁ ଷ୍ଟଲଟିକୁ ସଞ୍ଚାଳିତ କରୁଥିଲେ। ପ୍ରଦୀପ ସହ କଫିର ସ୍ୱାଦ ନେଲୁ। ମିନତୀ ପ୍ରଣତି ନଡ଼ିଆ ତେଲର ଗ୍ରାହକ ବନି ଯାଇଥିଲେ। କେରଳି ମହିଳା କହୁଥିଲେ,ଏଇ ତେଲ ବ୍ୟବହାରରେ ଚୁଟି ଝଡ଼ିବନି । କେଶର ପରମାୟୁ ବୃଦ୍ଧି ଘଟିବ ! ଡିଜିଟାଲ ପୈଠ ବ୍ୟବସ୍ଥା ରହିଥିଲା। ଅନ୍ୟ ଯାତ୍ରୀ କିଏ କଣ କ୍ରୟ କରୁଥିଲେ। ଫଟୋ ଉଠାଇଥିଲୁ। ନୌକା ଉପରେ ଦୋକାନ! କାଷ୍ଠ କେବିନ ! ଦିନେ କାଶ୍ମୀର ଡ଼ାଲ ହ୍ରଦରେ ଦେଖିବାକୁ ପାଇଥିଲୁ ।
ଚଳନ୍ତି ବୋଟ ହାଉସ :ଏକାଧିକ ଚଳନ୍ତି ବୋଟ ହାଉସ ଆମ ନିକଟକୁ ଆସିଯାଉଥିଲେ । କିଏ ତ ପଇଡ଼ ବିକ୍ରି କରୁଥାଏ। କିଏ ଅମୃତ ଖଣ୍ଡ ଖୁଚୁରା ବିକ୍ରୀ କରୁଥିବାର ଦୃଶ୍ୟ ଗୋଚର ହୋଇଥିଲା। ପାଣି ବୋତଲ ଠାରୁ ଟୁକୁରୁ ମୁକୁରୁ ବାଦାମ ଚଣା ପାଉଚ ତାଲିକା ଲମ୍ବି ଯାଇଥିଲା। ଆମେ ୪ ପଇଡ ପିଇଲୁ । ପୁଣି ଜଳ ରାଶିରେ ଆଗକୁ ବଢ଼ିଲୁ। ଆନାକୋଣ୍ଡାର ସମୁଖୀନ ହେବୁ ? ଘଡ଼ିଆଳ ମାଡ଼ିବସିବେ। ଡ଼ଲଫିନ ଦେଖି ହବକି ନାହିଁ ! ସାର୍କ ମୁହଁକୁ ଆସିବକି ନାହିଁ! ଭୟ ଜାତ ହେଉଥାଏ! ଜୀବନକୁ ଲୋଭ କାହାର ନାହିଁ! ଚିଙ୍ଗୁଡ଼ି କଙ୍କଡା ଆଇଁଷିଆ ବାସ୍ନା ଧସି ଆସୁଥାଏ । ଅନେକ ନୌକା ପଛରେ ଭାସୁଥିଲେ। କେଇ ବେଢା ଚକ୍କର କାଟୁଥିଲେ। ଅନ୍ୟ ଜାହଜର ଯାତ୍ରୀଙ୍କୁ ଦେଖି ଦମ୍ଭ ମନକୁ ଆସିଲା। ନିରାପଦରେ ହସ ଉଲ୍ଲାସରେ ବାହୁଡୁଥିଲେ। ପୁଣି ଆରବ ସାଗରକୁ ସ୍ପର୍ଶ କରିବ !
ମେରୀ ଦ୍ୱୀପ : ନଦୀ ଶଯ୍ୟାଟି ବିସ୍ତୀର୍ଣ୍ଣ ରହିଥିଲା। ଦୁଇପଟେ ସ୍ରୋତ ମଧ୍ୟଭାଗରେ ଗୋଟିଏ ଦ୍ୱୀପ,ମଦର ମେରୀଙ୍କ ବିଶାଳକାୟ ପ୍ରତିମୂର୍ତ୍ତି ଦେଖିଲୁ ମନରେ ପ୍ରଶ୍ନ ମଝି ଦରିଆରେ ମଦରଙ୍କ ମୂର୍ତ୍ତି! ପ୍ରଥମେ ହଜମ ହୋଇନଥିଲା। ରହସ୍ୟ କଣ ଛୁଁପିଥିଲା ! ପ୍ରଥମେ ନାବିକ କେରଳି ଦ୍ୱତୀୟରେ ସହ ନାବିକ ,ସୂଚନା ପାଇଲୁ। ଅପ୍ରମିତ ବୋଟ ଗୁଡିକ ମା ମେରୀ ମୂର୍ତ୍ତିକୁ ଘେରି ରହିଥିଲେ। ଫଟୋ ନେଉଥିଲେ। ଯେମିତି ନେୟାର ନଦୀର ହୃଦୟ ବ୍ୟାପକ। ଆକର୍ଷଣୀୟ କେନ୍ଦ୍ର ବିନ୍ଦୁଟିଏ ମନକୁ ଶାନ୍ତି ଦେଇଥିଲା। ବିବିଧ ଖଗ ରାବ ଦେଇ ସୂଚନା ଦେଉଥିଲେ। ଖୁସି ଖୁସିରେ ଅତିଥି ପକ୍ଷୀ ଗୀତ ଗାଉଥିଲେ। ପୁଭର ଦ୍ଵୀପରେ ମେଞ୍ଚା ମେଞ୍ଚା ପକ୍ଷୀ ଡ଼େଣା ମେଲାଇ ଆକାଶରେ ଘରବାହୁଡା । ଅତିଥି ପକ୍ଷୀଙ୍କ ବସା କେଉଁଠି ଥିବା ସନ୍ଦେହରେ ପଡ଼ିଗଲୁ । ୧୯୫୩ ରେ ପକ୍ଷୀଙ୍କ ଏକ ଉଦ୍ୟାନ ପ୍ରକଳ୍ପ କେରଳ ସରକାର ସଞ୍ଚାଳିତ କରୁଥିଲେ। ସରକାରୀ ଉଦ୍ୟାନରେ ଅତିଥି ହୋଇଥିବେ। ବ୍ୟାକ ୱାଟର ଯାତ୍ରା ବ୍ୟତିରେକେ କେରଳ ଭ୍ରମଣ ଅଧୁରା ରହିଯିବ।
ଏଲିଫେଣ୍ଟ ଦ୍ୱୀପ: ଏକ ବିଶାଳ କଳା ରଙ୍ଗର ଶିଳା ଆରବ ସାଗର ଗୋଟିଏ ପଟେ ନେୟାର ନଦୀ ଅନ୍ତରେ ଉକୁଟି ମାରୁଥିଲା। ଆମେ ୪ ବୋଟରୁ ଓହ୍ଲେଇ ପଡ଼ିଲୁ। ପ୍ରସ୍ଥର ଖଣ୍ଡ ଉପରେ ବସିଲୁ। ଆକୃତି ପ୍ରାୟ ଗଜପରି ଦେଖା ଯାଉଥିଲା। ତେଣୁ ସ୍ଥାନୀୟ କହୁଥିଲେ ଏଲିଫେଣ୍ଟ ଦ୍ୱୀପ । ଆରବ ସାଗର ଜୁଆର ମାତ୍ରା ବଢି ଯାଇଥିଲା। କଳାଭଅଁର ଜଳପରି ଦୃଶ୍ୟ ହେଉଥିଲା। ସୂର୍ଯ୍ୟ ଦେବ ପଶ୍ଚିମ ଅମ୍ବରରେ ଢଳି ପଡିଥିଲେ। ରକ୍ତିମ ଆଲୋକରେ ବେଳା ଭୂମିରେ ଚିକ ଚିକ ମୋତି,ମାଣିକ୍ୟ, ହୀରା ନୀଳା ହାର ଶେଜ ପଡିଥିଲା। ଭେଳିକି ଭେଳି ପୁଭର ନଈର ଦ୍ବୀପପୁଞ୍ଜ ଭ୍ରମଣ ଭୁଲି ହେଉନଥିଲା। ଅନ୍ୟ ପାର୍ଶ୍ୱରେ ହେୟାରେ ହେୟା ଦୂରରୁ ଶୁଭୁଥିଲା। ମାଛ ମାରିବାକୁ ଗଭୀର ସାଗରକୁ ଯାତ୍ରା କରୁଥିଲେ। ପେଟ ପାଇଁ ନିତିଦିନିଆ ବେଉସା; କେତେ ବିପଦ! ବାତ୍ୟା ବନ୍ୟା ସମସ୍ୟାକୁ ପଛରେ ପକାଇ ବେଉଷାକୁ ଆପଣେଇଛନ୍ତି।
ଆରବ ସାଗର ସୀମା ସ୍ପର୍ଶ କଲୁ। କେରଳ ତାମିଲନାଡୁ ରାଇଜର ଜଳସୀମା ଦେଖିଲୁ। ତଟରକ୍ଷୀ ବାହିନୀ ପଇଁତରା ମାରୁଥିଲେ। ଲେଉଟାଣି ନୌବିହାର ଚଳନ୍ତି ବୋଟ ହାଉସରୁ କଫି ପିଇଲୁ। କେରଳ କଞ୍ଚା କଦଳୀରୁ ପ୍ରସ୍ତୁତ ପାଝମ ପୋରିର ସ୍ୱାଦ ନେଲୁ। ମାଲାୟାଲାମ ଭାଷାରେ ନଁନ୍ଧି, (ଧନ୍ୟବାଦ) କହିଲୁ। ପ୍ରତି ଉତ୍ତରରେ ନମସ୍କାରମ ଜଣାଇ ମୁରକି ହସି ଦେଇଥିଲେ। ଡାଲ ହ୍ରଦ, ଚିଲିକା ,ସାତକୋଶିଆଗଣ୍ଡ, କେଇ ଗୁଣା ପୁଭର ଦ୍ବୀପ ନୌବିହାର ଏକ ଅନୁଭୂତି। ନୌକା ବିହାରଟି ଭୟାନକ ଯେତିକି ରହିଥିଲା ଖୁସି ବହୁ ଗୁଣରେ ସ୍ମରଣୀୟ।
ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes, ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର,










This comment has been removed by the author.
ReplyDeleteBadhiya lekhichaa 🙏
ReplyDeleteTqu
Deletevery nice
ReplyDelete👍
Delete