ପୁଭର ଦ୍ବୀପରୁ ଲେଉଟାଣି ଜାତୀୟ ସଡ଼କ-୬୬ ରେ ଅଟୋ ଛୁଟିଥାଏ। ସନ୍ଧ୍ୟା ନଇଁ ଆସିଲା। ମିନତୀ ପ୍ରଣତି ଦୁହେଁ କଥା ଦେଇଥିଲେ। କେରଳ ରାଇଜରୁ ଅସଲି ରନ୍ଧାଶାଳ ଜିନିଷ କିଣିନେବେ। ବଜାର ବୁଲା,ମସଲା ମସଲି କିଣା। ଚାଲ ମାର୍କେଟ ରୋଡ଼ ୧.୫ କିଲୋମିଟର ପର୍ଯ୍ୟନ୍ତ ବଜାର ଲମ୍ବିଥିଲା। ପୁର୍ବଦ୍ୱାରରୁ ଆଦ୍ୟ ଓ କ୍ୱିଲ୍ଲିପାଲମ ବଜାର ଅନ୍ତ ରହିଥାଏ । ଢୋକେ ବିଶ୍ରାମ ପାଇଁ ଗାନ୍ଧୀ ପାର୍କରେ ଦଳେ ଜନ ପ୍ରବେଶ କରୁଥିଲେ।
ମସଲା ରାଜା କିଣା ହେବ! କଥାଟା ଅଡୁଆ ଲାଗିଲେବି ସତ। ଗୋଲ ମରିଚର ଏନ୍ତୁଡ଼ି ଶାଳ। ବିଶ୍ଵ ଦରବାର ରେ ଗୋଟିଏ କଥା କେରଳ ଗୋଲ ମରିଚ। (Capital of Black Peeper)
ପାଦ ଚଲାରେ ହାଉଯାଉ ଗଳିରେ ଆମେ ୪ ଡୁବିଯାଇଥିଲୁ । ଚଳାଇ (Chalai) ବଜାରରୁ ମାଗଣାରେ ମହକ ଚାଲି ଆସୁଥାଏ।
ଖାଣ୍ଟି ନଡ଼ିଆ ତେଲ,ଲବଙ୍ଗ,ଗୋଲ ମରିଚ,ଅଳେଇଚ।କ୍ରୟ ବ୍ୟତିରେକ କେରଳ ଭ୍ରମଣ ଅଧୁରା ରହିଯିବ।
ଆମେ ୪ ଲୋକପ୍ରିୟ ମୁବାରକ ହୋଟେଲ ସନ୍ଧାନରେ ସନ୍ଧ୍ୟା ଜଳଖିଆ ହେବ। ଅନୁଜ ପ୍ରଦୀପଙ୍କ ପାଦ ଥକିପଡ଼ିନଥିଲା! ଆମେ ୩ ତାଙ୍କ ପଛରେ ଅନୁଧ୍ୟାବନ କଲୁ। ଅକସ୍ମାତ କାନ୍ଥରେ ଲେଖାଥିଲା; ମୁବାରକ ହୋଟେଲ ସ୍ଥାପିତ ୧୯୭୦ ମସିହା ଚଳାଇ ବଜାର ,ତିରୁବନ୍ତପୁରମ । ଅର୍ଦ୍ଧ ଶତାବ୍ଦୀର ଇତିହାସ ! ମୁଖ୍ୟ ପରିଚାଳକ ହିନ୍ଦୀ ଇଁରାଜୀ ଦ୍ବୟ ଭାଷାର ଦକ୍ଷତା ରହିଥିଲା । ଯାହା କହିଲେ ଆମେ ଆଶ୍ଚର୍ଯ୍ୟ ହୋଇଗଲୁ! ଚଳାଇ ଜାତି ଏକ ବାଣିଜ୍ୟ ଭିତିକ ସମ୍ପ୍ରଦାୟର ନାମ। ଯାହାଙ୍କୁ ଚାଲିଆସ କୁହନ୍ତି ,୧୭୫୮ ରୁ ୧୭୯୮ ମସିହାରୁ ବେଉସା ବାଡ଼ି କରନ୍ତି। ତାଙ୍କ ନାମାନୁସାରେ ଟ୍ରାଭେନକୋର ରାଜା କେଶଭ ଦାଶ ଦେୱାନ ନୀତିଗତ ଭାବରେ ଚଳାଇ (Chalai Market )ବଜାର ସ୍ଥାପିତ। ଏଠୁ ରାଜଦରବାର ପାଇଁ ସଉଦା କରୁଥିଲେ । କ୍ୱିଲ୍ଲୀ ଓ କାରମାନ ଦ୍ବୟ ନଦୀ ଜଳ ପଥରେ ବାଣିଜ୍ୟ କାରବାର ପାଇଁ ସୁଗମ ହେଉଥିଲା। ଟ୍ରାଭେନ କୋର ରାଜଧାନୀ ତ୍ରିଭେନ୍ଦ୍ରମ ଏବର ତିରୁବନ୍ତ ପୁରମ ରାଜା କାର୍ତ୍ତିକ ବର୍ମା ସ୍ଥାନାନ୍ତରିତ କରିଥିଲେ। ଚଳାଇ ବଜାର ଗୁମର ୧୩୦୦ ଶତାବ୍ଦୀର ପୁରୁଣା ଇତିହାସ ଛୁପିଥିଲା।
ଅଧ୍ୟାପକ ମୁରଲୀ ଧରନଙ୍କହୋଟେଲରେ ଅପେକ୍ଷା କରିଥିଲେ, ବଜାର ବୁଲାରେ ସାଥି ହେଲେ। ସେ ଘିଅ ଦୋସା ଆଦେଶ ଦେଲେ। ଭାଁନ ଭଁନିଆ ସୁଗନ୍ଧ ନାସାରେ ଲାଗିଯାଇଥିଲା। ଯେମିତ କେଇଦିନ ହେଲା ଆମେ ଉପବାସରେ ଥିଲୁ। ଚଟଣି ସହ କେରଳି ଛୁଙ୍କ ମସଲା ମସଲିର ସ୍ୱାଦ ପରଖି ଥିଲୁ ।
ପହିଲି ଜଳଖିଆ, କି ସ୍ୱାଦ! ତା ଜବାବ ଆମ ପାଖରେ ନଥିଲା। ତିରୁବନ୍ତ ପୁରମ ଘିଅ ଦୋସା ବ୍ୟତିରେକ ଯେମିତି କେରଳ ଭ୍ରମଣ ଅସମ୍ପୂର୍ଣ୍ଣ ରହିଯିବ।
ଅଧ୍ୟାପକ ମୁରଲୀ ଧରନ କହୁଥିଲେ,କେରଳ ଶବ୍ଦଟି ପ୍ରଥମେ କେରଲପୁତ ନାମରେ ଲୋକ ଲୋଚନକୁ ଆସିଥିଲା। ମୌର୍ଯ୍ୟ ରାଜା ଅଶୋକଙ୍କ ପ୍ରସ୍ତର ଖୋଦିତ ଲିପିରୁ ୨୭୪-୨୩୭ ଖ୍ରୀଷ୍ଟ ପୂର୍ବରୁ ସୂଚନା ମିଳେ। (Keralaputo 'son of Chera’s) କେରଳ ଶବ୍ଦଟି ମାଲାୟାଲାମ ଶବ୍ଦ ନାରିଏଲ ବୃକ୍ଷରୁ ଆସିଛି। ଆଲାମ ଅଞ୍ଚଳରେ ନଡ଼ିଆ ଗଛର ବହୁଳତାରୁ କେର ବା କେରଳ କୁହନ୍ତି।
ମସଲା ମସଲି ପାଇଁ ୩୦୦୦ ଖ୍ରୀଷ୍ଟପୂର୍ବରୁ ଖ୍ୟାତ। ସାମୁଦ୍ରିକ ପଥରେ ଆମଦାନୀ ରପ୍ତାନି କାହାଣୀ ୧୦୦ ଶତାଦ୍ଦୀରୁ ପ୍ରାଚୀନ। ୧୫୦୦ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜମାନେ କେରଳ ସହ ବାଣିଜ୍ୟ କାରବାର ସମ୍ପର୍କ ସ୍ଥାପନ କରିଥିଲେ। ବାଣିଜ୍ୟ କାରବାର ଇଜିପ୍ଟି , ରୋମ ,ଫ୍ରାନ୍ସ ,ଚୀନ, ୟୁରୋପକୁ ବ୍ୟାପିଥିଲା । କେରଳ ରାଜ୍ୟ ଗୋଲ ମରିଚ, ରବର ଉତ୍ପାଦନର ଚରା ଭୂଇଁ । କୃଷି କ୍ଷେତ୍ରରେ ନଡ଼ିଆ,ଚା ,କଫି କାଜୁ ,ମସଲା ମସଲି ରନ୍ଧାଶାଳ ପାଇଁ ଲୋକପ୍ରିୟ।
ଚେରା ବଂଶର ରାଜତ୍ୱ ରହିଥିଲା । ପୂର୍ବରେ ପଶ୍ଚିମ ଘାଟ ପର୍ବତମାଳା ଓ ପଶ୍ଚିମରେ ଆରବ ସାଗର ସ୍ଥାନ ନେଇଛି। ରାଜ୍ୟର ପର୍ଯ୍ୟାପ୍ତ ସାମୁଦ୍ରିକ ଉପକୂଳ ୫୯୫ କିଲୋମିଟର ବାଣିଜ୍ୟ କାରବାର ପାଇଁ ଦିଗ ଦେଖାଇଥିଲା । ଶତକଡା ୧.୧ ପ୍ରତିଶତ କେରଳି ମାଛ ଶିଳ୍ପରେ ନିର୍ଭରକରନ୍ତି। ରାଜ୍ୟ ମୋଟା ଆୟର ୩ ପ୍ରତିଶତ। ବିଶ୍ୱରେ କେରଳ ମହକ ଅନନ୍ୟ । ପର୍ଯ୍ୟଟନ କେନ୍ଦ୍ର ପାଇଁ ଲୋକପ୍ରିୟ। ନଡ଼ିଆ ଉଦ୍ୟାନ,ବେଳାଭୂମି ,ପର୍ବତଚୁଳ ,ଆୟୁର୍ବେଦ ଜଡିବୁଟି ,ସବୁଜିମା ଆକର୍ଷଣର ବିନ୍ଦୁ। ସାକ୍ଷରତାରେ ସର୍ବଶ୍ରେଷ୍ଠ ,ଆୟୁଷ ହାର , ୭୭.୩ ,ପ୍ରତି ହଜାରରେ ପୁରୁଷ ମଧ୍ୟରେ ମହିଳା ସଂଖ୍ୟା ୧୦୮୪ ରେ ସୀମିତ।
ଅଧ୍ୟାପକ ବନ୍ଧୁ ମାତୃ ଭୁଇଁର ମହକ ଗୁଣଗାନ କରି ଚାଲିଲେ। ୧୯୫୬ ମସିହାରେ ମାଲାୟାଲାମ ଭାଷାକୁ ନେଇ କେରଳ ନାମରେ ସଂଗଠିତ । ରାଇଜର ଏକ ଚୁମ୍ବକୀୟ ଗାଥା ଶ୍ରବଣ କଲୁ । ଯେମିତି ଭ୍ରମ ଶ୍ରେଣୀ କକ୍ଷରେ ଛାତ୍ର ଛାତ୍ରୀ ଭୂମିକାରେ ଦାୟିତ୍ୱ ନିଭାଇଥିଲୁ ।
ଷ୍ଟଲ ପରେ ଅନ୍ୟଟିଏ ଦେଖିଲୁ। ଗୁଣବତ୍ତା ଓ ଦର ସମତୁଲ, ଛୋଟ ଛୋଟ ପ୍ୟାକେଟରୁ ବଡ଼ବଡ଼ ମହକ ଆସୁଥାଏ। ବଜାର ଗଳିରେ ଅନେକ ପାଆଚାରିଙ୍କ ଦେଖିଲୁ। ସଂଖ୍ୟାଧିକ କେରଳି ମହିଳା ନିଜ ଷ୍ଟଲରେ ପାଇଟି କରୁଥିଲେ। ଅସ୍ଥାୟୀ ବଜାର ଗ୍ରାହକ ପୂର୍ଣ୍ଣ ରହିଥିଲା । ସ୍ୱାମୀ ଏବଂ ଭ୍ରାତା ଭଣ୍ଡାର ଉକୁଟି ମାରୁଥିଲା। ସୁନ୍ଦରିଆ ବୃହତ୍ତ ବସ୍ତ୍ରାଳୟ ମନକୁ ଛୁଇଁଥିଲା । ଆଲ୍ଲାହୋ ଆକବର,ଚଳାଇ ଜୁମା ମସଜିଦରୁ ବୋଧେ ନମାଜର ପାଠ ଶୁଭୁଥିଲା । ସହରଟି ଯେମିତି ସବୁ ଧର୍ମ ଜାତିର ଅଧିବାସୀଙ୍କ କେନ୍ଦ୍ର ସ୍ଥଳ। ସ୍ତୁପ ଆକାର ଅଳେଇଚ ,ଡାଳଚିନ , ଅନାସି ଫୁଲ ,ଲବଙ୍ଗ ,ଗୋଲମରିଚ ,ବାଦାମ ,କାଜୁ ,କିସମର ଦେଖିଲୁ। ଗୁଣବତ୍ତା ଓ ମୂଲ୍ୟ ସନ୍ତୋଷଜନକ ରହିଥିଲା। ୫ ପ୍ରକାରର ୫୦୦ ଗ୍ରାମ ଓଜନର ପ୍ୟାକେଟ ପସନ୍ଦ କରିଥିଲୁ । ଓଡ଼ିଶା ରାଇଜର ଦର ତୁଳନାରେ କମ ରହିଥିଲା। ଆମେ ତା ପରେ ଅସଲି କେରଳ ନଡ଼ିଆ ତେଲ ପାଇଁ ଦୋକାନକୁ ଦୋକାନ ବୁଲିଲୁ । ଶେଷରେ ୩୦୦ ମିଲିଲିଟର ତେଲ ୨ଟି କାଚ ବୋତଲକୁ ପସନ୍ଦ କଲୁ। ଲିଟର ପିଛା ୧୪୦ ଟଙ୍କାରୁ ୨୮୦ ଟଙ୍କା ଦରରେ ମୋଟା ବ୍ୟବସାୟୀ ନଡ଼ିଆ ତେଲ ବିକ୍ରି କରୁଥିଲେ।
କେରଳର ଐତିହ୍ୟ ବହନ କରୁଥିବା ଲକେଟ ଗ୍ୟାଲେରୀରେ ଉକୁଟି ମାରୁଥିଲା। ଗଜପାଲିଙ୍କି, ନାରିକେଳ ଦ୍ରୁମ,କଥକଳୀ ନୃତ୍ୟ ମୁଦ୍ରା ,କୋଡ଼ିକେନାଲର ପ୍ରାକୃତିକ ଦୃଶ୍ୟ ପସନ୍ଦ କଲୁ । ଚୁମ୍ବକ ସଂଲଗ୍ନ ସୁକ୍ଷ୍ମ ଉପହାର ଅଧା ଡଜନ ୬୦୦ ଟଙ୍କା ବିନିମୟରେ କ୍ରୟ କରିଥିଲୁ । ୨ ଭଗ୍ନୀ ଦର୍ଶନୀୟ ସ୍ଥାନକୁ ସାଇତା ପାଇଁ ଅଭିନବ ଉପାୟ ଆପଣେଇଥିଲେ । କଞ୍ଚା କଦଳୀ ଚିପସ ୨ ପ୍ୟାକେଟ ରେଳ ଯାତ୍ରା ପାଇଁ ପ୍ରଦୀପ ଭାଇ ସାଇତି ନେଲେ। ୨ଟି ବ୍ୟାଗ ଭରପୁର ସାଉଁଟିନେଲୁ। ଅଭିନବ ପର୍ଯ୍ୟଟନ ଉପାର୍ଜନ ଓ ସାକ୍ଷରତାର ମାପ କାଠିକୁ ଠଉରାଇଲୁ। ଅଧ୍ୟାପକ ମୁରଲୀ ଧରନ ଅନୁରୋଧରେ କଫିର ଅସାର। ଲଘୁ ପରିହାସରେ ଅଭୁଲା ମୁହୂର୍ତ୍ତ ବିତେଇଥିଲୁ। ଶିଷ୍ଟାଚାର ନମସ୍କାରମ ବିନିମୟରେ ସେ ଗୃହକୁ ବାହୁଡ଼ିଥିଲେ।
ତିରୁବନ୍ତ ପୁରମ ନଗର ଭ୍ରମଣ ରାତ୍ର ୮ ଘଣ୍ଟା ବାଜିବାକୁ ଗଲାଣି। କେମିତି ସମୟ ବିତିଗଲା ଆମେ ଜାଣିପାରିନଥିଲୁ । କେନ୍ଦ୍ରୀୟ ରେଳ ଷ୍ଟେସନ ଅତିଥି ଭବନକୁ ଅଟୋ ଛୁଟିଲା । ପଥ ୨ କିଲୋମିଟର ଦୂର। ବିଜୁଳି ଖୁଣ୍ଟ ଆଲୁଅରେ ସାରା ସଡ଼କ ଆଲୋକିତ ହୋଇଥିଲା। ମାଲାୟାଲାମ ଗୀତର ଆସର କର୍ଣ୍ଣକୁ ଶୁଭୁଥିଲା । ଦିନ ତମାମ ଭ୍ରମଣ ଖୁସିରେ ରହଣି ସ୍ଥଳରେ ସୁରକ୍ଷିତ ରେ ପହଞ୍ଚି ଗଲୁ । ଚାଳକ ବିଜୟଙ୍କୁ ଦିନଭଡ଼ା ବାବଦକୁ ୧୧୦୦ ଟଙ୍କା ମିନତୀ ପ୍ରଦାନ କରିଥିଲେ। ଉଷୁମ ଜଳରେ ଗାଧୁଆ ପାଧୁଆ ସାରିଲୁ। ତଳ ମହଲାରେ ସଞ୍ଚାଳିତ (ଆଇଆରଟିସି ) କ୍ୟାଣ୍ଟିନରୁ ସେକା ରୁଟି ତଡକା ରାତ୍ର ଭୋଜନରେ ସ୍ୱାଦ ନେଲୁ। କେମିତ କେଜାଣି ବିଛଣା ସ୍ପର୍ଶ କରୁ କରୁ ନିଦ ଲାଗିଲା ।
ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes, ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର ।
୨.Chalai, https://www.chalai.org


Lovely
ReplyDeleteThanks very much
DeleteThanks a lot
ReplyDeleteVery nice journey and the experience.
ReplyDeleteHope you have enjoyed,Thanks,
Delete