ଫଲଗୁ ନଦୀର ପଶ୍ଚିମ ପାର୍ଶ୍ୱରେ ବୃହତ୍ତ ବୁଦ୍ଧମୂର୍ତ୍ତି ସ୍ଥାପିତ। ବୌଦ୍ଧ ଧର୍ମର ଏକ ପ୍ରମୁଖ ସ୍ଥଳ। କାହିଁ କେଉଁ ଦେଶ ବିଦେଶରୁ ଶ୍ରଦ୍ଧାଳୁ ପର୍ଯ୍ୟାଟକ ନାମରେ ବୁଦ୍ଧ ଗୟାକୁ ଛୁଟି ଆସନ୍ତି।
ଗମନ ଗମନା ଦୃଷ୍ଟି କୋଣରୁ ରେଳ ,ସଡକ ,ତାରାପଥର ସଂଯୋଗ ରହିଛି । ବୌଦ୍ଧ ଧର୍ମର ଏନ୍ତୁଡ଼ିଶାଳ ଦର୍ଶନରେ ଜୀବନ ଧନ୍ୟ ହୋଇଯିବ ! ଦୁଃଖର ବିନାଶ ନିମନ୍ତେ ମାର୍ଗ ଚୟନ ପାଇଁ ଚାଟ ଶାଳୀରେ ଅଧିଆ ପଡନ୍ତି।
ମୋ ସହ ମିନତୀ ମହୋବଧି ମନ୍ଦିର ,ପଦ୍ମ ପୋଖରୀ ,ପିପ୍ପଳ ବୃକ୍ଷ ସ୍ତମ୍ବ କୀର୍ତ୍ତିମାନ ବୁଲି ଦେଖିଲୁ। ବୁଦ୍ଧ ଗୟା ଭୌଗଳିକ ଗଣ୍ଡିରେ ଜଗତର ଶ୍ରେଷ୍ଠ ବୌଦ୍ଧ କୀର୍ତ୍ତି ସମୂହ ଉକୁଟି ମାରୁଥିଲା ।
କେଉଁଟି ଦ୍ୱତୀୟ ତୃତୀୟରେ ଦର୍ଶନ କରିବୁ ଭ୍ରମଣ ଚକ୍ରରେ ଦୋଛକିରେ ଭ୍ରମିତ ହେଲୁ । ନିକଟ ଦୂର ସଡକ ସମୟକୁ ନେଇ କେଇ ମୁହୂର୍ତ୍ତ ଅତିକ୍ରମ କରିଥିଲା। ଚାହା’ର ସ୍ୱାଦ ନେଉଥିଲୁ।
ଆଖିରେ ଆଖିଏ ସ୍ତୁପ ,ସ୍ତମ୍ବ ,ଭେଳିକି ଭେଳି ଦୃଶ୍ୟ। ବୁଦ୍ଧଙ୍କ ପ୍ରତିମୂର୍ତ୍ତି ପ୍ରତି ଆକର୍ଷଣ ବଢ଼ିଲା।
👉ଟୁକୁ ଟୁକୁ ଛୁଟିଲା ଦୋମୁହାଣ ବୋଧ ଗୟା ,ଭାୟା ଜାପାନୀଜୀ ଟେମ୍ପଲ ସଡ଼କରେ। ବୃହତ୍ତ ବୁଦ୍ଧମୂର୍ତ୍ତି ସ୍ଥଳ ୧.୩ କିଲୋମିଟର ଦୂର। ମନ୍ଥର ଗତିରେ ଖୁରୁଖୁରୁ ଶାନ୍ତ ଶବଦରେ ବଢ଼ୁଥିଲା।
👉କତିରେ ଜଗନ୍ନାଥ ମନ୍ଦିର ,ମହାବୋଧି ଦାତବ୍ୟ ସଂସ୍ଥା ପାରକରି ସାରିଥିଲୁ । ମଗଧ ବିଶ୍ୱବିଦାଳୟ ଖଣ୍ଡେ ଦୂରରେ ତୀରରୁ ଜାଣିପାରିଥିଲୁ। ମୁକୁଳା ଗାଡିଟିର ପରଦା ଉଡୁଥାଏ ।
👉ଏପ୍ରିଲ ୫ ତାରିଖ ପୂର୍ବାହ୍ନ ୧୦ ଘଣ୍ଟ ସେଲ ଫୋନରୁ ଜାଣିପାରିଲୁ। ବସନ୍ତ ଋତୁର କୁହୁକ ତାନ ଶୁଭୁଥିଲା । ସବୁଜିମା ଘେରା ସଡ଼କରେ ଅବିରାମ ଘଟିଲା।
👉ବିସ୍ତୀର୍ଣ୍ଣ ପାଚେରୀ ,ତୋରଣ ଉଦ୍ୟାନ ମାଳ ଦେଖି ଅଭିଭୂତ ହେଲୁ । ଗେରୁଆ ରଙ୍ଗର ପ୍ରସ୍ତର ଖଣ୍ଡମାନକୁ ବିନ୍ଧାଣି ସଜେଇଥିଲେ। ପ୍ରସ୍ତର କଳାକୃତି ଶିଳ୍ପୀକୁ ଧନ୍ୟବାଦଟି ଅର୍ପଣ କରି ବେଢାକୁ ପ୍ରବେଶ କଲୁ ।
👉ନିରାପତ୍ତା ବାହିନୀ ପଇଁତରା ମାରୁଥିଲେ। ଫୁଲ ଆକର୍ଷଣରେ ଆମାନିଆଙ୍କୁ ତାଗିଦ କରୁଥିଲେ । ଫୁଲକୁ ଦେଖ ଭୋଗ କର। ତୋଳନ୍ତୁ ନାହିଁ। ବସନ୍ତରେ ଜାଇ ଯୂଈ ମାଳତୀର ସମ୍ଭାର ।
👉ଅଗ୍ର ଭାଗରେ ବୁଦ୍ଧ ! ଜିଅନ୍ତା ମୂର୍ତ୍ତିଟି ଇସାରା ଦେଉଥିଲା । ଗତିଶୀଳ ଜଗତ ପରିବର୍ତ୍ତନଶିଳ। ଯାହା ଦେଖୁଛ ସବୁ ଅସ୍ଥାୟୀ। ଦୁହେଁ ଏପଟ ସେପଟ ଦେଖିଲୁ, କେବଳ ଶ୍ରଦ୍ଧାଳୁ ହିଁ ଶ୍ରଦ୍ଧାଳୁ। ଦୀର୍ଘ ଚଲାବାଟ ନାଲି ପ୍ରସ୍ତର ବିଛା ଯାଇଥିଲା । କୋଣ ଗୁଡିକ ଶ୍ୱେତପ୍ରସ୍ତର ଝଟକି ମାରୁଥିଲା । ଉଭୟ ପାଶ୍ୱରେ ଛୋଟ ଛୋଟ ବତିସ୍ତମ୍ଭ ପରି ନାଲିଆ ଗ୍ରାନାଇଟିରେ ସଜ୍ଜିତ। ଆକର୍ଷଣୀୟ ପ୍ରସ୍ତର କାରୁକାର୍ଯ୍ୟ ଦେଖି ଆଚମ୍ବିତ ହେଲୁ। ମିନତୀ ସେଲ୍ଫି ନେଉଥିଲେ ।
👉ବିଶାଳକାୟ ବୁଦ୍ଧମୂର୍ତ୍ତି ମଣ୍ଡପରେ ପଦ୍ମାସନରେ ଧ୍ୟାନ ମୁଦ୍ରାରେ ସ୍ଥାପିତ। ସମୁଦାୟ ଉଚ୍ଚତା -୮୦ ଫୁଟ ,ମୂର୍ତ୍ତିର ଉଚ୍ଚତା -୬୪ ଫୁଟ ,ପଦ୍ମାସନ ଉଚ୍ଚତା -୫ ଫୁଟ ,ମଣ୍ଡପର ଉଚ୍ଚତା -୧୦ ଫୁଟ ,ବ୍ୟାସାର୍ଦ୍ଧ -୬୦ ଫୁଟ । ଗଢ଼ଣ ଅଢୁଆଳରେ ଭି .ଗଣପତିଙ୍କ କୁଶଳୀ କାରୁକାର୍ଯ୍ୟ ୭ ବର୍ଷ ଅବଧିରେ ୧୨ ହଜାର ଶ୍ରମିକଙ୍କୁ ନେଇ ସମ୍ପର୍ଣ୍ଣ କରିଥିଲେ। ୧୮ ନଭେମ୍ବର ୧୯୮୯ ରେ ଲୋକଲୋଚନକୁ ଆସିଥିଲା। ଜଣାଯାଏ ଚତୁର୍ଦଶ ଦଳାଇଲାମା ୧୯୮୨ ମସିହାରେ ଭତ୍ତିପ୍ରପ୍ରସ୍ତର ସ୍ଥାପନ କରିଥିଲେ । ମହାବୋଧିର ୧୧.୯ ଏକରର ଏକ ଅଂଶରେ ଉକୁଟି ମାରୁଥିଲା ।
👉ବୁଦ୍ଧଙ୍କ ପାର୍ଶ୍ୱରେ ପ୍ରିୟ ଶିଷ୍ୟ ଗଣକ ମୂର୍ତ୍ତି ଦେଖିଲୁ। ଯେମିତି ଗୁରୁଶିଷ୍ୟ ଏକ ଆବେଗ ମୁକୁଳା ଚାଟଶାଳୀ ରହିଥିଲା। ଯୋଡ଼ ହସ୍ତରେ ଶିଷ୍ୟଗଣ ଦଣ୍ଡାୟମାନ ମୁଦ୍ରାରେ ଦେଖିଲୁ । ଗୋଟିଏ ପରେ ଅନ୍ୟଟିଏ ୧୦ ଜଣ ଶିଷ୍ୟଙ୍କ ପରିଚୟ ପାଇଥିଲୁ । ବିଦ୍ୟାଳୟ ପାଠ ପଢ଼ାରେ ପଢିଥିଲୁ । ସତ ଶିଷ୍ୟ ଗୁରୁଙ୍କ ଦର୍ଶନ ପାଇଲୁ।
👉ପୁଣି ଗୋଟିଏ ଖୋଲା ଉଦ୍ୟାନରେ। ହଳେ ବସ୍ତ୍ର ପରିଧାନ କରିଥିଲେ। କଣ ଭାବ ଦିଆ ନିଆ ଚାଲିଥିଲା। ତା’ଗୁମର ଜାଣିବା ପାଇଁ ମନରେ ଭାରି ଇଚ୍ଛା ହେଲା । ବାଁପଟରୁ ଦର୍ଶନ କରିବୁ ନା’ଡାହାଣ ଦିଗରୁ ପ୍ରାରମ୍ଭ କରିବୁ? ମିନତୀ ମୁହଁକୁ ଚାହିଁ ଅନୁସରଣ କଲି । ଦଳ ଦଳ ଶ୍ରଦ୍ଧାଳୁ ଫଟୋ ନେବାରେ ପ୍ରତିଦ୍ବନ୍ଦିତାର ଭ୍ରମ ସୃଷ୍ଟି କରୁଥିଲା ।
🙏🙏🙏
୧ . ମହାକାଶ୍ୟପ: ବୁଦ୍ଧିମାନ,ଚତୁର ଗୁଣ ଜ୍ଞାନୀ ଯୋଗୁଁ ସେ ବୌଦ୍ଧ ଧର୍ମର ଛାମୁଆ ସଙ୍ଗଠନରେ ସକ୍ରିୟ ଭୂମିକା ରହିଥିଲା ।
୨ .ଆନନ୍ଦ : ଗୌତମଙ୍କ ମନପସନ୍ଦିଆ ଶିଷ୍ୟଙ୍କ ମଧ୍ୟରୁ ଅନନ୍ୟ । ଅପାସୋରା ଶିକ୍ଷାଦାନ ପ୍ରଚାର ପ୍ରସାର ପାଇଁ ଦକ୍ଷତା ରହିଥିଲା । ମହାକାଶ୍ୟପ ଓ ଆନନ୍ଦ ଦୁଇ ପାର୍ଶ୍ଵରେ ଦଣ୍ଡାୟମାନ ହେଉଥିଲେ।
୩ . ଶାରୀପୁତ୍ତ : ବୁଦ୍ଧ ଦେବଙ୍କ ପାଖେ ପାଖେ ରହୁଥଲେ । ବୁଦ୍ଧି ଯୋଗୁଁ ଥେରବାଦ ବୌଦ୍ଧ ଧର୍ମର ପ୍ରମୁଖ ସ୍ଥାନ ରହିଥିଲା। ବୟୋଜ୍ୟେଷ୍ଠ ଜନଗଣ ଦିବ୍ୟଜ୍ଞାନ ପ୍ରାପ୍ତି ନିମନ୍ତେ ସନ୍ୟାସ ଜୀବନ ,ଯୋଗ ଧ୍ୟାନ ମାଧ୍ୟମରେ ନିର୍ବାଣ ପ୍ରାପ୍ତି ପାଇଁ ଲକ୍ଷ୍ୟ ଥିଲା । ବିନୟ ପିଟ୍ଟକରେ ବର୍ଣ୍ଣିତ । (Theravada Buddhism,” focussing individual enlightenment the path of monastic practice and meditation .)
୪ .ଶୁଭୁତି : ମହାଯାନର ଗୁରୁତ୍ୱ ଓ ଶୂନ୍ୟତା ବୁଝାମଣା ପାଇଁ ଶୁଭୁତି ଅଗ୍ରଭାଗରେ ସକ୍ରିୟ ଦାୟିତ୍ୱ ନିଭାଉଥିଲେ ।
୫ . ପୂର୍ଣ୍ଣ : ମହାଯାନର ଲୋକପ୍ରିୟତା ପାଇଁ ତାଙ୍କ ବୁଦ୍ଧି ପ୍ରୟୋଗ କରୁଥିଲେ।
୬ . ମହାମଉଡ ଗାଲୟାନା : କୋଳିତ ତାଙ୍କ ଜନ୍ମ ବେଳର ନାଁ ! ନିଜ ଚତୁର ବୁଦ୍ଧି ବଳରେ ମଧ୍ୟସ୍ଥତା ରେ ମହାଜନର ବୃଦ୍ଧି ଘଟାଉଥିଲେ।
୭ . ମହାକାତାୟାଂନ : ମହାଯାନ ଏକ ବୃହତ ଯାନ.ଅଭିଯାନକୁ ସୂଚିତ କରେ। ଭାରତରୁ ବୌଦ୍ଧ ଧର୍ମ ବିଶ୍ୱକୁ ବ୍ୟାପିଥିଲା ପ୍ରାର୍ଥନା ,ମନ୍ତ୍ର ଉଚ୍ଚାରଣ ,ଜପ ତପ କର୍ମ ଯୋଗ ପର୍ଯ୍ୟବେସିତ ।
୮ . ଅନିରୁଦ୍ଧ : ମହାଯାନର ପ୍ରଚାର ପ୍ରସାର ପାଇଁ ଅନିରୁଦ୍ଧଙ୍କ ସାମର୍ଥ୍ୟ ଉପଯୋଗ କରୁଥିଲେ । ଚତୃରତାର ସହ ସଫଳ ହୋଇଥିଲେ ।
୯ . ଉପାଲି : ବୌଦ୍ଧ ଧର୍ମର ନୀତି ନିୟମ ପାଳନର ସୁରକ୍ଷା ପରିଚାଳନାରେ ଦକ୍ଷତା ରହିଥିଲା ।
୧୦ . ରାହୁଲ : ପିତାଙ୍କ ପରି ସେ ଦିବ୍ୟଜ୍ଞାନ ପ୍ରାପ୍ତିରେ ବୌଦ୍ଧ ଧର୍ମ ପ୍ରଚାର ପ୍ରସାରର ମଙ୍ଗ ଧରିଥିଲେ । ବିଶିଷ୍ଟ ବୌଦ୍ଧ ଭିକ୍ଷୁ ରୂପେ ଖ୍ୟାତ । କମ ବୟସରେ ତାଙ୍କର ନିର୍ବାଣ ପ୍ରାପ୍ତି ଘଟିଥିଲା।
👉ରଙ୍ଗ ରୂପ ନିର୍ବିଶେଷରେ ୧୦ ଶିଷ୍ୟ ଏକାକାର ଯୋଡିହସ୍ତ ମୁଦ୍ରାରେ ଜାଜୁଲ୍ୟମାନ ହେଉଥିଲେ। ଅବଶ୍ୟ ଶିଳ୍ପୀଙ୍କର ଚାତୁରୀ ଶୈଳୀ କାରୁକାର୍ଯ୍ୟ ଗୁଡିକ ପ୍ରସ୍ଫୁଟିତ କରିଥିଲା । ୧୬ ହଜାର ୩ ଶହ ଗୋଟି ବ୍ରୋଞ୍ଜ ମୂର୍ତ୍ତି ବୁଦ୍ଧଙ୍କ ଉଦ୍ୟାନରେ ମୁଖ୍ୟ ଆକର୍ଷଣ ରହିଥିଲା। ଦୁହେଁ ଉଦ୍ୟାନ ବେଞ୍ଚରେ କିଛି ସମୟ ଆସନ ନେଇ ଚୁପ ଚାପ ଚାହିଁଥିଲୁ। ଫକ୍ସଗ୍ଲୋଭ୍, ଲିଲାକ୍ସ, ମାଙ୍ଗନୋଲିସା, ,ଲିଲିସ୍,ତୁଲିପ ,ନୀଳଘଣ୍ଟି ,ପିଅଣି ,ଗୋଲାପ ,ଜସ୍ମିନ ମହକରେ ପ୍ରଜାପତି ଉଡ଼ୁଥିଲେ। ଧୀରେ ଧୀରେ ବେଢାକୁ ବିଦାୟ ଦେଲୁ।
ପେଟରେ ଅସହ୍ୟ ଭୋକ ବଢିଥାଏ। ସୁଜାତା ହୋଟେଲଟି ଉଙ୍କି ମାରୁଥିଲା। ମିନତିଙ୍କ ଇସାରାକୁ ଅପେକ୍ଷା ରହିଥିଲା। ପୁସ୍ତକରୁ ଜାଣିଥିଲି ,ଏକଦା ସୁଜାତା ନାମୀ ଏକ ରମଣୀ ପ୍ରାତଃ ଗୌତମଙ୍କୁ ଦୁଧ କଳସଟିଏ ପ୍ରଦାନ କରୁଥିଲେ। ବୋଧେ ବିହାରୀ ବାବୁଙ୍କ ଅଭିନବ କୌଶଳ ସୁଜାତା ନାମାନୁସାରେ ହୋଟେଲଟିର ନାମକରଣ କରିଥିଲେ। ଭାବି ଭାବି ଦୁହେଁ ସୁଜାତା ହୋଟେଲର ଗ୍ରାହକ ବନି ଯାଇଥିଲୁ। ଦୁଇ ଗିଲାସ କମଳା ରସ ଉଦରସ୍ଥ କଲୁ।
ବୋଧ ଗୟା ଐତିହାସିକ ସ୍ଥଳକୁ ଗୋଟିଏ ଦିନରେ ପରଖିବା ସମ୍ଭବପର ହୋଇପାରିନଥିଲା । ଏକାଧିକ ଦର୍ଶନୀୟ ସ୍ଥାନ ଗୁଡିକ ନିକଟତର ରହିଥିଲା । ଆମେ ଜାପାନୀଜ ଟେମ୍ପଲ ଅଭିମୁଖେ ବଢ଼ିଲୁ ।
ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes, ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର।
.




sunder upastapana
ReplyDeleteThanking you very much.
DeleteNice 👍🏻
ReplyDeleteThank you for your feedback.
DeleteThe article is very detailed. Thank you for sharing with us
ReplyDeleteThank you! It is comments like yours that keep me writing .
Delete