ଗୟା ଓ ବୁଦ୍ଧଗୟା ଦି-ଟି ରହିଛି। ସିଦ୍ଧାର୍ଥ ଗୌତମଙ୍କ ଦିବ୍ୟଜ୍ଞାନ ପ୍ରାପ୍ତିରେ ବୁଦ୍ଧଗୟା ନଗରଟିର ନବକଳେବର। ବୌଦ୍ଧ ଧର୍ମର ଅଭ୍ୟୁଦୟ ଓ ପ୍ରଚାର ପ୍ରସାରର କେନ୍ଦ୍ର ବିନ୍ଦୁ ପାଲଟିଲା ।
ହିମାଳୟ ପାର୍ବତ୍ୟ ମାଳାରେ ଭାରତ ସମେତ ନେପାଳ ,ଭୁଟାନ ,ମ୍ୟାଁମାର ,ଚୀନ ,ଥାଇଲାଣ୍ଡ ,ଇଣ୍ଡୋନେସିଆରେ ବୌଦ୍ଧ ଧର୍ମର ଲୋକପ୍ରିୟତା ବଢ଼ିଲା। କ୍ରମେ ଜାଭା, ସୁମାତ୍ରା ଓ ଶ୍ରୀଲଙ୍କା ପର୍ଯ୍ୟନ୍ତ ଲମ୍ବିଥିଲା ।
ଏସିଆ ମହାଦେଶରେ ବୌଦ୍ଧଧର୍ମ ପ୍ରଜାଙ୍କ ଠାରୁ ରାଜା ମହାରାଜାଙ୍କ ପସନ୍ଦଥିଲା। ରାଜକୀୟ ପୃଷ୍ଠପୋଷକତାରେ ବୌଦ୍ଧ ସ୍ଥାପତ୍ୟ ସ୍ତୁପ ,ମନ୍ଦିର ପାଗୋଡା ନିର୍ମିତ। ଦେଶୀ ବିଦେଶୀ ଶ୍ରଦ୍ଧାଳୁ ଓ ପର୍ଯ୍ୟାଟକ ବୁଦ୍ଧଗୟାରେ ରୁଣ୍ଡ ହୁଅନ୍ତି। ମିନତୀ ଭ୍ରମଣରେ ମୋ ସାଥି ହୋଇଥିଲେ ।
ପହିଲି ସପ୍ତାହ ଅପ୍ରେଲ ୫ ତାରିଖ ୨୦୨୩ରେ ସକାଳଓଳା ସୁନ୍ଦର ଭାବେ ବୁଲାବୁଲି କଲୁ। ଅସରନ୍ତି ମନ୍ଦିର, ବୁଦ୍ଧଙ୍କ ସମିତି ,ଧ୍ୟାନଗୃହ ,ଉଦ୍ୟାନ ଦେଖି ଚକିତ ହେଲୁ ।
ଉପରଓଳି ଐତିହାସିକ ଧାର୍ମିକ ସ୍ଥଳ ଦର୍ଶନ ନିମନ୍ତେ ସସ୍ତ୍ରୀକ ମନବଳାଇଲୁ। ଯାହାର ଏକ ସଂକ୍ଷିପ୍ତ ବିବରଣୀ l ବାରଣାସୀ , ନାଳନ୍ଦା ,ସାରନାଥ ନଗର ପରି ବୁଦ୍ଧଗୟା ଜଣାଶୁଣା । ସ୍ମାରକୀ ଦେଶୀ ବିଦେଶୀ ଫେଣ୍ଟା ଫେଣ୍ଟି ମନ୍ଦିର ପାଗୋଡା ଦେଖିଲୁ । ବୃହତ୍ତ ବୁଦ୍ଧମୂର୍ତ୍ତି ବେଢ଼ାରୁ ମାତ୍ର ୫ଶହ ମିଟର ଦୂର ! ଜାପାନୀ ରୋଡ ବୁଦ୍ଧଗୟାରେ ଦୁହେଁ ପାଚାରି ହେଲୁ ।
👉ଜାପାନିଜ ମନ୍ଦିର: ( Indosan Nipponji Japanese Temple ) ପାଗୋଡା ଢାଞ୍ଚାରେ ଉକୁଟି ମାରୁଥିଲା ! ପ୍ରଥମ ଦଫାରେ କେତୋଟି ଜାପାନୀ ଶ୍ରଦ୍ଧାଳୁଙ୍କ ଉଦ୍ୟମରେ ବୁଦ୍ଧଗୟାରେ ଗଢି ତୋଳିଥିଲେ ! ବିଶ୍ୱାସ ନ ହେଲେବି ସତ୍ୟ ନିଜ ଆଖିରେ ଦେଖିଲୁ । ପ୍ରବେଶ ଦ୍ୱାରରେ ଜନ୍ମ କୁଣ୍ଡଳୀ ଝଟକି ମାରୁଥିଲା !
କାଷ୍ଠ କୁନ୍ଦାଇ କାରୁକାର୍ଯ୍ୟ ସ୍ତମ୍ବ ଉଙ୍କି ମାରୁଥିଲା ! ବେରଂଗ ତୂଳିରେ ଛବି ଅଙ୍କନ କାନ୍ଥରେ ଦେଖିଲୁ । ଗୌତମ ବୁଦ୍ଧଦେବଙ୍କ ଜୀବନୀ,ଧର୍ମବାଣୀ ଲିପିବଦ୍ଧ। ମୁଖସ୍ତ କଲୁ, ଚକିତ ହେଲୁ ! ଧର୍ମର ସୀମା ଥିଲା ନା ଜାତି ରହିଥିଲା ! ଏକ ବିଶ୍ୱାସ ଜାପାନ ଓ ଭାରତର ସଂସ୍କୃତି ସହ ଜଡ଼ିତ । ପାଗୋଡା ତାଳୁରୁ ତଳିପା ପର୍ଯ୍ୟନ୍ତ ପରଖିଲୁ ।
ଏଠି ବୁଦ୍ଧଦେବଙ୍କୁ ପୂଜାପୁଜି ଅପେକ୍ଷା,ସ୍ୱସ୍ତିକ ଚିହ୍ନ ,ଧର୍ମ ଚକ୍ରକୁ ଗୁରୁତ୍ୱ ଦେଉଥିଲେ । ଆମେ ଶିକ୍ଷା ଗ୍ରହଣ କଲୁ ।
ବୃହତ୍ତ ଘଣ୍ଟି ଦେଖିଲୁ। ୧୦୮ ଥର ଟଣ ଟଣ ଶୁଭିଲା । ଘଣ୍ଟିର ରହସ୍ୟ ଅଛପା ରହିଥିଲା । ମନରେ ଘାଣ୍ଟି ଚକଟି ହେଲୁ ! ବିଶ୍ୱବାସୀଙ୍କ ପାଇଁ ଏକ ବାର୍ତ୍ତା ରହିଥିଲା ।
କୁନୁ କୁନୁଙ୍କ ପାଇଁ ଏକ ବିଦ୍ୟାଳୟ ସଞ୍ଚାଳିତ ହୋଉଥିଲା। ଶିଶୁ ଶିକ୍ଷାର ପ୍ରସାର ପାଇଁ ଟ୍ରଷ୍ଟ ତରଫରୁ ଅଭିନବ ପନ୍ଥା ଆପଣେଇ ଥିବାରୁ ଖୁସି ଲାଗିଲା। ଜାପାନୀ ନା ହିନ୍ଦୀ ଅବା ଇଂରାଜୀ ? କେଉଁ ଭାଷାରେ ଶିକ୍ଷା ଦାନ କରୁଥିଲେ ଜାଣି ପାରିନଥିଲୁ !
ବେଢାରେ ବୁଲିଲୁ। ଉଦ୍ୟାନ ସବୁଜିମା ସ୍ଥାନେ ସ୍ଥାନେ ସମାଧି ! ଦିବଙ୍ଗତ ସନ୍ନ୍ୟାସୀଙ୍କ ସ୍ମାରକୀ ସ୍ଥଳ ! ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିଲୁ । ଫୁଲକୁଣ୍ଡ ସମୂହ ଘେରି ରହିଥିଲେ।
👉ପାଲ୍ୟୁଲା ନାମଦ୍ରଲିଂ ମନ୍ଦିର (Palyal Namdroling Monastery ) ସ୍ବର୍ଣ୍ଣ ମୋନାଷ୍ଟ୍ରି ଦେଖି ଚକିତ ହେଲୁ । ଜୟଶ୍ରୀ ମହା-ବୋଧି ବିହାର ,ତିବ୍ବତ ଫେଲଗେଲିଙ୍ଗ ନାଁଜୟାଲ ଡାଁତ୍ସଂଗ ମନ୍ଦିର ଚୌହଦୀରେ ୭ ଜଣ ସନ୍ୟାସୀ ଧ୍ୟାନ ମୁଦ୍ରାରେ ଜପ କରୁଥିଲେ। ଦାନ ପାତ୍ର ଝଟକି ମାରୁଥିଲା। ଆନ୍ତର୍ଜାତିକ ମନ୍ଦିର ପାଗୋଡା କଳା ସ୍ଥାପତ୍ୟ ଭାସ୍କର୍ଯ୍ୟ ସହ ବୁଦ୍ଧଙ୍କ ବାଣୀ ଉକୁଟି ମାରୁଥିଲା । ୩ଟି ମୂଳବାଣୀ ବିଶ୍ୱାସ, ଜ୍ଞାନ ଓ କର୍ମକୁ ଆଦରିବା ପାଇଁ ଗରୁତ୍ବ ଦେଉଥିଲେ । ଉଦ୍ୟାନ ଉଦ୍ୟାନ ଘେରରେ ସାରା ନଗର ସବୁଜିମା ଭରି ଦେଇଥିଲା ।
👉ରୟାଲ ଭୁଟାନ ମୋନାଷ୍ଟ୍ରି : (Royal Bhutan Monastery ) ତାପରେ ଆମେ ପଡୋଶୀ ଦେଶ ଭୁଟାନ ,ରୟାଲ ଭୁଟାନ ମୋନାଷ୍ଟ୍ରି ଭ୍ରମଣ ଯାତ୍ରା ଜାରି ରହିଥିଲା। ବୁଦ୍ଧଙ୍କ ପ୍ରତିମୂତ୍ତି ମଣ୍ଡପରେ ଦର୍ଶନ ପାଇଲୁ। ଶୁଣିଲୁ ମୂର୍ତ୍ତିଟିର ଉଚ୍ଚତା ୭ ଫୁଟରେ ସୀମିତ ରହିଥିଲା । ମୃତ୍ତିକାରେ ଗଢ଼ଣ ! ସନ୍ଦେହ ଜାତ ହେଲା ! ବିଶ୍ୱାସ ନ ହେଲବି ସତ। କାଷ୍ଠରେ ନିର୍ମିତ କାରୁକାର୍ଯ୍ୟ ଉକୁଟି ମାରୁଥିଲା। ଏକାଧିକ ବୌଦ୍ଧ ସନ୍ନ୍ୟାସୀ ଗର୍ଭ ଗୃହରେ ଧ୍ୟାନ ଯୋଗରେ ଆସନ ନେଇଥିଲେ । ଫଟୋ ନେଇ ବାହୁଡ଼ିଥିଲୁ ।
👉ଥାଇ-ମୋନାଷ୍ଟ୍ରି : (Thai Monastery ) ମୋନାଷ୍ଟ୍ରି ୬୫୦ ମିଟର ଦୂର ରହିଥାଏ । ୧୯୫୬ ମସିହାରେ ଥାଇଲାଣ୍ଡ ସରକାରଙ୍କ ଦ୍ୱାରା ମାୟା ସରୋବର ନିକଟରେ ସ୍ଥାପିତ।
ଏକଦା ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଅନୁରୋଧରେ ସ୍ଥାପତ୍ୟଟି ନଗରରେ ଆକର୍ଷଣର ଏକ ନୈବେଦ୍ୟ । କଳାକୃତି ପାଇଁ ଖ୍ୟାତ। ଅବିକଳ ବ୍ୟାଙ୍କକ ପାଗୋଡା ପରି ସମତୁଲ ।
ପାହାଚ ପାହାଚ ପରେ ବ୍ରୋଞ୍ଜ ମୂର୍ତ୍ତି ଦେଖିଲୁ। ବୁଦ୍ଧଙ୍କର ପ୍ରତିକୃତି ଉଚ୍ଚତା ୨୫ ମିଟର। ସାଜ ସଜ୍ଜାରେ ଝଲସି ଉଠୁଥିଲା।
👉ମ୍ୟାଁମାର ମୋନାଷ୍ଟ୍ରି :(Myanmar Monastery) ଓ ଲାଓସ ମୋନାଷ୍ଟ୍ରି ( Laos Monastery ) ଦୁଇ ପାର୍ଶ୍ୱରେ ଝଟକି ମାରୁଥିଲେ । ସମୁଦ୍ର ଗୁପ୍ତଙ୍କ ରାଜତ୍ୱ କାଳରେ ମହାନାମା ମନ୍ଦିର ନିର୍ମିତ ହୋଇଥିଲା। ଶ୍ରୀଲଙ୍କାର ରାଜା ମେଘ ବର୍ମନଙ୍କ ଦ୍ୱାରା ଷଷ୍ଠ ଶତାଦ୍ଧୀରେ ସ୍ଥାପିତ।
👉ଚୀନ ମୋନେଷ୍ଟ୍ରି :ବୁଦ୍ଧମୂର୍ତ୍ତି ସ୍ୱର୍ଣ୍ଣରେ ନିର୍ମିତ ହୋଇଥିଲା। ପ୍ରତିବର୍ଷ ବୁଦ୍ଧଙ୍କ ଜୟନ୍ତୀ ଉତ୍ସବ ବହୁ ଆଡ଼ମ୍ବରପୂର୍ଣ୍ଣରେ ଆୟୋଜିତ ହୋଇଥାଏ । ଦେଶ ବିଦେଶରୁ ବୌଦ୍ଧ ଶ୍ରଦ୍ଧାଳୁ ସକ୍ରିୟଅଂଶ ଗ୍ରହଣ କରିଥାନ୍ତି । ସାଧାରଣତଃ ହିନ୍ଦୁଙ୍କ ବୈଶାଖ ମାସ ତିଥି ବୁଦ୍ଧ ପୂର୍ଣ୍ଣିମା ନାମରେ ଲୋକ ପ୍ରିୟ ।
👉ସଂଗ୍ରହାଳୟ ଓ ମହୋବଧି ସାଂସ୍କୃତିକ ପରିଷଦ ସଂଗଠିତ ହୋଇଥିଲା । ମାଟି କପ ଟୋକରିରେ ସଜ୍ଜିତ ରହିଥିଲା।ଦୁହେଁଙ୍କ ମନ , ବିହାରୀ ଚାହା'ର ସ୍ୱାଦ ପାଇଁ ମିନତୀ ମୋ ପାଦ ସହ ପାଦ ମିଳାଇଲେ। ତନ୍ଦରା ତନ୍ଦରାରେ କଡ଼ାକ ଚାହା'ର ସ୍ୱାଦ ନେଲୁ ।ଭ୍ରମଣର ଶେଷ ପାଦରେ ଦୁହେଁ ବୁଦ୍ଧଗୟାର ଅଭୁଲା ଦୃଶ୍ୟକୁ ସାଉଁଟୁଥିଲୁ।
👉ମାନସ ସରୋବର ମନକୁ ସ୍ପର୍ଶ କରିଥିଲା । ବୁଦ୍ଧଙ୍କ ଶୟନ ମୁଦ୍ରା ୧୦୦ ଫୁଟିଆ ମୂର୍ତ୍ତିଙ୍କୁ ଦର୍ଶନ ପାଇଲୁ। ପଶ୍ଚିମ ଆକାଶରେ ରବି ଓହ୍ଲାଇ ଆସୁଥିଲେ। ପର୍ଯ୍ୟାଟକ ପ୍ରକୃତି ପ୍ରେମୀ ପ୍ରତିବିମ୍ବରେ ଠୁଳ ହୋଇଥିଲେ । ପ୍ରକୃତିର ମନଲୋଭା ଦୃଶ୍ୟ ରେ ଉବୁଟୁବୁ ହେଉଥିଲେ । ବୁଦ୍ଧଗୟା ୟୁନେସ୍କୋ ହେରିଟେଜ ଉପତ୍ୟକାରୁ ଦୁହେଁ ଓହ୍ଲାଇ ଆସିଲୁ ।
ସେବା ଦାନ ପାଇଁ ସୁଜାତା ନାମ୍ନୀ ରମଣୀ ବୌଦ୍ଧ ସନ୍ନ୍ୟାସୀଙ୍କ ସ୍ତୁପରେ ଦର୍ଶନ ପାଇଲୁ।
ବୌଦ୍ଧ ଭିକ୍ଷୁଣୀ ସନ୍ନ୍ୟାସୀଙ୍କ ଗାଥା ଶୁଣିଲୁ। ଆଦ୍ୟରେ ମହାପ୍ରଜାପତି ଗୋତମୀ ବୁଦ୍ଧ ଦେବଙ୍କ ସାବତ ମାଆ ବୌଦ୍ଧ ଧର୍ମରେ ଦୀକ୍ଷିତ ହେଲେ । କ୍ଲେମ,ଉପଲିଭିନ୍ନ,ପାଟଚାର,ଢାମ୍ମଦିନା ,ସୁନ୍ଦରୀ ନନ୍ଦ,ସୋନା ,କୁନ୍ଦଲା କେଶା,କିସତାମି,ସୁଜାତା ସେନିଦିତ୍ୟା ,ବିଶାଖା ,ନକୁଳ ମାତା ,ସୁପ୍ରିୟା ,କାନ୍ତୟାଣି ଜଣେ ପରେ ଜଣେ ଆବୋରୀ ନେଇଥିଲେ । ପ୍ରାନ୍ତରେ ଯଶୋଧାରା ,ସଂଘମିତ୍ରା ,ବୁଦ୍ଧମିତ୍ର ,ଦୀପମା ରମଣୀ ବୁଦ୍ଧ କ୍ୱାନମ ଦନାଗ ରମଣୀଙ୍କ ଗାଥା ସ୍ମରଣୀୟ ।
🙏🙏🙏
ଦୁହେଁ ସଦବିଶ୍ୱାସ ସଦଜ୍ଞାନ ଓ ସତକର୍ମ ପାଇଁ ପଣ କରିଥିଲୁ। ଗୟା ଅଭିମୁଖେ ଆମ ଦିନିକିଆ ଲେଉଟାଣି ଯାତ୍ରା ସୂତ୍ରପାତ ହେଲା।
ପାଦଟୀକା//Foot Notes,
୧.ବୁଦ୍ଧଗୟା ଉଇକି ପିଡ଼ିଆ ଫାଇଲ ବ୍ୟବହାର ।
୨. Bihar Tourism,Blisful Bihar.











good collection
ReplyDeleteThank you for your feedback
DeleteLovely pictures 🤩
ReplyDelete