“ଛୁକୁ ଛୁକୁ ଶବଦ- ସାଇରନ ,ସବୁଜ ,ନାଲି ପତାକା, ପେଣ୍ଟ୍ରିକାର ଖାଦ୍ୟ ,କଫିର ସ୍ୱାଦ, ଆଦେଶ ମାତ୍ରେ ସେବକଙ୍କ ହାଜିରା! ନଗର , ପଲ୍ଲୀ ,ପର୍ବତ ,ଝରଣା ,ନଈ ପୋଲ ଦୃଶ୍ୟ ଦୁହିଁଙ୍କ ମନରେ ଗତି କରୁଥିଲା। ଆନନ୍ଦରେ ବଗିଟି ଝୁମି ଉଠୁଥାଏ। ନୀଳାଚଳ ଦ୍ରୁତଗାମୀ,ପୁରୀ ନୁଆଁ ଦିଲ୍ଲୀ-୧୨୮୭୫”
୪ ଅପ୍ରେଲ ୨୦୨୩ ବୈଶାଖ ମାସ ମଙ୍ଗଳବାର ଶୁଭ ତିଥିରେ ଭୁବନେଶ୍ୱର ରେଳ ଷ୍ଟେସନ ଛାତିରେ ସସ୍ତ୍ରୀକ ଅପେକ୍ଷାରେ ରହିଲୁ। କେଇ ବର୍ଷରୁ ଗୟା ତୀର୍ଥ ମାନସିକ ରହିଥିଲା । ସଫଳ ଯାତ୍ରାର ଅବସାନ ଘଟିବ। ମିନତୀ ଖୁସିରେ ମସଗୁଲ। ନିରୋଳା ଟ୍ରଲି ସାଥିରେ ପାନୀୟ ରୁଚିକର ଖାଦ୍ୟ ମହଜୁଦ ଥାଏ। କାଜୁଆଲ ସୁତା ପୋଷାକରେ ଦୁହେଁ ସଜ୍ଜିତ । ନସର ପସର ଯାତ୍ରୀ କାଉଭାଉ ଜମା ଶୁଭୁ ନଥିଲା !
👉ଅକସ୍ମାତ ମଧୁର କଣ୍ଠରେ ବାଜି ଉଠିଲା। ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ । ୧୨୮୭୫ ପୁରୀ ନୁଆଁଦିଲ୍ଲୀ ନୀଳଚଳ ଦ୍ରୁତଗାମୀ କିଛିକ୍ଷଣ ପରେ ପ୍ଲାଟ ଫର୍ମ ସଂଖ୍ୟା-୧ ରେ ପହଞ୍ଚିବ। ହିନ୍ଦୀ ଇଁରାଜୀ ଭାଷାରେ ତୁହାକୁ ତୁହା ଘୋଷଣା ହେଉଥାଏ। ବିଦ୍ୟୁତ ବେଗରେ ଶିହରଣ ହୋଇପଡିଲା। ଦୁହେଁ ସଜାଗ ହେଲୁ। ସ୍ଲାଇଡ ବୋର୍ଡରେ ସଂଖ୍ୟା ନାମ ,ବଗି ରହଣି ଝଲସି ଉଠିଲା। ଆମେ ପ୍ରାଞ୍ଜଳ ଭାବରେ ଦେଖି ପାରିଥିଲୁ। ଅନେକ ଯାତ୍ରୀ ଧାଁ ଧପଡ଼ କରୁଥିଲେ ।
👉ରେଳ ଛାଡିବାକୁ କେଇ ଘଣ୍ଟା ପୂର୍ବରୁ ସୂଚନା ପାଇଲୁ, କୁପ (Coupe-D) -ଡ଼ି ରେ ଆସନ ସଂରକ୍ଷିତ। ଖୁସି ଦ୍ୱିଗୁଣିତ ହୋଇଥିଲା। ନିରୋଳା ବଗିରେ ୨ ଜଣ ଯାତ୍ରୀ! କିପରି ସମ୍ଭବ! ଅଧିକ ଅର୍ଥ ପୈଠ କରିବାକୁ ପଡ଼ିନଥିଲା। ଅବା ଖୋସାମତ,ଉପର ମୁଣ୍ଡରୁ ଚାପ ନଥିଲା। ରେଳ ବିଭାଗର ଏକ ପ୍ରକ୍ରିୟା। ପ୍ରଥମେ ଦମ୍ପତି, ଦ୍ଵିତୀୟରେ ମହିଳା ,ତୃତୀୟରେ ବିଶିଷ୍ଟ ଯାତ୍ରୀ,ଗୃହପାଳିତ ପଶୁ,ବିଲି,ନେଉଳ ପୋଷା କୁକୁର ,ନେପୁର ମୂଷା, ଶୁଆସାରି, ସହ ଯାତ୍ରୀ ପାଇଁ ଅଗ୍ରାଧିକାର ଥାଏ ।
👉ଏଚ -୧ ବଗିଟି ଗାଡ଼ିର ଆଦ୍ୟରେ ସଂଲଗ୍ନ ହୋଇଥାଏ। ଗଠନ ଓ ସାଜ ସଜ୍ଜାର ବର୍ଣ୍ଣନା ବ୍ୟତିରେକ ରେଳଯାତ୍ରା ଯେମିତି ଅଧୁରା ରହିଯିବ! ରେଳ ଗାଡ଼ିଟି ଇଂଜିନ ସମୂହ ୨୩ ଟି ବଗି ସଂଲଗ୍ନ ହୋଇଥିଲା । ଗୋଟିଏ ପ୍ରଥମ ଶ୍ରେଣୀ ୨ଟି ଦ୍ୱତୀୟ ଶ୍ରେଣୀ ,୬ ଟି ତୃତୀୟ ଶ୍ରେଣୀ ଶୀତତାପ ନିୟନ୍ତ୍ରିତ ବଗି ସମେତ ୨ ଗୋଟି ଅଣ-ସଂରକ୍ଷିତ ବଗିକୁ ଏମି ,ଏସ ଏଲ ଆର ,ଏଲପିଆର ପେଣ୍ଟ୍ରିକାରକୁ ନେଇ ରେଳ ଗାଡିଟି ଯାତ୍ରା କରୁଥିଲା।
👉ଇଂଜିନବଗିରେ ଲୋକ ପାଇଲଟ ,ସହ ଲୋକ ପାଇଲଟ ସଞ୍ଚାଳିତ କରୁଥିଲେ। ଦ୍ୱତୀୟ ବଗିରେ ଏସଏଲଏରଡ଼ିରେ,ବିକଳାଙ୍ଗ ଯାତ୍ରୀ ଓ ସୁରକ୍ଷା କର୍ମଚାରୀଙ୍କ ଆଶ୍ରୟ ସ୍ଥଳୀ ରହିଥାଏ। ଏଲପିଆର ବଗିରେ ଲଗେଜ ପାର୍ସଲ ସୁରକ୍ଷା ଗାର୍ଡ କର୍ମଚାରୀଙ୍କ ମହତ୍ବ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ସୁଖଦ ସହଜ ଯାତ୍ରା ପାଇଁ ରେଳ ବିଭାଗର ବ୍ୟାପକ ସୁବିଧା ଦିଆ ଯାଇଛି । ଟିକଟ କିଣାଠୁ ସ୍ଥାନ ସଂରକ୍ଷଣ ତନଖିବା ପାଇଁ ପିଏନଆର (PNR) ଉପଯୋଗ ଦ୍ୱାରା ତଥ୍ୟ ସଂଗ୍ରହ । ଆଇଆରଟିସି (IRTC) ମାଧ୍ୟମରେ ଟିକଟ ବାତିଲ ଅର୍ଥ ଫେରସ୍ତ ଡାଁର୍ମେଟେରୀ ,ରହଣି ଖାଦ୍ୟ ଆଦେଶ ଆଦି ସୂଚନା ଉପଲବ୍ଧ ରହିଥାଏ । ବରିଷ୍ଠଙ୍କ ପାଇଁ ନିମ୍ନବର୍ଥ ,ଯାନବାହାନ ପିଏଫରେ ଚଳ ପ୍ରଚଳ ଆଦି ଅନ୍ତର୍ଭୁକ୍ତ।
👉ଟ୍ରଲି ବ୍ୟାଗଟିକୁ ପ୍ଲାଟ ଫର୍ମରେ ଗଡେଇଲୁ। ଅକ୍ଳେଶରେ ଦ୍ୱାର ନିକଟରେ ସସ୍ତ୍ରୀକ ପହଂଚି ଗଲୁ। କାଁ ଭାଁ ଯାତ୍ରୀ ! ନାଲିଆ ରଙ୍ଗର ବଗିଟି କାଚ ଝରକା ଆଭ୍ୟନ୍ତରଣୀୟ ସବୁଜ ରଙ୍ଗର ପରଦା ଝରକାରେ ଢାଙ୍କି ହୋଇଥିଲା। ଡଉଲ ଡାଉଲ ମନକୁ ଛୁଇଁଥିଲା। ଡାହାଣ ପଟେ ଦୀର୍ଘ କରିଡ଼ର ବାଁ ପଟେ ୨ ଜଣିଆ କୁପ (Coupe) ,୪ ଜଣିଆ କେବିନ(Cabin)। ସ୍ୱତନ୍ତ୍ର ଝରକା ଦ୍ୱାର ସଂଲଗ୍ନ ହୋଇଥାଏ। ସୌଭାଗ୍ୟ ଆମର ପ୍ରଥମ କୁପ ଯାତ୍ରା। ଦୁହେଁ କୁପ “ଡ଼ି” ରେ ଆସନ ଅକ୍ତିଆର କଲୁ। ଟ୍ରଲି ସାଇତିଲୁ।
👉ସ୍ୱାଧୀନ ବଖରା ଥଣ୍ଡା ଥଣ୍ଡା କୁଲ କୁଲ ଫୁସୁଫୁସୁ ପବନ ଝରିପଡୁଥିଲା। ରୂପେଲି ଆଲୁଅରେ କୁପରୁ ଅନ୍ଧାର ଦୂର ହୋଇଥିଲା। ପଢା ବତି ,ଶୟନ ବତି,ଦ୍ୱାର ବତି ,ଝରକା ବତି ,ଡିମ ବତିର ସୁବିଧା। ଦି-ଜଣକ ପାଇଁ ଦି-ଟା ପ୍ରଶସ୍ତି ଶଯ୍ୟା ତଳ ଉପର ସଜ୍ଜିତ। ଉପର ଶଯ୍ୟା ପାଇଁ ସୁଗମ ପାହାଚ ଯୋଡି ହୋଇଥିଲା । ବଖରାଟି ଆମ ହେପାଜତରେ ରହିଥିଲା। ପ୍ରାଚୁର୍ଯ୍ୟ ଅବର୍ଣ୍ଣନୀୟ।
👉ଦୁଇ ମଂଗରେ ୨ଟି ଅତ୍ୟାଧୁନିକ ପାଇଖାନା ହାତଧୁଆ ଲିକ୍ୟୁଇଡ଼,ସୁଗନ୍ଧ ସ୍ୱଚ୍ଛ ରହିଥିଲା। ପରିମଳ ପ୍ରତି ରେଳ ବିଭାଗ ତରଫରୁ ଯତ୍ନବାନ ଥିଲେ। ପହିଲି କୁପରେ ଯାତ୍ରା ରହିଥିଲା। ଖୁସିର ମାତ୍ରା ୧୦୦ ପ୍ରତିଶତ। କୌଣସି ତାରକା ହୋଟେଲର ପ୍ରାଚୁର୍ଯ୍ୟ ସମକକ୍ଷ କାହିଁକି ନ ହେବ ?
👉୧୨.୩୦ ଟ୍ରେନଟି ଛୁଟିଲା। ମନ୍ଥରରୁ ପ୍ରଖର ଗତିରେ ଦୌଡିଲା। କଟକ ରେଳ ଷ୍ଟେସନରେ ୫ ମିନଟ ରହଣି ପରେ ରେଳଟି ଅବିରାମ ଗତିରେ ଛୁଟିଥିଲା ।
👉ଆଖି ଆଗରେ ଆପଣା ଛାଏଁ ପରିଚିତ ସହର ପଛରେ ପଡିଯାଇଥିଲା। ରଙ୍ଗିନ ପରଦାଟିକୁ ଅସ୍ଥାୟୀ ଭାବରେ ହଟେଇ ଦେଇଥିଲୁ। ମୁକୁଳା ଜଗତ ବଗି ପରଦା ,କାଚ ଝରକା ଚୀନ ଦେଶର କାନ୍ଥ ପରି ଉଭା ହୋଇଥିଲା। ମନ ବୟସ ବୋଲ ମାନୁନଥିଲା। ଅମାନିଆ ମନଟା ଚଗଲାରୁ ଚଗଲା ରେଳ ଗତି ସହ ଯେମିତି ପ୍ରତିଦ୍ୱନ୍ଦୀତା କରୁଥିଲା।
👉ମହାକାଶ ଆବଦ୍ଧ ଯାନରେ ଦୁହିଁଙ୍କ ଯାତ୍ରା ଭ୍ରମ ସୃଷ୍ଟିକରୁଥିଲା । ଦେଖୁ ଦେଖୁ ଯାଜପୁରରେ ୨ ମିନଟ ରହଣି ପରେ ଆଗକୁ ବଢିଥିଲା। ମିନତୀ ମଧ୍ୟାହ୍ନ ଭୋଜନ ପାଇଁ ବଡ଼ି ପାହାନ୍ତାରୁ ଲେମନ ରାଇସ ସାଥୀକୁ ରାଜମା ,ବୁଟ ତରକାରୀ ଭେଳିକି ଭେଳି ଖାଦ୍ୟ ମୁଣିରେ ସାଇତି ରଖିଥିଲେ। ସେତେବେଳକୁ ରେଳ ଭଦ୍ରକ ରେଳ ଷ୍ଟେସନରେ ୨ ମିନଟ ରହଣି। .ଦୁହେଁ ମଧ୍ୟାହ୍ନ ଭୋଜନର ସ୍ୱାଦ ନେଲୁ । ୨୦୬ କିଲୋମିଟର ଅତିକ୍ରମ କରିସାରିଥିଲା। ଅପରାହ୍ନ ୨.ଘଣ୍ଟ ୩୮ ମିନଟ ବାଜିଥିଲା। କିଛି ସମୟ ମିନତୀ ଆରାମରୁ ନିଦ ଲାଗିଯାଇଥିଲା ।
👉୩ ଥର ଲମ୍ବା ହର୍ଣ୍ଣ ଦେଉଥାଏ। ସାଧାରଣ ରେଳ ହର୍ଣ୍ ! ଉପରଓଳି ୩,୨୩ ମିନଟରେ ବାଲେଶ୍ୱର ଷ୍ଟେସନରେ ୫ ମିନଟ ଅଟକି ଥିଲା। ପିଏଫ ଉପରକୁ ପାଦ ଦେଇଥିଲି। ଷ୍ଟେସନ ମାଷ୍ଟ୍ରଙ୍କ କାର୍ଯ୍ୟଳୟଟି ସଞ୍ଚାଳିତ ହୋଇଥିଲା। ଶୁଣିଲି ପୂର୍ବରୁ କେବେ ଶୁଣି ନଥିଲି ! ହର୍ଣ୍ଣ ଗୁମର ଲମ୍ବିଥିଲା ଷ୍ଟେସନ ମାଷ୍ଟର କର୍ଣ୍ଣକୁ ! କିପରି ସମ୍ଭବ? ଅବିସ୍ୱାଶ ହେଲେବି ସତ । ଯାଦୁବିଦ୍ୟା ନୁହ କି ଉପନ୍ୟାସ କାହାଣୀ ନୁହଁ। ଚଳନ୍ତା ରେଳର ଅସଲ ସଙ୍କେତ ଛୁପିଥିଲା !
୧୧ ପ୍ରକାରର ସାଇରନ ରେଳ ଚଳା ଚଳରେ ପ୍ରଚଳିତ । ସାଧାରଣ ରେଳ ପହଞ୍ଚିବା ସମୟରେ ଅବା ଷ୍ଟେସନରୁ ଛାଡିବା କାଳରେ ଲଗାତାର ୩ ଥର ସାଇରନ ବୋବେଇ ହୁଏ । ୧୦ ପ୍ରକାରର ସାଇରନ ଗୁମର ଛୁପିଥିଲା ?
👉ଷ୍ଟେସନ ମାଷ୍ଟର କହୁଥିଲେ ,୨ଥର ହର୍ଣ୍ଣ ବାଜିଲେ -ଷ୍ଟେସନ ମାଷ୍ଟ୍ରଙ୍କୁ ସଂକେତ ଦିଏ। ୧ ଟିଏ ହର୍ଣ୍ଣ ଓ ୨ଟି ଛୋଟ ହର୍ଣ୍ଣ -ବ୍ରେକ ଚେକ କରନ୍ତୁ ,୩ ଟି ହର୍ଣ୍ଣ -ଇଂଜିନି ଖରାପ ,୪ଟି ଦୀର୍ଘ ହର୍ଣ୍ଣ -ଝଡ଼ ବାତ୍ୟା ,ସମସ୍ୟା .୨ ଟି ଛୋଟ ଓ ୧ଟିଏ ଦୀର୍ଘ ହର୍ଣ୍ଣ -ଚେଁନ ପୁଲିଂ ,୧୦ ଟି ଛୋଟ ଛୋଟ ହର୍ଣ୍ଣ - ଯୋଗା ଯୋଗ ସମ୍ପର୍କ ବିଛିନ୍ନ। ଥରୁଟିଏ ଛୋଟ ସାଇରନ -ରେଳ ସଫାସୁତରା,,୨ଥର ଛୋଟ - ରେଳ ପ୍ରାରମ୍ଭ ପାଇଁ ସୂଚନା ଦିଏ। ୩ଟି ଛୋଟ - ଭେକ୍ୟୁମ ବ୍ରେକ ଖୋଲିବା ,୪ଥର ଛୋଟ - ରେଳ ଆଗକୁ ଗଡ଼ିବ ନାହିଁ । ୪ ଥର ଲଗାତର - ଷ୍ଟେସନରେ ରହଣି ଶୂନ୍ୟ, । ଶୁଣିଲି ବଗି ଭିତରକୁ ପ୍ରବେଶ କଲି।
👉୧୬ ଅପ୍ରେଲ ୧୮୫୩ ସାଲରେ ରେଳ ପ୍ରଚଳିତ । ବଡ଼ଲାଟ ଡେ଼ଲ ହାଉସିଙ୍କ ଶାସନ କାଳରେ ପ୍ରାରମ୍ଭ ହୋଇଥିଲା । ଏବେ ପରା ନିତିଦିନ ହାରାହାରି ୧୩୧୯୮ ଗୋଟି ରେଳ ଗାଡି ଗଡେ। ୭ ହଜାର ୩୨୫ ଟି ଷ୍ଟେସନ୍କୁ ସ୍ପର୍ଶ କରେ। ଯାତ୍ରୀ ସଂଖ୍ୟା ୬.୯୦୫ ବିଲିଅନ। ମୁଣ୍ଡ ଆଉଁସି ମହାନ ଭାରତର ୧୪୬ କୋଟି ଜନସଂଖ୍ୟାର ଜୀବନ ରେଖା ରେଳ ଗାଡ଼ିଟିକୁ ଅନାଇଁଲି।
👉ଅପରାହ୍ନ ୪.୧୬ ମିନଟ ଜଳେଶ୍ୱର ଷ୍ଟେସନରେ ୨ ମିନଟ ରହଣି ପରେ ରେଳ ଗାଡିଟି ଛୁଟିଲା। ମିନତୀ ପାହାନ୍ତାରୁ ଏକାଧିକ ଓଦା ଶୁଖିଲା ଜଳଖିଆ ରୂପେଲି ରଙ୍ଗର ପୁଡିଆ ଅଲଗା ଅଲଗା ପ୍ରସ୍ତୁତ କରିଥିଲେ। ଲମ୍ବା ଯାତ୍ରାଟି ଯେମିତି ସଂକୁଚିତ ହୋଇଯାଇଥିଲା। ଲୁତୁ ଲୁତୁଆ ସେଜରେ ଗଡୁ ଗଡୁ ନିଦ ହୋଇଯାଇଥିଲା ।
👉ହ୍ୱିଜିଲି ଷ୍ଟେସନ ମୁହାଁ ସମୟ ସନ୍ଧ୍ୟା ୫.୦୩ (୧୭.୦୩) ୧୦ ମିନଟ ରହଣି ଥାଏ । ସେତେ ବେଳକୁ ୩୮୦ କିଲୋମିଟର ରେଳଗାଡି ଅତିକ୍ରମ କରିସାରିଥିଲା। ପ୍ରକୃତିର ବୈଭବ ସହ ରେଳ ଷ୍ଟେସନ ସାଜ ସଜ୍ଜାରେ ଏକ ପ୍ରତିଦ୍ବନ୍ଦିତା ଠିଆ ହୋଇଥିଲା । ପଶ୍ଚିମ ଆକାଶରେ ସୂର୍ଯ୍ୟଦେବ ଓହ୍ଲାଇ ଆସିଥିଲେ। ଗୋଧୂଳିର ସୁଦୂର ପଲ୍ଲୀର ହମ୍ବାରଡ଼ି କ୍ଷୀଣ ସ୍ୱରରେ ଶୁଭୁଥିଲା। ଲାଙ୍ଗୁଡ଼ ଟେକି ବାଛୁରୀ ପଛେ ପଛେ ଦୌଡୁଥିଲା। ରେଳ ବଗିଟି ସଂପୂର୍ଣ୍ଣ ରୂପେଲି ଆଲୁଅରେ ଝଲସି ଉଠୁଥିଲା। ଅନ୍ଧାର ଛୁପି ଯାଇଥିଲା । ସଫେଇ ରେଳ କର୍ମଚାରି କୁପଟିକୁ ଭଲ ଭାବରେ ସଫାସୁତରା ପ୍ରତି ଅଧିକ ଧ୍ୟାନ ଦେଇଥିଲେ। ଶେଷରେ ସୁଗନ୍ଧ ଫିନାଇଲରେ ପୋଛା ଲଗାଇଥିଲେ। ବ୍ୟବହାର ଶିଷ୍ଟାଚାର ନିକଟରୁ ପରଖିଥିଲି ।
👉ରେଳ ଗାଡ଼ିଟା ମନ୍ଥର ଗତିରେ ଗଡୁଥାଏ। ୭.୩୦ ଦୀର୍ଘ ସତର୍କ ଘଣ୍ଟି ବାଜୁଥାଏ। ଥରେ ନୁହଁ ୩ ଥର ଲଗାତାର ବାଜିଉଠିଲା । ଗାଡିଟି ପିଏଫ -୧ ରେ ନରମି ଗଲା । ମିନତୀ କୂପର ସୁଇଚକୁ ଚାପି ଦେଇଥିଲେ। ଅକସ୍ମାତ ଦ୍ୱାର ପାଖରେ କଲିଙ୍ଗ ବେଲଟି ବୋବାଇଥିଲା। ପେଣ୍ଟ୍ରିକାର ସେବକ କଫିର ଆଦେଶ ଦେଲୁ। ଆପଣ ଛାଏଁ କଫିର ସ୍ୱାଦ ନେଲୁ । ଅବଶ୍ୟ କପେ କଫିର ଦାମ ୨୫ ଟଙ୍କା ରହିଥିଲା।
👉ଟାଟା ରେଳ ଜଙ୍କ୍ସନ ଜାଜ୍ୱଲ୍ୟମାନ ହେଉଥିଲା। ସେବର ସାକତି ଏବର ଜାମସେଦପୁର ଟାଟା ନଗର ନାମରେ ପରିଚିତ। ଲର୍ଡ ଚେମସ ଫୋର୍ଡ଼ ୧୯୧୯ ମସିହାରେ ନାମ ପରିବର୍ତ୍ତନ କରିଥିଲେ। ସିଂହଭୂମି ଜିଲ୍ଲାର ଆଦିବାସୀଙ୍କ ସଭ୍ୟତା ଓ ସଂସ୍କୃତି ର ଶୋଭାବର୍ଦ୍ଧନ ହୋଇଥିଲା । ୧୮୬୮ ମସିହାରେ ଟାଟା ସମୂହ ସଂସ୍ଥାର ବୀଜ ରୋପଣ ଏଇ ମୃତ୍ତିକାକୁ ଧନଶାଳୀ କରିବାରେ ସହାୟକ ପାଲଟିଥିଲା। ୫୦ ବର୍ଷର ସେବାରେ ୧୯୧୭ ମସିହାରେ ଟିସ୍କୋ ମାଟିକୁ ନବକଳେବର ରୂପରେ ସଜାଇଥିଲା। ଟାଟା ନଗରର ଭୌଗଳିକ ଗଣ୍ଡିର ଶ୍ରୀବୃଦ୍ଧି କରିଥିଲେ। ଐତିହ୍ୟ ,ବୀରତ୍ୱ ,ଗମନା ଗମନ , ଶିକ୍ଷାନୁଷ୍ଠାନ ,କ୍ରୀଡା , ସାଂସ୍କୃତିକ ଚେତନା ଟାଟାଙ୍କର ଅବଦାନର ଝଲକ ରେଳ ରହଣୀରୁ ପରଖି ହେଉଥିଲା ।
👉ରାତ୍ର ଘଡି ମାରୁଥାଏ ଆନନ୍ଦର କାନ୍ଥ ଡେଇଁ ନିଦୁଆ ଆଖିକୁ ପଛରେ ପକେଇ ନୂତନ ସପନର ଗନ୍ତାଘରକୁ ସାଉଁଟିଥିଲୁ । ରେଳ ଦ୍ରୁତଗତିରେ ବାଧକ ସାଜିନଥିଲା। ମଝିରେ ମଝିରେ ସାରା ଶରୀରଟା ସ୍ପ୍ରିଙ୍ଗପରି ଝୁଲୁଥାଏ। ମୁରି ଜଙ୍କ୍ସନ ରାତ୍ର ୯.୫୦ ମିନଟ ବାଜିବାକୁ ଗଲାଣି। ପେଣ୍ଟ୍ରିକାର ସେବକ ଡ଼ିନର ନେଇ ଆସିଥିଲେ। ଅଣ୍ଡା ତଡକା ସହ ରୁଟି,ଶୁଖିଲା ଗୋଟିଏ ଖଣ୍ଡ ମିଠା। ସସ୍ତ୍ରୀକ ରାତ୍ର ଖାଦ୍ୟ ଖାଇବାରେ ବିଳମ୍ବ କରିନଥିଲୁ। ।
👉ବୋକାରୋ ଷ୍ଟିଲ ସିଟି ୧୧.୫ ରାତ୍ର କାଳରେ ଷ୍ଟେସନ ଆଲୁଅରେ ଫାଟିପଡୁଥିଲା। ମିନତୀ ଗଭୀର ନିଦ୍ରାରେ ଘୁଙ୍ଗୁଡ଼ି ମାରୁଥିଲେ । ବାଥରୁମରେ ହାତ ଧୁଆ ଲିକ୍ୟୁଇଡ ବ୍ୟବହାର କରି ସ୍ପ୍ରେ ଦ୍ୱାରା ପାପୁଲି ଆପଣଛାଏଁ ଶୁଖିଗଲା । ଟେପ ଜଳର ଚାପ ଠିକ ଠାକ ଦେଖି ଚକିତ ହେଲି। ସାଧାରଣ ବଗି ଟଏଲେଟ ଠାରୁ ୧୦୦ ପ୍ରତିଶତ ଉତ୍ତମ।
👉ମଧ୍ୟରାତ୍ର ସୁରକ୍ଷିତରେ କୁପର ଯାତ୍ରୀ ଗଣ,ଗୋମ କେତେ ବେଳ ପାର କରିଥିଲେ। ଆମେ ଜାଣି ପାରିନଥିଲୁ। କୋଡ଼ରମା ରେଳ ଷ୍ଟେସନ ପରେ ପରେ ଦୁହେଁ ଚେଇଁ ସାରିଥିଲୁ । ଗୁଗୁଲ ଲାଇଭରୁ ଜାଣି ପାରିଲୁ ୮୦ କିଲୋମିଟର ଦୂରରେ ଗୟା ଜଙ୍କ୍ସନ ଆସିବ। ଗୟା ରେଳଯାତ୍ରାର ଅନ୍ତ ଘଟିବ। ଦୁହେଁ ସଜବାଜ ହେଲୁ। ଟ୍ରଲି ବ୍ୟାଗ ସଜେଇ ଦେଲୁ । ତଳ ଉପର ତନଖିଲୁ ନିଜ ଜିନିଷ କାଳେ କୂପରେ ରହିଯିବ। ମିନତୀ ଖୁବ ସତର୍କତା ରେ ଦୁଇଥର ତନଖି ଥିଲେ।
👉୨୩ କିଲୋମିଟର ଦୂର ଗୟା ଜଙ୍କ୍ସନ ଆମେ ଜୋତା ପିନ୍ଧା ପିନ୍ଧି କରିସାରିଥିଲୁ। କୁପ’ର ସବୁ ବତି ଗୁଡିକୁ ଜଳି ଉଠିଲା। ଦିନପରି ଲାଗିଲା ୧୦ମିନଟ ପୂର୍ବରୁ ପ୍ରିୟ କୁପ କେବିନି ଭିତରୁ ଗୋଟିଏ ଟ୍ରଲି ,ପରେ ଦ୍ୱତୀୟ ଟ୍ରଲିକୁ ସାଧାରଣ କରିଡର ଅଂଚଳରେ। ଗୟା ପହଞ୍ଚୁ ନ ପହଞ୍ଚଣୁ ଆତୁରତାର ସୀମାକୁ ସ୍ପର୍ଶକରିଥିଲା ! କିପରି ବୈକୁଣ୍ଠ ପତିଙ୍କ ପାଦ ମନ୍ଦିର ଦର୍ଶନ କରିବୁ ? ଫଲଗୁ ନଦୀର ରେଣୁକୁ କିପରି ଛୁଇଁବୁ ? ତାଠୁ ବଳିଗଲେ ବୁଦ୍ଧଗୟା ପ୍ରଦକ୍ଷିଣ କରିବୁ ? ସତକୁ ସତ ୫ ମିନଟ ଭିତରେ ସମୟ ୦୩.୦୦, ୮୭୩ କିଲୋମିଟର ଯାତ୍ରାର ଅବସାନ ଘଟିଲା । କୁପ ସେବକକୁ ଧନ୍ୟବାଦ ଦେଇ ପିଏଫ -୧ ର ଦୁହେଁ ସ୍ପର୍ଶ କଲୁ ।
👉ଗୟା ରେଳ ଜଙ୍କ୍ସନ ଟି ଦିନ ରାତ୍ରର ଫରକ ବାରି ହେଉନଥିଲା! ଯାତ୍ରୀ ହିଁ ଯାତ୍ରୀ ଠୁଳ ହୋଇଥିଲେ । କେତକ ଦଣ୍ଡାଦଣ୍ଡା ଆସବା ପତ୍ରକୁ ଜାବୁଡି ବିଶ୍ରାମ ନେଇଥିଲେ। ଦଳେ ଯୁବ ଯୁବା କ୍ରୀଡା ଉତ୍ସ ବରେ ବିଜେତା କପ ଗୁଡିକୁ କୋଳାଗ୍ରତ କରିଥିଲେ। ଆବେଗ ଆଲୋଚନାରୁ ଦୁହେଁ ଆକର୍ଷିତ ହେଲୁ । ପାହାନ୍ତା ପ୍ରହରୀରେ ମାଟି କପରେ ଚାହା ପିଇବାର ସୁଯୋଗ ଜୁଟିଲା।
👉ଦେଖିଲୁ ଚକିତ ହେଲୁ! ମହିଳା ରେଳ ପୋଇର ପରିତ୍ୟକ୍ତ ପଲିଥିନି ,ପ୍ଲାଷ୍ଟିକ ବୋତଲ ସଂଗ୍ରହ କରୁଥିଲେ। ମୁଣିଟି ବୃହତ୍ତାକାର ରହିଥିଲା। ଯେମିତ ଗୋଟିଏ ଅଟୋ ରହିବାକୁ ସ୍ଥାନ ମିଳିଯିବ। ସେ ରେଳ କର୍ମଚାରୀ ନଥିଲେ! ପେଟ ପୋଷା ପାଇଁ ଆପଣେଇଥିଲେ । ଅକସ୍ମାତ ସବୁଜ ପୋଷାକ ଧାରି ପୁରୁଷ ମହିଳାଟିକୁ ତାଗିଦ କରିଥିଲେ। ବିଚିତ୍ର କି ନୀତି ?
ମାଳମାଳ ବିହାରୀ ଅଟୋ ଚାଳକ ଧସେଇ ପସେଇ ମାଡି ଆସିଲେ। କିଏ ଭଡା କେଉଁଠିକୁ ଯିବେ ପ୍ରଶ୍ନ କରୁଥିଲେ। କିଏ ରହଣି ପାଇଁ ଗୁହାରି କରୁଥିଲେ। ଗୋଲେଇ ଷ୍ଟେସନ ଚୌକ,ନମସ୍ତେ ଡ଼ଟ କମ ହୋଟେଲ ବୁକ ରହିଛି କହୁ କହୁ ,ଛିନଛତ୍ର ହୋଇ ଯାଇଥିଲେ। ମଧ୍ୟସ୍ଥି,ବୁଲା କୁକୁର ପ୍ରତି ଧ୍ୟାନ ଦେଇ ଟ୍ରଲି ଗଡ଼ାଇଲୁ। ଠିକ ବାଁ ପଟେ ରହଣି ଦ୍ୱାର ମୁହାଁ ହେଲୁ।
ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes, ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର ।
୨.Indian Railway Catering and Tourism Corporation.(IRCTC) ୩.Ticket Booking .official IRTC website( irtc.co.in)





Lovely 😍
ReplyDeleteThanks
Delete