କାମନା ହିଁ ଦୁଃଖର କାରଣ,କାମନାର ବିନାଶରେ ଦୁଃଖର ବିନାଶ , ଜୀବନ ପାଇଁ ଦଶଶୀଳ ,ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ , ହତ୍ୟା ଚୋରି ଲୁଣ୍ଠନ ବ୍ୟଭିଚାର ,ମିଥ୍ୟା ନିଶା ସେବନରୁ ନିବୃତ-ଗ୍ରାହ୍ୟସ୍ଥ ଜୀବନ ଅନୁପାଳନ - କର୍ମ-ପୁନଃ ଜନ୍ମ- ନିର୍ବାଣ କେତେ ଜରୁରୀ, ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ, ଅହିଂସା ବାଣୀ ମନରେ ନାଚୁଥିଲା ! “ବୁଦ୍ଧମ ଶରଣମ ଗଚ୍ଛାମି ସଂଘମ ଶରଣମ ଗଚ୍ଛାମି ଧର୍ମମ ଶରଣମ ଗଚ୍ଛାମି
୫ ଅପ୍ରେଲ ୨୦୨୩ ବୈଶାଖ ବୁଧବାର ଚନ୍ଦ୍ରପୂଜା ଶୁଭତିଥି। ୩ ଓଳିର ରହଣି ନମସ୍ତେ ହୋଟେଲ ଶିବିରରୁ ତୀର୍ଥଯାତ୍ରା ସୂତ୍ରପାତ ହେଲା। ଗୟା ରେଳ ଜଙ୍କ୍ସନ ଗୋଲେଇ ବଗିଚା ଚୌକ ଭ୍ରମଣର କେନ୍ଦ୍ର ବିନ୍ଦୁ ରହିଥିଲା ।
👉୬ ଘଣ୍ଟା ପାଇଁ ୬ ଶହ ଟଙ୍କାରେ ମୂଲଚାଲ। ବ୍ୟାଟେରୀ ଚାଳିତ ଟୁକୁଟୁକୁ,ଯୁବ ଚାଳକ ସୁଧୀର ହାତରେ ହ୍ୟାଣ୍ଡଲ। ଭାରତ ଇତିହାସ କହିଲେ ଠାରିଦିଏ ଅଗ୍ରଣୀ କେତୋଟି ସହର ଉପତ୍ୟକା ବାରାଣସୀ ,ସାରନାଥ, ବୋଧ-ଗୟା। ଐତିହାସିକ ବୋଧ ଗୟା ମହୋବଧି ସକାଳ ୬ ଘଣ୍ଟା ୩୦ ମିନଟ ରେ ଛୁଟିଲା। ୧୩ କିଲୋମିଟର ଦୂର ସଡ଼କ ପଥ । ସଂତୋଷୀ ମିଠେଇ ଭଣ୍ଡାରରେ ଗ୍ରାହକଙ୍କ ଭିଡ଼ ଦେଖୁଲୁ। ଶ୍ରୀରାମ ଜାନକୀ ମନ୍ଦିର, କରିମ ଗଂଜ ପୋଲରେ ଅନେକ ଯାନବାହନ ସାଏଁ ସାଏଁ ଶବଦରେ ଛୁଟୁଥିଲେ ।
👉ଦୀପକ ମଣ୍ଡଳ ରୋଡ଼ ରେ ଶଙ୍କରଙ୍କ ମନ୍ଦିର ଗାଥା ସୁଧୀର ବଖାଣୁଥିଲେ। ରେଡ଼କ୍ରସ ସମିତି ପଛରେ ପଡିଥିଲା। ଡ଼ିଏଭି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କ୍ୟାଣ୍ଟିନ ଅଞ୍ଚଳର ଦୃଶ୍ୟ ସ୍ମରଣୀୟ। ଦୋମୁହାଁ ରୋଡ଼, ବ୍ରାହ୍ମଣୀ ପର୍ବତ ,ଫଲ୍ଗୁ ନଦୀ ତଟ ତ୍ରିମୁର୍ତ୍ତି ମୁକସାକ୍ଷୀ। ସସ୍ତ୍ରୀକ ବୋଧଗୟା ପବିତ୍ର ଧାର୍ମିକ ମାଟିକୁ ସ୍ପର୍ଶ କଲୁ।
👉ନଗରଟି ୨୦.୨ କିଲୋମିଟର ଭୌଗଳିକ ଗଣ୍ଡି ମଧ୍ୟରେ ସୀମିତ। ସେବର ବୁଦ୍ଧଗୟା ନଗର ପଞ୍ଚାୟତ ୩୨ଟି ଗ୍ରାମକୁ ନେଇ ଗଠିତ। ଏବର ବୁଦ୍ଧ ବିହାର କୁହନ୍ତି,। ବିହାର ରାଇଜର ରାଜଧାନୀ ପାଟଣା ସହର ଠାରୁ ୯୬ କିଲୋମିଟର ଦୂର ରହିଥାଏ।
👉 ଫଲ୍ଗୁ ନଦୀ (ନିରଞ୍ଜନା ) ତୀର୍ଥ କ୍ଷେତ୍ର ରୂପେ ଖ୍ୟାତ। ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମର ମନ୍ଦିର ସ୍ତୁପମାନ ଆକର୍ଷଣର କେନ୍ଦ୍ର ବିନ୍ଦୁ। ଗୟା ଭ୍ରମଣ ବୋଧଗୟା ଭ୍ରମଣ ବ୍ୟତିରେକ ତୀର୍ଥ ଯାତ୍ରା ଅଧୁରା ରହିଯିବ !
👉ଦୁଇ ପାର୍ଶ୍ୱରେ ସବୁଜ ଦ୍ରୁମ ପ୍ରଶସ୍ତି ତିଖ ମାର୍ଗ। ନିରାପତ୍ତା ବାହିନୀ ପଇଁତରା ମାରୁଥିଲେ। ଦୁହେଁ ପାଦ ଚଲାରେ ଅଧା ଫଲଙ୍ଗ ବାଟ ଅତିକ୍ରମ କଲୁ ।
👉କ୍ଲକ କୋଠରୀ: ପ୍ରବେଶ ପଥ ଡାହାଣରେ ଜୋତା ,ସେଲ ଫୋନ ହସ୍ତାନ୍ତରିତ କଲୁ। ଲୁହା ପାଚେରି ଆଚ୍ଛାଦିତ ଜାଲି ମଧ୍ୟରେ ୧୦୦ ମିଟର ପଥ ଚାଲିଲୁ। ମନରେ ଗୌତମ ବୁଦ୍ଧ ,ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ,ଦଶଶୀଳ ନୀତି ,ଚତୁର୍ଥ ମହତ୍ତ୍ୱ ବାଣୀ ପ୍ରଫେସର ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର,ମହାବିଦ୍ୟାଳୟ ଆଜ୍ଞାଙ୍କ ଶ୍ରେଣୀକକ୍ଷ ପାଠପଢା ଦୃଶ୍ୟ ଆଖି ଆଗରେ ନାଚୁଥିଲା। କ୍ଷଣିକ ମଧ୍ୟରେ ନିଜ ଆଖିରେ ଗୋଟି ଗୋଟି ଦେଖିବୁ ? ସ୍ବର୍ଣ୍ଣ ଇତିବୃତ୍ତି କେମିତି ଥିବ! ଦେଖୁ ଦେଖୁ ମନ୍ଦିର ଚୂଳ ଦୃଶ୍ୟମାନ ହେଲା ।
ପାହାଚ ପାହାଚ ତା’ପରେ ୫ ମିଟର ଗଭୀର ଗୋଲେଇ ଚଟାଣ। ପ୍ରାଚୀନ ଇଟା ଚୁନରେ ନିର୍ମିତ ମନ୍ଦିର ଦେଖି ଚକିତ ହେଲୁ।
👉ମନ୍ଦିର କାନ୍ଥ: ୧୧ ମିଟର ଉଚ୍ଚକାନ୍ଥ ଝଟକି ମାରୁଥିଲା। ଶ୍ଵେତ ଓ ଈଷତ ଲାଲ ବସ୍ତ୍ର ହଳେ ହଳେ ପରିଧାନ କରିଥିଲେ। ଲଣ୍ଡିତ ମସ୍ତକ ରୂପଧାରୀ ଭିକ୍ଷୁଙ୍କୁ ଦର୍ଶନ ପାଇଲୁ। ନେପାଳ , ଥାଇଲାଣ୍ଡ,ମିଆଁମାର ,ଶ୍ରୀଲଙ୍କାର ଶ୍ରଦ୍ଧାଳୁ ଦଳଦଳ ପ୍ରଦକ୍ଷିଣ କରୁଥିଲେ। ଦଳେ ବିଦେଶୀଙ୍କୁ ବୌଦ୍ଧଧର୍ମ ପ୍ରଚାରକ ମନ୍ଦିର ମାହାତ୍ମ୍ୟ ସମ୍ପର୍କରେ ହିନ୍ଦୀ ଓ ଇଁରାଜୀ ଭାଷାରେ ସୂଚନା ଦେଉଥିଲେ ।
👉ବୁଦ୍ଧିବୃକ୍ଷ : କପିଳବସ୍ତୁ ସାମ୍ରାଜ୍ୟ ,ପିତା ଶୁଦ୍ଧୋଦନ ମାତା ମାୟା , ପତ୍ନୀ ଯଶୋଧାରା ,ପୁତ୍ର ରାହୁଲ,ରାଜ ଉଆସ ଲୁମ୍ବିନୀ, ଅତୁଟ ବନ୍ଧନକୁ ତ୍ୟାଗ କରିଥିଲେ। ଯୁବ ସୁଲଭତାରେ ୨୯ ବୟସ ଉଙ୍କିମାରୁଥାଏ। ଦୁଃଖ ନିରାକରଣ ପାଇଁ ଗଭୀର ତପସ୍ୟାରେ ମଗ୍ନ ରହିଥିଲେ।
👉ଫଲଗୁ ନଦୀ ଯାହା ନିରଞ୍ଜନା ନଦୀ ନାମରେ ପରିଚିତ। ତା କୂଳରେ ପିପ୍ପଳ ବୃକ୍ଷ ମୂଳେ ୩୫ ବର୍ଷ ବୟସରେ ଦିବ୍ୟଜ୍ଞାନ ପ୍ରାପ୍ତି ଘଟିଲା। Sambodhi ( Sam+ bodhi ,meaning ‘complete Enlightenment ‘ in Ashok Major Rock Edict Pillars No -08 ) ଲିପିବଦ୍ଧ। ତା’ପରଠାରୁ ସିଦ୍ଧାର୍ଥ ଗୌତମ ବୁଦ୍ଧ ନାମରେ ପରିଚିତ।
👉୪ ଦୁଃଖର ନିରାକରଣ ,ଦଶଶୀଳ ବାଣୀ ,ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ଜଗତକୁ ଆଲୋକିତ ଦିଶା ଦେଖାଇଲା ମୋକ୍ଷର ମାର୍ଗ ,ନିର୍ବାଣ ପାଇଁ ପଥ ପ୍ରଦର୍ଶକ ହୋଇଥିଲେ। ପୂର୍ବଜନ୍ମ କର୍ମ ଅନୁସାରେ କିପରି ସଂଗଠିତ ହୁଏ ? ଦିବ୍ୟଜ୍ଞାନ ପ୍ରାପ୍ତିର ୭ ସପ୍ତାହ ୭ ଟି ସ୍ଥାନ ଚୟନ କରି ନିଜ ଧ୍ୱନିରେ ଶୁଣାଇଥିଲେ। ପ୍ରଥମ ସପ୍ତାହ -ପିପ୍ପଳ ବୃକ୍ଷ ସ୍ଥଳେ ,ଦ୍ୱତୀୟ ସପ୍ତାହ-ଉତ୍ତର ପୂର୍ବ ଅନିମେଷଳଚ ସ୍ତୁପ ,ଦଣ୍ଡାୟମାନ ମୁଦ୍ରାରେ ,ତୃତୀୟ ସପ୍ତାହ-ରତ୍ନଚକ୍ର ସ୍ଥଳରେ ,ଚତୁର୍ଥ ସପ୍ତାହ-ଚୈତ୍ୟ ଉତ୍ତର ଦିଗରେ ,ପଞ୍ଚମ ସପ୍ତାହ- ଅଜାପାଳ ନିଗ୍ରଧ ବୃକ୍ଷ (Ajapala Nigrodha tree) ମୂଳେ ମାନବ ସମାନତା ଏକ ସ୍ତମ୍ବ ନିକଟରେ ବାଣୀ ଶୁଣାଉଥିଲେ।
👉ଷଷ୍ଠ ସପ୍ତାହ-ମୁଚଳିନ୍ଦ ସରୋବର (ପଦ୍ମ ପୁଷ୍କରିଣୀ ):ଏଇଟି ଗୌତମ ବୁଦ୍ଧ ଦେବଙ୍କ ଷଷ୍ଠ ସପ୍ତାହ ତପସ୍ୟାର ଭୂଇଁ। ଏକ କିମ୍ବଦନ୍ତୀ ଛୁପିଥିଲା। ଗଭୀର ଧ୍ୟାନରେ ମଗ୍ନ ରହିଥିଲେ । ଝଡବର୍ଷା ଲାଗିରହିଲା। ଏତାଦୃଶ୍ୟରେ ନାଗରାଜା ମୁଚଳିନ୍ଦ ନିଜ ଫେଣାରେ ଆଚ୍ଛାଦିତ କରି ବୁଦ୍ଧଙ୍କ ତପସ୍ୟାକୁ ସଫଳ କରିଥିଲେ। ଆମେ ନାଗରାଜଙ୍କ ମୂର୍ତ୍ତି ପଦ୍ମ ପୁଷ୍କରିଣୀରେ ଦେଖିଲୁ। ଯେଉଁଠି ବୁଦ୍ଧଙ୍କ ମୂର୍ତ୍ତିଟିଏ ଉକୁଟି ମାରୁଥିଲା। ଦୁହେଁ ଚକିତ ହେଲୁ। ପୁଷ୍କରିଣୀ ବେଢ଼ାରୁ ବାହୁଡ଼ିଥିଲୁ ।
👉ସପ୍ତ ସପ୍ତାହ-ରାଜ୍ୟତ୍ନବୃକ୍ଷ ସ୍ଥଳରେ ଚର୍ଚ୍ଚା କରିଥିଲେ। ସ୍ଥାନୀୟ ପରିସରରୁ ବିଦେଶ ମାଟିକୁ ତାଙ୍କ ବାଣୀ ଲୋକପ୍ରିୟ ହୋଇଥିଲା। ବାଣୀ ପ୍ରଚାର କରି ବୌଦ୍ଧ ଧର୍ମର ପ୍ରାଣ ପ୍ରତିଷ୍ଠା କରିଥିଲେ। ବୁଦ୍ଧଦେବ ବୌଦ୍ଧ ଧର୍ମର ପ୍ରମୁଖ ପ୍ରଚାରକ ରୂପେ ବିଶ୍ୱପ୍ରସିଦ୍ଧ।
👉ଆର୍ଯ୍ୟ ଭୂମି ଭାରତ ଭୂଖଣ୍ଡ ସମେତ ପଡୋଶୀ ନେପାଳ ,ମିଆଁମାର ,ଭୁଟାନ ଚୀନ ତିବ୍ବତ ଥାଇଲାଣ୍ଡ,ଭିଏତନାମ, ଜାପାନ, ଇଣ୍ଡୋନେସିଆ ଶ୍ରୀଲଙ୍କା ଆଦି ଦେଶରେ ଲୋକ ପ୍ରିୟ। ପିପ୍ପଳ ବୃକ୍ଷକୁ ବୁଦ୍ଧି ବୃକ୍ଷ ନାମରେ ନାମିତ।
👉ମହୋବଧି ମନ୍ଦିର :ସମ୍ରାଟ ଅଶୋକ ୩ୟ ଶତାଦ୍ଧୀରେ ମନ୍ଦିରଟି ସ୍ଥାପନା କରିଥିଲେ। ମୁଖ୍ୟ ମନ୍ଦିର ଉଚ୍ଚତା ୧୬୦ ଫୁଟ। ପର୍ଯ୍ୟାନୁକ୍ରମେ ୫ମ ଓ ୬ଷ୍ଠ ଶତାଦ୍ଧୀରେ ଆଦ୍ୟ ଅଂଶ କୀର୍ତ୍ତି ସମୂହ ଗଡି ଉଠିଥିଲା। ୨ ଟି ଶିଖର ଚୂଳ ବେଢାରେ ଦେଖିଲୁ। ହିନ୍ଦୁ ରୀତିନୀତି ଓ ଗାନ୍ଧର୍ବ କଳାକୃତି ଶୈଳୀ ଓ ପାଗୋଡା ଢାଞ୍ଚାରେ ମନ୍ଦିରଟି ଶୋଭିତ। ଉତ୍ତର ପୂର୍ବ କୋଣରେ ବୁଦ୍ଧଙ୍କ କଳେବର ଦେଖି ଚକିତ ହେଲୁ ! ୨ ଥାକିଆ ମୁଖୁଡ଼ା ଅମଲକୀ ସ୍ତମ୍ବ ,କଳସ ସ୍ତମ୍ବ। ୪ଟି କୋଣରେ ଛୋଟ ଛୋଟ ବୁଦ୍ଧ ମୂର୍ତ୍ତି ଦର୍ଶନ ପାଇଲୁ। ମନ୍ଦିରଟି ପୁର୍ବଦ୍ୱାର ମୁହାଁ,ପଶ୍ଚିମ ପାର୍ଶ୍ୱରେ ବୁଦ୍ଧ ବୃକ୍ଷ ,ଉତ୍ତର ଦିଗରେ ପ୍ରାର୍ଥନା ଗୃହ,ରତ୍ନଚକ୍ର, ଦକ୍ଷିଣରେ ପଦ୍ମ ପୋଖରୀ। ୪.୮୬୦୦ ହେକ୍ଟର ଅଞ୍ଚଳ ଚତୁଃପାର୍ଶ୍ଵରେ ମନ୍ଦିରଟି ପରିବ୍ୟାପ୍ତ।
👉ରାଜୟତନ: ଦକ୍ଷିଣ ପୂର୍ବରେ ରାଜୟତନ ଦେଖିବାକୁ ପାଇଲୁ। ବିମ୍ବିସାର ,ସମ୍ରାଟ ଅଶୋକ ମୌର୍ଯ୍ୟ ବଂଶର, ରାଜାଗଣ ଏକାଧିକ ମନ୍ଦିର ସ୍ତୁପ ,ସ୍ତମ୍ବମାନ ସ୍ଥାପିତ କରିଥିଲେ। Vajrasana (The Diamond Throne of the Budha ) ବଜ୍ର ଆସନ (Varjrsan) ମୌର୍ଯ୍ୟ ରାଜତ୍ୱ କାଳରେ ସ୍ଥାପିତ । ଏଇ ରାଜବଂଶର ଶାସକ ମନ୍ଦିର ଗଢା ଠାରୁ ଧର୍ମ ପ୍ରଚାର ପ୍ରସାର ଓ ସୁରକ୍ଷା ଦେବାରେ ଦକ୍ଷତା ଅର୍ଜନ କରିଛନ୍ତି।
👉ବୁଦ୍ଧମୂର୍ତ୍ତି ପାଦ : ମନ୍ଦିର ଦକ୍ଷିଣ ଦିଗରେ ବୁଦ୍ଧମୂର୍ତ୍ତି ପାଦ (କଳା ପ୍ରସ୍ତର )। ବୁଦ୍ଧଙ୍କର ମୂର୍ତ୍ତି ,ସ୍ତୁପ, ସ୍ତମ୍ବ ରେ ଗଜ, ଅଶ୍ୱ ,ଗୋମାତା ବାଛୁରୀ, ଛବି ଦେଖିଲୁ। ପର୍ଯ୍ୟାନୁକ୍ରମେ ୧୫୦୦ ଓ ୧୬୦୦ ଖ୍ରୀଷ୍ଟାବ୍ଦରେ ଏକାଧିକ ମହନ୍ତ ସ୍ତମ୍ବ, ସ୍ଥାପତ୍ୟ ପାର୍ଶ୍ୱରେ ଗଢି ତୋଳିଥିଲେ ।
👉ଚତୁଃପାର୍ଶ୍ୱରେ ଛୋଟ ଛୋଟ ମନ୍ଦିର ସ୍ତୁପ ଉକୁଟି ମାରୁଥିଲା। ମନ୍ଦିର,ନିମ୍ନ ଚହଟା କତିରେ ୩ ବେଢା ବୁଲିଲୁ। ଅନେକ ଶ୍ରଦ୍ଧାଳୁ ପ୍ରଦକ୍ଷିଣ କରୁଥିଲେ। ବୌଦ୍ଧ ଭିକ୍ଷୁ ଭିକ୍ଷୁଣୀ ମଗ୍ନ ମୁଦ୍ରାରେ ପିପ୍ପଳ ବୃକ୍ଷ ମୂଳରେ ଆସନ ନେଇଥିଲେ। ଏକ ଆଧ୍ୟାତ୍ମିକ ପରିବେଶ ଅନୁଭବ କଲୁ। ଗୌତମ ବୁଦ୍ଧ ,ବୌଦ୍ଧ ଧର୍ମର ପ୍ରାଣ ପ୍ରତିଷ୍ଠା ରୂପେ ବିବେଚିତ। ଏସିଆର ଆଲୋକ ନାମରେ ଅଭିହିତ । (Light of Asia ) ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଅଭିଯାନ ସ୍ମରଣୀୟ। ଅନେକ ବୌଦ୍ଧ ଭିକ୍ଷୁ ,ସନ୍ୟାସୀ ଜପ ତପ ପାଇଁ ଉତ୍କୃଷ୍ଟ ସ୍ଥଳ ରୂପେ ପସନ୍ଦ କରନ୍ତି । ପ୍ରାଚୀନ ବୌଦ୍ଧ କୀର୍ତ୍ତି ରୂପେ ଜଗତରେ ଖ୍ୟାତ। ବିଶ୍ୱ କଳାକୃତି ଐତିହ୍ୟ ସ୍ଥାପତ୍ୟ ରୂପେ ଆନ୍ତର୍ଜାତିକ ସ୍ୱୀକୃତି ପ୍ରାପ୍ତ। ଉକ୍ତ ସ୍ଥଳକୁ ଉରୁଭେଳା,ସମୋବଧି,ବଧିମଣ୍ଡ, ବଜ୍ରଆସାନ ଓ ମହୋବଧି କୁହନ୍ତି ।
👉ସ୍ଥାନୀୟ ସ୍ୱୀକୃତି ପ୍ରାପ୍ତ ଫଟୋଗ୍ରାଫର ସହାୟତାରେ ମହୋବଧି ମନ୍ଦିର ସମୁଖ ଭାଗରୁ ଫଟୋଟିଏ ସ୍ମରଣ ପାଇଁ ସାଇତିନେଲୁ। ଲେଉଟାଣି ଯାତ୍ରାରେ ଜୋତା ସେଲ ଫୋନ ସଂଗ୍ରହ କରିଥିଲୁ। ବାଁ ପଟରେ ପୁସ୍ତକ ଭଣ୍ଡାରରୁ ପୁସ୍ତକଟିଏ ପସନ୍ଦ କଲୁ।
(What would Buddha Do? 101 Answers to life Daily Dilemmamas –130 Pages ,By Franz Metcalf,Pilgrims Publishing, Varanasi.Rs:115 .)
👉Buddha as the enlightened symbol ,the Dhamma as to the road to enlightenment ,and the sangha as supportive Wing on the road . ପଢ଼ାରେ ନିମଗ୍ନ ହେଲୁ ।
“ବୁଦ୍ଧମ ଶରଣମ ଗଚ୍ଛାମି ,ସଂଘମ ଶରଣମ ଗଚ୍ଛାମି, ଧର୍ମମ ଶରଣମ ଗଚ୍ଛାମି ",ଦୁହେଁ ଭଜିଲୁ।
ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes, ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର।
୨. Bihar Tourism,Blisful Bihar.





Well written ❤️
ReplyDeleteThanks for your positve remarks
Delete