ଆସିବା ଦିନଠୁ ଦି-ପଦ! ମଣି ଦର୍ଶନ! ମଣି ଦର୍ଶନ! ମଣି ଦର୍ଶନ!ପହିଲିରୁ ସେତୁବନ୍ଧରୁ ସ୍ୱାମୀଙ୍କ ବେଢାରେ ୨୨ କୁଣ୍ଡୀୟ ତୀର୍ଥ, ଦର୍ଶନୀୟ ସ୍ଥାନ ବୁଲାବୁଲି ସରିଥିଲା। ସ୍ପଟିକ ଦର୍ଶନରେ ପୁଣ୍ୟ ପ୍ରାପ୍ତି ହୁଏ। ହିନ୍ଦୁଙ୍କ ମନରେ ଅତୁଟ ବିଶ୍ୱାସ।
୩୦ ଜୁନ ୨୦୨୪ରେ ବ୍ରହ୍ମମୁହୁର୍ତ୍ତରୁ ଫଟାଫଟ ପ୍ରସ୍ତୁତ ହେଲୁ। ସ୍ପଟିକ ଦର୍ଶନ ପ୍ରାତଃ ୫ ଘଣ୍ଟରୁ ୬ ଘଣ୍ଟ ନିଦ୍ଧାରିତ ଥାଏ। ଟେମ୍ପଲ ଟାୱାରରୁ ଅଟୋ ଛୁଟିଲା। କିଲୋମିଟର ଦୂର ରାମନାଥଙ୍କ ପୂର୍ବଦ୍ୱାର । ମଣି ଦର୍ଶନକୁ ନେଇ ଚିଟ ଚାଟ ! ଇତିସାହିରେ ଅଟୋ ଗଡୁଥାଏ।
ଶ୍ରଦ୍ଧାଳୁ କେଉଁ ରାତ୍ରରୁ ଚେଇଁଥିଲେ? ସଡ଼କରେ ଦଳ ଦଳ ପାଚାରିଙ୍କୁ ଦେଖିଲୁ। ଯେମିତି ଉଜାଗର ଥିଲେ। ଆମ୍ମା ଚାହା ଷ୍ଟଲରୁ ଚାହା ବାମ୍ପ ଚାଲି ଆସୁଥାଏ। ସେବାକାରୀ ରୋଜଗାରରେ ତା’ନିତିଦିନିଆ ପେଟ ପୋଷେ ।
ବରିଷ୍ଠତା ତା’ପାଖ ଯେମିତି ଛୁଇଁନଥିଲା। ଫୁଲ ଦୋକାନୀବାଲି ମାଳ ମାଳ ଫୁଲହାର ଝୁଲେଇଥିଲେ। ବେଢାର ଯେତେ ନିକଟତର ହେଲୁ, ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ଘଟୁଥାଏ। ଆପଣା ଛାଏଁ ପାର୍କିଙ୍ଗ ସ୍ଥଳରେ ଅଟୋ ନରମି ଗଲା। ଭଡ଼ା ୧୦୦ ଟଙ୍କା ଦେଇ ବିଦାୟ ଦେଲୁ।
ସେ ଓଣକମ ସମ୍ବୋଧନ କଲେ । ପ୍ରତି ସମ୍ମାନ ନମସ୍କାର ଜଣାଇଲୁ। ସେ ଭାରି ଖୁସି ! ତାଙ୍କ ମୁଖ ମଣ୍ଡଳରୁ ବାରି ପଡୁଥିଲା। ତାମିଲ ଭାଷାକୁ ନେଇ କିଛି ସମୟ କୌତୁହଳକୁ ଖୋରାକ ଯୋଗାଇଥିଲା। କେଉଁଠି,ଦଣ୍ଡବତ ,ଜୁହାର,ନମସ୍ତେ , ନମସ୍କାର ,ନମସ୍କାରାମ ,ଓଣକମ । ସମ୍ବୋଧନ ଭାବ ଗୋଟିଏ, ଭାଷା ଉଚ୍ଚାରଣ ଫରକ! ମହାନ ଭାରତ ପ୍ରାନ୍ତରେ ଶୁଣିଲୁ।
ପୂର୍ବରୁ ମନ୍ଦିର ପ୍ରବେଶ ଦ୍ଵାରରେ ଧାଡି ମୁଦ୍ରାରେ। କତିରେ ଚଳନ୍ତି ଧାଡିରେ ଚା ପିଆ ଦେଖି ଲୋଭ ବଢ଼ିଲା। ଶେଷରେ ଆନା ଚା’ଦୋକାନରେ ଚଳନ୍ତା ଗ୍ରାହକ ବନିଗଲୁ। କପେ କପେ ଚାହା ସ୍ୱାଦ, ସକାଳୁଆ ମଣି ଦର୍ଶନ ଜୀବନ୍ତ ରହିଛି।
ପ୍ରବେଶ ଦ୍ୱାର ମୁହାଁ ,ମିନତୀ ପ୍ରଣତି ସବା ଆଗରେ । ଗୋଟିଏ ଧାଡ଼ିରେ। ୫୦ ମିଟର ପରେ ଧାଡ଼ି ଭେଳିକି ଭେଳି ଟିକଟ ।
ଭ୍ରମଣର ଶେଷ ଦିନଟିଏ। ଆଗ ପଛ ନହୋଇ ୫୦୦ ଟଙ୍କା ଶ୍ରଦ୍ଧାଳୁଙ୍କ ପିଛା ୨୦୦୦ ଟଙ୍କା ପୈଠ କଲୁ। ସ୍ୱତନ୍ତ୍ର ମଣି ଦର୍ଶନ ଧାଡ଼ିରେ ଆଶ୍ବସ୍ତି ପାଇଲୁ।।
ବତି ଆଲୁଅରେ ମଣ୍ଡପ ସ୍ତମ୍ବ କାରୁକାର୍ଯ୍ୟ ଦୃଶ୍ୟମାନ ହେଉଥିଲା। ପାର୍ଶ୍ୱ ଦେବା ଦେବୀଙ୍କ ଦର୍ଶନ ମୁକ୍ତ ରହିଥିଲା। ମାନବ ପଶୁ ମିଶ୍ରିତ ଦେବା ଦେବୀ ଦେଖିବାକୁ ପାଇଲୁ ଗଜ ସିଂହ,ସର୍ପ ଝଟକି ମାରୁଥିଲା । ରାଜା ପାଲିଙ୍କି ,ପାଟ ଛତ୍ରୀ ଶୋଭା ଯାତ୍ରାର ଭ୍ରମ ।
ଟିକଟ ଯାଞ୍ଚ କଡାକଡି ରହିଥିଲା। ସଭିଁଏଙ୍କ ମନରେ କିପରି ମଣି ଦର୍ଶନ ପାଇବୁ। ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟିକରିଥିଲା। ତାମିଲ ମହିଳା ମନ୍ତ୍ର ଉଚ୍ଚାରଣ କରୁଥିଲେ। ଦଳେ କାଞ୍ଚି ପୀଠରୁ ପଣ୍ଡିତେ ଦର୍ଶନ ପାଇଁ ଆମ ଧାଡ଼ିରେ କର ଯୋଡି ଥିଲେ । ହଳେ ବସ୍ତ୍ର ,କପାଳରେ ବହେ ତିଳକ ଲେପନ କରିଥିଲେ। ଲଣ୍ଡିତ ମସ୍ତକ ଚୈତନ ଝୁଲୁଥିଲା।
ମନରେ ଧାର୍ମିକ ବିଶ୍ୱାସ ଦୃଢ଼ୀଭୁତ ହୋଇଥିଲା। ମଣି ଦର୍ଶନର ମାହାତ୍ମ୍ୟ ପରଖି ହେଉଥିଲା। ପାଦେ ପାଦେ ବଢୁଥାଉ। ମୁହୂର୍ତ୍ତଟିକୁ ଅପେକ୍ଷା ରହିଥିଲା । ଗୁମସୁମ ,ପ୍ରଭୁଙ୍କ ବେଢାରେ ଶ୍ରଦ୍ଧାଳୁ ୧୦୦ ପ୍ରତିଶତ। ଭକ୍ତ ଯୋଡ଼ି ନମସ୍କାରମ, ଓଣକମ, ମୁଦ୍ରାରେ । ଚକା ଭଉଁରୀ କେଇ ବେଢାରେ ଆମେ ଅତି ନିକଟତର ହେଲୁ ।
ମଣି ଦର୍ଶନ ,ମଣି ନାଗ ,ଶେଷନାଗ । ପୁରାଣ ,ହିନ୍ଦୀ ସିନେମା ନାଗିନ ଦେଖିଥିଲୁ । ଇଚ୍ଛାଧାରୀ ନାଗୁଣୀ ,ପେଁକାଳି କିପରି ବାବା ବଜାଇ ନାଚୁଥିଲେ। ସବୁ ଗୋଟି ଗୋଟି ଦୃଶ୍ୟ ମନକୁ ଛୁଇଁଥାଏ। ସବୁ ରାମନାଥ ସ୍ୱାମୀଙ୍କ କୃପା । ଜୟ ଜୟ କାର ଶ୍ରଦ୍ଧାଳୁ ମଣି ଦର୍ଶନ ମଣ୍ଡପରେ । ଘଣ୍ଟି ତଳକୁ ଝୁଲିଥାଏ । ଅନେକ ଭକ୍ତ ଘଣ୍ଟି ବଜାଉଥିଲେ । ମଣି ଦର୍ଶନ ଦ୍ୱାରରେ ଦର୍ଶନ ଘଡ଼ିଏ ଦେଖୁଥିଲେ । ପଛରୁ ଠେଲା ପେଲା । ପଣ୍ଡିତେ, ନିରାପତ୍ତା ବାହିନୀ ସତର୍କ ବାରମ୍ବାର କରୁଥିଲେ।
ମଣି ଦର୍ଶନ ଆଖିଲାଖି ଯାଇଥିଲା । ମିନତୀ ପ୍ରଣତି ଦର୍ଶନ କଲେ ଆମେ ତାଙ୍କ ମୁଖକୁ ଚାହିଁଲୁ। ଉତ୍ତର ମିଳିନଥିଲା । ଆମ ପାଳି ଆସିଲା। ଘଂଟାଏ ଭିତରେ ମଣି ଦର୍ଶନ । ଅଲୌକିକ ଦର୍ଶନ ,ଦାଉଦାଉ ପଲକଟିଏ । ଯାହା ଭାବିଥିଲୁ ଦେଖି ଚକିତ ହେଲୁ। ଧନ୍ୟ ମନେକଲୁ।
ଲେଉଟାଣି ବେଢାରେ ଗୁମ ସୁମ କିଏ କେମିତି ଦର୍ଶନ ପାଇଲେ। କଣ ଦେଖିଲେ? ଆଲୁଅ ଦେଖିଲେ। ମଣି ଶେଷ ନାଗର ମଣି। କିମ୍ବଦନ୍ତୀ କୁହେ , “ଶେଷ ନାଗର “ମଣି” ସ୍ପଟିକ ଲିଙ୍ଗ “ମଣି” “ସ୍ପଟିକ ରେ ତିଆରି, “ପବିତ୍ର ଶିବଲିଙ୍ଗ”ସ୍ଫଟିକ ଗୁରୁତ୍ୱ ଯେତିକି ବହୁ ଗୁଣରେ ମୂଲ୍ୟବାନ। ମନରେ ସନ୍ଦେହ ଦୂର ହୋଇନଥିଲା । ଭାଗ୍ୟକୁ ତାମିଲ ବୃଦ୍ଧ ପଣ୍ଡିତଙ୍କ ମତରୁ ଜଣାଗଲା। ପ୍ରଥମ ଗର୍ଭ ଗୃହରେ ଶ୍ରଦ୍ଧାଳୁ ଶ୍ଵେତ ସ୍ଫଟିକ ଲିଙ୍ଗମ ଦର୍ଶନ କରନ୍ତି । ସ୍ପଟିକ ଏକ ଦିବ୍ୟଧାତୁ,ବିବିଧ ଶକ୍ତି ଗୁଣ ଗଚ୍ଛିତ। ଶୁଦ୍ଧତା ଯୋଗୁଁ ବ୍ୟବହାରିକ ଉପକାରିତା ମିଳିଥାଏ। ହିନ୍ଦୁ ଧର୍ମରେ ଅଧିକ ଗୁରୁତ୍ୱ ବହନ କରେ। ଶଙ୍କର ଭଗବାନଙ୍କୁ ଚିହ୍ନଟ କରିଥାଏ । ସ୍ପଟିକ ଲିଙ୍ଗମ ଆଧ୍ୟାତ୍ମିକ ଭାବକୁ ଜାଗ୍ରତ କରିଥାଏ । ମନୁଷ୍ୟ ଶରୀରରୁ ନକାରାତ୍ମକ ଗୁଣକୁ ବିଲୋପ କରି ଶୁଦ୍ଧତା ଓ ସକାରାତ୍ମକ ଭାବ ମନରେ ଜାଗ୍ରତ କରେ। ଆଲୁଅ ପଡ଼ିଲେ ଅଧିକା ତେଜୀୟାନ ହୋଇ ପଡ଼େ।
ଶ୍ରୀଚକ୍ର (ସେତୁ ପୀଠମ୍) ଏବଂ ସ୍ଫଟିକ ଲିଙ୍ଗମ୍ ହିନ୍ଦୁ ସନ୍ୟାସୀ ଆଦି ଶଙ୍କରଙ୍କ ଦ୍ୱାରା ଯାହା ପ୍ରତିଷ୍ଠା କରାଯାଇଥିଲା। ଫେବୃଆରୀ ୨୦୨୧ ରେ ନୂତନ ସ୍ଫଟିକ ଲିଙ୍ଗମ ଦକ୍ଷିଣାମ୍ନାୟ ଶୃଙ୍ଗେରୀ ଶାରଦା ପୀଠମର ୩୬ ତମ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ଶ୍ରୀ ଶ୍ରୀ ଭାରତୀ ତୀର୍ଥ ମହାସ୍ୱାମୀଙ୍କ ଦ୍ୱାରା ସ୍ଥାପିତ। ରାମନାଥ ସ୍ୱାମୀଙ୍କ ଲଡୁ ପ୍ରସାଦ ସେବନ କଲୁ। ବେଢାରେ ରାତ୍ର ପାହିନଥିଲା। ଗୋପୁରମ ନିକଟରେ ସେଲଫିନେଲୁ। ସ୍ପଟିକ ଲିଙ୍ଗମ ମାହାତ୍ମ୍ୟ ଏକ ଦୁର୍ଲଭ ଅଭିଜ୍ଞତା ସ୍ମରଣୀୟ।
ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes, ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର ।



bahuta bhala
ReplyDeleteThanks
DeleteBadhiya lekhichaa 🙏♥️
ReplyDeleteok
Deletenice one👌
ReplyDeleteThanks very mucha
DeleteVery informative
ReplyDelete